
କେଦାର ମିଶ୍ର
ଗୁରୁ କେଳୁଚରଣ ମହାପାତ୍ରଂକ ନାଁ ସହିତ ଓଡିଶାର ପରମ୍ପରା, ପ୍ରତିଷ୍ଠା ଓ ଉତ୍କର୍ଷ ର ନିବିଡ ସମ୍ପର୍କ ରହିଛି। ନିଜ ଜୀବନକାଳରେ ଗୁରୁ କେଳୁଚରଣ ଓଡିଶାର ଐତିହାସିକ ପରିଚୟକୁ ନିଜ ନୃତ୍ୟ ମାଧ୍ୟମରେ ଆନ୍ତର୍ଜାତିକ ସ୍ଵୀକୃତି ପ୍ରଦାନକାରୀ ସାଂସ୍କୃତିକ ଦୂତର ଭୂମିକା ନିର୍ବାହ କରିଥିଲେ।
ଆଜି ପୃଥିବୀ ସାରା ଓଡିଶୀ ନୃତ୍ୟର ଯେଉଁ ଆଦର ଓ ଆଗ୍ରହ, ସେଥିରେ ଗୁରୁଜୀଂକର ଭୂମିକା ସବୁଠୁ ବେଶୀ ।ତାଂକରି ସ୍ମୃତିରେ ତାଂକ ହାତ ଗଢା ଅନୁଷ୍ଠାନ “ସୃଜନ” ପ୍ରତିବର୍ଷ ଭୁବନେଶ୍ଵରରେ ପାଳନ ଆସୁଛି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ। ଗୁରୁ ବଂଚିଥିବା ସମୟରୁ ଏହି ଉତ୍ସବର ଆରମ୍ଭ।
ବହୁ ସ୍ମୃତି ଓ ଅନୁଭୁତିର ମଂଚ ଏ ଉତ୍ସବ । ଭାରତୀୟ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ଜଗତର ବହୁ କିମ୍ବଦନ୍ତି ଏହି ଉତ୍ସବରେ ନିଜର ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି । ଗୋଟିଏ ମଂଚରେ କଥକ ନୃତ୍ୟର ମହାନାୟକ ବିରଜୁ ମହାରାଜ୍ ଓ ଗୁରୁ କେଳୁଚରଣ ନୃତ୍ୟ କରିବାର ବିରଳ ଅନୁଭୁତି ଏ ଉତ୍ସବର ସ୍ମୃତିରେ ରହିଛି।
ସେମିତି ଗିରିଜା ଦେବୀଂକ ତାନକାରୀରେ ଗୁରୁଜୀଂକ ସ୍ଵତଃସ୍ଫୁର୍ତ୍ତ ନର୍ତ୍ତନ ମଧ୍ୟ ଦିନେ ଏ ଉତ୍ସବର ଅଂଶବିଶେଷ ଥିଲା। ୨୨ ବର୍ଷରେ ପଦାର୍ପଣ କରିଥିବା ଏହି ଉତ୍ସବ ର ପରିଚାଳନା ଦାୟିତ୍ବ ଏବେ ଗୁରୁଜୀଂକ ସୁପୁତ୍ର ଓ ଆମ ସମୟର ଅନ୍ୟତମ ଶକ୍ତିଶାଳୀ ନୃତ୍ୟବିଦ୍ ରତିକାନ୍ତ ମହାପାତ୍ରଂକ ହାତରେ ।
କହିବାରେ ଦ୍ବିଧା ନାହିଁ, ରତିକାନ୍ତ ଏକ ମହାନ ଉତ୍କର୍ଷର ପରମ୍ପରାକୁ ପ୍ରବହମାନ ରଖିବାରେ କେବଳ ସଫଳ ହୋଇନାହାନ୍ତି, ସେ ଏହି ଉତ୍ସବକୁ ଆହୁରି ମନୋଜ୍ଞ ଓ ପ୍ରସାରଣକ୍ଷମ କରିପାରିଛନ୍ତି । ଗୁରୁଜୀ ଦେହତ୍ୟାଗ କରିବାର ୧୨ ବର୍ଷ ପରେ ଆଜି ଏହି ଉତ୍ସବ ଆୟୋଜନରେ ରତିକାଂତଂକ ନିଜସ୍ଵ ସ୍ପର୍ଶ ବାରୀ ହୋଇପଡୁଛି ।
ଗତ ୫ ରୁ ୯ ସେପ୍ଟେମ୍ବର ଯାଏଁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୨୨ଶ ଗୁରୁ କେଳୁଚରଣ ମହାପାତ୍ର ଉତ୍ସବ କୁ ନେଇ କେତୋଟି ଖାସ୍ କଥା –
୧. ଭୁବନେଶ୍ବରରେ ଆୟୋଜିତ ଶ୍ରେଷ୍ଠତମ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ର ଉତ୍ସବ ଭାବରେ ଏହାର ଏକ ସ୍ଵତନ୍ତ୍ର ମର୍ୟଦା ରହିଛି ।ଦେଶର ସବୁଠୁ ନାମୀ ଓ ସଫଳ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଶିଳ୍ପୀ ଏହି ଉତ୍ସବରେ ଯୋଗଦେଇ ଆସୁଛନ୍ତି।
ସେହି କ୍ରମରେ ଚଳିତ ବର୍ଷ ସୀତାରର ଉସ୍ତାଦ ଶାହିଦ୍ ପରବେଜ୍ ଖାନ୍, ପ୍ରବୀଣ ବଂଶୀ ବାଦକ ପ୍ରବୀଣ ଗୋଡ଼ଖିଣ୍ଡି, ବିଖ୍ୟାତ ତବଲାବାଦକ ଯୋଗେଶ ସାମସୀ, କଥକ ଶିଳ୍ପୀ ଅସୀମବନ୍ଧୁ ଦାସଗୁପ୍ତ, ଭରତନାଟ୍ୟମ ଶିଳ୍ପୀ ସତ୍ୟନାରାୟଣ ରାଜୁ , ଯୁବ ଓଡିଶୀ ଶିଳ୍ପୀ ରାହୁଳ ଆଚାର୍ୟ ଏହି ଉତ୍ସବରେ ନିଜସ୍ଵ କଳାତ୍ମକ ଉତ୍କର୍ଷ ପ୍ରଦର୍ଶନ କରିଥିଲେ ।
୨. ଏଥର ଉତ୍ସବର ଉଦଘାଟନ ଥିଲା ଓଡିଶୀ ନୃତ୍ୟ ପାଇଁ ଏକ ଐତିହାସିକ ଦିନ। ବର୍ତ୍ତମାନ ସମୟର ଓଡିଶୀ ନୃତ୍ୟର ତିନି ଶ୍ରେଷ୍ଠ ତାରକା ଅରୁଣା ମହାନ୍ତି, ସୁଜାତା ମହାପାତ୍ର ଓ ମୀରା ଦାସ ମିଳିତ ଭାବରେ ଏକ ଅନନ୍ୟ ପ୍ରସ୍ତୁତି ପରିବେଷଣ କରିଥିଲେ ।
ସୀତା, ଶବରୀ ଓ ମୀରାଂକ ଜୀବନ ଆଧାରରେ ଏହି ଓଡିଶୀ ସଂରଚନାକୁ ସମକାଳୀନ ନାରୀ ଜୀବନର ନବ କଳ୍ପନା ବୋଲି କୁହାଯାଇପାରେ।
ଏମିତି ଏକ ସମନ୍ଵୟ ଓ ସଂରଚନାକୁ ଓଡିଶୀ ର ଇତିହାସ ରେ ଅଭିନବ ବୋଲି କୁହା ଯାଇପାରେ । ଅରୁଣା, ସୁଜାତା ଓ ମୀରା ମଂଗଳାଚରଣ ଓ ହଂସଧ୍ବନୀ ପଲ୍ଲବୀ ରେ ନିଜ ନିଜର ଏକକ ଉତ୍କର୍ଷ ପ୍ରଦର୍ଶନ ସହ ଏକ ସମନ୍ୱିତ ମେଳ ରଚନା କରିବାରେ ସଫଳ ହୋଇଥିଲେ ।
୩. ଅନେକ ସମୟରେ ତାରକା ନୃତ୍ୟଶିଳ୍ପୀ ମାନେ ଯୁଗଳବନ୍ଦୀ ବା ତ୍ରୟୀ ପରିବେଷଣ କଲାବେଳେ ନିଜସ୍ଵ ଅହଂକାର ଓ ଅଭିମାନକୁ ଅଲଗା ରଖି ପାରନ୍ତି ନାହିଁ । ଏ କ୍ଷେତ୍ରରେ ତିନି ଜଣ ତାରକା ଶିଳ୍ପୀ ଗୋଟିଏ ସ୍ରୋତରେ ସମାହିତ ହୋଇ ଏକ ନୁଆ ସଂରଚନାକୁ ସଫଳ କରାଇବା ପଛରେ ଏକ ମିଳିତ ପ୍ରୟାସ ଥିଲା ।
୪. ସୀତାର ଶିଳ୍ପୀ ଉସ୍ତାଦ ଶାହିଦ୍ ପରବେଜ୍ ଖାନ୍ଂକୁ ଉତ୍ସବର ମଧୁରତମ ଅନୁଭବ ବୋଲି କୁହା ଯାଇପାରେ। ତାଂକ ତନ୍ତ୍ରକାରୀ ରେ ମାଧୁର୍ୟ ଓ ରସ ବିନ୍ୟାସର ନିଆରା ଶକ୍ତି ରହିଥିଲା ।
ରାଗ ଚାରୁକେଶୀ ରେ ରୁପକ ତାଳ, ମଧ୍ୟଲୟରେଏକ ତାଲ ଓ ଦୃତ ରେ ତିନ ତାଲ ଦେଇ ସୀତାର ର ସ୍ଵର ମୂର୍ଛନା ଶ୍ରୋତାଂକୁ ସମ୍ମୋହିତ କରିଥିଲା । ତାଂକ ତନ୍ତ୍ରୀ ଚାଳନା ରେ ଏକ ଅପୂର୍ବ ମାଧୁର୍ଯ୍ୟ ଓ ପ୍ରଶାନ୍ତ ଭାବର ପ୍ରଭାବ ଦେଖିବାକୁ ମିଳିଥିଲା।
ଚାରୁକେଶୀ ରାଗରେ ହିନ୍ଦୁସ୍ତାନୀ ଓ କର୍ନାଟକୀ ର ମିଶ୍ର ଅନୁଭବକୁ ଅତ୍ୟନ୍ତ କୁଶଳୀ ତନ୍ତ୍ରକାରୀ ମାଧ୍ୟମରେ ସେ ଉପସ୍ଥାପିତ କରିଥିଲେ।
୫. ଉତ୍ସବର ଚତୁର୍ଥ ସଂଧ୍ୟାରେ ବିଶିଷ୍ଟ ବଂଶୀ ବାଦକ ପ୍ରବୀଣ ଗୋଡ଼ଖିଣ୍ଡି ତାଂକର ଯାଦୁକରୀ ପ୍ରଭାବ ବିସ୍ତାର କରିଥିଲେ। ମୂଳତଃ କିରାନା ଘରାନା ର ଶିଳ୍ପୀ ହୋଇଥିଲେ ମଧ୍ୟ ପ୍ରବୀଣ ନିଜ ଅଂଦାଜ୍ ଓ ଫୁଂକରେ ବହୁ ଧାରା ତଥା ଶୈଳୀ ର ସମନ୍ଵୟ ଘଟାଇପାରନ୍ତି । ମାରୁ ବିହାଗ ରାଗ ର ସ୍ଵର ଓ ଶ୍ରୁତି କୁ ଯଥାର୍ଥ ଭାବରେ ଛୁଇଁବାର ବିରଳ ସାମର୍ଥ୍ୟ ଯୋଗୁଁ ତାଂକ ବଂଶୀ ମୋହକ ମୂର୍ଛନା ସୃଷ୍ଟି କରୁଥିଲା ।
ଦ୍ରୁତ ଲୟ ଉପରେ ସବୁଠୁ ବେଶୀ ପକଡ଼ ଥିବା ସତ୍ତ୍ୱେ ଆଳାପ ଓ ମଧ୍ୟ ଲୟରେ ମଧ୍ୟ ତାଂକର ଦକ୍ଷତା ବାରି ହୋଇ ପଡୁଥିଲା।
୬. ପ୍ରବୀଣ ଥିଲେ ଉତ୍ସବର ସବୁଠୁ ବଡ ଆକର୍ଷଣ । କାର୍ୟକ୍ରମ ସରିଲା ପରେ ମଧ୍ୟ ଦର୍ଶକ ନିଜ ଜାଗାରୁ ଉଠିବାକୁ ପ୍ରସ୍ତୁତ ନଥିଲେ। ଦର୍ଶକଂକ ପ୍ରବଳ ଅନୁରୋଧ ରକ୍ଷା କରି ପ୍ରବୀଣ ଶେଷରେ ପାହାଡି ଧୁନ୍ ପରିବେଷଣ କରିଥିଲେ। ବଂଶୀ ର ଶ୍ରୋତାଂକ ଲାଗି ପାହାଡି ହେଉଛି ସବୁଠୁ ମଧୁର ଅନୁଭବ ।
ପ୍ରକୃତି କୁ ସଂଗୀତରେ ଅନୁଭବ କରିବା ଲାଗି ପାହାଡି ଧୁନ ର ସଂରଚନା । ପ୍ରବୀଣ ସେଦିନ ନିଜ କୁଶଳୀ ଫୁଂକ୍ ମାଧ୍ୟମରେ ଦର୍ଶକଂକୁ ତନ୍ମୟ କରି ଦେଇଥିଲେ।
୭. ନୂଆ ପିଢିର ଓଡିଶୀ କ୍ଷେତ୍ରରେ ରାହୁଳ ଆଚାର୍ୟ ଏକ ପ୍ରଚୁର ପ୍ରତିଶ୍ରୁତିବଦ୍ଧ ନାମ । ଦେବପ୍ରସାଦ ଶୈଳୀ ର ଓଡିଶୀ ରେ ରାହୁଳ ସବୁଠୁ ବଡ ସମ୍ଭାବନା। ଉତ୍ସବରେ ରାହୁଳ ଓଡିଶୀ ର ଏକ ପୂର୍ଣ୍ଣ ରୂପ ପ୍ରସ୍ତୁତ କରିଥିଲେ ।
ହରି-ହର ସ୍ତୁତି ରେ ମଂଗଳାଚରଣ, ଚକ୍ରବାକ ପଲ୍ଲବୀ,ପ୍ରିୟେ ଚାରୁଶୀଳେ….ଅଷ୍ଟପଦୀ ରେ ଅଭିନୟ ଓ ମୋକ୍ଷ ପରିବେଷଣ କଲାବେଳେ ତାଂକର ତାଲିମ୍ ଓ ଅଭ୍ୟାସ ବାରୀ ହୋଇ ପଡୁଥିଲା, କିନ୍ତୁ ଯେଉଁ ରାହୁଲଂକୁ ଭାରତୀୟ ଶାସ୍ତ୍ରୀୟ ଜଗତର ଆଲୋଚକ ଓ ରସିକ ଗ୍ରାହକ ଭଲ ପାଆନ୍ତି, ସେ ରାହୁଳ ସେଦିନ ମଂଚରେ ନଥିଲେ !!
ଗୋଟିଏ ପଦରେ କହିଲେ- ସେଦିନ ରାହୁଳ ନିଜ ଫର୍ମ୍ ରେ ନଥିଲେ।
୮. ସତ୍ୟ ନାରାୟଣ ରାଜୁ ଓ ଯୋଗେଶ୍ ସାମସୀ- ସେମାନଂକ କାର୍ୟକ୍ରମ ଦେଖିନଥିବାରୁ, ସେ ଉପରେ ମୋର କୌଣସି ମତାମତ ଦେବାର ନାହିଁ।
୯. ଉତ୍ସବର ଅନ୍ତିମ ପ୍ରସ୍ତୁତି ଥିଲା ଆୟୋଜକ “ସୃଜନ” ର ନିଜସ୍ଵ ସଂରଚନା “ତ୍ୟାଗ” । ରତିକାନ୍ତ ମହାପାତ୍ର ଓଡିଶୀ ରେ ପରମ୍ପରା ର ନବ ନିର୍ମାଣ ଲାଗି ପ୍ରୟାସ କରିଛନ୍ତି । ନୃତ୍ୟର ପରିଧିରୁ କ୍ରମଶଃ ହଜିଯାଉଥିବା ଗୀତି ନାଟ୍ୟକୁ ରତିକାନ୍ତ ନୂଆ କରି ଉପସ୍ଥାପନ କରିଛନ୍ତି ।
ଅନସୁୟା, ଲକ୍ଷହୀରା ଓ ବିଷ୍ଣୁ ଦାସଂକ ତ୍ରିକୋଣ ପ୍ରେମ କାହାଣୀ କୁ ନେଇ ଚର୍ଚିତ ଗୀତି ନାଟ୍ୟ “ ନ ପାହୁ ରାତି ନ ମରୁ ପତି” ର ନୃତ୍ୟ ରୂପ ଜୟଦେବ ଦାସ ରଚନା କରିଥିବା ବେଳେ ନିର୍ଦ୍ଦେଶକ ରତିକାନ୍ତ ଏହାର ନବ ରଚନା କୁ ନୃତ୍ୟ ରେ ଏକ ଭିନ୍ନ ରୂପ ଦେବାରେ ସମର୍ଥ ହୋଇଛନ୍ତି ।
୧୦. ଚଳିତ ବର୍ଷ ଗୁରୁ କେଳୁଚରଣ ମହାପାତ୍ର ପୁରଷ୍କାର ଗୁରୁ କିଶୋର ମହାନ୍ତି ଓ ବିଗତ ଦିନର ଓଡିଆ ସିନେମାର ନାୟିକା ଝରଣା ଦାସଂକୁ ପ୍ରଦାନ କରାଯାଇଥିବା ବେଳେ କେଳୁଚରଣ ଯୁବ ପ୍ରତିଭା ପୁରଷ୍କାର ଭରତନାଟ୍ୟମ ଶିଳ୍ପୀ ପ୍ରବୀଣ କୁମାର, ଓଡିଶୀ ଶିଳ୍ପୀ ରାଜୀବ ଭଟ୍ଟାଚାର୍ଯ୍ୟ ଓ ମଧୁସ୍ମିତା ମହାନ୍ତି ତଥା ଯୁବ ଓଡିଶୀ କଣ୍ଠ ଶିଳ୍ପୀ ରୂପକ ପରିଡାନ୍କୁ ପ୍ରଦାନ କର ଯାଇଥିଲା ।
ଅନ୍ୟତମ ଓଡିଶୀ ଶିଳ୍ପୀ ମଧୁବ୍ରତା ଶତପଥୀ ମଧ୍ୟ ଏ ଅବସରରେ ସମ୍ମାନିତ ହୋଇଥିଲେ ।
ଓଡିଶା ଡଟ କମ





ଭାରତୀୟ ତନ୍ତ୍ର ପରମ୍ପରାରେ ଯୋଗିନୀ ହେଉଛନ୍ତି ଦେବୀଂକ ଅଂଗରୁ ଜାତ ହୋଇଥିବା ଲୌକିକ ଶକ୍ତି। କୌଳ ତନ୍ତ୍ର ଅନୁସାରେ ଦେବୀଂକୁ କୁଳ ଓ ଶିବଂକୁ ଅକୁଳ ବୋଲି କୁହାଯାଇଥାଏ । ଶିବଂକୁ କେନ୍ଦ୍ରକରି ଦେବୀଙ୍କର ୬୪ ସ୍ଵରୂପ ଯୋଗିନୀ ରୂପରେ ନୃତ୍ୟ କରୁଥାନ୍ତି। ଉତ୍ତର ଓ ପୂର୍ବ ଭାରତରେ ମାତ୍ର କେତୋଟି ଯୋଗିନୀ ମନ୍ଦିର ରହିଛି।
ଏହି ଧାରାର ଜଣେ ପ୍ରମୁଖ ସାଧକ “ଗଗନଶିବ” ରାଣିପୁର –ଝରିଆଲରେ ସାଧନା କରିଥିଲେ ବୋଲି ଏକ ଶିଳାଲିପି ରହିଛି। ଏଠାରେ ସୋମେଶ୍ବର ଶିବଂକ ପୀଠ ରହିଛି ଓ ଏଥିରେ ଥିବା ପୁଷ୍କରିଣୀକୁ ସୋମତୀର୍ଥ ବୋଲି ନାମିତ କରାଯାଇଛି।
ଏମାନେ ବଶୀକରଣ (ଅନ୍ୟକୁ ନିଜ ବଶ କରି ରଖିବା),ଗୁତିକାଂଜନ (ଏକ ପ୍ରକାର କଜଳ ଯାହା ଲଗାଇଲେ ଗୁପ୍ତ ଧନ ଦୃଶ୍ୟ ହୁଏ ), ଧାତୁବାଦ ( ଧାତୁ କୁ ବହୁମୂଲ୍ୟ ସୁନା ରେ ରୂପାନ୍ତର କରିବାର କଳା ), ବିଦଗ୍ଧ (ଶତ୍ରୁ କୁ ଧ୍ବଂସ କରିବାର କଳା ), ଅଗ୍ନିସ୍ତମ୍ଭନ(ନିଆଂକୁ ଆୟତ୍ତ କରିବାର କଳା), ଖେଚରୀ ବିଦ୍ୟା ( ଆକାଶରେ ଭ୍ରମଣ କରିବାର କଳା) ଇତ୍ୟାଦି ସାଧନା ର ମହାଦେବୀ ଭାବରେ ସାଧକ ଦ୍ଵାରା ପୂଜା ପାଇଥାନ୍ତି।
୬. କେନ୍ଦ୍ରାଧିପତି ଶିବଂକର ତିନୋଟି ମୁଖ, ଆଠ ହସ୍ତ ରହିଛି ଓ ତାଂକ ସହ ଗଣେଶ ଓ ନନ୍ଦୀ ମଧ୍ୟ ରହିଛନ୍ତି । ୬୪ ଯୋଗିନୀ ମଧ୍ୟରୁ କିଛି ଯୋଗିନୀ ମୂର୍ତୀ ଏବେ ଆଉ ଦୃଶ୍ୟମାନ ହେଉ ନାହାନ୍ତି ।
୯. ୫୦ ଫୁଟ୍ ପରିଧି ବିଶିଷ୍ଟ ଗୋଲାକାର ଯୋଗିନୀ ମନ୍ଦିରର ୬୪ ଟି ଖୋପରେ ରହିଥିବା ଯୋଗିନୀ ଗଣ ମୂର୍ତ୍ତି ସବୁ କ୍ଷୟୀଷ୍ଣୁ କୁଂଡା ପଥରରେ ନିର୍ମିତ ହୋଇଥିବାରୁ, ସମୟ କ୍ରମେ ମୂର୍ତ୍ତି ସ୍ଥାପତ୍ୟ ଲିଭି ଲିଭି ଆସୁଛି । ଏହାର ସଂରକ୍ଷଣ ନିତାନ୍ତ ଜରୁରୀ । ସେହିପରି ମୂର୍ତ୍ତିଚୋର ମାନେ କିଛି ଯୋଗିନୀ ମୂର୍ତ୍ତି ଖୋଲି ନେଇ ସାରିଲେଣି ।

୪. ଦେବସ୍ନାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଶୀତଳା ଠାକୁରାଣୀ ଓ ତାଙ୍କ ବାହନ ସିଂହଙ୍କ ମଧ୍ୟରେ ଅବସ୍ଥିତ ସୁନା କୂଅ ରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି କୂଅଟି ବର୍ଷସାରା ଅବ୍ୟବହୃତ ଥାଏ । ତାନ୍ତ୍ରିକ ପରମ୍ପରାରେ ଏହି ଜଳକୁ ଅଣତୁଠ ପାଣି ବୋଲି କୁହାଯାଏ।
୨. ୧୯୧୬ ମସିହାରେ ନିମାଇଁ ତାଂକର ସମ୍ପର୍କୀୟ ଗୋକୂଳ ଶ୍ରୀଚନ୍ଦନଙ୍କ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ନିମାଇଁଙ୍କ କକେଇ ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ ଥିଲେ ସେତେବେଳର ଓଡିଶାରେ ଏକମାତ୍ର ସଂଗୀତ ବିଶାରଦ।
୬. ୧୯୩୩ ମସିହାରେ ତାଂକର ପ୍ରଥମ ଏଲପି ରେକର୍ଡ଼ ପ୍ରସିଦ୍ଧ ଏଚ୍ଏମଭି କମ୍ପାନୀ ଦ୍ବାରା ମୁକ୍ତିଲାଭ କରିଥିଲା । ଭଜନ, ଜଣାଣ, ଛାନ୍ଦ, ଓଡିଶୀ, ଚୌତିଶା, ଚୌପଦୀ ଓ ଚମ୍ପୁ ଗାୟନରେ ସେ ନିଜର ଏକ ସ୍ଵତନ୍ତ୍ର ଶୈଳୀ ତିଆରି କରିଯାଇଛନ୍ତି।
୮. ନିମାଇଁ ହରିଚନ୍ଦନ ଆକାଶବାଣୀ ର ନିୟମିତ କଣ୍ଠ ଶିଳ୍ପୀ ଭାବେ ୧୯୪୭ ରୁ ଗାଇ ଆସୁଥିଲେ। ରେଡିଓ ରେ ତାଂକ ଗୀତ ବାଜୁନଥିବା ଦିନ କେବେ ବି ନଥିଲା
ଶ୍ରୀମତୀ କାନନବାଲା, ରାଧାରାଣୀ, ପ୍ରତିମା ବୋଷ୍ ଓ ବୁଦ୍ଧିମତୀ କେତୋଟି ଝିଅଂକୁ ଆଣି ସେମାନଂକ ସହିତ ପୁଅ ପିଲାଂକୁ ସ୍ତ୍ରୀ ସଜାଇ ନାଟକ ମାନ ମଂଚସ୍ଥ କରାଗଲା।ତାହାପରେ କ୍ରମେ ଏହି ଅନୁଷ୍ଠାନରେ ଯୋଗଦେଲେ ଆହୁରି କେତୋଟି ଝିଅ।
୭. ସେ ବୋଧେ ଏକମାତ୍ର ଓଡିଆ ଅଭିନେତ୍ରୀ ଯିଏ ଅଭିନୟ କରିଥିବା ପ୍ରାୟ ୪୦ ଟି ସିନେମା ରୁ ୧୪ ଟି ଜାତୀୟ ପୁରଷ୍କାର ପାଇଛି।ତାଂକ ଅଭିନୟର ମୌଳିକତା ଓ ପ୍ରଭାବ ବିଷୟରେ ଅନେକ କଥା ଏଯାଏ ଲେଖା ଯାଇ ପାରିନାହଁ।
୩ . ଐତିହାସିକ ଭାବେ ମୋଗଲ୍ ଗଂଜିଫା ରୁ ‘ଗଂଜପା’ ର ସୃଷ୍ଟି ବୋଲି କୁହାଯାଏ। ତେବେ ୟୁରୋପୀୟ ମାନେ ଭାରତକୁ ଆସିବା ସହିତ ଆମ ଦେଶରେ ତାସ୍ ର ପ୍ରବେଶ ମଧ୍ୟ ଘଟିଛି। ତେଣୁ ‘ଗଂଜପା’ କୁ ମୋଗଲ୍ ଓ ୟୁରୋପୀୟ କଳା ର ମିଶ୍ରଣ ବୋଲି କେହି କେହି ବିଚାର କରନ୍ତି।
ଏଠି କହିରଖିବା ଉଚିତ ହେବ ଯେ ଭାରତୀୟ ଲୋକ କଳ୍ପନାରେ ବାସୁକୀ ନାଗର ମୁଣ୍ଡ ଉପରେ ଆମର ପୃଥିବୀ ଅବସ୍ଥାପିତ। ବାସୁକୀର ନିୟନ୍ତ୍ରଣ ଇ ଆମକୁ ସୁରକ୍ଷିତ ରଖିଛି,ତେଣୁ ତାର କଡ ଲେଉଟା ସମୟରେ ପୃଥିବୀ କୁ ଟିକେ ବି ଯେମିତି ଆଘାତ ନ ଲାଗେ, ସେଥିଲାଗି ସତର୍କ ହେବା ରଜ ର ଏକ ପ୍ରମୁଖ ମାନ୍ୟତା।