ନୂଆପଡ଼ା, ଡିସେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍) : ବାପା ମାନସିକ ଅନଗ୍ରସର ଆଉ ମା ଜଣେ ଦାଦନ ଶ୍ରମିକ, ଏଭଳି ଏକ ପରିବାରର ଜଣେ ଦିବ୍ୟାଙ୍ଗ ପୁଅ ରବି ଶବରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।
ନିଜ ଶାରୀରିକ ଅନଗ୍ରସରତାକୁ ପଛରେ ପକାଇ ଦିବ୍ୟାଙ୍ଗଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିବା ନୂଆପଡ଼ା ଜିଲ୍ଲାର ଏକ ଅଖ୍ୟାତ ଗାଁର ରବି ଗତ ୩ ତାରିଖ ଭିନ୍ନକ୍ଷମ ଦିବସ ଅବସରରେ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି।
ରବିଙ୍କୁ ରାଜ୍ୟ ପୁରସ୍କାର ବାବଦରେ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି ଓ ଏହାପରେ ସାମ୍ନାକୁ ଆସିଛି ନୂଆପଡ଼ାରେ ଥିବା ବିଜୁ ପଟ୍ଟନାୟକ ମାନସିକ ଅନଗ୍ରସର ସ୍ବତନ୍ତ୍ର ବିଦ୍ୟାଳୟର ନାଁ।
ଏଯାଏ ସରକାରୀ ଅନୁଦାନ ପାଇନଥିବା ଏହି ସ୍କୁଲ୍ ଏବେ ନୂଆପଡ଼ା ଭଳି ଏକ ଉପାନ୍ତ ଜିଲ୍ଲାର ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଆଶାର କିରଣ ପାଲଟିଛି।
୨୦୦୦ ମସିହା ଡିସେମ୍ବର ୩ ତାରିଖ ଭିନ୍ନକ୍ଷମ ଦିବସରେ ତତ୍କାଳୀନ ନୂଆପଡ଼ା ଜିଲ୍ଲାପାଳ ବିଷ୍ଣୁପଦ ସେଠୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ବିଦ୍ୟାଳୟ।
ରେଡକ୍ରସ୍ ସୋସାଇଟି ଏଥିପାଇଁ ସହଯୋଗର ହାତ ବଢ଼ାଇଥିଲା।
ସେହିଦିନଠାରୁ ଏହି ବିଦ୍ୟାଳୟ ରେଡକ୍ରସ ପକ୍ଷରୁ ହିଁ ପରିଚାଳିତ ହେଉଛି ଆଉ ଏଥିପାଇଁ ବିଭିନ୍ନ ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିଆସୁଛନ୍ତି।
ଏହି ସ୍କୁଲର ବିଶେଷତ୍ବ ହେଲା, ଏଠାରେ ୬ରୁ ୧୮ ବର୍ଷ ବୟସର ପିଲା ଶିକ୍ଷାଗ୍ରହଣ କରନ୍ତି।
ସ୍କୁଲ ଛାଡ଼ିଲା ପରେ ସେମାନେ କିଭଳି ଅନ୍ୟର ସହଯୋଗ ନଲୋଡ଼ି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ, ତାରି ଉପରେ ଏଠାରେ ଗୁରୁତ୍ବ ଦିଆଯାଏ ବୋଲି କହନ୍ତି ଏହାର ଅଧ୍ୟକ୍ଷା ରାଜେଶ୍ବରୀ ସାମନ୍ତ।
ରାଜେଶ୍ବରୀ କହିଛନ୍ତି ଯେ, ସ୍କୁଲ୍ ଆରମ୍ଭ ହେବା ସମୟରୁ ହିଁ ପିଲାମାନେ କାଗଜ ବ୍ୟାଗ ଓ ଠୁଙ୍ଗା ତିଆରି ସମେତ ଗୋପାଳନ ଶିଖୁଥିଲେ ଆଉ ଏବେ ଏହି ସ୍କୁଲରେ ୫୦ ଜଣ ପିଲା ଅଛନ୍ତି ଓ ସେମାନଙ୍କୁ ଚକଖଡ଼ି ତିଆରି ସମେତ ବଗିଚା କାମ ତଥା ଚାଷବାସ ଲାଗି ପ୍ରଶିଷଣ ଦିଆଯାଉଛି।
ସବୁଠାରୁ ବଡ଼କଥା ହେଉଛି, ଏଠାକୁ ଆସୁଥିବା ପିଲାମାନେ ମାନସିକ ଭାବେ କିଭଳି ଦୃଢ଼ ହେବେ ଓ ତାକୁ ପୁଞ୍ଜି କରି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ, ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି।
ଏମାନଙ୍କୁ ପ୍ରାୟ ପ୍ରତିଦିନ ମନସ୍ତତ୍ତ୍ବବିତଙ୍କ ପରାମର୍ଶ ଦିଆଯାଉଛି।
ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ଏହି ସ୍କୁଲପିଲାଙ୍କର କୃତିତ୍ବ ବି କମ୍ ନୁହେଁ।
ଏଠାକାର ପିଲାମାନେ ରାଜ୍ୟ ତଥା ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେଇ ଅନେକ ପୁରସ୍କାର ଆଣିଛନ୍ତି।
କେବଳ ଏତିକି ନୁହେଁ, ୧୮ ବର୍ଷ ପରେ ଅନାଥ ପିଲାମାନଙ୍କୁ ଏଠାରେ ଆଶ୍ରୟ ଦିଆଯିବା ସହ ସେମାନେ ନିଜ ଉଦ୍ୟମରେ ଏହି ସ୍କୁଲ ପରିସରରେ କିଛି ନା କାମ କରୁଛନ୍ତି।
ଏହିଭଳି ୧୨ ଜଣ ଅନାଥ ପିଲା ଏବେ ସ୍କୁଲରେ ହିଁ ରହୁଛନ୍ତି।
ଯେଉଁ ପିଲାମାନେ ଏହି ସ୍କୁଲରୁ ବାହାରୁ ଯାଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ କିଛି ନା କାମ କରି ଗୁଜୁରାଣ ମେଣ୍ଟାଉଥିବା ରାଜେଶ୍ବରୀ ସୂଚନା ଦେଇଛନ୍ତି।
ନୂଆପଡ଼ା ଭଳି ଜାଗାରେ ବିନା ସରକାରୀ ଅନୁଦାନରେ ଭିନ୍ନକ୍ଷମଙ୍କ ଲାଗି ଏଭଳି ଏକ ସ୍କୁଲ୍ ଚଳାଇବା କମ୍ କଷ୍ଟକର କଥା ନୁହେଁ, ତେବେ ତାକୁ କରି ଦେଖାଇଛନ୍ତି ଏହି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପରିଚାଳକମାନେ।
ସେମାନଙ୍କ ଆଶା, ଦିନେ ନା ଦିନେ ସ୍କୁଲ୍ ପ୍ରତି ସରକାରଙ୍କ ଦୃଷ୍ଟି ପଡ଼ିବ।
ଲୋକାଲ ୱାୟାର ସୌଜନ୍ୟରୁ


ଦୀର୍ଘ ଶହଶହ ବର୍ଷର କାନ୍ଥ ଚିତ୍ରଗୁଡ଼ିକ ଅନାବଶ୍ୟକ ମନେକରି ସେ ମଧ୍ୟରେ ଥିବା ଏକ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟକାରିତାରେ ବାଧା ଦେଇ ଜବରଦସ୍ତ ଭିତ୍ତି ଚିତ୍ରଗୁଡ଼ିକୁ ଲିଭାଇଦେବା ଏକ ଗର୍ହିତ କଥା ବୋଲି ପାରଳାର ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରନ୍ତି।





୧୯୨୧ ମାର୍ଚ୍ଚ ୨୩ ତାରିଖ ଦିନ କଟକର କଦମ୍ ରସୁଲ୍ ଠାରେ ଗାନ୍ଧି ତାଂକ ପତ୍ନୀ କସ୍ତୁରବାଂକ ସହ ଆସି ହିନ୍ଦୁ ମୁସଲମାନ୍ ଏକତା ସମ୍ପର୍କରେ ତାଂକର ଭାଷଣ ରଖିଥିଲେ । ପ୍ରଥମ ଯାତ୍ରାରେ ସେ କଟକ, ପୁରୀ, ଭଦ୍ରଖ ଓ ବ୍ରହ୍ମପୁର ଠାରେ ଭାସଣ ଦେଇଥିଲେ ।
୩.୧୯୨୮ ମସିହାରେ ପଶ୍ଚିମ ଓଡିଶାର ଝାରସୁଗୁଡ଼ା ଓ ସମ୍ବଲପୁର ଠାରେ ସେ ଜନସଭା କୁ ଉଦବୋଧନ ଦେଇଥିଲେ ।
ତେବେ ଗାଂଧିଂକ ବିଷୟରେ ଓଡିଆଂକ ଚିନ୍ତନ ଓ ସମ୍ମାନ ର ପୂର୍ନାଂଗ ଆକଳନ ଆଜି ଯାଏ ହୋଇପାରିନାହିଁ ।
୭.ବାପୁଂକ ଆତ୍ମଜୀବନୀ “ସତ୍ୟର ପ୍ରୟୋଗ” କୁ ଓଡିଆରେ ପ୍ରଥମେ ଅନୁବାଦ କରିଥିଲେ ଗୋପବନ୍ଧୁ ଚୌଧୁରୀ । ଏହା ପ୍ରଥମେ ଦୁଇ ଭାଗରେ ପ୍ରକାଶ ପାଇଥିଲା । ଗାନ୍ଧୀ ରଚନା କୁ ଓଡିଆ ରେ ଅନୁବାଦ କରିବାରେ ବିନୋଦ କାନୁନଗୋ ଅନ୍ୟତମ ପ୍ରମୁଖ ଭୂମିକା ନେଇଥିଲେ ।
ଗୋପବନ୍ଧୁ ଚୌଧୁରିଂକ “ଚାଷୀ ମୁଲିଆ ଗାନ୍ଧି”, ବିନୋଦ କାନୁନଗୋଂକ “ସୂତା ଖିଅକରେ ସ୍ଵରାଜ୍ୟ ଝୁଲୁଛି”, ବଲରାମ ମିଶ୍ରଂକ “ବେପାରୀ ପୁଅ”- ଏମିତି କିଛି ବହି ଯାହାର ପ୍ରଚୁର ଐତିହାସିକ ମୂଲ୍ୟ ରହିଛି ।


ଯେଉଁ ସମୟରେ ଓଡିଶାର ରାଜନୈତିକ ଅସ୍ତିତ୍ଵ ନାହିଁ, ଭାଷା ଓ ସଂସ୍କୃତିର ସ୍ଵୀକୃତି ନାହିଁ ଓ ଅର୍ଥନୈତିକ ମେରୁଦଣ୍ଡ ଏକପ୍ରକାର ଶକ୍ତିହୀନ, ସେତେବେଳେ ଓଡିଆ ମାନେ ପ୍ରଥମ କରି ଗୋଟେ ସମ୍ବାଦପତ୍ର ପ୍ରତିଷ୍ଠା କରିବାର ସ୍ଵପ୍ନ ଦେଖୁଛନ୍ତି ଓ ସଫଳ ହେଉଛନ୍ତି।
ଖବର ଟି ଥିଲା ଏମିତି- ‘ ସହର ମଝିରେ ଯେତେ ଅରକ୍ଷିତ ପିଲା ସରକାରୀ ସଡକ ଉପରେ ବୁଲୁଥିବାର ଦେଖାଯିବେ ସେମାନଂକୁ ସାହାଯ୍ୟ ମହକୁମାରୁ ନିଯୁକ୍ତ ଥିବା ଓଭରସିୟର ଆପଣା ଜିମା ନେଇ ତାହାଙ୍କର ଭରଣପୋଷଣ ଆଦି କରିବ।……….”
୩. ନୁଆ କରି ଓଡିଶାରେ ଗଢି ଉଠୁଥିବା ମୁଦ୍ରଣ ଶିଳ୍ପ ର ବିକାଶ ପାଇଁ ୧୮୬୪ ମସିହାରେ କଟକର ଦରଘା ବଜାରରେ କଟକ ପ୍ରିନଟିଂଗ୍ କମ୍ପାନୀ ନାମକ ଏକ କମ୍ପାନୀ ଗଠିତ ହୋଇଛି ।
୭. ଦୀପିକା ର ସମ୍ପାଦକୀୟ ମାନଦଣ୍ଡ ଓଡିଶାର ଗଣମାଧ୍ୟମର ଇତିହାସରେ ବିରଳ । ସବୁ ପ୍ରକାର ପକ୍ଷ ରଖିବାର ସୁଯୋଗ ଓ ସବୁ ମତକୁ ସମାନ ଭାବରେ ସମ୍ମାନ ଦେବାର ନୀତି ଦୀପିକାର ରହିଥିଲା ।




