• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରଥଯାତ୍ରା ଅବସରରେ ଭକ୍ତିସଙ୍ଗୀତର ପ୍ରସାର ପାଇଁ ‘ଓଡ଼ିଶାଲାଇଭ୍‍’ ପକ୍ଷରୁ ସୋସିଆଲ ମିଡିଆ ଅଭିଯାନ

June 28, 2018 by admin Leave a Comment

ଭୁବନେଶ୍ୱର, ୨୮।୬।୨୦୧୮: ପବିତ୍ର ରଥଯାତ୍ରା ଅବସରରେ ସୋସିଆଲ ମିଡିଆରେ ଏକ ଭକ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଆଗେଇ ଆସିଛି ଓଡ଼ିଶାର ଆଗଧାଡ଼ିର ଡିଜିଟାଲ ପୋର୍ଟାଲ ଓଡ଼ିଶାଲାଇଭ୍‍।

ସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ୟ୍ୟନ୍ତ ୨୮ ଦିନର ଅବଧି ମଧ୍ୟରେ ପ୍ରତିଦିନ ଗୋଟିଏ ଗୋଟିଏ ଭକ୍ତି ସଙ୍ଗୀତ ଓଡ଼ିଶାଲାଇଭ୍‍‍ର ଫେସବୁକ ପେଜରେ ପୋଷ୍ଟ କରାଯାଉଛି। ତା’ ସାଙ୍ଗକୁ ଏହି ଲୋକପ୍ରିୟ ଭଜନ ଓ ଜଣାଣଗୁଡ଼ିକୁ ୟୁଟ୍ୟୁବ୍‍, ଟୁଇଟର, ଇନଷ୍ଟାଗ୍ରାମ ଆଦି ସୋସିଆଲ ଚ୍ୟାନେଲ ମାଧ୍ୟମରେ ପ୍ରସାର କରାଯାଉଛି।

ଓଡ଼ିଶାଲାଇଭର ଏହି ଭକ୍ତି ସଙ୍ଗୀତ ପ୍ରସାର ଅଭିଯାନର ନାଁ ରହିଛି ‘ହେ ଚକାନୟନ’। ପ୍ରସିଦ୍ଧ ଭଜନ ଗାୟିକା ଶାନ୍ତିଲତା ବାରିକ ଛୋଟରାୟଙ୍କ କ୍ଲାସିକ ଉପସ୍ଥାପନା ‘ହେ ଚକାନୟନ’ ସ୍ନାନ ପୂର୍ଣ୍ଣିମା ଦିନ ଆରମ୍ଭ ହୋ‍ଇଥିବା ଏହି ଅଭିଯାନରେ ସ୍ଥାନ ପାଇଛି।

‘ହେ ଚକାନୟନ’ ସୋସିଆଲ ମିଡିଆ ଅଭିଯାନ ଅବସରରେ ଓଡ଼ିଶାଲାଇଭ ପକ୍ଷରୁ ବଛାବଛା ଭଜନ ଓ ଜଣାଣ ଦର୍ଶକମାନଙ୍କ ପାଇଁ ଉପସ୍ଥାପନ କରାଯାଉଛି। ତା’ ମଧ୍ୟରେ ରହିଛି ‘ଜଗବନ୍ଧୁ ହେ ଗୋସାଇଁ’, ‘ଚନ୍ଦନ ଲାଗି ସମୟେ ଚିତ୍ତ ଚିନ୍ତାମଣିକି’, ‘ବାଲିରେଣୁ ମହାବନ୍ଧ ସୁଜନେ ହେ’, ‘ସେ ତ ଭକତ ଭାବରେ ବନ୍ଧା’, ‘ଭୁଜ ତଳେ ମୋତେ ରଖ ମହାପ୍ରଭୁ’, ‘ଚକାନୟନକୁ ପତିତ କେହି’।

ଏହିସବୁ ଲୋକପ୍ରିୟ ଭକ୍ତି ସଙ୍ଗୀତଗୁଡ଼ିକୁ ବିଭିନ୍ନ ସମୟରେ ଗାଇଛନ୍ତି ଶାନ୍ତିଲତା ବାରିକ ଛୋଟରାୟ, ମନ୍ମଥ ମିଶ୍ର, ସୁସ୍ମିତା ଦାସ, ଅରବିନ୍ଦ ମୁଦୁଲି, ବିଜୟ ଜେନା, ମହାପ୍ରସାଦ କର, ସୁଧା ମିଶ୍ର, ନମ୍ରତା ମହାନ୍ତି, ସୌରଭ ନାୟକଙ୍କ ଭଳି ପ୍ରସିଦ୍ଧ କଳାକାରମାନେ। ସୋସିଆଲ ମିଡିଆରେ ଦର୍ଶକମାନେ ଏହି ଲୋକପ୍ରିୟ ଭକ୍ତିଗୀତଗୁଡ଼ିକୁ ଶୁଣିବା ସହ ନିଜର କମେଣ୍ଟ ଦେଇପାରିବେ। ଏଗୁଡ଼ିକ ସେୟାରକରି ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶାଲାଇଭ୍‍ ପ୍ରସାରଣ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

“ଦେଶବିଦେଶରେ ଥିବା ଓଡ଼ିଆ ଶ୍ରୋତା ବିଶେଷକରି ଜଗନ୍ନାଥ ଭକ୍ତିସଙ୍ଗୀତକୁ ଖୋଜୁଥିବା ଗୀତ ରସିକମାନଙ୍କ ପାଇଁ ଏହା ଏକ ସୁନ୍ଦର ସୁଯୋଗ ହେବ”, କହିଛନ୍ତି ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥ। ଏହାଛଡ଼ା ପ୍ରତିବର୍ଷ ଭଳି ଓଡ଼ିଶାଲାଇଭ୍‌ ରଥଯାତ୍ରା ସମୟରେ ବିଭିନ୍ନ କାର୍ୟ୍ୟକ୍ରମର ବ୍ୟାପକ ପ୍ରସାର କରିବା ସହ ପୁରୀରୁ ଶ୍ରୀଗୁଣ୍ଡିଚା, ବାହୁଡ଼ା, ସୁନାବେଶ, ଅଧରନୀତି ଏବଂ ନୀଳାଦ୍ରିବିଜେ ନୀତିର ସିଧା ପ୍ରସାରଣ କରିବାକୁ ଯାଉଛି ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି।

ଓଡିଶା ଡଟ କମ

admin
admin

Filed Under: କଳା ଓ ସଂସ୍କୃତି Tagged With: ଦେଶବିଦେଶ, ବାହୁଡ଼ା, ଭକ୍ତିସଙ୍ଗୀତ, ସୁନାବେଶ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version