Site icon Odisha.com

ପ୍ରବାସୀ ଓଡିଆ ଝିଅଙ୍କ ଦୁବାଇ ରେ ଓଡ଼ିଶୀ ନୃତ୍ୟ ପରିବେଷଣ

ୟୋଗେଶ ଭାୟାଣୀ

ଦୁବାଇ, ମାର୍ଚ ୨୮ ( ଓଡିଶା ଡଟ କମ)ସଂଯୁକ୍ତ ରାଷ୍ଟ୍ର ଏମିରେଟସ ରେ ବାସ କରୁଥିବା ପ୍ରବାସୀ ଓଡ଼ିଆ କୁନି ଝିଅ ମାନଙ୍କର ସମୂହ ଦୁବାଇର ଗ୍ଲୋବାଲ ଭିଲେଜର ଇଣ୍ଡିଆ ପେଭିଲିଅନରେ ନିକଟରେ ପରିବେଷଣ କରିଥିବା ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ଦ୍ଵାରା ପ୍ରଶଂସିତ ହୋଇଛି ।


“ତପସ୍ୟା ଡ୍ୟାନ୍ସର୍ସ” ର ଛାତ୍ରୀ ଅକ୍ସୀତା ଶତପଥୀ, ଆଞ୍ଚଲ ପରିଡା, ଅନିଶା ଲେଙ୍କା, ଅଶ୍ଵିନା ବକ୍ସି, ପ୍ରାଚୀ ଭାୟାଣୀ, ପ୍ରାର୍ଥନା ପ୍ରତାପ ସିଂ, ରୁପଲ ମହାପାତ୍ର ଓ ତମନ୍ନା ରଥ, ଗୁରୁ ରଶ୍ମୀ ରାଜଙ୍କ ମାର୍ଗଦର୍ଶନରେ ମହିଷାମର୍ଦ୍ଧିନୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଦୁବାଇର ଗ୍ଲୋବାଲ ଭିଲେଜ ବିଶ୍ୱର ଅନ୍ୟତମ ବୃହତ୍ତମ ପାରିବାରିକ, ସାଂସ୍କୃତିକ, ପର୍ଯ୍ୟଟନ, ଅବକାଶ ଏବଂ ମନୋରଞ୍ଜନର ଏକ ମଞ୍ଚ ଯେଉଁଠାରେ ୭୫ଟି ଦେଶର କଳାକାର ଭାଗ ନେଇ ନିଜର କଳାକୃତି ପ୍ରଦର୍ଶନ କରିଥାନ୍ତି ।

“ମୋର ଛାତ୍ର ମାନେ ସୁନ୍ଦର ନୃତ୍ୟ ପରିବେଷଣ କରି ସୁଦୂର ଦୁବଇ ମାଟିରେ ଆମ ଜନ୍ମଭୂମିର ଗୌରବ ଓ ସଂସ୍କୃତିର ଝଲକ ପ୍ରଦର୍ଶିତ କରିପାରିଥିବାରୁ ମୁ ଗର୍ବିତ”, ନୃତ୍ୟ ଗୁରୁ ରଶ୍ମୀ ରାଜ ଓଡିଶା ଡଟ କମ କୁ କହିଛନ୍ତି।

ଉପସ୍ଥିତ ଥିବା ଦର୍ଶକ ପିଲାମାନଙ୍କର ନୃତ୍ୟ ରେ ମନ୍ତ୍ରମୁଗ୍ଧ ହୋଇଥିଲେ ଓ ଉଭୟ ଦର୍ଶକ ଏବଂ ଗ୍ଲୋବାଲ ଭିଲେଜର ଆୟୋଜକ ମାନେ ଏହି ନୃତ୍ୟ ପରିବେଷଣକୁ ଖୁବ ପସନ୍ଦ କରିଥିଲେ ।

ଓଡିଶା ଡଟ କମ

Exit mobile version