• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସମବାୟ ବ୍ୟାଙ୍କ ଦ୍ଵାରା ଭ୍ରାମ୍ୟମାଣ ବ୍ୟାଙ୍କ ସେବାର ଶୁଭାରମ୍ଭ

September 9, 2015 by ନିଉଜ ଡେସ୍କ 1 Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୯ (ଓଡିଶା ଡଟ କମ) ବିଭିନ୍ନ କାରଣରୁ ବ୍ୟାଙ୍କକୁ ଯାଇପାରୁନଥିବା ଚାଷୀମାନଙ୍କୁ ତାଙ୍କ ଘର ସାମ୍ନାରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ବୁଧବାର ତାର ଭ୍ରାମ୍ୟମାଣ ବ୍ୟାଙ୍କ ସେବା ଆରମ୍ଭ କରିଛି ।

bank on wheelମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିସରରେ ଏହି ସେବା ବ୍ୟାଙ୍କସ ଅନ ହୁଇଲର ଉଦଘାଟନ କରିବା ସହ ଏକ ଅତ୍ୟାଧୁନିକ କୋର ବ୍ୟାଙ୍କିଙ୍ଗ ଡାଟା ମ୍ୟାନେଜମେଣ୍ଟ ସେଣ୍ଟର ଓ କୋର ବ୍ୟାଙ୍କିଙ୍ଗ ସେବା ର ଉନ୍ମୋଚନ କରିଥିଲେ ।

ସେ ଏହା ସହିତ ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରୂପେ ଡେବିଟ କାର୍ଡ଼ ବ୍ୟବସ୍ଥା ର ମଧ୍ୟ ଶୁଭାରମ୍ଭ କରିଥିଲେ । ଏହାଦ୍ଵାରା ସମବାୟ ବ୍ୟାଙ୍କ ର ଗ୍ରାହକମାନେ ଏଟିଏମ ରୁ ଟଙ୍କା ଉଠାଇବାର ସୁବିଧା ପାଇପାରିବେ ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଅନେକ ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନାହିଁ  । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସମବାୟ ବ୍ୟାଙ୍କ ଆଦିବାସୀ ବହୁଳ ଅଞ୍ଚଳରେ ବ୍ୟାଙ୍କ ଅନ ହୁଇଲ କାର୍ଯ୍ୟକ୍ରମ ଆରମ୍ଭ କରି ଲୋକଙ୍କ ପାଖରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦେଇଥିବା ଆନନ୍ଦର କଥା।

ସାରା ଦେଶରେ ଚାଷୀମାନଙ୍କ ପାଇଁ ଏହା ଏକ ଅଭିନବ ସୁବିଧା ହୋଇଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସମବାୟ ବ୍ୟାଙ୍କକୁ ଧନ୍ୟବାଦ ଜଣାଇଥିଲେ | ଏହାର ସଫଳତାକୁ ଅନୁଧ୍ୟାନ କରି ରାଜ୍ୟ ସରକାର ସବୁ ବ୍ଲକ ରେ ଚାଷୀଙ୍କ ସୁବିଧା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ରାଜ୍ୟରେ ଫସଲ ଋଣ ଆବଶ୍ୟକତା ପୂରଣରେ ସମବାୟ ବ୍ୟାଙ୍କ ଗୁଡିକର ଅଂଶ ୭୦ ପ୍ରତିଶତ ରହିଥିବା ବେଳେ ଜାତୀୟ ସ୍ତରରେ ଏହାର ହାର ମାତ୍ର ୧୭ ପ୍ରତିଶତ ଅଟେ।ତେଣୁ ଚାଷୀମାନେ ଯେପରି ସୁବିଧାରେ ଋଣ ପାଇପାରିବେ ସେଥିପାଇଁ ଏକ ରୋଡମାପ ପ୍ରସ୍ତୁତ କରିବା ପାଇଁ ସେ ସମବାୟ ବିଭାଗ କୁ ନିର୍ଦେଶ ଦେଇଥିଲେ |

ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର କମ୍ପ୍ୟୁଟରୀକରଣ ଏବଂ କିଷାନ କ୍ରେଡିଟ କାର୍ଡକୁ ସ୍ମାର୍ଟ କାର୍ଡରେ ପରିଣତ କରିବା କାର୍ଯ୍ୟ ଏକ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ ।

ବର୍ତ୍ତମାନ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ବିଷ୍ଣୁପଦ ସେଠୀ ସମବାୟ ବିଭାଗର ସଚିବ ଥିବା ବେଳେ ଏହି ଭଳି ଏକ ଅଭିନବ ସେବାର ପରିକଳ୍ପନା କରି ଆବଶ୍ୟକ ଉଦ୍ୟମ କରିଥିଲେ । ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ସେବା ଦ୍ଵାରା ରାଜ୍ୟର ୫୫ ଲକ୍ଷ ଚାଷୀ ପରିବାର ଓ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକ ଉପକାର ପାଇପାରିବେ |

ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ, ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଶ୍ରୀ ଅକ୍ଷୟ ପଟ୍ଟନାୟକ,ସମବାୟ ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋଜ ଆହୁଜା,ନାବାର୍ଡ ର ମୁଖ୍ୟ ସାଧାରଣ ପ୍ରବନ୍ଧକ ଶ୍ରୀ କେଲେ ଏବଂ ସମବାୟ ବ୍ୟାଙ୍କ ନିର୍ଦେଶକ ପ୍ରମୁଖ ଯୋଗ ଦେଇଥିଲେ |

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: ଭ୍ରାମ୍ୟମାଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ

Reader Interactions

Comments

  1. ARUN KUMAR SAHOO says

    September 14, 2015 at 7:11 pm

    state govt. has taken a good policy regarding farmers for banking facility and primary agricultural sector.

    Reply

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version