• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପଶ୍ଚିମ ଓଡିଶା ପରିବାର-ମୁମ୍ବାଇ ଦ୍ଵାରା ଏକାଦଶ ନୂଆଖାଇ ଭେଟଘାଟ

September 30, 2017 by ଓଡିଶା ଡଟ କମ Leave a Comment

ମୁମ୍ବାଇ, ସେପ୍ଟେମ୍ବର ୩୦ (ଓଡିଶା ଡଟ କମ ) ପଶ୍ଚିମ ଓଡିଶା ପରିବାର –ମୁମ୍ବାଇ ଦ୍ଵାରା ଏକାଦଶ “ନୂଆଖାଇ ଭେଟଘାଟ -୨୦୧୭” ସେପ୍ଟେମ୍ବର ୨୪ ରବିବାର ସ୍ଵତନ୍ତ୍ରବୀର ସଭରକର ସଭାଗାର, ଦାଦର, ମୁମ୍ବାଇ ଠାରେ ଆୟୋଜିତ କରଯାଇଥିଲା।

ଏଥିରେ ମୁମ୍ବାଇରେ ଅବସ୍ଥାପିତ ପଶ୍ଚିମ ଓଡିଶାର ଅଧିବାସୀଗଣ ବହୁ ଉତ୍ସାହ ସହ ଅଂଶଗ୍ରହଣ କରିଥିଲେ।

ମହାରାଷ୍ଟ୍ର ସରକାରଙ୍କ ଶକ୍ତି ସଚିବ ଶ୍ରୀଯୁକ୍ତ ଅରବିନ୍ଦ ସିଂ, ଆଇଏସ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଇତ୍ୟାବସରେ ଶ୍ରୀଯୁକ୍ତ ଅରବିନ୍ଦ ସିଂ ଓ ଅନ୍ୟ ଅତିଥିଗଣ ସ୍ମରଣିକା “ଜୁହାର” ର ସପ୍ତମ ସଂସ୍କରଣର ଅନାବରଣ କରିଥିଲେ।

ବଲିଉଡ ଓ ଟିଭି ଜଗତର ବରିଷ୍ଠ କଳାକାର, ଶ୍ରୀ ସତୀଶ ଶାହ ଉତ୍ସବର ବିଶେଷ ଅତିଥି ଭାବରେ ଯୋଗଦାନ କରି ପଶ୍ଚିମ ଓଡିଶା ଫାଉଣ୍ଡେସନ ତରଫରୁ ପଦ୍ମଶ୍ରୀ ଡା: ଜିତେନ୍ଦ୍ର ହରିପାଲଙ୍କୁ ସାଲ ଓ ମୋମେଣ୍ଟୋପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ସେ ମଧ୍ୟ ସମ୍ବଲପୁରୀ ସଙ୍ଗୀତର ତାଳେ ତାଳେ ନାଚି, ଉପସ୍ଥିତ ଦର୍ଶକଙ୍କର ମନୋରଞ୍ଜନ କରିଥିଲେ।

ଅନେକ ବଲିଉଡ ସିନେମାର ସେଲେବ୍ରିଟି ଖଳନାୟକ ଶ୍ରୀ ଆଶୀଷ ବିଦ୍ୟାର୍ଥୀ ଉତ୍ସବରେ ଯୋଗଦାନକରି ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ନିମିତ୍ତ ଆୟୋଜକ ମାନଙ୍କର ପ୍ରୟାସକୁ ପ୍ରସଂଶା କରିଥିଲେ। ଦର୍ଶକମାନଙ୍କ ଅନୁରୋଧରେ ସେ ମଧ୍ୟ ସମ୍ବଲପୁରୀ ସଙ୍ଗୀତର ତାଳେ ତାଳେ ନାଚି ଉଠିଥିଲେ।

ସେଲେବ୍ରିଟି ଟିଭି ତାରକା ସୋନଲିକା ଯୋଶୀ ଓ ଲୋକପ୍ରିୟ ଟିଭି ଧାରାବାହିକ “ତାରକ ମେହେତାକା ଉଲ୍ଟା ଚଷମା” ର ଦିଶା ବକାନି ମଧ୍ୟ ଏହି ଅବସରର ଯୋଗଦାନ କରି ସଭିଙ୍କୁ ନୂଆଖାଇର ଶୁଭକାମନା ଜଣାଇଥିଲେ।

ସମସ୍ତ ଅତିଥିଙ୍କୁ ଆୟୋଜକ ମାନଙ୍କ ତରଫରୁ ସମ୍ବଲପୁରୀ ବସ୍ତ୍ର ଓ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ସମ୍ବଲପୁରର ଲୋକନୃତ୍ୟ ମଣ୍ଡଳୀ “ରଙ୍ଗ ଫରୁଆ” ଲୋକପ୍ରିୟ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ପଦ୍ମଶ୍ରୀ ଡା: ଜିତେନ୍ଦ୍ର ହରିପାଲଙ୍କ ସଙ୍ଗୀତ ରଙ୍ଗବତୀର ତାଳେ ନାଚି ନାଚି ଦର୍ଶକ ମତୁଆଲା ହୋଇଉଠିଥିଲେ।

ଆୟୋଜନ କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ପ୍ରଦୀପ ପଣ୍ଡା “ରଙ୍ଗ ଫରୁଆ” ମଣ୍ଡଳୀକୁ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରିଥିଲେ।

ଆୟୋଜନ କମିଟି ମେଧାବୀ ତଥା ଖେଳକୁଦ ଓ କଳା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ସମ୍ବଲପୁରୀ ବସ୍ତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବଲପୁରୀ କପଡାକୁ ନେଇ ଡିଜାଇନର ବସ୍ତ୍ର ପ୍ରସ୍ତୁତ କରୁଥିବା ଏକ ସମ୍ବଲପୁର ସ୍ଥିତ କମ୍ପାନୀ “Traditional Vougue” ଅନୁକୂଲ୍ୟରେ ସମ୍ବଲପୁରୀ ବସ୍ତ୍ରକୁ ନେଇ ଏକ ଫାଶନ ସୋ ଅନୁଷ୍ଠିତ ହୋଇଥିଲା। ସମସ୍ତ ପ୍ରତିଭାଗୀଙ୍କୁ ଖିରୀ ଓ ମଣ୍ଡାପିଠା ଦ୍ଵାରା ଆପ୍ୟାୟିତ କରାଯାଇଥିଲା।

ଆଯୋଜକମାନଙ୍କ ତରଫରୁ SBI General Life Insurance, National Payment Corporation of India, Tata Motors, IDBI Capital, Traditional Vouge, ବୈଶାଖୀ , Union Bank, Canara Bank, Ferro Tech India, Siddhi Trade matrix, Bank of India ଓ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗକୁ କୃତଜ୍ଞତା ଜ୍ଞାପନ କରାଯାଉଛି। ଆଯୋଜକମାନଙ୍କ ତରଫରୁ ଓ ଟିଭି ଓ କଳିଙ୍ଗ ଟିଭିକୁ ଉତ୍ସବର ପ୍ରସାରଣପାଇଁ କୃତଜ୍ଞତା ଜ୍ଞାପନ କରାଯାଉଛି।

ଓଡିଶ ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପ୍ରବାସୀ ଓଡିଆ Tagged With: ପ୍ରବାସୀ ଓଡ଼ିଆ, ମୁମ୍ବାଇ

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version