Site icon Odisha.com

ଚର୍ଚାରେ ପ୍ରବାସୀ ଓଡିଆଙ୍କ ଇଂରାଜୀ ମ୍ୟୁଜିକ ଭିଡିଓ

ଓଡିଶା ଡଟ କମ:ପ୍ରଫୁଲ୍ଲ ଦାସ

ଚେନାଇ, ଅକ୍ଟୋବର ୩୦ (ଓଡିଶା ଡଟ କମ) ଚେନାଇରେ ରହୁଥିବା ଜଣେ ପ୍ରବାସୀ ଓଡିଆ  ଦମ୍ପତିଙ୍କ ଦ୍ଵାରା ପ୍ରସ୍ତୁତ ଏକ ଅନ୍ତର୍ଜାତୀୟ ଇଂରାଜୀ ମ୍ୟୁଜିକ ଭିଡିଓ ବ୍ୟାପକ ଲୋକପ୍ରିୟତା ହାସଲ କରିଥିବାରୁ ଚର୍ଚାରେ ରହିଛି ।

ବିଶ୍ଵନାଥ ରଥ
ଅର୍ଚନା ରଥ

ଏନ ଆଇଟି ୱାରାଙ୍ଗାଲରୁ ଶିକ୍ଷା ଲାଭ କରିଥିବା ଜୟପୁର, ଓଡିଶାର ବିଶ୍ଵନାଥ ରଥଙ୍କ ଦ୍ଵାରା ଲିଖିତ ଓ ନିର୍ଦ୍ଦେଶିତ ତଥା ଚଳିତ ବର୍ଷ ୨୪ ଜୁଲାଇରେ ମୁକ୍ତି ଲାଭ କରିଥିବା ‘ଫିଲ ଦି ପାସନ’ ଶୀର୍ଷକ ଏହି ମ୍ୟୁଜିକ ଭିଡିଓ କୁ ଇଉଟ୍ୟୁବରେ ୧୧୭,୩୦୦ ଲୋକ ଦେଖିଥିବା ବେଳେ ଏହାକୁ ୧୨୦୦ ଦର୍ଶକ ଲାଇକ କରିଛନ୍ତି ।

ଟାଇମସ ଅଫ ଇଣ୍ଡିଆ, ରେନଲ୍ଟ, ସମେତ ଦେଶର ନାମୀ ଦାମୀ କେତେକ ସଂସ୍ଥା ପାଇଁ ଡକୁମେଣ୍ଟାରି ଫିଲ୍ମ, ବିଜ୍ଞାପନ ଓ ସାମାଜିକ ବିଷୟ ବସ୍ତୁ ଉପରେ ଚଳଚିତ୍ର ତିଆରି କରିବା ସହ ଅନେକ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ଦେଶ ବିଦେଶରେ ବିଭିନ୍ନ ପୁରସ୍କାର ଓ ସମ୍ମାନ ଲାଭ କରିଥିବା ବିଶ୍ଵନାଥ ଓ ତାଙ୍କ ଧର୍ମପତ୍ନୀ ଅର୍ଚନା ରଥଙ୍କ ଦ୍ଵାରା ପ୍ରତିଷ୍ଠିତ ବିଏନ ଆର ଫିଲ୍ମ୍ସ ଏବେ ଚେନାଇ, ଭୁବନେଶ୍ଵର, ହାଇଦ୍ରାବାଦ, ମୁମ୍ବାଇ, କୋଲକାତା, ବାଙ୍ଗାଲୁରୁ, ପୁଣେ ଓ କୋଚି ରେ କାମ କରୁଛି ।

‘ଫିଲ ଦି ପାସନ’ ରେ ରଥ ଯୁବଗୋଷ୍ଠୀଙ୍କ ଭିତରେ ଥିବା ବିଭିନ୍ନ ପ୍ରତିବନ୍ଧକ ଭିତରେ ଆଶା ଓ ଲକ୍ଷ ହାସଲର ଇଚ୍ଛାକୁ  ପ୍ରଦର୍ଶିତ କରିଛନ୍ତି ।

ଓଡିଶା ଡଟ କମ

Exit mobile version