• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

admin

ଜାନୁୟାରୀ ୧୯, ଗୁରୁବାର ଭୋର ସମୟରେ ବାଲେଶ୍ୱର ଜିଲ୍ଲା ସୋର ନିକଟରେ ହୋଇଥିବା ଦୁର୍ଘଟଣାରେ ଆହତ ଲୋକମାନେ ।

January 19, 2012 by admin Leave a Comment

ଜାନୁୟାରୀ ୧୯, ଗୁରୁବାର ଭୋର ସମୟରେ ବାଲେଶ୍ୱର ଜିଲ୍ଲା ସୋର ନିକଟରେ ହୋଇଥିବା ଦୁର୍ଘଟଣାରେ ଆହତ ଲୋକମାନେ ।

admin
admin

Filed Under: ମୁଖ୍ୟ ଖବର Tagged With: ବାଲେଶ୍ୱର

ଜାନୁୟାରୀ ୧୮, ଗୁରୁବାର ଭଦ୍ରକ ପୁରୁଣା ବଜାରରୁ ପୋଲିସ ଜବତ କରିଥିବା ଗଂଜେଇ ଭର୍ତି ସିଗାରେଟ ।

January 19, 2012 by admin Leave a Comment

ଜାନୁୟାରୀ ୧୮, ଗୁରୁବାର ଭଦ୍ରକ ପୁରୁଣା ବଜାରରୁ ପୋଲିସ ଜବତ କରିଥିବା ଗଂଜେଇ ଭର୍ତି ସିଗାରେଟ ।

 

admin
admin

Filed Under: ମୁଖ୍ୟ ଖବର Tagged With: ଭଦ୍ରକ

ମାଲକାନଗିରି: ୪ ମାଓବାଦୀ ଗିରଫ

January 19, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ଗୁରୁବାର ଏସ୍ଓଜି ଓବିଏସ୍ଏଫ ଯବାନଙ୍କ କୁମ୍ବିଂ ଅପରେଶନ ସମୟରେ ଚାରିଜଣ ମାଓବାଦୀଙ୍କୁ ଗିରଫ କରିଥିବା ପୋଲିସ କହିଛି ।

ଏମ୍ଭି-୭୨ ଗାଁ ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ଗୁପ୍ତ ବୈଠକ କରୁଥିବା ଖବର ପାଇ
ଯବାନମାନେ ସେଠାକୁ କୁମ୍ବିଂ ଅପରେଶନରେ ଯାଇ ଏହି ମାଓବାଦୀଙ୍କୁ ଗିରଫ କରିଥିବା ଜଣେ
ଅଧିକାରୀ କହିଛନ୍ତି ।

ଗିରଫ ମାଓବାଦୀମାନେ ହେଲେ ମାନ୍ଦାମୀ ସୁବା, ତାଲମ ଏରା,ମାନବକୁଣ୍ଡା ଚେଲମ ନାଗା ଓ ଚିନମ୍
ଭୂମିଆ । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମାଓବାଦୀ, ମାଲକାନଗିରି

ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା

January 18, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ପିପିଲି ଯୁବତୀ ଗଣବଳାତ୍କାର ମାମଲାରେ ଅଭିଯୁକ୍ତଙ୍କ ସହ ସଂପୃକ୍ତି ଅଭିଯୋଗ ପରେ ଗୁରୁବାର କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଇସ୍ତଫା ପତ୍ର ପ୍ରଦାନ କରିଥିବା ମହାରଥୀ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଏହି ଘଟଣାରେ ବିରେଧୀ ଦଳ ଗୁଡ଼ିକ ରାଜନୈତିକ ଫାଇଦା ନେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ କରି ଦଳର ସ୍ୱାର୍ଥ ତଥା ସ୍ୱାଭିମାନ ଦୃଷ୍ଟିରୁ ଇସ୍ତଫା ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି, ସେ କହିଛନ୍ତି ।

ପିପିଲି ଥାନା ଅର୍ଜୁନଗା ଗାଁର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ଗଣବଳାକ୍ରାର ପରେ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା ।

ଅଭିଯୁକ୍ତଙ୍କ ସହ ମହାରଥୀଙ୍କ ସଂପର୍କ ଥିବା ଅଭିଯୋଗ କରି ତାଙ୍କର ଇସ୍ତାଫା ଦାବିରେ ବିରୋଧୀ ଦଳ
ଗୁଡ଼ିକ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି ।

ଏହି ଘଟଣାରେ କ୍ରାଇମବ୍ରାଂଚ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ତେବେ ଘଟଣାରେ ତାଙ୍କର କୌଣସି ସଂପୃକ୍ତ ନଥିବା ମହାରଥୀ ପୂର୍ବରୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପ୍ରଦୀପ ମହାରଥୀ

ତୀର୍ଥଯାତ୍ରୀ ବସ୍ ଟ୍ରକ୍ ମୁହାଁମୁହିଁ, ୬ ଜଣଙ୍କ ମୃତ୍ୟୁ

January 18, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ସୀତାରାମ ପାତ୍ର

ସୋର(ବାଲେଶ୍ୱର), ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲାରେ ଗୁରୁବାର ଭୋର ସମୟରେ ତୀର୍ଥଯାତ୍ରୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ସୋର ନିକଟସ୍ଥ ଜାତୀୟ ରାଜପଥ ନଂ୫ ଠାରେ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଉନଥିବାରୁ ଦୁର୍ଘଟଣା ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଉତ୍ତରପ୍ରଦେଶ ଗୋଣ୍ଡା ଜିଲ୍ଲାର ଏହି ତୀର୍ଥଯାତ୍ରୀମାନେ ପୁରୀ ଦର୍ଶନ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି ।

ମୃତକଙ୍କ ମଧ୍ୟରେ ଡ଼୍ରାଇଭର, ଚାରି ଜଣ ମହିଳା ଅଛନ୍ତି । ଆହତଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଟ୍ରକ୍, ତୀର୍ଥଯାତ୍ରୀ ବସ୍

ପଞ୍ଚାୟତ ନିର୍ବାଚନ ପାଇଁ ତାଲିମ ଶିବିର

January 18, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଭଦ୍ରକ ଠାରେ ଗୁରୁବାର ନିର୍ବାଚନ ପରିଚାଳନା ପାଇଁ ଏକ ତାଲିମ ଶିବିରର ଆୟୋଜନ କରାଯାଇଛି ।

ବିଭିନ୍ନ ବ୍ଲକରେ ନିର୍ଦ୍ଧାରିତ ନିର୍ବାଚନ ତାରିଖରେ ଆଇନ-ଶୃଙ୍ଖଳା ତଦାରଖ ବ୍ୟବସ୍ଥା, ପୋଲିଂ ବୁଥର ସୁରକ୍ଷା, ପୋଲିଂ ପାର୍ଟି ପ୍ରେରଣ, ପୋଲିଂ ଅଧିକାରୀଙ୍କ ତାଲିମ ସଂପର୍କରେ ଆଲୋଚନା ହୋଇଛି ।

ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଶଶୀଧର ନାୟକ, ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକ ଶରତ ଚନ୍ଦ୍ର ନାୟକ,ଉପ ଜିଲ୍ଲାପାଳ ରାମଚନ୍ଦ୍ର ପାଲଟା ଓ ଅନ୍ୟ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପଞ୍ଚାୟତ ନିର୍ବାଚନ, ଭଦ୍ରକ

ଓଡ଼ିଆ ଝିଅ ପ୍ରସନ୍ନତା ପାଇବେ ସାହସିକତା ପୁରସ୍କାର

January 18, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ଅନୁଗୁଳ ଜିଲ୍ଲା ନିଶା ଗ୍ରାମର ଝିଅ ପ୍ରସନ୍ନତା ଶାଣ୍ଡିଲ୍ୟ ଜାତୀୟ ଶିଶୁ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ ।
ଦେଶର ବିଭିନ୍ନ ପ୍ରାନ୍ତର ୨୪ଜଣ ଶିଶୁଙ୍କୁ ସାହସିକତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଗତ ବର୍ଷ ଅପ୍ରେଲ ୧୨ରେ ପାଂଚ ଜଣ ଡ଼କାୟତ ତାଙ୍କ ଘରକୁ ଆସିଥିବା ବେଳେ ପ୍ରସନ୍ନତା
ସାହସିକତାର ସହ ସେମାନଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଦେଇଥିଲେ । ଫଳରେ ଡ଼କାୟତଙ୍କ
ଆକ୍ରମଣରୁ ପରିବାର ଲୋକ ରକ୍ଷା ପାଇଯାଇଥିଲେ ।

ପ୍ରସନ୍ନତା ବର୍ତମାନ ଅନୁଗୁଳ ସ୍ଥିତ ଓପି ଜିନ୍ଦଲ ସ୍କୁଲରେ ପାଠ ପଢୁଛନ୍ତି । ପୁରସ୍କୃତ ହେବାକୁ ଥିବା ଶିଶୁଙ୍କ ମଧ୍ୟରେ ଅଛନ୍ତି ୮ଜଣ ଝିଅ ଓ ୧୬ଜଣ ପୁଅ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅନୁଗୁଳ, ଝିଅ ପ୍ରସନ୍ନତା

ଚିଲିକାରେ ଡ଼ଲ୍ଫିନ୍ ସଂଖ୍ୟା ହ୍ରାସ

January 18, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ଚିଲିକାରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଡ଼ଲଫିନ୍ଙ୍କ ସଂଖ୍ୟା ହ୍ରାସ ପାଇଛି ।

ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୧ ହ୍ରାସ ପାଇ ୧୪୫ରେ ପହଂଚିଛି । ଗତ ୧୬ ଓ ୧୭ ତାରିଖରେ
ହୋଇଥିବା ଗଣନାରୁ ଏହା ଜଣାପଡ଼ିଛି ବୋଲି ଚିଲିକା ଉନ୍ନୟନ କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ଗତ ଶ ବର୍ଷ ମଧ୍ୟରେ ୫୭ ଡ଼ଲଫିନ୍ ବଢିଥିବା ବେଳେ ୭୫ଟି ମରିଯାଇଥିବା ଜଣାପଡ଼ିଛି । ଡ଼ଲ୍ଫିନ ଶାବକଙ୍କ ସଂଖ୍ୟା ଗତ ବର୍ଷ ୪ ଥିବା ବେଳେ ଏହା ଚଳିତ ୧୦କୁ ବୃଦ୍ଧି ପାଇଛି ।

୨୦୧୧ରେ ୧୩୧ଟି ବୟସ୍କ ୨୧ଟି ମଧ୍ୟ ବୟସ୍କ ଏବଂ ୪ଟି ଶାବକଙ୍କ ସହ ମୋଟ୍ ୧୫୭ଟି ଡ଼ଲଫିନ୍
ଥିବାବେଳେ ବର୍ତମାନ ୧୧୨ଟି ବୟସ୍କ ୧୪ଟି ମଧ୍ୟ ବୟସ୍କ ଏବଂ ୧୦ଟି ଶାବକଙ୍କ ସହ ସମୁାୟ
୧୪୫ଟି ଡ଼ଲ୍ଫିନ୍ ଅଛନ୍ତି । ସେହିପରି ୨୦୧୧ ଏବଂ ୧୨ରେ ଗୋଟିଏ ଲେଖାଏଁ ଡ଼ଲ୍ଫିନ୍ଙ୍କ ମୃତ୍ୟୁ ହୋଇଛି ।

ତେବେ ଡ଼ଲ୍ଫିନ୍ ସଂପର୍କରେ ଠିକ୍ ସୂଚନା ପାଇଁ ମୁହାଣରେ ଏକ ସ୍ଥାୟୀ ହାଇଡ଼୍ରୋଫୋନ୍ ବ୍ୟବସ୍ଥା କରାଯିବ । ଏନେଇ ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟ ସହ ଚୁକ୍ତି ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଚିଲିକା, ଡଲଫିନ

ଜାନୁୟାରୀ ୧୮ ବୁଧବାର ଏବିଭିପିର ୩୬ତମ ରାଜ୍ୟ ସମ୍ମିଳନୀକୁ ନେଇ ଭଦ୍ରକ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ।

January 18, 2012 by admin Leave a Comment

ଜାନୁୟାରୀ ୧୮ ବୁଧବାର ଏବିଭିପିର ୩୬ତମ ରାଜ୍ୟ ସମ୍ମିଳନୀକୁ ନେଇ ଭଦ୍ରକ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ।

admin
admin

Filed Under: ମୁଖ୍ୟ ଖବର Tagged With: ସାମ୍ବାଦିକ

  • « Go to Previous Page
  • Page 1
  • Interim pages omitted …
  • Page 115
  • Page 116
  • Page 117

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ