• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭା ର ଅଧିକାରୀ

September 25, 2022 by Jharana Jena Leave a Comment

ପୂଜ୍ୟ ପୂଜା ପରମ୍ପରା ର ପୂଜାରୀ ସାରସ୍ୱତ ସାଧକ,ସମାଜସେବୀ କର୍ମଯୋଗୀ ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ ଥିଲେ ବିରଳ ଓ ଅନନ୍ୟ ପ୍ରତିଭା ର ଅଧିକାରୀ ଥିଲେ ବୋଲି ବରଗଡ଼ ସାମ୍ବାଦିକ ସଂଘ ଓ ଭାଗବତ ନନ୍ଦ ସ୍ମୃତି କମିଟି ଆନୁକୂଲ୍ୟ ରେ ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ଆୟୋଜିତ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ ରେ ବିଶିଷ୍ଟ ବକ୍ତାଗଣ ମତ ପ୍ରକାଶ ପାଇଛି ।

ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ମିଶ୍ର ଙ୍କ ଉଦ୍ୟେଶ୍ୟ ଜ୍ଞାପନ ପରେ ବିଶିଷ୍ଟ କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ ସଙ୍ଗୀତ ଶ୍ରଦ୍ଧାଅଞ୍ଜଳି ଅର୍ପଣ କରିଥିଲେ ।

ସାମ୍ବାଦିକ ସଂଘ ର ସଭାପତି ଶଙ୍କର ବଲ୍ଲଭ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ଡ଼ଃ ଗୌରୀ ଦାସ ପ୍ରଧାନ ସଂଯୋଜନା କରିଥିଲେ ଏହି ଅବସର ରେ ଅଧ୍ୟାପକ ଟେକଚାନ୍ଦ ଦୁଆନ ଭାଗବତ ବାବୁ ଙ୍କ ଏ ଅଂଚକ ସହିତ ରହିଥିବା ସମ୍ପର୍କ ରେ ଆଲୋକପାତ କରିଥିବା ବେଳେ ପ୍ରଫେସର କାମଦେବ ସାହୁ ସେ ବହୁ ପଦ ପଦବୀ ରେ ଥାଇ ମଧ୍ୟ ଜଣେ ସଫଳ କର୍ମଯୋଗୀ ଥିଲେ ସେ ବିଷୟ ରେ ବିସ୍ତୃତ ବର୍ଣ୍ଣନା କରିଥିଲେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସ୍ବର୍ଗତ ନନ୍ଦ କିପରି ଜଣେ ଅସାଧାରଣ ବ୍ୟକ୍ତିତ୍ବ ର ଅଧିକାରୀ ଥିଲେ ଉଲ୍ଲେଖ କରିଥିବା ବେଳେ ସାଂସଦ ସୁରେଶ ପୂଜାରୀ ତାଙ୍କ ବକ୍ତବ୍ୟ ରେ ସ୍ବର୍ଗତ ନନ୍ଦ ସାମାଜିକ କର୍ମୀ ଙ୍କ ପାଇଁ ଆଶ୍ଵାସନା ର କେନ୍ଦ୍ର ବିନ୍ଦୁ ଥିବା ବେଳେ ଆମ ସମସ୍ତ ଙ୍କ ପାଇଁ ଚିରକାଳ ର ଆବଶ୍ୟକ ବୋଲି ଉଲ୍ଲେଖ କରିଥିଲେ ।

ଅନ୍ୟ ତମ ସାରସ୍ୱତ ବକ୍ତା ପ୍ରଦେଶ କଂଗ୍ରେସ ଉପ ସଭାପତି ଜଗଞେଶ୍ୱର ବାବୁ ଭାଗବତ ବାବୁ ଙ୍କୁ ଜଣେ ନିର୍ଭୀକ ସାମ୍ବାଦିକ ଥିଲେ ବୋଲି ପ୍ରକାଶ କରିଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଯୋଗଦେଇ ସ୍ବର୍ଗତ ଭାଗବତ ପ୍ରସାଦ ନନ୍ଦ କିପରି ବିରଳ ଓ ଅସାଧାରଣ ପ୍ରତିଭା ଅଧିକାରୀ ଥିଲେ ସେ ବିଷୟ ରେ ବିସ୍ତୃତ ଆଲୋଚନା କରି ପୂଜ୍ୟପୂଜା ର ପରମ୍ପରା କୁ ସମ୍ମାନ ଜଣାଇ ଏଭଳି ଆୟୋଜନ କରିଥିବା ବରଗଡ଼ ମାଟି ଓ ଜନ ସାଧାରଣ ଙ୍କୁ ଭୁୟସୀ ପ୍ରସଂଶା କରିଥିଲେ ।

ପୂର୍ବତନ ରାଜ୍ୟ ସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟ ରେ ସ୍ବର୍ଗତ ନନ୍ଦ ଙ୍କୁ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ କୁ ଯୋଡିବାର ମାଧ୍ୟମ ସୂତ୍ରଧର ଥିଲେ ବୋଲି ଉଲ୍ଲେଖ କରି ସକ୍ରିୟ ରାଜନୀତି ରେ ସମ୍ପୃକ୍ତ ନ ଥାଇ ରାଜନୀତି କୁ ଦିକଦର୍ଶନ ଦେଇପାରୁଥିବା ମଣିଷ ପରି ମଣିଷ ଟିଏ ଥିଲେ ବୋଲି ଉଲ୍ଲେଖ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସର ରେ ବରଗଡ଼ ଜିଲ୍ଲା ତରଫରୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଗଭୀର ଶ୍ରଦ୍ଧାଅଞ୍ଜଳି ଅର୍ପଣ କରାଯାଇଥିଲା ।

Jharana Jena
Jharana Jena

Filed Under: ସଭା ସମିତି Tagged With: ଓଡିଶା

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version