• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

Rameswar

ନେଟ ଜିରୋ ବିଶ୍ଵ ଗଠନ ପାଇଁ କ୍ଲାଇମେଟ ପ୍ଲେଜରେ ଓଡ଼ିଶାର ସିଏସଏମ

September 21, 2022 by Rameswar 1 Comment

ଭୁବନେଶ୍ୱର,ସେପ୍ଟେମ୍ବର ୨୧(ଲୋକାଲ ୱାୟାର) ସିଏସଏମ ଟେକ୍ ଏକ ଭାରତୀୟ ଆଇଟି କନସଲଟିଂ ଫାର୍ମ ଭାବରେ ଆଫ୍ରିକା, ୟୁଏସ ଏବଂ ଦୁବାଇରେ ନିଜର ବ୍ୟବସାୟ କରିବା ସହ ୨୦୪୦ ମଧ୍ୟରେ ନେଟ୍ ଜିରୋ ବିଶ୍ୱ ଗଠନ କରିବା ପାଇଁ କ୍ଲାଇମେଟ୍ ପ୍ଲେଜ୍ ହସ୍ତାକ୍ଷର କରିବା ପାଇଁ ୩୭୬ ହସ୍ତାକ୍ଷରକାରୀଙ୍କୁ ସାମିଲ କରିଛି। ସିଏସଏମ ୭ମ ଭାରତୀୟ ତଥା ଓଡି଼ଶାର ପ୍ରଥମ କମ୍ପାନୀ ଭାବରେ ଏହି କାର୍ଯ୍ୟ କରିଛି।

ସିଏସଏମ ୩୭୬ ସଂଗଠନ ସମୂହରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କରିଛି। ଯେଉଁଥିରେ ଆମାଜନ, ମାଇକ୍ରୋସଫ୍ଟ, ଉବେର, ସାଇମେନସ୍, କୋକାକୋଲା, ଆଇବିଏମ, ଫିଲିପ୍ସ ଓ ଭିସା ଭଳି ବଡ଼ ବଡ଼ କମ୍ପାନୀ ସାମିଲ ଅଛନ୍ତି। ଏହି ସବୁ କମ୍ପାନୀ ବିଶ୍ୱକୁ ସୁରକ୍ଷା ଦେବା ଏବଂ ଏକ ସବୁଜ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତିଜ୍ଞା କରିଛନ୍ତି। ସେପ୍ଟେମ୍ୱର ୧୯ ତାରିଖରେ ନ୍ୟୁୟର୍କରେ ହୋଇଥିବା ଜଳବାୟୁ ସପ୍ତାହ ଏନୱାଇସି ମଧ୍ୟରେ ଏହା ଘୋଷଣା କରିବା ବେଶ ମହତ୍ତ୍ୱ ବହନ କରୁଛି।

ଜଳବାୟୁ ସପ୍ତାହ ଏନୱାଇସି ୨୦୨୨ ଏହାର ୧୪ତମ ବର୍ଷକୁ ସର୍ବ ବୃହତ ବିଶ୍ୱ ଜଳବାୟୁ ଇଭେଣ୍ଟ ଭାବରେ ଚିହ୍ନଟ କରେ। ମିଳିତ ଜାତିସଂଘର ସାଧାରଣ ସଭା ଏବଂ ନ୍ୟୁୟର୍କ ସହର ସହିତ ମିଳିତ ଭାବରେ ଜଳବାୟୁ ସପ୍ତାହ ଏନୱାଇସି ବ୍ୟବସାୟ, ସରକାର ଏବଂ ଜଳବାୟୁ ସମୁଦାୟର ବହୁ ପ୍ରଭାବଶାଳୀ ନେତାଙ୍କୁ ଏକତ୍ରିତ କରି ନିର୍ଣ୍ଣାୟକ ଜଳବାୟୁ କାର୍ଯ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ସୃଷ୍ଟି କରିବ।

ସିଏସଏମ ଟେକ୍ ର ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି ’’ବିଶ୍ୱର କେତେକ ଦାୟିତ୍ୱବାନ ସଂଗଠନ ସହିତ କ୍ଲାଇମେଟ୍ ପ୍ଲେଜ୍ ରେ ଯୋଗ ଦେଇ ଆମେ ବେଶ ଖୁସି । ଏକ ସବୁଜ , ସ୍ଥାୟୀ ପୃଥିବୀ ପାଇଁ ଆମ ପ୍ରୟାସକୁ ପୁନଃ ଜୀବିତ କରିବା ପ୍ରତିଶ୍ରୁତି ଆମକୁ ଉତ୍ସାହିତ କରିବ। ଜଳବାୟୁ ପରିବର୍ତ୍ତନର କ୍ଷତିକାରକ ପ୍ରଭାବ ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବେ ସଚେତନ। ସ୍ମାର୍ଟ ଟେକ୍ନୋଲୋଜି ଏହି ସବୁ ଅସୁବିଧାକୁ ଯଥେଷ୍ଟମାତ୍ରାରେ ହ୍ରାସ କରିପାରିବ। ଆମର ବିଶୃଙ୍ଖଳିତ ସମାଧାନ ମାଧ୍ୟମରେ ଆମେ କ୍ଲିନ୍ ଟେକ୍ ବ୍ୟବହାରକୁ ପ୍ରୋତ୍ସାହିତ କରୁଛୁ ଏବଂ ସ୍ଥାୟୀ ସମାଧାନର ଏହି ଯାତ୍ରା ଜାରି ରଖିବୁ।’’

ଏହାପୂର୍ବରୁ ସିଏସଏମ ଟେକ୍ କ୍ଲାଇମେଟ ନ୍ୟୁଟ୍ରାଲର ଅଂଶଗ୍ରହଣକାରୀ ଭାବେ ତାଲିକାଭୁକ୍ତ ହୋଇଥିଲା। କ୍ଲାଇମେଟ ନ୍ୟୁଟ୍ରାଲ ବର୍ତ୍ତମାନ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନର ଉପକ୍ରମ ଅଟେ। କ୍ଲାଇମେଟ୍ ନ୍ୟୁଟ୍ରାଲ ନାଓକୁ ୨୦୧୫ ମସିହାରେ ସମାଜର ସମସ୍ତ ସ୍ତରକୁ ପ୍ରୋତ୍ସାହିତ କରିବା ଓ ସମର୍ଥନ ଦେବା ପାଇଁ ଆରମ୍ଭ କରାଯାଇଥିଲା। ଯାହା ମଧ୍ୟ ଶତାବ୍ଦୀ ବେଳକୁ ନେଟ୍ ଜିରୋ ବିଶ୍ୱ ଗଠନ କରିବା ପାଇଁ ପ୍ରୋତ୍ସାହିତ କରୁଥିଲା। ଏହା ସେହି ବର୍ଷ ପ୍ୟାରିସ ଚୁକ୍ତିରେ ମଧ୍ୟ ଦର୍ଶାଯାଇଥିଲା ।

୨୦୪୦ ସୁଦ୍ଧା ନେଟ୍ ଜିରୋ ବିଶ୍ୱ ସହ କାର୍ବନ ନିର୍ଗମନରେ ପହଞ୍ଚିବା ପାଇଁ ଜଳବାୟୁ ପ୍ରତିଶ୍ରୁତି ଏକ ପ୍ରତିବଦ୍ଧତା। ଯାହା ପ୍ୟାରିସ ଚୁକ୍ତିଠାରୁ ଧାର୍ଯ୍ୟ ସମୟସୀମାଠାରୁ ୧୦ ବର୍ଷ ଆଗରେ ରହିଛି। ୨୦୧୯ ମସିହାରେ ଗ୍ଲୋବାଲ ଅପ୍ଟିମିଜିମ ସହ ସହ-ସଂସ୍ଥାପକ ହେବା ପରେ ଆମାଜନ ପ୍ରଥମ କମ୍ପାନୀଭାବେ କ୍ଲାଇମେଟ୍ ପ୍ଲେଜ୍ ରେ ହସ୍ତାକ୍ଷର କରିଥିଲା । ଏହାର ଉଦ୍ଦେଶ୍ୟ ହେଉଛି କମ୍ପାନୀ, ସଂଗଠନ, ବ୍ୟକ୍ତି ବିଶେଷ ଏବଂ ସହଭାଗୀମାନଙ୍କୁ ନେଇ ଏକ କ୍ରସ ସେକ୍ଟର ସମ୍ପ୍ରଦାୟ ଗଠନ କରିବା। ଏହା ଜଳବାୟୁ ସଙ୍କଟକୁ ଦୂର କରିବା ପାଇଁ ମିଳିମିଶି କାମ କରିବ, ଏହାସହ ଆମର ଅର୍ଥବ୍ୟବସ୍ଥାକୁ କାର୍ବନ ମୁକ୍ତ କରିବା ପାଇଁ ରହିଥିବା ଆହ୍ୱାନର ସମାଧାନ କରିବ।

କ୍ଲାଇମେଟ୍ ପ୍ଲେଜ୍ କୁ ସମସ୍ତ ୩୭୬ ଦସ୍ତଖସ୍ତକାରୀ ଜିଏଚଜି ନିର୍ଗମନକୁ ମାପିବା ଏବଂ ରିପୋର୍ଟ କରିବା , କାର୍ବନ ମୁକ୍ତ ରଣନୀତି ପ୍ରସ୍ତୁତ କରିବା ଏବଂ ବିଶ୍ୱାସଯୋଗ୍ୟ ଅଫସେଟ ସହିତ ଅବଶିଷ୍ଟ ନିର୍ଗମନକୁ ନିରପେକ୍ଷ କରିବା ପାଇଁ ପ୍ରତିବଦ୍ଧ।

Rameswar
Rameswar

Filed Under: ଓଡିଶା ଖବର Tagged With: ଓଡିଶା, ଭୁବନେଶ୍ୱର

UNESCO International Literacy Prize 2022 to KISS

September 8, 2022 by Rameswar Leave a Comment

Bhubaneswar, Sept 8: Kalinga Institute of Social Sciences (KISS) has been conferred with the highest global recognition on Literacy- UNESCO International Literacy Prize 2022. The prize carries an endowment of US$ 20,000, a medal and a citation. It was given away at a global award ceremony organised by UNESCO in Côte d’Ivoire on 8 September 2022.

As a grassroots organisation aimed at nation-building, KISS has the coveted recognition to be the fifth recipient from India and the first and only institute from Odisha to receive this International honour. It is also the third among the Indian non-profit NGOs and the first Indian tribal-based organisation to be conferred with this award, which is a matter of pride for India.

The UNESCO prize for KISS was announced by KISS Founder Dr. Achyuta Samanta during the celebration of International Literacy Day at the KISS campus. The announcement was met with a spontaneous outpouring of celebration by 30,000 KISS students.

KISS is a fully free residential education institution. It was founded by Dr Samanta, a well-known Educationist and Social Activist. It provides scope for comprehensive development, vocational and sports empowerment for 70,000 tribal children (30,000 children pursuing education at campus and 40,000 alumni).

Founded in 1993 with 125 students, it has grown on to become the World’s largest educational institution for tribal children. KISS has collaborations with various UN bodies and international organisations. It has been in special consultative status with ECOSOC since 2015, affiliated to the UN Department of Public Information besides being conferred with a plethora of accolades and awards for its initiative at tribal empowerment and education.

Rameswar
Rameswar

Filed Under: ଶିକ୍ଷା Tagged With: ଓଡିଶା, ଭୁବନେଶ୍ୱର, ଶିକ୍ଷା

ଓଡିଶାରେ ଆଏଲ୍ଏମ୍ଏସ୍ (ଆଇନଗତ ମାମଲାଗୁଡିକର ଡିଜିଟାଲ ମନିଟରିଂ ପାଇଁ ଏକ ବ୍ୟବସ୍ଥା) ଉପରେ ଏକ ପୁସ୍ତକ ଉନ୍ମୋଚନ

August 16, 2022 by Rameswar Leave a Comment

ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ବିଚାରଧିନ ଥିବା ମାମଲା ଗୁଡିକ ଆଏଲ୍ଏମ୍ଏସ୍ ସହାୟତାରେ ୫୯ ପ୍ରତିଶତ ହ୍ରାସ

ଭୁବନେଶ୍ୱର – ଓଡିଶା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ଆଜି ଇଣ୍ଟିଗ୍ରେଟେଡ୍ ଲିଗାଲ ମନିଟରିଂ ସିଷ୍ଟମ୍ (ଆଇଏଲଏମଏସ) ଉପରେ ଏକ ପୁସ୍ତକ ଉନ୍ମୋଚନ କରିଛି ।

ଏହି ପୁସ୍ତକ ରେ ଦୃଢ, ନିରବିହୀନ ସମାଧାନର କାର୍ଯ୍ୟକାରିତାକୁ ବର୍ଣ୍ଣନା କରାଯାଇଛି ଯାହାକି ରାଜ୍ୟ ସରକାରଙ୍କୁ ଆଇନଗତ ମାମଲାର ପୃଷ୍ଠଭୂମୀ ହ୍ରାସ କରିବାରେ ସହାୟକ ହେବା ସହିତ ଉନ୍ନତ ତଦାରଖ ତଥା ବର୍ଦ୍ଧିତ ଶାସନ, ସ୍ୱଚ୍ଛ ଓ ଦକ୍ଷ ମାମଲା ପରିଚାଳନା ଏବଂ ନ୍ୟାୟ ପ୍ରଦାନର ଏକ ନୂତନ ଯୁଗକୁ ସୂଚିତ ହୋଇଛି ।

ଏହି ପୁସ୍ତକଟିକୁ ମାନ୍ୟବର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉନ୍ମୋଚନ କରିଥିଲେ ଏବଂ ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ଏବଂ ଓଡିଶା କମ୍ପୁ୍ୟଟର ଆପ୍ଲିକେସନ ସେଣ୍ଟର (ଓକାକ୍)ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ ।

ଆଇଏଲଏମଏସ ଉପରେ ପର୍ଯ୍ୟବେଶିତ ହୋଇଥିବା ଏହି ପୁସ୍ତକରେ ଆଇନଗତ ଯାତ୍ରାର ବ୍ୟବସ୍ଥା, ଦୃଶ୍ୟମାନ ସୁବିଧା ଉପରେ ବର୍ଣ୍ଣନା ଏବଂ ଭବିଷ୍ୟତ ପାଇଁ ଏକ କାର୍ଯ୍ୟପନ୍ଥା ଉପରେ ସ୍ପଷ୍ଟ ଭାବେ ଚିତ୍ରଣ କରାଯାଇଛି ।

ଆଇଏଲଏମଏସ ଓଡିଶା ସରକାରଙ୍କ ୫ ଟି ଶାସନ ପ୍ରତିକୃତି ସହିତ ସଂଯୋଗ କରାଯାଇଛି ଯାହାଦ୍ୱାରା ସରକାରୀ ବିଭାଗରେ ଆଇନଗତ ମାମଲାର ଭାର ଅପେକ୍ଷାକୃତଭାବେ ହ୍ରାସ ପାଇବ ।

ଡିଜିଟାଲ ସମାଧାନ ଯୋଗୁଁ ଆଇନଗତ ମାମଲା ଗୁଡିକର ପରିଚାଳନା କରିବା ଏବଂ ଅନ୍ୟାନ୍ୟ ବୈଶିଷ୍ଟ ଯେପରିକି ଶୁଣାଣିର ତାରିଖ, କାଉଣ୍ଟର ପ୍ରତିକ୍ରିୟା ଦାଖଲ, କୋର୍ଟର ନିଦେ୍ର୍ଦଶ ଏବଂ ପ୍ରତିକ୍ରିୟା ଅନୁପାଳନ ର ସମୟସୀମା ଜାଣିବାରେ ସହଜ ହେବ ବୋଲି, ମାନ୍ୟବର ମନ୍ତ୍ରୀ ନିଜ ସମ୍ଭାଷଣରେ କହିଛନ୍ତି ।।

ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଇ ବିଭାଗୀୟ ସଚିବ ଶ୍ରୀ ମିଶ୍ର କହିଛନ୍ତି, ଏହି ପୁସ୍ତକ ସର୍ବସାଧାରଣଙ୍କ ନିମନ୍ତେ ଉତ୍ତମ ସେବା ଯୋଗାଇବା ବ୍ୟତୀତ ଟେକ୍ନୋଲୋଜି ବ୍ୟାଘାତକାରୀ ସମ୍ଭାବନା ଉପରେ ଆଲୋକପାତ କରାଇବ ।

ଆଇନଗତ ମାମଲା ପରିଚାଳନା କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବା କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଅଟେ ।

ଶୁଣାଣିର ତାରିଖ, କାଉଣ୍ଟର ପ୍ରତିକ୍ରିୟା ଦାଖଲ, କୋର୍ଟର ନିଦେ୍ର୍ଦଶ ଏବଂ ପ୍ରତିକ୍ରିୟା ଅନୁପାଳନ ର ସମୟସୀମା ଜାଣିବାରେ ଆଇଏଲ୍ଏମ୍ଏସ୍ ସୂଚେଇବା ସହିତ ମାମଲା ଗୁଡିକର ପରିଚାଳନା କରିବା କ୍ଷେତ୍ରରେ ନିଜର ଆଭିମୁଖ୍ୟ ପ୍ରଦାନ କରିଥାଏ ।

ଓଡିଶାରେ କାର୍ଯ୍ୟକାରୀ ହୋଇଥିବା ସଂସ୍କାରବାଦୀ ଟେକ୍ନୋଲୋଜି ହସ୍ତକ୍ଷେପ ମଧ୍ୟରୁ ଆଇଏଲ୍ଏମ୍ଏସ୍ ଅନ୍ୟତମ । ଏହି ବ୍ୟବସ୍ଥା କାର୍ଯ୍ୟନ୍ୱୟନ ପରେ, ମାମଲା ଗୁଡିକର ବ୍ୟକ୍ଲଗ ରେ ଏକ ଅଦ୍ଭୁତ୍ତପୂର୍ଣ୍ଣ ହ୍ରାସ ଘଟିଛି ।

ପ୍ରଥମ କରି ପରୀକ୍ଷାମୂଳକ ଭାବେ ଏହି ଟେକ୍ନୋଲୋଜିର କାର୍ଯନ୍ୱୟନ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ହୋଇଥିଲା ଏବଂ ଏହାର ପରିଣାମ ବିଶେଷଭାବରେ ଏହି ବିଭାଗରେ ବେଶ ପ୍ରଭାବଶାଳୀ ହୋଇଛି ।

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପୂର୍ବରୁ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପ୍ରତିଦିନ ହାରାହାରୀ ଭାବେ ୧୦ଟି ମାମଲା ର ସମ୍ମୁଖୀନ ହେଉଥିଲା ଯାହାକି ୨୦୧୭ ମସିହାରେ ପ୍ରାୟ ୮୦,୦୦୦ ମାମଲାକୁ ବୃଦ୍ଧି ହୋଇଥିଲା ।

ଏପ୍ରିଲ ୨୦୨୨ ଶେଷ ସୁଦ୍ଧା କୋର୍ଟରେ ବିଚରାଧିନ ଥିବା ମାମଲା ଆଇଏଲ୍ଏମଏସ ଟେକ୍ନୋଲୋଜି ସହାୟତାରେ ୩୨୬୫୪ କୁ ହ୍ରାସ ପାଇଥିଲା ଯାହାକି ୫୯ ପ୍ରତିଶତ ମାମଲା ହ୍ରାସ ପାଇଥିଲା ।

ଭାରତରେ ନ୍ୟାୟିକ ବ୍ୟବସ୍ଥା ବହୁ ପରିମାଣରେ ଆଇନଗତ ମାମଲାର ସାମ୍ନା କରୁଛି । ନ୍ୟାସନାଲ୍ ଜୁଡିସିଆଲ୍ ଡାଟା ଗ୍ରିଡର ଆକଳନ ଅନୁଯାୟୀ, ବିଭିନ୍ନ ଅଦାଲତରେ ପ୍ରାୟ ୪୨.୪ ନିୟୁତ ମାମଲା ବିଚାରାଧୀନ ଅଛି ଏବଂ ଏହି ବିଚାରାଧୀନ ମାମଲାରେ ପ୍ରାୟ ୪୦ ପ୍ରତିଶତରୁ ଅଧିକ ସରକାରୀ ବିଭାଗର କିମ୍ବା କାର୍ଯ୍ୟାଳୟର ମକଦ୍ଦମା ।

ଏହି ସମସ୍ୟାକୁ ସାମ୍ନା କରିବା ପାଇଁ ଓଡିଶା ସରକାର ଟେକ୍ନିଲୋଜିର ସହାୟତା ଲୋଡିଛନ୍ତି ।

ଆଇସିଟି ଆଇଏଲଏମଏସ୍ ଭଳି ସମାଧାନ କରିବାରେ ସକ୍ଷମ ହୋଇପାରିଛି, ଆଇଏଲଏମଏସ୍ ପ୍ରଶାସନର ମୁଖ ଚିତ୍ର ପରିବର୍ତ୍ତନ କରିବା ଏବଂ ନାଗରିକ ତଥା ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରି ସରକାରଙ୍କ ଭାବମୂର୍ତ୍ତିକୁ ପରିବର୍ତ୍ତନ କରିବାରେ କ୍ଷମତା ରଖୁଚି ।

ଯେହେତୁ ଏହି ମାମଲା ସମ୍ବନ୍ଧୀୟ ପ୍ରତ୍ୟେକ ବିବରଣୀ ଅନଲାଇନରେ ରେ ଉପଲବ୍ଧ, ଏହା ମାନବ ସମ୍ବଳକୁ ସାଂପ୍ରତିକ ତଥା ଏପରି କଠିନ କାର୍ଯ୍ୟ ରେ ସମୟ ଅତିବାହିତ କରିବାକୁ ବାରଣ କରିଥାଏ, ଯାହାକି ସେମାନଙ୍କୁ ଅଧିକ ଉତ୍ପାଦନକାରୀ କାର୍ଯ୍ୟରେ ନିୟୋଜିତ କରାଇଥାଏ ।

Rameswar
Rameswar

Filed Under: ଓଡିଶା ଖବର, ଶିକ୍ଷା Tagged With: ଓଡିଶା, ଭୁବନେଶ୍ୱର

ଜଗନ୍ନାଥ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି

August 15, 2022 by Rameswar Leave a Comment

ଶ୍ରୀଜଗନ୍ନାଥ କେବଳ ଓଡ଼ିଆଙ୍କର ଆରାଧ ଦେବତା ନୁହନ୍ତି ,ସେ ହେଉଛନ୍ତି ବିଶ୍ବବାସୀଙ୍କର ଭରସାର ପ୍ରତୀକ, ଚେତନାର ନିଦର୍ଶନ । କେଉଁ ଆବାହମାନ କାଳରୁ ଓଡିଶାର ସଂସ୍କୃତି ପରମ୍ପରା ଓ ଆବେଗ ସହ ଜଗନ୍ନାଥଙ୍କର ଲୀଳାଖେଳାରନିବିଡ ସମ୍ପର୍କ ରହିଛି ।

ଏ କଥା କଳନା କରିବା ସାଧାରଣ ଲୋକ ପକ୍ଷେ ସମ୍ଭବ ନୁହେଁ । ଛୋଟ ଛୁଆଟିଏ ଏରୁଣ୍ଡି ପାରିହୋଇ ଯେତେବେଳେ ବିଦ୍ୟାଳୟକୁ ଯାଏ ସେଠାରେ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପିତ ଭଜନ ପ୍ରାର୍ଥନା ଆକାରରେ ବୋଳା ହେବା ବେଳେ ତା ମନରେ ଭକ୍ତିଭାବ ସଞ୍ଚର ହୁଏ ।

ଆହେ ନୀଳ ଶୈଳ, ଆହେ ଦୟାମୟ ବିଶ୍ବବିହାରୀ ଭଳି ସାମୁହିକ ପ୍ରାର୍ଥନା ସରଳ ଶିଶୁଟିକୁ ଜଗନ୍ନାଥଙ୍କ ପ୍ରେମରେ ବାନ୍ଧିଦିଏ । ସବୁ ବିଶ୍ବାସର ସତ୍ତା ଏବଂ ଭାଗ୍ଯର ନିୟନ୍ତା ଯେ ଶ୍ରୀଜଗନ୍ନାଥ, ଏହି ଧାରଣା ଧୀରେ ଦୃଢ଼ୀଭୂତ ହୁଏ ।

ଦୁଃଖରେ ପଡ଼ିଥିବା ସମସ୍ତ ପ୍ରାଣୀ ଯେ, ଶ୍ରୀଜଗନ୍ନାଥଙ୍କୁ ଭକ୍ତି ସହକାରେ ସ୍ମରଣ କରନ୍ତି ଏ କଥା ବୁଝାଇ କହିବାର ଆବଶ୍ୟକତା ନାହି । ମାନବ ଜୀବନରେ ଲକ୍ଷ୍ୟ ହାସଲ ପାଇଁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଏବଂ ସମର୍ପଣଠାରୁ ଆଉ ଭରସାଯୋଗ୍ୟ ମାନସିକତା କଣ ଅଛି ?

ଜଣେ ଓଡିଶାବାସୀ ଭାବେ ଜଗନ୍ନାଥ ଚେତନାରେ ଅନୁପ୍ରାଣିତ ହେବା ମୋ ଭଳି ଜଣେ ବ୍ୟକ୍ତି ପାଇଁ ଏକ ସାଧାରଣ କଥା ।

ସ୍କୁଲର କାନ୍ଥ ହେଉ ଅବା ଘରେ ଲାଗିଥିବା ଛବି ହେଉ କିମ୍ବା ଜଗନ୍ନାଥ ଧାମରୁ ପ୍ରତ୍ୟାବର୍ତ୍ତନ କରୁଥିବା ଗ୍ରାମବାସୀ, ପଣ୍ଡିତଗଣ ଅଥବା ପରିବାର ସଦ୍ୟସଙ୍କ ଭଜନ-ଜଣାଣ ଶୁଣି ଶୁଣି ପିଲାଦିନୁ ଜଗନ୍ନାଥଙ୍କ ସହ ମୋର ଡୋରି ବାନ୍ଧି ହୋଇଯାଇଛି ।

ତେଣୁ ଜଗନ୍ନାଥ ଧାମକୁ ବୁଲିଯିବା ଏବଂ କାଳିଆ ଠାକୁରଙ୍କୁ ଦର୍ଶନ କରିବା ଏ ଦୁଇଟି କାର୍ଯ୍ୟ ସବୁବେଳେ ମୋ’ ପାଇଁ ଏକ ପ୍ରାଣସ୍ପର୍ଶୀ ଅନୁଭବ ।

ବିଗତ କିଛି ବର୍ଷ ଧରି ରଥଯାତ୍ରା ଲାଗି ପୁରୀ ଧାମକୁ, ସେଠାରେ ତିନି ଠାକୁରଙ୍କୁ ରଥ ସମ୍ମୁଖରେ ମନଭରି ଦର୍ଶନ କରିବା, ଅଗଣିତ ଭକ୍ତସମାଜ ସହ ସମୟ ବିତେଇବା ମୋ ପାଇଁ ଅବର୍ଣ୍ଣନିୟ ଅନୁଭୂତି ।

ଏଥିରେ ଯେଉଁ ଉନ୍ମାଦନା ଏବଂ ଆନନ୍ଦ ମିଳେ ତାହା ଅନ୍ୟ କେଉଁଥିରେ ଉପଲବ୍ଧ ନାହିଁ । ଏହି କାରଣରୁ ମୁ ସବୁବେଳେ ବ୍ୟାକୁଳତାର ସହ ସେଇ ବିରଳ ମୂହୁର୍ତ୍ତକୁ ଅପେକ୍ଷା କରିଥାଏ ।

୨୦୨୦ ରଥଯାତ୍ରା କଥା । ସମଗ୍ର ବିଶ୍ଵ କରୋନା ଭୁତାଣୁର ଆତଙ୍କରେ ପ୍ରଭାବିତ । ଚାରିଆଡେ କୋକୁଆ ଭୟ । ରାସ୍ତାଘାଟ, ବଜାର, ଅଫିସ ଗାଁ ଚାରିଆଡେ ଶୁନଶାନ ।

କରୋନ ମହାମାରୀ କବଳିତ ସମଗ୍ର ପୃଥିବୀ ଭୀତତ୍ରସ୍ତ । କିଏ କେତେବେଳେ ଏ ରୋଗରେ ପୀଡ଼ିତ ହୋଇ ଆରପାରିକୁ ଚାଲିଯିବେ, ସେଇ ଆଶଙ୍କାରେ ମୃତ୍ୟୁ ଜଳଜଳ ହୋଇ ଦିସୁଥା ।

ନିସ୍ତବ୍ଧ ନଗରୀର ପ୍ରଶସ୍ତ ରାସ୍ତାରେ କେବଳ ଆମ୍ବୁଲାନ୍ସର ଆତଯାତ ଏବଂ ତଜନିତ ଆତଙ୍କପ୍ରଦ ଶବ୍ଦ ବହୁ ଦୂରକୁ ଶୁଭଯାଉଥାଏ । ସହର ଏବଂ ଗାଁ ଶ୍ମସାନରେ ଅନବରତ ଜଳୁଥିବ ଜୁଇର ନିଆଁରୁ ଏ ଜୀବନ କେତେ ମୂଲ୍ୟହୀନ ତାର ସ୍ପଷ୍ଟ ସଂକେତ ମିଳୁଥାଏ ।

ସମଗ୍ର ବିଶ୍ଵବାସୀଙ୍କ କଣ୍ଠରେ ଗୋଟିଏ ପ୍ରାର୍ଥନା, ହେ ଈଶ୍ଵର ! ଆପଣ ଏ ଜଗତକୁ ଉଦ୍ଧାର କରନ୍ତୁ । ଏହିପରି ଏକ ଜଟିଳ ପରିସ୍ଥିତିରେ ଜନସାଧାରଣଙ୍କୁ ଜୀବନ ଜୀବିକାର ସୁରକ୍ଷା ଦେବା, ଅତ୍ୟାବଶ୍ୟକ ସେବା ଏବଂ ସାମଗ୍ରୀ ପହଞ୍ଚାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ଵ ଥିଲା ।

ସେ ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭାବା ବେଗକୁ ଉପେକ୍ଷା କରି ରଥଯାତ୍ରା ନକରିବାର ନିଷ୍ପତି ଏକ ବହୁ କଷ୍ଟକର କଥା ହେଇଥାନ୍ତା । ଜଣ ସମାଗମରେ ମହାମାରି ବ୍ୟାପିବା ଏକ ନିଶ୍ଚିତ କଥା ଥିଲା ।

ବହୁ ବାଦବିବାଦ ପରେ କଥା ଯାଇ ମାନ୍ୟବର ଉଚ୍ଚନ୍ୟାୟାଳୟ ଏବଂ ସର୍ବୋଚ୍ଚନ୍ୟାୟାଳୟରେ ପହଞ୍ଚି ଥିଲା । ଜଣେ ଜଗନ୍ନାଥ ପ୍ରେମୀ ହିସାବରେ ମୋର ଇଚ୍ଛା ଥିଲା , ଏ କଠିନ ସମୟରେ ତିନି ଠାକୁର ଶ୍ରୀମନ୍ଦିର ବାହାରକୁ ଆସନ୍ତୁ ।

ଯଦି ସେ ସକଳ ସତ୍ତାର ଆଧାର, ଏକ ଭକ୍ତଶୂନ୍ୟ ବଡଦାଣ୍ଡରେ ସମଗ୍ର ମଣିଷ ଜାତିର ଦୁଃଖ କଷ୍ଟକୁ ଚକାନୟନରେ ନିରେଖି ଦେଖନ୍ତୁ ।

ଯଦି ସେ ମାନବ ଜାତିକୁ ଉଦ୍ଧାର ନା କରନ୍ତି , ଏ ବିଶ୍ଵ ଜଗତରେ ତାଙ୍କର ମହିମା ଗାନ କରିବାକୁ କିଏ ବା ଥିବ ? ଏହି ମର୍ମରେ ସନ୍ଥକବି ଭୀମଭୋଇଙ୍କ ବହୁବର୍ଷ ତଳର ଲେଖା ମତେ ଆନ୍ଦୋଳିତ କରୁଥିଲା ।

ଅଶେଷ ବ୍ରହ୍ମାଣ୍ଡ ଡୁବି ଯେବେ ଯିବ
କାହିଁରେ ରହିବି ମୁହିଁ ।
ମନ ଛନ ଛନ ହେଉଛି ଉଚ୍ଛନ୍ନ
ଏ ପିଣ୍ଡ ବ୍ରହ୍ମାଣ୍ଡ ପାଇଁ ।
ଏ ଜନ ଜଗତ ହତ ହୋଇଗଲେ
କାହିଁ ପ୍ରଚରିବି ମୁହିଁ ।
ଏଣୁ କରି ସିନା ପ୍ରଭୁ ଶ୍ରୀ ଛାମୁରେ
ନୀତି ଜଣାଣ କରଇ।

ସେ ସମୟର ଘଟଣାବଳିକୁ ମୁଁ ଗଭୀର ଭାବରେ ଅନୁଧ୍ୟାନ କରୁଥିଲି। ରଥଯାତ୍ରାର କିଛି ଘଣ୍ଟା ପୂର୍ବରୁ ମାନ୍ୟବର ସର୍ବୋଚ୍ଚନ୍ୟାୟାଳୟ ଆଦେଶ ପ୍ରାପ୍ତ ହେଲା ।

ଏକ ଭକ୍ତ ଶୂନ୍ୟ ରଥଯାତ୍ର ଆୟୋଜନ କରିବେ, ଓଡିଶା ସରକାର । ସମଗ୍ର ପୁରୀ ସହରରେ କର୍ପ୍ଯୁ ଲାଗୁ କରାଯିବ । ନିଜର ବାସଗୃହ, ହୋଟେଲ, ଲଜ୍ ଇତ୍ଯାଦିରୁ କାହାରିକୁ ବାହାରକୁ ଆସିବାକୁ ଦିଆଯିବ ନାହିଁ । ପାଞ୍ଚ ସାତ ସେବାୟତ ଯେଉଁମାନେ ଭୂତାଣୁ ଦ୍ଵାରା ସଙ୍କ୍ରମିତ ହେଇନଥିବେ, ସେମାନେ ରଥଟଣା କାର୍ଯ୍ୟକ୍ରମ କରିବେ ।

ଦୁଇଟି ରଥଟଣା ଭିତରେ ଗୋଟେ ଘଣ୍ଟା ଅନ୍ତରାଳ ରହିବ । ସମସ୍ତ ନିତିକାନ୍ତି,ରଥଟଣା କାର୍ଯ୍ୟକ୍ରମକୁ ବିଶ୍ବବାସୀ କେବଳ ଟେଲିଭିଜନ ଏବଂ ଭିଜୁଆଲ ମାଧ୍ୟମରେ ଦେଖିପାରିବେ । ଯେଉଁ ଯେଉଁ ବିଭାଗ ରଥଯାତ୍ରା କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଆବଶ୍ୟକ, କେବଳ ସେଇ ବିଭାଗର ଅଧିକାରୀମାନଙ୍କୁ ପୁରୀ ଯିବା ପାଇଁ ଅନୁମତି ଥିଲା ।

ବହୁ ପ୍ରତୀକ୍ଷା ପରେ ରଥଯାତ୍ରାର ସିଧା ପ୍ରସାରଣ ଦେଖି ଏହି ମହାମାରୀ କବଳରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଆରାଧ୍ୟ ଦେବତାଙ୍କୁ ଅଶ୍ରୁଳ ନଯନରେ ନିବେଦନ କରିଥିଲି ମୁଁ ସ୍ଵଗୃହରୁ ।

ନିଜର ସହକର୍ମୀମାନଙ୍କୁ ତାଙ୍କର ନିଷ୍ଠାପର ଉଦ୍ୟମ ଏବଂ ରଥଯାତ୍ରାର ସୁପରିଚାଳନ ପାଇଁ କୃତଜ୍ଞତା ଜ୍ଞାପନ କରିବା ମୋର କର୍ତ୍ତବ୍ଯ ଥିଲା । କିନ୍ତୁ ମାନରେ ଗୋଟେ ଇଚ୍ଛା ଏବଂ କ୍ଷୋଭ ।

ଯଦି ଜଗନ୍ନାଥଙ୍କ ଦୟାରୁ ସରକାରଙ୍କ ତରଫରୁ ରଥଯାତ୍ରା ପରିଚାଳନା ସମ୍ପର୍କିତ କୌଣସି ବିଭାଗର ଦାୟିତ୍ଵ ମତେ ମିଳିଥାନ୍ତା, ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋର ହୋଇଥାନ୍ତା । ମନେ ମନେ ମୁଁ ଏ ଗୁହାରୀ ଜଗନ୍ନାଥଙ୍କୁ ଜଣାଇଥିଲି।

୨୦୨୧ ମସିହା ରଥଯାତ୍ରାର ସମୟ ପାଖେଇ ଆସୁଥାଏ । କୋରୋନ ପ୍ରକୋପ ଜାରି ରହିଥାଏ । ଠିକ ଦୁଇମାସ ପୂର୍ବରୁ ମେ ମାସ ୧୨ ତାରିଖରେ ସରକାରଙ୍କ ତରଫରୁ ବିଜ୍ଞପ୍ତି ବାହାରିଲା । ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ଵ ମତେ ଦିଆଗଲା ।

ଗୁରୁତ୍ୱପୂର୍ଣ୍ଣ କଥା ଥିଲା ଦୂରଦର୍ଶନ ମାଧ୍ୟମରେ ପୂର୍ବବର୍ଷ ପରି ସମସ୍ତ ଚ୍ଯାନେଲମାନଙ୍କୁ ଲାଇଭ ଫିଡ ଦିଆଯିବ ଏବଂ ସେ ସମସ୍ତ କାର୍ଯ୍ୟ ମୋ ବିଭାଗର । ଏକ ଭକ୍ତଶୂନ୍ୟ ବଡଦାଣ୍ଡରେ ନୟନ ପୁରାଇ ତିନି ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ମୋ ପାଇଁ ଏକ ନିଆରା ଅନୁଭୂତି ଥିଲା ।

ସନ୍ଧ୍ୟାବେଳେକୁ ବଡଦାଣ୍ଡରେ ଭିଜି ରଥ ଚାରିପଟେ କ୍ୟାମେରାମ୍ୟାନ୍ ଏବଂ ସଂପ୍ରସାରଣ ଦାୟିତ୍ବରେ ଥିବା ଅଧିକାରୀ ମାନଙ୍କର କାମକୁ ସଠିକ୍ ଭାବରେ ପରିଚାଳନା କରାଇବା, ଦୂରଦର୍ଶନର ନିର୍ଦ୍ଦେଶକ, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର କିଛି ହାତଗଣା ଅଧିକାରୀ, ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ, ପୁଲିସ ବିଭାଗର ଆବଶ୍ୟକ ଶଙ୍ଖକ କର୍ତ୍ତବ୍ଯନିଷ୍ଠ କର୍ମଚାରିଙ୍କ ସୌହାର୍ଦ୍ଦ୍ୟ ଜୀବନର ଶେଷ ସମୟ ଯାଏଁ ଛବି ରୂପରେ ମୋ ମାନସପଟରେ ଲିପିବଦ୍ଧ ହୋଇ ରହିଥିବ ।

ମୋ ଅନ୍ତରାତ୍ମାରେ ଏଇ ଗୋଟିଏ କଥା ପ୍ରତିଧ୍ଵନିତ ହେଉଥାଏ – ଏ ଅନୁଭୂତିରେ ଜଗନ୍ନାଥଙ୍କ କୃପା ପାଇଁ ସମ୍ଭବ ହେଲା । ଜଗନ୍ନାଥ ଭକ୍ତଙ୍କ ଇଚ୍ଛା ପୂରଣ କରନ୍ତି ।

Rameswar
Rameswar

Filed Under: କଳା ଓ ସଂସ୍କୃତି, ଧର୍ମ, ସଂସ୍କୃତି Tagged With: ଓଡିଶା

ବିଷ୍ଣୁପଦ ସେଠୀଙ୍କ ଅନୁବାଦ କବିତା ପୁସ୍ତକ “ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା”ର ଉନ୍ମୋଚନ

August 1, 2022 by Rameswar Leave a Comment

ମଣିଷ ଅସୀମ । କବିତ।ରେ ସେହି ଅସୀମତ।କୁ ଆହ୍ବାନ କରୁଥିବା ଚେତନା ଥିଲେ ହିଁ ମଣିଷର ପ୍ରତିଟି ପ୍ରାଣକୁ ସଞ୍ଚରି ଥାଏ ।

ବରିଷ୍ଟ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀଙ୍କ ଅନୁଦିତ କବିତା ପୁସ୍ତକ “ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା” ପୁସ୍ତକ ରେ ସେହି ଅସୀମ ସ୍ଵର ସ୍ପଷ୍ଟ ବାରିହୋଇ ପାରିଛି ବୋଲି ଉନ୍ମୋଚନ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ ।

ଜୟଦେବ ବିହାର ନିକଟ କ୍ଵାଣ୍ଟମ ଲିପ ସଂସ୍ଥାର ସଭା ଗୃହରେ ଆୟୋଜିତ ଏକ ବରଣାଢ୍ୟ ଉତ୍ସବରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରଫେସର ତଥା ଇଞ୍ଜିନିୟର ଡ. ରାଜେନ୍ଦ୍ର ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ।

ପ୍ରଫେସର ମହାନ୍ତି ନିଜ ବକ୍ତବ୍ୟରେ କହିଲେ ଯେ କୌଣସି ଭାଷାର ଅନୁବାଦ ସେଇ ଭାଷାର ଲେଖାକୁ ବିସ୍ତାର କରିବା ସହ ସେଇ ଭାଷାର ତଥା ଜାତିର ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇ ଥାଏ।

ଓଡିଆରେ ଖୁବ ସୁନ୍ଦର ଲେଖାମାନ ରହିଛି କିନ୍ତୁ ଅନୁବାଦ ନ ହେବାରୁ ଲୋକେ ଓଡିଆ ଜାତିର ସଂସ୍କୃତିକୁ ଚିହ୍ନିବାରେ ଅସମର୍ଥ ହେଉଛନ୍ତି ।

ଠିକ ସେମିତି ଇଂରାଜୀ ଭାଷାରେ ମଧ୍ୟ ବହୁତ କଥା ଅଛି କିନ୍ତୁ ଅନୁବାଦ ନ ହେବାରୁ ଆମେ ଜାଣି ପାରୁନାହୁଁ ।

ଅନୁବାଦ କବିତା ବହିରର ଅତିଥି ଆଲୋଚକ ଭାବରେ ଯୋଗ ଦେଇଥିଲେ ପ୍ରଫେସର ବିଜୟ ଶତପଥୀ ।

ଓଡିଆ ଭାଷାର କବିତ।ରେ ରଜନୀକୁ ନେଇ କିଭଳି ଓଡିଆ କବିମାନେ ନିଜର ବିଚାର ରଖି ଛନ୍ତି ତାର ଅନେକ ଉଦାହରଣ ଦେଇ କହିଲେ ଯେ ଶ୍ରୀ ବିଷ୍ଣୁପଦ ସେଠୀଙ୍କ କବିତାକୁ ବୁଝିବାକୁ ହେଲେ ଜଣେ ମଣିଷ ପାଖରେ ଏକ ନିଷ୍କପଟ ହୃଦୟର ଆବଶ୍ୟକତା ରହିବା ଉଚିତ ।

ତାଙ୍କ କବିତା ଖୁବ ସରଳ କିନ୍ତୁ ଅତି ସାବଲୀଳ । ସିଏ ମା, ମାଟି ଓ ମଣିଷର କଥାକୁ ଅତି ନିଖୁଣ ଭାବରେ ବର୍ଣନା କରିଛନ୍ତି ।

ଅନୁବାଦକ ଶ୍ରୀ ପ୍ରସାଦ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଲେଯେ ଉଚ୍ଚକୋଟିର ଭାବନା ଓ ଚେତନାରେ ପରିପୂର୍ଣ କବିତା ସବୁକୁ ଅନୁବାଦ କରିବା ସହଜ ନ ଥିଲା।

ବିଷ୍ଣୁପଦ ସେଠୀଙ୍କ କବିତା ଯେହେତୁ ସୂକ୍ଷ୍ମ ଚେତନାରେ ପରିପୂର୍ଣ ତେଣୁ ସେଇ ଚେତନାର ଭାବକୁ ଓଡିଆରେ ରୂପ ଦେଇ କେତେ ସଫଳ ହେଇଛି ତାହା ପାଠକେ ବିଚାର କରିବେ ବୋଲି ସ୍ଵୀକାର କରିଥିଲେ।

ମୂଳ ପୁସ୍ତକର ରଚୟିତା ଶ୍ରୀ ବିଷ୍ଣୁପଦ ସେଠୀ ତାଙ୍କ କବିତା ରଚନାର ଅନୁଭୂତିକୁ ନେଇ କହିଥିଲେ ଯେ ସିଏ ତାଙ୍କ ଚାରିଆଡେ ଘଟୁଥିବା ଘଟଣ।ମାନଙ୍କ ଠାରୁ ପ୍ରେରଣା ପାଇ ନିଜ ସୃଷ୍ଟି ସମ୍ଭାରକୁ ସମ୍ବରୁଦ୍ଧ କରିଛନ୍ତି ।

ତାଙ୍କର ପ୍ରଥମ କବିତା ପୁସ୍ତକ ପ୍ରକାଶ ସମୟର ଅନୁଭବ ସ।ରାଜୀବନ ପାଇଁ ଅଭୂଲା ହେଇ ରହିବ ବୋଲି କହିବ। ସହ ଅନୁବାଦକ, ପ୍ରକାଶକ ତଥା ପୁସ୍ତକ ଉନ୍ମୋଚନ ସମୟରେ ଉପସ୍ଥିତ ଥିବ। ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟତମ ଆଲୋଚକ କବି ବାସୁଦେବ ସୁନାନୀ ପୁସ୍ତକ ସମ୍ପର୍କରେ ନିଜର ଅଭିମତ ପ୍ରକାଶ କରି କହିଥିଲେ ଯେ ବିଶ୍ଵର ମଣିଷ ସମାଜକୁ ମହାମାନବ ବୁଦ୍ଧ ଅହିଂଶା ଓ କରୁଣା ଦେଇ ଯାଇଛନ୍ତି ।

ସେଇ କରୁଣାକୁ ଆଧାର କରି ମହିମାଧର୍ମର ମୁଖ୍ୟ ପ୍ରବକ୍ତା କବି ଭୀମ ଭୋଇ ଜଗତ ଉଦ୍ଧାର କଥା କହି ଯାଇଛନ୍ତି । ଭୀମ ଭୋଇଙ୍କ ଦ୍ବାରା ଅନୁପ୍ରେରିତ କବି ତଥା ଦକ୍ଷ ପ୍ରଶ।ସକ ବିଷ୍ଣୁପଦ ସେଠୀ ନିଜର ରଚନାକୁ ସମ୍ବରୁଦ୍ଧ କରିଥିବାରୁ ସେଇ ଲେଖାର ମାନବୀୟ ଆବେଦନ ଯଥେଷ୍ଟ ରହିଛି ବୋଲି ମତ ରଖି ଥିଲେ।

ଏହି ସାହିତ୍ୟ ସମାରୋହରେ କବି ମନୁଆ ଦାସ, ଇଂରାଜୀ କବି ରବୀନ୍ଦ୍ର ସ୍ୱାଇଁ, ଅର୍ପିତା ପତ୍ରିକାର ସମ୍ପାଦକ ସୁବାଷ ଷଡଙ୍ଗୀ, ନୀଳକଇଁ ପତ୍ରିକାର ସମ୍ପାଦିକା ସସ୍ମିତ। ଦାସ, କବି ପ୍ରବୀର ମହାନ୍ତି, କବି ମହେନ୍ଦ୍ର କୁମାର ମଲିକ, ଶ୍ରୀ ଗଙ୍ଗାଧର ନାୟକ, କବି ଯୋଶନ। ରାଣୀ ଭୋଇ, ଶ୍ରୀ ଅରବିନ୍ଦ ରାୟ, କବି ମଧୁସୂଦନ ଦାସ, ପ୍ରଫେସର ବିଜୟ ପ।ତ୍ର, ପ୍ରଫେସର ପଙ୍କଜ ନାୟକ ଇତ୍ୟାଦିଙ୍କ ସହ ବହୁ ସାହିତ୍ୟିକ, ସମ୍ପାଦକ, ପ୍ରଶାସକ, ଅନୁବଦକ ଯୋଗ ଦେଇ ଥିଲେ ।

ପ୍ରାଚୀ ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଶକ୍ତି ପ୍ରସାଦ ତ୍ରିପାଠୀଙ୍କ ଦ୍ବାର ଆୟୋଜିତ ଏଇ ଉତ୍ସବକୁ କବି ବାସୁଦେବ ସୁନାନୀ ସଂଚାଳନ କରିଥିଲେ । ଶେଷରେ ଗାଳ୍ପିକ ଶ୍ରୀ ରାଜ୍ୟ ବର୍ଦ୍ଧନ ଧଳ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Rameswar
Rameswar

Filed Under: ଓଡିଶା ଖବର, ପୁସ୍ତକ ସମୀକ୍ଷା, ବିଶେଷ ଖବର Tagged With: ଓଡିଶା, ଭୁବନେଶ୍ୱର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ