Site icon Odisha.com

ପ୍ରକାଶ ମିଶ୍ର ମାମଲା; ସରକାରଙ୍କ ଅପିଲ ସୁପ୍ରିମ କୋର୍ଟରେ ଖାରଜ

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ , ଅଗଷ୍ଟ ୧୭ (ଓଡିଶା ଡଟ କମ ) ପୂର୍ବତନ ପୁଲିସ ମହାନିର୍ଦେଶକ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ କରିଥିବା ମାମଲା ସୁପ୍ରିମ କୋର୍ଟ ରେ ସୋମବାର ଖାରଜ ହୋଇଯିବାରୁ ରାଜ୍ୟ ସରକାର ଅପଦସ୍ତ ହୋଇଛନ୍ତି ।

ବର୍ତମାନ କେନ୍ଦ୍ର ସୁରକ୍ଷା ବଳର ମହା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମିଶ୍ରଙ୍କ ବିରୋଧରେ ରାଜ୍ୟ ଭିଜିଲାନସ୍ ଏକ ମାମଲା ରୁଜୁ କରିଥିଲା । ଏହି ମାମଲା ହାଇକୋର୍ଟ ରଦ୍ଦ କରିଥିଲା । ରାଜ୍ୟ ସରକାର ହାଇକୋର୍ଟ ରାୟ ବିରୁଦ୍ଧରେ ସୁପ୍ରିମ କୋର୍ଟରେ ଅପିଲ କରିଥିଲେ ।

ବିଚାରପତି ଚେଲେମେଶ୍ଵର ଓ ଅଭୟ ମନୋହର ସାପରାଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟ ବେଞ୍ଚ ଏହାର ବିଚାର କରି ଅପିଲ ଖାରଜ କରିବା ସହ ଜଣେ ସଚ୍ଚୋଟ ଅଫିସର କେମିତି ରାଜନେତାଙ୍କ ହଇରାଣର ଶିକାର ହୁଅନ୍ତି ଏହି ଘଟଣା ତାର ଏକ ଉଦାହରଣ ବୋଲି ଦର୍ଶାଇ ରାଜ୍ୟ ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଯଦି ମିଶ୍ରଙ୍କ ନାମରେ ଭିଜିଲାନସ୍ ତଦନ୍ତ ହୋଇନଥାନ୍ତା ତେବେ ସେ ସିବିଆଇର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବାର ଯଥେଷ୍ଟ ସମ୍ଭାବନା ଥିଲା । ବର୍ତ୍ତମାନ ସେ ସିଆରପିଏଫର ମହା ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଉଛନ୍ତି ।

ଓଡିଶା ଡଟ କମ

Exit mobile version