• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅପହୃତ ଓଡିଆ ଯୁବକ ସର୍ତ୍ତମୂଳକ ମୁକ୍ତି ପାଇଥିବା ପରିବାରର ସୂଚନା

September 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟକମ ସଂବାଦ ଦାତା

ରାଉରକେଲା, ସେପ୍ଟେମ୍ବର ୧୮ (ଓଡିଶା ଡଟ କମ) ପ୍ରାୟ ଦୁଇ ସପ୍ତାହ ତଳେ ଲିବିଆର ସିର୍ତ୍ତେ ସହରରେ ଆଇଏସ ଆତଙ୍କବାଦୀଙ୍କ ଦ୍ଵାରା ଅପହୃତ ହୋଇଥିବା ଓଡିଆ ଯୁବକ ପ୍ରଭାସ ରାଉଳଙ୍କୁ ଅପହରଣକାରୀ ମୁକ୍ତ କରିଥିବା ରାଉରକେଲାରେ ରହୁଥିବା ତାଙ୍କ ଭାଉଜ ଶୁକ୍ରବାର ସୂଚନା ଦେଇଛନ୍ତି ।

ଆନ୍ଧ୍ରପ୍ରଦେଶର ରାମମୂର୍ତ୍ତି କୋସନାମଙ୍କ ସହ ଉକ୍ତସହରର ଏକ ଘରୋଇ ଡାକ୍ତରଖାନାରେ ପରୀକ୍ଷାଗାର ସହାୟକ ଭାବେ କାମକରୁଥିବା କେନ୍ଦ୍ରାପଡା ଜିଲ୍ଲାର ରାଉଳଙ୍କୁ ଆତଙ୍କବାଦୀ ମାନେ ସେପ୍ଟେମ୍ବର ୫ ତାରିଖରେ ଅପହରଣ କରିନେଇଥିଲେ ।

ଦେଶର ବୈଦେଶିକ ମନ୍ତ୍ରାଳୟ ଏହା ପ୍ରକାଶ କରିବା ପରେ ତାଙ୍କୁ ମୁକୁଳାଇବା ପାଇଁ ତାଙ୍କ ପରିବାର ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଲିଖିତ ଅନୁରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ବୈଦେଶିକ ମନ୍ତ୍ରାଳୟ ସହିତ ଆଲୋଚନା କରିବା ପାଇଁ ଦିଲ୍ଲୀ ସ୍ଥିତ ଆବାସିକ କମିସନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଗୁରୁବାର ଅପରାହ୍ନ ସମୟରେ ରାଉଳ ଫୋନକରି ଆତଙ୍କବାଦୀମାନେ ତାଙ୍କୁ ସର୍ତ୍ତମୂଳକ ଭାବେ ମୁକ୍ତ କରିଥିବା ସମ୍ପର୍କରେ ସୂଚନା ଦେଇଥିବା ତାଙ୍କ ଭାଉଜ ମାନସୀ ନାୟକ କହିଛନ୍ତି ।

ଆତଙ୍କବାଦୀମାନେ ରଖିଥିବା ସର୍ତ୍ତ ଅନୁସାରେ ପ୍ରଭାସ ଲିବିଆରେ ଯେଉଁ ଡାକ୍ତରଖାନାରେ  କାମ କରୁଛନ୍ତି ସେଇଠି ହିଁ ରହି କାମକରିବେ । ତେବେ ରାଜ୍ୟ ଓ କେନ୍ଦ୍ର ସରକାର ତାଙ୍କ ମୁକ୍ତି ନେଇ କୌଣସି ସୂଚନା ପାଇନଥିବା ପ୍ରକାଶ କରିଛନ୍ତି ।

ଜଣେ ଫିଲିଫାଇନସ ମହିଳାଙ୍କୁ ବିବାହ କରି ପ୍ରଭାସ ଗତ ବାରବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଲିବିଆରେ ରହି କାର୍ଯ୍ୟ କରୁଛନ୍ତି ।ସେଠାରେ ଅଶାନ୍ତ ପରିସ୍ଥିତି ଲାଗିରହିଥିବାରୁ ଯେ ପର୍ଯ୍ୟନ୍ତ ସେ ସୁରକ୍ଷିତ ଭାବେ ଗୃହକୁ ପ୍ରତ୍ୟାବର୍ତ୍ତନ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆମେ ଆଶଙ୍କା ଭିତରେ ରହିବୁ ବୋଲି ପ୍ରଭାସଙ୍କ ସମ୍ପର୍କୀୟ ବିଭୁପ୍ରସାଦ ନାୟକ କହିଛନ୍ତି।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ Tagged With: ଅପହୃତ, ଓଡିଆ, ଯୁବକ, ଲିବିଆ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version