• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଚିଠି ପତ୍ର

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ (ଚିଠି ପତ୍ର)

February 10, 2018 by ଓଡିଶା ଡଟ କମ Leave a Comment

ମହାଶୟ

ମୁ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଗତ ସପ୍ତାହରେ ଦର୍ଶନ କରିବାକୁ ଯାଇଥିଲି । ବଡ ଠାକୁରଙ୍କୁ ଦର୍ଶନ କରି ଅପୂର ଆନନ୍ଦ ଲାଭ କଲି । ପୁରୀ ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ । ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିଥାନ୍ତି । ତେବେ ମନ୍ଦିରର ପରିମଳ ବ୍ୟବସ୍ଥା ପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକ ରହିଛି ।

ଶ୍ରୀମନ୍ଦିରର ସିଂହଦ୍ୱାର ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ବୁଢିଆଣୀ ଓ ବାଦୁଡ଼ି ଓ ଚେମିଣୀ ମାନଙ୍କ ଜାଲ ଓହଳିଥିବା ମୁ ଦେଖିଥିଲି। ଠିକ ସେହି ପରି କେତେକ ସ୍ଥାନରେ ପାରା ମଳତ୍ୟାଗ କରିଥିବା ଦେଖିବାକୁ ପାଇଥିଲି । ସେ ସବୁ ନିୟମିତ ସଫା କରିବାର ଆବଶ୍ୟକତା ରହିଛି ।

ତାସହିତ କେତେକ ପଣ୍ଡା ଦର୍ଶନ ପାଇଁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଭଲ ବ୍ୟବହାର କରୁନଥିବା ଦେଖିଥିଲି । ଉଭୟ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଯଦି ଏ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତେ ,ତେବେ ପ୍ରତିଦିନ ଶ୍ରୀଜିଉଙ୍କ ଦର୍ଶନ ଲାଗି ଆସୁଥିବା ଲକ୍ଷ ଲକ୍ଷ ଭକ୍ତ ଉପକୃତ ହୋଇପାରନ୍ତେ ।

ଡ଼ାକ୍ତର .କେ.ଦୁଆ
ପ୍ରଫେସର ଭେଟେନାରୀ ମେଡ଼ିସିନ
ଗୁରୁ ଅଙ୍ଗଦଦେବ ଭେଟେନାରୀ ଆଣ୍ଡ୍ ଆନିମଲ୍ ସାଇନସେସ୍ ୟୁନିର୍ଭସିଟି,ଲୁଧିଆନା

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଚିଠି ପତ୍ର Tagged With: ପରିମଳ, ପୁରୀ, ମନ୍ଦିର, ଶ୍ରୀଜଗନ୍ନାଥ

ଅନଲାଇନ ଓଡିଆ ବ୍ୟବହାରରେ ଆମେ ବହୁତ ପଛରେ (ଚିଠି ପତ୍ର)

May 12, 2015 by News Bureau Leave a Comment

ମହାଶୟ,

ନମସ୍କାର । ଓଡିଶା ଡଟ କମ ପରି ଅନଲାଇନ ଫର୍ଦରେ ଆମେ ଅନେକ ତଥ୍ୟ ଓ ସୂଚନା ଓଡିଆ ଭାଷାରେ ପାଇପାରୁଛୁ । ଆମେ ଓଡିଆ ଭାଷାକୁ ସଂସ୍କୃତିକ ଭାଷାରେ ଗ୍ରହଣ କରିସାରିଛୁ ସତ ମାତ୍ର ଏହା ସତ୍ଵେ ଆଜି ଓଡିଆ ଭାଷାରେ ଅନଲାଇନ ମାଧ୍ୟମରେ ସୂଚନା ଓ ସମ୍ବାଦ ଦେବାରେ ଓ ପାଇବାରେ ଆମେ ବହୁତ ପଛରେ । ଅତ୍ୟନ୍ତ ଖୁସୀର କଥା ଏଭଳି ଏକ ସମୟରେ ଓଡିଶା ଡଟ କମ ଆମ ପାଇଁ ନୂଆଁ ଆଶା ଓ ବିଶ୍ଵାସ ସଂଚାର କରିବ । ଦୀର୍ଘ ଜୀବନର କାମନାରେ ……
ଇତି
ଆପଣଙ୍କ ପାଠକ
ସର୍ବେଶ୍ଵର ପଧାନ,
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ

ଏହା ସହ ପଢନ୍ତୁ

ଚିଠିପତ୍ର

News Bureau
News Bureau

Filed Under: ଚିଠି ପତ୍ର Tagged With: ଚିଠି ପତ୍ର, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆ ଦିଲ୍ଲୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ