• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମତ୍ସ୍ୟ ବିଭାଗର ମୋବାଇଲ ମେସେଜିଂ ସେବାକୁ ପୁରସ୍କାର

September 26, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୪ (ଓଡିଶା ଡଟ କମ) ମତ୍ସ୍ୟଜୀବୀଙ୍କୁ ମୋବାଇଲ ଭଏସ ମେସେଜିଂ ଜରିଆରେ ସରକାରୀ ଯୋଜନା ଓ ବନ୍ୟା, ବାତ୍ୟା ଓ ଅନ୍ୟ ପ୍ରାକୃତିକ ବିପତ୍ତି ସମୟରେ ସେମାନେ ଯେପରି ସୁରକ୍ଷିତ ରହିବେ ଆଦି ସୂଚନା ଦେଇ ଦେଶ ବିଦେଶରେ ପ୍ରଶଂସିତ ହୋଇଥିବା ରାଜ୍ୟର ମତ୍ସ୍ୟ ବିଭାଗକୁ ଏହି ସେବା ପାଇଁ ନିକଟରେ ଏକ ସମ୍ମାନ ଜଣକ ପୁରସ୍କାର ମିଳିଛି ।

mobileଭୋପାଳଠାରେ ଅନୁଷ୍ଠିତ ଗ୍ରାମ୍ୟ ଉନ୍ନୟନ ସଂକ୍ରାନ୍ତୀୟ ଏକ ଜାତୀୟ କର୍ମଶାଳାରେ ଏହି ସେବା ପାଇଁ ବିଭାଗକୁ ଦିଆଯାଇଥିବା ପୁରସ୍କାର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହଙ୍କ ଠାରୁ ମତ୍ସ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦେବେନ୍ଦ୍ର ଭଞ୍ଜ ଏବଂ ବିଭାଗୀୟ ନୋଡାଲ ଅଧିକାରୀ ସତୀଶ ରଞ୍ଜନ ଦାସ ଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସଂସଦ ଆଦର୍ଶ ଗ୍ରାମ ଯୋଜନା ସମ୍ପର୍କିତ ଗତ ବୁଧବାର ଆରମ୍ଭ ହୋଇଥିବା ଏହି ଦୁଇଦିନିଆ କର୍ମଶାଳାରେ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ବିଭିନ୍ନ ସଂସ୍ଥାକୁ ପୁରସ୍କୃତ କରଯାଇଥିଲା । ଏହି ପୁରସ୍କାର ପାଇଁ ମନ୍ତ୍ରାଳୟ ତରଫରୁ ବିଭିନ୍ନ ରାଜ୍ୟରୁ ଆବେଦନ ଆହ୍ଵାନ କରାଯାଇଥିଲା ।

ମୋଟ ୫୨୮ ଆବେଦନ ମଧ୍ୟରୁ ପ୍ରାୟ ୩୧ ଟି ପ୍ରକଳ୍ପର ଚୟନ ହୋଇଥିଲା ଓ ଓଡିଶାର ମୋବାଇଲ ଭଏସ ମେସେଜିଂ ସେବା ର ନାମ ସେଥିରେ ସ୍ଥାନ ପାଇଥିଲା ।

ଦୁଇବର୍ଷ ତଳେ  ରାଜ୍ୟ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଭାବେ ତଥା ବର୍ତ୍ତମାନ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଉଦ୍ୟମରେ ଆରମ୍ଭ ହେଇଥିବା ଏହି ସେବା ରାଜ୍ୟର ପ୍ରାୟ ଦୁଇଲକ୍ଷ ମତ୍ସ୍ୟଜୀବୀ ପାଉଛନ୍ତି ।

ପ୍ରତିଦିନ ପାଞ୍ଚଟି ଭଏସ ଏସଏମଏସ ବିଭାଗ ସେମାନଙ୍କୁ ପଠାଉଛି । ଏହି ଭଏସ ଏସଏମଏସ ରେ କାର୍ଯ୍ୟକାରୀ ହେଉଥିବା ବିଭାଗର ବିଭିନ୍ନ ଯୋଜନା, କେଉଁ ସ୍ଥାନରେ ଅଧିକ ସଂଖ୍ୟାରେ ମାଛ ରହିଛନ୍ତି ତଥା ପାଣିପାଗ ସମ୍ପର୍କିତ ବିପଦ ସୂଚନା ଆଦି ସ୍ଥାନ ପାଉଛି ।

ଏହି ସେବା ଯୋଗୁଁ ସମୁଦ୍ର ଓ ନଦୀ ଉପରେ ନିର୍ଭର କରୁଥିବା ଲକ୍ଷାଧିକ ମତ୍ସ୍ୟଜୀବୀ ଉପକୃତ ହୋଇପାରୁଛନ୍ତି । ପାଣିପାଗ ନେଇ ଆଗୁଆ ସୂଚନା ମ୍ୟାସେଜ୍‌ ମାଧ୍ୟମରେ ମିଳିବା ଦ୍ଵାରା ସେମାନେ ସୁରକ୍ଷିତ ଭାବେ ଜୀବୀକା ନିର୍ବାହ କରିପାରୁଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଏହି ସେବାର ପ୍ରଶଂସା କରି ଅନ୍ତର୍ଜାତୀୟ ସଂବାଦ ସରବରାହ ସଂସ୍ଥା ରଏଟରସ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲା । ଏହି ରିପୋର୍ଟ ପୃଥିବୀର ପ୍ରସିଦ୍ଧ ଖବର କାଗଜ ନିଉୟର୍କ ଟାଇମସ ସମେତ ଦେଶ ବିଦେଶର ବହୁ ସଂବାଦ ପତ୍ର ଓ ଟିଭି ଚ୍ୟାନେଲରେ ପ୍ରକାଶିତ ଓ ପ୍ରସାରିତ ହୋଇଥିଲା ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସୂଚନା ପ୍ରଯୁକ୍ତି Tagged With: ମୋବାଇଲ ମେସେଜିଙ୍ଗ ସେବା

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version