Site icon Odisha.com

ଓଡ଼ିଶାରେ ବିଦ୍ୟାଳୟ(ଶିକ୍ଷା) ରୂପାନ୍ତରୀକରଣ :-ଏକ ଆଲେଖ୍ୟ

ଅମାତ୍ୟ କୁମାର ପ୍ରଧାନ

ଶିକ୍ଷା କହିଲେ କଅଣ ? ଏହାର ଉତ୍ତରରେ ଆମେ କହିପାରିବା ଯେ ” ଶିକ୍ଷା ହେଉଛି ଏପରି ଏକ ସାମାଜିକ ଆୟୋଜନ ଏବଂ ନିୟନ୍ତ୍ରିତ ନିରନ୍ତର ପ୍ରକ୍ରିୟା ଯେଉଁଥିରେ କି ପୂର୍ବବର୍ତ୍ତୀ ସମାଜିକ ସଂରଚନା ଠାରୁ ପରବର୍ତୀ(ବର୍ତମାନ କୁ) ପିଢ଼ି କୁ ସଂଚାରିତ ଆଖିଦୃଶିଆ ପରିବର୍ତନ । ଆଜକୁ ୨୧ ବର୍ଷ ପୂର୍ବେ ୨୦୦୧-୦୨ ମସିହାରେ ୬ ରୁ ୧୪ ବର୍ଷ ବୟସ୍କ ସମସ୍ତଙ୍କୁ ଉପାଦେୟ ଓ ଗୁଣାତ୍ମକ ମାନର ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ଉଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ସର୍ବ ଶିକ୍ଷା ଅଭିଯାନ ସମଗ୍ର ଦେଶରେ ଆରମ୍ଭ କରାଯାଇଥିଲା । ସେତେବେଳେ ମୁଖ୍ୟ ଉଦେଶ୍ୟ ଥିଲ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ର ସାର୍ବଜନୀନ କରଣ ।

ଓଡିଶା ପରିପ୍ରେକ୍ଷୀରେ ଦେଖିଲେ ଶିକ୍ଷାନୁଷ୍ଠାନ ମାନଙ୍କ ଉପଲବ୍ଧତା ମଧ୍ୟ ଦେଶର କୋଣ ଅନୁକୋଣରେ ନିଅଣ୍ଟ ଥିଲା । ଅନେକ ଅଂଚଳ ଶିକ୍ଷାର ଆଲୋକରୁ ଅପହଞ୍ଚ ଥିଲା ସେଥିପାଇଁ ସରକାରଙ୍କ ଦ୍ୱାରା ପ୍ରତି ୧ କିଲୋମିଟର ଦୂରରେ ପ୍ରାଥମିକ ଶିକ୍ଷା ପ୍ରଦାନ ପାଇଁ ଶିକ୍ଷା ଗ୍ୟାରେଣ୍ଟି ଯୋଜନା (EGS ) କିଂକଳ୍ପ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ପ୍ରାୟ ସବୁ ଅଂଚଳରେ ବିଦ୍ୟାଳୟ ମ।ନ ସ୍ଥାପନ କରାଗଲା । ସର୍ବ ଶିକ୍ଷା ଅଭିଯାନର ପ୍ରଥମାର୍ଦ୍ଧରେ ପ୍ରାୟ ସମସ୍ତ ଯୋଗ୍ୟ ପିଲାଙ୍କୁ ନାମାଙ୍କନ ,ତଥା ସେମାନଙ୍କ ୮ ବର୍ଷର ପ୍ରାଥମିକ ଶିକ୍ଷା କୁ ସମାପ୍ତ କରିବା କ୍ଷେତ୍ରରେ ଏକ ବିରାଟ ଉପଲବ୍ଧି ହାସଲ କରାଗଲା । ପ୍ରଥମେ ଶିକ୍ଷକ ,ଶିକ୍ଷାବିଦ ,ଗୋଷ୍ଠୀ ତଥା ପିତା ମ। ତ। ,ଏପରିକି ଶିକ୍ଷା ସହ ସମ୍ପୃକ୍ତ ତତ୍କାଳୀନ ପ୍ରଶାସନିକ ଅଧିକାରୀ ମାନେ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ସନ୍ଦିହାନ ଥିଲେ ।

ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଭଳି ଏହା ଆସିବା ଓ ଯିବ ଭାବି ଅତ୍ୟନ୍ତ ହେୟ ଜ୍ଞାନ କରିବା ପୂର୍ବକ କାର୍ଯ୍ୟକ୍ରମ କୁ ଆନ୍ତରିକତା ସହ ରୂପାୟନ କରିବାରେ ବହୁତ କୁଣ୍ଠିତ ହେଉଥିଲେ । କିଛି ଅଧିକାରୀ ସଭା ସମିତି ମାନଙ୍କରେ ଖୋଳଖୋଲୀ କହୁଥିଲେ ଯେ ସେମାନେ ଅର୍ଥାତ ଏହିସବୁ କାର୍ଯ୍ୟକ୍ରମ ହେଉଛନ୍ତି ଶିକ୍ଷା ବିଭାଗ ପାଇଁ ଅତିଥି । ଅତିଥି ମାନେ ଯେମିତି ଘରକୁ ଆସିଲେ ଶିଶୁ ମାନଙ୍କୁ ପାଇଁ ଫଳ ,ମିଠା ଇତ୍ୟାଦି ଆଣିଥାନ୍ତି ଠିକ ସେହି ଭଳି ଶିକ୍ଷା କାର୍ଯ୍ୟକ୍ରମ ବିଦ୍ୟାଳୟ ପୋଷାକ,ପଠନ ସାମଗ୍ରୀ ,ପୁସ୍ତକ ତଥା ଅତିରିକ୍ତ ଶ୍ରେଣୀ କୋଠରୀ ଭଳି ଉପହାର ଆଣି ଛନ୍ତି ଓ କିଛି ସମୟ (ବର୍ଷ ) ପରେ ପ୍ରସ୍ଥାନ କରିବେ ।

କିନ୍ତୁ ଓଡିଶା ସରକାରଙ୍କ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସବୁ ପ୍ରକୃତରେ ଶିକ୍ଷା ର ପରିବର୍ତନ କୁ କ୍ରମଶଃ ହେବ। ପରିବର୍ତେ ଏକ ଲମ୍ଫ ମାରିବା ସଦୃଶ ସାବ୍ୟସ୍ତ ହୋଇଛି ଏଥିରେ ସନ୍ଦେହ ନାହିଁ ।
ଏଠାରେ ଆଉ ଗୋଟିଏ କଥା ସ୍ମରଣ କରାଇବା ଉଚିତ ହେବ ଯେ ଉପରୋକ୍ତ କାର୍ଯ୍ୟକ୍ରମ ଆସିବା କିଛି ବର୍ଷ ଅର୍ଥାତ ୧୯୯୫ ପୂର୍ବରୁ ବିଦ୍ୟାଳୟ ମାନଙ୍କରେ ସାଧାରଣ ଚକ ଓ ଡଷ୍ଟର ମଧ୍ୟ ଉପଲବ୍ଧ ନ ଥିଲା । ଶିକ୍ଷଣ ସାମଗ୍ରୀ କହିଲେ କେବଳ କେତୋଟି ମାନଚିତ୍ର ବା ଗୋଟିଏ ପୁରୁଣା ଗ୍ଲୋବ ଛଡା ଆଉ କିଛି ଉପଲବ୍ଧ ନ ଥିଲା । ଗ୍ୟାରେଜ ମାନଙ୍କରେ ବ୍ୟବହାର କଲା ଭଳି ପୁରୁଣା କପଡା ରେ କଳାପଟା ସଫା କରୁଥିବ। କଥା ସମସ୍ତଙ୍କର ଅଙ୍ଗେ ନିଭା କଥା ।

ଏହି ପୁରୁଣା କପଡା ରେ କଳା ପଟ। ସଫା କରିବା ,ବର୍ଷା ଦିନ ଶ୍ରେଣୀ ଗୃହରେ ପାଣି ଗଳିବା ,ଖରା ଦିନେ ଖରା ଆଲୁଅ ଶ୍ରେଣୀ ରେ ପଡିବ ,ପାନୀୟ ଜଳ ଉପଲବ୍ଧ ନ ହେବ। ଏପରିକି ଶୌଚାଳୟ ପାଇଁ ଆମେ ସବୁ ପାଖ ପୋଖରୀ କୁ ଯିବ ଅତି ସାଧାରଣ କଥା ଥିଲା । ଅନାକର୍ଷଣୀୟ ବିଦ୍ୟାଳୟ ପରିବେଶ ଓ ଆବଶ୍ୟକୀୟ ଭିତ୍ତିଭୂମି ଅନେକ ପିଲାମାନଙ୍କ ପାଇଁ ଅଧାରୁ ତ୍ୟାଗ କରିବ। ଏକ ସ୍ୱାଭାବିକ ପ୍ରକ୍ରିୟା ଥିଲା ଏହିପରି ଦୁରବସ୍ଥା ରୁ ” ବିଦ୍ୟାଳୟ ରୁପନ୍ତରୀକରଣ” ଅନ୍ତର୍ଗତ ଆଜିର ସ୍ମାର୍ଟ ଶ୍ରେଣୀ ଗୃହ,ସ୍ମାର୍ଟ ବେଞ୍ଚ ,ଏ-ଲାଇଵ୍ରରୀ,ବିଜ୍ଞାନ ପରୀକ୍ଷା ଗାର ,ସୁନ୍ଦର ବିଦ୍ୟାଳୟ ପରିବେଶ ଯିଏ ଆଖିରେ ଦେଖିଛେ ସିଏ ନିହାତି ଆଖିଦୃଶିଆ ସ୍ଥାନାନ୍ତରଣରେ ଖୁସି ଅନୁଭବ କରିବ।

ଯେ କୌଣସି ସଫଳତା କୁ ଯଦି ଆମେ ଅଂଗୀକାର କରି ସଫଳତା ର ଶ୍ରେୟ ଯାହାକୁ ଦେବା କଥା ନ ଦେବା ତାହେଲେ ଅନ୍ୟାୟ ହେବ ତଥା ଆମ ଓଡ଼ିଆ ଜାତି ର ଉନ୍ନତିକୁ ଆମେ ଅଣଦେଖା କରିବା ହିଁ ସାରା ହେବ । ପ୍ରକୃତରେ ଓଡିଶା ସରକାରଙ୍କ “ମୋ ବିଦ୍ୟାଳୟ” ଉଦ୍ୟମ ଓ ୫ଟି ଅନ୍ତର୍ଗତ ବିଦ୍ୟାଳୟ ” ରୂପାନ୍ତରୀକରଣ ଯୋଜନା” କୁ (କିଛି ସମାଲୋଚନା ସତ୍ୱେ) ଜଣେ ଯଦି ଅଗ୍ରାହ୍ୟ କରିବା ତେବେ ଆମ ଶିକ୍ଷା ,ଶିକ୍ଷାୟତନ ଓ ଶୈକ୍ଷିକ ଉନ୍ନତି ପାଇଁ ସରକାରଙ୍କ ସକାରାତ୍ମକ ମନୋଭାବ କୁ ଅସ୍ବୀକାର ଛଡା ଆଉ କିଛି ନୁହେଁ ।

ଆଦିବାସୀ ବହୁଳ ଉପାନ୍ତ ସୁନ୍ଦରଗଡ ଜିଲ୍ଲାର କୁଟ୍ରା ବ୍ଲକ ଅନ୍ତର୍ଗତ କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ , କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମ୍ଭ ଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ବିଦ୍ୟାଳୟ ପରିବେଶ ଓ ପଠ୍ୟଦାନ ତଥା ବରଗାଁ ବ୍ଲକ ଅନ୍ତ୍ରର୍ଗତ “ଏକମା ସରକାରୀ ବିଦ୍ୟାଳୟ” ର ମୋ ସ୍କୁଲ ର ଗୋଷ୍ଠୀ ସମ୍ପୃକ୍ତି ଯିଏ ଆଖିରେ ନ ଦେଖିଚି ସିଏ ଜମାରୁ ବିଶ୍ୱାସ କରିବା ନାହିଁ ଯେ ଏହିପରି ପରିବର୍ତନ କ୍ରମଶଃ ହୋଇଛି ବରଂ ଏହା ଏକ ଆକସ୍ମିକ ଲମ୍ଫ ପ୍ରଦାନ ସଦୃଶ ।

ଏ ସବୁ ବିଦ୍ୟାଳୟ ଯେ ସରକାରୀ ପ୍ରୋତ୍ସାହନ ର ବିଧି ବ୍ୟବସ୍ଥା ଭିତରେ ଏତେ ଶ୍ରେୟ ଅର୍ଜନ କରିବା ପଛରେ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କର ନିଷ୍ଠାପର ଉଦ୍ୟମ ଓ ଅନୁଷ୍ଠାନ ର କର୍ମଚାରୀ ମାନଙ୍କ ସକାରାତ୍ମକ ମନୋଭାବ ସହିତ ସାମୁହିକ ତତ୍ପରତା ହିଁ ଜଡିତ । ଏହି ତିନୋଟି ବିଦ୍ୟାଳୟ ର ଏକ ବୈଶିଷ୍ଟ୍ୟ ହେଲା ଜିଲ୍ଲାର ଅଖା ପାଖ ଅନ୍ୟ ବ୍ଲକ ରୁ ଏଠାରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢିବା ର ଆଗ୍ରହ ଓ ଛାତ୍ର ଛାତ୍ରୀ ମାନେ ବେସରକାରୀ ବିଦ୍ୟାଳୟ ରୁ ପାଠ ପଢା ବନ୍ଦ କରି ସମ୍ପୃକ୍ତ ସରକାରୀ ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇବା ।

ସମାନ ସରକାରୀ ସୁବିଧା ସୁଯୋଗ ପ୍ରଦାନ ମାଧ୍ୟମରେ ଗୋଟିଏ ଅନୁଷ୍ଠାନ କୁ କେତେ ଉତ୍କର୍ଷ ଗଠନ କରାଯାଇପାରେ ତାହାର ଏକ ଏକ ମାଇଲ ଖୁଣ୍ଟ ଏହି ସବୁ ବିଦ୍ୟାଳୟ । ଏକ ଉତ୍କର୍ଷ ବିଦ୍ୟାଳୟ ତାହାକୁ କହିବା ଯେଉଁଠି ଆମନ୍ତ୍ରଣକ। ରି ପରିବେଶ ,ସୁରକ୍ଷିତ ,ଜ୍ଞାନ ଉଦ୍ରେକ କାରି ଶିକ୍ଷଣ ପରିବେଶ ଉପଲବ୍ଧ ହେଉଥିବା । ଉତ୍କର୍ଷ ଶିକ୍ଷାୟତନ ଏଭଳି ଏକ ସ୍ଥାନ ଯେଉଁଠି ଭୌତିକ ସଂରଚନା ଉତ୍କୃଷ୍ଟ ଓ ମାନବ ସମ୍ବଳ ସନ୍ତୁଳିତ ହିସାବରେ ସମସ୍ତ ଶିକ୍ଷାର୍ଥୀ ମାନଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେଉଥିବା ,ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଗତ କୁଟ୍ରା ଉଚ୍ଚ ବିଦ୍ୟାଳୟ ହେଉ କିମ୍ବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମ୍ଭଝରିଆ ଉଚ୍ଚ ବିଦ୍ୟାଳୟ ଏହିସବୁ ଉପାଦାନ ବିଶିଷ୍ଟ ଗୋଟିଏ ଗୋଟିଏ ଉଦାହରଣ ବା ଉପଲବ୍ଧି ।

ତେବେ ଓଡିଶା ସରକାରଙ୍କ “ବିଦ୍ୟାଳୟ ରୂପାନ୍ତରୀକରଣ ” କାର୍ଯ୍ୟକ୍ରମ ଅନ୍ତର୍ଗତ ଅଗ୍ରସର ହେଉଥିବା ବିଦ୍ୟାଳୟ ସମୂହ ପ୍ରକୃତରେ ଶିକ୍ଷାରେ ଓଡ଼ିଶାର ଅଗ୍ରଗତି ସମ୍ପର୍କରେ ଏକ ଆଖି ଦୃଶିଆ ,ମାଇଲ ଖୁଣ୍ଟ । ଆଗରୁ ସରକାରୀ ବିଦ୍ୟାଳୟ କହିଲେ ଆମ ମନରେ ଧାରଣ ଥିଲା ଯେ ଗ୍ରାମର ସବୁଠାରୁ ଅବହେଳିତ କୋଠା ,ସବୁଠାରୁ କମ ଶୈକ୍ଷିକ କାର୍ଯ୍ୟ ସମ୍ପାଦନା ହେଉଥିବା ଅନୁଷ୍ଠାନ ,ଛାତ୍ର ଛାତ୍ରୀ ଅନୁପାତରେ ସବୁଠାରୁ ନିକୃଷ୍ଟ ଧରଣର ଶିକ୍ଷକ ,ତଥା ଅତି ନିମ୍ନ ମନର ଉପସ୍ଥାନ ହାର ଥିବା ଏହି ଧାରଣ। କୁ ବିଶେଷ କରି ଗତ କିଛି ବର୍ଷ ର ରୂପାନ୍ତରୀକରଣ ଭୁଲ ପ୍ରମାଣିତ କରିଛି ।

ବର୍ତମାନ ଆମେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଏଭଳି ସରକାରୀ ଅନୁଷ୍ଠାନ ସମ୍ପର୍କରେ ଉଦାହରଣ ଦେଇପାରିବ। ଯେ ସରକାର ଯଦି ଚାହିଁବା ଶିକ୍ଷା ର କଳେବର କେତେ ଶୀଘ୍ର ରୂପାନ୍ତରିତ କରାଯାଇପାରେ । କିଛି ଲୋକ ଯଦିଓ ଠିକାଦାର ପ୍ରସୂତ ବିକାଶ ର ଆଖ୍ୟା ଦେଇ ସମାଲୋଚନା କରିଥାନ୍ତି ତାହା ଆଯୁକ୍ତିକର କାରଣ ବିଦ୍ୟାଳୟରେ ଏତେ ଉନ୍ନତ ମ। ନର ପୁସ୍ତକାଳୟ ,ବିଜ୍ଞାନାଗାର ,ବେଞ୍ଚ ,ସ୍ମାର୍ଟ ବୋର୍ଡ଼ ସହିତ ଇ-ପୁସ୍ତକ। ଗ। ର ପାଇଁ ଏତେ ସଂଖ୍ୟକ ଇଣ୍ଟେର୍ନେଟ ସଂଯୁକ୍ତ କୋମ୍ପୁଟର ସ୍ବପ୍ନ ଥିଲା । ଅବଶ୍ୟ କିଛି କାଂଶରେ ଏହାର ବ୍ୟତିକ୍ରମ ଥାଇପାରେ ।

ଦିଲ୍ଲୀ ସରକାର ପାଞ୍ଚ ବର୍ଷ ଭିତରେ କିଛି ସଂଖ୍ୟକ (୨୫୦)ବିଦ୍ୟାଳୟ କୁ ରୂପାନ୍ତରିତ କରି ବାହାବ ନେଉଥିବା ବେଳେ ଓଡିଶା ରେ ଏହି ସଂଖ୍ୟା ବର୍ଷେ ଦୁଇ ବର୍ଷ ଭିତରେ ୧୦୦୦ । ଯଦି ଆମେ ଦେଖିବା ଦିଲ୍ଲୀ ନଗର ରାଜ୍ୟ ହୋଇଥିବା ବେଳେ ଓଡିଶା ବନ ,ପାହାଡ ,ନଦୀ ପରିହିତ ସୁଦୂର ମାଲକାନଗିରି ରୁ ଆରମ୍ଭ କରି ସୁନ୍ଦରଗଡ ,ମୟୁରଭଞ୍ଜ ,ପୁରୀ ଠାରୁ ଆରମ୍ଭ କରି ଗଜପତି ,କନ୍ଧମାଳ ଭଳି ବିଭିନ୍ନ ସାଂସ୍କୃତିକ ଓ ଭୌଗୋଳିକ ବିଭିନ୍ନତା ର ସମାହାର ।

ଏକ ଉତ୍କର୍ଷ ବିଦ୍ୟାଳୟ ତାହାକୁ କହିବା ଯେଉଁଠି ଆମନ୍ତ୍ରଣକ। ରି ପରିବେଶ ,ସୁରକ୍ଷିତ ,ଜ୍ଞାନ ଉଦ୍ରେକ କାରି ଶିକ୍ଷଣ କାରି ପରିବେଶ ଉପଲବ୍ଧ ହେଉଥିବା । ଶିକ୍ଷାୟତନ ଏଭଳି ଏକ ସ୍ଥାନ ଯେଉଁଠି ଭିତ୍ତି ସଂରଚନା ଉତ୍କୃଷ୍ଟ ତଥା ଉଭୟ ଭୌତିକ ଓ ମାନବ ସମ୍ବଳ ସନ୍ତୁଳିତ ହିସାବରେ ସମସ୍ତ ଶିକ୍ଷାର୍ଥୀ ମାନଙ୍କ ପାଇଁ ଉପାଦେୟ ସାବ୍ୟସ୍ତ ହେଉଥିବା

ତେବେ ଜାତୀୟ ଶିକ୍ଷା ନୀତି ୨୦୨୦ ର ପୃଷ୍ଠଭୂମିରେ ଆମେ ଯଦି ପରଖିବା ତେବେ ଆବଶ୍ୟକୀୟ ଭୌତିକ ସୁବିଧା ବିଦ୍ୟାଳୟ ରୂପାନ୍ତରୀକରଣ ମାଧ୍ୟମରେ ତ ପର୍ଯ୍ୟାୟ କ୍ରମେ ଉପଲବ୍ଧ କରାଯାଉଛି । ଶିକ୍ଷା ର ଶରୀର ହେଉଛି ଶିକ୍ଷୟତନ କିନ୍ତୁ ଆତ୍ମା ହେଉଛି ଛାତ୍ରଛାତ୍ରୀ ଙ୍କ ଉଭୟ ଶୈଖିକ ଓ ଅଣ ଶୈକ୍ଷିକ କ୍ଷେତ୍ରରେ ସାମଗ୍ରିକ ବିକାଶ । ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଯେଉଁ କେତୋଟି ବିଷୟ ଉପରେ ଆମର ସାମଗ୍ରିକ ପ୍ରୟାସ ଲୋଡ଼ା ସେଗୁଡିକ ପ୍ରତି ସରକାରୀ ଉଦ୍ୟମ ଭିତରେ ସୀମିତ କଲେ ଆମେ ସଫଳ ହୋଇପାରିବ ନାହିଁ ।

ଏହିପାଇଁ ସଭ୍ୟ ସମାଜ ,ପିତା ମାତା,ବେସରକାରୀ ଅନୁଷ୍ଠାନ ,ଶିକ୍ଷାବିତ ,ଗଣମାଧ୍ୟମ ସର୍ବୋପରି ମୋ-ସ୍କୁଲ ଅନ୍ତର୍ଗତ ପୁରାତନ ଛାତ୍ରଛାତ୍ରୀ ଙ୍କ ସାମ୍ବିଳିତ ପ୍ରୟାସ ହିଁ ଆବଶ୍ୟକ । ଏହିସବୁ ନରମ ବା କୋମଳ ଉପାଦାନ ଶିକ୍ଷାର୍ଥୀ ମାନଙ୍କ ପାଇଁ ହେଉଛି କ) ସାଧାରଣ ଗଣନ ଓ ଭାଷା ସମ୍ପର୍କିତ ଜ୍ଞାନ ର ଆଧାର ଶିଳା ରଖିବା ଖ) ଶିକ୍ଷାର୍ଥୀ ନିଜ ର ରୁଚି ଓ ପ୍ରତ୍ୟୟ ଉପରେ ଆଗକୁ ବଢିବା ପାଇଁ ପ୍ରୟାସ ଗ) ଭାଷା ,ସାହିତ୍ୟ, କ୍ରୀଡା,ଆମୋଦ ପ୍ରମୋଦ ପ୍ରଭୃତି ର ବହୁବିଧ ଶୃଙ୍ଖଳାର ଏକତ୍ରୀକରଣ ଊଂ) ଯୁକ୍ତିସଂଗତ ନିଷ୍ପତ୍ତି ତଥା ନୈତିକ ମୂଲ୍ୟବୋଧ ସମ୍ପର୍ଣ ଆଚରଣ କରିବାରେ ସମର୍ଥ ହେବ ଚ) ଜୀବନ କୌଶଳ ଶିକ୍ଷା ଛ) ସାମାଜିକ ସହାବସ୍ଥାନ ରେ ସହାୟକ ହେବ। ସେହିପରି ଶିକ୍ଷଣ ପ୍ରକ୍ରିୟାର ଆଦ୍ୟ ଓ ମୂଳ ପିଣ୍ଡ ହିସାବରେ ଶିକ୍ଷକ ମାନଙ୍କ ପାଇଁ ହେଲା ଛାତ୍ରଛାତ୍ରୀ ମାନଙ୍କ ଭିତରେ ଥିବା ସାମର୍ଥ୍ୟ ର ଅସମାନତା କୁ ମଣିଷ ଜୀବନର ଏକ ଅବିଛେଦ୍ୟ ଅଙ୍ଗ ଭାବରେ ବିବେଚନା କାରି ସମସ୍ତଙ୍କ ଅନ୍ତର୍ଭୁକ୍ତି କୁ ସୁନିଶ୍ଚିତ କରିବା ।

ବର୍ତମାନ ର ସୂଚନ। ଓ ପ୍ରଯୁକ୍ତି ନିଜର ଜ୍ଞାନ କୌଶଳ କୁ ଶାଣିତ କରି ଶୀକ୍ଷଥି ମାନଙ୍କୁ ସେ କ୍ଷେତ୍ରରେ ପ୍ରୋତ୍ସାହିତ କରିବା । ଶିକ୍ଷା କୁ ଏକ ଉଚ୍ଚ ସମ୍ମାନ ସ୍ପଦ ବୃତ୍ତି ହିସାବରେ ଶିକ୍ଷକ ତଥା ସମାଜର ଅନ୍ୟମାନେ ଗ୍ରହଣ କରି ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ବାଞ୍ଚନୀୟ କାରଣ ଆମେ ଆମ ଭବିଷ୍ୟତ ପିଢ଼ିର କ୍ରମବର୍ଦ୍ଧିଷ୍ଣୁ ଅବସ୍ଥା କୁ ଶିକ୍ଷାନୁଷ୍ଠ ରେ ସମର୍ପି ଦେଇଥାଉ । ଆମ ସମୟର ଶିଶୁ ଶିକ୍ଷିତ ହେବ ବୋଲି ନ ଭାବି ବରଂ ଶିକ୍ଷା କୁ କେଉଁ ଉପାୟରେ ଗ୍ରହଣ କରିବ ତାହା ଆମକୁ ଧ୍ୟାନ ଦେବାକୁ ହେବ । ଆସନ୍ତୁ ଓଡିଶା ରେ ଶିକ୍ଷା କୁ ଏକ ଶୀର୍ଷ ସ୍ତରରେ ପହଂଚାଇବା ପାଇଁ ସାମ୍ବିଳିତ ଉଦ୍ୟମ ପାଇଁ ବ୍ରତୀ ହେବ। ଏହା ହିଁ ଆଗାମୀ ଓଡିଶା ଗଢିବା ପାଇଁ ଆଜିର ଆହ୍ୱାନ

ଅମାତ୍ୟ କୁମାର ପ୍ରଧାନ

ସମଗ୍ର ଶିକ୍ଷା କାର୍ଯ୍ୟାଳୟ,ସୁନ୍ଦରଗଡ

Exit mobile version