• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଓଡିଶା ଖବର

ରାଜ୍ୟରେ ଅତ୍ୟାଧୁନିକ ଡ଼ାଟା ସେଂଟର ଉଦଘାଟିତ

November 3, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱର ସ୍ଥିତ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର(ଓକାକ୍) ପରିସରରେ ନିର୍ମିତ ଅତ୍ୟାଧୁନିକ ଡ଼ାଟା ସେଂଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଉଦଘାଟନ କରିଛନ୍ତି ।

୨୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଡ଼ାଟା ସେଂଟରରେ ୨୪ ଘଂଟିଆ ବିଦ୍ୟୁତ୍ ଯୋଗାଣ, ଏସି, ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଛି ।

୨୨୦ଟି ସର୍ଭରକୁ ଚିହ୍ନଟ କରିବା ପାଇଁ ୨୮ଟି ର୍ୟାକ୍ ରହିଥିବା ବେଳେ ଏହାର କେନ୍ଦ୍ରୀୟ ଷ୍ଟୋରେଜ ସ୍ପେସ୍ ୮୦ ଟେରାବାଇଟ୍ । ଏହାଦ୍ୱାରାଇଲେକ୍ଟ୍ରୋନିକ୍ ମୋଡ଼ରେ ୨୪ ଘଂଟିଆ ସେବା ପ୍ରଦାନ କରାଯାଇପାରିବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଅତ୍ୟାଧୁନିକ ଡ଼ାଟା, ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ, ରାଜଧାନୀ

କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ଓ ସାର ଯୋଗାଇବାକୁ ନିର୍ଦ୍ଦେଶ

November 3, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ରବି ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ବିହନ ଓ ସାର ନିର୍ଦ୍ଦାରିତ ସମୟରେ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର ଭିଡ଼ିଓ କନ୍ଫରେନସିଂ ମାଧ୍ୟମରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରି ନିର୍ଦ୍ଦେଶ ଦେଇଛନ୍ତି ।

ଜଣେ ବି କ୍ଷତିଗ୍ରସ୍ତ ଚାଷୀ ଯେପରି ଏଥିରୁ ବଂଚିତ ନହୁଅନ୍ତି ସେଥିପାଇଁ ନିଶ୍ଚିତ କରିବାକୁ କୁହାଯାଇଛି । ବନ୍ୟା ଓ ମରୁଡ଼ିର ପୁନଃ ନିର୍ମାଣ ପାଇଁ ସରକାର ଯେଉଁ ପକ୍ଷେପ ନେଇଛନ୍ତି ସେସବୁକୁ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଫସଲ କ୍ଷତିର ଆକଳନ ଅକ୍ଟୋବର ମାସ ସୁଦ୍ଧା ସଂପୂର୍ଣ୍ଣ କରିବା ତଥା ନଭେମ୍ବର ୧୫ ସୁଦ୍ଧା ଚାଷୀ ମାନଙ୍କୁ
କୃଷି ଉପଯୋଗି ରିହାତି ବୋ ପାଇଁ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।

ଉଠା ଜଳସେଚନ ପଏଣ୍ଟ ଗୁଡ଼ିକର ମରାମତି କରି ଫସଲ ପାଇଁ ପାଣିର ବ୍ୟବସ୍ଥା କରିବା ସହ ଝର ଓ
ନାଳରେ କ୍ରସ ବନ୍ଧ ନିର୍ମାଣ ପାଇଁ କୁହାଯାଇଛି ।

ଏହାଦ୍ୱାରାରବି ଫସଲ ପାଇଁ ମଧ୍ୟ ପାଣିର ବ୍ୟବସ୍ଥା ହୋଇପାରିବ । ମରୁଡ଼ି କ୍ଷତିଗ୍ରସ୍ତ ଜିଲ୍ଲାର ଫସଲ କଟା ରିପୋର୍ଟ ଠିକ୍ ସମାୟର େ ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନି ର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କ୍ଷତିଗ୍ରସ୍ତ ଚାଷୀ, ନବୀନ ପଟନାୟକ, ବିହନ ଓ ସାର, ମୁଖ୍ୟମନ୍ତ୍ରୀ

ସଂଗୀତ ମହାବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

November 3, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ସଂଗୀତ
ମହାବିଦ୍ୟାଳୟର ଅତିଥି ଅଧ୍ୟାପକଙ୍କ ଇସ୍ତଫାକୁ ବିରୋଧ କରି ସେମାନଙ୍କୁ ଫେରାଇ ଆଣିବା ଦାବିରେ ଛାତ୍ରଛାତ୍ରୀମାନେ ଗୁରୁବାର ମହାବିଦ୍ୟାଳୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ।

ମୋଟ୍ ୨୨ ଜଣ ଅତିଥି ଅଧ୍ୟାପକ ଏଠାରେ କାର୍ଯ୍ୟ କରୁଥିବା ବେଳେ କଲେଜ କର୍ତୃପକ୍ଷଙ୍କ ଆଚରଣକୁ ବିରୋଧ କରି ବୁଧବାର ୧୭ ଜଣ ଅଧ୍ୟାପକ ଇସ୍ତଫା ଦେଇଥିଲେ ।

ତେବେ ଅଧ୍ୟାପକଙ୍କ ଇସ୍ତଫା ଗ୍ରହଣ କରାଯାଇ ନାହିଁ ଏବଂ ସେମାନଙ୍କର ଯାହା ସମସ୍ୟା ରହିଛି ସେଗୁଡ଼ିକର ସାମଧାନ କରାଯିବ । କାର୍ଯ୍ୟରେ ଯୋଗବୋକୁ ଅଧ୍ୟାପକ ମାନଙ୍କୁ ଅନୁରୋଧ କରାଯାଇଛି ବୋଲି କଲେଜ କର୍ତୃପକ୍ଷ କହିଛନ୍ତି ।

ପୂର୍ବରୁ ଗତ ୨୮ ତାରିଖରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଶ୍ରେଣୀ ବର୍ଜନ କରିବା ସହ ଆନ୍ଦୋଳନ କରିଥିଲେ । ପରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ରାଜଧାନୀ, ସଂଗୀତମହାବିଦ୍ୟାଳୟ

ଟ୍ରକ୍ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା, ୧୦ ମୃତ

November 2, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଜିଲ୍ଲାରେ ଗୁରୁବାର ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇ ଦଶ ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ସୁଶ୍ରୀ ନାମକ ବସ୍ ବରଗଡ଼ରୁ ରାଉରକେଲା ଯାଉଥିବା ବେଳେ ଛଅ ନମ୍ବର ଜାତୀୟ ରାଜପଥର ବାବୁବନ୍ଧ ଗାଁ ନିକଟରେ ଟ୍ରକ୍ ସହ ଧକ୍କା ହୋଇଥିବା ସ୍ଥାନୀୟ ଥାନା ଅଧିକାରୀ ଆର୍.କେ. ମଲ୍ଲିକ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଘଟଣାସ୍ଥଳରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼ାକ୍ତରଖାନାରେ ଅନ୍ୟ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଆହତ ୨୦ ଜଣଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଛଅ ଜଣ ପୁରୁଷ, ତିନି ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ଯାତ୍ରୀବାହୀ ବସ୍

ଉପନିର୍ବାଚନ ତାରିଖ ଘୋଷଣା ପରେ ରାଜନୈତିକ ତତ୍ପରତା

November 2, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ନବରଙ୍ଗପୁର ଜିଲ୍ଲା ଉମରକୋଟ୍ ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ରାଜ୍ୟରେ ରାଜେନତିକ ତତ୍ପରତା ପ୍ରକାଶ ପାଇଛି ।

ଦୁର୍ବୃତଙ୍କ ଗୁଳିମାଡ଼ରେ ଗତ ସେପ୍ଟେମ୍ବର ୨୪ରେ ବିଧାୟକ ଜଗବନ୍ଧୁ ମାଝୀଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲିପଡ଼ିଛି । ତେବେ ଉପନିର୍ବାଚନରେ ଏହି ଆସନ ହାସଲ କରିବା ପାଇଁ ବିଜେଡ଼ି, ବିଜେପି ଓ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛନ୍ତି ।

ଦଳ ଗୁଡ଼ିକ ପକ୍ଷରୁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବିଜେପି ପୂର୍ବତନ ବିଧାୟକ ଧରମୁ ଗଣ୍ଡଙ୍କୁ ପାର୍ଥୀ କରିବା ପାଇଁ ଘୋଷଣା କରିଛି ।

ପୂର୍ବରୁ ଜନତା ଦଳ ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇଥିଲେ ଏବଂ ଲଗାତାର ଦୁଇ ଥର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । ତେବେ ୨୦୦୪ ନିର୍ବାଚନରେ ବିଜେପିର ଧରମୁ ଗଣ୍ଡ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଗତ ୨୦୦୯ ନିର୍ବାଚନରେ ବିଜେଡ଼ି ବିଜେପି ମେଂଟ ଭାଙ୍ଗି ଯିବା ପରେ ଉଭୟ ଦଳ ନିଜ ନିଜର ପ୍ରାର୍ଥୀେଇଥିଲେ । ଜଗବନ୍ଧୁ ମାଝିଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ଏବଂ ସେ ବିଜେପିର ଧରମୁ ଗଣ୍ଡଙ୍କୁ ୧୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ ।

ଗତ ସେପ୍ଟେମ୍ବର ୨୪ରେ ଜଗବନ୍ଧୁ ଏକ ସଭାରେ ଗରିବ ଲୋକଙ୍କୁ ପଟ୍ଟା ପ୍ରଦାନ କରୁଥିବା ବେଳେ
ଦୁର୍ବୃତମାନେ ତାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ପରେ ଏହି ଅସନଟି ଖାଲି ପଡ଼ିଛି । ମୁଖ୍ୟ ନିର୍ବାଚନ କମିଶନର ନଭେମ୍ବର ୩୦ ତାରିଖରେ ନିର୍ବାଚନ ପାଇଁଦିନ ଧାର୍ଯ୍ୟ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ନବରଙ୍ଗପୁର, ବିଧାନସଭା

ପୋସ୍କୋ, ଇଡ଼୍କୋ ଅଧିକାରୀଙ୍କ ବିରୋଧରେ ଏତଲା ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

November 2, 2011 by ଓଡିଶା ଡଟ କମ

ଜଗତସିଂହପୁର, ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ମହିଳାଙ୍କୁ ୁର୍ବ୍ୟବହାର କରିଥିବା ପୋସ୍କୋ ଏବଂ ଇଡ଼୍କୋ ଅଧିକାରୀଙ୍କ ବିରୋଧରେ ପ୍ରକଳ୍ପ ପ୍ରସ୍ତାବିତ ନୂଆଗାଁ ଅଞ୍ଚଳର ମହିଳାମାନେ ବୁଧବାର ସ୍ଥାନୀୟ ଥାନାରେ ଏତଲା େଇଛନ୍ତି ।

ଅଧିକାରୀଙ୍କ ଦ୍ୱାରାୁର୍ବ୍ୟବହାରର ଶିକାର ହୋଇଥିବା ଶତାଧିକ ମହିଳା କୁଜଙ୍ଗ ଥାନାରେ ଏସଂପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଅଧିକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପୋସ୍କୋର ଜମି ଅଧିଗ୍ରହଣ କାର୍ଯ୍ୟ ବନ୍ଦ କରିବୋକୁ ସେମାନେ ଧମକ େଇଛନ୍ତି ।

ପ୍ରକଳ୍ପ ପାଇଁ ଗଛ କଟା ଏବଂ ରାସ୍ତା ନିର୍ମାଣରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସକୁ ଆମେ ସହଯୋଗ କରିଆସୁଛୁ । ମଙ୍ଗଳବାର ଅଧିକାରୀମାନେ ଆସିଥିବା ବେଳେ କ୍ଷତିପୂରଣ ଅର୍ଥ ମାଗିବାରୁ ସଂପୃକ୍ତ ଅଧିକାରୀମାନେ ଏଥିପ୍ରତି ୃଷ୍ଟି ନେଇ ଗଛ କାଟିବା ସହ ଗୋଟିଏ ଚିଙ୍ଗୁଡ଼ି ଘେରି ଭାଙ୍ଗିଥିଲେ, ମହିଳାମାନେ ଅଭିଯୋଗ କରିଛନ୍ତି ।

ପରେ ଗ୍ରାମବାସୀମାନେ ଏହି କାର୍ଯ୍ୟକୁ ବିରୋଧି କରିଥିବା ବେଳେ ସଂପୃକ୍ତ ଅଧିକାରୀମାନେ ସେମାନଙ୍କୁ ୁର୍ବ୍ୟବହାର କରିଥିଲେ, ସେମାନେ କହିଛନ୍ତି ।

କାମ କରିଥିବା ପାରିଶ୍ରମିକ ମାଗିବାରୁ ଅଧିକାରୀମାନେ ଳିତ ବୋଲି ସମ୍ବୋଧନ କରି ମୋତେ ମଧ୍ୟ ୁର୍ବ୍ୟବହାର କରିଥିଲେ ବୋଲି ବନ୍ଦନା ମଲ୍ଲିକ ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି ।

ତେବେ ତିନି ଜଣ ମହିଳା କୁଜଙ୍ଗ ଥାନାରେ ପୋସ୍କୋ ଡ଼ିଜିଏମ୍ ଏସ୍ଏନ୍ ସିଂହ ଏବଂ ଇଡ଼୍କୋ ଡ଼ିଜିଏମ୍ ସଂଗ୍ରାମ ମହାପାତ୍ରଙ୍କ ବିରୋଧରେ ଅଲଗା ଅଲଗା ଏତଲା ।ଏର କରିଛନ୍ତି । ସଂପୃକ୍ତ ମହିଳାଙ୍କ ଅଭିଯୋଗ ମିଳିଛି ଏବଂ ପୋଲିସ ଘଟଣାର ତନ୍ତ କରୁଛି ବୋଲି କୁଜଙ୍ଗ ଥାନା ଅଧିକାରୀ ଗୁପ୍ତେଶ୍ୱର ଭୋଇ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର

ଦଣ୍ଡିତ ପୂର୍ବତନ ଆଇଏଏସ୍ଙ୍କ ଘର ହେଲା ଡ଼ିସ୍ପେନ୍ସାରୀ

November 2, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ଆୟବର୍ହିଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ଆଇଏଏସ୍ ସଂଜୀବ ରାୟଙ୍କ ବ୍ୟାଜାପ୍ତି ଘରେ ବୁଧବାର ସରକାରୀ ହୋମିଓପ୍ୟାଥି ଡ଼ିସ୍ପେନ୍ସାରୀ ଖୋଲାଯାଇଛି ।

ରାୟଙ୍କ ଗଣ୍ଡମୁଣ୍ଡା ସ୍ଥିତ ଘରେ ଏହି ଡ଼ିସ୍ପେନ୍ସାରୀ ଖୋଲାଯାଇଛି । ଭିଜିଲାନ୍ସ କୋର୍ଟ ଗତ ଅଗଷ୍ଟରେ ତାଙ୍କ ସଂପତି ଜବତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ କ୍ରମେ ଗତ ୨୮ ତାରିଖରେ କମିଶନରେଟ ପୋଲିସ ଉକ୍ତ ଘରେ ରହୁଥିବା ଲୋକଙ୍କୁ ବାହାର କରି ସିଲ୍ କରିଥିଲା ।

ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ଆଲତ ଗତ ଜାନୁୟାରୀ ୨୫ରେ ପୂର୍ବତନ ବୌଦ୍ଧ ଜିଲ୍ଲାପାଳ ତଥା ପୂର୍ବତନ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡ଼ିଏ) ଉପାଧ୍ୟକ୍ଷ ରାୟଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଜରିମାନା ଆଦେଶ କରିଥିଲେ ।

ରାୟଙ୍କ ବିରୋଧରେ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ୨୦୦୧ରେ ଚଢାଉ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଆଇଏଏସ୍, ଦଣ୍ଡିତ

ଅବସରପ୍ରାପ୍ତ ଶିକ୍ଷକ ସଂଗ୍ରହାଳୟକୁ ଦାନକଲେ ପୋଥି

November 2, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ଖୋର୍ଦ୍ଧା ଜିଲ୍ଲାର ଜଣେ ଅବସରପ୍ରାପ୍ତ ଶିକ୍ଷକ ତାଙ୍କ ଘରେ ଥିବା ବହୁ ପୁରାତନ କାଳର ତାଳପତ୍ର ପୋଥି ଗୁଡ଼ିକୁ ଏକ ସଂଗ୍ରହାଳୟକୁ ଦାନ କରିଦେଇଛନ୍ତି ।

ହରିପୁରପାଟଣା ଗ୍ରାମର ସର୍ବେଶ୍ୱର ସୁବୁଦ୍ଧି ବହୁ ମୂଲ୍ୟବାନ ପୋଥି ଗୁଡ଼ିକୁ ଯାଜପୁର ଜିଲ୍ଲା ବିଶିଷ୍ଟ ଐତିହାସିକ ନୃସିଂହ ସାହୁଙ୍କ ଦ୍ୱାରାଗଠିତ ଗଜରାଜ ସଂଗ୍ରହାଳୟକୁ ଗତ ସୋମବାର ଦାନ କରିଛନ୍ତି ।

“”ବହୁତଦିନ ଧରି ମୋ ଘରେ ଶତାଧିକ ତାଳପତ୍ର ପୋଥି ମଇଳା ହୋଇ ପଡ଼ି ରହିଥିଲା । ନିକଟରେ ଏହି ସଂଗ୍ରହାଳୟ ବିଷୟରେ ଜାଣିବା ପରେ ସେଗୁଡ଼ିକ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ମୁଁ ଦାନ କରିଛି” ଅବିବାହିତ ସର୍ବେଶ୍ୱର କହିଛନ୍ତି ।

ପୋଥି ଗୁଡ଼ିକ ମଧ୍ୟରୁ ଅଧିକାଂଶ ଦୁଇ ଶହ ବର୍ଷ ତଳର ଏବଂ ଆମ ପରିବାର ଲୋକେ ଏହାକୁ ଘରେ ସାଇତି ରଖିଥିଲେ, ସେ କହିଛନ୍ତି । ଜୀବନର ଶେଷ ମୁହୁର୍ତରେ ମୁଁ ସେଗୁଡ଼ିକୁ ସାହୁଙ୍କୁ ଦାନ କରିଛି ଏବଂ ସେ ଏଗୁଡ଼ିକୁ ସେଠାରେ ସାଇତି ରଖିବେ, ସେ କହିଛନ୍ତି ।

ଅନେକ ପୋଥିରେ ଓଡ଼ିଆ ଏବଂ ସଂସ୍କୃତ ଭାଷାରେ ଧର୍ମ, ଶ୍ଳୋକ, ପୁରାତନ ଔଷଧ ଏବଂ ଔଷଧୀୟ ବୃକ୍ଷ ସଂପର୍କରେ ଲେଖାହୋଇଛି ।

ବର୍ତମାନ ପୋଥିରେ ଥିବା ଲେଖାଗୁଡ଼ିକୁ ପଢିବାକୁ ମୁଁ ଚେଷ୍ଟା କରିବି । କୋଠରୀର ଅଭାବ ଯୋଗୁଁ ସୁବୁଦ୍ଧିଙ୍କ ଘରେ ଏସବୁ ମଇଳା ହୋଇ ପଡ଼ିରହିଥିଲା, ନୃସିଂହ ସାହୁ କହିଛନ୍ତି ।

ସୁବୁଦ୍ଧି ଦାନ କରିଥିବା ପୋଥି ମଧ୍ୟରୁ କେତେକ ଆମ ରାଜ୍ୟରେ ପ୍ରଥମ ଏବଂ ଅନ୍ୟ କେତେକ ଦେଶରେ ମଧ୍ୟ ପ୍ରଥମ । ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ସେଗୁଡ଼ିକ ମଧ୍ୟରୁ କେତେକ ହଳିଆ ରଙ୍ଗର ହୋଇଯାଇଛି, ନୃସିଂହ କହିଛନ୍ତି ।

ଜଣେ ଐତିହାସିକ ତଥା ବୌଦ୍ଧ ଧର୍ମର ଗବେଷକ ଭାବରେ ସାହୁ ପୁରୁଣା ବହି, ଡ଼ାକ ଟିକଟ, ଅଳଙ୍କାର, ବ୍ୟାଯନ୍ତ୍ର, ଅସ୍ତ୍ର, ଆଦିବାସୀ ଅଳଙ୍କାର, ୧୯୬ଟି ଦେଶର ମୁଦ୍ରା , କଲମ ଏବଂ ବିଶିଷ୍ଟ ବ୍ୟକ୍ତଙ୍କ ଦସ୍ତଖତ ଇତ୍ୟାଦି ଗଜରାଜ ସଂଗ୍ରହାଳୟରେ ରଖିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଅବସରପ୍ରାପ୍ତ ଶିକ୍ଷକ, ଖୋର୍ଦ୍ଧା, ତାଳପତ୍ର ପୋଥି, ସଂଗ୍ରହାଳୟ

ପରିମଳ ବ୍ୟବସ୍ଥାର ଉନ୍ନତି ୟୁନିସେଫ୍ର ଲକ୍ଷ୍ୟ: ହଲସଫ

November 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ଉନ୍ନତି ୟୁନିସେଫ୍ର ଲକ୍ଷ୍ୟ ବୋଲି ଭାରତରେ ଅବସ୍ଥାପିତ ଏହାର ମୁଖ୍ୟ କ୍ୟାରିନ୍ ହଲସଫ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତକରି କହିଛନ୍ତି ।

ରାଜ୍ୟରେ ନବଜାତ ଶିଶୁର ସ୍ୱାସ୍ଥ୍ୟ ଓ ସୁରକ୍ଷା ଏବଂ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ସାମାଜିକ ସଂଚାର ବ୍ୟବସ୍ଥାର କିପରି ଉପଯୋଗ କରାଯାଇ ପାରିବ ଓ ଏଥିରେ ୟୁନିସେଫ କିପରି ସହାୟତା କରିପାରିବ ସେ ସଂପର୍କରେ ଆଲୋଚନା କରାଯାଇଛି ।

ବିଭିନ୍ନ ସାମାଜିକ ଓ ବିକାଶମୂଳକ ଯୋଜନାର ପ୍ରଚାର ପାଇଁ ସରକାର ପାରମ୍ପରିକ କଳାକାର ମାନଙ୍କୁ ଉପଯୋଗ କରୁଛନ୍ତି ଏବଂ ଏଥିରେ ୟୁନିସେଫ ବୈଷୟିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ବୋ ସଂପର୍କରେ ମୁଖ୍ୟମନ୍ତ୍ରୀ ହଲସଫଙ୍କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ପରିମଳ, ମୁଖ୍ୟମନ୍ତ୍ରୀ

୨୮ରୁ ବରଗଡ଼ରେ ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ

November 27, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ଭାରତ ଜନ ଜ୍ଞାନ ବିଜ୍ଞାନ ସମିତି, ଏନ୍ସିଏସ୍ଟିସି ନେଟୱ୍ୱର୍କ ଦ୍ଵାରା ଆୟୋଜିତ ତଥା ଭାରତ ସରକାରଙ୍କ ରାଷ୍ଟ୍ରୀୟ ବିଜ୍ଞାନ ଏବଂ ପ୍ରୋୟୋଗିକ ସଂଚାର ପରିଷଦ ସହଯୋଗରେ ବରଗଡ଼ ଠାରେ ଚଳିତ ମାସ ୨୮ ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୧୦ ଅନୁଷ୍ଠିତ ହେବ ।

ବରଗଡ଼ ସ୍ଥିତ ବିକାଶ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ପରିସରରେ ପ୍ରଥମ ଥର ପାଇଁ ଏହା ଅନୁଷ୍ଠିତ ହେବାକୁ ଯାଉଛି । ପୂର୍ବରୁ ଗତ ୧୭ ବର୍ଷ ଧରି ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିଲା ।

୨୯ରେ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏହି ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଉ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାର ମୁଖ୍ୟ ବିଷୟବସ୍ତୁ ହେଉଛି-ଭୂ ସଂପଦ-ବିଶ୍ୱର ସମୃଦ୍ଧି ରହିବ ଅକ୍ଷୁର୍ଣ୍ଣ, ଭବିଷ୍ୟତ ପାଇଁ କଲେ ସଂରକ୍ଷଣ । ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଜିଲ୍ଲାସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସରେ କୃତୀତ୍ୱ ହାସଲ କରିଥିବା ୧୫୦ ରୁ ୧୮୦ଟି ପ୍ରକଳ୍ପ ପ୍ରତିଯୋଗୀ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହେବ ।

ଏଥିରେ ଦେଶର ପ୍ରମୁଖ ବୈଜ୍ଞାନିକମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ୨୮ରେ ବିକାଶର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ଓ ପ୍ରତିଯୋଗୀଙ୍କ ମଧ୍ୟରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ ।

ଏହି ବିଜ୍ଞାନ କଂଗ୍ରେସରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଓ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ବରଗଡ଼, ବିଜ୍ଞାନ, ମୁଖ୍ୟ ଖବର

  • « Go to Previous Page
  • Page 1
  • Interim pages omitted …
  • Page 73
  • Page 74
  • Page 75

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ