• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପରିବେଶ

ଅଂଶୁଘାତ ମୃତ୍ୟୁସଂଖ୍ୟା ୪୦, ପାରଦ ଏବେବି ୪୦ ଡିଗ୍ରୀ ଉପରେ

June 8, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୮ (ଓଡିଶା ଡଟ କମ) ପଶ୍ଚିମ ଓଡିଶାର କେତେକ ସ୍ଥାନରେ ସୋମବାର ଦିନର ସର୍ବାଧିକ ତାପମାତ୍ରା ଚାଳିଶ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବା ବେଳେ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪୦ ରେ ପହଞ୍ଚିଥିବା ସରକାର କହିଛନ୍ତି ।

୪୧. ୪ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରି ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଛି । ଅନ୍ୟ ଯେଉଁ ସ୍ଥାନରେ ଚାଳିଶ ଡିଗ୍ରୀରୁ ଊର୍ଦ୍ଧ୍ଵ ତାପମାତ୍ରା ରେକର୍ଡ କରାଯାଇଛି ସେ ସହର ହେଲା ଅନୁଗୁଳ- ୪୦.୧ ଡିଗ୍ରୀ, ଝାରସୁଗୁଡା-୪୦.୫ ଡିଗ୍ରୀ ଓ ହୀରାକୁଦ- ୪୦.୭ ଡିଗ୍ରୀ ।

ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଅଫିସ ଜାରି କରିଥିବା ସୂଚନା ଅନୁସାରେ ସୋମବାର ସୁଦ୍ଧା ସରକାରଙ୍କ ପାଖରେ ୧୫୯ ଜଣ ଅଂଶୁଘାତ ଦ୍ଵାରା ମୃତ୍ୟୁ ବରଣ କରିଥିବା ଅଭିଯୋଗ ପହଞ୍ଚିଛି ।

ସେମଧ୍ୟରୁ ୪୦ ଜଣ ଅଂଶୁଘାତ ଦ୍ଵାରା ମୃତ୍ୟୁ ବରଣ କରିଥିବା ଅନୁସନ୍ଧାନରୁ ଜଣା ପଡିଥିବା ବେଳେ, ୭୩ ଜଣ ଅନ୍ୟ କାରଣରୁ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ୪୩ ଜଣଙ୍କ ମୃତ୍ୟୁ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିବା ଏହି ସୂଚନାରେ କୁହା ଯାଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଅଂଶୁଘାତ ମୃତ୍ୟୁ, ଗ୍ରୀଷ୍ମ ପ୍ରବାହ

ବିଶ୍ଵ ପରିବେଶ ଦିବସରେ ପୁରୀରେ ସୁଦର୍ଶନଙ୍କ ବାଲୁକା କଳା

June 5, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୫ (ଓଡିଶା ଡଟ କମ) ଶୁକ୍ରବାର ବିଶ୍ଵ ପରିବେଶ ଦିବସ ଅବସରରେ ସଚେତନତା ସୃଷ୍ଟି ପାଇଁ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳା ଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଲୁକା ମୂର୍ତ୍ତି ସହ ବିଶ୍ଵର ତିନିଜଣ ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ଵଙ୍କ ଚିତ୍ର ବାଲିରେ ତିଆରି କରିଛନ୍ତି ।

sand artସୁଦର୍ଶନ ଅନ୍ୟ ଯେଉଁ ପ୍ରସିଦ୍ଧ ବ୍ୟକ୍ତିତ୍ଵଙ୍କ ଚିତ୍ର ନିର୍ମାଣ କରିଛନ୍ତି ସେମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା, ଚୀନ ରାଷ୍ଟ୍ରପତି ରହିଛନ୍ତି ।

ଏହି ମହାନ ନେତା ମାନେ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେଉଥିବାରୁ ସେମାନଙ୍କର ବାଲୁକା ମୂର୍ତ୍ତି ତିଆରି କରିଥିବା ସେ କହିଛନ୍ତି।

ମୋର ଏହି ବାଲୁକା କଳା ଲୋକଙ୍କୁ ଗଛ ଲଗାଇବାରେ ଓ ପରିବେଶ ସୁରକ୍ଷା ପାଇଁ ପ୍ରେରିତ କରିବ ବୋଲି ଆଶା, ସେ କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପରିବେଶ Tagged With: ପରିବେଶ, ସୁଦର୍ଶନ ପଟ୍ଟନାୟକ

ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୨୬ କୁ ବୃଦ୍ଧି

June 1, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସଂବାଦଦାତା

ଭୁବନେଶ୍ଵର,ମଇ ୩୦ (ଓଡିଶା ଡଟ୍ କମ୍) ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୨୬ କୁ ବୃଦ୍ଧି ପାଇଥିବା ସ୍ଵତନ୍ତ୍ର ରିଲିଫ କମିଶନର ଅଫିସ ସୋମବାର କହିଛି ।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ସାତ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲାରେ ଏହି ସଂଖ୍ୟା ପାଞ୍ଚ, ବରଗଡ ଜିଲ୍ଲାରେ ତିନି ଏବଂ ରାୟଗଡା ଓ କଟକ ଜିଲ୍ଲାରେ ଦୁଇ ରେ ପହଞ୍ଚିଛି । ସେହିପର ପୁରୀ, ନୂଆପଡା, ଢେଙ୍କାନାଳ,ବଲାଙ୍ଗିର,ବାଲେଶ୍ଵର, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ଜଣେ ଲେଖାଏଁ ଅଂଶୁଘାତ ଜନିତ ମୃତ୍ୟୁର ସମ୍ମୁଖୀନ ହୋଇଥିବା ଏହି ଅଫିସ କହିଛି ।

ଅଂଶୁଘାତ ଜନିତ ମୃତ୍ୟୁବରଣ କରିଥିବା ଅନ୍ୟ ବ୍ୟକ୍ତିମାନେ ହେଲେ ଗଞ୍ଜାମର ଦୁର୍ଲଭ ନାୟକ, ଗୁରୁବାରିଆ ମହାରଣା, ମଦନ ନାୟକ, ହେମ ସେନାପତି, ସୁଲତା ବେହେରା, କାଶୀନାଥ ବେହେରା ଓ ହୀନା ପ୍ରଧାନ ।

ସେହିପରି କେନ୍ଦ୍ରାପଡାର ରମେଶ ଚନ୍ଦ୍ର ରାଉତ, ଅଞ୍ଜୁମ ଜହାଁ ଅଖତରୀ, ମହନି ଚନ୍ଦ୍ର ସାମଲ, ଶ୍ରୀଧର ପଣ୍ଡା, ଓ ଗୁନୁ ପ୍ରଧାନ ଏବଂ ବରଗଡର ବିରେନ କୁମ୍ଭାର, ବାସନ୍ତି ଭୁଏ ଓ ରଜନୀ ବରିହା ଏବଂ ରାୟଗଡାର ପ୍ରମୋଦ କୁମାର ସାମଲ ଓ ମଗା ବିଦିକା ଏବଂ କଟକର ଭ୍ରମରବର ମଲ୍ଲିକ ଓ ଅଦାଲତ ରାଉତ ମୃତ୍ୟୁ ବରଣ କରିଛନ୍ତି ।

ପୁରୀ ଜିଲ୍ଲାର ପ୍ରଫୁଲ୍ଲ କୁମାର ଜେନା, ନୂଆପଡାର କମଳାସିଂହ ସବର, ଢେଙ୍କାନାଳର ଗୌରା ନାୟକ, ବଲାଙ୍ଗିରର ଲକ୍ଷ୍ମଣ ସା, ବାଲେଶ୍ଵରର ମହେଶ୍ଵର ମହାନ୍ତି, ଅନୁଗୁଳର ଶ୍ରୀନିବାସ ଗୋଛାୟତ ଏବଂ ଖୋର୍ଦ୍ଧାର ଗନ୍ତାୟତ ପ୍ରଧାନ ମଧ୍ୟ ମୃତ୍ୟୁ ବରଣ କରିଥିବା ଏହି ଅଫିସ କହିଛି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ପରିବେଶ Tagged With: ଅଂଶୁଘାତ

ଗୋହତ୍ୟା ନିରୋଧ ଆଇନ କାର୍ଯ୍ୟକାରୀ ହେଉ: ପ୍ରଜ୍ଞାନାନନ୍ଦଜୀ

May 31, 2015 by News Bureau 1 Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ୩୧ ମଇ (ଓଡିଶା ଡଟ କମ)ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ପ୍ରଥମେ ଗୋହତ୍ୟା ନିରୋଧ ଆଇନ ପ୍ରଣୟନ କରିଥିବା ସତ୍ଵେ ଏହା କାର୍ଯ୍ୟକାରୀ ହେଉନଥିବାରୁ କ୍ଷୋଭ ପ୍ରକାଶକରି ଏହାକୁ କଡାକଡି ଲାଗୁକରିବା ପାଇଁ ପ୍ରଜ୍ଞାନମିଶନର ଅନ୍ତରାଷ୍ଟ୍ରୀୟ କ୍ରୀୟାଯୋଗୀ ସ୍ୱାମୀ ପରମହଂସ ପ୍ରଜ୍ଞାନାନନ୍ଦଜୀ ରବିବାର ଦାବି କରିଛନ୍ତି ।

ରାଜ୍ୟରେ ଆଇନ ଥିବା ସତ୍ଵେ ଦୁଃଖର କଥା ଏହା ଠିକ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ । ଏବେ ଭାରତର ଅନ୍ୟକେତେକ ରାଜ୍ୟ ଆଇନ କରି ସଂପୂର୍ଣ୍ଣ ଗୋହତ୍ୟା ନିରୋଧ କରିଛନ୍ତି । ଏହା ଅତି ଆନନ୍ଦର କଥା ତେବେ ସର୍ବଭାରତୀୟ ସ୍ତରରେ ଏହା କାର୍ଯ୍ୟକାରୀ ହେବା ଦରକାର । ଖାଲି କାଗଜପତ୍ରରେ ଆଇନ କରିଦେଲେ ହେବ ନାହିଁ, ବାସ୍ତବ କ୍ଷେତ୍ରରେ ଏହା କାର୍ଯ୍ୟକାରୀ ହେଲେ ଜଗତର କଲ୍ୟାଣ ହେବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Odisha Goseva samiti Pressmeet Odisha Goseva samiti Pressmeet-2ସ୍ୱାମୀଜୀ କହିଛନ୍ତି ଯେ,ଭାରତୀୟ ସମ୍ବିଧାନ ଧାରା – ୪୮ରେ ଗୋବଂଶର ସମୃଦ୍ଧି ଓ ସଂରକ୍ଷଣ ପାଇଁ ବିଶେଷ ପ୍ରାଧାନ୍ୟ ଦିଆଯାଇଅଛି । ସ୍ୱୟଂ କେନ୍ଦ୍ର ଓ ରାଜ୍ୟସରକାରମାନେ ଏହି ଧାରାକୁ ଉଲ୍ଲଘଂନ କରୁଛନ୍ତି କିମ୍ବା ଉଲ୍ଲଘଂନକାରୀଙ୍କୁ ସଂରକ୍ଷଣ ଦେଉଛନ୍ତି ।

ଭାରତ ସ୍ୱତନ୍ତ୍ର ହେବା ପରେ ମହାତ୍ମା ଗାନ୍ଧୀ କହିଥିଲେ ଭାରତରେ ଗୋହତ୍ୟା ବନ୍ଦ କରାଯିବ । ଲୋକମାନ୍ୟ ତିଲକ୍, ପଣ୍ଡିତ ମଦନମୋହନ ମାଲବ୍ୟ, ରାଜର୍ଶୀ ପୁରୁଷୋତ୍ତମ ଦାସ ଟଣ୍ଡନ, ଲାଲା ଲଜପତ ରାୟ, ପ୍ରଥମ ରାଷ୍ଟ୍ରପତି ଡ଼କ୍ଟର ରାଜେନ୍ଦ୍ର ପ୍ରସାଦ ଓ ବିନୋବା ଭାବେ ପ୍ରମୁଖ ମହାନ ନେତାମାନେ ଗୋହତ୍ୟା ନିରୋଧର ସପକ୍ଷରେ ମତବ୍ୟକ୍ତ କରିଥିଲେ ।

ଗୋ ସୁରକ୍ଷା ଓ ଗୋ ସମୃଦ୍ଧି ଦ୍ୱାରା ଭାରତର ସମୃଦ୍ଧି ସମ୍ଭବ ବୋଲି କହିଥିଲେ । ବହୁ ସାଧୁସନ୍ଥ ମହାତ୍ମା ଏବଂ କ୍ରାନ୍ତିକାରୀ ଗୋଭକ୍ତ ଓ ଗୋ ସେବକମାନେ ଗୋ ରକ୍ଷା ପାଇଁ ଅଶେଷ ତ୍ୟାଗ ସ୍ଵୀକାର କରିଛନ୍ତି, ପ୍ରାଣବଳି ମଧ୍ୟ ଦେଇଛନ୍ତି । ବହୁ ପ୍ରାଚୀନ କାଳରୁ ଆମ ଶାସ୍ତ୍ର ମାନଙ୍କରେ ଗୋସେବା ଓ ଗୋ ସମ୍ବର୍ଧନା ସମ୍ବନ୍ଧରେ ଅନେକ ଆଖ୍ୟାନମାନ ଲିପବଦ୍ଧ ହୋଇଥିବା ସେ କହିଛନ୍ତି।

ଗୋମାତା ଆମ ଜୀବନର ଏକ ଅଂଶ । ତାଙ୍କର ସର୍ବୋତ୍ତଭାବେ କଲ୍ୟାଣ ଆମର ପରମ କର୍ତ୍ତବ୍ୟ ଅଟେ । ସେଇଥିପାଇଁ ଓଡ଼ିଶାର ତିରିଶିଟି ଜିଲ୍ଲା ଭ୍ରମଣ କରି ଓଡ଼ିଶା ଗୋସେବା ସମିତି ଦ୍ୱାରା ଲୋକମାନଙ୍କ ଭିତରେ ଗୋସେବା, ଗୋକଲ୍ୟାଣ, ଗୋସମୃ୍ଦ୍ଧି ଓ ଗୋସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରିବାର ଏକ ଉଦ୍ୟମ ଆମେ ଜାରି ରଖିଛୁ ସେ କହିଛନ୍ତି ।

ବିଗତ ଦୁଇ ବର୍ଷହେଲା ଏଥିପାଇଁ ଉଦ୍ୟମ ଚାଲିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଶତାଧିକ ଗୋସତ ସଂଗ ଓ ଗୋ କର୍ମଶାଳା ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ଚେତନାର ଜାଗରଣ ପାଇଁ ଉଦ୍ୟମ କରାଯାଇଛି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ “ଗୋକଲ୍ୟାଣ” ନାମକ ଏକ ତ୍ରୟୀମାସିକ ଗୋ ସାହିତ୍ୟ ପତ୍ରିକା ଓଡ଼ିଶା ଗୋସେବା ସମିତି ଦ୍ୱାରା ପ୍ରକାଶିତ ହେଉଛି ।

ଆସନ୍ତା ୫ ତାରିଖ ସଂଧ୍ୟା ୬ଟା ବେଳେ ଭୁବନେଶ୍ୱର ର ଇନଷ୍ଟିଟ୍ୟୁଟ ଅଫ୍ ଇଞ୍ଜିନିୟରସ୍, ୟୁନିଟ୍-୪ ଠାରେ ଏବଂ ୬ତାରିଖ ସଂଧ୍ୟା ୬ଟା ବେଳେ କଟକର ବିଜୁପଟ୍ଟନାୟକ ଛକସ୍ଥ ସାରଳା ଭବନ ଠାରେ ଗୋକଲ୍ୟାଣ ପତ୍ରିକାର ବାର୍ଷିକ ଉତ୍ସବ ଓ ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମ ରଖାଯାଇଅଛି । ଗୋକଲ୍ୟାଣ ପାଇଁ ସରକାରୀ ବେସରକାରୀ ସବୁ ସ୍ତରରେ ଉଦ୍ୟମ ହେବା ବାଞ୍ଛନୀୟ କାରଣ ଗୋସେବା ଓ ଗୋସୁରକ୍ଷା ଦ୍ୱାର ବିଶ୍ୱକଲ୍ୟାଣ ସମ୍ଭବ ବୋଲି ସେ କହିଛନ୍ତି ।

ଗୋମାତା କହିଲେ ଭାରତୀୟ ବଂଶୋଦ୍ଧଭବ ଦେଶୀ ଗାଈଙ୍କୁ ବୁଝାଇଥାଏ । ବିଦେଶୀ ଓ ଶକଂର ଜାତୀୟ ଗାଈ ଆମ ଗୋମାତାଙ୍କ ସହିତ ତୁଳନୀୟ ନୁହନ୍ତି । ଦେଶୀ ଗାଈର ଦୁଗ୍ଧ ଗୋମୟ, ଗୋମୂତ୍ର ଅମୃତୋପମ । ଏହା ସ୍ୱାସ୍ଥ୍ୟବର୍ଦ୍ଧକ ଅଟେ ।

ବିଦେଶୀ ଗାଈଙ୍କ ଦୁଗ୍ଧ ସ୍ୱାସ୍ଥ୍ୟପାଇଁ ଅନୁକୂଳ ନୁହେଁ । ଏହା ଆମେ କହୁନାହୁଁ, ବିଦେଶୀ ବୈଜ୍ଞାନିକମାନେ ଗବେଷଣା କରି ଯାହା ଅନୁଭବ କରିଛନ୍ତି ତାହା କହିଛନ୍ତି । ଭାରତୀୟ ଗୋବଂଶ ବୃଦ୍ଧି, ବିକାଶ ଓ ସୁରକ୍ଷା ପାଇଁ ସବୁସ୍ତରରୁ ପ୍ରୋତ୍ସାହନ ଓ ଉଦ୍ୟମ ରହିବା ଦରକାର ।

ସହରାଞ୍ଚଳ ହେଉ ଅଥବା ଗ୍ରାମାଞ୍ଚଳ ସର୍ବତ୍ର ଗୋପାଳନ ହେବା ଦରକାର । ଗ୍ରାମେ ଗ୍ରାମେ ଗୋଶାଳା ପ୍ରତିଷ୍ଠା ହେବା ଜରୁରୀ । ଗୋସେବା ପାଇଁ ଗୋଚର ଜମି ଠାବ ଏବଂ ତା’ର ସୁରକ୍ଷା, ହେବା ଆବଶ୍ୟକ । ଆମେ ଆମ ଆୟର କିଛି ଅଂଶ ଗୋସେବା, ଗୋବିକାଶ, ଗୋଗବେଷଣା, ଗୋଶାଳା ପ୍ରତିଷ୍ଠା, ଗୋସାହିତ୍ୟ, ପ୍ରସାର ପ୍ରଚାର, ଗୋଭକ୍ତ ଓ ଗୋ ସେବକ ମାନଙ୍କର ଚିକିତ୍ସା ଓ ସୁରକ୍ଷା ପାଇଁ ଦାନ କରିବା ଦରକାର ବୋଲି ସେ ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଓ ପ୍ରୋତ୍ସାହନ ସବୁ ସ୍ତରରୁ ହବା ବାଞ୍ଛନୀୟ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଅରୁଣ କୁମାର ପଣ୍ଡା ଉପସ୍ଥିତ ଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ଧର୍ମ, ପରିବେଶ Tagged With: ଗୋହତ୍ୟା ନିରୋଧ, ପ୍ରଜ୍ଞାନମିଶନ, ପ୍ରଜ୍ଞାନାନନ୍ଦଜୀ

ଅଂଶୁଘାତରେ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି

May 30, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସଂବାଦଦାତା

ଭୁବନେଶ୍ଵର,ମଇ ୩୦ (ଓଡିଶା ଡଟ୍ କମ୍): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି ପାଇଥିବା ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଅଫିସ ଶନିବାର କହିଛି ।

ଅଂଶୁଘାତରେ କେନ୍ଦ୍ରାପଡା ଜିଲ୍ଲାରେ ପାଞ୍ଚଜଣ, ଗଞ୍ଜାମ ଓ ବରଗଡ ଜିଲ୍ଲାରେ ତିନି ଜଣ, ରାୟଗଡା ଓ କଟକ ଜିଲ୍ଲାରେ ଦୁଇ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ସେହିପର ପୁରୀ,ଢେଙ୍କାନାଳ,ବଲାଙ୍ଗିର,ବାଲେଶ୍ଵର, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ଜଣେ ଲେଖାଏଁ ଅଂଶୁଘାତ ଜନିତ ମୃତ୍ୟୁର ସମ୍ମୁଖୀନ ହୋଇଥିବା ଏହି ଅଫିସ କହିଛି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ପରିବେଶ Tagged With: ଅଂଶୁଘାତ, ମୃତ୍ୟୁ

ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୧୨

May 29, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର, ମଇ ୨୯ (ଓଡିଶା ଡଟ୍ କମ୍) ଓଡିଶାରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୧୨ରେ ପହଁଞ୍ଚିଥିବା, ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଅଫିସ ଶୁକ୍ରବାର କହିଛି ।

ମିଳିଥିବା ଏହି ସୂଚନା ଅନୁସାରେ କେନ୍ଦ୍ରାପଡାରେ ଚାରିଜଣ, ରାୟଗଡାରେ ଦୁଇ ଜଣ ଓ ଗଞ୍ଜାମ, କଟକ, ବରଗଡ, ବଲାଙ୍ଗିର,ବାଲେଶ୍ଵର ଓ ଅନୁଗୁଳରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ହେଲେ କେନ୍ଦ୍ରାପଡାର ରମେଶ ଚନ୍ଦ୍ର ରାଉତ, ଅଞ୍ଜୁମ ଯହାଁ ଅଖତରୀ, ମହନି ଚନ୍ଦ୍ର ସାମଲ ଓ ଶ୍ରୀଧର ପଣ୍ଡା, ସେହିପରି ରାୟଗଡାର ପ୍ରମୋଦ କୁମାର ସାମଲ, ମଗା ବିଦିକା, ଗଞ୍ଜାମର ଦୁର୍ଲଭ ନାୟକ, କଟକର ଭ୍ରମରବର ମଲ୍ଲିକ, ବରଗଡର ବିରେନ କୁମ୍ଭାର, ବଲାଙ୍ଗିରର ଲକ୍ଷ୍ମଣ ସା, ବାଲେଶ୍ଵରର ମହେଶ୍ଵର ମହାନ୍ତି, ଏବଂ ଅନୁଗୁଳର ଶ୍ରୀନିବାସ ଗୋଛାୟତ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ପରିବେଶ Tagged With: ଅଂଶୁଘାତ, ଓଡିଶା

ଟିଟିଲାଗଡରେ ତାପମାତ୍ରା ୪୪ ଡିଗ୍ରୀ, ଜାରି ରହିବ ଗ୍ରୀଷ୍ମ ପ୍ରବାହ

May 20, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୦ (ଓଡିଶା ଡଟ କମ)ବୁଧବାର ରାଜ୍ୟର ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ଟିଟିଲାଗଡରେ ରେକର୍ଡ କରାଯାଇଥିବା ବେଳେ, ଆଗାମୀ ଏକ ସପ୍ତାହ ଧରି ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଓ କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୨ ରୁ ୪୪ ଡିଗ୍ରୀ ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ଗୁରୁବାର କହିଛି ।

ଉତ୍ତର ପଶ୍ଚିମ ଦିଗରୁ ପ୍ରବଳ ଉତ୍ତପ୍ତ ପବନ ଓଡିଶା ଉପକୂଳ ଦେଇ ପ୍ରବାହିତ ହେଉଛି । ଆକାଶ ସଫା ଥିବା ଯୋଗୁଁ ଏହି ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେଉନଥିବା ଏହି ବିଭାଗ କହିଛି ।

ଠିକ ସେହି ପରି ବଂଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସ୍ତୃଷ୍ଟି ହୋଇଥିବାରୁ ପରବର୍ତ୍ତୀ ସମୟରେ ଦୁଇଦିନ ମଧ୍ୟରେ ସେଠାରେ ଏକ ଲଘୁଚାପ ସ୍ତୃଷ୍ଟି ହେବାର ସମ୍ଭାବନା ରହିଛି ।

ଫଳରେ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ଉପକୂଳ ଦେଇ ପ୍ରବାହିତ ହେଉଥିବା ଶୁଖିଲା ଓ ଉତ୍ତପ୍ତ ପବନ ଜାରି ରହିବ । ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଉଭୟ ଦିନ ଓ ରାତ୍ରିରେ ପ୍ରବଳ ଗରମ ଲାଗିରହିବ ।

ବୁଧବାର ସମ୍ବଲପୁର, ସୋନପୁର, ଓ ଭବାନୀପାଟଣାରେ ମଧ୍ୟ ଦିନର ସର୍ବୋଛ ତାପମାତ୍ରା ୪୩ ଡିଗ୍ରୀ ରୁ ଉପରେ ରହିଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଗ୍ରୀଷ୍ମ ପ୍ରବାହ, ତାପମାତ୍ରା ୪୪ ଡିଗ୍ରୀ

ରାଜ୍ୟର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା

May 12, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୨ (ଓଡିଶା ଡଟ କମ) ମଙ୍ଗଳବାର ରାଜ୍ୟର କଟକ, ଭୁବନେଶ୍ୱର ଓ ରାଉରକେଲା ସମେତ ବହୁ ସ୍ଥାନରେ ଭୁକମ୍ପର ଝଟକା ଅନୁଭୂତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ନେପାଳରେ ଅପରାହ୍ନ ପ୍ରାୟ ୧୨.୩୫ରେ ହୋଇଥିବା ୭.୩  ରିକ୍ଟର ସ୍କେଲ ମାତ୍ରାର ଏହି ଭୂକମ୍ପର ପ୍ରଭାବ ଯୋଗୁଁ ଏହି ଝଟକା ଅନୁଭବ ହୋଇଥିବା ଏଠାରେ ସ୍ଥାନୀୟ ପାଣିପାଗ କାର୍ଯ୍ୟ।ଳୟ କହିଛି ।
ତେବେ ମାତ୍ର କେଇ ସେକେଣ୍ଡ ପାଇଁ ଅନୁଭୂତ ହୋଇଥିବା ଏହି ଭୂକମ୍ପ ର ପ୍ରଭାବ ଯୋଗୁଁ ରାଜ୍ୟରେ କୌଣସି କ୍ଷୟ କ୍ଷତି ହୋଇ ଥିବା ସୂଚନା ମିଳିନାହିଁ ।

ତେବେ ଭୁକମ୍ପନ ଅନୁଭବ କରି ଲୋକେ ବହୁତଳ ପ୍ରାସାଦ ଓ ଏପାର୍ଟମେଣ୍ଟରୁ ଖୋଲା ଯାଗାକୁ କିଛି ସମୟ ପାଇଁ ଚାଲି ଯାଇଥିଲେ । ପରବର୍ତୀ ସମୟରେ ପରିସ୍ଥିତି ସାମାନ୍ୟ ହୋଇଥିଲେ ମଧ୍ୟ କିଛି ଲୋକ ଖୋଲା ଜାଗାରେ ରହିଥିବାର ଦେଖା ଯାଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଓଡିଶା, ନେପାଳ, ଭୂମିକମ୍ପ

୧୨ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ, ଝାରସୁଗୁଡାରେ ୪୪ ଡିଗ୍ରୀ

May 9, 2015 by News Bureau Leave a Comment

ଭୁବନେଶ୍ଵର, ମଇ ୯ (ଓଡିଶା ଡଟକମ) ରାଜ୍ୟର ବାରଟି ଜିଲ୍ଲାରେ ଶନିବାର ତାପମାତ୍ରା ଚାଳିଶ ଡିଗ୍ରୀ ଉପରେ ରହିଥିବା ବେଳେ, ଝାରସୁଗୁଡାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ କହିଛି ।

ଯେଉଁ ସ୍ଥାନରେ ଚାଳିଶ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେ ସ୍ଥାନ ଗୁଡିକ ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ, ହୀରାକୁଦ, ଭବାନୀପାଟଣା, ଅନୁଗୁଳ, ବଲାଙ୍ଗିର ଓ ଟିଟିଲାଗଡ ଅନ୍ୟତମ ।

ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରି ଅନୁଗୁଳ ରାଜ୍ୟର ଦ୍ଵିତୀୟ ଉତ୍ତପ୍ତ ସହର ପାଲଟିଥିଲା । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଦ୍ଵିପହର ସମୟରେ ବହୁ ଲୋକ ଘର ଭିତରେ ରହିଥିଲେ । ବହୁ ସ୍ଥାନରେ ଜନ ଜୀବନ ପ୍ରଭାବିତ ହୋଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: 44 ଡିଗ୍ରୀ, ଗରମ, ଗ୍ରୀଷ୍ମ ପ୍ରବାହ, ଝାରସୁଗୁଡା

ଝାରସୁଗୁଡାରେ ସର୍ବାଧିକ ଦିନ ତାପମାତ୍ରା ୪୩.୪ଡିଗ୍ରୀ

May 8, 2015 by News Bureau Leave a Comment

ଭୁବନେଶ୍ଵର, ମଇ ୮ (ଓଡିଶା ଡଟ କମ ) ବିଭିନ୍ନ ସ୍ଥାନରେ ଶୁକ୍ରବାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପଶ୍ଚିମ ଓଡିଶାର ଝାରସୁଗୁଡା ସହରରେ ରାଜ୍ୟର ସର୍ବାଧିକ ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ କହିଛି ।

heatwave୪୨.୯ ଡିଗ୍ରୀ ରେକର୍ଡ ହୋଇଥିବା ହୀରାକୁଦ ସହର ରାଜ୍ୟର ଦ୍ଵିତୀୟ ଉତ୍ତପ୍ତ ସ୍ଥାନ ରହିଥିବ ବେଳେ ତାହା ତଳକୁ ତାଳଚେର ସହର ରହିଛି । ସେଠାରେ ଦିନର ସର୍ବୋଚ୍ଛ ତାପମାତ୍ରା ୪୨.୮ ଡିଗ୍ରୀ ରହିଥିଲା

ଚାଳିଶ ଓ ବୟାଲିଶ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ କରାଯାଇଥିବା ଅନ୍ୟ ସହର ଗୁଡିକ ହେଲା ସମ୍ବଲପୁର, ସୁନ୍ଦରଗଡ, ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡ ଏବଂ ଅନୁଗୁଳ ।

ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ସାମାନ୍ୟ ବର୍ଷା କିମ୍ବା ଘଡ ଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଭୁବନେଶ୍ଵର ଏବଂ ଆଖ ପାଖରେ ପାଗ ସାମାନ୍ୟ ମେଘୁଆ ରହିବାର ସମ୍ଭାବନା ଥିବା ବେଳେ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ରହିବାର ସମ୍ଭାବନା ଥିବା ଅନୁମାନ କରାଯାଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଗ୍ରୀଷ୍ମ ପ୍ରବାହ, ପାଣିପାଗ, ବର୍ଷା, ରାଜଧାନୀ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ