Site icon Odisha.com

ଗୁଗୁଲ୍‌ ବିଜ୍ଞାନ ମେଳାରେ ଓଡ଼ିଆ ଛାତ୍ରୀଙ୍କ ସଫଳତା

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୩ (ଓଡିଶା ଡଟ କମ)ଆମେରିକାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଗୁଗୁଲ ବିଜ୍ଞାନ ମେଳା ପ୍ରତିଯୋଗିତାରେ ଏକ ମାତ୍ର ଭାରତୀୟ ଭାବେ ଅଂଶଗ୍ରହଣକରି କୋରାପୁଟ ଜିଲ୍ଲାର  ଲଳିତା ପ୍ରାସିଦା ଶ୍ରୀପଦା ଶ୍ରୀସାଇ ତୃତୀୟ ସ୍ଥାନ ଅଧିକାର କରିବା ସହ କମ୍ୟୁନିଟି ଇମ୍ପାକ୍ଟ ପୁରସ୍କାର ହାସଲ କରିଛନ୍ତି ।

ଲଳିତାଙ୍କ ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଜର ଖୁସି ବ୍ୟକ୍ତ କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଲଳିତା ଏହି ସଫଳତା ସହ କେବଳ ରାଜ୍ୟ ନୁହେଁ ସମଗ୍ର ଦେଶକୁ ଗୌରବାନ୍ଵୀତ କରିଛନ୍ତି ବୋଲି କହିଛନ୍ତି ନବୀନ ।

https://youtu.be/nr06jHZYsgA

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିପାରିଛନ୍ତି । ଏହା ଓଡ଼ିଆ ପିଲାଙ୍କ ଆତ୍ମବିଶ୍ଵାସର ଏକ ସୁଖଦ ଝଲକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲଳିତା ଦାମନଯୋଡ଼ି ଡିପିଏସ୍‌ରେ ନବମ ପଢୁଛନ୍ତି । ଏହି ବିଜ୍ଞାନ ମେଳାରେ ପୁରସ୍କୃତ ହୋଇଥିବା ଆଠଜଣଙ୍କ ମଧ୍ୟରେ ଲଳିତା ହେଉଛନ୍ତି ଏକମାତ୍ର ଭାରତୀୟ ଛାତ୍ରୀ । ପୁରସ୍କାର ଭାବେ ତାଙ୍କୁ ଦଶ ହଜାର ଡଲାର ପ୍ରଦାନ କରାଯାଇଛି । ଶ୍ରୀପଦା ଏହି ପ୍ରତିଯୋଗିତାରେ ଜଳବିଶୋଧନ ସମ୍ପର୍କିତ ଏକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ।

ଓଡିଶା ଡଟ କମ

Exit mobile version