ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ଵର, ସେପ୍ଟେମ୍ବର ୨୨ (ଓଡିଶା ଡଟ କମ) ୧୯୯୮ ମସିହା ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର ମନୋନୟନରେ ହୋଇଥିବା ଅନିୟମିତତା ସମ୍ପର୍କୀୟ ଏକ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଜୟଦେବ ଜେନାଙ୍କୁ ଭର୍ତ୍ସନା କରିଛନ୍ତି ।
ଏହି ପୁରସ୍କାର ପାଇଁ ଦୁଃଶାସନ ଜେନା ନାମକ ଜଣେ ଶିକ୍ଷକଙ୍କ ନାଁକୁ ଶିକ୍ଷା ବିଭାଗର ଜିଲ୍ଲା ଓ ରାଜ୍ୟସ୍ତରୀୟ କମିଟି ଆଗରେ ରଖି ସୁପାରିସ କରିଥିଲେ । ହେଲେ ତାଙ୍କ ବଦଳରେ ଦ୍ଵିତୀୟ ସ୍ଥାନରେ ଥିବା ଭାଗ୍ୟଧର ସାହୁଙ୍କୁ ପ୍ରଥମ ସ୍ଥାନରେ ରଖିବା ପାଇଁ ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁପାରିସ କରିଥିବା ଅଭିଯୋଗ ହୋଇଥିଲା ।
ସେତେବେଳେ ଦୁଃଶାସନ ଏହାକୁ ଚ୍ୟାଲେଞ୍ଜକରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବିଚାରପତି ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମାମଲାର ଶୁଣାଣିକରି ତତ୍କାଳୀନ ଶିକ୍ଷାମନ୍ତ୍ରୀଙ୍କୁ ଭର୍ତ୍ସନା କରିବା ସହ ଦୁଃଶାସନ ଜେନାଙ୍କୁ ପ୍ରଥମ ପୁରସ୍କାର ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଓଡିଶା ଡଟ କମ
Leave a Reply