ଓଡିଶା ଡଟ୍ କମ୍ ସମ୍ବାଦଦାତା
ଭୁବନେଶ୍ଵର,୫ ଜୁଲାଇ (ଓଡିଶା ଡଟ୍ କମ୍) ଭୁବନେଶ୍ଵର ଠାରେ ଥିବା ବିଜୁ ପଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଅନୁଷ୍ଠାନିକ ଭାବେ ଶୁକ୍ରବାର ଠାରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ।
ଦୁବାଇ ଯାଉଥିବା ଏୟାର ଇଣ୍ଡିଆର ବିମାନ ଭୁବନେଶ୍ୱରରୁ ତାର ଉଡାଣ ଏହି ଦିନ ଆରମ୍ଭ କରିବ ବୋଲି ବିମାନ ବନ୍ଦର କତ୍ତୃପକ୍ଷ ସୂଚନା ଦେଇଛନ୍ତି । ଠିକ ସେହି ପରି ଦୁବାଇରୁ ଏୟାର ଇଣ୍ଡିଆର ବିମାନ ନୂଆଦିଲ୍ଲୀ ଦେଇ ଭୁବନେଶ୍ୱର ରେ ପହଞ୍ଚିବା । ଯାତ୍ରୀଙ୍କ କଷ୍ଟମ ଓ ଇମିଗ୍ରେସନ ଯାଞ୍ଚ ମଧ୍ୟ ଭୁବନେଶ୍ୱରରେ ହେବ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅକ୍ଟୋବର ୨୦୧୩ରେ କେନ୍ଦ୍ର ସରକାର ଭୁବନେଶ୍ୱର ବିମାନବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ କରିଥିଲେ ।
ଓଡିଶା ଡଟ୍ କମ୍

ଯେଉଁ ଅଞ୍ଚଳରେ ପ୍ରଶାସନ ପହଞ୍ଚି ପାରୁନାହିଁ ସେଠାରେ ପ୍ରଥମେ ଗଣମାଧ୍ୟମ ପହଞ୍ଚି ପାରୁଛି । ଲୋକଙ୍କ ସୁବିଧା ଅସୁବିଧା ଲୋକଙ୍କ ନିକଟରୁ ଆଣି ପାରୁଛି , ଡ଼ି॰ଆର॰ଡ଼ି॰ଏ॰ସମ୍ମିଳନୀ ଗୃହରେ ମ।ତୃ, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସମ୍ପର୍କିତ ଗଣମାଧ୍ୟମ କର୍ମଶାଳା ରେ ମୂଖ୍ୟ ଅତିଥିଭାବେ ଯୋଗଦେଇ ସେ ଏହା କହିଛନ୍ତି ।