ଓଡିଶା ଡଟ କମ ସଂବାଦ ଦାତା
ଭୁବନେଶ୍ୱର, ମଇ ୯ (ଓଡିଶା ଡଟ କମ) ଗତ ଶୁକ୍ରବାର କେରଳ ପ୍ରବେଶ କରିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସ୍ଵାଭାବିକ ସମୟରେ ପ୍ରବେଶ କରିବାର ସମ୍ଭାବନା ରହିଥିବା ସ୍ଥାନୀୟ ପାଣିପାଗ ଅଫିସ ମଙ୍ଗଳବାର କହିଛି ।
ଭୁବନେଶ୍ଵର ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଶରତ କୁମାର ସାହୁଙ୍କ ସୂଚନା ଅନୁସାରେ ରାଜ୍ୟରେ ମୌସୁମୀ ବାୟୁ ସାଧାରଣତଃ ଜୁନ ୧୦ ରୁ ୧୫ ମଧ୍ୟରେ ପ୍ରବେଶ କରିଥାଏ ।
ଚଳିତ ବର୍ଷ ମଧ୍ୟ ଏହା ସେହି ସମୟ ମଧ୍ୟରେ ରାଜ୍ୟରେ ପ୍ରବେଶ କରିବାର ସମ୍ଭାବନା ରହିଥିବା ସେ ଓଡିଶା ଡଟ କମକୁ କହିଛନ୍ତି। ଜୁନ ୧୪ କିମ୍ବା ୧୫ରେ ରାଜ୍ୟକୁ ମୌସୁମୀ ବାୟୁ ପ୍ରବେଶ କରିବା ପାଇଁ ପରିବେଶ ଅନୁକୂଳ ଥିବା ସେ ପ୍ରକାଶ କରିଛନ୍ତି ।
ଯଦିଓ ଆଗାମୀ ଦୁଇ ତିନିଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବ ପଶ୍ଚିମ ଓ ଉତ୍ତର ଓଡିଶାର କେତେକ ସ୍ଥାନ ଏହା ପ୍ରାୟ ଚାଳିଶ ଡିଗ୍ରୀ କିମ୍ବା ଏହାର ପାଖାପାଖି ରହିବ ବୋଲି ସେ କହିଛନ୍ତି ।
ଓଡିଶା ଡଟ କମ

ସୁଦର୍ଶନ ଅନ୍ୟ ଯେଉଁ ପ୍ରସିଦ୍ଧ ବ୍ୟକ୍ତିତ୍ଵଙ୍କ ଚିତ୍ର ନିର୍ମାଣ କରିଛନ୍ତି ସେମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ବାରାକ ଓବାମା, ଚୀନ ରାଷ୍ଟ୍ରପତି ରହିଛନ୍ତି ।
ସ୍ୱାମୀଜୀ କହିଛନ୍ତି ଯେ,ଭାରତୀୟ ସମ୍ବିଧାନ ଧାରା – ୪୮ରେ ଗୋବଂଶର ସମୃଦ୍ଧି ଓ ସଂରକ୍ଷଣ ପାଇଁ ବିଶେଷ ପ୍ରାଧାନ୍ୟ ଦିଆଯାଇଅଛି । ସ୍ୱୟଂ କେନ୍ଦ୍ର ଓ ରାଜ୍ୟସରକାରମାନେ ଏହି ଧାରାକୁ ଉଲ୍ଲଘଂନ କରୁଛନ୍ତି କିମ୍ବା ଉଲ୍ଲଘଂନକାରୀଙ୍କୁ ସଂରକ୍ଷଣ ଦେଉଛନ୍ତି ।