Site icon Odisha.com

ବେଦାଙ୍ଗ ମହାନ୍ତି ଶାନ୍ତି ସ୍ଵରୁପ ଭଟ୍ଟନାଗର ପୁରସ୍କାର ପାଇଁ ମନୋନୀତ

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ସେପ୍ଟେମ୍ବର ୨୭ (ଓଡିଶା ଡଟ କମ) ଭୌତିକ ବିଜ୍ଞାନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଭୁବନେଶ୍ଵର ନାଇଜର୍‌ ର ସ୍କୁଲ ଅଫ୍‌ ଫିଜିକାଲ୍‌ ସାଇନସ୍‌ ବିଭାଗର ଆସୋସିଏଟ୍‌ ପ୍ରଫେସର ବେଦାଙ୍ଗ ଦାସ ମହାନ୍ତିଙ୍କୁ ଚଳିତ ବର୍ଷର ମର୍ଯ୍ୟଦାଜନକ ଶାନ୍ତି ସ୍ଵରୂପ ଭଟ୍ଟନାଗର ପୁରସ୍କାର ପାଇଁ କେନ୍ଦ୍ର ସରକାର ମନୋନୀତ କରିଛନ୍ତି।

ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଏହା ହେଉଛି ଦେଶର ସର୍ବୋଚ୍ଚ ସରକାରୀ ପୁରସ୍କାର ।

କେନ୍ଦ୍ର ସରକାରଙ୍କ କାଉନସିଲ ଅଫ ସାଇଣ୍ଟିଫିକ ଏଣ୍ଡ ଇଣ୍ଡସଟ୍ରିଆଲ ରିସର୍ଚ ସଂସ୍ଥାର ପ୍ରତିସ୍ଥାତା ନିର୍ଦ୍ଦେଶକ ଶାନ୍ତି ସ୍ଵରୂପ ଭଟ୍ଟନାଗରଙ୍କ ନାମରେ ନାମିତ ଏହି ପୁରସ୍କାର ୧୯୫୮ ମସିହାରେ ଆରମ୍ଭ ହେବା ପରଠାରୁ ପ୍ରତିବର୍ଷ ବିଜ୍ଞାନ କ୍ଷେତ୍ରରେ ଊଲ୍ଲେଖନୀୟ ଅବଦାନ ପାଇଁ ବୈଜ୍ଞାନିକ ମାନଙ୍କୁ ଚୟନ କରି ସେମାନଙ୍କୁ ପ୍ରଦାନ କରା ଯାଉଛି ।

ଏହି ପୁରସ୍କାର ଚୟନ ହୋଇଥିବା ପ୍ରତ୍ୟେକ ବୈଜ୍ଞାନିକଙ୍କୁ ପାଞ୍ଚଳକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ଓ ଉପଢୌକନ ଦିଆଯାଇଥାଏ ।

ପ୍ରତି ବର୍ଷ ସେପ୍ଟେମ୍ବର ୨୬ ତାରିଖରେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଥାଏ ।

ଡକ୍ଟର  ମହାନ୍ତିଙ୍କ ସମେତ ୧୧ଜଣ ଚଳିତ ବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି  । ଇନଷ୍ଟିଚ୍ୟୁଟ ଅଫ ଫିଜିକସ ରୁ ୨୦୦୨ ରେ ଡକଟରେଟ କରିଥିବା ମହାନ୍ତିଙ୍କ ବୟସ ହେଉଛି ୪୨ ବର୍ଷ ।

ଓଡିଶା ଡଟ କମ

Exit mobile version