• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା ଖବର

ନାମରେ ରହିଛି ଅନେକ ମହତ୍ତ୍ୱ : ଯାହା ଡେଲାଙ୍ଗ ସୂଚାଏ

June 16, 2023 by ବିଷ୍ଣୁପଦ ସେଠୀ Leave a Comment

କଥାକଥିତ ବିକଶିତ ଏବଂ ଆଧୁନିକ ଦେଶମାନଙ୍କରେ ବହୁ ପୂରାତନ ଐତିହ୍ୟରାଜି କ୍ୱଚିତ୍ ଭାବରେ ଦୃଷ୍ଟିକୁ ଆସିଥାଏ । ତୁଳନାତ୍ମକ ଭାବରେ ଭାରତ ପରି ଦେଶରେ ମାନବ ସଭ୍ୟତାର ଏସବୁ ଚିହ୍ନଗୁଡ଼ିକ ସାଧାରଣ ଭାବରେ ପରିଲକ୍ଷିତ ହୁଏ ।

ଆମ ରାଜ୍ୟ ଓଡ଼ିଶାର ଗୋଟିଏ କୋଣରୁ ଅନ୍ୟ ଏକ କୋଣକୁ ଯାତ୍ରା କଲାବେଳେ ଅତି କମ୍‌ରେ ତିନି ହଜାର ବର୍ଷର ପ୍ରାଚୀନ ସଭ୍ୟତାର ଅନେକ ସ୍ମାରକୀ ପରିଦୃଷ୍ଟ ହୋଇଥାଏ ।

ମାନବ ସମାଜର ଇତିହାସରେ ସମୟକ୍ରମେ ଭୌଗଳିକ ସୀମାରେଖାର ଅନେକ ପରିବର୍ତ୍ତନ ଘଟିଛି ।

ଶକ୍ତିଶାଳୀ ଗୋଷ୍ଠୀମାନଙ୍କର ବିଜୟ କାରଣରୁ କେତେ କେତେ ସ୍ଥାନ ଓ ଅଞ୍ଚଳର ନାମକୁ ପ୍ରସିଦ୍ଧ ବ୍ୟକ୍ତି ବିଶେଷଙ୍କ ନାମରେ ନାମିତ କରିବାର ପ୍ରଥା ବହୁ କାଳରୁ ଅନୁସୃତ ହୋଇ ଆସୁଅଛି ।

ସେମାନଙ୍କର ଖ୍ୟାତି, କାର୍ଯ୍ୟକଳାପ ଓ ଅନ୍ୟାନ୍ୟ କାରଣ ଉପରେ ନିର୍ଭର କରି ବହୁ ସ୍ଥାନର ନାମ ବହୁ ଶତାବ୍ଦୀ ଧରି ଅପରିବର୍ତ୍ତିତ ମଧ୍ୟ ରହିଛି ।

ଅନେକ ସମୟରେ ସେଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ, ଯାହାଙ୍କ ନାମରେ କୌଣସି ସ୍ଥାନର ନାମକରଣ ହୋଇଥିବ, ଆମେ ପାସୋରିଯାଉ ।

ଏହା ସତ୍ୟ ଯେ ହଜାରରୁ ଅଧିକ ବର୍ଷ ଧରି ମହାନ୍ ବ୍ୟକ୍ତିମାନଙ୍କୁ ଅମର କରି ରଖିଛି, ତାଙ୍କ ନାମରେ ନାମିତ ଅନେକ ଇଲାକା । ସମୟର ସଂଯୋଗରୁ ସେଗୁଡ଼ିକ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ।

ଏଠାରେ ମୁଁ ସୂଚାଇ ଦେବାକୁ ଚାହେଁ ଯେ, ଭୁବନେଶ୍ୱରଠାରୁ ମାତ୍ର ତିରିଶି କିଲୋମିଟର ଦୂରରେ ରହିଛି ଏକ ଐତିହାସିକ ସ୍ଥାନ ଯାହା ଡେଲାଙ୍ଗ ନାମରେ ସୁପରିଚିତ ।

ଗାନ୍ଧିଜୀ, ସ୍ୱାଧୀନତା ସଂଗ୍ରାମ ବେଳେ ଏହି ସ୍ଥାନକୁ ବୁଲି ଆସିଥିଲେ ।

ଡେଲାଙ୍ଗ ବ୍ଲକ୍ ଅଧୀନସ୍ଥ ବେରବୋଇ ଗ୍ରାମରେ ଗାନ୍ଧୀ ସେବାସଂଘର ଚତୁର୍ଥ
ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଠାରେ ଗାନ୍ଧିଜୀ ୧୯୩୮ ମସିହାରେ ସପରିବାରେ ଓ ଅଖଣ୍ଡ ଭାରତ ବର୍ଷର ଅନ୍ୟନେତାଙ୍କ ସହ ପ୍ରାୟ ସାତଦିନ କଟାଇଥିଲେ ।

ତାତ୍ପର୍ଯ୍ୟପୂର୍ଣ୍ଣ ଏହିକି ଡେଲାଙ୍ଗ ସେହିଦିନଠାରୁ ସୁଖ୍ୟାତି ଅର୍ଜନ କରିବାରେ ସମର୍ଥ ହୋଇଛି । କିନ୍ତୁ ପୂର୍ବବର୍ତ୍ତୀ କାଳରେ ଏହି ସ୍ଥାନଟି ଖ୍ୟାତି ଅର୍ଜନ କରିଥିଲା ଜଣେ ବିଶ୍ୱବିଖ୍ୟାତ ବୌଦ୍ଧ ପଣ୍ଡିତଙ୍କ ପାଇଁ ଯେ କି ଖ୍ରୀ ୪୮୦ରୁ ଖ୍ରୀ ୫୪୦ ପର୍ଯ୍ୟନ୍ତ ଏଠାରେ ଅବସ୍ଥାନ କରିଥିଲେ ।ଯାହାଙ୍କର ନାମ ଥିଲା ଦିଗ୍‌ନାଙ୍ଗ ଏବଂ ସେ ମଧ୍ୟ ସ୍ଥାନୀୟ ଜନମାନସରେ ଦିନ୍ନାଗ ନାମରେ ପରିଚିତ ଥିଲେ । ଏଥିପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଓ ତାତ୍ପର୍ଯ୍ୟପୂର୍ଣ୍ଣ ଏହିକି ଯେ, ତାଙ୍କ ନାମରେ ନାମିତ ଏହି ସ୍ଥାନର ନାମ ଯାହା ଆଜି ଯାଏ ଅପରିବର୍ତ୍ତିତ ରହିଆସିଛି ।

ମାତ୍ର ଭାଷା ଓ ଉଚ୍ଚାରଣର କ୍ରମ ବିକାଶ ଫଳରେ ସ୍ଥାନର ନାମରେ ସାମାନ୍ୟ ପରିବର୍ତ୍ତିତ ହୋଇ ଡେଲାଙ୍ଗ ନାମରେ ଏବେ ଜଣାଯାଏ । ସମୟର ପରିବର୍ତ୍ତନରେ ଲୋକମାନେ ଭୁଲିଗଲେଣି ଯେ, ଏଠାକୁ ଗାନ୍ଧିଜୀ ଦିନେ ଆଗମନ କରିଥିଲେ ।

ଆଧୁନିକ ପିଢ଼ି ଏ ଅଞ୍ଚଳର ଐତିହାସିକ ଓ ସାଂସ୍କୃତିକ ମହତ୍ତ୍ୱକୁ ଉପଲବ୍ଧି କରିବାର ଆବଶ୍ୟକତା ରହିଛି । ପୁରୀ ଜିଲ୍ଲାର ଢେଲାଙ୍ଗରେ ଥିବା ଏକ ବୌଦ୍ଧ ବିହାରରେ ଆଚାର୍ଯ୍ୟ ଦିଗ୍‌ନାଙ୍ଗ ଥିଲେ ଜଣେ ଆଦର୍ଶ ଗୁରୁ । ପରବର୍ତ୍ତୀ କାଳରେ ସେ ଜଣେ ବିଶ୍ୱବିଖ୍ୟାତ ତର୍କବିଶାରଦ ହେଲେ ‘ପ୍ରମାଣ ସମୁଚୟ’ ଗ୍ରନ୍ଥ ପାଇଁ । ଭଦ୍ରପାଳିତ ଯେ ଥିଲେ କଳିଙ୍ଗ ରାଜ୍ୟର ଜଣେ ପ୍ରମୁଖ ଅଧିକାରୀ, ସେ ଆଚାର୍ଯ୍ୟ ଦିଗ୍‌ନାଙ୍ଗଙ୍କ ପରମ ଅନୁଗାମୀ ହୋଇଥିଲେ ।

ସେ ଆଧ୍ୟାତ୍ମିକ ଭାବଧାରାରେ ଗୁରୁଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ ଓ କଳିଙ୍ଗ ରାଜ୍ୟରେ ଅନେକ ‘ବୌଦ୍ଧ ବିହାର’ ନିର୍ମାଣ କରାଇଥିଲେ । ପ୍ରଖ୍ୟାତ ଚୀନ୍ ପରିବ୍ରାଜକ ହୁଏନ୍‌ସାଂଙ୍କ ବିବରଣୀରୁ ଜାଣିବାକୁ ପାଉ ଯେ ପ୍ରାଚୀନ ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରଭୁତ୍ୱ ବହୁ ମାତ୍ରାରେ ଥିଲା । ପ୍ରାୟ ଏକ ହଜାର
ବୌଦ୍ଧ ମଠ ଓ ଦଶ ହଜାର ମହାଯାନ ସନ୍ନ୍ୟାସୀ ଏ ରାଜ୍ୟରେ ଅବସ୍ଥାନ କରୁଥିଲେ । ଦିଗ୍‌ନାଙ୍ଗ ଥିଲେ ବାସୁବନ୍ଧୁଙ୍କର ପ୍ରଧାନ ଶିଷ୍ୟ । ନିଜର ଚର୍ଚ୍ଚିତ ତଥା ଅନ୍ତଃର୍ନିହିତ ଜ୍ଞାନ ପାଇଁ ସେ ତତ୍କାଳୀନ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବରେ କାର୍ଯ୍ୟ କରିଥିଲେ ।

ଯେତେବେଳେ ସେ ଅଳ୍ପ ସମୟ ପାଇଁ ଉକ୍ତ ପଦବୀରେ ଥିଲେ, ସେ ଅନେକ ସୂତ୍ର ପ୍ରତିପାଦନ କରିବା ସହ ଶାସ୍ତ୍ର ଓ ତର୍କଶାସ୍ତ୍ରରେ ଆଧ୍ୟାତ୍ମିକ ମତବାଦ ରଚନା କରିଥିଲେ । ପରେ ପରେ ସେ ଡେଲାଙ୍ଗ ଚାଲିଆସିଥିଲେ ଏବଂ ସେ ବୌଦ୍ଧ ଧର୍ମର ଜ୍ଞାନ ସମ୍ବନ୍ଧୀୟ ବିଚାରଧାରାର ସିଦ୍ଧାନ୍ତ ପ୍ରଦାନ କରିଥିଲେ ।

ଏଠାରେ ସେ ବୌଦ୍ଧ ଧର୍ମର ମୂଳତତ୍ତ୍ୱ ରୂପେ ପରିଚିତ ‘ପ୍ରମାଣ ସମୁଚୟ’ର ରଚନା କରିଥିଲେ ଏବଂ ତତ୍କାଳୀନ ସମୟରେ ସମକାଳୀନ ବିଦ୍ୱାନମଣ୍ଡଳୀଙ୍କ ମଧ୍ୟରେ ଏକ ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିଥିଲା । ଡେଲାଙ୍ଗ ବୌଦ୍ଧ ବିହାରରେ ଅନ୍ୟ ଏକ ବିରୋଧୀ ପଣ୍ଡିତ ଯାହାଙ୍କର ନାମ ହେଉଛି ଈଶ୍ୱରକ୍ରିଷ୍ଣା ସେ ଦିଗ୍‌ନାଗଙ୍କ ଦ୍ୱାରା ପରାଜିତ ହୋଇଥିଲେ । ତର୍କ ପ୍ରତିଯୋଗିତାରେ ଦିଗ୍‌ନାଗ
ବିଜୟୀ ହୋଇଥିବାର ଜଣାଯାଏ ।

ଏହା କୁହାଯାଏ ଯେ, ଆଧୁନିକ ଐତିହାସିକ ଓ ଗବେଷକମାନେ ଦିଗ୍‌ନାଗଙ୍କ ବହୁ ଉଚ୍ଚାଙ୍ଗ ଗବେଷଣାତ୍ମକ ତଥ୍ୟକୁ ପାଇପାରିଛନ୍ତି । ତାଙ୍କ କୌଣସି ଗବେଷଣାତ୍ମକ ତଥ୍ୟ ମୂଳ ସଂସ୍କୃତ ବା ଦିବତାନ୍ ଧର୍ମଶାସ୍ତ୍ରରେ ମିଳୁନାହିଁ ।

କିନ୍ତୁ କିଛି ଚୀନ୍‌ର ଅନୁବାଦରେ ତାଙ୍କ ମୂଳ ରଚନାରୁ ବହୁ ପାର୍ଥକ୍ୟ ଥିବା ଜଣାଯାଏ । ପରବର୍ତ୍ତୀ ସମାଲୋଚକ ଯଥା ଧର୍ମକୀର୍ତ୍ତି ଓ ଭାରତୀୟ, ତିବତାନ୍ ଅନୁବାଦକମାନେ ତାଙ୍କ ସୃଷ୍ଟିର ସମ୍ୟକ୍
ଜ୍ଞାନକୁ ଅନୁଭବ କରିପାରିଛନ୍ତି ।

ତିବତାନ୍ ବୌଦ୍ଧ ସଂସ୍କୃତି ଓ ପରମ୍ପରାରେ ଓ ଚୀନ୍‌ର ଧାର୍ମିକ ପରମ୍ପରାରେ ଦିଗ୍‌ନାଙ୍ଗ ସର୍ବଦା ମନେରହିବେ । ଦିଗ୍‌ନାଙ୍ଗଙ୍କ ପ୍ରଭାବରେ ଡେଲାଙ୍ଗ ଅଞ୍ଚଳରେ ଅନେକ ଗ୍ରନ୍ଥ ପ୍ରକାଶିତ ହୋଇ ତାର ସୂକ୍ଷ୍ମ ଆଲୋଚନା ହେଉଥିଲା ।

ପ୍ରାୟ ସାତଗୋଟି କ୍ଷୂଦ୍ର ପାହାଡ଼ ଯଥା: ପାନରା, ସାନ୍‌ଲା, ଯମୁନା ଝାରପଡ଼ା, ବଣୀ ବକ୍ରେଶ୍ୱର, ଅରାଗଡ଼, ବିନ୍ଧେଶ୍ୱରୀ ଏବଂ ଧଉଳିରେ ବହୁ ସଂଖ୍ୟାର ବୌଦ୍ଧ ସନ୍ନ୍ୟାସୀ ଅବସ୍ଥାନ କରୁଥିଲେ ।

ପ୍ରତ୍ନତାତ୍ତ୍ୱିକ ଖନନ ଦ୍ୱାରା ଉକ୍ତ ପାହାଡ଼ରୁ କଛି ଭଗ୍ନ କୀର୍ତ୍ତିରାଜି ଯଥା: କ୍ଷେତ୍ରପାଳ, ଅସ୍ତିକା, ଜଗତ୍‌କାରୁ, ହରପାର୍ବତୀ ପ୍ରଭୃତି ଉଦ୍ଧାର ହୋଇଛନ୍ତି ।

ବିଶ୍ୱନାଥ ପାହାଡ଼ର ଶୀର୍ଷରେ ଥିବା ବିଶ୍ୱବାଥ ମନ୍ଦିର ପାଖ ଛୋଟ
ପଥର ଗୁମ୍ଫା ଯାହା ମୁଖ୍ୟ ଗୁମ୍ଫାର ବର୍ହିଃଗମନ ଅଟେ, ତାହା ପରବର୍ତ୍ତୀ କାଳରେ ଧ୍ୱଂସ ପାଇଯାଇଛି ।

ଏହା ବିଶ୍ୱାସ କରାଯାଏ ଯେ, ଏହା ଦିଗ୍‌ନାଙ୍ଗଙ୍କ ବାସସ୍ଥାନ ଥିଲା ।
‘ସ୍କୁଲ ଅଫ୍ ଦିଗ୍‌ନାଙ୍ଗ’ ଭାବରେ ଏକ ବୌଦ୍ଧଧର୍ମ ତତ୍ତ୍ୱ ସମ୍ବନ୍ଧୀୟ ବିଦ୍ୟାଳୟ ଯାହାର ପ୍ରତିଷ୍ଠାତା ଥିଲେ ଦିଗ୍‌ନାଙ୍ଗ, ସେ ଏଠାରେ ବୌଦ୍ଧ ଧର୍ମର ବାଖ୍ୟା କରିଥିଲେ । ଦୁଇଟି ସାଧନ, ଯଥା: ‘ଉପଲବ୍ଧ’ ସୂକ୍ଷ୍ମାନୁଭୂତି, ସିଦ୍ଧାନ୍ତ-ବିଚାରଯୁକ୍ତ, ଜ୍ଞାନ ଆହରଣ ପାଇଁ ଆବଶ୍ୟକ । ତାଙ୍କର ମହାନ୍ କୃତି ମଧ୍ୟରେ ହେତୁଚକ୍ର, ଅଲାମବାନ-ପରୀକ୍ଷା, ଅଭିଧର୍ମ କୋଷ-ମର୍ମ-ପ୍ରଦୀପ, ତ୍ରିକାଳ-ପରୀକ୍ଷା, ନ୍ୟାୟ-ମୁଖର ପ୍ରଭାବ ପକାଇଥିଲା ବୌଦ୍ଧ ମାଧ୍ୟମକ ବିଦ୍ୟାଳୟମାନଙ୍କରେ । ଯାହାର ଫଳ ସ୍ୱରୂପ ଷଷ୍ଠ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ ବୌଦ୍ଧ ଧର୍ମର ଦ୍ରୁତ ଉନ୍ନତି ଘଟିଥିଲା ।

ଦିଗ୍‌ନାଙ୍ଗ ଓ ଧର୍ମକୀର୍ତ୍ତିଙ୍କ ସୂକ୍ଷ୍ମାନୁଭୂତି ଓ ସିଦ୍ଧାନ୍ତ ବିଚାରକୁ ଅବଲମ୍ବନ କରି ଅନେକ ତିବତାନ୍ ବିଦ୍ୱାନମାନେ ବୌଦ୍ଧ ମାଧ୍ୟମକ ବିଦ୍ୟାଳୟମାନଙ୍କରେ ବହୁବର୍ଷ ଧରି ଉକ୍ତ ତାତ୍ତ୍ୱିକ ଶିକ୍ଷାକୁ ପ୍ରଚଳନ କରିଆସିଥିଲେ । ଦିଗ୍‌ନାଙ୍ଗ ମଧ୍ୟ ସଂସ୍କୃତ ପଣ୍ଡିତମାନଙ୍କୁ ଅନୁପ୍ରାଣିତ ଓ ପ୍ରଭାବିତ କରିପାରିଥିଲେ ।

ସେ ଭାରତୀୟ ଦର୍ଶନରେ ଏକ ଜ୍ଞାନର ଭିତ୍ତିଭୂମି ପ୍ରତିଷ୍ଠା କରିପାରିଥିଲେ । ବିଦ୍ୱାନମାନଙ୍କ ଅନୁସାରେ ଭାରତୀୟ ଦାର୍ଶନିକମାନେ ଦିଗ୍‌ନାଙ୍ଗଙ୍କ ବହୁ ଜ୍ଞାନ ତତ୍ତ୍ୱକୁ ଅକ୍ଷୁର୍ଣ୍ଣ ରଖିପାରିଥିଲେ ।ବିଶ୍ୱ ବୌଦ୍ଧ ଧର୍ମ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର । ଯଦିଓ ଭଗବାନ ବୁଦ୍ଧ ତାଙ୍କ ଜୀବଦ୍ଦଶାରେ କେବେ ଓଡ଼ିଶା ଆସିନଥିଲେ, ତଥାପି ଡେଲାଙ୍ଗ ବୌଦ୍ଧ ଧର୍ମ ଓ ସଂସ୍କୃତି କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲା କହିଲେ ଭୁଲ ହେବନାହିଁ । ଓଡ଼ିଶାରେ ଦୁଇଶହରୁ ଊର୍ଦ୍ଧ୍ୱ ବୌଦ୍ଧ ବିହାର ନିର୍ମିତ ହୋଇଥିବାର ଜଣାଯାଏ ।

ଷଷ୍ଠ ଶତାବ୍ଦୀରୁ ଶୋଡ଼ଷ ଶତାବ୍ଦୀ ମଧ୍ୟରେ ବୌଦ୍ଧ ଧର୍ମର ଦ୍ରୁତ ଉନ୍ନତି ଘଟିଥିଲା । ପରେ ଗୌତମ ବୁଦ୍ଧଙ୍କ ଅନୁଗାମୀ ଦୁଇ ଭାଗରେ ବିଭକ୍ତ ହେଲେ । ଯଥା: ‘ହୀନଯାନ’ ଓ ‘ମହାଯାନ’ । ‘ବଜ୍ରଯାନ’ଟି ଓଡ଼ିଶା
ମାଟିରୁ ବିକଶିତ ହୋଇଥିବା ଜଣାଯାଏ ଏବଂ ଆଧୁନିକ ଯାଜପୁର ହେଉଛି, ‘ମହାଯାନ’ର ଉତ୍ପତ୍ତିସ୍ଥଳୀ । ବିଭିନ୍ନ ଐତିହାସିକ ଗବେଷଣାମାନଙ୍କରୁ ଜଣାଯାଇଛି ମହାଯାନ ତନ୍ତ୍ର ହିଁ ଭୌମକରଙ୍କ ଅମଳରେ ଓଡ଼ିଶାରୁ
ଉତ୍ପତ୍ତି ଓ ବିକଶିତ ହୋଇଥିଲା ।ଓଡ଼ିଶା ଇତିହାସରୁ ଜଣାଯାଏ ଯେ, ପ୍ରାୟ ଦୁଇ ହଜାରରୁ ଊର୍ଦ୍ଧ୍ୱ ବର୍ଷ ଧରି ବୌଦ୍ଧ ଧର୍ମ ଓ ଦର୍ଶନର ପ୍ରଚାର ପ୍ରସାର, ସୁଖ୍ୟାତି ଓ ବିବର୍ତ୍ତନ ହୋଇଆସିଛି । ଏହାର ଆଧ୍ୟାତ୍ମିକ, ଦାର୍ଶନିକ ଦିଗ ବିଶ୍ୱମୁଖୀ ହୋଇପାରିଛି ।

ଅଧିକ ଗବେଷଣା, ପ୍ରତ୍ନତାତ୍ତ୍ୱିକ ଖନନ ଓ ପ୍ରକାଶନ, ଶିକ୍ଷା ପ୍ରଦାନ ଓ ସଂରକ୍ଷଣ ମାଧ୍ୟମରେ ଅତୀତର ଗୌରବକୁ ବର୍ତ୍ତମାନର ପିଢ଼ି ନିକଟରେ ପହଞ୍ଚାଇବା, ଜନସାଧାରଣଙ୍କୁ ଆମର ବଳିଷ୍ଠ ପରମ୍ପରା ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ପ୍ରଦାନ କରାଇବାର ଆବଶ୍ୟକତା ରହିଛି ।

ଯେତେବେଳେ ବିଶ୍ୱର ଅଧିକାଂଶ ଭାଗ ଅନ୍ଧକାରରେ ଆଚ୍ଛନ୍ନ ହୋଇ ରହିଥିଲା, ସେତେବେଳେ ଆମ ଡେଲାଙ୍ଗରେ ବିକଶିତ ଜ୍ଞାନ ବିଶ୍ୱକୁ ନୂତନ ଆଲୋକବର୍ତ୍ତିକା ପ୍ରଦାନ କରୁଥିଲା । ଏହାଠୁ ବଳି ଅଧିକ ଗୁରୁତ୍ୱପୂର୍ଣ୍ଣ ଏବଂ ଗୌରବମଣ୍ଡିତ କଥା ଆଉ କିଛି ହୋଇ ନପାରେ ।

ବିଷ୍ଣୁପଦ ସେଠୀ
ବିଷ୍ଣୁପଦ ସେଠୀ

Filed Under: ଓଡିଶା ଖବର, କଳା ଓ ସଂସ୍କୃତି Tagged With: ଓଡିଶା, ଭୁବନେଶ୍ୱର

ଚଳିତ ବର୍ଷ ପିକକ୍‍ ଶିଶୁମେଳା ନଭେମ୍ବର ୧୮, ୧୯, ୨୦ ତିନି ଦିନ ପାଇଁ

October 19, 2022 by Jharana Jena Leave a Comment

ରାଜ୍ଯ ର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପିପୁଲସ୍‍ କଲଚରାଲ୍‍ ସେଣ୍ଟର (ପିକକ୍‍) ଦ୍ୱାରା ୧୯୯୦ ମସିହାରୁ ଶିଶୁ ଅଧିକାର ସପ୍ତାହ ରେ ସପ୍ତାହବ୍ୟାପୀ “ଶିଶୁମେଳା” ଅନୁଷ୍ଠିତ ହୋଇ ଆସୁଛି I

ଚଳିତ ବର୍ଷ ୩୩ ତମ ଶିଶୁ ମେଳା ନଭେମ୍ବର ୧୮, ୧୯ ଓ ୨୦ ତାରିଖ ତିନିଦିନ ଧରି ସନ୍ଧ୍ୟା ରେ ଭୁବନେଶ୍ବର ଏକାମ୍ର ହାଟ ର ମୁକ୍ତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ।

ଏହି ପରିପ୍ରେକ୍ଷୀରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଶିଶୁ ମେଳା ପୂର୍ବରୁ ଓ ଶିଶୁ ମେଳା ର ବିଭିନ୍ନ ସନ୍ଧ୍ୟା ରେ ଅନୁଷ୍ଠିତ ହେବ I କେବଳ ବକ୍ତୃତା ପ୍ରତିଯୋଗୀତା କୁ ଡିଜିଟାଲ ମଂଚରେ ଆୟୋଜିତ କରାଯିବ I ଏହାର ସମ୍ପୂର୍ଣ ବିବରଣୀ www.pecuc.org ରେ ଉପଲବ୍ଧ I

ଏହି ଅବସରରେ ପିକକ୍ ର ବିଭିନ୍ନ ବାର୍ଷିକ ସମ୍ମାନ ପାଇଁ ନାମାଙ୍କନ ଆହ୍ଵାନ କରାଯାଉଛି ।

ନାମାଙ୍କନ ବା ମନୋନୟନ ପତ୍ର ନଭେମ୍ବର ୧ ତାରିଖ ମଧ୍ୟରେ shisumela.pecuc@gmail.com ରେ ପହଞ୍ଚିବା ଆବଶ୍ୟକ। ୧୮ ବର୍ଷରୁ କମ୍ ପିଲାମାନଙ୍କୁ ସମାଜ ସେବା ପାଇଁ ‘ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ’, ସବୁ କ୍ଷେତ୍ର ରେ ଉଲ୍ଲେଖନିୟ ସଫଳତା ପାଇଁ “ଡଃ ପି॰ ସି॰ ଦାସ ସ୍ମାରକୀ ଶିଶୁ ପ୍ରତିଭା ସମ୍ମାନ”, ସାହସିକତା ପାଇଁ ‘ବାଜିରାଉତ ସ୍ମାରକୀ ସମ୍ମାନ’, ଅଭିନୟ ପାଇଁ ‘ଶରତ ପୂଜାରୀ ସ୍ମାରକୀ ସମ୍ମାନ’, ୫ମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସର୍ବୋଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଙ୍କୁ ‘କେତକୀ ପଟ୍ଟନାୟକ ସ୍ମାରକୀ ସମ୍ମାନ’, ବଳିଷ୍ଟ ନେତୃତ୍ୱ ତଥା ସମାଜ ପରିବର୍ତ୍ତନକାରୀ ୧୮ ବର୍ଷ ରୁ କମ ଜଣେ ଝିଅ ଙ୍କୁ “ଆଦରମଣୀ ବରାଳ ସ୍ମାରକୀ ସମ୍ମାନ” ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜଣେ ୧୮ ବର୍ଷ ରୁ କମ ବୟସ୍କ ଜଣେ ଝିଅ କୁ “ସୁଷମା ମହାପାତ୍ର ସ୍ମାରକୀ ସମ୍ମାନ” ପ୍ରଦାନ କରାଯିବ ।

ଏହି ଅବସରରେ ପ୍ରତ୍ୟକ ବର୍ଷପରି ଶିଶୁମାନଙ୍କ ପାଇଁ ଲେଖୁଥିବା କିମ୍ବା କାର୍ଯ୍ୟକରୁ ଥିବା ବ୍ୟକ୍ତିତ୍ଵଙ୍କୁ ‘ଶିଶୁସାଥି ସମ୍ମାନ’, ସାମ୍ବାଦିକତା ପାଇଁ “ସ୍ୱରୂପ ଜେନା ସ୍ମାରକୀ ସମ୍ମାନ”, ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷକଙ୍କୁ “ଅବନୀ ବରାଳ ସ୍ମାରକୀ ସମ୍ମାନ”, ଶିଶୁମାନଙ୍କ ସୁରକ୍ଷା ବା ବିକାଶ ପାଇଁ କାର୍ଯ୍ୟରତ ବ୍ୟକ୍ତିତ୍ଵଙ୍କୁ “ଡଃ ପି. ସି. ଦାସ ସ୍ମାରକୀ ଶିଶୁ ଅଧିକାର ସୁରକ୍ଷା ସମ୍ମାନ”, ପଞ୍ଚାୟତର ନିର୍ବାଚିତ ମହିଳା ପ୍ରତିନିଧି ଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ “ଆରାଧନା ନନ୍ଦ ସ୍ମାରକୀ ସମ୍ମାନ” ପ୍ରଦାନ କରାଯିବ ।

ଶିଶୁମେଳା ଅବସରରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ । ନଭେମ୍ବର ୧୩ ତାରିଖ ଦିନ ଏକାମ୍ର ହାଟ ଠାରେ ସକାଳ ୮ ଟା ରେ ଚିତ୍ରାଙ୍କନ ପ୍ରତିଯୋଗୀତା (୨ୟ ରୁ ୧୦ମ ଶ୍ରେଣୀ): ସକାଳ ୧୧ ଟା ରେ ସଙ୍ଗୀତ ପ୍ରତିଯୋଗିତା (୨ୟ ରୁ ଦ୍ଵାଦଶ ଶ୍ରେଣୀ); ଅପରାହ୍ନ ୩ ଟା ରେ ରାଇମସ୍ ପ୍ରତିଯୋଗିତା (ନର୍ସରୀ ରୁ ପ୍ରଥମ); ଅପରାହ୍ନ ୪ ଟାରେ କୌତୁକ ପୋଷାକ (ନର୍ସରୀ ରୁ ୭ମ ଶ୍ରେଣୀ), ୧୮ ତାରିଖ ଦିନ ସନ୍ଧ୍ଯା ୭:୩୦ ରେ ଓଡିଶୀ ନୃତ୍ୟ (୨ୟ ରୁ ୧୦ ମ ଶ୍ରେଣୀ); ଓ ୧୯ ତାରିଖ ଦିନ ଅପରାହ୍ନ ୪ ଟାରେ ୩ ବର୍ଷରୁ କମ୍ ଶିଶୁଙ୍କ ମଧ୍ୟରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା (ଜନ୍ମ ପ୍ରମାଣପତ୍ର ଏବଂ ଟିକାକରଣ ପ୍ରମାଣପତ୍ର ବାଧ୍ୟତାମୂଳକ); ସନ୍ଧ୍ୟା ୫:୩୦ ରେ ଆଧୁନିକ ନୃତ୍ୟ ପ୍ରତିଯୋଗୀତା (ନର୍ସରୀ ରୁ ୭ ମ ଶ୍ରେଣୀ ଅନୁଷ୍ଠିତ ହେବ) I

ପ୍ରତିଯୋଗୀ ମାନଙ୍କୁ ଶ୍ରେଣୀ ଅନୁସାରେ ଶିଶୁ, ସବଜୁନିୟର, ଜୁନିୟର ଏବଂ ସିନିୟର ଗ୍ରୁପରେ ବିଭକ୍ତ କରାଯାଇଛି ।

ଚଳିତ ବର୍ଷ ଉଭୟ ଓଡିଆ ଓ ଇଂରାଜୀ ରେ ବକ୍ତୃତା ପ୍ରତିଯୋଗୀତା କୁ ଅନ୍ ଲାଇନ ମାଧ୍ୟମରେ କରାଯିବ I

୫ମ ରୁ ୭ମ ଶ୍ରେଣୀ ପିଲାମାନଙ୍କ ପାଇଁ ବିଷୟ ବସ୍ତୁ ହେଲା “କୋଭିଡ଼ -୧୯ – ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ” ଓ “COVID19 – impact on Mental health” ; ୮ ମ ରୁ ୧୦ ମ ଶ୍ରେଣୀ – ବିଷୟ ବସ୍ତୁ ହେଲା “ପୁନ୍ନଃ ପ୍ରକ୍ରିୟା କରଣ ଗ୍ରୀନ ହାଉସ ପ୍ରଭାବ କୁ ସାହାର୍ଯ୍ୟ କରେ” ଓ “Recycling helps with green house effects”; ୧୧ ଓ ୧୨ ଶ୍ରେଣୀ – ବିଷୟ ବସ୍ତୁ ହେଲା “ଧୂମ ପାନ ଦ୍ଵାରା ନିର୍ଗତ ହେଉଥିବା ଧୁଆଁ ଏବଂ ସ୍ୱାସ୍ଥ୍ୟ ହାନି” ଓ “Secondhand smoke & health harms” I

ପ୍ରତିଯୋଗୀ ମାନେ ସେମାନଙ୍କ ବକ୍ତୃତା କୁ ୩ ମିନିଟ ର ଭିଡିଓ କରି shisumela.pecuc@gmail.com କୁ ପଠାଇବାକୁ ଅନୁରୋଧ I ଭିଡିଓ ପଠାଇବାର ଅନ୍ତିମ ତାରିଖ ହେଲା ନଭେମ୍ବର ମାସ ୧ ତାରିଖ I

ନଭେମ୍ବର ୧୭ ତାରିଖରେ ସ୍ଵର୍ଗତ ଅକ୍ଷୟ ମହାନ୍ତି ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ “ଅକ୍ଷୟ ସନ୍ଧ୍ଯା” ର ଆୟୋଜନ କରାଯିବ ଓ ନଭେମ୍ବର ୨୦ ତାରିଖର ୩୩ ତମ ଶିଶୁମେଳା ଉଦଯାପିତ ହେବ I

Jharana Jena
Jharana Jena

Filed Under: ଓଡିଶା ଖବର

ପ୍ରବଳ ଉତ୍ସାହ ସହ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଉଦଯାପିତ

October 16, 2022 by Jharana Jena Leave a Comment

ଭୁବନେଶ୍ୱର: ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଆୟୋଜିତ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଭୁବନେଶ୍ୱର (ଆଇଡିଏଫ୍‌ଏଫ୍‌ବି) ୨୦୨୨ ଉତ୍ସାହର ସହ ଆଜି ଉଦଯାପିତ ହୋଇଛି ।

ଏହି ତିନିଦିନିଆ ବୃତଚିତ୍ର ଫିଲ୍ମ ଫେଷ୍ଟିଭାଲ୍‌ରେ ଦର୍ଶକମାନେ ଜୀବନର ବିଭିନ୍ନ ରଙ୍ଗକୁ ଦେଖିବା ଓ ଉପଭୋଗ କରିବାର ସୁଯୋଗ ପାଇଥିଲେ ।

ସିନେମାଗୁଡ଼ିକୁ ଅତ୍ୟନ୍ତ ଅଣ ପାରମ୍ପରିକ ବିଷୟ ଯଥା ତୃତୀୟ ଲିଙ୍ଗୀ ଓ ସମଲିଙ୍ଗୀଙ୍କ ଜୀବନୀ ଉପରେ ଆଧାରିତ ଥିଲା । ହିନ୍ଦୀ, ଇଂରାଜି, ବାଲାଂ ଓ ମଣିପୁରୀ ଭାଷାରେ ସିନେମାଗୁଡ଼ିକ ପ୍ରଦର୍ଶିତ ହୋଇଛି ।

ଓଡ଼ିଶୀ ରିସର୍ଚ ସେଂଟର୍‌ରେ ଆୟୋଜନ କରାଯାଇଥିବା ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ମୋଟ ୩୪ଟି ଫିଲ୍ମ ଏହି ତିନି ଦିନରେ ପ୍ରଦର୍ଶିତ ହୋଇଛି । ସେଥିରୁ ୧୨ଟି ଫିଲ୍ମକୁ ମହିଳା ସିନେ ନିର୍ମାତାମାନେ ତିଆରି କରିଛନ୍ତି ।

ଆୟୋଜନ ସ୍ଥଳରେ ଦୁଇଟି ଜୋନ୍ ରହିଛି । ଉଭୟ ଜୋନ୍‌ରେ ସମାନ୍ତରାଳ ଭାବେ ସିନେମା ପ୍ରଦର୍ଶିତ ହେଉଥିଲା ।

ଆଜି ତୃତୀୟ ତଥା ଶେଷ ଦିନର ମୁଖ୍ୟ ଆକର୍ଷଣ ଥିଲା ସିନେ ନିର୍ମାତା ସପ୍‌ନା ଭବନାନିଙ୍କ ସିନ୍ଧୁସ୍ଥାନ ଓ ସୁରଭି ଦିୱାନଙ୍କ ଟ୍ରାନ୍ସ କାଶ୍ମୀର । ଉଭୟ ସିନେମା କାଶ୍ମୀର ଉପରେ ଆଧାରିତ ଥିଲା ।

ଆଜି ଉଭୟ ସୁରଭି ଓ ସପ୍‌ନା ନିଜ ସିନେମାର କାହାଣୀ ଉପରେ ଆଲୋଚନା କରିଥିଲେ । ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ତୃତୀୟ ଦିନର ପ୍ରଥମ ସିନେମା ଥିଲା ମଧୁଲିକା ଜଲାଲିଙ୍କ ଘର କା ପତା । ତାହା ମଧ୍ୟ କାଶ୍ମୀର ଉପରେ ଆଧାରିତ ଥିଲା ।

ସେଠାକାର ଲୋକମାନଙ୍କ ଚଳନୀ ଏବଂ ସେମାନେ ସାମ୍ନା କରୁଥିବା କଠିନ ପରିସ୍ଥିତି ଏବଂ କାଶ୍ମୀରର ସୌନ୍ଦର୍ଯ୍ୟକୁ ଅତି ଚମତ୍କାର ଢଙ୍ଗରେ ସିନେମାରେ ପ୍ରଦର୍ଶିତ କରାଯାଇଥିଲା ।

ସପ୍‌ନା ଭବନାନିଙ୍କ ସିନ୍ଧୁସ୍ତାନ ସର୍ବବୃହତ ସାଂସ୍କୃତିକ ଦେଶାନ୍ତର ଉପରେ ଆଧାରିତ ଥିଲା । ଏଥିରେ ସିନ୍ଧୁମାନଙ୍କ ଦେଶାନ୍ତର କାହାଣୀକୁ ପ୍ରଦର୍ଶିତ କରାଯାଇଛି ।

ଆଜି ପ୍ରଦର୍ଶନ କରାଯାଇଥିବା ଅନ୍ୟ ସିନେମାଗୁଡ଼ିକ ହେଉଛି ସୌରଭ ଷଡ଼ଙ୍ଗୀଙ୍କ କରବାଲା ମେମୋୟର୍ସ ଓ ବିଶାଲ ସ୍ୱାର୍ଗିଆରିରଙ୍କ ଗୋସାଇଁ ।

ମୁନ୍ତାହ ଅମିନଙ୍କ ସିଜ୍ ଇନ୍ ଦି ଏୟାର, ସୌନକ ସେନ୍‌ଙ୍କ ଅଲ ଦାଟ୍ ବ୍ରିଦ୍‌ସ, ସୃଷ୍ଟି ଲାଖେରାଙ୍କ ଏକ୍ ଥା ଗାଓଁ, ନିଲେଂଶ ମିତ୍ରଙ୍କ ବୁବାତି ନଦିର ଡୋର, ଅଭିଜିତ ଦାସଙ୍କ ଛମ୍‌କୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ।

ଭୁବନେଶ୍ୱର ଫିଲ୍ମ ସୋସାଇଟିର ଇଶ୍ୱର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଇଣ୍ଡିଆନ ଫାଉଣ୍ଡେସନ ଫର ଦିନ ଆର୍ଟସ୍‌ର ଆର୍ଟସ୍ ପ୍ରୋଗ୍ରାମ୍ ପକ୍ଷରୁ ଅନୁଦାନ ଲାଗି ଆବେଦନ ପାଇଁ କିଭଳି ପ୍ରସ୍ତାବ ଲେଖାଯିବ ତାହା ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦେଶିକା ସପ୍‌ନା ଭବନାନି, ସୁରଭି ଦିୱାନ ଓ ଜନ୍ ଭାଜିୟର ଅଂଶଗ୍ରହଣ କରିଥିଲେ ।

Jharana Jena
Jharana Jena

Filed Under: ଓଡିଶା ଖବର Tagged With: ଓଡିଶା

କୌଶଳ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

October 15, 2022 by Jharana Jena Leave a Comment

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ଉତ୍କଳ ଉଦ୍ୟୋଗୀତା ଏବଂ ବୃତ୍ତି ହବ୍ (ୟୁ.ଇ.ସି.ଏଚ.) ଓ ରୁସା ତରଫରୁ ଏକ କୌଶଳ ବିକାଶ କାର୍ଯ୍ୟକ୍ରମ ଯାଜପୁର ଛତିଆ ସ୍ଥିତ ଏମ.ଏଚ.ଡି ମହାବିଦ୍ୟାଳୟରେ ବିଶ୍ଵ ଛାତ୍ର ଦିବସ ଅବସରରେ ଆଜି ଅନୁଷ୍ଠିତ ହୋଇଯାଇଛି ।

ପ୍ରଶିକ୍ଷଣ ପ୍ରଦାନକରି, ୟୁ.ଇ.ସି.ଏଚର ନିର୍ଦ୍ଦେଶକ ପ୍ରଫେସର ଆବିଦ ଅଲ୍ଲୀ ଖାନ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ |

ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ବ ଛାତ୍ର ଦିବସ ଉପଲକ୍ଷେ ଦକ୍ଷତା, କ୍ଷମତା ଓ କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା। ଛାତ୍ରଛାତ୍ରୀମାନେ ଏକ ପ୍ରଶ୍ନ ଉତ୍ତର ପର୍ଯ୍ୟାୟ ଜରିଆରେ କୌଶଳ ବିଦ୍ୟା ଗ୍ରହଣ କରିବାର ଉପାୟ ମାନ ଆଲୋଚନା କରିଥିଲେ।

ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଶୁଭଦର୍ଶୀନୀ ମହାନ୍ତି, ଇଂରାଜୀ ବିଭାଗର ରିଡର୍ ଡ. ବିଶ୍ଵନାଥ ଦାସ, ପଦାର୍ଥ ବିଜ୍ଞାନର ରିଡର୍ ମନୋଜ କୁମାର ମିଶ୍ର, ବାଣିଜ୍ୟ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ନିରଞ୍ଜନ ପାତ୍ର, ଉତ୍କଳ ବିଶ୍ୱବିଦ୍ୟାଳୟର ରୁସା ପ୍ରୋଗ୍ରାମ ମ୍ୟାନେଜର (ଯୁବ ବ୍ୟାପାର) ସ୍ଵାତି ପ୍ରିୟଦର୍ଶିନୀ ଆଚାର୍ଯ୍ୟ ତଥା ଅନ୍ୟ ବିଭାଗର ଶିକ୍ଷକ ଶିକ୍ଷୟତ୍ରୀ ଓ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଶେଷରେ ପଦାର୍ଥ ବିଜ୍ଞାନର ରିଡର୍ ମନୋଜ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Jharana Jena
Jharana Jena

Filed Under: ଓଡିଶା ଖବର Tagged With: ଶିକ୍ଷା

ଟାଇମ୍‍ସ ହାଇଅର ଏଜୁକେସନ୍‍ ର‌୍ୟାଙ୍କିଙ୍ଗ ୨୦୨୩ ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍

October 12, 2022 by Jharana Jena Leave a Comment

ଭୁବନେଶ୍ୱର, ୧୨ ।୧୦: ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍‍ ବିଶ୍ୱବିଦ୍ୟାଳୟ ।

ବୁଧବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କିଙ୍ଗ- ୨୦୨୩ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍‍ ଅତ୍ୟଧିକ ଭଲ ପ୍ରଦର୍ଶନ କରିଛି ।

ପୂର୍ବବର୍ଷ କିଟ୍‍ ୮୦୧+ ସ୍ଥାନରେ ରହିଥିବା ବେଳେ ଏବର୍ଷ ୨ଶହ ର‌୍ୟାଙ୍କ ଉନ୍ନୀତ ହୋଇ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୬୦୧+ ସ୍ଥାନ ପାଇଛି ।

ଶୈକ୍ଷିକ ପରିବେଶ, ଗବେଷଣା, ଆଦୃତି, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନ୍‍କମ୍‍ ଆଦି ମାପଦଣ୍ଡକୁ ନେଇ ଟାଇମ୍‍ସ ହାଇଅର ଏଜୁକେସନ୍‍ ପକ୍ଷରୁ ବିଶ୍ୱର ବହୁ ବିଶ୍ୱବିଦ୍ୟାଳୟକୁ ନେଇ ଏହି ର‌୍ୟାଙ୍କ ପ୍ରସ୍ତୁତ କରାଯାଇଛି ।

ଚଳିତ ବର୍ଷ କିଟ୍‍ ରୌପ୍ୟ ଜୟନ୍ତୀ ପାଳନ କରୁଥିବା ବେଳେ କିଟ୍‍ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଥିବାରୁ କିଟ୍‍ର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି ।

ବିଶ୍ୱର ସମସ୍ତ ବିଶ୍ୱବିଦ୍ୟାଳୟକୁ ନେଇ ଟାଇମ୍‍ସ ହାଇଅର ଏଜୁକେସନ୍‍ ଏହି ର‌୍ୟାଙ୍କ ପ୍ରସ୍ତୁତ କରିଥାଏ । ପୂର୍ବବର୍ଷ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରି ଚଳିତବର୍ଷ ଦେଶର ପୂର୍ବାଞ୍ଚଳ ଓ ଓଡ଼ିଶା ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍‍ ପ୍ରଥମ ସ୍ଥାନରେ ରହିପାରିଛି ।

କିଟ୍‍ ଖୁବ୍‍ କମ୍‍ ଦିନର ଏକ ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ବିଶ୍ୱର ଲବ୍‍ଧ ପ୍ରତିଷ୍ଠିତ ଓ ପୁରାତନ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ସମକକ୍ଷ ହୋଇ ଏତେ ଉନ୍ନତ ପ୍ରଦର୍ଶନ କରିଥିବାରୁ ବହୁ ଶିକ୍ଷାବିତ୍‍ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।

ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ପାଇଁ ଓଡ଼ିଶାର ଏହି ବିଶ୍ୱବିଦ୍ୟାଳୟ ଆଜି ବିଶ୍ୱର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟଗୁଡ଼ିକର ସମକକ୍ଷ ହେବା ସହ ପ୍ରତିଷ୍ଠିତ ଓ ପୁରାତନ ବିଶ୍ୱବିଦ୍ୟାଳୟକୁ ଅତିକ୍ରମ କରିପାରିଛି ବୋଲି ସେମାନେ ମତ ଦେଇଛନ୍ତି ।

ଏହି ସଫଳତା ପାଇଁ ଶ୍ରୀ ସାମନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମିଳିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ।

କିଟ୍‍ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ନିରନ୍ତର ପ୍ରଚେଷ୍ଟା ଓ ଦୂରଦୃଷ୍ଟିକୁ ସାଧୁବାଦ ଜଣାଇଛନ୍ତି । ଅପରପକ୍ଷରେ ଏହା କିଟ୍‍ର ସଫଳତା ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଛନ୍ତି ।

Jharana Jena
Jharana Jena

Filed Under: ଓଡିଶା ଖବର Tagged With: ଶିକ୍ଷା

ନେଟ ଜିରୋ ବିଶ୍ଵ ଗଠନ ପାଇଁ କ୍ଲାଇମେଟ ପ୍ଲେଜରେ ଓଡ଼ିଶାର ସିଏସଏମ

September 21, 2022 by Rameswar 1 Comment

ଭୁବନେଶ୍ୱର,ସେପ୍ଟେମ୍ବର ୨୧(ଲୋକାଲ ୱାୟାର) ସିଏସଏମ ଟେକ୍ ଏକ ଭାରତୀୟ ଆଇଟି କନସଲଟିଂ ଫାର୍ମ ଭାବରେ ଆଫ୍ରିକା, ୟୁଏସ ଏବଂ ଦୁବାଇରେ ନିଜର ବ୍ୟବସାୟ କରିବା ସହ ୨୦୪୦ ମଧ୍ୟରେ ନେଟ୍ ଜିରୋ ବିଶ୍ୱ ଗଠନ କରିବା ପାଇଁ କ୍ଲାଇମେଟ୍ ପ୍ଲେଜ୍ ହସ୍ତାକ୍ଷର କରିବା ପାଇଁ ୩୭୬ ହସ୍ତାକ୍ଷରକାରୀଙ୍କୁ ସାମିଲ କରିଛି। ସିଏସଏମ ୭ମ ଭାରତୀୟ ତଥା ଓଡି଼ଶାର ପ୍ରଥମ କମ୍ପାନୀ ଭାବରେ ଏହି କାର୍ଯ୍ୟ କରିଛି।

ସିଏସଏମ ୩୭୬ ସଂଗଠନ ସମୂହରେ ସାମିଲ ହେବାର ସୌଭାଗ୍ୟ ଅର୍ଜନ କରିଛି। ଯେଉଁଥିରେ ଆମାଜନ, ମାଇକ୍ରୋସଫ୍ଟ, ଉବେର, ସାଇମେନସ୍, କୋକାକୋଲା, ଆଇବିଏମ, ଫିଲିପ୍ସ ଓ ଭିସା ଭଳି ବଡ଼ ବଡ଼ କମ୍ପାନୀ ସାମିଲ ଅଛନ୍ତି। ଏହି ସବୁ କମ୍ପାନୀ ବିଶ୍ୱକୁ ସୁରକ୍ଷା ଦେବା ଏବଂ ଏକ ସବୁଜ ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତିଜ୍ଞା କରିଛନ୍ତି। ସେପ୍ଟେମ୍ୱର ୧୯ ତାରିଖରେ ନ୍ୟୁୟର୍କରେ ହୋଇଥିବା ଜଳବାୟୁ ସପ୍ତାହ ଏନୱାଇସି ମଧ୍ୟରେ ଏହା ଘୋଷଣା କରିବା ବେଶ ମହତ୍ତ୍ୱ ବହନ କରୁଛି।

ଜଳବାୟୁ ସପ୍ତାହ ଏନୱାଇସି ୨୦୨୨ ଏହାର ୧୪ତମ ବର୍ଷକୁ ସର୍ବ ବୃହତ ବିଶ୍ୱ ଜଳବାୟୁ ଇଭେଣ୍ଟ ଭାବରେ ଚିହ୍ନଟ କରେ। ମିଳିତ ଜାତିସଂଘର ସାଧାରଣ ସଭା ଏବଂ ନ୍ୟୁୟର୍କ ସହର ସହିତ ମିଳିତ ଭାବରେ ଜଳବାୟୁ ସପ୍ତାହ ଏନୱାଇସି ବ୍ୟବସାୟ, ସରକାର ଏବଂ ଜଳବାୟୁ ସମୁଦାୟର ବହୁ ପ୍ରଭାବଶାଳୀ ନେତାଙ୍କୁ ଏକତ୍ରିତ କରି ନିର୍ଣ୍ଣାୟକ ଜଳବାୟୁ କାର୍ଯ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ସୃଷ୍ଟି କରିବ।

ସିଏସଏମ ଟେକ୍ ର ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି କହିଛନ୍ତି ’’ବିଶ୍ୱର କେତେକ ଦାୟିତ୍ୱବାନ ସଂଗଠନ ସହିତ କ୍ଲାଇମେଟ୍ ପ୍ଲେଜ୍ ରେ ଯୋଗ ଦେଇ ଆମେ ବେଶ ଖୁସି । ଏକ ସବୁଜ , ସ୍ଥାୟୀ ପୃଥିବୀ ପାଇଁ ଆମ ପ୍ରୟାସକୁ ପୁନଃ ଜୀବିତ କରିବା ପ୍ରତିଶ୍ରୁତି ଆମକୁ ଉତ୍ସାହିତ କରିବ। ଜଳବାୟୁ ପରିବର୍ତ୍ତନର କ୍ଷତିକାରକ ପ୍ରଭାବ ବିଷୟରେ ଆମେ ସମ୍ପୂର୍ଣ୍ଣ ଭାବେ ସଚେତନ। ସ୍ମାର୍ଟ ଟେକ୍ନୋଲୋଜି ଏହି ସବୁ ଅସୁବିଧାକୁ ଯଥେଷ୍ଟମାତ୍ରାରେ ହ୍ରାସ କରିପାରିବ। ଆମର ବିଶୃଙ୍ଖଳିତ ସମାଧାନ ମାଧ୍ୟମରେ ଆମେ କ୍ଲିନ୍ ଟେକ୍ ବ୍ୟବହାରକୁ ପ୍ରୋତ୍ସାହିତ କରୁଛୁ ଏବଂ ସ୍ଥାୟୀ ସମାଧାନର ଏହି ଯାତ୍ରା ଜାରି ରଖିବୁ।’’

ଏହାପୂର୍ବରୁ ସିଏସଏମ ଟେକ୍ କ୍ଲାଇମେଟ ନ୍ୟୁଟ୍ରାଲର ଅଂଶଗ୍ରହଣକାରୀ ଭାବେ ତାଲିକାଭୁକ୍ତ ହୋଇଥିଲା। କ୍ଲାଇମେଟ ନ୍ୟୁଟ୍ରାଲ ବର୍ତ୍ତମାନ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନର ଉପକ୍ରମ ଅଟେ। କ୍ଲାଇମେଟ୍ ନ୍ୟୁଟ୍ରାଲ ନାଓକୁ ୨୦୧୫ ମସିହାରେ ସମାଜର ସମସ୍ତ ସ୍ତରକୁ ପ୍ରୋତ୍ସାହିତ କରିବା ଓ ସମର୍ଥନ ଦେବା ପାଇଁ ଆରମ୍ଭ କରାଯାଇଥିଲା। ଯାହା ମଧ୍ୟ ଶତାବ୍ଦୀ ବେଳକୁ ନେଟ୍ ଜିରୋ ବିଶ୍ୱ ଗଠନ କରିବା ପାଇଁ ପ୍ରୋତ୍ସାହିତ କରୁଥିଲା। ଏହା ସେହି ବର୍ଷ ପ୍ୟାରିସ ଚୁକ୍ତିରେ ମଧ୍ୟ ଦର୍ଶାଯାଇଥିଲା ।

୨୦୪୦ ସୁଦ୍ଧା ନେଟ୍ ଜିରୋ ବିଶ୍ୱ ସହ କାର୍ବନ ନିର୍ଗମନରେ ପହଞ୍ଚିବା ପାଇଁ ଜଳବାୟୁ ପ୍ରତିଶ୍ରୁତି ଏକ ପ୍ରତିବଦ୍ଧତା। ଯାହା ପ୍ୟାରିସ ଚୁକ୍ତିଠାରୁ ଧାର୍ଯ୍ୟ ସମୟସୀମାଠାରୁ ୧୦ ବର୍ଷ ଆଗରେ ରହିଛି। ୨୦୧୯ ମସିହାରେ ଗ୍ଲୋବାଲ ଅପ୍ଟିମିଜିମ ସହ ସହ-ସଂସ୍ଥାପକ ହେବା ପରେ ଆମାଜନ ପ୍ରଥମ କମ୍ପାନୀଭାବେ କ୍ଲାଇମେଟ୍ ପ୍ଲେଜ୍ ରେ ହସ୍ତାକ୍ଷର କରିଥିଲା । ଏହାର ଉଦ୍ଦେଶ୍ୟ ହେଉଛି କମ୍ପାନୀ, ସଂଗଠନ, ବ୍ୟକ୍ତି ବିଶେଷ ଏବଂ ସହଭାଗୀମାନଙ୍କୁ ନେଇ ଏକ କ୍ରସ ସେକ୍ଟର ସମ୍ପ୍ରଦାୟ ଗଠନ କରିବା। ଏହା ଜଳବାୟୁ ସଙ୍କଟକୁ ଦୂର କରିବା ପାଇଁ ମିଳିମିଶି କାମ କରିବ, ଏହାସହ ଆମର ଅର୍ଥବ୍ୟବସ୍ଥାକୁ କାର୍ବନ ମୁକ୍ତ କରିବା ପାଇଁ ରହିଥିବା ଆହ୍ୱାନର ସମାଧାନ କରିବ।

କ୍ଲାଇମେଟ୍ ପ୍ଲେଜ୍ କୁ ସମସ୍ତ ୩୭୬ ଦସ୍ତଖସ୍ତକାରୀ ଜିଏଚଜି ନିର୍ଗମନକୁ ମାପିବା ଏବଂ ରିପୋର୍ଟ କରିବା , କାର୍ବନ ମୁକ୍ତ ରଣନୀତି ପ୍ରସ୍ତୁତ କରିବା ଏବଂ ବିଶ୍ୱାସଯୋଗ୍ୟ ଅଫସେଟ ସହିତ ଅବଶିଷ୍ଟ ନିର୍ଗମନକୁ ନିରପେକ୍ଷ କରିବା ପାଇଁ ପ୍ରତିବଦ୍ଧ।

Rameswar
Rameswar

Filed Under: ଓଡିଶା ଖବର Tagged With: ଓଡିଶା, ଭୁବନେଶ୍ୱର

ଓଡିଶାରେ ଆଏଲ୍ଏମ୍ଏସ୍ (ଆଇନଗତ ମାମଲାଗୁଡିକର ଡିଜିଟାଲ ମନିଟରିଂ ପାଇଁ ଏକ ବ୍ୟବସ୍ଥା) ଉପରେ ଏକ ପୁସ୍ତକ ଉନ୍ମୋଚନ

August 16, 2022 by Rameswar Leave a Comment

ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ବିଚାରଧିନ ଥିବା ମାମଲା ଗୁଡିକ ଆଏଲ୍ଏମ୍ଏସ୍ ସହାୟତାରେ ୫୯ ପ୍ରତିଶତ ହ୍ରାସ

ଭୁବନେଶ୍ୱର – ଓଡିଶା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ଆଜି ଇଣ୍ଟିଗ୍ରେଟେଡ୍ ଲିଗାଲ ମନିଟରିଂ ସିଷ୍ଟମ୍ (ଆଇଏଲଏମଏସ) ଉପରେ ଏକ ପୁସ୍ତକ ଉନ୍ମୋଚନ କରିଛି ।

ଏହି ପୁସ୍ତକ ରେ ଦୃଢ, ନିରବିହୀନ ସମାଧାନର କାର୍ଯ୍ୟକାରିତାକୁ ବର୍ଣ୍ଣନା କରାଯାଇଛି ଯାହାକି ରାଜ୍ୟ ସରକାରଙ୍କୁ ଆଇନଗତ ମାମଲାର ପୃଷ୍ଠଭୂମୀ ହ୍ରାସ କରିବାରେ ସହାୟକ ହେବା ସହିତ ଉନ୍ନତ ତଦାରଖ ତଥା ବର୍ଦ୍ଧିତ ଶାସନ, ସ୍ୱଚ୍ଛ ଓ ଦକ୍ଷ ମାମଲା ପରିଚାଳନା ଏବଂ ନ୍ୟାୟ ପ୍ରଦାନର ଏକ ନୂତନ ଯୁଗକୁ ସୂଚିତ ହୋଇଛି ।

ଏହି ପୁସ୍ତକଟିକୁ ମାନ୍ୟବର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଉନ୍ମୋଚନ କରିଥିଲେ ଏବଂ ଏହି ଅବସରରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ଏବଂ ଓଡିଶା କମ୍ପୁ୍ୟଟର ଆପ୍ଲିକେସନ ସେଣ୍ଟର (ଓକାକ୍)ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ ।

ଆଇଏଲଏମଏସ ଉପରେ ପର୍ଯ୍ୟବେଶିତ ହୋଇଥିବା ଏହି ପୁସ୍ତକରେ ଆଇନଗତ ଯାତ୍ରାର ବ୍ୟବସ୍ଥା, ଦୃଶ୍ୟମାନ ସୁବିଧା ଉପରେ ବର୍ଣ୍ଣନା ଏବଂ ଭବିଷ୍ୟତ ପାଇଁ ଏକ କାର୍ଯ୍ୟପନ୍ଥା ଉପରେ ସ୍ପଷ୍ଟ ଭାବେ ଚିତ୍ରଣ କରାଯାଇଛି ।

ଆଇଏଲଏମଏସ ଓଡିଶା ସରକାରଙ୍କ ୫ ଟି ଶାସନ ପ୍ରତିକୃତି ସହିତ ସଂଯୋଗ କରାଯାଇଛି ଯାହାଦ୍ୱାରା ସରକାରୀ ବିଭାଗରେ ଆଇନଗତ ମାମଲାର ଭାର ଅପେକ୍ଷାକୃତଭାବେ ହ୍ରାସ ପାଇବ ।

ଡିଜିଟାଲ ସମାଧାନ ଯୋଗୁଁ ଆଇନଗତ ମାମଲା ଗୁଡିକର ପରିଚାଳନା କରିବା ଏବଂ ଅନ୍ୟାନ୍ୟ ବୈଶିଷ୍ଟ ଯେପରିକି ଶୁଣାଣିର ତାରିଖ, କାଉଣ୍ଟର ପ୍ରତିକ୍ରିୟା ଦାଖଲ, କୋର୍ଟର ନିଦେ୍ର୍ଦଶ ଏବଂ ପ୍ରତିକ୍ରିୟା ଅନୁପାଳନ ର ସମୟସୀମା ଜାଣିବାରେ ସହଜ ହେବ ବୋଲି, ମାନ୍ୟବର ମନ୍ତ୍ରୀ ନିଜ ସମ୍ଭାଷଣରେ କହିଛନ୍ତି ।।

ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଇ ବିଭାଗୀୟ ସଚିବ ଶ୍ରୀ ମିଶ୍ର କହିଛନ୍ତି, ଏହି ପୁସ୍ତକ ସର୍ବସାଧାରଣଙ୍କ ନିମନ୍ତେ ଉତ୍ତମ ସେବା ଯୋଗାଇବା ବ୍ୟତୀତ ଟେକ୍ନୋଲୋଜି ବ୍ୟାଘାତକାରୀ ସମ୍ଭାବନା ଉପରେ ଆଲୋକପାତ କରାଇବ ।

ଆଇନଗତ ମାମଲା ପରିଚାଳନା କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବା କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଅଟେ ।

ଶୁଣାଣିର ତାରିଖ, କାଉଣ୍ଟର ପ୍ରତିକ୍ରିୟା ଦାଖଲ, କୋର୍ଟର ନିଦେ୍ର୍ଦଶ ଏବଂ ପ୍ରତିକ୍ରିୟା ଅନୁପାଳନ ର ସମୟସୀମା ଜାଣିବାରେ ଆଇଏଲ୍ଏମ୍ଏସ୍ ସୂଚେଇବା ସହିତ ମାମଲା ଗୁଡିକର ପରିଚାଳନା କରିବା କ୍ଷେତ୍ରରେ ନିଜର ଆଭିମୁଖ୍ୟ ପ୍ରଦାନ କରିଥାଏ ।

ଓଡିଶାରେ କାର୍ଯ୍ୟକାରୀ ହୋଇଥିବା ସଂସ୍କାରବାଦୀ ଟେକ୍ନୋଲୋଜି ହସ୍ତକ୍ଷେପ ମଧ୍ୟରୁ ଆଇଏଲ୍ଏମ୍ଏସ୍ ଅନ୍ୟତମ । ଏହି ବ୍ୟବସ୍ଥା କାର୍ଯ୍ୟନ୍ୱୟନ ପରେ, ମାମଲା ଗୁଡିକର ବ୍ୟକ୍ଲଗ ରେ ଏକ ଅଦ୍ଭୁତ୍ତପୂର୍ଣ୍ଣ ହ୍ରାସ ଘଟିଛି ।

ପ୍ରଥମ କରି ପରୀକ୍ଷାମୂଳକ ଭାବେ ଏହି ଟେକ୍ନୋଲୋଜିର କାର୍ଯନ୍ୱୟନ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ହୋଇଥିଲା ଏବଂ ଏହାର ପରିଣାମ ବିଶେଷଭାବରେ ଏହି ବିଭାଗରେ ବେଶ ପ୍ରଭାବଶାଳୀ ହୋଇଛି ।

ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପୂର୍ବରୁ, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପ୍ରତିଦିନ ହାରାହାରୀ ଭାବେ ୧୦ଟି ମାମଲା ର ସମ୍ମୁଖୀନ ହେଉଥିଲା ଯାହାକି ୨୦୧୭ ମସିହାରେ ପ୍ରାୟ ୮୦,୦୦୦ ମାମଲାକୁ ବୃଦ୍ଧି ହୋଇଥିଲା ।

ଏପ୍ରିଲ ୨୦୨୨ ଶେଷ ସୁଦ୍ଧା କୋର୍ଟରେ ବିଚରାଧିନ ଥିବା ମାମଲା ଆଇଏଲ୍ଏମଏସ ଟେକ୍ନୋଲୋଜି ସହାୟତାରେ ୩୨୬୫୪ କୁ ହ୍ରାସ ପାଇଥିଲା ଯାହାକି ୫୯ ପ୍ରତିଶତ ମାମଲା ହ୍ରାସ ପାଇଥିଲା ।

ଭାରତରେ ନ୍ୟାୟିକ ବ୍ୟବସ୍ଥା ବହୁ ପରିମାଣରେ ଆଇନଗତ ମାମଲାର ସାମ୍ନା କରୁଛି । ନ୍ୟାସନାଲ୍ ଜୁଡିସିଆଲ୍ ଡାଟା ଗ୍ରିଡର ଆକଳନ ଅନୁଯାୟୀ, ବିଭିନ୍ନ ଅଦାଲତରେ ପ୍ରାୟ ୪୨.୪ ନିୟୁତ ମାମଲା ବିଚାରାଧୀନ ଅଛି ଏବଂ ଏହି ବିଚାରାଧୀନ ମାମଲାରେ ପ୍ରାୟ ୪୦ ପ୍ରତିଶତରୁ ଅଧିକ ସରକାରୀ ବିଭାଗର କିମ୍ବା କାର୍ଯ୍ୟାଳୟର ମକଦ୍ଦମା ।

ଏହି ସମସ୍ୟାକୁ ସାମ୍ନା କରିବା ପାଇଁ ଓଡିଶା ସରକାର ଟେକ୍ନିଲୋଜିର ସହାୟତା ଲୋଡିଛନ୍ତି ।

ଆଇସିଟି ଆଇଏଲଏମଏସ୍ ଭଳି ସମାଧାନ କରିବାରେ ସକ୍ଷମ ହୋଇପାରିଛି, ଆଇଏଲଏମଏସ୍ ପ୍ରଶାସନର ମୁଖ ଚିତ୍ର ପରିବର୍ତ୍ତନ କରିବା ଏବଂ ନାଗରିକ ତଥା ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରି ସରକାରଙ୍କ ଭାବମୂର୍ତ୍ତିକୁ ପରିବର୍ତ୍ତନ କରିବାରେ କ୍ଷମତା ରଖୁଚି ।

ଯେହେତୁ ଏହି ମାମଲା ସମ୍ବନ୍ଧୀୟ ପ୍ରତ୍ୟେକ ବିବରଣୀ ଅନଲାଇନରେ ରେ ଉପଲବ୍ଧ, ଏହା ମାନବ ସମ୍ବଳକୁ ସାଂପ୍ରତିକ ତଥା ଏପରି କଠିନ କାର୍ଯ୍ୟ ରେ ସମୟ ଅତିବାହିତ କରିବାକୁ ବାରଣ କରିଥାଏ, ଯାହାକି ସେମାନଙ୍କୁ ଅଧିକ ଉତ୍ପାଦନକାରୀ କାର୍ଯ୍ୟରେ ନିୟୋଜିତ କରାଇଥାଏ ।

Rameswar
Rameswar

Filed Under: ଓଡିଶା ଖବର, ଶିକ୍ଷା Tagged With: ଓଡିଶା, ଭୁବନେଶ୍ୱର

ବିଷ୍ଣୁପଦ ସେଠୀଙ୍କ ଅନୁବାଦ କବିତା ପୁସ୍ତକ “ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା”ର ଉନ୍ମୋଚନ

August 1, 2022 by Rameswar Leave a Comment

ମଣିଷ ଅସୀମ । କବିତ।ରେ ସେହି ଅସୀମତ।କୁ ଆହ୍ବାନ କରୁଥିବା ଚେତନା ଥିଲେ ହିଁ ମଣିଷର ପ୍ରତିଟି ପ୍ରାଣକୁ ସଞ୍ଚରି ଥାଏ ।

ବରିଷ୍ଟ ପ୍ରଶାସକ ତଥା କବି ବିଷ୍ଣୁପଦ ସେଠୀଙ୍କ ଅନୁଦିତ କବିତା ପୁସ୍ତକ “ରଜନୀର ସଙ୍ଗୀତ ଓ ଅନ୍ୟାନ୍ୟ କବିତା” ପୁସ୍ତକ ରେ ସେହି ଅସୀମ ସ୍ଵର ସ୍ପଷ୍ଟ ବାରିହୋଇ ପାରିଛି ବୋଲି ଉନ୍ମୋଚନ ଉତ୍ସବରେ ଅତିଥିମାନେ ମତ ପ୍ରକାଶ କରିଥିଲେ ।

ଜୟଦେବ ବିହାର ନିକଟ କ୍ଵାଣ୍ଟମ ଲିପ ସଂସ୍ଥାର ସଭା ଗୃହରେ ଆୟୋଜିତ ଏକ ବରଣାଢ୍ୟ ଉତ୍ସବରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପ୍ରଫେସର ତଥା ଇଞ୍ଜିନିୟର ଡ. ରାଜେନ୍ଦ୍ର ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ।

ପ୍ରଫେସର ମହାନ୍ତି ନିଜ ବକ୍ତବ୍ୟରେ କହିଲେ ଯେ କୌଣସି ଭାଷାର ଅନୁବାଦ ସେଇ ଭାଷାର ଲେଖାକୁ ବିସ୍ତାର କରିବା ସହ ସେଇ ଭାଷାର ତଥା ଜାତିର ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇ ଥାଏ।

ଓଡିଆରେ ଖୁବ ସୁନ୍ଦର ଲେଖାମାନ ରହିଛି କିନ୍ତୁ ଅନୁବାଦ ନ ହେବାରୁ ଲୋକେ ଓଡିଆ ଜାତିର ସଂସ୍କୃତିକୁ ଚିହ୍ନିବାରେ ଅସମର୍ଥ ହେଉଛନ୍ତି ।

ଠିକ ସେମିତି ଇଂରାଜୀ ଭାଷାରେ ମଧ୍ୟ ବହୁତ କଥା ଅଛି କିନ୍ତୁ ଅନୁବାଦ ନ ହେବାରୁ ଆମେ ଜାଣି ପାରୁନାହୁଁ ।

ଅନୁବାଦ କବିତା ବହିରର ଅତିଥି ଆଲୋଚକ ଭାବରେ ଯୋଗ ଦେଇଥିଲେ ପ୍ରଫେସର ବିଜୟ ଶତପଥୀ ।

ଓଡିଆ ଭାଷାର କବିତ।ରେ ରଜନୀକୁ ନେଇ କିଭଳି ଓଡିଆ କବିମାନେ ନିଜର ବିଚାର ରଖି ଛନ୍ତି ତାର ଅନେକ ଉଦାହରଣ ଦେଇ କହିଲେ ଯେ ଶ୍ରୀ ବିଷ୍ଣୁପଦ ସେଠୀଙ୍କ କବିତାକୁ ବୁଝିବାକୁ ହେଲେ ଜଣେ ମଣିଷ ପାଖରେ ଏକ ନିଷ୍କପଟ ହୃଦୟର ଆବଶ୍ୟକତା ରହିବା ଉଚିତ ।

ତାଙ୍କ କବିତା ଖୁବ ସରଳ କିନ୍ତୁ ଅତି ସାବଲୀଳ । ସିଏ ମା, ମାଟି ଓ ମଣିଷର କଥାକୁ ଅତି ନିଖୁଣ ଭାବରେ ବର୍ଣନା କରିଛନ୍ତି ।

ଅନୁବାଦକ ଶ୍ରୀ ପ୍ରସାଦ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଲେଯେ ଉଚ୍ଚକୋଟିର ଭାବନା ଓ ଚେତନାରେ ପରିପୂର୍ଣ କବିତା ସବୁକୁ ଅନୁବାଦ କରିବା ସହଜ ନ ଥିଲା।

ବିଷ୍ଣୁପଦ ସେଠୀଙ୍କ କବିତା ଯେହେତୁ ସୂକ୍ଷ୍ମ ଚେତନାରେ ପରିପୂର୍ଣ ତେଣୁ ସେଇ ଚେତନାର ଭାବକୁ ଓଡିଆରେ ରୂପ ଦେଇ କେତେ ସଫଳ ହେଇଛି ତାହା ପାଠକେ ବିଚାର କରିବେ ବୋଲି ସ୍ଵୀକାର କରିଥିଲେ।

ମୂଳ ପୁସ୍ତକର ରଚୟିତା ଶ୍ରୀ ବିଷ୍ଣୁପଦ ସେଠୀ ତାଙ୍କ କବିତା ରଚନାର ଅନୁଭୂତିକୁ ନେଇ କହିଥିଲେ ଯେ ସିଏ ତାଙ୍କ ଚାରିଆଡେ ଘଟୁଥିବା ଘଟଣ।ମାନଙ୍କ ଠାରୁ ପ୍ରେରଣା ପାଇ ନିଜ ସୃଷ୍ଟି ସମ୍ଭାରକୁ ସମ୍ବରୁଦ୍ଧ କରିଛନ୍ତି ।

ତାଙ୍କର ପ୍ରଥମ କବିତା ପୁସ୍ତକ ପ୍ରକାଶ ସମୟର ଅନୁଭବ ସ।ରାଜୀବନ ପାଇଁ ଅଭୂଲା ହେଇ ରହିବ ବୋଲି କହିବ। ସହ ଅନୁବାଦକ, ପ୍ରକାଶକ ତଥା ପୁସ୍ତକ ଉନ୍ମୋଚନ ସମୟରେ ଉପସ୍ଥିତ ଥିବ। ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟତମ ଆଲୋଚକ କବି ବାସୁଦେବ ସୁନାନୀ ପୁସ୍ତକ ସମ୍ପର୍କରେ ନିଜର ଅଭିମତ ପ୍ରକାଶ କରି କହିଥିଲେ ଯେ ବିଶ୍ଵର ମଣିଷ ସମାଜକୁ ମହାମାନବ ବୁଦ୍ଧ ଅହିଂଶା ଓ କରୁଣା ଦେଇ ଯାଇଛନ୍ତି ।

ସେଇ କରୁଣାକୁ ଆଧାର କରି ମହିମାଧର୍ମର ମୁଖ୍ୟ ପ୍ରବକ୍ତା କବି ଭୀମ ଭୋଇ ଜଗତ ଉଦ୍ଧାର କଥା କହି ଯାଇଛନ୍ତି । ଭୀମ ଭୋଇଙ୍କ ଦ୍ବାରା ଅନୁପ୍ରେରିତ କବି ତଥା ଦକ୍ଷ ପ୍ରଶ।ସକ ବିଷ୍ଣୁପଦ ସେଠୀ ନିଜର ରଚନାକୁ ସମ୍ବରୁଦ୍ଧ କରିଥିବାରୁ ସେଇ ଲେଖାର ମାନବୀୟ ଆବେଦନ ଯଥେଷ୍ଟ ରହିଛି ବୋଲି ମତ ରଖି ଥିଲେ।

ଏହି ସାହିତ୍ୟ ସମାରୋହରେ କବି ମନୁଆ ଦାସ, ଇଂରାଜୀ କବି ରବୀନ୍ଦ୍ର ସ୍ୱାଇଁ, ଅର୍ପିତା ପତ୍ରିକାର ସମ୍ପାଦକ ସୁବାଷ ଷଡଙ୍ଗୀ, ନୀଳକଇଁ ପତ୍ରିକାର ସମ୍ପାଦିକା ସସ୍ମିତ। ଦାସ, କବି ପ୍ରବୀର ମହାନ୍ତି, କବି ମହେନ୍ଦ୍ର କୁମାର ମଲିକ, ଶ୍ରୀ ଗଙ୍ଗାଧର ନାୟକ, କବି ଯୋଶନ। ରାଣୀ ଭୋଇ, ଶ୍ରୀ ଅରବିନ୍ଦ ରାୟ, କବି ମଧୁସୂଦନ ଦାସ, ପ୍ରଫେସର ବିଜୟ ପ।ତ୍ର, ପ୍ରଫେସର ପଙ୍କଜ ନାୟକ ଇତ୍ୟାଦିଙ୍କ ସହ ବହୁ ସାହିତ୍ୟିକ, ସମ୍ପାଦକ, ପ୍ରଶାସକ, ଅନୁବଦକ ଯୋଗ ଦେଇ ଥିଲେ ।

ପ୍ରାଚୀ ସାହିତ୍ୟ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଶକ୍ତି ପ୍ରସାଦ ତ୍ରିପାଠୀଙ୍କ ଦ୍ବାର ଆୟୋଜିତ ଏଇ ଉତ୍ସବକୁ କବି ବାସୁଦେବ ସୁନାନୀ ସଂଚାଳନ କରିଥିଲେ । ଶେଷରେ ଗାଳ୍ପିକ ଶ୍ରୀ ରାଜ୍ୟ ବର୍ଦ୍ଧନ ଧଳ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Rameswar
Rameswar

Filed Under: ଓଡିଶା ଖବର, ପୁସ୍ତକ ସମୀକ୍ଷା, ବିଶେଷ ଖବର Tagged With: ଓଡିଶା, ଭୁବନେଶ୍ୱର

ବିଶେଷ: ଆସନ୍ତୁ ବୁଲିଯିବା ବୌଦ୍ଧ ଜିଲ୍ଲା

December 23, 2019 by ଓଡିଶା ଡଟ କମ Leave a Comment

ଆପଣ ଯଦି ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ସଂପର୍କରେ ଗୁଗୁଲରେ ଖୋଜିବା ଆରମ୍ଭ କରିବେ, ତେବେ ନିଶ୍ଚୟ ସେ ଆପଣଙ୍କୁ ବୌଦ୍ଧ ନିକଟରେ ପହଞ୍ଚାଇଦେବ।

କନ୍ଧମାଳଠାରୁ ଅଲଗା ହୋଇ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିବା ବୌଦ୍ଧ ଜିଲ୍ଲା ଓଡ଼ିଶାର ଅନ୍ୟତମ ଛୋଟିଆ ଜିଲ୍ଲା (ଲୋକସଂଖ୍ୟା ତୁଳନାରେ ଦେବଗଡ଼ ପରେ)।

ମୁଁ ବଲାଙ୍ଗିର ଜିଲ୍ଲାପାଳ ଥିବା ସମୟରେ ଅନେକ ଥର ବୌଦ୍ଧ ରାସ୍ତା ଦେଇ ଯାଇଛି, ହେଲେ କେବେ ଏଠାରେ ଅଟକି ଏହାକୁ ନିରୀକ୍ଷଣ କରିନାହିଁ।

ତେବେ ମୁଁ ଜଳସଂପଦ ବିଭାଗ ସଚିବ ଥିବା ସମୟରେ ଏହି ଜିଲ୍ଲାରେ ବାଘ୍ ଜଳସେଚନ ପ୍ରକଳ୍ପ ହୋଇଥିଲା ଏବଂ ମୋତେ ବୌଦ୍ଧଠାରେ ଗୋଟେ ରାତି କଟାଇବାକୁ ପଡ଼ିଥିଲା।

ଗୌତମ ବୁଦ୍ଧଙ୍କ ନାମରେ ନାମିତ ଏହି ଜିଲ୍ଲାରେ ତିନିଟି ଉଚ୍ଚ ବୌଦ୍ଧ ମୂର୍ତ୍ତି ସମେତ ପଥର ଓ ବାଲିପଥରରେ ନିର୍ମିତ ଅନେକ ଗନ୍ଧର୍ବ ମୂର୍ତ୍ତି ଏଠି ସେଠି ରହିଛି।

ବୌଦ୍ଧ ସହର ଭିତରେ ଏଥିରୁ ଗୋଟିଏ ବିରାଟ ବୁଦ୍ଧ ମୂର୍ତ୍ତି ରହିଥିବାବେଳେ ଅନ୍ୟ ଦୁଇଟି ଶ୍ୟାମସୁନ୍ଦରପୁର ଓ ପ୍ରଗଲପୁରଠାରେ ରହିଛି।

ତିନିଟି ଉଲ୍ଲେଖନୀୟ ବୁଦ୍ଧ ମୂର୍ତ୍ତି ଥିବାରୁ ଏହି ଜିଲ୍ଲାର ବୌଦ୍ଧ ସଂସ୍କୃତି ସହ ସଂପୃକ୍ତ ଥିବାର ପ୍ରମାଣ ମିଳେ।

ସେହିପରି ବୌଦ୍ଧ ସହରରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ରାମେଶ୍ବର ବା ରାମନାଥ ମନ୍ଦିର ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଐତିହାସିକମାନେ କହନ୍ତି।

ବୌଦ୍ଧ ସହରର ଆଉ ଏକ ଆକର୍ଷଣ ହେଉଛି ଏଠାକାର ଯୋଗିନ୍ଦ୍ର ଭିଲ୍ଲା ପେଲେସ୍, ଯାହା ସ୍ଥାନୀୟ ଲୋକଙ୍କ ମୁହଁରେ ରାଜବାଟୀ ଭାବେ ପରିଚିତ।

ଜଣେ ଉଦାର ଓ ଦାନଶୀଳ ରାଜା ଭାବେ ପରିଚିତ ରାଜା ଯୋଗେନ୍ଦ୍ର ଦେବ ତାଙ୍କ ଶାସନ କାଳରେ ଏହାକୁ ନିର୍ମାଣ କରିଥିଲେ।

ଏହି ରାଜବାଟୀ ନିକଟରୁ ଆପଣ ମହାନଦୀକୁ ସଂପୂର୍ଣ୍ଣ ଦେଖିପାରିବେ।

ସେହିପରି ଏହି ରାଜବାଟୀ ଭିତରେ ଭୈରବୀ ଓ ମଦନମୋହନ ମନ୍ଦିରରେ ଠାକୁରଙ୍କୁ ଦର୍ଶନ ମଧ୍ୟ କରିପାରିବେ।

ସେହିପରି ବୌଦ୍ଧ ସହରଠାରୁ ୧୬ କିଲୋମିଟର ଦୂର ଗନ୍ଧରାଡ଼ି ଗାଁ ନିକଟରେ ରହିଛି ଜଗତି।

ଏଠାରେ ନୀଳମାଧବ ଓ ସିଦ୍ଧେଶ୍ବର ମନ୍ଦିର ଅବସ୍ଥିତ।

ନବମ ଶତାବ୍ଦୀରେ ଖିଞ୍ଜଳି ମଣ୍ଡଳର ଭଂଜ ରାଜାମାନେ ଏହାକୁ ନିର୍ମାଣ କରିଥିବା ଐତିହାସିକମାନେ ମତ ଦିଅନ୍ତି।

ଏହି ଦୁଇଟି ମନ୍ଦିର ଦେଖିବାକୁ ଏକାଭଳି, ତେବେ ବାମ ପଟରେ ଥିବା ମନ୍ଦିର ଶିବ (ସିଦ୍ଧେଶ୍ବର)ଙ୍କର
ହୋଇଥିବାବେଳେ ଅନ୍ୟଟି ବିଷ୍ଣୁ (ନୀଳମାଧବ)ଙ୍କର।

ସିଦ୍ଧେଶ୍ବର ମନ୍ଦିରର ଶିଖର ଶିବଲିଙ୍ଗ ଆକୃତିର ଓ ନୀଳମାଧବ ମନ୍ଦିରର ଶିଖର ବ୍ଲୁ କ୍ଲୋରାଇଟରେ ନିର୍ମିତ ଏକ ଚକ୍ରାକୃତିର।

ମହାନଦୀ ଭିତରେ ଥିବା ହନୁମାନ ମନ୍ଦିର ମଧ୍ୟ ଏକ ଆକର୍ଷଣ।

ସେପଟେ ମହାନଦୀ ଭିତରେ ଥିବା ଚନ୍ଦ୍ରଚୂଡ଼ ଓ ମାତଙ୍ଗେଶ୍ବର ମନ୍ଦିର ସେମାନଙ୍କର ଆକୃତି ଓ କାରୁକାର୍ଯ୍ୟ ପାଇଁ
ଯେକୌଣସି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରନ୍ତି।

ଏହି ଦୁଇଟିଯାକ ହେଉଛି ଶିବ ମନ୍ଦିର।

ବୌଦ୍ଧ ସହରରେ ବି ରହିଛି ପୁରାତନ ଜଗନ୍ନାଥ ମନ୍ଦିର।

ବୌଦ୍ଧ ଜିଲ୍ଲା ବୁଲିବା ବେଳେ ଯଦି ଆପଣଙ୍କ ହାତରେ ସମୟ ଥାଏ, ତେବେ ଆପଣ ନାୟକପଡ଼ା ଗୁମ୍ଫା ଓ ପଦ୍ମତୋଳା ଅଭୟାରଣ୍ୟ ମଧ୍ୟ ବୁଲିବାକୁ ଯାଇପାରିବେ।

ଡମ୍ବରୁଗଡ଼ା ପାହାଡ଼ ଉପରେ ଚଢ଼ି ଆପଣ ମହାନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ।

ସେହିପରି ମହାନଦୀର ଅପରପାର୍ଶ୍ବରେ ଅବସ୍ଥିତ ମାର୍ଜାକୁଦ ଦ୍ବୀପ ମଧ୍ୟ ଆପଣଙ୍କୁ ନିଶ୍ଚୟ ଆକର୍ଷିତ କରିବ।

ଆପଣ ଭୁବନେଶ୍ବର, ପୁରୀ, କୋଣାର୍କ ଓ ଚିଲିକା ବାରମ୍ବାର ଦେଖିସାରିବା ପରେ ରାଜ୍ୟର ଏହି ପଶ୍ଚିମ ପ୍ରାନ୍ତକୁ ଆସି ଏଠାକାର ପର୍ଯ୍ୟଟନସ୍ଥଳୀର ମଜା ନେଇପାରିବେ।

( ଲେଖକ ୧୯୮୫ ବ୍ୟାଚର ଓଡିଶା କ୍ୟାଡର ଆଇ.ଏ.ଏସ୍. ଅଫିସର । ଏବେ ସେ କେନ୍ଦ୍ର ସରକାରଙ୍କ ଜଳସଂପଦ ମନ୍ତ୍ରାଳୟର ସଚିବ ଭାବେ ଅବସ୍ଥାପିତ)


ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ପର୍ଯଟନ, ବିଶେଷ ଖବର Tagged With: ପର୍ଯଟନ, ବୌଦ୍ଧ

ତୋଷାଳି ମେଳାରେ ମନ ମୋହିଲା ବୟନିକାର ହସ୍ତତନ୍ତ ଫେସନ୍ ସୋ

December 22, 2019 by ଓଡିଶା ଡଟ କମ Leave a Comment

ଭୁବନେଶ୍ୱର, ଡିସେମ୍ବର ୨୨(ଲୋକାଲ ୱାୟାର): ଭୁବନେଶ୍ୱରର ଜନତା ମୈଦାନରେ ଚାଲିଥିବା ତୋଷାଳି ମେଳାରେ ରବିବାର ହସ୍ତତନ୍ତ ପୋଷାକ ପ୍ରତି ଲୋକଙ୍କ ଜାଗରିକତା ସୃଷ୍ଟି ନିମନ୍ତେ ବୟନିକା ପକ୍ଷରୁ ଅନୁଷ୍ଠିତ ଫେସନ ସୋ ଲୋକଙ୍କ ମନ ମୋହିଥିଲା ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଏନଆଇଏଫଟି, ସିଡାକ୍ ଦ୍ୱାରା ପ୍ରାୟୋଜିତ ତଥା ବୟନିକା ପକ୍ଷରୁ ଆୟୋଜିତ ଫେସନ ସୋ’ରେ ୧୩ ଜଣ ମଡେଲ ବୟନିକା ପ୍ରସ୍ତୁତ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ଓ ଡଙ୍ଗରିଆ, ଟସର ଶାଢ଼ି ପରିଧାନପୂର୍ବର୍କ ର‌୍ୟାମ୍ପରେ ଅଂଶ ଗ୍ରହଣ କରିଥିଲେ ।

ବୟନିକା ଓ ଏନଆଇଏଫଟି ଆଲମୁନିଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନର ପୋଷାକ ପରିଧାନ କରି ଏହି ମଡେଲ ମାନେ ଓଡ଼ିଶା ହସ୍ତତନ୍ତର ଡିଜାଇନ ପୋଷାକ ଦର୍ଶକମାନଙ୍କ ନିକଟରେ ପ୍ରଦର୍ଶନ କରିଥିଲେ ।

ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।


ପାରମ୍ପରିକ ଓ ଆଧୁନିକ ତଥା ଭାରତୀୟ ଏବଂ ପାଶ୍ଚାତ୍ୟ ଶୈଳୀରେ ପ୍ରସ୍ତୁତ ଏହି ପୋଷାକ ଗୁଡ଼ିକୁ ବିଶ୍ୱବ୍ୟାପୀ ପରିଚିତି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଫେସନ ସୋ’ କୁ ଶୁଭମ ଓ ଜାଗୃତି ଉପସ୍ଥାପନ କରିଥିବା ବେଳେ ପ୍ରଶାନ୍ତ ଏହାର କୋରିଓଗ୍ରାଫି କରିଥିଲେ ।

ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୟନ ଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।

ଫେସନ ସୋ’ର କଳାକାର, କୋରିଓଗ୍ରାଫର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀଙ୍କୁ ଉତ୍ତରୀୟ ଏବଂ ବୃକ୍ଷ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।

ଲୋକାଲ ୱାୟାର

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, କଳା ଓ ସଂସ୍କୃତି, ମନୋରଞ୍ଜନ Tagged With: ଭୁବନେଶ୍ୱର, ମନୋରଞ୍ଜନ

  • Page 1
  • Page 2
  • Page 3
  • Interim pages omitted …
  • Page 75
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ