Site icon Odisha.com

ସେପ୍ଟେମ୍ବର ୬ରେ ପୁଣିଥରେ ଓଜେଏସ ପ୍ରିଲିମିନାରୀ ପରୀକ୍ଷା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅଗଷ୍ଟ ୨୨ (ଓଡିଶା ଡଟ କମ) ରାଜ୍ୟରେ ୬୯ ପଦବୀ ପୂରଣପାଇଁ ହୋଇଥିବା ଓଡିଶା ବିଚାର ବିଭାଗୀୟ ସେବା ପ୍ରାରମ୍ଭିକ ( ପ୍ରିଲିମିନାରୀ) ପରୀକ୍ଷାକୁ ହାଇକୋର୍ଟ ବାତିଲ କରିବାପରେ ପୁଣିଥରେ ରାଜ୍ୟ ଲୋକ ସେବା ଆୟୋଗ ସେପ୍ଟେମ୍ବର ଛଅ ତାରିଖ ଦିନ ଏହି ପରୀକ୍ଷା କରିବା ପାଇଁ ଘୋଷଣା କରିଛନ୍ତି ।

ଆୟୋଗ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ଛଅ ତାରିଖ ଦିନ ରାଜ୍ୟର କଟକ , ଭୁବନେଶ୍ଵର, ବ୍ରହ୍ମପୁର, ବାଲେଶ୍ଵର ଓ ସମ୍ବଲପୁରରେ ନିର୍ଧାରିତ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

ପୂର୍ବରୁ ମଇ ୩୧ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଓ ୨୧୬୬ ଜଣ ଏହି ପରୀକ୍ଷା ଦେଇଥିଲେ । କିନ୍ତୁ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଦର୍ଶାଇ କେତେକ ପରୀକ୍ଷାର୍ଥୀ ଏହାକୁ ବାତିଲ କରିବା ପାଇଁ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ମାମଲାର ବିଚାର କରି ହାଇକୋର୍ଟ ସାନି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ୬୭୦ ପଦବୀ ପୁରଣ ପାଇଁ ହେବାକୁ ଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଆବେଦନର ଶେଷ ତାରିଖ ଅଗଷ୍ଟ ୧୭କୁ ଆୟୋଗ ସେପ୍ଟେମ୍ବର ୨୧କୁ ଘୁଞ୍ଚାଇ ଦେଇଛନ୍ତି ।

ଓଡିଶା ଡଟ କମ

Exit mobile version