• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡ଼ିଶାର ସର୍ବସାଧାରଣ ଜମି ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ

December 1, 2024 by ଓଡିଶା ଡଟ କମ Leave a Comment

ଓଡ଼ିଶାର ସର୍ବସାଧାରଣ ଜମିର ଆକଳିତ ବାର୍ଷିକ ମୂଲ୍ୟ ୩୬,୮୯୦ କୋଟି ଟଙ୍କା ଯାହା, ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ : ସଂକ୍ଷିପ୍ତରେ ଅର୍ଥନୀତି ଏବଂ ପରିବେଶ ଦିଗରେ ପ୍ରମୂଖ ଭୂମକିର ଏକ ନୂତନ ଦିଗ ଉପରେ ଆଲୋକପାତ

ଭୂବନେଶ୍ୱର, ଓଡ଼ିଶା – ଫାଉଣ୍ଡେସନ ଫର ଉକୋଲୋଜିକାଲ ସିକ୍ୟୁରିଟି (ଏଫ୍‌ଇଏସ୍‌), ଇଂଟରନେସନାଲ ଫୁଡ଼୍ ପଲିସି ରିସର୍ଚ୍ଚ ଇନଷ୍ଟିଚଟୁ (ଆଇଏଫ୍‌ପିଆରଆଇ), ଫେଡେରେସନ ୟୁନଭିରସିଟ,ି ଅଷ୍ଟ୍ରେଲଅିା଼ ଏବଂ କମନ୍ ଗ୍ରାଉଣ୍ଡଙ୍କ ମିଳିତ ଉଦ୍ୟମରେ ନିକଟରେ ପ୍ରସ୍ତୁତ କରାଯାଇଥିବା “ଓଡ଼ିଶାର ସର୍ବସାଧାରଣ ଜମିର ଅର୍ଥନୈତକି ମୂଲ୍ୟବୋଧ” ସନ୍ଦର୍ଭର ମୁଖ୍ୟାଂଶ ଅନୁଯାୟୀ ଓଡ଼଼ିଶାରେ ପ୍ରାୟ ୫ ନିୟୁତ ହେକ୍ଟର ସର୍ବସାଧାରଣ ଜମି ରହିଛି ଯାହାର ମୂଲ୍ୟ ପ୍ରାୟ ୩୬,୮୯୦କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ସର୍ବସାଧାରଣ ଜମି ସମସ୍ତ ଗୋଷ୍ଠୀ / ସମ୍ପ୍ରଦାୟ / ବର୍ଗର ସଦସ୍ୟମାନେ ବ୍ୟବହାର କରାଯାଇଥାଏ । ଜଙ୍ଗଲ, ଗୋଚର ଏବଂ ପତିତ ଜମି ଆଦିକୁ ସର୍ବସାଧାରଣ ଜମି ରୂପେ ଗଣନା କରାଯାଇଥାଏ । ଏହା ବିଶ୍ୱସ୍ତରରେ କୋଟି କୋଟି ଜନତାଙ୍କର ଜୀବନଜୀବିକାରେ ସହାୟତା ପ୍ରଦାନ ସ୍ୱରୂପ ଗୁରୁତ୍ୱପୂର୍ଣ୍ଣ ପାରିପାଶ୍ୱିର୍କ ସେବା ଯୋଗାଇଥାଏ ।

ବିଶେଷତଃ ଏହିପରି ସର୍ବସାଧାରଣ ସମ୍ବଳ ଏବଂ ତାହର ମୂଲ୍ୟାୟନ ଅଂଚଳର ସଂପ୍ରଦାୟ / ଗୋଷ୍ଠୀ / ଅଧିବାସୀମାନଙ୍କର ପ୍ରଚଳିତ ପରିଚାଳନା ବ୍ୟବସ୍ଥା ଏବଂ ଚିରନ୍ତନୀ ବ୍ୟବହାର ପ୍ରଣାଳୀ ଉପରେ ନିର୍ଭର କରିଥାଏ । ଆଦିବାସୀ ବହୁଳ ଅଂଚଳରେ ଏହା ଏକ ପ୍ରଥା ରୂପେ ପରିଗଣିତ ହୋଇଆସୁଛି ।

ଏହି ସ୍ୱ-ପରିଚାଳନା ବ୍ୟବସ୍ଥାର ତୃଣମୂଣ ଗଣତନ୍ତ୍ରିକ ବ୍ୟବସ୍ଥାରେ ସାମିଲୀକରଣ ଓ ପ୍ରତିନିଧିତ୍ୱ ଦିଗରେ ଏକ ପ୍ରମୂଖ ଭୁମିକା ରହିଛି । ବିଶେଷଭାବରେ ଯେଉଁଠି ସମ୍ବଳ ପରିଚାଳନା ନିମନ୍ତେ ପାରମ୍ପରିକ ପ୍ରଥା ନିୟନ୍ତ୍ରିତ କରୁଛି ସେ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ।

ଓଡ଼ିଶା ଅର୍ଥନୀତି ଏବଂ ସାମାଜିକ ବ୍ୟବସ୍ଥାରେ ସର୍ସାଧାରଣ ଜମିର ଯୋଗଦାନ / ଅବଦାନକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ ଏହି ମୂଲ୍ୟାୟନ ଏକ ପରିମାଣାତ୍ମକ ଆଧାର ରୂପେ ପରିଗଣିତ ହୋଇଥାଏ । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ବଳଗୁଡି଼କର ସ୍ଥାୟୀ ପରିଚାଳନା ଏବଂ ସୁରକ୍ଷାକୁ ସୁନଶ୍ଚିିତ କରିବା ନିମନ୍ତେ ସର୍ବସାଧାରଣ ଜମିର ଅଥିର୍କ ମୂଲ୍ୟକୁ ନୀତି-ପ୍ରଣୟନ ଓ ଜମି ଅଧିଗ୍ରହଣ ପ୍ରକ୍ରୟିାରେ ଅର୍ନ୍ତଭୁକ୍ତ କରିବା ଜରୁରୀ ହୋଇଯାଇଛି ।

କୃଷି ଏବଂ ପ୍ରାକୃତକି ସମ୍ବଳ ଉପରେ ନିର୍ଭର କରୁଥବିା ଓଡ଼ିଶା ବର୍ତମାନ ଜଳବାୟୁ ପରିବର୍ତନ ଦ୍ୱାରା ପ୍ରଭାବିତ ହେଉଥିବା ଦେଶର ସମ୍ବେଦନଶୀଳ ଆଠଟି ରାଜ୍ୟ ମଧ୍ୟରୁ ଅନ୍ୟତମ ରାଜ୍ୟ ଭାବେ ଚିହି୍ନତ । ରାଜ୍ୟର ଅର୍ଥନୀତି ଏବଂ ସାମାଜିକ ସ୍ଥିତି କୃଷି ଓ ଜଙ୍ଗଲ ପରି ପ୍ରାକୃତକି ସମ୍ବଳ ସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ହୋଇଥିଲା ବେଳେ ଏହା ପ୍ରାୟ ୨୬ଟି ଜିଲ୍ଲାର ୩୬ଲକ୍ଷ ଲୋକଙ୍କର ଆବାସ ସ୍ଥଳୀ ଯାହା ବନ୍ୟା, ବାତ୍ୟା ଏବଂ ମରୁଡି଼ ପ୍ରବଣ ଅଟେ ।

ଏଥିରେ ଦିଆଯାଇଥିବା ତଥ୍ୟ ଏବଂ ବିବରଣୀ ହର୍‌ପନ୍ଦିର ସନ୍ଧୁ ଓ ଅନ୍ୟମାନଙ୍କ ଦ୍ୱାରା ଏନଭାରମେଂଟ ରିସର୍ଚ୍ଚ ଲେଟରସ “ଭ୍ୟାଲୁଇଙ୍ଗ ଇକୋସିଷ୍ଟମ ସରଭିସେସ୍ ପ୍ରୋଭାଇଡେଡ଼଼ ବାଏ ଲ୍ୟାଣ୍ଡ କମନ୍ସ ଇନ୍ ଇଣ୍ଡିଆ: ଇମ୍ପ୍ଲିକେସନ୍ସ ଫର ରିସର୍ଚ୍ଚ ଆଣ୍ଡ ପଲିସି” , ନାମକ ଗବେଷଣା ସନ୍ଦର୍ଭ (ପେପର)ରୁ ଉଦ୍ଧୃତ ହୋଇଅଛି ।

ଏହି ସଂକ୍ଷିପ୍ତ ବିବରଣୀରୁ ମିଳିଥବିା ପ୍ରମୁଖ୍ୟ ତଥ୍ୟଗୁଡି଼କ ନିମ୍େନର ପ୍ରଦାନ କରାଯାଇଛି

ସମୁଦାୟ ସର୍ବସାଧାରଣ ଜମି: ଓଡ଼଼ିଶାରେ ପ୍ରାୟ ୫ଲକ୍ଷ ହେକ୍ଟର ସର୍ବସାଧାରଣ ଜମି ରହିଛି ଯାହା ଗ୍ରାମୀଣ ଅର୍ଥନୀତି ଏବଂ ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେଉଛି ।  ବାର୍ଷିକ ଅର୍ଥନୈତିକ ମୂଲ୍ୟ: ଓଡ଼଼ଶିାରେ ଥିବା ଏହି ସମସ୍ତ ସର୍ବସାଧାରଣ ଜମିର ସମୁଦାୟ ଆର୍ଥକି ମୂଲ୍ୟ ବାର୍ଷିକ ୩୬,୮୯୦ କୋଟି ଟଙ୍କା (୫ ନିୟୁତ ଡ଼ଲାର) ବୋଲି ହିସାବ କରାଯାଇଛି ଯାହା ବିଭନି୍ନ ପରିପାଶ୍ୱିର୍କ ସେବାକୁ ଗଣନା କରାଯାଇ ବାହାର କରାଯାଇଛି ।

ସାରା ଭାରତବର୍ଷ ନିମନ୍ତେ ପାରିପାଶ୍ୱର୍ିକ ସେବାଗୁଡି଼କର ବର୍ଗୀକରଣ: ୧. ଯୋଗାଣ ସେବା (ପରିବେଶରୁ ମିଳୁଥବିା ନିତ୍ୟ ବ୍ୟବହାର୍ଯ୍ୟ ଉତ୍ପାଦ ଏହି ସେବାର ଅନ୍ତର୍ଗତ)- ଯାହାର ମୂଲ୍ୟ ହେକ୍ଟର ପ୍ରତି ବାର୍ଷିକ ୬୫,୪୧୧ଟଙ୍କା (୮୯୧.୮୧ ଡ଼ଲାର) ।

୨. ନିୟନ୍ତ୍ରଣାତ୍ମକ ସେବା (ଏହା ପରିବେଶର ବିଭିନ୍ନ ପ୍ରକ୍ରିୟାର ନିୟନ୍ତ୍‌ଣ ନିମନ୍ତେ ଲାଭଦାୟକ ସେବାକୁ ବୁଝାଇଥାଏ ଯେପରି ଜଳବାୟୁ ନିୟନ୍ତ୍‌ଣ, ମୃତକିା ଉର୍ବରତା ଏବଂ ଜଳ ବିଶଦ୍ଧୁକିରଣ ଆଦି ) – ଏହାର ହେକ୍ଟର ପ୍ରତି ବାର୍ଷିକ ମୂଲ୍ୟ ୬୦,୬୯୮ଟଙ୍କା (୮୨୭.୭୪ ଡ଼ଲାର) ।

୩. ସହାୟତା ସେବା (ମୃତିକା ପ୍ରସ୍ତୁତ,ି ବସତି ବ୍ୟବସ୍ଥା ଭଳି ଅଅବଶ୍ୟକୀୟ ସେବାକୁ ଦର୍ଶାଏ) -ହେକ୍ଟର ପ୍ରତି ଏହାର ବାର୍ଷିକ ମୂଲ୍ୟ ୨୪,୦୭୮ଟଙ୍କା (୩୨୮.୨୭ ଡ଼ଲାର)

୪. ସାଂସ୍କୃତିକ ସେବା (ଲୋକମାନଙ୍କୁ ପରିବେଶରୁ ମିଳୁଥବିା ବିଭନି୍ନ ଅବସ୍ତୁବାଦୀ ଲାଭକୁ ଏହା ବୁଝାଇଥାଏ ଯାହାଦ୍ୱାରା ଆଧ୍ୟାତ୍ମିକ ଗୁଣବତାର ଅଭ୍ୟୁଦୟ ଓ ସକରାତ୍ମକ ସଜ୍ଞାନର ବିକାଶ ହୋଇଥାଏ )- ହେକ୍ଟର ପ୍ରତି ଏହାର ବାର୍ଷିକ ମୂଲ୍ୟ ୪,୪୫୬ଟଙ୍କା (୬୦.୭୯ ଡ଼ଲାର) ।

ଏହି ବିବରଣୀ ସର୍ବସାଧାରଣ ଜମିଗୁଡ଼କି ନିମନ୍ତେ କିପରି ଅତ୍ୟଧିକ ବ୍ୟବହାର, ହ୍ରାସ, ଜବରଦଖଲ ଏବଂ ଅନୁପଯୁକ୍ତ ପ୍ରଶାସନିକ ବ୍ୟବସ୍ଥା ଆଦି ଅନେକ ସମସ୍ୟା ରହିଛି ସେ ଦିଗରେ ଆଲୋକପାତ କରିଛି । ଏହି ସମସ୍ତ ସମସ୍ୟା ହେତୁ ମୂଲ୍ୟବାନ ପାରିପାଶ୍ୱର୍ିକ ସେବା କ୍ଷତିଗ୍ରସ୍ତ ହେଉଛି ଯାହା ଫଳରେ ଏହା ଉପରେ ନିର୍ଭର କରୁଥବିା ଲକ୍ଷ ଲକ୍ଷ ଲୋକଙ୍କର ଜୀବନଜୀବିକା ପ୍ରଭାବିତ ହେଉଛି ।

ସର୍ବସାଧରଣ ଜମିର ସଂରକ୍ଷଣ ନିମନ୍ତେ ନୀତିଗତ ଏବଂ ଆନୁଷ୍ଠାନିକ ଢ଼ାଂଚାରେ ପରିବର୍ତନ ତଥା ଚିରନ୍ତନୀ (ଅବିରାମ) ପରିଚାଳନା ବ୍ୟବସ୍ଥା ଏବଂ ଗୋଷ୍ଠୀ ଭିତତ୍‌ିଜ ପରିଚାଳନା ଉପରେ ଏହା ଗୁରୁତ୍ୱାରୋପ କରିଛି ।

ପୁନଶ୍ଚ, ଏହି ବିବରଣୀ ସର୍ବସାଧରଣ ଜମିର ଅର୍ଥନୈତକି ମୂଲ୍ୟବୋଧକୁ ରାଜ୍ୟ କୋଷରେ ସମନ୍ୱୟ କରିବା ଏବଂ ଚିରନ୍ତନୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଯୋଗଦାନ ଉଦ୍ଦେଶ୍ୟରେ ନୀତିଗତ ନିଷ୍ପତି ପ୍ରକ୍ରିୟାରେ ସାମିଲ କରିବା ନିମନ୍ତେ ମଧ୍ୟ ଓଳିଲାତି କରେ / ଯୁକ୍ତି ବାଢ଼େ ।

ଏଥିରେ ଉତ୍‌ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥ ବାତାବରଣ, ମର୍ଯ୍ୟଦାପୂର୍ଣ୍ଣ କାର୍ଯ୍ୟ ଏବଂ ଅର୍ଥନୈତକି ଅଭିବୃଦ୍ଧ,ି ଅସମାନତାର ହ୍ରାସ, ଦାୟିତପ୍ୱୂର୍ଣ୍ଣ ଉତ୍ପାଦନ ଏବଂ ଉପଯେଜନ, ସର୍ବୋପରେ ଭବିଷ୍ୟତ ବଂଶଧରମାନଙ୍କର ନିମନ୍ତେ ସୁସ୍ଥ ବାତାବରଣ ନିଶ୍ଚିତ କରିବା ଆଦି ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି ।

ଏହି ବିବରଣୀ ନୀତି ପ୍ରଣୟନକାରୀ, ପରିବେଶବିତ୍ ଏବଂ ସଂପ୍ରଦାୟର ନେତୃତ୍ୱ ନେଉଥିବା ଲୋକମାନଙ୍କ ନିମନ୍ତେ ଏକ ମୂଲ୍ୟବାନ ସମ୍ବଳ ହେବ ଯଦ୍ୱାରା ସେମାନେ ଓଡ଼ିଶାର ସର୍ବସାଧାରଣ ଜମିର ମୂଲ୍ୟକୁ ବୁଝପିାରିବେ ଓ ସାମାଜିକ-ପାରିପାଶ୍ୱର୍ିକ ସ୍ଥିତିର ସୁରକ୍ଷା ନିମନ୍ତେ ଆଗଭର ହେବେ ।

ଏହି ସଂକ୍ଷିପ୍ତ ବିବରଣୀରେ ପ୍ରଦାନ କରାଯାଇଥିବା ତଥ୍ୟ ୨୦୨୩ ରେ ଏନଭାରମେଂଟ ରିସର୍ଚ୍ଚ ଲେକ୍‌ଚର ୧୮ ୦୧୩୦୦୧ରେ ହର୍‌ପିନ୍ଦର ସନ୍ଧୁ ଓ ଅନ୍ୟମାନଙ୍କ ଦ୍ୱାରା “ଭ୍ୟାଲୁଇଙ୍ଗ ଇକୋସିଷ୍ଟମ ସରଭିସେସ୍ ପ୍ରୋଭାଇଡେଡ଼଼ ବାଏ ଲ୍ୟାଣ୍ଡ କମନ୍ସ ଇନ୍ ଇଣ୍ଡିଆ: ଇମ୍ପ୍ଲିକେସନ୍ସ ଫର ରିସର୍ଚ୍ଚ ଆଣ୍ଡ ପଲିସି”, ନାମକ ଗବେଷଣା ସନ୍ଦର୍ଭ (ପେପର)ରୁ ଉଦ୍ଧୃତ ହୋଇଅଛି ।

ହ୍ରଷ୍ଟବ୍ୟ: ହର୍‌ପିନ୍ଦର ସନ୍ଧୁ ଓ ଅନ୍ୟମାନଙ୍କ ଦ୍ୱାରା ୨୦୨୩ ଏନଭାରମେଂଟ ରିସର୍ଚ୍ଚ ଲେକ୍‌ଚର ରେ “ଭ୍ୟାଲୁଇଙ୍ଗ ଇକୋସିଷ୍ଟମ ସରଭିସେସ୍ ପ୍ରୋଭାଇଡେଡ଼଼ ବାଏ ଲ୍ୟାଣ୍ଡ କମନ୍ସ ଇନ୍ ଇଣ୍ଡିଆ: ଇମ୍ପ୍ଲେିକସନ୍ସ ଫର ରିସର୍ଚ୍ଚ ଆଣ୍ଡ ପଲିସି”, ଗବେଷଣା ସନ୍ଦର୍ଭ (ପେପର)ରୁ ଉଦ୍ଧୃତ ନିର୍ଦ୍ଧାରିତ ମୂଲ୍ୟ ଅନୁଯାୟୀ ୧ ଅମେରିକୀୟ ଡ଼ଲାରର ମୂଲ୍ୟ ବଦଳରେ ୭୩.୩୪ଟଙ୍କା ମୂଲ୍ୟାଙ୍କନ/ ହିସାବ କରିବା ନିମନ୍ତେ ବ୍ୟବହାର କରାଯାଇଛି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ପରିବେଶ Tagged With: ଓଡିଶା

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version