• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପରିବେଶ

କମ୍ ବର୍ଷା ହୋଇଥିବା ଜିଲ୍ଲାରେ ଫସଲ ବଞ୍ଚାଇବା ପାଇଁ ପଦକ୍ଷେପ

July 24, 2015 by admin Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୨୪ ଜୁଲାଇ (ଓଡିଶା ଡଟ୍ କମ୍): ଗତ ଜୁଲାଇ ୨୨ ତାରିଖ ସୁଦ୍ଧା ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ୬ ପ୍ରତିଶତ କମ୍ ବର୍ଷା ହୋଇଥିବାରୁ ଏହି ଜିଲ୍ଲାରେ କୃଷିର ଅଗ୍ରଗତି ପାଇଁ ବିଭିନ୍ନ ପଦକ୍ଷେପ ନେବାପାଇଁ ଗୁରୁବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ନିଆଯାଇଛି ।

ଉକ୍ତ ଜିଲ୍ଲା ମାନଙ୍କରେ ଫସଲର ସୁରକ୍ଷା ପାଇଁ କେନାଲ ଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତିରେ କରିବା ଓ ଅଚଳ ଉଠା ଜଳ ସେଚନ ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଷାଭାବ ଜନିତ ପରିସ୍ଥିତି ତଥା ପ୍ରାକୃତିକ ବିପତ୍ତିର ମୁକାବିଲା ପାଇଁ କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ଚାରି ସୂତ୍ରୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ତଦନୁଯାୟୀ ଆବଶ୍ୟକ ସ୍ଥଳେ ଚାଷୀକୁ ମଧ୍ୟମ ଓ ସ୍ୱଳ୍ପ ସମୟରେ ହୋଇ ପାରୁଥିବା ଧାନ ବିହନ ଯୋଗାଣ ଏବଂ ଡାଲି ତୈଳବୀଜ ଶସ୍ୟ ଓ ପନିପରିବା ବିହନ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି ।

ସେହିପରି ଜମି ଗୁଡିକୁ ଜଳଯୋଗାଣ କରିବା ପାଇଁ ଉଠା ଜଳ ସେଚନ ପଏଣ୍ଟ ଗୁଡିକରେ ବିଦ୍ୟୁତୀକରଣ, ଅଚଳ ଉଠା ଜଳ ସେଚନ ପଏଣ୍ଟ ଗୁଡିକର ପୁନରୁଦ୍ଧାର ଓ ମରାମତି ସହିତ ଜଳନିଧି ଓ ଅନ୍ୟ ଯୋଜନା ମାନଙ୍କରେ ଜଳ ସେଚନ କ୍ଷମତା ବୃଦ୍ଧି କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି  ।

ଏହା ସହିତ ଚାଷୀ ମାନଙ୍କୁ ପାଣିପାଗ, ଫସଲ ଓ ବୀମା ସମ୍ପର୍କରେ ନିୟମିତ ସୂଚନା ଦିଆଯିବା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି ।

ବୈଠକରେ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ, ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ, କୃଷି ବିଭାଗର ପ୍ରମୁଖ ସଚିବ, ଜଳସଂପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ସଚିବ ଏବଂ କୃଷି ବିଭାଗର ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

admin
admin

Filed Under: ପରିବେଶ Tagged With: ଅଳ୍ପ ବର୍ଷା, ଚାଷୀ, ମରୁଡି, ସାହାଯ୍ୟ

ନବକଳେବର ରଥ ଯାତ୍ରା ପୂର୍ବରୁ ବୁଲା ଗାଈ-ଗୋରୁଙ୍କ ସ୍ଥାନାନ୍ତର

July 17, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ପୁରୀ,୧୬ ଜୁଲାଇ (ଓଡିଶା ଡଟ୍ କମ୍): ନବକଳେବର ରଥଯାତ୍ରା ସମୟରେ ପୁରୀରେ ପଚାଶ ଲକ୍ଷରୁ ଊର୍ଦ୍ଧ୍ଵ ଜନ ସମାଗାମ ହେବାର ସମ୍ଭାବନା ଥିବାରୁ ପୁରୀ ସହର ଓ ବଡଦାଣ୍ଡରେ ବୁଲାବୁଲି କରୁଥିବା ଗାଈ-ଗୋରୁଙ୍କୁ ପଶୁ ସମ୍ପଦ ବିଭାଗ ସ୍ଥାନୀୟ ପ୍ରଶାସନ ସହଯୋଗରେ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ।

cattle-2

cattle

ପୁରୀ ସହରରେ ପ୍ରାୟ ଦୁଇହଜାର ଗାଈଗୋରୁ ରହିଥିବା ବେଳେ ପ୍ରତିଦିନ ପଞ୍ଚାଶହରୁ ଊର୍ଦ୍ଧ୍ଵ ବଡଦାଣ୍ଡରେ ବୁଲାବୁଲି କରୁଥିବା ଦେଖା ଯାଇଥାଏ । ଏହା ଫଳରେ ଯାତ୍ରୀ ଓ ପର୍ଯ୍ୟଟକ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପୁଲିସକୁ ଟ୍ରାଫିକ ନିୟନ୍ତ୍ରଣ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ ।

ଏହି ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ପୁରୀ ନଗରପାଳିକା ସହଯୋଗରେ ରାଜ୍ୟର ପଶୁ ସମ୍ପଦ ବିଭାଗ ଗାଈଗୋରୁଙ୍କୁ ସହର ଉପକଣ୍ଠରେ ଥିବା ଗୋଟିଏ କାନଜି ହାଉସ ଓ ଗୋଟିଏ ଗୋଶାଳାକୁ ସ୍ଥାନାନ୍ତର କରିଛନ୍ତି । ଛାଇତନା ଠାରେ ୨୮ ଏକର ବିଶିଷ୍ଠ ଜାଗାରେ ପ୍ରାୟ ପାଞ୍ଚ ଶହ ଗାଈ ଗୋରୁମାନଙ୍କୁ ରଖିବାର ବ୍ୟବସ୍ଥା କରାଯାଇଥିବା ବେଳେ ହରିହରାନନ୍ଦ ଆଶ୍ରମର ଗୋଶାଳାରେ ମଧ୍ୟ ବହୁସଂଖ୍ୟାରେ ବୁଲା ଗାଈ ଗୋରୁଙ୍କୁ ରଖିବା ବ୍ୟବସ୍ଥା କରାଯାଇଛି ।

”ଠେଙ୍ଗା ବାହିନୀ” ନାମକ ଏକ ସ୍ଵଚ୍ଛାସେବି ସଂଗଠନର ସହାୟତାରେ ଗାଈଗୋରୁଙ୍କୁ ଉକ୍ତ ସ୍ଥାନ ମାନଙ୍କୁ ନିଆଯାଉଥିବା ପଶୁ ସମ୍ପଦ ବିଭାଗ କହିଛି । ଶୁକ୍ରବାର ସୁଦ୍ଧା କାନଜି ହାଉସରେ ୩୧୯ ବୁଲ ଗାଈଗୋରୁଙ୍କୁ ଥଇଥାନ କରାଯାଇଥିବା ବେଳେ ଗୋଶାଳାରେ
୫୨୧ଟି ଷଣ୍ଢଙ୍କୁ ରଖାଯାଇଛି । ବିଭାଗର ନିର୍ଦ୍ଦେଶକ ଶ୍ରୀ ଦେବୀ ପ୍ରସାଦ ପଣ୍ଡା ନିଜେ ପୁରୀରେ ରହି ଏହାର ପ୍ରତ୍ୟକ୍ଷ ତତ୍ଵାବଧାନ କରୁଛନ୍ତି । ସେହିଭଳି ନିର୍ଦ୍ଦେଶାଳୟର ସଂୟଯୁକ୍ତ ନିର୍ଦ୍ଦେଶକ ଡା.ମାନସ ରଞ୍ଜନ ମହାପାତ୍ର ମଧ୍ୟ ପୁରୀଠାରେ ରହି ଏହାର ତଦାରଖ କରୁଛନ୍ତି ।

ପଶୁ ଚିକିତ୍ସା ବିଭାଗ ପକ୍ଷରୁ ଗୌଶାଳାରେ ରହୁଥିବା ସ୍ଥାନାନ୍ତରିତ ଗାଈଗୋରୁ ମାନଙ୍କର ସ୍ୱାସ୍ଥ୍ୟ-ସେବା ଓ ଖାଦ୍ୟପେୟ ତଦାରଖ କରାଯାଉଥିବା କାର୍ଯ୍ୟ କୁ କୃଷି, ମତ୍ସ୍ୟ ଓ ପଶୁ ବିକାଶ ସମ୍ପଦ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ ଉଚ୍ଚ ପ୍ରଶଂସା କରିଛନ୍ତି। ବିଭାଗୀୟ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ମଧ୍ୟ ଜୁଲାଇ ୧୫ ରେ ଏହି ସ୍ଥାନ ବୁଲି କାର୍ଯ୍ୟ ତଦାରଖ କରିଛନ୍ତି ।

ଏହି ଗାଈଗୋରୁ ମାନଙ୍କ ପାଇଁ ସ୍ଥାନୀୟ ବଜାରରୁ ୧୦ ମେଟ୍ରିକ ଟନ ଏବଂ ଓମ୍ଫେଡରୁ ୩୦ ମେଟ୍ରିକ ଟନ ଗୋ-ଖାଦ୍ୟ ଯୋଗାଇ ଦିଆଯାଉଥିବା ପୁରୀ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ସେହିଭଳି ଗାଈ-ଗୋରୁଙ୍କ ସ୍ୱାସ୍ଥ୍ୟର ତଦାରଖ କରିବା ପାଇଁ ଗୋଶାଳାରେ ତିନୋଟି ସିଫ୍ଟରେ କାର୍ଯ୍ୟ କରିବା ପାଇଁ ଜଣେ ପଶୁ ଚିକିତ୍ସା ଡାକ୍ତର, ଜଣେ ପଶୁ ସମ୍ପଦ ନିରିକ୍ଷକଏବଂ ଜଣେ ସହାୟକ କର୍ମଚାରୀଙ୍କୁ ଦାୟିତ୍ଵ ଦିଆଯାଇଛି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପରିବେଶ Tagged With: ନବକଳେବର, ପୁରୀ, ବୁଲା ଗାଈ-ଗୋରୁ

ବଜ୍ରପାତରେ ୮ ମୃତ ୧୬ରୁ ଅଧିକ ଗୁରୁତର

July 14, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୧୪ ଜୁଲାଇ (ଓଡିଶା ଡଟ୍ କମ୍): ରାଜ୍ୟରେ ବିଭିନ୍ନ ସ୍ଥାନରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ବର୍ଷା ଓ ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ରୁ ଅଧିକ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ତଥ୍ୟାନୁସାରେ ବଜ୍ରପାତ ଯୋଗୁଁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ପୋଲିସ ଷ୍ଟେସନ ଅନ୍ତର୍ଗତ ନିମକଳା ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ସେହିପରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଦୀକ୍ଷିତପଡା ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥଳେ ବାଲେଶ୍ୱର ଜିଲ୍ଲା ଚାନ୍ଦବାଲି ବ୍ଲକର ସାଥିବାକୁଡା ଗାଁରେ ସ୍କୁଲରୁ ଫେରୁଥିବା ସମୟରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି।

କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକର ଏକ ବାଳିକା ଊଚ୍ଚ ବିଦ୍ୟାଳୟରେ ପାଠପଢା ଚାଲିଥିବା ସମୟରେ ଉକ୍ତ ସ୍ଥାନରେ ବଜ୍ରପାତ ହେବାରୁ ୧୧ ଜଣ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏତଦ୍ ବ୍ୟତୀତ ଏହି ବ୍ଲକରେ ଜଣେ କଲେଜ ଛାତ୍ରଙ୍କ ସମେତ ମହାକାଳପଡା ବ୍ଲକର ଚକଡାଗଗୁଆ ଗାଁରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି।

ସେହିଭଳି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ଲକର ପାଟିଲୋ ଗାଁର ଜଣେ ଓ ଭଦ୍ରକ ଜିଲ୍ଲା ବାସୁଦେବପୁରର ବିଦେଇପୁରପାଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ଵରରେ ମଧ୍ୟ ବଜ୍ରପାତ ଯୋଗୁଁ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପରିବେଶ Tagged With: ବଜ୍ରପାତ

ହୀରାକୁଦରୁ ଛଡାଗଲା ପ୍ରଥମ ବନ୍ୟାଜଳ

July 13, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବୁର୍ଲା,୧୩ ଜୁଲାଇ (ଓଡିଶା ଡଟ୍ କମ୍): ସମ୍ବଲପୁର ଜିଲ୍ଲାର ବୁର୍ଲ୍ଲା ସ୍ଥିତ ହୀରାକୁଦ ଡ୍ୟାମରୁ ସୋମବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡାଯାଇଛି ।

ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ପ୍ରାୟ ଦିନ ୧୨.୩୦ ମିନିଟ ସମୟରେ ୭ ନମ୍ୱର ଗେଟରୁ ଜଳ ନିଷ୍କାସନ କରାଯିବାର କିଛି ସମୟ ପରେ ଅନ୍ୟ ତିନୋଟି ଗେଟ ଖୋଲାଯାଇଥିଲା ।

“ହୀରାକୁଦ ଡ୍ୟାମରେ ୬୩୦ ଫୁଟ ପାଣି ରହିବାର କ୍ଷମତା ଥିବା ବେଳେ ସୋମବାର ସକାଳ ସୁଦ୍ଧା ଏହାର ଜଳ ସ୍ତର ୬୧୫.୬ ଫୁଟ ଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମହାନଦୀର ଉପରମୁଣ୍ଡରେ ଅଧିକ ବର୍ଷା ହୋଇ ନ ଥିଲେ ମଧ୍ୟ ଇବ୍ ନଦୀରେ ବନ୍ୟା ଯୋଗୁଁ ଡ୍ୟାମର ଜଳ ପତ୍ତନ କ୍ରମଶଃ ବୃଦ୍ଧି ପାଉଛି ।

ସେ କହିଛନ୍ତି ଯେ, “ଜୁଲାଇ ଶେଷ ସୁଦ୍ଧା ଡ୍ୟାମର ଜଳପତ୍ତନ ୬୧୦ ଫୁଟର ତଳେ ରଖିବାର ନିୟମ ଥିବାରୁ ଆଜି ଏହି ଜଳ ନିଷ୍କାସନ କରାଯାଇଛି।”

ଜଳ ନିଷ୍କାସନ ପୂର୍ବରୁ ସ୍ଥାନୀୟ ଅଞ୍ଚଳ ସମେତ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ଓ ନଦୀ ନିକଟକୁ ନଯିବା ପାଇଁ କୁହାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ଜୁଲାଇ ୨୪ ରେ ନିଷ୍କାସିତ କରାଯାଇଥିଲା।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପରିବେଶ Tagged With: ବନ୍ୟାଜଳ, ହୀରାକୁଦ ଡ୍ୟାମ

ସୋମବାର ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

July 12, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବୁର୍ଲ୍ଲା,୧୨ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ସମ୍ବଲପୁର ଜିଲ୍ଲାର ବୁର୍ଲ୍ଲା ସ୍ଥିତ ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଆସନ୍ତା ଜୁଲାଇ ୧୩ରେ ମହାନଦୀକୁ ଛଡାଯିବ ।

ଡ୍ୟାମ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଉକ୍ତ ଦିନ ଦିନ ଏଗାର ଟାରୁ ଗୋଟାଏ ମଧ୍ୟରେ ଡ୍ୟାମରୁ ବନ୍ୟାଜଳ ନିଷ୍କାସିତ କରାଯିବ । ଏଥିପାଇଁ ସ୍ଥାନୀୟ ଅଞ୍ଚଳ ସମେତ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବା ସହ ନଦୀ ନିକଟକୁ ନଯିବା ପାଇଁ କୁହାଯାଇଛି ।

ହୀରାକୁଦ ଡ୍ୟାମରେ ୬୩୦ ଫୁଟ ପାଣି ରହିବାର କ୍ଷମତା ଥିବା ବେଳେ ବର୍ତ୍ତମାନ ଏହାର ଜଳ ସ୍ତର ୬୦୭.୩୯ ଫୁଟ ରହିଛି। ସୂଚନାଯୋଗ୍ୟ ଯେ, ଗତବର୍ଷ ହୀରାକୁଦ ଡ୍ୟାମରୁ ପ୍ରଥମ ବନ୍ୟାଜଳ ଜୁଲାଇ ୨୪ ରେ ନିଷ୍କାସିତ କରାଯାଇଥିଲା।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପରିବେଶ Tagged With: ବନ୍ୟା ଜଳ, ହୀରାକୁଦ

ରାଜ୍ୟରେ ହାତୀ ସଂଖ୍ୟା ୧୯୫୪କୁ ବୃଦ୍ଧି

June 29, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୨୯ ଜୁନ (ଓଡିଶା ଡଟ୍ କମ୍) ରାଜ୍ୟରେ ହାତୀ ସଂଖ୍ୟା ୧୯୫୪କୁ ବୃଦ୍ଧି ପାଇଥିବା ସରକାର ସୋମବାର ସୂଚନା ଦେଇଛନ୍ତି ।

ରାଜ୍ୟରେ ୨୦୧୨ରେ ୧୯୩୦ଟି ହାତୀ ଥିବା ବେଳେ ଗତ ୩ ବର୍ଷରେ ମଧ୍ୟରେ ଏହି ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ।

ଚଳିତ ବର୍ଷ ରାଜ୍ୟର ୪୪ଟି ଜଙ୍ଗଲ ଡିଭିଜନରେ ହାତୀ ଗଣନା କରାଯାଇଥିଲା । ଏଥିପାଇଁ ବନ ବିଭାଗ ତରଫରୁ ୧୮୬୯ଟି ୟୁନିଟ୍ ରେ ୫,୬୦୭ ଜଣ କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରା ଯାଇଥିଲା ।

ଏହି ଗଣନାରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ସର୍ବାଧିକ ୩୩୭ଟି ହାତୀ ମୟୂରଭଞ୍ଜରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଢେଙ୍କାନାଳ, ଏଠାରେ ୧୬୪ଟି ହାତୀ ଅଛନ୍ତି  । ଗତ ୩ ବର୍ଷରେ ୨୧୩ ହାତୀ ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଥିବା ସରକାର ସୂଚନା ଦେଇଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ପରିବେଶ Tagged With: ହାତୀ

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ସତର୍କ ସୂଚନା ଜାରି

June 20, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୨୦ (ଓଡିଶା ଡଟ କମ) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ପାଣିପାଗ ଅଫିସ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ନ ଯିବା ପାଇଁ ସତର୍କ କରାଇଥିବା ବେଳେ, ରାଜ୍ୟର କେତେକ ସ୍ଥାନରେ ଆଗାମୀ ଦୁଇଦିନ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି କହିଛି ।

ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ନିକଟ ସମୁଦ୍ରରେ ସ୍ତୃଷ୍ଟି ହୋଇଥିବା ଏହି ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡିଶା ଉପକୂଳରେ ଘଣ୍ଟା ପ୍ରତି ୪୫-୫୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଥିବା ପାଣିପାଗ ଅଫିସ କହିଛି ।

ରାଜ୍ୟର ସମସ୍ତ ବନ୍ଦରରେ ତିନି ନମ୍ବର ସତର୍କତା ସଂକେତ ଦିଆଯାଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପରିବେଶ Tagged With: ମତ୍ସ୍ୟଜୀବୀ, ଲଘୁଚାପ

ରାଜ୍ୟରେ ପହଞ୍ଚିଲା ମୌସୁମୀ, ବିଭିନ୍ନ ସ୍ଥାନରେ ବର୍ଷା

June 13, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧୩ ଜୁନ(ଓଡିଶା ଡଟ୍ କମ୍): ଶନିବାର ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ପାଣିପାଗ ଅଫିସ କହିଛି ।

ଏହା ମାଲକାନଗିରି ଜିଲ୍ଲାର ସମସ୍ତ ଅଞ୍ଚଳ ଓ କୋରାପୁଟ ର କିଛି ଅଞ୍ଚଳରେ ସକ୍ରିୟ ରହିଛି । ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଥିବା ବେଳେ କେତେକ ସ୍ଥାନରେ ଝିପି ଝିପି ବର୍ଷା ଲାଗିରହିଛି ।

ଆଭ୍ୟନ୍ତରୀଣ ଓଡିଶାର କେତେକ ସ୍ଥାନରେ ଆଗାମୀ ଦୁଇଦିନ ଭିତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଏହି ଅଫିସ ପ୍ରକାଶ କରିଛି ।

ରାଜ୍ୟରେ ମୌସୁମୀ ବାୟୁ ସାଧାରଣତଃ ଜୁନ ୧୦ ରୁ ୧୫ ମଧ୍ୟରେ ପ୍ରବେଶ କରିଥାଏ । ଚଳିତ ବର୍ଷ ଏହା ରାଜ୍ୟରେ  ସ୍ଵାଭାବିକ ସମୟରେ ପ୍ରବେଶ କରିବାର ସମ୍ଭାବନା ଥିବା ସ୍ଥାନୀୟ ପାଣିପାଗ ଅଫିସ ପୂର୍ବରୁ ଆକଳନ କରିଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ମୌସୁମୀ

ବର୍ଷାପୂର୍ବରୁ ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳରେ ମକ ଡ୍ରିଲ

June 13, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,୧୩ ଜୁନ(ଓଡିଶା ଡଟ୍ କମ୍): ବର୍ଷା ପୂର୍ବରୁ ରାଜ୍ୟର ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ମକ ଡ୍ରିଲ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ବନ୍ୟା ହୁଏ ତେବେ ବନ୍ୟା ନିୟନ୍ତ୍ରଣରେ ନିଯୁକ୍ତ ଥିବା ସମସ୍ତ ବିଭାଗ ଇ-ମେଲ ଜରିଆରେ ବନ୍ୟାର ବିସ୍ତ୍ରୁତ ବିବରଣୀ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ (ଏସଆରସି)ଙ୍କୁ ପ୍ରତ୍ୟେକ ଦିନ ଜଣାଇବେ। ଠିକ ସେହିପରି ବିଭାଗରେ ନିଯୁକ୍ତି ପାଇଥିବା ନୋଡାଲ ଅଫିସରଙ୍କ ଠିକଣା ଓ ଫୋନ ନମ୍ବର ମଧ୍ୟ ତାଙ୍କ ନିକଟରେ ଅତି ଶୀଘ୍ର ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପାଣିପାଗ ବିଭାଗ ତରଫରୁ ବନ୍ୟାର ସମସ୍ତ ସତର୍କ ସୂଚନା ଗଣମାଧ୍ୟମ ଓ ସରକାରୀ କର୍ତ୍ତୁପକ୍ଷଙ୍କ ନିକଟକୁ ପଠାଯିବ। ପାରାଦୀପରେ ଓ ଗୋପାଳପୁରରେ ପାଣିପାଗ ବିଭାଗ ପକ୍ଷରୁ ନିର୍ମଣାଧୀନ ଡପ୍ଲାର ରାଡ଼ାରକୁ ଅତିଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ସେହିପରି ବିଭିନ୍ନ ନଦୀରେ ସୃଷ୍ଟି ହୋଇଥବା ଘାଇର ମରାମତି କରାଯାଇଥିବା ବେଳେ ବିଭିନ୍ନ ନଦୀର ଦୁର୍ବଳ ଓ ସଙ୍କଟ ପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇଥିବା ସରକାର କହିଛନ୍ତି।

ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟଳାୟ ସମେତ ୧୬ ଟି ସ୍ଥାନରେ ସିଗନାଲଏସପିଙ୍କ ପକ୍ଷରୁ ଭିଏଚଏଚ ପ୍ରତିଷ୍ଠା କରାଯିବ ଓ ୧୦ ୟୁନିଟ ଓଡ୍ରାଫ ଓ ୧୨ ଟିମ ଏନଡ଼ିଆରଏଫ ବନ୍ୟା ପାଇଁ ପ୍ରସ୍ତୁତ କରି ରଖାଯାଇଥିବା ସ୍ଵତନ୍ତ୍ର ରିଲିଫ କମିଶନର ଜିଭିଭି ଶର୍ମାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଏକ ପ୍ରାକ ପ୍ରସ୍ତୁତି ବୈଠକରେ ସୂଚନା ଦିଆଯାଇଛି ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟ ବ୍ୟାପୀ ପ୍ରବଳ ବର୍ଷା ହେବା ସହ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ବନ୍ୟା, ବାତ୍ୟା, ମକ ଡ୍ରିଲ, ମୁକାବିଲା

ପ୍ରବଳ ଗରମ, ଗୁଳୁଗୁଳି, ଭୁବନେଶ୍ୱରରେ ତାପମାତ୍ରା ୪୪ ଡିଗ୍ରୀ

June 10, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,୧୦ ଜୁନ(ଓଡିଶା ଡଟ୍ କମ୍) ବିଭିନ୍ନ ସ୍ଥାନରେ ବୁଧବାର ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଭୁବନେଶ୍ୱରରେ ରାଜ୍ୟର ଦିନର ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

କେତେକ ସ୍ଥାନରେ ଏପରି ଗରମ ସହ ଗୁଳୁଗୁଳି ଆହୁରି ଦିନେ ଦୁଇଦିନ ଅନୁଭୁତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଉତ୍ତର-ପଶ୍ଚିମ ଜିଲ୍ଲାରୁ ଗତ ଦୁଇ ତିନି ଦିନ ହେବ ଗରମ ପବନ ବହିବା ଯୋଗୁଁ ରାଜ୍ୟରେ ତାପମାତ୍ରା ବଢିଛି ବୋଲି ସେ କହିଛନ୍ତି।

ତେବେ ଗୁରୁବାର ଠାରୁ ତାପମାତ୍ରା ଧୀରେଧୀରେ କମିବାର ସମ୍ଭାବନା ରହିଥିବା ସେ କହିଛନ୍ତି । ବୁଧବାର ଅନ୍ୟ ଯେଉଁ ସ୍ଥାନରେ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେହି ସହର ଗୁଡିକ ହେଲା ଚାନ୍ଦବାଲିରେ ୪୩.୦ ଡିଗ୍ରୀ ସେଲସିୟସ, ସମ୍ବଲପୁରରେ ୪୨.୯ ଡିଗ୍ରୀ ସେଲସିୟସ, ଅନୁଗୁଳରେ ୪୨.୭ ଡିଗ୍ରୀ ସେଲସିୟସ ଓ ତାଳଚେରରେ ୪୨.୨ ଡିଗ୍ରୀ ସେଲସିୟସ ।

ସେହିପରି ବାରିପଦାରେ ୪୧.୮ ଡିଗ୍ରୀ ସେଲସିୟସ, ହୀରାକୁଦରେ ୪୧.୭ ଡିଗ୍ରୀ ସେଲସିୟସ, ବାଲେଶ୍ଵରରେ ୪୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରା ଯାଇଥିବା ବେଳେ, ସୁନ୍ଦରଗଡ ଓ ଟିଟିଲାଗଡରେ ତାପମାତ୍ରା ୪୧.୦ ଡିଗ୍ରୀ ତଥା ଭବାନୀପାଟଣାରେ କେନ୍ଦୁଝର , କଟକ ରେ ଓ ସୋନପୁରରେ ସର୍ବୋଛ ତାପମାତ୍ରା ଯଥାକ୍ରମେ ୪୦.୨, ୩୯.୫, ୩୯.୫ ଓ ୩୯.୪ ଡିଗ୍ରୀ ସେଲସିୟସ ରହିଥିବା ପାଣିପାଗ ଅଫିସ କହିଛି ।

ସରକାରୀ ସୂତ୍ରରୁ ମିଳିଥିବା ସୁଚନାନୁସାରେ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ୪୧ ରହିଛି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ପରିବେଶ Tagged With: ଗରମ, ଗ୍ରୀଷ୍ମ ପ୍ରବାହ, ତାପମାତ୍ରା

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ