• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ପରିବେଶ

ଝାରସୁଗୁଡାରେ ସର୍ବାଧିକ ଦିନ ତାପମାତ୍ରା ୪୩.୪ଡିଗ୍ରୀ

May 8, 2015 by News Bureau Leave a Comment

ଭୁବନେଶ୍ଵର, ମଇ ୮ (ଓଡିଶା ଡଟ କମ ) ବିଭିନ୍ନ ସ୍ଥାନରେ ଶୁକ୍ରବାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପଶ୍ଚିମ ଓଡିଶାର ଝାରସୁଗୁଡା ସହରରେ ରାଜ୍ୟର ସର୍ବାଧିକ ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ କହିଛି ।

heatwave୪୨.୯ ଡିଗ୍ରୀ ରେକର୍ଡ ହୋଇଥିବା ହୀରାକୁଦ ସହର ରାଜ୍ୟର ଦ୍ଵିତୀୟ ଉତ୍ତପ୍ତ ସ୍ଥାନ ରହିଥିବ ବେଳେ ତାହା ତଳକୁ ତାଳଚେର ସହର ରହିଛି । ସେଠାରେ ଦିନର ସର୍ବୋଚ୍ଛ ତାପମାତ୍ରା ୪୨.୮ ଡିଗ୍ରୀ ରହିଥିଲା

ଚାଳିଶ ଓ ବୟାଲିଶ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ କରାଯାଇଥିବା ଅନ୍ୟ ସହର ଗୁଡିକ ହେଲା ସମ୍ବଲପୁର, ସୁନ୍ଦରଗଡ, ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡ ଏବଂ ଅନୁଗୁଳ ।

ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ସାମାନ୍ୟ ବର୍ଷା କିମ୍ବା ଘଡ ଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଭୁବନେଶ୍ଵର ଏବଂ ଆଖ ପାଖରେ ପାଗ ସାମାନ୍ୟ ମେଘୁଆ ରହିବାର ସମ୍ଭାବନା ଥିବା ବେଳେ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ରହିବାର ସମ୍ଭାବନା ଥିବା ଅନୁମାନ କରାଯାଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଗ୍ରୀଷ୍ମ ପ୍ରବାହ, ପାଣିପାଗ, ବର୍ଷା, ରାଜଧାନୀ

ପରିବେଶ ସୁରକ୍ଷା ପାଇଁ ପୁରୀରେ ସାଇକେଲ ଚଲା ଅଭିଯାନ

May 5, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୫ (ଓଡିଶା ଡଟ କମ ) ଉତ୍ତମ ସ୍ୱାସ୍ଥ୍ୟ ଓ ପରିବେଶର ସୁରକ୍ଷା ପାଇଁ ସୋମବାର ରାଜ୍ୟର ମୁଖ୍ୟ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ପୁରୀରେ ଆରମ୍ଭ ହୋଇଛି ସାଇକେଲ ଚଲା ଅଭିଯାନ ।

‘ସୋମବାର ମୋର ସାଇକିଲ ଦିନ’ ନାମରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଏକ ହଜାରରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତା ଓ ସାଧାରଣ ନାଗରିକ ପ୍ଲା କାର୍ଡ ସହ ଭାଗ ନେଇ ସହରରେ ସାଇକେଲ ଚାଳନ କରି ସଚେତନତା ସ୍ତୃଷ୍ଟି କରିଥିଲେ ।

ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସବୁଜ ପତାକା ହଲାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଵେଚ୍ଛାସେବୀ ସଂଗଠନ ବେଆରଫୁଟ, ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରତି ସୋମବାର ଅନୁଷ୍ଠିତ ହେବ ଓ ସହରକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ସାଇକେଲ ଚଳାଇବା ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କାର୍ଯ୍ୟକ୍ରମ ର ଆୟୋଜକ ମାନେ କହିଛନ୍ତି ।

ଜଗନ୍ନାଥ ମନ୍ଦିର ଓ ସମୁଦ୍ରର ବେଳାଭୂମି ପାଇଁ ପୁରୀ ସହର ବିଶ୍ଵ ପ୍ରସିଦ୍ଧ । ପୁରୁଷୋତ୍ତମ କ୍ଷେତ୍ର ନାମରେ ଜଣା ଶୁଣା ଭୁବନେଶ୍ଵର ଠାରୁ ୫୬ କିଲୋମିଟର ଦୂରରେ ଥିବା ଏହି ସହରକୁ ନିକଟରେ କେନ୍ଦ୍ର ସରକାର ଐତିହ୍ୟ ସହରର ମାନ୍ୟତା ଦେଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ, ପର୍ଯଟନ Tagged With: ଜଗନ୍ନାଥ ମନ୍ଦିର, ପର୍ଯ୍ୟଟନ, ପୁରୀ, ସାଇକେଲ, ସୁଦର୍ଶନ ପଟ୍ଟନାୟକ

ସଚିବାଳୟରେ ଡାମଣା ସାପ ଅଣ୍ଡାକୁ ନେଇ ଭୟ

May 3, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୩ (ଓଡିଶା ଡଟ କମ) ଭୁବନେଶ୍ଵରସ୍ଥିତ ରାଜ୍ୟ ସଚିବାଳୟର ଏକ ଜନଗହଳିପୁର୍ଣ ସ୍ଥାନରେ ଶନିବାର ଡାମଣା ସାପ ଦେଇଥିବା କେତେକ ଅଣ୍ଡା ମିଳିବାରୁ ଏହାକୁ ନେଇ କର୍ମଚାରୀଙ୍କ ମହଲରେ ଭୟର ମାହୋଲ ସ୍ତୃଷ୍ଟି ହୋଇଛି ।

ଅର୍ଥ ବିଭାଗ ପଛରେ ଡ୍ରାଇଭର ମାନଙ୍କ ବିଶ୍ରାମ ସ୍ଥାନ ନିକଟରେ ସଫା ସୁତୁରା କାର୍ଯ୍ୟ ଚାଲିଥିବା ବେଳେ ଏହି ଅଣ୍ଡାଗୁଡିକୁ ଦେଖିବାକୁ ମିଳିଥିଲା । ଏହାପରେ କର୍ମଚାରୀମାନେ ସ୍ନେକ ହେଲପଲାଇନର ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନରେ ଯୋଗାଯୋଗ କରି ଡକାଇଥିଲେ । ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡା ଗୁଡିକ ଉଦ୍ଧାର କରିଥିଲେ ।

ସେଠାରେ ଦଶଟି ଅଣ୍ଡା ଥିଲା ଓ ତାହା ଡାମଣା ସାପ ଦେଇଥିବା ଅଣ୍ଡା, ମଲ୍ଲିକ ଓଡିଶା ଡଟ କମ କୁ କହିଛନ୍ତି । ସଚିବାଲୟରୁ ଗତ ଦଶ ବର୍ଷ ଭିତରେ ପ୍ରାୟ ଷାଠିଏ ଟି ସାପ ଉଦ୍ଧାର କରାଯାଇଛି ଓ ସେମଧ୍ୟରୁ ଅଧିକାଂଶ ନାଗ ସାପ ।

ସଚିବାଳୟ ପରିସରରେ ସାପଙ୍କ ବାସସ୍ଥଳୀ ଥିବା ଆମେ ପୂର୍ବରୁ ସନ୍ଦେହ କରିଥିଲୁ ତେବେ ଏହା ପ୍ରମାଣିତ ହୋଇ ନ ଥିଲା । ଶନିବାର ପ୍ରଥମ ଥର ପାଇଁ ସାପ ଅଣ୍ଡା ମିଳିବାରୁ ଏହା ପ୍ରମାଣିତ ହୋଇଛି, ସେ କହିଛନ୍ତି । ବାହାରେ ସବୁବେଳେ ଗାଡି ମଟର ଚଳାଚଳ କରୁଥିବା ଓ ଲୋକଙ୍କ ଯିବା ଆସିବା ଲାଗି ରହିଥିବାରୁ ବାହାରୁ ସଚିବାଳୟ ପରିସରକୁ ସାପ ପ୍ରବେଶ କରିବାର ଖୁବ ସମ୍ଭାବନା ରହିଛି ।

ଠିକ ସେହିପରି ସଚିବାଳୟ ଭିତରେ କୁକୁର କିମ୍ବା ଅନ୍ୟକୌଣସି ପ୍ରାକୃତିକ ଶତ୍ରୁ ନ ଥିବାରୁ ଏହା ସାପଙ୍କ ପାଇଁ ସୁରକ୍ଷିତ ଚଳ ପ୍ରଚଳର ସ୍ଥାନ ପାଲଟିଛି । ଫଳରେ ସାପ ବ୍ୟତୀତ ସଚିବାଲୟ ମଧ୍ୟରେ ବେଙ୍ଗ ଓ ବିଭିନ୍ନ ଜାତୀୟ ମୂଷା ମଧ୍ୟ ନିଜର ଆସ୍ଥାନ ଜମାଇଛନ୍ତି, ସେ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ବିଷଧର ସାପ, ଶୁଭେନ୍ଦୁ ମଲ୍ଲିକ, ସଚିବାଳୟ, ସାପ, ସାପୁଆକେଳା, ହେଲପଲାଇନ

ଝାରସୁଗୁଡାରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ

May 2, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨ (ଓଡିଶା ଡଟ କମ)ଓଡିଶାର ବିଭିନ୍ନ ଅଞ୍ଚଳରେ ଶନିବାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଝାରସୁଗୁଡାରେ ସର୍ବାଧିକ ୪୧.୫ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିବା ପାଣିପାଗ ଅଫିସ କହିଛି ।

ବଲାଙ୍ଗିର ଓ ଭବାନୀପାଟଣାରେ ଯଥାକ୍ରମେ ୪୦. ୮ ଓ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ଓଡିଶାର ବହୁ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୩୭ ରୁ ୩୮ ଡିଗ୍ରୀ ମଧ୍ୟରେ ରହିଥିଲା ।

ତେବେ ଉପକୂଳ ଅଞ୍ଚଳର ପୁରୀ, ଗୋପାଳପୁର, ପାରାଦୀପ ଆଦି ସ୍ଥାନ ଗ୍ରୀଷ୍ମ ପ୍ରବାହରୁ ଅପେକ୍ଷା କୃତ ସାମାନନ୍ୟ ମୁକ୍ତ ରହିଥିଲା ।ଏହି ସ୍ଥାନମାନଙ୍କରେ ରେକର୍ଡ କରାଯାଇଥିବା ତାପମାତ୍ରା ହେଲା ପୁରୀ ୩୩.୮ ଡିଗ୍ରୀ, ଗୋପାଳପୁର ୩୧.୮ ଡିଗ୍ରୀ, ଓ ପାରାଦୀପ ୩୧.୯ ଡିଗ୍ରୀ ।

ଭୁବନେଶ୍ଵର ଓ କଟକରେ ରେକର୍ଡ କରାଯାଇଥିବା ସର୍ବାଧିକ ତାପମାତ୍ରା ହେଲା ଯଥାକ୍ରମେ ୩୭.୨ ଓ ୩୫.୬ ଡିଗ୍ରୀ । ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ରବିବାର ସାମାନ୍ୟ ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ,ଆକାଶ ମେଘାଛନ୍ନ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଉପକୂଳବର୍ତ୍ତୀ କେତେକ ଅଞ୍ଚଳରେ ଝାଞ୍ଜି ଓ ବତାସ ପବନ ବହିବାର ସମ୍ଭାବନା ଅଛି । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ  ମତ୍ସ୍ୟଜୀବୀ ମାନଙ୍କୁ  ସମୁଦ୍ରକୁ ମାଛ ମାରି ନ ଯିବାକୁ ସତର୍କ କରାଇ ଦିଆ ଯାଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଗୋପାଳପୁର, ଗ୍ରୀଷ୍ମ ପ୍ରବାହ, ଝାରସୁଗୁଡା, ପାଣିପାଗ, ପାରାଦୀପ, ପୁରୀ, ସେଲସିଅସ

ଟିଟିଲାଗଡ ସମେତ ପାଞ୍ଚୋଟି ସହରରେ ପାରଦ ୪୦ ଡିଗ୍ରୀରୁ ଉପରେ

May 1, 2015 by News Bureau Leave a Comment

ଭୁବନେଶ୍ଵର, ମେ ୧ (ଓଡିଶା ଡଟ କମ) ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଟିଟିଲାଗଡ ସମେତ ରାଜ୍ୟର ପାଞ୍ଚୋଟି ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ଼ କରାଯାଇଥିବା ପାଣିପାଗ ବିଭାଗ କହିଛି ।

heatwaveଟିଟିଲାଗଡ, ଭବାନୀପାଟଣା, ଝାରସୁଗୁଡା, ଓ ବଲାଙ୍ଗିରରେ ସର୍ବୋଚ୍ଛ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ଅନୁଗୁଳରେ ଏହା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବିଭାଗ କହିଛି । ରାଜ୍ୟ ରାଜଧାନୀ ଭୁବନେଶ୍ଵର ଓ କଟକରେ ସର୍ବୋଛ ତାପମାତ୍ରା ଯଥାକ୍ରମେ ୩୮.୬ ଓ ୩୭ ଡିଗ୍ରୀ ରହିଥିଲା ।

ଦକ୍ଷିଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ଘଡ ଘଡି ସହ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଚାଳିଶ ଡିଗ୍ରୀ, ଟିଟିଲାଗଡ, ତାପମାତ୍ରା

କୁମ୍ଭୀର ମିଳନ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ତିନି ମାସ ଭିତରକନିକା ବନ୍ଦ

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

କେନ୍ଦ୍ରାପଡା, ମଇ ୧ (ଓଡିଶା ଡଟ କମ) କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଅଭୟାରଣ୍ୟରେ ଲୁଣି ପାଣି କୁମ୍ଭୀର ମାନଙ୍କର ମିଳନ ଏବଂ ଅଣ୍ଡା ଦେବା ତିନି ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ମାନଙ୍କୁ ଜାତୀୟ ଉଦ୍ୟାନ ଭିତରକୁ ପ୍ରବେଶ କରିବା ଉପରେ ସ୍ଥାନୀୟ ବନ ବିଭାଗ ଶୁକ୍ରବାର ଠାରୁ କଟକଣା ଜାରି କରିଥିବା ଜଣେ ଅଧିକାରୀ କହିଛନ୍ତି ।

Bhtarkanika-Crocodleପର୍ଯ୍ୟଟକଙ୍କ କାର୍ଯ୍ୟକଳାପ ଯୋଗୁଁ କୁମ୍ଭୀରମାନଙ୍କ ମିଳନ ଏବଂ ଅଣ୍ଡା ଦେବା ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରି ଏହି ବାରଣ କରାଯାଇଥିବା ଉଦ୍ୟାନର ଜଣେ ଅଧିକାରୀ କହିଛନ୍ତି ।

କୁମ୍ଭୀରମାନଙ୍କ ମିଳନ ସମୟରେ ବାଧା ଉପୁଜିଲେ ସେମାନେ ଭୟଙ୍କର ହୋଇ ପଡିବା ସହ ସମୟ ସମୟରେ ପରସ୍ପରକୁ ଆକ୍ରମଣ କରନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଜଙ୍ଗଲ କର୍ମଚାରୀମାନେ ଏହି ଲୁଣି ପାଣି କୁମ୍ଭୀରମାନଙ୍କ ମିଳନ ସ୍ଥଳୀ ପାଇଁ ଭିତରକନିକା ନଦୀ ଯୋଜନାରେ ବିଭିନ୍ନ ସ୍ଥାନ ଚିହ୍ନିତ କରିଛନ୍ତି ।

ବର୍ତ୍ତମାନ ଭିତରକନିକାରେ ପ୍ରାୟ ୧୬୦୦ ବଉଳା କୁମ୍ଭୀର ଥିବା କୁହା ଯାଉଛି । କିଛି ବର୍ଷ ତଳେ ଏହି ଉଦ୍ୟାନରେ ୨୩ ଫୁଟ ଲମ୍ବ ବିଶିଷ୍ଟ ପୃଥିବୀର ଦୀର୍ଘତମ କୁମ୍ଭୀର ଥିବାରୁ ଗିନୀଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଥିଲା ।

ଏଠାରେ ଉଲ୍ଲେଖ ଯୋଗ୍ୟଯେ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରତି ବର୍ଷ କୁମ୍ଭୀରଙ୍କ ପ୍ରଜଜନ ଓ ଅଣ୍ଡାଦାନ ତିନିମାସ ସମୟ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରାଯାଇଥାଏ ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ, ପର୍ଯଟନ, ବିଶେଷ ଖବର Tagged With: କୁମ୍ଭୀର, ତିନି ମାସ, ବନ୍ଦ, ଭିତରକନିକା, ମିଳନ

ଗୋଟିଏ ଦୁଇଟି ସ୍ଥାନରେ ବର୍ଷା, ଝଡ ତୋଫାନ ସମ୍ଭାବନା

April 30, 2015 by News Bureau Leave a Comment

ଭୁବନେଶ୍ୱର ଏପ୍ରିଲ ୩୦ (ଓଡିଶା ଡଟ କମ) ଗୁରୁବାର ସକାଳ ଓ ଦିନ ୧୨.୩୦ ମଧ୍ୟରେ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ଓ ଝଡ ତୋଫାନ ହେବାର ସମ୍ଭାବନା ଥିବା ଭୁବନେଶ୍ଵର ପାଣିପାଗ କାର୍ଯ୍ୟ।ଳୟ କହିଛି ।

ଉପଗ୍ରହ ମାଧ୍ୟମରେ ଉତ୍ତୋଳିତ ଚିତ୍ରରୁ ଏହାର ସଂକେତ ମିଳିଛି ।

ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ ତୋଫାନ ଓ ବର୍ଷା ହେବା ସହ ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ କାର୍ଯ୍ୟ।ଳୟ ଏକ ଇସ୍ତାହାରରେ ପ୍ରକାଶ କରିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: କେନ୍ଦ୍ରାପଡ଼ା, ଜଗତସିଂପୁର, ଝଡ ତୋଫାନ, ପାଣିପାଗ କାର୍ଯ୍ୟ।ଳୟ, ବାଲେଶ୍ଵର, ଭଦ୍ରକ, ଯାଜପୁର

ଚାରି ଉଚ୍ଚ ଶିକ୍ଷିତ ଯୁବକ ପାଲଟିଛନ୍ତି ଆଧୁନିକ ସାପୁଆକେଳା

August 12, 2005 by News Bureau Leave a Comment

ଓଡ଼ିଶା ଡ଼ଟ୍ କମ୍ : ବବିତା ସାହୁ

ଭୁବନେଶ୍ୱର, ଅଗଷ୍ଟ ୧୨(ଓଡ଼ିଶା ଡ଼ଟ୍ କମ୍) ପାରମ୍ପରିକ ସାପୁଆକେଳା ଧରନ୍ତି ବିଷଧର ସାପ । ସେମାନଙ୍କ ସଂଖ୍ୟା ଏବେ କମିଯାଉଥିବାବେଳେ ଓଡ଼ିଶାର ଚାରିଜଣ ଶିକ୍ଷିତ ଯୁବକ ଏହି ପନ୍ଥାକୁ ଏକ ସଉକିଭାବେ ଗ୍ରହଣ କରି ପାଲଟିଛନ୍ତି ଆଧୁନିକ ସାପୁଆକେଳା ।

କୌଣସି ଏକ ପାହାଡ ତଳି ବସ୍ତିର ମଳିମୁଣ୍ଡିଆ, ଲୁଙ୍ଗି ପିନ୍ଧା ଲୋକଟିଏ । ହାତରେ ଡ଼ମ୍ବରୁ, ପାଟିରେ ଅନର୍ଗଳ ମନ୍ତ୍ର । ଡ଼ମ୍ ଡ଼ମ୍ ଡ଼ମ୍ବରୁର ଶବ୍ଦ ସାଙ୍ଗକୁ ପଦ୍ମତୋଳା ମନ୍ତ୍ରର ଉଚ୍ଚାରଣରେ ବଶୀଭୂତ ସାପଟି ଅଙ୍କେଇ ବଙ୍କେଇ ଆସି ପେଡ଼ିରେ ମୁଣ୍ଡ ଗୁଞ୍ଜି ଦିଏ ।

କେଳା ପେଡିର ଢାଙ୍କୁଣି ଭଲ ଭାବରେ ପକାଇ ଦିଏ । ସାପୁଆ କେଳାକୁ ନେଇ ସାଧାରଣତଃ ଆମ ସମସ୍ତଙ୍କ ମନରେ କେଉଁ କାଳରୁ ରହି ଆସିଛି ଏମିତି ଏକ ଧାରଣା ।

ତେବେ ଭୁବନେଶ୍ୱରରେ ରହୁଥିବା ଶୁଭେନ୍ଦୁ ମଲ୍ଲିକ, ପ୍ରତ୍ୟୁଷ୍ ମହାପାତ୍ର, ଶିବ ପ୍ରସାଦ ପରିଡ଼ା ଓ ଅଶୋକ ମଲ୍ଲିକ, ୨୮ରୁ ୩୫ ବୟସ ଭିତରେ ଥିବା ଏହି ଚାରିଜଣ ଯୁବକ ସାପମାନଙ୍କ ବିଷୟରେ ଲୋକମାନଙ୍କର ମନରେ ଥିବା ଅନ୍ଧବିଶ୍ୱାସ ଏବଂ ଅହେତୁକ ଭୟକୁ ଦୂର କରିବା ତଥା ସାପ କାମୁଡ଼ିଥିବା ଲୋକମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ନିକଟରେ ଭୁବନେଶ୍ୱରରେ ଖୋଲିଛନ୍ତି ସାପ ହେଲ୍ପ ଲାଇନ୍ । ସେମାନେ ନା ପଢ଼ନ୍ତି ମନ୍ତ୍ର ନା ବଜାନ୍ତି ଡ଼ମ୍ବରୁ ।

ଶୁଭେନ୍ଦୁ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓ.ୟୁ.ଏ.ଟି ) ରୁ କୃଷି ବିଭାଗରୁ ସ୍ନାତକୋତ୍ତର ଉପାଧି ପାଇଛନ୍ତି । ପ୍ରତ୍ୟୁଷ ଉତ୍ତର ଓଡ଼ିଶା ବିଶ୍ୱ ବିଦ୍ୟାଳୟ ଅଧୀନରେ ଏବଂ ଶିବ ପ୍ରସାଦ ଉକôଳ ବିଶ୍ୱ ବିଦ୍ୟାଳୟ ଅଧିନରେ ପ୍ରାଣୀ ବିଜ୍ଞାନରେ ପି.ଏଚ୍.ଡ଼ି କରୁଛନ୍ତି ଏବଂ ଅଶୋକ ମଲ୍ଲିକ ଉକôଳ ବିଶ୍ୱବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ଏମ୍.ଫିଲ୍ ସଂପୂର୍ଣ କରିଛନ୍ତି ।

ସେମାନଙ୍କର ଫୋନ୍ ନମ୍ବର ଗୁଡ଼ିକ ହେଲା ଯଥାକ୍ରମେ ୦୯୩୩୭୨୯୫୧୪୨,୦୯୪୩୭୧୭୧୭୧୨, ୦୯୮୬୧୨୩୯୦୮୯ ଓ ୦୯୮୬୧୨୩୯୩୧୨ ଯେକୌଣସି ଲୋକ ତାଙ୍କୁ ଫୋନ୍ କରି ସାପ ହେଲ୍ପ ଲାଇନର ସାହାଯ୍ୟ ନେଇ ପାରିବେ ।

ଆମେ କେବଳ ଭୁବନେଶ୍ୱର ନୁହେଁ ଦୂର ଜାଗାକୁ ମଧ୍ୟ ଏହି ସବୁ ସହାୟତା ଦେବାପାଇଁ ଯାଇଥାଉ । ସାପ ଧରିବା ପାଇଁ ଯାତ୍ରା ଖର୍ଚ୍ଚ ବ୍ୟତୀତ ଅନ୍ୟ କିଛି ପାରିଶ୍ରମିକ ଆମେ ଦାବି କରି ନ ଥାଉ । ନିକଟବର୍ତ୍ତୀ ସ୍ଥାନଗୁଡ଼ିକରେ ଆମେ ମାଗଣା ସାପ ଧରିଥାଉ,ଓଡିଶା ଡଟ୍ କମ୍ କୁ କହିଛନ୍ତି ଦଳର ସକ୍ରିୟ ସଭ୍ୟ ଶୁଭେନ୍ଦୁ ।

“ସାପମାନଙ୍କ ମଧ୍ୟରୁ ଶତକଡ଼ା ନବେ ଭାଗ ବିଷାକ୍ତ ନୁହନ୍ତି । ଅଧିକାଂଶ ସ୍ଥଳରେ ଲୋକମାନଙ୍କ ମନରେ ସାପ ପ୍ରତି ଥିବା ଭୟ ଯୋଗୁଁ ସେମାନେ ନିଜେ ମୃତ୍ୟୁ ମୁଖରେ ପଡ଼ିଥାନ୍ତି ।”

ଯଦି ଏହିପରି ନିରଙ୍କୁଶ ଭାବରେ ସାପମାନଙ୍କୁ ମାରି ଦିଆଯାଏ ତେବେ ବହୁ ବିରଳ ଜାତିର ସାପ ଅବିଳମ୍ବେ ନିଶ୍ଚିହ୍ନ ହୋଇଯିବେ ବୋଲି ସେ କହିଛନ୍ତି ।

ସାପ କାମୁଡିଥିବା ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି, ନିକଟସ୍ଥ ହସ୍ପିଟାଲର ଅବସ୍ଥିତି ଓ ସେଠାରେ ମିଳୁଥିବା ସୁବିଧା ସୁଯୋଗ, ସଂପୃକ୍ତ ବ୍ୟକ୍ତି ଶରୀରରେ ଖେଳିଥିବା ବିଷର ମାତ୍ରା ଏବଂ ପରିଶେଷରେ ସାପର ବିଷ କେତେ ମାତା୍ରରେ କ୍ଷତିକାରକ , ପ୍ରଭୃତି କାରଣ ଗୁଡ଼ିକ ସାପ କାମୁଡ଼ା ଜନିତ ମୃତ୍ୟୁକୁ ପ୍ରଭାବିତ କରିଥାଏ ।

ଆମ ରାଜ୍ୟରେ ଦେଖାଯାଉଥିବା ସାପମାନଙ୍କ ମଧ୍ୟରୁ ନାଗ, ତମ୍ପ, ଚିତି, ରଣା ଏବଂ ଚନ୍ଦନ ବୋଡ଼ା ବ୍ୟତୀତ ଅନ୍ୟ ସାପମାନେ ବିଶେଷ କ୍ଷତିକାରକ ନୁହଁନ୍ତି ।

ପ୍ରକୃତରେ କହିବାକୁ ଗଲେ ସାପକୁ ବଶ କରି ଧରିବା ପାଇଁ ହେଲେ କୌଣସି ଗୁଣି ବା ମନ୍ତ୍ର ନୁହେଁ ଜୀବଟି ପ୍ରତି ଆନ୍ତରିକ ସମ୍ବେଦନା ଆବଶ୍ୟକ,ଦଳର ପ୍ରତ୍ୟେକ ସଦସ୍ୟ ବିଶ୍ୱାସ କରନ୍ତି, ଗତ ଏକ ମାସ ମଧ୍ୟରେ ନିଜର ସହକର୍ମୀଙ୍କ ସହ ପ୍ରାୟ ୩୦୦ରୁ ଅଧିକ ସାପ ଧରି ଥିବା ଶିବ କହନ୍ତି ।

“୧୯୭୨ ମସିହାର ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅଧୀନରେ ସାପ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଅନ୍ୟ ପା୍ରଣୀମାନଙ୍କ ତୁଳନାରେ ସାପମାନଙ୍କ କ୍ଷେତ୍ରରେ ଏହା ସ୍ୱତନ୍ତ୍ରଭାବେ ଲାଗୁ କରାଯାଉନାହିଁ” ସାପମାନଙ୍କ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣି ଜୀବଟିକୁ ବିପଦଶଙ୍କୁଳ ପରିବେଶରୁ ରକ୍ଷା କରିବା ଦଳର ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ରାଜ୍ୟର କଟକ, ନିମାପଡ଼ା, ପୁରୀ, ବାଲେଶ୍ୱର ଆଦି ସ୍ଥାନରୁ ଆମେ ନିୟମିତ ବହୁ ଫୋନ୍ କଲ୍ ପାଉଛୁ । ଯେତେବେଳେ ଆମେ ଭୁବନେଶ୍ୱରରୁ ବାହାରକୁ ଯାଉ ସେତେବେଳେ ପ୍ରତିଷେଧକ ବାକ୍ସ ସାଙ୍ଗରେ ନେଇଥାଉ । ସହର ଭିତରେ କୌଣସି ମାମଲା ପାଇଁ କେବଳ କ୍ରିପ୍ ବ୍ୟାଣ୍ଡେଜ୍ ଯଥେଷ୍ଟ ।

ନିକଟରେ କଟକ ଜିଲ୍ଲାର ସାନମଳେଇ ଗ୍ରାମକୁ ଯାଇ ସାପ କାମୁଡ଼ିଥିବା ରୋଗୀକୁ ଗୁଣିଆ ପାଖରୁ ଆଣି ଡ଼ାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଯୋଗାଇଥିଲୁ ।

ପିଲାଟି ବେଳୁ ଏହି କୌଶଳ ଜାଣିଥିଲେ ମଧ୍ୟ ବିଶେଷ କରି ଭୁବନେଶ୍ୱରସ୍ଥିତ ବାଣୀବିହାର ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗରେ ପଢ଼ିଲା ବେଳେ ୨୦୦୪ ମସିହାରୁ ଏହି ଯୁବକମାନେ ଦଳ ଗଠନ କରିଥିଲେ ।ବର୍ତ୍ତମାନ ଅନ୍ୟ କେତେ ଜଣ ଆଗ୍ରହୀ ଯୁବକ ସେମାନଙ୍କ ଦଳରେ ମିଶୁଛନ୍ତି ।

ପରିବାର ଲୋକମାନେ ସାପ କାମୁଡ଼ିବା ଭୟରେ ପ୍ରଥମେ ବାରଣ କରୁଥିଲେ ମଧ୍ୟ ବର୍ତ୍ତମାନ ପିଲାମାନଙ୍କ ପ୍ରକୃତ ଉଦେ୍ଧଶ୍ୟ ବୁଝିଗଲେଣି । ସାଙ୍ଗମାନେ ସମର୍ଥନ କରିବା ସହ ସାପ ଧରିବାବେଳେ ସାଙ୍ଗରେ ଯାଇ ଉତ୍ସାହିତ କରୁଛନ୍ତି, ସେ କହିଛନ୍ତି ।

ପିଲାବେଳୁ ସଉକିରେ ଛୋଟ ଛୋଟ ସାପ ଧରି ସ୍କୁଲରେ ଅନ୍ୟ ପିଲାମାନଙ୍କୁ ଡ଼ରାଉ ଥିବା ଶୁଭେନ୍ଦୁଙ୍କର, ବଡ଼ ହେବା ପରେ ତାଙ୍କ ଅଜାଣତରେ ଏହି କାମଟି ଯେ ଏକ ନିଶାରେ ପରିଣତ ହୋଇଯାଇଛି । ଡ଼ିସକଭରୀ ଚ୍ୟାନେଲ ଆସିବା ପରେ ସାପମାନଙ୍କ ବିଷୟରେ ତାଙ୍କର ଧାରଣା ଆହୁରି ସ୍ପଷ୍ଟ ହୋଇଯାଇଥିବା ସେ କହିଛନ୍ତି ।

ପିଲାବେଳୁ ଏ ପର୍ଯ୍ୟନ୍ତ ସମସ୍ତେ ମିଶି ନାଗ, ରଣା, ବୋଡ଼ା ଆଦି ବିଷାକ୍ତ ଜାତିକୁ ମିଶାଇ ପ୍ରାୟ ୩୦୦୦ରୁ ବେଶୀ ସାପ ଧରିଲେଣି ।

ଲୋକଙ୍କ ସହାୟତା ପାଇଁ ଅନେକ ସମୟରେ ନିଜ ପକେଟରୁ ଖର୍ଚ୍ଚ ଭରଣା କରୁଥିଲେ ହେଁ ସେଥିପାଇଁ ସେମାନଙ୍କର ନିଘା ନ ଥାଏ । ବରଂ ବେଳ ଅବେଳରେ କେଉଁଠୁ ଡାକରା ଆସିଲେ, ସବୁ କାମକୁ ପଛରେ ପକାଇ ଅବିଳମ୍ବେ ସେଠାକୁ ଧାଇଁ ଯାଇଥାନ୍ତି ।ଆମେ ଧରୁଥିବା ସାପମାନଙ୍କୁ ନ ମାରି କୌଣସି ନିରାପଦ ସ୍ଥାନରେ ଛାଡ଼ି ଥାଉ । ଏହି ଭଳି କାର୍ଯ୍ୟରୁ ଆମକୁ ଐଶ୍ୱରିକ ଆନନ୍ଦ ମିଳୁଛି, ସେ କହିଛନ୍ତିା

ଓଡ଼ିଶାରେ ପୂର୍ବରୁ ପ୍ରାୟ କୋଡ଼ିଏ ହଜାରରୁ ଉଦ୍ଧ୍ୱର୍ ସାପୁଆ କେଳା ଥିବାବେଳେ ୧୯୯୧ରେ କରାଯାଇଥିବା ଏକ ସରକାରୀ ଆକଳନ ଅନୁସାରେ ସେମାନଙ୍କ ସଂଖ୍ୟା ସତର ହଜାର ନଅ ଶହ ଏକୋଇଶିରେ ପହଞ୍ଚôଛି । ଏହି ଯୁବକ ମାନଙ୍କର କାର୍ଯ୍ୟ ଅତ୍ୟନ୍ତ ପ୍ରେରଣା ଦାୟକ, କହନ୍ତି ରାଜ୍ୟର ବିଶିଷ୍ଟ ବନ୍ୟଜନ୍ତୁ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି ।

(ଓଡ଼ିଶା ଡ଼ଟ୍ କମ୍)

News Bureau
News Bureau

Filed Under: ପରିବେଶ Tagged With: ଚିତି, ତମ୍ପ, ନାଗ, ରଣା, ଶୁଭେନ୍ଦୁ ମଲ୍ଲିକ, ସାପ

  • « Go to Previous Page
  • Page 1
  • Interim pages omitted …
  • Page 3
  • Page 4
  • Page 5

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ