ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,୧୦ ଫେବୃଆରୀ (ଓଡ଼ିଶା ଡ଼ଟ୍ କମ୍) ଗୋଲଡ଼େନ ଟ୍ରାଏଙ୍ଗଲ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ଵର ଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ଚାରିଦିନିଆ ତୃତୀୟ ଗୋଲଡ଼େନ ଟ୍ରାଏଙ୍ଗଲ ଚଳଚିତ୍ର ଉତ୍ସବରେ ପ୍ରଦର୍ଶିତ ହେଉଛି ମୋଟ ୪୬ ଦେଶର ଚଳଚିତ୍ର ।
ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଏହି ଉତ୍ସବର ଉଦଘାଟନୀ ସନ୍ଧ୍ୟାରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,ପୋଲିସ କମିଶନର ୱା.ବି.ଖୁରାନିଆ,ଫିଲ୍ମ ନିର୍ଦ୍ଦେଶକ ରାଜଗୋପାଳ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।
ପ୍ରଥମ ଦିନର ଉତ୍ସବରେ ତାଜାକିସ୍ଥାନ,ଇରାକ,ଇରାନ, ରୁଷିଆ ଆଦି ୧୦ଟି ଦେଶର ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା
ପ୍ରଥମେ “ଇଫ୍ ୟୁ ଆର୍ ଏ ୱିମେନ୍’ ଏବଂ ପରେ “ଏବି ଫିନିସ୍ କ୍ରିପ୍'”ଫୁଡ଼୍ ଆଜ୍ ଆଇ ୱିସ୍’ “ବାର୍ଥ ଡ଼େ’ ପରି ଚଳଚିତ୍ର ଦର୍ଶକ ଦେଖିବାକୁ ପାଇଥିଲେ ।
ଟ୍ରଷ୍ଟର ସଭାପତି ପ୍ରିୟରଂଜନ ସାହୁଙ୍କ ସୁଚନା ଅନୁସାରେ ଉତ୍ସବ ରେ ତାଜାକିସ୍ଥାନ, ଇରାକ, ଇରାନ, ରୁଷିଆ, ୟାକ୍ରେନ୍, କାନାଡ଼ା, ଆରମେନିଆ,ଉଜବେକିସ୍ଥାନ,ସାଉ ଦିଆରବ,ଆଫଗାନିସ୍ଥାନ,ଫିଲିପାଇନ୍ସ ଭଳି ଦେଶର ଚଳଚିତ୍ର ପ୍ରଦର୍ଶିତ କରାଯିବ ।
ଉତ୍ସବରେ ଶ୍ରେଷ୍ଠ ପ୍ରାମାଣିକ ଚଳଚିତ୍ର,ଶ୍ରେଷ୍ଠ କ୍ଷୁଦ୍ର ଚଳଚିତ୍ର,ଶ୍ରେଷ୍ଠ ନିର୍ଦ୍ଦେଶକ ପରି ମୋଟ ୭ଟି ବିଭାଗରେ ପୁରସ୍କାର ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଉତ୍ସବର ପ୍ରଥମ ସନ୍ଧ୍ୟାରେ ଉତ୍ସବର ସଂପାଦିକା ଅଭିନେତ୍ରୀ ଅନୁ ଚୌଧୁରୀ ଙ୍କ ସମେତ ଅନେକ ଚଳଚିତ୍ର ଅଭିନେତା,ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ଉସସ୍ଥିତ ଥିଲେ ।
ଏହି ଉତ୍ସବରେ “ବୃନ୍ଦା’,”ନିରୂପାୟ’,”ପେନ୍ସନ୍’ ଏବଂ “ଠିକଣା’ ପ୍ରଭୃତି ୪ଟି ଓଡ଼ିଆ ଚଳଚିତ୍ର ମଧ୍ୟ ପ୍ରଦର୍ଶିତ କରାଯିବ । ଏହାଛଡ଼ା ହିନ୍ଦୀ,ବଙ୍ଗଳା,ତାମିଲ୍ ଆଦି ଭାଷାରେ ପ୍ରସ୍ତୁତ ୬ଟି ଚଳଚିତ୍ର ପ୍ରଦର୍ଶିତ କରାଯିବ ବୋଲି ସେ କହିଛନ୍ତି ।
ଓଡିଶା ଡଟ କମ

କେଦାର ମିଶ୍ର
ଶ୍ରୀମତୀ କାନନବାଲା, ରାଧାରାଣୀ, ପ୍ରତିମା ବୋଷ୍ ଓ ବୁଦ୍ଧିମତୀ କେତୋଟି ଝିଅଂକୁ ଆଣି ସେମାନଂକ ସହିତ ପୁଅ ପିଲାଂକୁ ସ୍ତ୍ରୀ ସଜାଇ ନାଟକ ମାନ ମଂଚସ୍ଥ କରାଗଲା।ତାହାପରେ କ୍ରମେ ଏହି ଅନୁଷ୍ଠାନରେ ଯୋଗଦେଲେ ଆହୁରି କେତୋଟି ଝିଅ।
୭. ସେ ବୋଧେ ଏକମାତ୍ର ଓଡିଆ ଅଭିନେତ୍ରୀ ଯିଏ ଅଭିନୟ କରିଥିବା ପ୍ରାୟ ୪୦ ଟି ସିନେମା ରୁ ୧୪ ଟି ଜାତୀୟ ପୁରଷ୍କାର ପାଇଛି।ତାଂକ ଅଭିନୟର ମୌଳିକତା ଓ ପ୍ରଭାବ ବିଷୟରେ ଅନେକ କଥା ଏଯାଏ ଲେଖା ଯାଇ ପାରିନାହଁ।
୧୯୩୬ ମସିହା ରେ ମୁକ୍ତିଲାଭ କରିଥିବା ପ୍ରଥମ ଓଡିଆ ସିନେମା ‘ସୀତା ବିବାହ’ ଠୁ ଆରମ୍ଭ କରି ୧୯୯୦ ଦଶକ ଯାଏ ଓଡିଆ ସିନେମା ର ବର୍ଣମୟ ଯାତ୍ରା କୁ ଦେଖିବା ଲାଗି ସିନେମାର ରୂପେଲି ପରଦା ନୁହଁ ବରଂ ସିନେମା ପୋଷ୍ଟର ମାଧ୍ୟମରେ ଇତିହାସର ଏକ ସଂକ୍ଷିପ୍ତ ସ୍ଵରୂପ କୁ ଦେଖେଇବା ଲାଗି ଏହି ପ୍ରଦର୍ଶନୀର ପରିକଳ୍ପନା କରା ଯାଇ ଥିଲା ।
ବିଶିଷ୍ଟ ସିନେମା ଗବେଷକ ତଥା ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଂକ ପ୍ରଚୁର ପରିଶ୍ରମ, ଏକନିଷ୍ଠ ଗବେଷଣ। ଓ ନିରନ୍ତର ତଥ୍ୟ ସଂଗ୍ରହର ଆଗ୍ରହ ର ଫଲଶ୍ରୁତି ହେଉଚି ଏହା ପ୍ରଦର୍ଶନୀ ।