Site icon Odisha.com

ମାନବାଧିକାର କର୍ମୀ ଅଖଣ୍ଡଙ୍କୁ ‘ସମାଜ ଜ୍ୟୋତି’ ସମ୍ମାନ

ମାନବାଧିକାର କର୍ମୀ ଅଖଣ୍ଡଙ୍କୁ ‘ସମାଜ ଜ୍ୟୋତି’ ସମ୍ମାନ

ଓଡିଶା ଡଟ କମ ସଂବାଦ ଦାତା

ପୁରୀ , ନଭେମ୍ବର ୬ (ଓଡିଶା ଡଟ କମ) ଯୁବ ସମାଜସେବୀ ତଥା ଜଣା ଶୁଣା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କୁ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସେବା ‘ସମାଜ’ ଓ ‘ଲୋକ ସେବକ ମଣ୍ଡଳ’ ପକ୍ଷରୁ ସମାଜ ଜ୍ୟୋତି ସମ୍ମାନରେ ଗୁରୁବାର ପୁରୀ ଠାରେ ସମ୍ମାନିତ କରାଯାଇଛି

 ଗୋପବନ୍ଧୁ ଆୟର୍ବେଦ କଲେଜ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ଓଡିଶାର ଆର୍ଥିକ ଅନଗ୍ରସର ଓ ଦୁର୍ବଳଶ୍ରେଣୀଙ୍କ ବିକାଶ ପାଇଁ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି ବୋଲି ଆୟୋଜକ ସଂସ୍ଥା କହିଛି ।

ଗତ ଏକ ଦଶନ୍ଧି ଧରି ଅଖଣ୍ଡ ମାନବାଧିକାର ସୁରକ୍ଷା କ୍ଷେତ୍ରରେ କାମ କରିଆସୁଛନ୍ତି ।

ଓଡିଶା ଡଟ କାମ

Exit mobile version