ଓଡିଶା ଡଟକମ: ଅମରନାଥ ପରିଡା
ଜଗତସିଂହପୁର,ମଇ ୭ (ଓଡିଶା ଡଟ୍ କମ୍), ଶ୍ରୀ ଜଗନ୍ନାଥଙ୍କ ପାଇଁ ଦାରୁ ବୃକ୍ଷ ଚିହ୍ନଟ ହେବାପରେ ବ୍ୟାପକ ପୁଲିସ କଟକଣା ଯୋଗୁଁ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅଧୀନରେ ଥିବା ଖରିପଡିଆ ଗାଁରେ ପିଇବା ପାଣି ମୁନ୍ଦାଏ ପାଇଁ ସେମାନେ ବ୍ୟାପକ ଦହଗଞ୍ଜର ସାମ୍ନା କରୁଥିବା ଗ୍ରାମବାସୀ ଗୁରୁବାର କହିଛନ୍ତି ।
ଦାରୁ ବୃକ୍ଷ ଚିହ୍ନଟ ହେବା ପରେ ଗାଁରେ ଥିବା ଏକମାତ୍ର ନଳକୂପକୁ ସ୍ଥାନୀୟ ପ୍ରଶାସନ ହଟାଇ ଦେଇଛି । ଦାରୁ ଚାରିକଡେ ବାଉଁଶ ଓ ଲୁହା ବ୍ୟାରୀକେଡ ନିର୍ମାଣ କରାଯାଇଛି ଓ ପୁଲିସ ସ୍ଥାନୀୟ ବାସିନ୍ଦାଙ୍କୁ ପାଖ ଗାଁରୁ ବ୍ୟାରିକେଡ଼ ଅତିକ୍ରମ କରି ପାଣି ଆଣିବା ପାଇଁ ଅନୁମତି ଦେଉନାହିଁ ।
ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ତାଲ୍ଲି କହିଛନ୍ତି ନଳକୂପକୁ ସାମୟିକ ହଟା ଯାଇଛି ଓ ଟ୍ୟାଙ୍କର ସାହାଯ୍ୟରେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଦାରୁ ଛେଦନ ପରେ ପୁନଶ୍ଚ ନଳକୂପର ବ୍ୟବସ୍ଥା କରି ଦିଆଯିବ ।
ତେବେ ଗ୍ରାମର ବୁଲେଇ ମଲ୍ଲିକ କହିଛନ୍ତି ଯୋଗାଇ ଦିଆ ଯାଉଥିବା ପାଣି ତାଙ୍କୁ ନିଅଣ୍ଟ ହେଉଛି ଓ ଦାରୁ ବୃକ୍ଷ ଚାରିପଟେ ବେରିକେଡ଼ ନିର୍ମାଣ କରାଯାଇଥିବାରୁ ପୁଲିସ କଟକଣା ଯୋଗୁଁ ତାକୁ ଅତିକ୍ରମ କରି ଅନ୍ୟ ଗାଁରୁ ପିଇବା ପାଣି ସଂଗ୍ରହ କରିବା ସମ୍ଭବପର ହେଉନାହିଁ ।
ଗ୍ରାମ ମୁଖିଆ କୃଷ୍ଣ ମଲ୍ଲିକ କହିଛନ୍ତି ଗାଁର ପ୍ରାୟ ଷାଠିଏଟି ଦଳିତ ପରିବାର ଶ୍ରୀ ଜଗନ୍ନାଥଙ୍କ ପାଇଁ ଚିହ୍ନଟ ହୋଇଥିବା ପବିତ୍ର ଦାରୁ ବୃକ୍ଷଙ୍କୁ ଗତ ଅଣେଇଶ ବର୍ଷ ହେବ ପୂଜା କରିଆସୁଛନ୍ତି । ଦାରୁଗଛ ଚିହ୍ନଟ ହେଲା ପରେ ସମସ୍ତ ଗ୍ରାମବାସୀ ଖୁସି ଅନୁଭବ କରୁଛନ୍ତି ।
ବନଯାଗ ଯାତ୍ରୀ ଦଳ ଯେତେବେଳେ ଗ୍ରାମରେ ପ୍ରବେଶ କଲେ ସେତେବେଳେ ନା ପୁଲିସ ଥିଲା ନା ପ୍ରଶାସନ । ଦାରୁବୃକ୍ଷ ଦେଖିବାପାଇଁ ଲୋକଙ୍କର ସୁଅ ଛୁଟିବାରୁ ଗାଁରେ ସ୍ଥାନୀୟ ବାସିନ୍ଦା ହିଁ ଟ୍ରାଫିକ ନିୟନ୍ତ୍ରଣ କରିବା , ପାର୍କିଂ ପାଇଁ ସ୍ଥାନ ଯୋଗାଇବା ଆଦି କାମ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ପୁଲିସ କି ପ୍ରଶାସନ ତାଙ୍କୁ ଠିକ ଭାବେ ପଚାରୁ ନ ଥିବା ସେ ଅଭିଯୋଗ କହିଛନ୍ତି ।
ଗାଁରେ ଏକ ପ୍ରକାର ମେଳା ଲାଗିଛି ଓ ବହୁ ସ୍ଵେଚ୍ଛାସେବୀ ସଂଗଠନ, କ୍ଷୁଦ୍ର ବ୍ୟବସାୟୀ, ଫେରିବାଲା, ବରା ପିଆଜି, ଜଳଖିଆ ଓ ବାରମଜା ବିକାଳି ନିଜର ଆସ୍ଥାନ ଜମାଇଛନ୍ତି । ସେମାନଙ୍କ ମଧ୍ୟରୁ ବହୁଲୋକ ପଲିଥିନ, ରଦି କାଗଜ ଇତଃସ୍ତତଃ ଫୋପାଡୁ ଥିବାରୁ ପରିବେଶ ଦୂଷିତ ହୋଇଛି ।
ପୁଲିସ ଷାଠିଏ ଯାକ ପରିବାରଙ୍କୁ ଦାରୁ ଦର୍ଶନ ପାଇଁ ଷାଠିଏଟି ପାସ ଇସୁ କରିଥିଲା କିନ୍ତୁ ସେମାନେ ପରିବାରର ପ୍ରତ୍ୟେକ ସଦସ୍ୟ ମାନଙ୍କ ପାଇଁ ଜଣ ପିଛା ଗୋଟିଏ ଲେଖାଏଁ ପାସ ଦାବି କରୁଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି । ବିଶୃଙ୍ଖଳା ଆଶଙ୍କାରେ ସମସ୍ତଙ୍କୁ ପାସ ଦିଆ ଯାଇନଥିବା ସେ କହିଛନ୍ତି ।
ଓଡିଶା ଡଟ୍ କମ୍

ପରିବେଶବିତ ମାନେ ସେମାନଙ୍କ ଉଦ୍ଧାର ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥିବା ବେଳେ,
ଦଇତାପତି ମାନେ ପେଚାଙ୍କୁ ଆଧ୍ୟାତ୍ମିକ ପ୍ରସଙ୍ଗ ସହ ଯୋଡି ତାଙ୍କୁ ଧରିବା ଠିକ ନୁହେଁ ବୋଲି କହିବାରୁ ଏକ ଅଡୁଆ ପରିସ୍ଥିତି ଜନ୍ମ ନେଇଛି ।
ଯାନ୍ତ୍ରିକ ସିଡି, ପେଚାଙ୍କୁ ରଖିବା ପାଇଁ ଏକ ଯନ୍ତା ଓ ଅନ୍ୟାନ୍ୟ ଆନୁସଙ୍ଗିକ ସାମଗ୍ରୀ ଧରି ଦାରୁ ବୃକ୍ଷ ଥିବା ଅଞ୍ଚଳରେ ପହଞ୍ଚି ଥିଲେ । ତେବେ ପେଚାଙ୍କୁ ନଧରିବା ପାଇଁ ଦଇତାପତି ମାନେ ଜିଦ ଧରିବାରୁ ସେମାନେ ଏହି ଅଭିଯାନ ବନ୍ଦ ରଖିବାକୁ ବାଧ୍ୟ ହୋଇଥିଲେ ।
ସ୍ଥାନୀୟ ଜଙ୍ଗଲ ଅଧିକାରୀ ପେଚାଙ୍କୁ ଧରିବାର ଆବଶ୍ୟକ ନାହିଁ ଓ ସେମାନେ ବୃକ୍ଷ ଛେଦନ ସମୟରେ କିମ୍ବା ପୂର୍ବରୁ ଉଡିଯିବେ ବୋଲି କହୁଥିବା ବେଳେ, ଶାବକ ପେଚା ଉଡିବାରେ ସକ୍ଷମ ନୁହନ୍ତି ଓ ସେମାନଙ୍କୁ ଉଦ୍ଧାର କରାଯିବା ଉଚିତ ବୋଲି ବିଶ୍ଵଜିତ ମହାନ୍ତି କହିଛନ୍ତି ।
ଏକ ଦରିଦ୍ର କନ୍ଧ ପରିବାରରେ ଜନ୍ମ ଗ୍ରହଣ କରି, ବାଲ୍ୟ କାଳରୁ ଅନାଥ ଭାବେ ବହୁ କଷ୍ଟରେ ମୂଲ ଲାଗି ଗାଈ ଚରାଇ ପେଟ ପୋଷୁଥିଲେ। ଜୀବନ ଯନ୍ତ୍ରଣାରେ ଜର୍ଜରିତ ଭୀମଭୋଇ ତାଙ୍କର ଦୁଃଖ ବର୍ଣ୍ଣନା କରିଛନ୍ତି ତାଙ୍କର ଲେଖା ମାଧ୍ୟମରେ ।
ବନଯାଗ ଯାତ୍ରୀଙ୍କ ଦଳପତି ହଳଧର ଦାସ ମହାପାତ୍ର ଶ୍ରୀ ଜଗନ୍ନାଥଙ୍କ ଦାରୁକୁ ମଙ୍ଗଳବାର ବିଳମ୍ବିତ ରାତିରେ ରଘୁନାଥପୁର ବ୍ଲକର ଖରିପଡିଆ ଗାଁରେ ଚିହ୍ନଟ କରି ଜଣାଇବାପରେ ସେଠାରେ ବ୍ୟାପକ ଜନ ସମାଗମ ଆଶଙ୍କା କରି ପୁଲିସ ମୁତୟନ କରାଯାଇଥିବା ସେ କହିଛନ୍ତି ।