ଆମେରିକାର ମଧ୍ୟ ଇଣ୍ଡିଆନାଠାରେ ଅବସ୍ଥିତ ହିନ୍ଦୁ ମନ୍ଦିରରେ ଉତ୍ସାହ ଉଦ୍ଦୀପନା ସହ ରଥଯାତ୍ରା ଜୁଲାଇ ୧୪ ତାରିଖରେ ପାଳିତ ହୋଇଯାଇଛି ।
ଚଳିତ ବର୍ଷକୁ ମିଶାଇ ଆମେରିକାର ଜଗନ୍ନାଥ ଆସୋସିଏସନ ଅଫ ଇଣ୍ଡିଆନା (ଜୟ ) ଆନୁକୁଲ୍ୟରେ ଇଣ୍ଡିଆନାରେ ବସବାସ କରୁଥିବା ଓଡ଼ିଆ ପରିବାରମାନଙ୍କ ଦ୍ଵାରା ଏହା ହେଉଛି ଚତୁର୍ଥ ରଥ ଯାତ୍ରାର ଆୟୋଜନ ।

ରଥଯାତ୍ରାର ବହୁ ଦିନ ପୂର୍ବରୁ ସପ୍ତାହନ୍ତ ଗୁଡିକରେ ଓ ସନ୍ଧ୍ୟା ସମୟରେ ରଥ ନିର୍ମାଣ, ସାଜସଜ୍ଜ୍ୟା ଓ ନୀତି ନିର୍ଘଣ୍ଟ ଇତ୍ୟାଦି କାର୍ଯ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।
ମଙ୍ଗଳ ଆରତୀ ଓ ଅନ୍ୟାନ ପୂଜା ଅର୍ଚ୍ଚନା ପରେ ଦିବା ପ୍ରାୟ ୧୧ ଟା ସମୟରେ ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଗ୍ରହ ମାନଙ୍କୁ ପାଲିଙ୍କିରେ ମନ୍ଦିର ଭିତରୁ ପହଣ୍ଡି କରାଇ ରଥକୁ ଅଣାଯାଇଥିଲା ।
ଘଣ୍ଟଘଣ୍ଟା, ମାର୍ଦ୍ଦଳ, ଶଙ୍ଖ , ହୁଳହୁଳି ଓ ଜୟ ଜଗନ୍ନାଥ, ହରିବୋଲ ଧ୍ୱନିରେ ଚତୁର୍ଦିଗ ପ୍ରକମ୍ପିତ ହୋଇ ଥିଲା । ଏଚ.ଟି.ସି.ଆଇ. ର ସଭାପତି ଡ଼କ୍ଟର କୃଷ୍ଣ କୁମାର ପଦ୍ମନାଭନ ଛେରା ପହଁରା କରିଥିଲେ । ଏହା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ କିଛି ଦୂରରେ ଥିବା ମାଉସୀ ମା ଘରରେ ଶେଷ ହୋଇଥିଲା । ସେଠାରେ ଶ୍ରୀ ବିଗ୍ରହ ମାନଙ୍କୁ ଅବସ୍ଥାପିତ କରାଯାଇଥିଲା ।

ରଥଯାତ୍ରା ଉପଲକ୍ଷେ ଅନ୍ନ, ଡାଲି, ଘାଣ୍ଟ ତରକାରୀ, ଟମାଟୋ ଖଟା ଓ ଖିରି ଆଦି ଓଡ଼ିଆ ଖାଦ୍ୟ ଭକ୍ତ ମାନଙ୍କୁ ପରଷା ଯାଇଥିଲା । ଭକ୍ତମାନେ ବଡ ଉଲ୍ଲାସରେ ପ୍ରସାଦ ସେବନ କରିଥିଲେ ।
ପ୍ରସାଦ ସେବନ ପରେ ବିଭିନ୍ନ ପ୍ରକାରର ସାସ୍କୃତିକ କାର୍ଯ୍ୟକ୍ରମ ଯଥା ଭଜନ , ଓଡିଶୀ ନୃତ୍ୟ ପରିବେଷଣ, ଓଡ଼ିଆ କବିତା ଆବୃତି ଇତ୍ୟାଦି କରାଯାଇଥିଲ । ଶେଷରେ ଭାରତର ଜାତୀୟ ସଂଗୀତ ଗାନ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
ଭାରତର ବିଭିନ୍ନ ରାଜ୍ୟରୁ ଆସି ଇଣ୍ଡିଆନାଠାରେ ବାସ କରୁଥୁବା ପ୍ରାୟ ୫୦୦ ରୁ ଉର୍ଦ୍ଧ ଭକ୍ତ ରଥଯାତ୍ରାରେ ଯୋଗ ଦେଇ ଶ୍ରୀ ବିଗ୍ରହ ମାନଙ୍କୁ ଦର୍ଶନ କରିଥିଲେ । ୨୨ ଜୁଲାଇ ପୂର୍ବାହ୍ନ ୧୦ ଟା ରେ ବାହୁଡା ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଏଚ.ଟି.ସି.ଆଇ. ଦ୍ୱାରା ନୀତି ନିର୍ଘଣ୍ଟ ହୋଇଛି |
ନିଜ ଭିଟା ମାଟିରୁ ଯାଇ ସୁଦୂର ଆମେରିକାରେ ରହିଲେ ମଧ୍ୟ ଓଡ଼ିଆ ସମ୍ପ୍ରଦାୟ ସେଠାରେ ମହା ଆନନ୍ଦ ଉଲ୍ଲାସରେ ରଥ ଯାତ୍ରା ପାଳନ କରି ପାରିଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ।
ଏଚ.ଟି.ସି.ଆଇ. କର୍ମକର୍ତ୍ତା ଓ ଜୟ ଗୃପର ମିଳିତ ଆନୁକୂଲ୍ୟରେ ରଥଯାତ୍ର ପାଳନ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଲାଗି ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ ।

ଓଡିଶା ଡଟ କମ




ଉପସ୍ଥିତ ଥିବା ଦର୍ଶକ ପିଲାମାନଙ୍କର ନୃତ୍ୟ ରେ ମନ୍ତ୍ରମୁଗ୍ଧ ହୋଇଥିଲେ ଓ ଉଭୟ ଦର୍ଶକ ଏବଂ ଗ୍ଲୋବାଲ ଭିଲେଜର ଆୟୋଜକ ମାନେ ଏହି ନୃତ୍ୟ ପରିବେଷଣକୁ ଖୁବ ପସନ୍ଦ କରିଥିଲେ ।
ଏସିଡ ର ପ୍ରଭାବ ଏତେ ତୀବ୍ର ଥିଲା ଯେ ତାଙ୍କ ଶରୀରର ପ୍ରାୟ ଅଶୀ ପ୍ରତିଶତ ଅଂଶ ଜଳି ଯାଇଥିଲା । ଯାହାଫଳରେ ସେ ଦୃଷ୍ଟିଶକ୍ତି ହରାଇଥିଲେ । ତା ସହିତ ତାଙ୍କର ବାମପଟ କାନ ମଧ୍ୟ ଏସିଡ଼୍ ଦ୍ୱାରା ନଷ୍ଟ ହୋଇଯାଇଥିଲା ।
ଡ଼ାକ୍ତରମାନଙ୍କ ଅକ୍ଲାନ୍ତ ଚେଷ୍ଟା ଓ ଠାକୁରଙ୍କ ଅଶେଷ ଆର୍ଶୀବାଦ ଯୋଗୁଁ ସେ କୋମା ଅବସ୍ଥାରୁ ପେରି ଆସିବାରେ ସକ୍ଷମ ହୋଇଥିଲେ । ଯଦିଓ ତାଙ୍କ ହାତ ଗୋଡ଼ କିଛି କାମ କରୁ ନଥିଲା ସେ କଥା କହି ପାରୁଥିଲେ । ଏହାପରେ ୨୦୦୯ ମସିହାରେ ସେ ନିଜ ଗାଁକୁ ଫେରି ଆସିଥିଲେ ।



ମୃତ୍ୟୁ ସହ ଡାକ୍ତରଖାନାରେ ସଂଗ୍ରାମ କରୁଥିବାବେଳେ ପ୍ରମୋଦିନୀଙ୍କର ସରୋଜଙ୍କ ସହ ଦେଖା ହୋଇଥିଲା । ଦିନେ ସରୋଜ ତାଙ୍କର ଜଣେ ସେବିକା ବନ୍ଧୁଙ୍କୁ ଭେଟିବାକୁ ଉକ୍ତ ନର୍ସିଂହୋମ୍ କୁ ଆସିଥିଲେ ।
“ସିରୋଜ୍’ ଅର୍ଥ ହେଲା ( ସି+ ହିରୋଜ୍) ଅର୍ଥାତ୍ ଏସିଡ ପୀଡିତା ମାନେ ମଧ୍ୟ ହୀରୋ । “ସିରୋଜ’ ମାନେ ଏଠାରେ ପୁଅମାନେ କେବଳ ନୁହଁନ୍ତି ଝିଅମାନେ ମଧ୍ୟ ହିରୋ ।
କେମିତି ବାହାରୁଥିଲା ପୁରୁଣା ଓଡିଆ ପତ୍ରିକା ? ସେଥିରେ କେଉଁ ମାନେ ଲେଖୁଥିଲେ ? ଏବେ ବାହାରୁଥିବା ପତ୍ର ପତ୍ରିକା ସବୁ କଣ? ଜଣେ ଜିଜ୍ଞାସୁ ଓଡିଆ ଭାଷା ପ୍ରେମୀ ଭାବେ ଯଦି ଏହାର ଉତ୍ତର ଖୋଜିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିଶେଷ ପରିଶ୍ରମ କରିବାକୁ ପଡିବନି ।
ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ଓ କିସ୍ର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ଶିକ୍ଷାବିତ୍ ଡକ୍ଟର ଅଚ୍ୟୁତ ସାମନ୍ତ ୨୦୦୦ ମସିହାରେ ପ୍ରତିଷ୍ଠା କରିଥିଲେ କାଦମ୍ବିନୀ ମିଡିଆ ପ୍ରା.ଲି. ।
ଏହାର ଆଦ୍ୟ ଉଦ୍ୟମ ସ୍ୱରୂପ ସେହି ବର୍ଷ ଜୁଲାଇ ମାସରେ ଆତ୍ମପ୍ରକାଶ କରିଥିଲା ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ଭାବେ ‘କାଦମ୍ବିନୀ’ ।
ଡ. ଇତି ସାମନ୍ତଙ୍କ ବଳିଷ୍ଠ ସମ୍ପାଦନାରେ ଏହି ପତ୍ରିକା ଏବେ ଓଡ଼ିଶାର ପ୍ରତିଷ୍ଠିତ ଓ ସର୍ବାଧିକ ପ୍ରସାରିତ ପତ୍ରିକା (ଏବିସି ସ୍ୱୀକୃତିପ୍ରାପ୍ତ) ତଥା ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କର ପ୍ରିୟ ପାରିବାରିକ ବନ୍ଧନ ଭାବେ ଯଥେଷ୍ଟ ଲେଖକୀୟ ଓ ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ଲାଭ କରିପାରିଛି ।
ସେହିପରି ୨୦୦୨ ମସିହାରୁ ପ୍ରତିବର୍ଷ ଜାନୁଆରୀ ମାସରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ର ଆୟୋଜନ କରିଥାଏ । ଏହି ଅବସରରେ ୨୦୦୯ ମସିହାରୁ ଆୟୋଜିତ ହୋଇଆସୁଛି ଅଭିନବ ପରିକଳ୍ପନାର ଓଡ଼ିଶାରେ ଏକମାତ୍ର ‘କାଦମ୍ବିନୀ ପତ୍ରିକା ହାଟ’ ।
ଓଡ଼ିଶାର ସାମାଜିକ, ସାଂସ୍କୃତିକ, ସାହିତ୍ୟିକ ଓ ଶୈକ୍ଷିକ ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଆ ପତ୍ରିକାର ରହିଛି ଏକ ଯୁଗାନ୍ତକାରୀ ଅବଦାନ । ଏହି ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରିବା ସହ ସେଇ ଗୌରବମୟ ଐତିହ୍ୟର ସାର୍ଥକ ସ୍ମୃତିକୁ ପୁନଃ ଜାଗୃତ କରି ଗୋଟିଏ ମଞ୍ଚରେ ପୁରାତନ ଓ ସମକାଳୀନ ସମସ୍ତ ପତ୍ରିକାକୁ ଦେଖି, ଛୁଇଁ, ଅନୁଭବ କରିବା ଭଳି ଦୃଷ୍ଟିଭଙ୍ଗୀକୁ ନେଇ ଏହି ହାଟ ପରିକଳ୍ପନା ।
ଅବସର ଥିଲା ‘କାଦମ୍ବିନୀ’ ଦ୍ୱାରା ଆୟୋଜିତ ଦଶମ ‘କାଦମ୍ବିନୀ ପତ୍ରିକା ହାଟ’। ଏହା ସହ ମଧ୍ୟ ଅନୁଷ୍ଠିତ ହୋଇଥିଲା ପଞ୍ଚଦଶ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’,ଏବଂ ‘କୁନାକୁନି ମେଳା’ କାର୍ଯ୍ୟକ୍ରମ ।
ପ୍ରଥମେ “ଇଫ୍ ୟୁ ଆର୍ ଏ ୱିମେନ୍’ ଏବଂ ପରେ “ଏବି ଫିନିସ୍ କ୍ରିପ୍'”ଫୁଡ଼୍ ଆଜ୍ ଆଇ ୱିସ୍’ “ବାର୍ଥ ଡ଼େ’ ପରି ଚଳଚିତ୍ର ଦର୍ଶକ ଦେଖିବାକୁ ପାଇଥିଲେ ।
ଉତ୍ସବରେ ଶ୍ରେଷ୍ଠ ପ୍ରାମାଣିକ ଚଳଚିତ୍ର,ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର,ଶ୍ରେଷ୍ଠ ନିର୍ଦ୍ଦେଶକ ପରି ମୋଟ ୭ଟି ବିଭାଗରେ ପୁରସ୍କାର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଉତ୍ସବର ପ୍ରଥମ ସନ୍ଧ୍ୟାରେ ଉତ୍ସବର ସଂପାଦିକା ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କ ସମେତ ଅନେକ ଚଳଚିତ୍ର ଅଭିନେତା,ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ଉସସ୍ଥିତ ଥିଲେ ।