ଭୁବନେଶ୍ୱର, ଡିସେମ୍ବର ୨୨(ଲୋକାଲ ୱାୟାର): ଭୁବନେଶ୍ୱରର ଜନତା ମୈଦାନରେ ଚାଲିଥିବା ତୋଷାଳି ମେଳାରେ ରବିବାର ହସ୍ତତନ୍ତ ପୋଷାକ ପ୍ରତି ଲୋକଙ୍କ ଜାଗରିକତା ସୃଷ୍ଟି ନିମନ୍ତେ ବୟନିକା ପକ୍ଷରୁ ଅନୁଷ୍ଠିତ ଫେସନ ସୋ ଲୋକଙ୍କ ମନ ମୋହିଥିଲା ।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଏନଆଇଏଫଟି, ସିଡାକ୍ ଦ୍ୱାରା ପ୍ରାୟୋଜିତ ତଥା ବୟନିକା ପକ୍ଷରୁ ଆୟୋଜିତ ଫେସନ ସୋ’ରେ ୧୩ ଜଣ ମଡେଲ ବୟନିକା ପ୍ରସ୍ତୁତ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ଓ ଡଙ୍ଗରିଆ, ଟସର ଶାଢ଼ି ପରିଧାନପୂର୍ବର୍କ ର୍ୟାମ୍ପରେ ଅଂଶ ଗ୍ରହଣ କରିଥିଲେ ।
ବୟନିକା ଓ ଏନଆଇଏଫଟି ଆଲମୁନିଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନର ପୋଷାକ ପରିଧାନ କରି ଏହି ମଡେଲ ମାନେ ଓଡ଼ିଶା ହସ୍ତତନ୍ତର ଡିଜାଇନ ପୋଷାକ ଦର୍ଶକମାନଙ୍କ ନିକଟରେ ପ୍ରଦର୍ଶନ କରିଥିଲେ ।
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ ଅଞ୍ଜନା ପଣ୍ଡା ଓ ତାଙ୍କ ଟିମ୍ ଏହି ଫେସନ୍ ସୋ’ର ପରିକଳ୍ପନା କରିଥିଲେ ।
ପାରମ୍ପରିକ ଓ ଆଧୁନିକ ତଥା ଭାରତୀୟ ଏବଂ ପାଶ୍ଚାତ୍ୟ ଶୈଳୀରେ ପ୍ରସ୍ତୁତ ଏହି ପୋଷାକ ଗୁଡ଼ିକୁ ବିଶ୍ୱବ୍ୟାପୀ ପରିଚିତି ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଫେସନ ସୋ’ କୁ ଶୁଭମ ଓ ଜାଗୃତି ଉପସ୍ଥାପନ କରିଥିବା ବେଳେ ପ୍ରଶାନ୍ତ ଏହାର କୋରିଓଗ୍ରାଫି କରିଥିଲେ ।
ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବୟନ ଶିଳ୍ପ ନିର୍ଦ୍ଦେଶକ ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।
ଫେସନ ସୋ’ର କଳାକାର, କୋରିଓଗ୍ରାଫର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର କଣ୍ଠଶିଳ୍ପୀଙ୍କୁ ଉତ୍ତରୀୟ ଏବଂ ବୃକ୍ଷ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ଲୋକାଲ ୱାୟାର



ଉପସ୍ଥିତ ଥିବା ଦର୍ଶକ ପିଲାମାନଙ୍କର ନୃତ୍ୟ ରେ ମନ୍ତ୍ରମୁଗ୍ଧ ହୋଇଥିଲେ ଓ ଉଭୟ ଦର୍ଶକ ଏବଂ ଗ୍ଲୋବାଲ ଭିଲେଜର ଆୟୋଜକ ମାନେ ଏହି ନୃତ୍ୟ ପରିବେଷଣକୁ ଖୁବ ପସନ୍ଦ କରିଥିଲେ ।
ପ୍ରଥମେ “ଇଫ୍ ୟୁ ଆର୍ ଏ ୱିମେନ୍’ ଏବଂ ପରେ “ଏବି ଫିନିସ୍ କ୍ରିପ୍'”ଫୁଡ଼୍ ଆଜ୍ ଆଇ ୱିସ୍’ “ବାର୍ଥ ଡ଼େ’ ପରି ଚଳଚିତ୍ର ଦର୍ଶକ ଦେଖିବାକୁ ପାଇଥିଲେ ।
ଉତ୍ସବରେ ଶ୍ରେଷ୍ଠ ପ୍ରାମାଣିକ ଚଳଚିତ୍ର,ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର,ଶ୍ରେଷ୍ଠ ନିର୍ଦ୍ଦେଶକ ପରି ମୋଟ ୭ଟି ବିଭାଗରେ ପୁରସ୍କାର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଉତ୍ସବର ପ୍ରଥମ ସନ୍ଧ୍ୟାରେ ଉତ୍ସବର ସଂପାଦିକା ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କ ସମେତ ଅନେକ ଚଳଚିତ୍ର ଅଭିନେତା,ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ଉସସ୍ଥିତ ଥିଲେ ।
ଓଡିଶା ସରକାର ପର୍ଯ୍ୟଟନ ବିଭାଗ ଆୟୋଜିତ ବିଶ୍ୱ ବିଖ୍ୟାତ କୋଣାର୍କ ଉତ୍ସବର ତୃତୀୟ ସଂଧ୍ୟାରେ ମୁକ୍ତାକାଶ ମଞ୍ଚକୁ ନୃତ୍ୟ ମୁଖର କରିଥିଲା । ଓଡିଶୀ ଓ କୁଚିପୁଡି ନୃତ୍ୟ ପରିବେଷଣ ।






୨. ତେବେ ତାଂକୁ ଓଡିଶାର ସାଂସ୍କୃତିକ ଇତିହାସରେ ଗୋଟେ ସ୍ବତନ୍ତ୍ର ସମ୍ମାନ ମିଳିଥିଲା, ତାର କାରଣ ହେଉଛି, ସମ୍ବଲପୁରୀ ଲୋକ ନୃତ୍ୟକୁ ଗାଁ ଦାଣ୍ଡରୁ ନେଇ ଦିଲ୍ଲୀ ଦରବାର ରେ ପହଂଚାଇବାର ବିରଳ ସଫଳତା ।
୭. ସେ ଥିଲେ ସାକ୍ଷାତ ଡାଲଖାଇ।(ଏଠି କହି ରଖିବା ଉଚିତ ହେବ ଯେ ଡାଲଖାଇ ଏକ ଦେବୀ) ତାଂକ ଲଚକ ର କୌଣସି ତୁଳନା ନାହିଁ ।
କେଦାର ମିଶ୍ର




୨. ମାଦ୍ରାସ ତାଂକୁ ସଂଗୀତର ସବୁଠୁ ବଡ ଗୁରୁ କେବଳ ଦେଇନଥିଲା, ମାଦ୍ରାସରେ ସେ ନିଜ ସଂଗୀତ ଜୀବନର ସବୁଠୁ ବଡ ସଫଳତା ଓ ସିଦ୍ଧି କୁ ମଧ୍ୟ ଭେଟିଥିଲେ। ହିନ୍ଦୁସ୍ତାନୀ ସଂଗୀତର କିମ୍ବଦନ୍ତି ପୁରୁଷ ଡି.ଭି. ପୋଲୁସ୍ଖରନ୍କୁ ଗୁରୁ ଭାବରେ ପାଇବା ତାଂକ ଜୀବନର ଏକ ମୋଡ ପରିବର୍ତନ ଥିଲା ।

୧. ଭୁବନେଶ୍ବରରେ ଆୟୋଜିତ ଶ୍ରେଷ୍ଠତମ ଶାସ୍ତ୍ରୀୟ ସଂଗୀତ ଓ ନୃତ୍ୟ ର ଉତ୍ସବ ଭାବରେ ଏହାର ଏକ ସ୍ଵତନ୍ତ୍ର ମର୍ୟଦା ରହିଛି ।ଦେଶର ସବୁଠୁ ନାମୀ ଓ ସଫଳ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଶିଳ୍ପୀ ଏହି ଉତ୍ସବରେ ଯୋଗଦେଇ ଆସୁଛନ୍ତି।
ରାଗ ଚାରୁକେଶୀ ରେ ରୁପକ ତାଳ, ମଧ୍ୟଲୟରେଏକ ତାଲ ଓ ଦୃତ ରେ ତିନ ତାଲ ଦେଇ ସୀତାର ର ସ୍ଵର ମୂର୍ଛନା ଶ୍ରୋତାଂକୁ ସମ୍ମୋହିତ କରିଥିଲା । ତାଂକ ତନ୍ତ୍ରୀ ଚାଳନା ରେ ଏକ ଅପୂର୍ବ ମାଧୁର୍ଯ୍ୟ ଓ ପ୍ରଶାନ୍ତ ଭାବର ପ୍ରଭାବ ଦେଖିବାକୁ ମିଳିଥିଲା।
୭. ନୂଆ ପିଢିର ଓଡିଶୀ କ୍ଷେତ୍ରରେ ରାହୁଳ ଆଚାର୍ୟ ଏକ ପ୍ରଚୁର ପ୍ରତିଶ୍ରୁତିବଦ୍ଧ ନାମ । ଦେବପ୍ରସାଦ ଶୈଳୀ ର ଓଡିଶୀ ରେ ରାହୁଳ ସବୁଠୁ ବଡ ସମ୍ଭାବନା। ଉତ୍ସବରେ ରାହୁଳ ଓଡିଶୀ ର ଏକ ପୂର୍ଣ୍ଣ ରୂପ ପ୍ରସ୍ତୁତ କରିଥିଲେ ।
୧. ସିକନ୍ଦର ଆଲାମଂକ ଜନ୍ମ ୨୭, ଜୁଲାଇ, ୧୯୩୯ ଓ ସେ ଆମଠୁ ଚିରଦିନ ବିଦାୟ ନିଅନ୍ତି ୮ ,ଅଗଷ୍ଟ,୨୦୧୦ ରେ । ମାତ୍ର ୭୧ ବର୍ଷର ଜୀବନକାଳରେ ଓଡିଆ ଗୀତି ଜଗତରେ ଗୋଟେ ଯୁଗର ନିର୍ମାଣ କରିଥିବା ସିକନ୍ଦର ଆଲାମ କଟକ ଜିଲାର ରାଉତରା ପୁର ଗାଁ ରେ ଜନ୍ମ ଗ୍ରହଣ କରିଥିଲେ।