ମହାଶୟ
ମୁ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଗତ ସପ୍ତାହରେ ଦର୍ଶନ କରିବାକୁ ଯାଇଥିଲି । ବଡ ଠାକୁରଙ୍କୁ ଦର୍ଶନ କରି ଅପୂର ଆନନ୍ଦ ଲାଭ କଲି । ପୁରୀ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ । ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିଥାନ୍ତି । ତେବେ ମନ୍ଦିରର ପରିମଳ ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକ ରହିଛି ।
ଶ୍ରୀମନ୍ଦିରର ସିଂହଦ୍ୱାର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବୁଢିଆଣୀ ଓ ବାଦୁଡ଼ି ଓ ଚେମିଣୀ ମାନଙ୍କ ଜାଲ ଓହଳିଥିବା ମୁ ଦେଖିଥିଲି। ଠିକ ସେହି ପରି କେତେକ ସ୍ଥାନରେ ପାରା ମଳତ୍ୟାଗ କରିଥିବା ଦେଖିବାକୁ ପାଇଥିଲି । ସେ ସବୁ ନିୟମିତ ସଫା କରିବାର ଆବଶ୍ୟକତା ରହିଛି ।
ତାସହିତ କେତେକ ପଣ୍ଡା ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଭଲ ବ୍ୟବହାର କରୁନଥିବା ଦେଖିଥିଲି । ଉଭୟ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଯଦି ଏ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତେ ,ତେବେ ପ୍ରତିଦିନ ଶ୍ରୀଜିଉଙ୍କ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଉପକୃତ ହୋଇପାରନ୍ତେ ।
ଡ଼ାକ୍ତର .କେ.ଦୁଆ
ପ୍ରଫେସର ଭେଟେନାରୀ ମେଡ଼ିସିନ
ଗୁରୁ ଅଙ୍ଗଦଦେବ ଭେଟେନାରୀ ଆଣ୍ଡ୍ ଆନିମଲ୍ ସାଇନସେସ୍ ୟୁନିର୍ଭସିଟି,ଲୁଧିଆନା

କୁନ୍ଦୁଲି ଆଦି ଘଟଣା ଭିତରେ ଶାସକ ବିଜେଡ଼ି ଦଳ ଏହି ଆସନଟିକୁ ଦଖଲ କରିବାରେ ନବୀନଙ୍କ ପାଇଁ ସମ୍ନାନର ପ୍ରଶ୍ନ ହୋଇ ରହିଛି।
୨୦୧୪ ବିଧାନ ସଭା ନିର୍ବାଚନରେ ବିଜେପୁରରୁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ମାତ୍ର ୪୫୮ ଭୋଟ ବ୍ଯବଧାନ ରେ ହାରିଥିଲେ। ତେବେ ହେବାକୁ ଥିବା ଉପନିର୍ବାଚନରେ ନବୀନଙ୍କ ଲୋକ ପ୍ରିୟତା ଏବଂ ସହାନୁଭୁତି ଆଧାରରେ ଭୋଟ ଅକ୍ତିଆର କରିବାର ବିଜେଡି ଯୋଜନା ରଖିଛି।
ତେବେ ସବୁ ଦଳରେ କିଛି ନା କିଛି ଅନ୍ତର୍ଦ୍ଵନ୍ଦ ଥିବା ପରିଲକ୍ଷିତ ହୋଇଛି ।ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କୁ ଦଳର ସବୁ କର୍ମୀ ପୂର୍ଣ ମାତ୍ରାରେ ସମର୍ଥନ କରୁନଥିବା ବେଳେ, କଂଗ୍ରେସର ଗୋଟିଏ ଗୋଷ୍ଠୀ ସାହୁଙ୍କ ପ୍ରାର୍ଥିତ୍ଵ କୁ ଭିତରେ ଭିତରେ ବିରୋଧ କରୁଛନ୍ତି।
ଫଳରେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା ସୀମାନ୍ତବର୍ତ୍ତୀ ଗ୍ରାମର ଲୋକମାନେ ବାଧ୍ୟ ହୋଇ ପଡ଼ୋଶୀ ରାଜ୍ୟରେ ମିଶିଯିବାକୁ ଇଚ୍ଛା କରୁଛନ୍ତି ।
୧୯୭୮ରେ ପୁରୁଣା ସର୍ଭେର ତଥ୍ୟକୁ ଭିତ୍ତିକରି ବିବାଦର ସମାଧାନ କରିବା ନିମନ୍ତେ ସୁପ୍ରିମକୋର୍ଟ ଉଭୟ ରାଜ୍ୟସଭାକୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ, ମାଡ଼୍ରାସ୍ ସର୍ଭେ କର୍ମଚାରୀମାନଙ୍କ ଦ୍ୱାରା ୧୯୩୪ସାଲରେ ପ୍ରସ୍ତୁତ ତଥ୍ୟକୁ ଉଭୟ ରାଜ୍ୟ ଗ୍ରହଣ କରିବା ଲାଗି ସ୍ପଷ୍ଟ ଇଙ୍ଗିତ ଥିଲା ।
ଏଆଇ ବର୍ଷା ପଣ୍ଡ ପାର୍କରେ ଅନୁଷ୍ଠିତ ଏହି ଗୋଟିଏ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଭାଗ ନେଇଥିବା ବ୍ୟକ୍ତି ଓ ପରିବାରର ସଦସ୍ୟ ମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ ଓ ପଶ୍ଚିମ ଓଡିଶାର ଲୋକପ୍ରିୟ ପାରମ୍ପରିକ ଖାଦ୍ଯ ଯଥା ମାଂସ ତରକାରୀ ଓ ଆମ୍ବିଳ ସମସ୍ତଙ୍କୁ ପରସା ଯାଇଥିଲା ।
ସମ୍ବଲପୁରୀ ଗୀତ ଓ ନୃତ୍ୟବାଦ୍ୟର ତାଳେ ତାଳେ ଦର୍ଶକ ଝୁମିଉଠିଥିଲେ । ଚଳିତ ବର୍ଷ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ବିଶ୍ଵ ଦୃଷ୍ଟିହୀନ କ୍ରିକେଟ ପରିଷଦ ଓ ଜାତୀୟ ଦୃଷ୍ଟିହୀନ କ୍ରିକେଟ ଦଳର କର୍ମ କର୍ତ୍ତା ମାନେ।
ଏହି ଅବସରରେ ବରଗଡର ପଙ୍କଜ ଭୁଏ ଓ ଭୁବନେଶ୍ବରର ମହମ୍ମଦ ଜଫର ଇକବଳ ଜାତୀୟ ଦୃଷ୍ଟିହୀନ କ୍ରିକେଟ ଦଳର ସଦସ୍ୟ ଭାବେ କ୍ରିକେଟ ଖେଳି ଖ୍ଯାତି ଅର୍ଜନ କରିଥିବାରୁ ସେମାନକୁ ସମ୍ମାନିତ କରା ଯାଇଥିଲା।
ଉଭୟ ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ ପଶ୍ଚିମ ଓଡିଶା ପରିବାର ଦୁବାଇ ତରଫରୁ ୨୦୧୬ରେ ଆୟୋଜିତ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ଲୋକପ୍ରିୟ ରଙ୍ଗବତୀ ଗୀତର ଗାୟକ ଜିତେନ୍ଦ୍ରିୟ ହରିପାଳଙ୍କୁ ଓ ୨୦୧୭ ପୁଷପୁନି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନିତ କରା ଯାଇଥିଲା।
ପଶ୍ଚିମ ଓଡିଶା ପରିବାର ଦୁବାଇ ନିୟମିତ ଭାବରେ ପଶ୍ଚିମ ଓଡିଶାର କଳା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ସମୟରେ କାର୍ଯ୍ୟକ୍ରମ ମାନ ଆୟୋଜନ କରି ଆସୁଛନ୍ତି।
