• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ୱାଧିନତା ସଂଗ୍ରାମୀ ତଥା ବିପ୍ଳବୀ କବି ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ

April 19, 2024 by ଓଡିଶା ଡଟ କମ Leave a Comment

ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ନାମ ହିଁ ଥିଲା ଏକ ଅଦମ୍ୟ ସାହସ ର ପ୍ରତିକ । ସେ ସେହି ବ୍ୟକ୍ତି ଥିଲେ ଯେ କି ସାନ୍ତାଳରୁ ରାଂଚି ପର୍ଯ୍ୟନ୍ତ ବ୍ରିଟିସ ମାନଙ୍କୁ ନାକେଦମ୍ କରି ରଖିଥିଲେ । ଯେଉଁଥିପାଇଁ ତାଙ୍କୁ ୧୫ ବର୍ଷ ବୟଷ ରୁ କାରାବାସ ସହ ଶାରିରୀକ ନିର୍ଯ୍ୟାତନା ଯୋଗୁଁ ତାଙ୍କର ଅଧା ଆଖି ହରାଇବାକୁ ପଡ଼ିଥିଲା ।

ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିବା ଉଭୟ ପିତା ଭାଗିରଥି ପଟ୍ଟନାୟକ ଓ ମାତା ଜମ୍ବୋବତି ପଟ୍ଟନାୟକ ଙ୍କ ପୁତ୍ର ବୋଲି ସେ ସ୍ୱାଧିନତା ସଂଗ୍ରାମୀ ହେବା ସହ ଏକ ସୁଯୋଗ୍ୟ ପୁତ୍ର ହେବାର ଏକ ବିରଳ ଉଦାହରଣ କହିଲେ ଅତ୍ୟୁକ୍ତି ହେବନାହିଁ ।

ତାଙ୍କର ପ୍ରକୃତ ଜନ୍ମସ୍ଥାନ ତତକାଳୀନ ଅଭିଭକ୍ତ ସମ୍ବଲପୁର ଜିଲ୍ଲା ତଥା ବର୍ତମାନ ବରଗଡ଼ ଜିଲ୍ଲାର ବରପାଲି ସହରରେ । ୧ ଜାନୁୟାରୀ ୧୯୧୭ ଜନ୍ମଗ୍ରହଣ କରିଥିଲେ, ମାତ୍ର ତାଙ୍କର କର୍ମକ୍ଷେତ୍ର ଥିଲା ସୁଦୂର ଝାରଖଣ୍ଡ ଅଂଚଳ । ପିତା ଭାଗିରଥି ପଟ୍ଟନାୟକ ଥିଲେ ଜଣେ ଗାନ୍ଧୀବାଦୀ ସ୍ୱାଧିନତା ସଂଗ୍ରମୀ ଓ ସେତେବେଳେ ତାଙ୍କୁ ପଶ୍ଚିମ ଓଡ଼ିଶାର ଗାନ୍ଧୀ ମଧ୍ୟ କୁହାଯାଉଥିଲା ।

ତାଙ୍କ ଅନୁରୋଧକ୍ରମେ ମହାତ୍ମାଗାନ୍ଧୀ ବହୁଥର ଓଡ଼ିଶା ମଧ୍ୟ ଆସିଥିବାର ନଜିର ରହିଛି । କେବଳ ସେ ନିଜେ ନୁହେଁ ତାଙ୍କର ପତ୍ନୀ ଜମ୍ବୋବତୀ ପଟ୍ଟନାୟକ ମଧ୍ୟ ସାନ୍ତାଳ ପରଗନାରେ ଦେଶର ସ୍ୱାଧିନତା ସଂଗ୍ରମ ପାଇଁ ପର୍ଯ୍ୟାୟକ୍ରମେ ତାଙ୍କ ସ୍ୱାମୀଙ୍କ ସହ ପାଦକୁ ପାଦ ମିଶାଇ ଚାଲୁଥିଲେ । ମାତ୍ର ପୁଅ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଥିଲେ ତାଙ୍କ ମାତା ପିତାଙ୍କ ଠିକ୍ ଓଲଟା ଓ ଅହିଂସା ମାର୍ଗକୁ ତିଳେ ମାତ୍ର ବିଶ୍ୱାସ କରୁନଥିଲେ ।

ପ୍ରଥମେ ସେ ୧୬ ଫେବୃୟାରୀ ୧୯୩୦ ରେ ବରଗଡ଼ ଠାରେ ଏକ ବିଶାଳ ସମାବେଶ କୁ ସମ୍ବାଧିତ କରି ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଉତେଜିତ ଭାଷଣ ପାଇଁ ଅଂଚଳର ସ୍ୱାଧିନତା ସଂଗ୍ରାମୀ ମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ । ଜାନୁୟାରୀ ୧୯୩୨ ମସିହାରେ ତାଙ୍କୁ କଟକ ରୁ ଗିରଫ କରାଯାଇ ୧୦ ବେତ ବାଡ଼ିରେ ମାଡ଼ ଖାଇବା ର ଦଣ୍ଡରେ ଦଣ୍ଡିତ କରାଯାଇଥିଲ । ପୁଣି ଥରେ ୨୬ ଜାନୁୟାରୀ ଦିନ ବରଗଡ଼ ଠାରେ ଗିରଫ ହୋଇ ୬ ମାସ ସମ୍ବଲପୁର ଜେଲରେ କାରାଦଣ୍ଡ ଭୋଗିଥିଲେ ।

ଜେଲରୁ ବାହାରିବା ପରେ ସେ ପୁଣି ସ୍ୱାଧିନତା ଆନ୍ଦୋଳନରେ ଭାଗ ନେବାରୁ ପୁଣିଥରେ ତାଙ୍କୁ ଗିରଫ କରାଯାଇ ବିହାର ର ପାଟନା ଜେଲକୁ ୬ ମାସ କାରାଦଣ୍ଡ ଭୋଗିବା ପାଇଁ ପଠାଇ ଦିଆଯାଇଥିଲା । ପୁଣିଥରେ ସେଠାରୁ ବାହାରିବା ପରେ ସତ୍ୟାଗ୍ରହରେ ଯୋଗଦେବା ଯୋଗୁଁ ତାଙ୍କୁ ପୁଣି ଗିରଫ କରାଯାଇ ୪ ମାସ ପାଟଣା ର କ୍ୟାମ୍ପ ଜେଲରେ ରଖାଯାଇଥିଲା ।

ସେ ଝାରଖଣ୍ଡର ସାନ୍ତାଳ ପରଗନାରେ ପାଂଚଶହରୁ ଉର୍ଦ୍ଧ୍ୱ ପାହାଡ଼ିଆ ଓ ସାନ୍ତାଳ ଯୁବକଙ୍କୁ ନେଇ ଏକ ଦଳ ଗଠନ କରି ଗରିଲା ଯୁଦ୍ଧ ଜାରି ରଖିଥିଲେ । ତାଙ୍କର ମାତା ପିତାଙ୍କ ଚିନ୍ତାଧାରା ଓ କାର୍ଯ୍ୟଶୈଳି ସହ କିଛି ମେଳ ନ ଥିଲେ ମଧ୍ୟ ତାଙ୍କର ସଂଗ୍ରାମୀ ହେବା ପ୍ରେରଣାର ମୂଳଉତ୍ସ ଥିଲେ ତାଙ୍କ ପିତା ଓ ମାତା ଏବଂ ସେଥିପାଇଁ ସେ ମାତ୍ର ୧୪ ବର୍ଷ ବୟସ ରୁ ହିଁ ସ୍ୱାଧିନତା ସଂଗ୍ରମରେ ଝାସ ଦେବାପାଇଁ ଘରୁ ପାଦ କାଢ଼ିଥିଲେ । ସେଥିଯୋଗୁଁ ତାଙ୍କୁ ମାତ୍ର ୧୫ ବର୍ଷ ବୟସରଙ୍କ ତାଙ୍କୁ କାରାବାସ ଭୋଗିବାକୁ ପଡ଼ିଥିଲା ।

ଆନ୍ଦୋଳନ ସମୟରେ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କ କାର୍ଯ୍ୟକ୍ଷେତ୍ର ସାନ୍ତାଳ ପରଗନା ଉପରେ ରାମଦୟାଲ ପାଣ୍ଡେ ଲେଖିଥିଲେ, ସେ ମୋତିଲାଲ କେଜ୍ରିୱାଲଙ୍କ ସହ ୧୯୪୨ ମସିହାରେ ହଜାର ହଜାର ଆଦିବାସୀଙ୍କ ନେତୃତ୍ୱ ନେଇ ସାହସର ସହିତ ଲଢ଼େଇ କରିବା ଭଳି ଦଃୁସାହସିକ କାର୍ଯ୍ୟ କରିବା ପାଇଁ କେବେବି ପଛଘୁଂଚା ଦେଇନଥିଲେ ।

ଏଭଳି ପରିସ୍ଥିତି ସୃଷ୍ଟି କରିଥିବା ଯୋଗୁଁ ବ୍ରିଟିଶ ସରକାର ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ତୀକ୍ଷ୍ଣ ଅସ୍ତ୍ରରେ ଆଘାତ କରିଥିଲେ ଯାଦ୍ୱାରା ତାଙ୍କର ଆଖି ପାଖାପାଖି ୫୦ ପ୍ରତିଶତ ଖରାପ ହୋଇ ଅଧାଅଧି ଦୃଷ୍ଟିଶକ୍ତି ହରାଇଥିଲେ । ଏପରିକି ଜେଲରେ ମଧ୍ୟ ତାଙ୍କୁ ଏକ ସ୍ୱତନ୍ତ୍ର କୋଠରୀରେ ରଖାଯିବା ସହ ତାଙ୍କୁ କଠୋର ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲା ।

୧୯୪୨ ମସିହାରେ ଯେତେବେଳେ ସେ ସେ ୨୧ବର୍ଷ କାଳ ପାଇଁ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ, ସେତେବେଳେ ସମଗ୍ର ଦେଶରେ ଭାରତ ଛାଡ଼ ଆନ୍ଦୋଳନ ଚରମ ସୀମାରେ ଥିବାବେଳେ ଏହା ସାନ୍ତାଳ ପରଗନାରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଖୁରାକ ଯୋଗାଇଥିଲା । ଏହି ସମୟରେ ତାଙ୍କର ପିତା ଭାଗିରଥି ପଟ୍ଟନାୟକ ସ୍ୱାଧିନତା ଆନ୍ଦୋଳନର ଅନ୍ୟତମ ପେଣ୍ଠସ୍ଥଳୀ କୁହାଯାଉଥିବା ସାନ୍ତାଳ ପରଗନାର ଡ଼ୁମ୍କା କୁ ଆସି ମୋତିଲାଲ କେଜ୍ରିୱାଲଙ୍କ ଗାନ୍ଧୀ ଆଶ୍ରମରେ ରହିବାକୁ ଲାଗିଲେ ।

ଜେଲ୍ ରୁ ବହାରିବା ପରେ ପ୍ରଫୁଲ୍ଲ ପୁଣି ପାହାଡ଼ି ଓ ସାନ୍ତାଳ ଜନଜାତି ଙ୍କ ସହ ମିଶି ବ୍ରିଟିସ୍ ସାଶନ ବିରୁଦ୍ଧରେ ଲଢ଼େଇ କରିବା ଆରମ୍ଭ କରିବାରୁ ପରିସ୍ଥିତି ଏଭଳି ହେଲା ଯେ, ତାଙ୍କୁ ଜୀବିତ କିମ୍ବା ମୃତ ଧରାଇବା ପାଇଁ ବ୍ରିଟିସ ସରକାର ୫୦୦ ଟଙ୍କା ପୁରସ୍କାର ଘୋଷଣା ମଧ୍ୟ ରିଥିଲେ । ଶେଷରେ ସାନ୍ତାଳ ପରଗନା ର କମିଶନର ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଓ ତାଙ୍କ ପିତା ସ୍ୱାଧୀନତା ସଂଗ୍ରାମୀ ଭାଗୀରଥି ପଟ୍ଟନାୟକଙ୍କୁ ଗୁଳି କରି ମାରିଦିଆଯିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ମାତ୍ର ସ୍ୱାଧିନତା ସଂଗ୍ରାମ ପରେ ଉକ୍ତ କମିଶନରଙ୍କୁ ରାଂଚି ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ପ୍ରଫୁଲ୍ଲ ତାଙ୍କୁ ଭେଟି ସଂଗ୍ରାମ ବେଳର ଘଟଣା ଗୁଡ଼ିକ ତଥା ଗୁଳିଚାଳନା ନିର୍ଦ୍ଦେଶ ଘଟଣାର ସ୍ମୃତିଚାରଣ କରାଇଥିଲେ ।

୧୯୪୫-୪୬ ମସିହାରେ ଯେତେବେଳେ ଆନ୍ଦୋଳନକାରୀ ମାନଙ୍କୁ ଜେଲରୁ ମୁକ୍ତ କରାଯାଇଥିବା ବେଳେ ତତ୍କାଳୀନ ରାଜ୍ୟପାଳ ଥୋମାସ ଜର୍ଜ ରାଉଟରଫୋର୍ଡ଼ ପ୍ରଫୁଲ୍ଲ ପଟ୍ଟନାୟକଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ମନା କରିଦେଇଥିଲେ । ମାତ୍ର ବିହାରର ମଧ୍ୟବର୍ତୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ଼କ୍ଟର ଶ୍ରୀକୃଷ୍ଣ ସିଂ ଇସ୍ତାଫା ଦେବେ ବୋଲି ଧମକ ଦେବାପରେ ପ୍ରଫୁଲ୍ଲ ଚନ୍ଦ୍ର ଙ୍କୁ ୨୯ ଜାନୁୟାରୀ ୧୯୪୭ ମସିହାରେ ଭାଗଲପୁର କେନ୍ଦ୍ରୀୟ ଜେଲରୁ ମୁକ୍ତ କରାଯାଇଥିଲା ।

ସେଠାରୁ ଓଡ଼ିଶାକୁ ଆସିବା ପରେ ସେ ଏତେ ଲୋକପ୍ରିୟ ଓ ପ୍ରଶଂସିତ ହୋଇ ଯାଇଥିଲେ ଯେ, ଏଠାକାର ତତ୍କାଳୀନ ନେତାମାନଙ୍କୁ ନିଜର ସିଂହାସନ ହରାଇବାର ଭୟ ଲାଗିରହିଥିଲା । ଏହି ସମୟରେ ବିହାର ରୁ ପଣ୍ଡିତ ବିନୋବାନନ୍ଦ ଙ୍କ ଠାରୁ ପ୍ରଧାନମନ୍ତ୍ରୀଙ୍କ ଡ଼ାକରା ଆସିଥିବା ଖବର ପାଇବା ପରେ ଓଡ଼ିଶାର ନେତାଙ୍କ ଉଦାସୀନତା ଦେଖି ସେ ପୁଣି ବିହାରରେ ପହଂଚି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ସେତେବେଳେ ତାଙ୍କ ସମ୍ମୁଖରେ ଦୁଇଟି ବିକଳ୍ପ ରାଜନୀତି କିମ୍ବା ସମାଜସେବା ରଖାଯାଇଥିଲା ।

ଏହି ପରିସ୍ଥିତିରେ ସେ ସମାଜସେବାରେ ଆଗ୍ରହ ପ୍ରକାଶ କରିବାରୁ ତାଙ୍କୁ ଦେଓଘର ହିନ୍ଦୀ ବିଦ୍ୟାପୀଠରେ ସହ ସଂପାଦକ ଭାବରେ ନିଯୁକ୍ତ କରାଯାଇଥିବା ବେଳେ ସେଠାରେ ଡ଼ଃ ରାଜେନ୍ଦ୍ର ପ୍ରସାଦ ସମ୍ପାଦକ କାର୍ଯ୍ୟ କରୁଥିଲେ ଓ ତାଙ୍କ ସହ କାର୍ଯ୍ୟ କରିବା ପାଇଁ ସେ ଗର୍ବ ମଧ୍ୟ ଅନୁଭବ କରିଥିଲେ । ଏହି ଆନ୍ଦୋଳନ ସମୟରେ ସେ ବିନୋବାନନ୍ଦ ଝା, ଅନୁପଲାଲ ଝା, ଶ୍ରୀକୃଷ୍ଣ ପ୍ରସାଦ ଗୁପ୍ତା, ଜୈନେନ୍ଦ୍ର ବର୍ମା, ରାମାନନ୍ଦ ପ୍ରସାଦ ବର୍ମା, କୃଷ୍ଣାନନ୍ଦ ଶାସ୍ତ୍ରୀ, ପଂଚାନନ୍ଦ ମିଶ୍ର, ସୀତାରାମ ତିୱାରୀ, କର୍ପୁରୀ ଠାକୁର, ଅନୁଗ୍ରହ ନାରାୟଣ ଓ ରାମଚରିତ୍ର ଙ୍କ ସହ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ ।

ଏଥିସହ ମହାତ୍ମା ଗାନ୍ଧୀ, ବିନୋବା ଭାବେ, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ ଓ ଦୟାନନ୍ଦ ଶତପଥୀ ଆଦି ଙ୍କ ସହ ମଧ୍ୟ କାମ କରିବାର ସୁଯୋଗ ଲାଭ କରିଥିବାରୁ ନିଜକୁ ଗୋରବାନ୍ୱିତ ମନେକରୁଥିଲେ । ପରବର୍ତୀ କାଳରେ ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ଆପାତକାଳୀନ ପରିସ୍ଥିତି ଲଗାଇଥିଲେ ଫ୍ରଫୁଲ୍ଲ ପଟ୍ଟନାୟକ ତାର ତୀବ୍ର ବିରୋଧ କରିବାକୁ ପଛଘୁଂଚା ଦେଇନଥିବା ବେଳେ, ଉକ୍ତ ମର୍ମରେ ସେ ସ୍ୱାଧୀନତା ସଂଗ୍ରାମୀ ଭାବରେ ପାଇଥିବା ତାମ୍ବ୍ରପତ୍ର ମଧ୍ୟ ଫେରାଇ ଦେଇଥିଲେ ।

ଦେଶର ସ୍ୱାଧିନତା ପରେ ସେ ସମାଜ କଲ୍ୟାଣ ବିଭାଗରେ ନିଯୁକ୍ତି ପାଇ କାର୍ଯ୍ୟରତ ଥିବାବେଳେ ବିନୋଭା ଭାବେଙ୍କୁ ଭୂଦାନ ଆନ୍ଦୋଳନରେ ମଧ୍ୟ ସହଯୋଗ କରିଥିଲେ । ଉକ୍ତ ସମୟରେ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ ଦିଗରେ ମଧ୍ୟ ତାଙ୍କର ଥିଲା ଅତୁଳନୀୟ ଅବଦାନ । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ପରେ ସେ ଫେବୃୟାରୀ ୧୯୭୮ ମସିହାରେ ବିହାର ସରକାରଙ୍କ ସେବାରୁ ଅବସର ନେଇ ନିଜ ଜନ୍ମମାଟି ବରପାଲି କୁ ଫେରି ଆସିଥିଲେ ଏବଂ ଏଠାରେ ମଧ୍ୟ ସେ ତାଙ୍କର ସମାଜ ସେବା କାର୍ଯ୍ୟ ଜାରୀ ରଖିଥିଲେ ।

ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ କେବଳ ଜଣେ ସ୍ୱାଧିନତା ସଂଗ୍ରାମୀ ନଥିଲେ, ସେ ଥିଲେ ଜଣେ ଉଚ୍ଚକୋଟୀର କବି ଓ ସାହିତ୍ୟକାର । ବରପାଲି ମାଟିରେ ସେ ତାଙ୍କର ପ୍ରାଥମିକ ଶିକ୍ଷା ଶେଷ କରିଥିଲେ । ୧୯୩୬ ମସିହାରେ ସେ ମାଟ୍ରିକ ପଢ଼ି ସାରି ଉକ୍ତ ବର୍ଷ ବେଗୁସରାଇ ର ହିନ୍ଦୀ ସାହିତ୍ୟ ସମ୍ମେଳନରେ ହିନ୍ଦୀରେ କବିତା ଲେଖି ସ୍ୱର୍ଣ୍ଣ ପଦକ ମଧ୍ୟ ପାଇଥିଲେ ।

ଏହାପରେ ୧୯୩୯-୪୦ ମସିହାରେ ସେ ଓଡ଼ିଶାର ପ୍ରସିଦ୍ଧ ସାହିତ୍ୟ ପତ୍ରିକା ସାହାକାର ରେ ମଧ୍ୟ ଅନେକ ବିପ୍ଳବୀ ପ୍ରବନ୍ଧ ଲେଖି ପ୍ରଶଂସିତ ହୋଇଥିଲେ । ୧୯୪୦ ମସିହାରେ ସେ ଦେଓଘର ର ହିନ୍ଦୀ ବିଦ୍ୟାପୀଠରୁ ପ୍ରଥମ ଶ୍ରେଣୀରେ ଉନ୍ନିତ ହୋଇ ସ୍ୱର୍ଣ୍ଣ ପଦକ ସହ ସାହତ୍ୟାଳଙ୍କାର ଉପାଧି ମଧ୍ୟ ପାଇଥିଲେ । କବିତା ଲେଖିବା ପ୍ରତି ବହୁତ ଆଗ୍ରହ ରହିଥିବାବେଳେ ତାଙ୍କର ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ଭାଷାରେ ରହିଥିଲା ଅଗାଧ ଜ୍ଞାନ । ସେତେବେଳେ ରାମଧାରୀ ସିଂ ଡ଼ିଙ୍କାର ନାମକ ଜଣେ ସାହିତ୍ୟକାର ତାଙ୍କର କବିତା ସଂକଳନ ଗୁଡ଼ିକୁ ମଧ୍ୟ ଲିପିବଦ୍ଧ କରି ରଖିଥିଲେ ।

ତୁଳସୀଦାସ, କବୀର, ରବିନ୍ଦ୍ରନାଥ ଟାଗୋର, ରାମଧ୍‌ାରୀ ସିଂ ଡ଼ିଙ୍କାର ଓ ସ୍ୱଭାବକବି ଗଙ୍ଗାଧର ମେହେର ଥିଲେ ତାଙ୍କର ପ୍ରିୟ କବି । ଗାନ୍ଧୀଙ୍କ ପୁନର୍ଜନ୍ମ ଓ ସ୍ୱର୍ଣ୍ଣ କୁଣ୍ଡଳ ସହ ତାଙ୍କର ଚାରୋଟି କବିତା ସଂକଳନ ଓ ଗଦ୍ୟ ରଚନା ମଧ୍ୟ ପ୍ରକାଶିତ ହୋଇଥିଲା । ସେଥି ମଧ୍ୟରୁ ମାଟି ନାମକ କବିତା ସଂକଳନ ସବୁଠାରୁ ବେଶୀ ଆଦୃତ ହୋଇଥିଲା । ଯାହା ବିଷୟରେ ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକ ଶ୍ରୀ ରାମଧାରୀ ସିଂ ଡ଼ିଙ୍କାର ଲେଖିଛନ୍ତି- ମୁଁ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ଭିତରେ ଜ୍ୱଳନ୍ତ ଅଗ୍ନି ଦେଖିଛି, ଯାହା ପାଖରେ କିଛି କାକର ଓ ଫୁଲ ମଧ୍ୟ ରହିଛି ।

ଯାହାଦ୍ୱାରା ପ୍ରଫୁଲ୍ଲ ହିନ୍ଦୀ ସାହିତ୍ୟ ଜଗତରେ ଜଣେ ଉଜ୍ୱଳ ତାରକା ଭାବରେ ୁଦୀୟମାନ ହେଉଛି । କହିବାକୁ ଗଲେ ପୃଥିବୀ ପୃଷ୍ଠରେ ଏକ ମେଘ ଉଠୁଛି, ଯେଉଁଠି ଉଭୟ ରସ ଓ ବିଦ୍ୟୁତ ର ସମାହାର ରହିଥାଏ । ଏପରିକି ସେ ଏହାବି କହିବାକୁ ପଛାଇ ନଥିଲେ ଯେ, ଏଭଳି ଏକ ଦିନ ଆସିବ ଯେ, କବିଙ୍କ ଗୋଟଏ କାନ୍ଧରେ ହଳାହଳ ଓ ଅନ୍ୟ କାନ୍ଧରେ ଅମୃତ କଳସ ରହିବ ।

ପ୍ରଫୁଲ୍ଲ ଙ୍କର ଅନ୍ୟ ଏକ ବିଶେଷତ୍ୱ ହେଲା ସେ ଜନ୍ମରୁ ଓଡ଼ିଆ ହୋଇମଧ୍ୟ ହିନ୍ଦୀ ଭାଷା ପ୍ରତି ତାଙ୍କର ଆଗ୍ରହ ଓ ଅଗାଧ ଜ୍ଞାନ ଆହରଣ ଓ ପରିପ୍ରକାଶ କରିବାର ବିରଳ ଉଦାହରଣ ସୃଷ୍ଟି କରି ପାରିଥିଲେ । ମାତ୍ର ବିଡ଼ମ୍ବନାର ବିଷୟ ଯେ, ଏହି ବିପ୍ଳବୀ କବିଙ୍କୁ ବର୍ତମାନର ଝାଡ଼ଖଣ୍ଡ, ବିହାର କିମ୍ବା ଓଡ଼ିଶାରେ ତାଙ୍କର ଅବିସ୍ମରଣୀୟ ଅବଦାନ କୁ ପ୍ରକୃତ ସମ୍ମାନ ମିଳି ପାରିଲାନାହିଁ ।

ତାଙ୍କର ଜୀବନୀ ଓଡ଼ିଆରେ ପ୍ରକାଶିତ ହୋଇଥିବା ବେଳେ ବହୁ ପ୍ରଚେଷ୍ଟା ପରେ ମଧ୍ୟ ଆମକୁ ହିନ୍ଦୀରେ ତାଙ୍କଦ୍ୱାରା ରଚିତ ପ୍ରବନ୍ଦ ଗୁଡ଼ିକ ସହ ହିନ୍ଦୀରେ ତାଙ୍କର ଚାରିଗୋଟି କବିତା ସଂକଳନ ମଧ୍ୟ ଆମ୍ଭର ହସ୍ତଗତ ହୋଇ ପାରିଲା ନାହିଁ ।

ତାଙ୍କ ଦ୍ୱାରା ରଚିତ ମିଟ୍ଟି ବୁଲା ରହି ହେ ହିନ୍ଦୀ କବିତାର କିଛି ଅଂଶ-
ପୂଜା ଅର୍ଘ୍ୟ
ମିଟ୍ଟି ଆଜ ପୂକାର ରହି ହେ, ପୂଜା ଅର୍ଘ୍ୟ ଚଢ଼ାନା ହୋଗା
ଆଜ ଶିଖର ପର ଚଢ଼ନା ହୋଗା, କଂଟକ ପଥପର ଚଲନା ହୋଗା
ଆଜ ଗରଲ ପି ପିକର ସାଥୀ, ଅନଲ ଶିଖା ପର ଜଲନା ହୋଗା
ତିଲ ତିଲକର କଣ କଣକର ସାଥୀ, ତଡ଼ପ ତଡ଼ପ କର ମିଟନା ହୋଗା
ଋହ ନ ଯାଏ କୁଛ ଶେଷ କି ଏସା, ପିଘଲ ପିଘଲ କର ବନନା ହୋଗା …

ଫ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ତାଙ୍କ ଜୀବନର ଅନ୍ତିମ ସମୟ ନିଜ ଜନ୍ମସ୍ଥାନ ବରପାଲି ଠାରେ ହିଁ ବିତାଇଥିଲେ । ତାଙ୍କ ନାତି ନିତିନ ପଟ୍ଟନାୟକ ଙ୍କ କହିବା ଅନୁସାରେ, ତାଙ୍କ ପିଠିର ହାଡ଼ ଭାଙ୍ଗିବା ଯୋଗୁଁ ଜୀବନର ଶେଷ କିଛି ବର୍ଷ ଶଯ୍ୟାଶାୟୀ ଥିବାବେଳେ ତାଙ୍କର ପତ୍ନୀଙ୍କର ମଧ୍ୟ ଦେହାନ୍ତ ହୋଇ ଯାଇଥିଲା, ମାତ୍ର ତାଙ୍କୁ ପରିବାର ଲୋକେ ଅବଗତ କରାଇ ନଥିଲେ ।

ଶେଷରେ ୧୪ ଜାନୁୟାରୀ ୨୦୨୩ ମସିହାରେ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ ତାଙ୍କ ବରପାଲି ସ୍ଥିତ ବାସଭବନରେ ଇହଧାମ ତ୍ୟାଗ କରିଥିଲେ ।

ସଂଗ୍ରହ : ସଚ୍ଚିଦାନନ୍ଦ ପାତ୍ର
ସାମ୍ବାଦିକ, ବରଗଡ଼

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସାହିତ୍ୟ Tagged With: featured

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version