ଓଡିଶା ଡଟ କମ ସଂବାଦ ଦାତା
ନୂଆଦିଲ୍ଲୀ, ଅକ୍ଟୋବର ୧ (ଓଡିଶା ଡଟ କମ) କେନ୍ଦ୍ରର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିବା ଓଡିଶାର ଅନୁପ କୁମାର ପୂଜାରୀଙ୍କୁ ସରକାର ଇସ୍ପାତ ମନ୍ତ୍ରାଳୟର ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦେଇଛନ୍ତି।
ପୂଜାରୀଙ୍କୁ ଏହା ସହ ଷ୍ଟିଲ ଅଥରିଟୀ ଅଫ ଇଣ୍ଡିଆ (ସେଲ) ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ଦିଆଯାଇଥିବାରୁ ସେ ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
କର୍ଣାଟକ କ୍ୟାଡରର ୧୯୮୦ ବ୍ୟାଚର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଏହା ପୂର୍ବରୁ ଇସ୍ପାତ ମନ୍ତ୍ରାଳୟ ର ସଚିବ ଭାବେ କାର୍ଯ୍ୟ ତୁଲାଇଥିଲେ । ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକସରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ପୂଜାରୀ ବୋଷ୍ଟନ ବିଶ୍ଵ ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି କରିଛନ୍ତି ।
୨୦୦୬ରୁ ଏହି ଓଡିଆ ଅଧିକାରୀ କେନ୍ଦ୍ର ଡେପୁଟେସନରେ ଅଛନ୍ତି ।
ଓଡିଶା ଡଟ କମ
Leave a Reply