ଓଡିଶା ସରକାର ପର୍ଯ୍ୟଟନ ବିଭାଗ ଆୟୋଜିତ ବିଶ୍ୱ ବିଖ୍ୟାତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟାରେ ମୁକ୍ତାକାଶ ମଞ୍ଚକୁ ନୃତ୍ୟ ମୁଖର କରିଥିଲା । ଓଡିଶୀ ଓ କୁଚିପୁଡି ନୃତ୍ୟ ପରିବେଷଣ ।
ବର୍ଣ୍ଣାଢ୍ୟ ଆଲୋକ ମାଳାରେ ସଜେଇ ହୋଇଥିବା ମୁକ୍ତାକାଶ ମଞ୍ଚର ପରିବେଶକୁ ସଂଗୀତ ଓ ନୃତ୍ୟର ମଧୁର ଝଙ୍କାରରେ ଭରିଦେଇଥିଲେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ । ଆଦ୍ୟ ଚରଣରେ ଓଡିଶୀ ନୃତ୍ୟର ପରିପାଟୀରେ ମଞ୍ଚ ପ୍ରବେଶ କରିଥିଲେ ସୂତ୍ର ଫାଉଣ୍ଡେସନ୍ ମାଲୟେସିଆର ଶିଳ୍ପୀଗଣ ।

ଗୁରୁ ରାମ୍ଲି ଇବ୍ରାହିମ୍ ଓ ସାଥି ମାନଙ୍କ ପ୍ରଥମ ନିବେଦନ ଥିଲା ଗଜାନନ ସ୍ତୁତି ଓ ଲକ୍ଷ୍ମୀ ନୃସିଂହ ଧ୍ୟାନ । ଗଂଜାମର ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକକୁ ଆଧାରକରି ଏହା ପ୍ରସ୍ତୁତ ହୋଇଥିଲା ଯାହା ଶଦ୍ଧସ୍ୱର ପାଟର ସଂଯୋଜନାକୁ ସ୍ପଷ୍ଟ କରିଥିଲା ।
ପରେ ପରେ ସୂତ୍ର ଫାଉଣ୍ଡେସନର ଶିଳ୍ପୀଗଣ ମଞ୍ଚସ୍ତ କରିଥିଲେ ସ୍ଥାୟୀ ଯାହା ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ସଖୀନାଟକୁ ନେଇ ପରିପୃଷ୍ଟ ହୋଇଥିଲା । ସଖିନାଟର ଲକ୍ଷଣ, ଆଙ୍ଗିକ ବିନ୍ୟାସ ଓ ପରିପାଟୀର ସମନ୍ୱୟରେ ସ୍ଥାୟୀ ନୃତ୍ୟର ପରିବେଷଣ ବେଶ ମନଛୁଆଁ ହୋଇଥିଲା ଏହାପରେ ରାମ ଭଜନର ନୃତ୍ୟାଭିନୟ ଏକ ଭାକ୍ତିକ ପରିବେଶ ସୃଷ୍ଟି କରିଥିଲା ।

ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକ କଳା ଶିଳ୍ପୀ ଦାସକାଠିଆ ର ଲୋକ ପ୍ରିୟ ଗାୟକ ବୈଦ୍ୟନାଥ ରଥଶର୍ମାଙ୍କ ରଚିତ ରାମରସ ଗୀତିକାର ନୃତ୍ୟାୟନଙ୍କୁ ପରଶି ଦେଇଥିଲେ ଶିଳ୍ପୀ । ଓଡିଶୀ ନୃତ୍ୟର ଅନ୍ତିମ ଉପସ୍ଥାପନ ଯୋଗିନୀ ମୋକ୍ଷ । ନଟରାଜ ଶିବଙ୍କ ଯୋଗ ଓ ସମାଧି ଅବସ୍ଥାରୁ ସୃଷ୍ଟି ହୋଇଥିବା ଯୋଗିନୀ ଗଣଙ୍କ ଆରାଧନା ଓ ଶକ୍ତି ଉପସନାର ତତ୍ୱକୁ ପ୍ରକାଶ କରିଥିଲେ ସୂତ୍ର ଫାଉଣ୍ଡେସନର ଶିଳ୍ପୀଗଣ ।
ସଂଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ଶାସ୍ତ୍ରୀୟ କୁଚିପୁଡି ନୃତ୍ୟକୁ ନେଇ ମଞ୍ଚ ଆଗମନ କରିଥିଲେ ବନଶ୍ରୀ ରାଓ ଓ ରସ ୟୁନାଇଟେଡ ଦିଲ୍ଲୀର ଶିଳ୍ପୀଗଣ । କୁଚିପୁଡି ନୃତ୍ୟର ପ୍ରଥମ
ଉପସ୍ଥାପନା ରହିଥିଲା ନଟରାଜ ଶିବଙ୍କ ଆନନ୍ଦ ତାଣ୍ଡବ ।

ଜଗତର କଲ୍ୟାଣ ପାଇଁ ଅଭିପ୍ରେତ ଏହି ଆନନ୍ଦ ତାଣ୍ଡବର ସୁନ୍ଦର ପରିବେଷଣ ପରେ ପ୍ରସ୍ତୁତ ହୋଇଥିଲା ରାଗମ୍-ସିନ୍ଧୁ ଭୈରବୀ ଓ ଆଦି ତାଳମ୍ରେ ଶୁଦ୍ଧନୃତ୍ୟ ତିଲ୍ଲାନା । ଏଥିରେ ମୟୁରଭଂଜର ପ୍ରସିଦ୍ଧ ଛଉନୃତ୍ୟର ଗତି ଓ ପଦପାଦର ସଂଯୋଜନା ଏହାକୁ ଖୁବ ଚିତାକର୍ଷକ କରିଥିଲା ।
ଏଥିରେ ପଞ୍ଚଭୂତ – ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ପ୍ରତି ସମର୍ପଣର ଚେତନା ପରିଲିକ୍ଷିତ ହୋଇଥିଲା । ଅନ୍ତିମ ପ୍ରସ୍ତୁତିରେ ବନଶ୍ରୀ ରାଓ ଓ ଶିଳ୍ପୀଗଣ ମଞ୍ଚସ୍ତ କରିଥିଲେ ମହିଷାସୁର ମର୍ଦ୍ଦିନୀ । ଡ଼ଃ ସାଧନା ଶ୍ରୀବାସ୍ତବ ଓ ଡ଼ଃ ମୃତ୍ୟୁଞ୍ଜୟ ରଥଙ୍କ ବଳିଷ୍ଠ ସଂଯୋଜନାରେ ଉପସ୍ଥାପିତ ତୃତୀୟ ଦିବସର ସଂଧ୍ୟାକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟ ଉନ୍ନୟନ କମିଶନର, ଆର. ବାଲକ୍ରିଷ୍ଣନ୍, ପ୍ରାକ୍ତନ ପ୍ରଶାସକ ଯୁଗଳ କିଶୋର ମହାପାତ୍ର, ଡଃ. ସଂଜୀବ ଚନ୍ଦ୍ର ହୋତା ଓ ପର୍ଯ୍ୟଟନ ନିର୍ଦ୍ଦେଶକ ଡଃ. ନିତୀନ ଭାନୁଦାସ ଜାୱଲେ ।

ଚନ୍ଦ୍ରଭାଗା ବେଳାଭୂମୀରେ ଆୟୋଜିତ ଆନ୍ତର୍ଜାତିକ ବାଲୁକାକଳାରେ ପରିବେଶ ପର୍ଯ୍ୟଟନ ଓ ଦିବ୍ୟାଙ୍ଗ ପ୍ରସଙ୍ଗ ଆଧାରିତ କଳାକୃତୀକୁ ଦେଖିବା ପାଇଁ ପ୍ରବଳ ସମାଗମ
ହୋଇଥିଲା । ଦେଶ ଓ ବିଦେଶରୁ ଆଗତ ପର୍ଯ୍ୟଟକ ମାନଙ୍କ ଉପସ୍ଥିତି ସଂପ୍ରତି କୋଣାର୍କକୁ ଉତ୍ସବ ମୁଖର କରିଥିଲା । ସେହିପରି ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ କୋଣାର୍କ ସାହିତ୍ୟ ସଂସଦ ଓ ପର୍ଯ୍ୟଟନ ବିଭାଗର ସହଭାଗିତାରେ ଆୟୋଜିତ ହୋଇଥିଲା ।

ସାରସ୍ୱତ ସମାବେଶ ଯାହାର ଉଦ୍ଘାଟନ କରିଥିଲେ ପ୍ରଖ୍ୟାତ ଗାଳ୍ପିକା ଔପନ୍ୟାସିକା ଡଃ. ପ୍ରତିଭା ରାୟ । ଶିଶୁ ସାହିତ୍ୟକ ଡଃ. ଦିଗରାଜ ବ୍ରହ୍ମା ମୁଖ୍ୟବକ୍ତା, ବିରଞ୍ଚି ମିଶ୍ର ଓ କବି ନାରାୟଣ ମୁଦୁଲି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସାହିତ୍ୟ ସଂସଦର ସଂପାଦକ ବରିଷ୍ଠ ଶିକ୍ଷକ ରବିନ୍ଦ୍ର ନାଥ ବାହିନୀପତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ରଖିଥିଲେ ।

ଅତିଥିଙ୍କ ଦ୍ୱାରା ଶିଷୁ ସାହିତ୍ୟ ପତ୍ରିକା ଦରବାର ଉନ୍ମୋଚିତ ହେବା ସହ ସାହିତ୍ୟ ସାଧକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜିର ସଂଧ୍ୟାରେ କାର୍ଯ୍ୟକ୍ରମ ପରିଚାଳନକୁ ବ୍ୟବସ୍ଥିତ କରିଥିଲେ ସଂଗୀତ ନାଟକ ଏକାଡେମୀ ସଚିବ ପ୍ରଦୀପ କୁମାର ମିଶ୍ର, ଡଃ. ସଂଗୀତା ଗୋସାଇଁ, ପର୍ଯ୍ୟଟନ ବିଭାଗର ଅଧିକାରୀ ଓ କର୍ମକର୍ତାଗଣ ।


ଦୀର୍ଘ ଶହଶହ ବର୍ଷର କାନ୍ଥ ଚିତ୍ରଗୁଡ଼ିକ ଅନାବଶ୍ୟକ ମନେକରି ସେ ମଧ୍ୟରେ ଥିବା ଏକ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟକାରିତାରେ ବାଧା ଦେଇ ଜବରଦସ୍ତ ଭିତ୍ତି ଚିତ୍ରଗୁଡ଼ିକୁ ଲିଭାଇଦେବା ଏକ ଗର୍ହିତ କଥା ବୋଲି ପାରଳାର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରନ୍ତି।





ମୁମ୍ବାଇ, ସେପ୍ଟେମ୍ବର ୩୦ (ଓଡିଶା ଡଟ କମ ) ପଶ୍ଚିମ ଓଡିଶା ପରିବାର –ମୁମ୍ବାଇ ଦ୍ଵାରା ଏକାଦଶ “ନୂଆଖାଇ ଭେଟଘାଟ -୨୦୧୭” ସେପ୍ଟେମ୍ବର ୨୪ ରବିବାର ସ୍ଵତନ୍ତ୍ରବୀର ସଭରକର ସଭାଗାର, ଦାଦର, ମୁମ୍ବାଇ ଠାରେ ଆୟୋଜିତ କରଯାଇଥିଲା।
ଅନେକ ବଲିଉଡ ସିନେମାର ସେଲେବ୍ରିଟି ଖଳନାୟକ ଶ୍ରୀ ଆଶୀଷ ବିଦ୍ୟାର୍ଥୀ ଉତ୍ସବରେ ଯୋଗଦାନକରି ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ନିମିତ୍ତ ଆୟୋଜକ ମାନଙ୍କର ପ୍ରୟାସକୁ ପ୍ରସଂଶା କରିଥିଲେ। ଦର୍ଶକମାନଙ୍କ ଅନୁରୋଧରେ ସେ ମଧ୍ୟ ସମ୍ବଲପୁରୀ ସଙ୍ଗୀତର ତାଳେ ତାଳେ ନାଚି ଉଠିଥିଲେ।
ସମସ୍ତ ଅତିଥିଙ୍କୁ ଆୟୋଜକ ମାନଙ୍କ ତରଫରୁ ସମ୍ବଲପୁରୀ ବସ୍ତ୍ର ଓ ମୋମେଣ୍ଟୋ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ଆୟୋଜନ କମିଟି ମେଧାବୀ ତଥା ଖେଳକୁଦ ଓ କଳା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ସମ୍ବଲପୁରୀ ବସ୍ତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ସମ୍ବଲପୁରୀ କପଡାକୁ ନେଇ ଡିଜାଇନର ବସ୍ତ୍ର ପ୍ରସ୍ତୁତ କରୁଥିବା ଏକ ସମ୍ବଲପୁର ସ୍ଥିତ କମ୍ପାନୀ “Traditional Vougue” ଅନୁକୂଲ୍ୟରେ ସମ୍ବଲପୁରୀ ବସ୍ତ୍ରକୁ ନେଇ ଏକ ଫାଶନ ସୋ ଅନୁଷ୍ଠିତ ହୋଇଥିଲା। ସମସ୍ତ ପ୍ରତିଭାଗୀଙ୍କୁ ଖିରୀ ଓ ମଣ୍ଡାପିଠା ଦ୍ଵାରା ଆପ୍ୟାୟିତ କରାଯାଇଥିଲା।
ଆଯୋଜକମାନଙ୍କ ତରଫରୁ SBI General Life Insurance, National Payment Corporation of India, Tata Motors, IDBI Capital, Traditional Vouge, ବୈଶାଖୀ , Union Bank, Canara Bank, Ferro Tech India, Siddhi Trade matrix, Bank of India ଓ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗକୁ କୃତଜ୍ଞତା ଜ୍ଞାପନ କରାଯାଉଛି। ଆଯୋଜକମାନଙ୍କ ତରଫରୁ ଓ ଟିଭି ଓ କଳିଙ୍ଗ ଟିଭିକୁ ଉତ୍ସବର ପ୍ରସାରଣପାଇଁ କୃତଜ୍ଞତା ଜ୍ଞାପନ କରାଯାଉଛି।







୨. ମାଦ୍ରାସ ତାଂକୁ ସଂଗୀତର ସବୁଠୁ ବଡ ଗୁରୁ କେବଳ ଦେଇନଥିଲା, ମାଦ୍ରାସରେ ସେ ନିଜ ସଂଗୀତ ଜୀବନର ସବୁଠୁ ବଡ ସଫଳତା ଓ ସିଦ୍ଧି କୁ ମଧ୍ୟ ଭେଟିଥିଲେ। ହିନ୍ଦୁସ୍ତାନୀ ସଂଗୀତର କିମ୍ବଦନ୍ତି ପୁରୁଷ ଡି.ଭି. ପୋଲୁସ୍ଖରନ୍କୁ ଗୁରୁ ଭାବରେ ପାଇବା ତାଂକ ଜୀବନର ଏକ ମୋଡ ପରିବର୍ତନ ଥିଲା ।