• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଷ୍ଣୁପଦ ସେଠୀଙ୍କ ଅନୁବାଦ କବିତା ପୁସ୍ତକ “ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା”ର ଉନ୍ମୋଚନ

August 1, 2022 by Rameswar Leave a Comment

ମଣିଷ ଅସୀମ । କବିତ।ରେ ସେହି ଅସୀମତ।କୁ ଆହ୍ବାନ କରୁଥିବା ଚେତନା ଥିଲେ ହିଁ ମଣିଷର ପ୍ରତିଟି ପ୍ରାଣକୁ ସଞ୍ଚରି ଥାଏ ।

ବରିଷ୍ଟ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀଙ୍କ ଅନୁଦିତ କବିତା ପୁସ୍ତକ “ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା” ପୁସ୍ତକ ରେ ସେହି ଅସୀମ ସ୍ଵର ସ୍ପଷ୍ଟ ବାରିହୋଇ ପାରିଛି ବୋଲି ଉନ୍ମୋଚନ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ ।

ଜୟଦେବ ବିହାର ନିକଟ କ୍ଵାଣ୍ଟମ ଲିପ ସଂସ୍ଥାର ସଭା ଗୃହରେ ଆୟୋଜିତ ଏକ ବରଣାଢ୍ୟ ଉତ୍ସବରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରଫେସର ତଥା ଇଞ୍ଜିନିୟର ଡ. ରାଜେନ୍ଦ୍ର ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ।

ପ୍ରଫେସର ମହାନ୍ତି ନିଜ ବକ୍ତବ୍ୟରେ କହିଲେ ଯେ କୌଣସି ଭାଷାର ଅନୁବାଦ ସେଇ ଭାଷାର ଲେଖାକୁ ବିସ୍ତାର କରିବା ସହ ସେଇ ଭାଷାର ତଥା ଜାତିର ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇ ଥାଏ।

ଓଡିଆରେ ଖୁବ ସୁନ୍ଦର ଲେଖାମାନ ରହିଛି କିନ୍ତୁ ଅନୁବାଦ ନ ହେବାରୁ ଲୋକେ ଓଡିଆ ଜାତିର ସଂସ୍କୃତିକୁ ଚିହ୍ନିବାରେ ଅସମର୍ଥ ହେଉଛନ୍ତି ।

ଠିକ ସେମିତି ଇଂରାଜୀ ଭାଷାରେ ମଧ୍ୟ ବହୁତ କଥା ଅଛି କିନ୍ତୁ ଅନୁବାଦ ନ ହେବାରୁ ଆମେ ଜାଣି ପାରୁନାହୁଁ ।

ଅନୁବାଦ କବିତା ବହିରର ଅତିଥି ଆଲୋଚକ ଭାବରେ ଯୋଗ ଦେଇଥିଲେ ପ୍ରଫେସର ବିଜୟ ଶତପଥୀ ।

ଓଡିଆ ଭାଷାର କବିତ।ରେ ରଜନୀକୁ ନେଇ କିଭଳି ଓଡିଆ କବିମାନେ ନିଜର ବିଚାର ରଖି ଛନ୍ତି ତାର ଅନେକ ଉଦାହରଣ ଦେଇ କହିଲେ ଯେ ଶ୍ରୀ ବିଷ୍ଣୁପଦ ସେଠୀଙ୍କ କବିତାକୁ ବୁଝିବାକୁ ହେଲେ ଜଣେ ମଣିଷ ପାଖରେ ଏକ ନିଷ୍କପଟ ହୃଦୟର ଆବଶ୍ୟକତା ରହିବା ଉଚିତ ।

ତାଙ୍କ କବିତା ଖୁବ ସରଳ କିନ୍ତୁ ଅତି ସାବଲୀଳ । ସିଏ ମା, ମାଟି ଓ ମଣିଷର କଥାକୁ ଅତି ନିଖୁଣ ଭାବରେ ବର୍ଣନା କରିଛନ୍ତି ।

ଅନୁବାଦକ ଶ୍ରୀ ପ୍ରସାଦ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଲେଯେ ଉଚ୍ଚକୋଟିର ଭାବନା ଓ ଚେତନାରେ ପରିପୂର୍ଣ କବିତା ସବୁକୁ ଅନୁବାଦ କରିବା ସହଜ ନ ଥିଲା।

ବିଷ୍ଣୁପଦ ସେଠୀଙ୍କ କବିତା ଯେହେତୁ ସୂକ୍ଷ୍ମ ଚେତନାରେ ପରିପୂର୍ଣ ତେଣୁ ସେଇ ଚେତନାର ଭାବକୁ ଓଡିଆରେ ରୂପ ଦେଇ କେତେ ସଫଳ ହେଇଛି ତାହା ପାଠକେ ବିଚାର କରିବେ ବୋଲି ସ୍ଵୀକାର କରିଥିଲେ।

ମୂଳ ପୁସ୍ତକର ରଚୟିତା ଶ୍ରୀ ବିଷ୍ଣୁପଦ ସେଠୀ ତାଙ୍କ କବିତା ରଚନାର ଅନୁଭୂତିକୁ ନେଇ କହିଥିଲେ ଯେ ସିଏ ତାଙ୍କ ଚାରିଆଡେ ଘଟୁଥିବା ଘଟଣ।ମାନଙ୍କ ଠାରୁ ପ୍ରେରଣା ପାଇ ନିଜ ସୃଷ୍ଟି ସମ୍ଭାରକୁ ସମ୍ବରୁଦ୍ଧ କରିଛନ୍ତି ।

ତାଙ୍କର ପ୍ରଥମ କବିତା ପୁସ୍ତକ ପ୍ରକାଶ ସମୟର ଅନୁଭବ ସ।ରାଜୀବନ ପାଇଁ ଅଭୂଲା ହେଇ ରହିବ ବୋଲି କହିବ। ସହ ଅନୁବାଦକ, ପ୍ରକାଶକ ତଥା ପୁସ୍ତକ ଉନ୍ମୋଚନ ସମୟରେ ଉପସ୍ଥିତ ଥିବ। ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟତମ ଆଲୋଚକ କବି ବାସୁଦେବ ସୁନାନୀ ପୁସ୍ତକ ସମ୍ପର୍କରେ ନିଜର ଅଭିମତ ପ୍ରକାଶ କରି କହିଥିଲେ ଯେ ବିଶ୍ଵର ମଣିଷ ସମାଜକୁ ମହାମାନବ ବୁଦ୍ଧ ଅହିଂଶା ଓ କରୁଣା ଦେଇ ଯାଇଛନ୍ତି ।

ସେଇ କରୁଣାକୁ ଆଧାର କରି ମହିମାଧର୍ମର ମୁଖ୍ୟ ପ୍ରବକ୍ତା କବି ଭୀମ ଭୋଇ ଜଗତ ଉଦ୍ଧାର କଥା କହି ଯାଇଛନ୍ତି । ଭୀମ ଭୋଇଙ୍କ ଦ୍ବାରା ଅନୁପ୍ରେରିତ କବି ତଥା ଦକ୍ଷ ପ୍ରଶ।ସକ ବିଷ୍ଣୁପଦ ସେଠୀ ନିଜର ରଚନାକୁ ସମ୍ବରୁଦ୍ଧ କରିଥିବାରୁ ସେଇ ଲେଖାର ମାନବୀୟ ଆବେଦନ ଯଥେଷ୍ଟ ରହିଛି ବୋଲି ମତ ରଖି ଥିଲେ।

ଏହି ସାହିତ୍ୟ ସମାରୋହରେ କବି ମନୁଆ ଦାସ, ଇଂରାଜୀ କବି ରବୀନ୍ଦ୍ର ସ୍ୱାଇଁ, ଅର୍ପିତା ପତ୍ରିକାର ସମ୍ପାଦକ ସୁବାଷ ଷଡଙ୍ଗୀ, ନୀଳକଇଁ ପତ୍ରିକାର ସମ୍ପାଦିକା ସସ୍ମିତ। ଦାସ, କବି ପ୍ରବୀର ମହାନ୍ତି, କବି ମହେନ୍ଦ୍ର କୁମାର ମଲିକ, ଶ୍ରୀ ଗଙ୍ଗାଧର ନାୟକ, କବି ଯୋଶନ। ରାଣୀ ଭୋଇ, ଶ୍ରୀ ଅରବିନ୍ଦ ରାୟ, କବି ମଧୁସୂଦନ ଦାସ, ପ୍ରଫେସର ବିଜୟ ପ।ତ୍ର, ପ୍ରଫେସର ପଙ୍କଜ ନାୟକ ଇତ୍ୟାଦିଙ୍କ ସହ ବହୁ ସାହିତ୍ୟିକ, ସମ୍ପାଦକ, ପ୍ରଶାସକ, ଅନୁବଦକ ଯୋଗ ଦେଇ ଥିଲେ ।

ପ୍ରାଚୀ ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଶକ୍ତି ପ୍ରସାଦ ତ୍ରିପାଠୀଙ୍କ ଦ୍ବାର ଆୟୋଜିତ ଏଇ ଉତ୍ସବକୁ କବି ବାସୁଦେବ ସୁନାନୀ ସଂଚାଳନ କରିଥିଲେ । ଶେଷରେ ଗାଳ୍ପିକ ଶ୍ରୀ ରାଜ୍ୟ ବର୍ଦ୍ଧନ ଧଳ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Rameswar
Rameswar

Filed Under: ଓଡିଶା ଖବର, ପୁସ୍ତକ ସମୀକ୍ଷା, ବିଶେଷ ଖବର Tagged With: ଓଡିଶା, ଭୁବନେଶ୍ୱର

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version