• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଦିଲ୍ଲୀରେ ଓଡ଼ିଶା ଓ ଗୁଜରାଟ ମଧ୍ୟରେ ସଂସ୍କୃତି ବିନିମୟ କାର୍ଯ୍ୟକ୍ରମ

November 29, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ ୨୯ ନଭେମ୍ବର (ଓଡିଶା ଡଟ କମ) ଓଡ଼ିଶା ସରକାର ଏବଂ ଗୁଜରାଟ ସରକାରଙ୍କର ସଂସ୍କୃତି ବିଭାଗର ମିଳିତ ସହଯୋଗରେ, ଦିଲ୍ଲୀର ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ “ଓଡ଼ିଆ ପୁଅ” ର ପ୍ରୟାସରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ଉପରୋକ୍ତ ଦୁଇ ରାଜ୍ୟ ମଧ୍ୟରେ ଏକ ସଂସ୍କୃତି ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।odiapua-1

କାର୍ତ୍ତିକ ପୂର୍ଣ୍ଣିମା ଦିନ, “ସମନ୍ୱୟ”ଶୀର୍ଷକରେ ନାମିତ ଏହି କାର୍ଯ୍ୟକ୍ରମରେ ଗୁଜରାଟ ସରକାରଙ୍କର ସୌଜନ୍ୟରେ ଆସିଥିବା କଳାକାରମାନଙ୍କର “ଗରବା-ରାସ” ନୃତ୍ୟ ସହିତ ଓଡ଼ିଶା ସରକାରଙ୍କର ସୌଜନ୍ୟରେ ବଲାଙ୍ଗୀରରୁ ଆସିଥିବା ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ “ଭାଇ ଜଉନ୍ତିଆ”, “ନଚନିଆଁ”, “ରଙ୍ଗବତୀ” “ସମ୍ବଲପୁରୀ” ଆଦି ନୃତ୍ୟ ଉପସ୍ଥିତ ଦର୍ଶକମାନଙ୍କୁ ଆନନ୍ଦିତ କରିଥିଲା।

odiapua-4 odiapua-3 odiapuaଏହି କାର୍ଯ୍ୟକ୍ରମରେ ଉଭୟ ରାଜ୍ୟର ପ୍ରବାସୀ ଉପସ୍ଥିତ ଥିବା ସହିତ ଅନ୍ୟରାଜ୍ୟର ପ୍ରବାସୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। “ଓଡ଼ିଆ ପୁଅ”ର “ତ୍ରୟୋଦଶ ବୋଇତ ବନ୍ଦାଣ ଉତ୍ସବ”ର ପ୍ରସ୍ତୁତି – ଏହି “ସମନ୍ୱୟ” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ତୈଳ ତଥା ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦିଲ୍ଲୀରୁ ପ୍ରକାଶିତ ଇ-ସମ୍ବାଦ ପତ୍ର “ଓଡ଼ିଆ ପୁଅ” ତରଫରୁ “ଓଡ଼ିଆ ପୁଅ ସମ୍ମାନ”ରେ ପ୍ରଶାସନିକ ସେବା ପାଇଁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡ. ଅରବିନ୍ଦ କୁମାର ପାଢ଼ୀ, ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାଲକୋର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତପନ କୁମାର ଚାନ୍ଦ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ର କାର୍ମିକ ନିର୍ଦ୍ଦେଶକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଏବଂ ଭାରତୀୟ ରାଜସ୍ଵ ସେବା ଅଧିକାରୀ ଶୋଭନ କରଙ୍କୁ ସମ୍ମାନୀତ କରାଯାଇଥଲା।

ସେହିପରି “ଓଡ଼ିଆ ପୁଅ ଯୁବ ସମ୍ମାନ”ରେ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର ଏବଂ ସମାଜ ସେବୀ ସଂଗ୍ରାମ ଧରଙ୍କୁ ସମ୍ମାନୀତ କରା ଯାଇଥିଲା। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ପ୍ରଶାସକ ଡ. ଅରୁଣ କୁମାର ରଥ ଯୋଗ ଦେଇଥିବା ବେଳେ, “ଓଡ଼ିଆ ପୁଅ” ର ସଂପାଦକ ଶ୍ୟାମସୁନ୍ଦର ସାହୁ ଧନ୍ୟବାଦ ଦେଇଥିଲେ।

ଓଡିଶା ଡଟ କମ

What's Your Reaction?

  • AngryAngry
    0
    Angry
  • CryCry
    0
    Cry
  • CuteCute
    0
    Cute
  • LOLLOL
    0
    LOL
  • LoveLove
    0
    Love
  • OMGOMG
    0
    OMG
  • WTFWTF
    0
    WTF
ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ Tagged With: ଗୁଜରାଟ, ଦିଲ୍ଲୀରେ ଓଡ଼ିଶା, ପ୍ରବାସୀ ଓଡ଼ିଆ, ସଂସ୍କୃତି ବିନିମୟ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

RSS LATEST

  • ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ବଛାବଛା ୧୦ଟି ଓଡିଆ ସିନେମା
  • 9th International Art of Giving Day Celebrated
  • ମଦୁଆ ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ
  • ଝାରସୁଗୁଡାରେ ଆଜିକାର ତାପମାତ୍ରା ୩୯ ଡିଗ୍ରୀ
  • ହୀରାକୁଦରେ ଆଜିକାର ତାପମାତ୍ରା ୩୯.୧ ଡିଗ୍ରୀ
  • ଭବାନୀପାଟଣାରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ
  • ଟିଟିଲାଗଡ଼ରେ ଆଜିକାର ତାପମାତ୍ରା ୪୧ ଡିଗ୍ରୀ
  • ସୋନପୁରରେ ଆଜିକାର ତାପମାତ୍ରା ୪୦.୩ ଡିଗ୍ରୀ
  • ନୟାଗଡରେ ଆଜିକାର ତାପମାତ୍ରା ୪୦ ଡିଗ୍ରୀ
  • ସୁନ୍ଦରଗଡ଼ରେ ଆଜିକାର ତାପମାତ୍ରା ୪୨ ଡିଗ୍ରୀ