Site icon Odisha.com

ଗୁରୁବାର ରାହୁଲଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୮ (ଓଡିଶା ଡଟ କମ) ଆସନ୍ତା ଗୁରୁବାର କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗସ୍ତକାଳରେ ସେ କଟକ ଶିଶୁ ଭବନ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବ ସହ ବରଗଡ ଜିଲ୍ଲାରେ ଏକ କୃଷକ ସମାବେଶ ରେ ଯୋଗ ଦେବେ ।

ଗସ୍ତର ପ୍ରଥମ ଦିନରେ ସେ ବରଗଡ଼ର ଦେବାହାଲରୁ ଅତାବିରା ଯାଏଁ ଚାଷୀ ବଞ୍ଚାଅ ପଦଯାତ୍ରାରେ ଯୋଗଦେବା ସହ ଏକ ସମାବେଶରେ ଉଦ୍‌ବୋଧନ ଦେବେ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି ।

ସେହିଦିନ ଏମ୍‌ସିଏଲ୍‌ ଅତିଥି ଭବନରେ ରାତ୍ରୀଯାପନ କରି ପରବର୍ତ୍ତୀ ଦିନ ଭୁବନେଶ୍ଵର ଆସିବେ ଓ ଦୁଇ ସପ୍ତାହ ମଧ୍ୟରେ ଷାଠିଏ ରୁ ଉର୍ଦ୍ଧ୍ଵ ଶିଶୁ ମୃତ୍ୟୁ ପାଇଁ ଚର୍ଚାରେ ରହିଥିବା କଟକ ଶିଶୁ ଭବନ ଯିବେ ।

ଅପରାହ୍‌ଣରେ ସେ ଭୁବନେଶ୍ଵର ଫେରି ପିସିସି ସଭାପତି ଓ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ଓ ସଂଧ୍ୟାରେ ସାମାଜିକ ନ୍ୟାୟ ସମ୍ପର୍କିତ ଏକ କର୍ମଶାଳାରେ ଯୋଗ ଦେବେ ।

ରାହୁଲଙ୍କ ଗସ୍ତ କୁ ଆଖି ଆଗରେ ରଖି ପ୍ରଦେଶ କଂଗ୍ରେସ ବ୍ୟାପକ ପ୍ରସ୍ତୁତି ଚଳାଇଛି । ସ୍ଥାନୀୟ କଂଗ୍ରେସ ଭବନରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସୋମବାର ଏ ସଂକ୍ରାନ୍ତରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଓଡିଶା ଡଟ କମ

Exit mobile version