• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପ୍ରବଳ ଉତ୍ସାହ ସହ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଉଦଯାପିତ

October 16, 2022 by Jharana Jena Leave a Comment

ଭୁବନେଶ୍ୱର: ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଆୟୋଜିତ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଭୁବନେଶ୍ୱର (ଆଇଡିଏଫ୍‌ଏଫ୍‌ବି) ୨୦୨୨ ଉତ୍ସାହର ସହ ଆଜି ଉଦଯାପିତ ହୋଇଛି ।

ଏହି ତିନିଦିନିଆ ବୃତଚିତ୍ର ଫିଲ୍ମ ଫେଷ୍ଟିଭାଲ୍‌ରେ ଦର୍ଶକମାନେ ଜୀବନର ବିଭିନ୍ନ ରଙ୍ଗକୁ ଦେଖିବା ଓ ଉପଭୋଗ କରିବାର ସୁଯୋଗ ପାଇଥିଲେ ।

ସିନେମାଗୁଡ଼ିକୁ ଅତ୍ୟନ୍ତ ଅଣ ପାରମ୍ପରିକ ବିଷୟ ଯଥା ତୃତୀୟ ଲିଙ୍ଗୀ ଓ ସମଲିଙ୍ଗୀଙ୍କ ଜୀବନୀ ଉପରେ ଆଧାରିତ ଥିଲା । ହିନ୍ଦୀ, ଇଂରାଜି, ବାଲାଂ ଓ ମଣିପୁରୀ ଭାଷାରେ ସିନେମାଗୁଡ଼ିକ ପ୍ରଦର୍ଶିତ ହୋଇଛି ।

ଓଡ଼ିଶୀ ରିସର୍ଚ ସେଂଟର୍‌ରେ ଆୟୋଜନ କରାଯାଇଥିବା ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ମୋଟ ୩୪ଟି ଫିଲ୍ମ ଏହି ତିନି ଦିନରେ ପ୍ରଦର୍ଶିତ ହୋଇଛି । ସେଥିରୁ ୧୨ଟି ଫିଲ୍ମକୁ ମହିଳା ସିନେ ନିର୍ମାତାମାନେ ତିଆରି କରିଛନ୍ତି ।

ଆୟୋଜନ ସ୍ଥଳରେ ଦୁଇଟି ଜୋନ୍ ରହିଛି । ଉଭୟ ଜୋନ୍‌ରେ ସମାନ୍ତରାଳ ଭାବେ ସିନେମା ପ୍ରଦର୍ଶିତ ହେଉଥିଲା ।

ଆଜି ତୃତୀୟ ତଥା ଶେଷ ଦିନର ମୁଖ୍ୟ ଆକର୍ଷଣ ଥିଲା ସିନେ ନିର୍ମାତା ସପ୍‌ନା ଭବନାନିଙ୍କ ସିନ୍ଧୁସ୍ଥାନ ଓ ସୁରଭି ଦିୱାନଙ୍କ ଟ୍ରାନ୍ସ କାଶ୍ମୀର । ଉଭୟ ସିନେମା କାଶ୍ମୀର ଉପରେ ଆଧାରିତ ଥିଲା ।

ଆଜି ଉଭୟ ସୁରଭି ଓ ସପ୍‌ନା ନିଜ ସିନେମାର କାହାଣୀ ଉପରେ ଆଲୋଚନା କରିଥିଲେ । ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ତୃତୀୟ ଦିନର ପ୍ରଥମ ସିନେମା ଥିଲା ମଧୁଲିକା ଜଲାଲିଙ୍କ ଘର କା ପତା । ତାହା ମଧ୍ୟ କାଶ୍ମୀର ଉପରେ ଆଧାରିତ ଥିଲା ।

ସେଠାକାର ଲୋକମାନଙ୍କ ଚଳନୀ ଏବଂ ସେମାନେ ସାମ୍ନା କରୁଥିବା କଠିନ ପରିସ୍ଥିତି ଏବଂ କାଶ୍ମୀରର ସୌନ୍ଦର୍ଯ୍ୟକୁ ଅତି ଚମତ୍କାର ଢଙ୍ଗରେ ସିନେମାରେ ପ୍ରଦର୍ଶିତ କରାଯାଇଥିଲା ।

ସପ୍‌ନା ଭବନାନିଙ୍କ ସିନ୍ଧୁସ୍ତାନ ସର୍ବବୃହତ ସାଂସ୍କୃତିକ ଦେଶାନ୍ତର ଉପରେ ଆଧାରିତ ଥିଲା । ଏଥିରେ ସିନ୍ଧୁମାନଙ୍କ ଦେଶାନ୍ତର କାହାଣୀକୁ ପ୍ରଦର୍ଶିତ କରାଯାଇଛି ।

ଆଜି ପ୍ରଦର୍ଶନ କରାଯାଇଥିବା ଅନ୍ୟ ସିନେମାଗୁଡ଼ିକ ହେଉଛି ସୌରଭ ଷଡ଼ଙ୍ଗୀଙ୍କ କରବାଲା ମେମୋୟର୍ସ ଓ ବିଶାଲ ସ୍ୱାର୍ଗିଆରିରଙ୍କ ଗୋସାଇଁ ।

ମୁନ୍ତାହ ଅମିନଙ୍କ ସିଜ୍ ଇନ୍ ଦି ଏୟାର, ସୌନକ ସେନ୍‌ଙ୍କ ଅଲ ଦାଟ୍ ବ୍ରିଦ୍‌ସ, ସୃଷ୍ଟି ଲାଖେରାଙ୍କ ଏକ୍ ଥା ଗାଓଁ, ନିଲେଂଶ ମିତ୍ରଙ୍କ ବୁବାତି ନଦିର ଡୋର, ଅଭିଜିତ ଦାସଙ୍କ ଛମ୍‌କୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।

ଭୁବନେଶ୍ୱର ଫିଲ୍ମ ସୋସାଇଟିର ଇଶ୍ୱର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଇଣ୍ଡିଆନ ଫାଉଣ୍ଡେସନ ଫର ଦିନ ଆର୍ଟସ୍‌ର ଆର୍ଟସ୍ ପ୍ରୋଗ୍ରାମ୍ ପକ୍ଷରୁ ଅନୁଦାନ ଲାଗି ଆବେଦନ ପାଇଁ କିଭଳି ପ୍ରସ୍ତାବ ଲେଖାଯିବ ତାହା ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦେଶିକା ସପ୍‌ନା ଭବନାନି, ସୁରଭି ଦିୱାନ ଓ ଜନ୍ ଭାଜିୟର ଅଂଶଗ୍ରହଣ କରିଥିଲେ ।

Jharana Jena
Jharana Jena

Filed Under: ଓଡିଶା ଖବର Tagged With: ଓଡିଶା

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version