• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମନୋରଞ୍ଜନ

ନିର୍ମାଣ ହେଉଛି ଆକ୍ସନ ଫିଲ୍ମ ‘ଆଦିତ୍ୟ ଦି ଏନକାଉଣ୍ଟର ସ୍ପେଶାଲିଷ୍ଟ’

August 24, 2012 by admin Leave a Comment

ଭୁବନେଶ୍ୱର,ଅଗଷ୍ଟ ୨୪ (ଓଡ଼ିଶା ଡ଼ଟ୍ କମ୍) ଖୁବ୍ ଶିଘ୍ର ପ୍ରସ୍ତୁତ ହେଉଛି ଏକ ଆକ୍ସନ୍ ଫିଲ୍ମ । ତାହା ହେଉଛି ପ୍ରସାଦିନୀ ଏଣ୍ଟରଟେନମେଣ୍ଟ ନିବେଦିତ ତଥା ପ୍ରଶାନ୍ତ ପାଲ୍ଙ୍କ ଫିଲ୍ମ ‘ଆଦିତ୍ୟ ଦି ଏନକାଉଣ୍ଟର ସ୍ପେଶାଲିଷ୍ଟ’’ ।

ସିନେମାର ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି ବିଜୟ ମହାନ୍ତି, ଅସିତ୍ ପତି, ମନୋଜ, ଅନୀତା ଦାସ୍, ଭଗବାନ, ବାପୁ ସାହୁ, ରବି ମିଶ୍ର, ହାସ୍ୟାଭିନେତା ଥିନ୍ ,ଶିଶୁ କଳାକାର ବାଲ୍ ଓ ନବାଗତ ନାୟକ ରାଜବୀର୍ ।

ଏହାକୁ ପ୍ରଯୋଜନା କରୁଛନ୍ତି ସରୋଜ କୁମାର ସାମନ୍ତରାୟ ଓ ନିର୍ଦ୍ଦେଶନା ଦେଉଛନ୍ତି ନିମାଇଁ ଓଝା । ଏହାର ସଂଗୀତ ପି.କୁମାର ସଜାଇଥିବାବେଳେ କାହାଣୀ ଓ ସଂଳାପ ରଚନା କରିଛନ୍ତି ଚିନ୍ମୟ ଦାସ୍ ପଟ୍ଟନାୟକ । ନିକଟରେ ଏହି ଫିଲ୍ମ ୟୁନିଟ୍ ଏହାର ମହୁରତ୍ ସାରି ଆସୁଛି ଶୁଟିଂଫ୍ଲୋରକୁ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମନୋରଞ୍ଜନ, ମୁଖ୍ୟ ଖବର Tagged With: ଆକ୍ସନ ଫିଲ୍ମ

ଶୁଟିଂ ବେଳେ ଅଭିନେତ୍ରୀ ଅର୍ଚ୍ଚିତା ଆହତ

January 19, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ଏକ ଓଡ଼ିଆ ଚଳଚ୍ଚିତ୍ରର ଶୁଟିଂ ବେଳେ ହାଇଦ୍ରାବାଦରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚତା ଆହତ ହୋଇଛନ୍ତି ।

ରାମୋଜି ଫିଲ୍ମ ସିଟିରେ ଗୁରୁବାର “ଶପଥ” ଚଳଚ୍ଚିତ୍ରର ଶୁଟିଂ ଚାଲିଥିବା ବେଳେ ଏକ ଗୀତରେ ଶୁଟିଂ ହେଉଥିବା ବେଳେ ସେ ଭାରସାମ୍ୟ ହରାଇ ପ୍ରାୟ ୨୦ ଫୁଟ୍ ତଳକୁ ପଡ଼ିଯାଇଥିଲେ ।

ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ନିକଟସ୍ଥ ଡ଼ାକ୍ତରଖାନାକୁ ନିଆଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ନଥିଲେ ମଧ୍ୟ ତାଙ୍କୁ ଭୁବନେଶ୍ୱର ନେବା ପାଇଁ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି ।

ଏହି ଘଟଣାପରେ ଶୁଟିଂ ବନ୍ଦ କରିିଆଯାଇଛି । ମ୍ୟାଗନମ୍ ମିଡ଼ିଆ ପ୍ରା.ଲି ବ୍ୟାନରେ ଅଶୋକ ପତିଙ୍କ ଦ୍ୱାରା ନିର୍ଦେଶୀତ ଏହି ଚଳଚ୍ଚିତ୍ରର ଶୁଟିଂ ଶେଷ ପର୍ଯ୍ୟାୟରେ ପହଂଚିଛି ।

ଏଥିରେ ଆକାଶ ଅଭିନେତା ଭୂମିକାରେ ଅଭିନୟ କରୁଥିବା ବେଳେ ମିହିର ଦ।ସ, ପିଣ୍ଟୁ ନନ୍ଦ,ମୀନକେତନ, ପ୍ରୀତିରାଜ, ଚୌଧୁରୀ ଜୟପ୍ରକାଶ ଦ।ସ ପ୍ରମୁଖ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମନୋରଞ୍ଜନ, ମୁଖ୍ୟ ଖବର Tagged With: eûùcûRò `òfà iòU, ମନୋରଞ୍ଜନ

ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ବଲିଉଡ଼ ଚଳଚ୍ଚିତ୍ର ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ୧୨ ଡ଼ିସେମ୍ବର ସୋମବାର ଭୁବନେଶ୍ୱରରେ ପହଂଚିଛନ୍ତି ।

December 12, 2011 by ଓଡିଶା ଡଟ କମ

ଏକ କାର୍ଯ୍ୟକ୍ରମରେ ଯୋଗ ବୋପାଇଁ ବଲିଉଡ଼ ଚଳଚ୍ଚିତ୍ର ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ୧୨ ଡ଼ିସେମ୍ବର ସୋମବାର ଭୁବନେଶ୍ୱରରେ ପହଂଚିଛନ୍ତି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମନୋରଞ୍ଜନ, ମୁଖ୍ୟ ଖବର

ଧର୍ମପଦ ପୁରସ୍କାର ଚୟନ ବିବାଦର ତଦନ୍ତ ନିଷ୍ପତ୍ତି

February 3, 2009 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୩ (ଓଡିଶା ଡଟ୍ କମ୍) ରାଜ୍ୟରେ ଶିଳ୍ପୀମାନଙ୍କୁ ଦିଆଯାଇଥିବା ସର୍ବଶ୍ରେଷ୍ଠ ପୁରସ୍କାର ଓ ସମ୍ମାନ “ଧର୍ମପଦ ପୁରସ୍କାର’ମନୋନୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ବିବାଦର ତଦନ୍ତ କରାଯିବ ।

ଏହି ମନୋନୟନ ପ୍ରକ୍ରିୟା ଅଭିଯୋଗ ସମ୍ପର୍କରେ ତଦନ୍ତ କରିବାକୁ ରାଜ୍ୟ ଶକ୍ତି ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ପୂର୍ବତନ ପୋଲିସ୍ ମୁଖ୍ୟ ବିପିନୀବିହାରୀ ମିଶ୍ରଙ୍କୁ ନିର୍ଦେଶ ଦେଇଛନ୍ତି ।

ଧର୍ମପଦ ପୁରସ୍କାର ଲାଗି ଠିକ୍ ଭାବେ ମନୋନୟନ ପ୍ରକ୍ରିୟା ପାଳନ କରାଯାଇଛି କି ନାହିଁ, ରାଜ୍ୟ ସଂସ୍କୃତି ବିଭାଗ ଓ ଲଳିତକଳା ଏକାଡେମୀ ର ଏ ନେଇ ଭୂମିକା, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରଭାବିତ କରିବାକୁ ଚେଷ୍ଟା କରିଛନ୍ତି କି ନାହିଁ ସେ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ପୁଙ୍ଖାନାପୁଙ୍ଖ ତଦନ୍ତ କରିବେ ।

ଖୁବ୍ ଶୀଘ୍ର ଏହାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ପାତ୍ର ନିଦେ୍ର୍ଧଶ ଦେଇଛନ୍ତି ।

ଧର୍ମପଦ ମନୋନୟନ ପ୍ରକ୍ରିୟାକୁ ଓଡିଶା ଲଳିତକଳା ଏକାଡେମୀର ସଚିବ ଠିକ ଭାବେ ପାଳନ କରି ନାହାଁନ୍ତି ବୋଲି ବିଭିନ୍ନ ଶିଳ୍ପୀଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇ ଅଦାଲତର ଆଶ୍ରୟ ନେବାକୁ ଧମକ ଦିଆଯାଇଛି ।

ରାଜ୍ୟର କେତେକ ବିଶିଷ୍ଟ ଶିଳ୍ପୀ ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।

ରାଜ୍ୟର ଏହି ସର୍ବୋଚ୍ଚ ସମ୍ମାନକୁ ଖାମଖିଆଲି ଭାବେ କୌଣସି ନିୟମାବଳୀ କୁ ଅନୁସରଣ କରାନଯାଇ ନିଜ ମନୋନୀତ ବ୍ୟକ୍ତିମାନଙ୍କୁ ଧର୍ମପଦ ପୁରସ୍କାର ପାଇଁ ଚୂଡାନ୍ତ କରାଯିବା ଏହି ସମ୍ମାନରେ ଗଭୀର ଆଞ୍ଚ ଆଣିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ପ୍ରତିବର୍ଷ ଲଳିତକଳା ଏକାଡେମୀ ଧର୍ମପଦ ସମ୍ମାନ ପ୍ରଦାନ କରିଥାଏ । ଏଥିପାଇଁ ପଚାଶ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ମନୋରଞ୍ଜନ Tagged With: ଓଡିଶା, ଧର୍ମପଦ, ପୁରସ୍କାର, ଲଳିତକଳା ଏକାଡେମୀ, ସମ୍ମାନ

ମହାବାତ୍ୟା ବିଧବାଙ୍କୁ ନେଇ “କଥାନ୍ତର’

August 9, 2006 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅଗଷ୍ଟ ୯ (ଓଡିଶା ଡଟ କମ) “କଥାନ୍ତର’ । ୧୯୯୯ ମହାବାତ୍ୟାରେ ବିଧବା ହୋଇଥିବା କଳ୍ପନାର ମାନସିକ ଅସ୍ଥିରତା, ନାଚାରତା, ଦୃଢ଼ତା, ଏବଂ ତା’ ଆଗରେ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ସ୍ଥିତିର ଏକ ଚିତ୍ର ମାତ୍ର । କଳ୍ପନାର ଚରିତ୍ର ଚାରିପାଖରେ ଘୁରି ବୁଲିଛି ଏହି ଚଳଚିତ୍ରର କଥା । ତାହାରିମାଧ୍ୟମରେ କାହାଣୀରେ ଫୁଟି ଉଠିଛି ମହାବାତ୍ୟା ପରବର୍ତ୍ତୀ ମଣିଷର ଅଭାବ ବୋଧ ଓ ସଂଘର୍ଷ ।

ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏହି ଚିତ୍ରରେ ସତ୍ୟର ଏକ ପ୍ରତିଛବି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୧୯୯୭ରେ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର “ଶୂନ୍ୟ ସ୍ୱରୂପ’ର ନିଦେ୍ର୍ଧଶନା ପରେ ଶ୍ରୀ ଖଟୁଆଙ୍କର ଏହା ଆଉ ଏକ ସଫଳ କୃତୀ ।

ଓଡ଼ିଶାର ମହିଳା ପତ୍ରିକା “କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତଙ୍କ ପ୍ରଯୋଜନାରେ ମାତ୍ର ୩୦ ଦିନର ସୁଟିଂରେ ପ୍ରସ୍ତୁତ ହୋଇପାରିଥିବା ବ୍ୟାବସାୟିକ ଦୃଷ୍ଟି କୋଣ ସହ ୧ ଘଣ୍ଟା ୧୬ ମିନିଟର ଏକ କଳାତ୍ମକ ଚଳଚ୍ଚିତ୍ର “କଥାନ୍ତର’ ଖୁବ୍ ଶୀଘ୍ର ଆଞ୍ଚଳିକ ସ୍ତରରେ ମୁକ୍ତିଲାଭ କରୁଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ପାଇଁ ଯୋଜନା ମଧ୍ୟ ଚାଲିଛି ।

୧୯୯୯ର ମହାବାତ୍ୟା ବିଗତ ଶତାବ୍ଦୀରେ ସର୍ବାଧିକ ଭୟଙ୍କର ଦୈବୀ ଦଣ୍ଡ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଏହା ଖିନଭିନ୍ କରିବା ସହ ସହସ୍ରାଧିକ ଲୋକଙ୍କ ଜୀବନ ନେଇଥିଲା । ହଜାର ହଜାର ଲୋକଙ୍କୁ ଗୃହହୀନ କରି ଏହା ସବୁ ଦିନ ପାଇଁ ଏକ ଆତଙ୍କର ପରିଚିତି ପାଇଥିଲା ।

ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ବାଂଲାଦେଶୀ ଶରଣାର୍ଥୀ । ପ୍ରଭାବିତ ଅଞ୍ଚଳକୁ ସ୍ୱେଛାସେବୀ ସଂସ୍ଥା, ଗଣମାଧ୍ୟମ, ରାଜନେତା ଓ ସ୍ୱାର୍ଥାନ୍ୱେଷୀଙ୍କ ସୁଅ ଛୁଟିଥିଲା ।

ଅତ୍ୟଧିକ ବାହ୍ୟ ହସ୍ତକ୍ଷେପ ସ୍ଥାନୀୟ ଲୋକଙ୍କ ନୈତିକ ମୂଲ୍ୟବୋଧରେ କ୍ରମ ଅବନତି ଆଣି ଖେଲାଇଥିଲା ଦୁର୍ନୀତି ଓ ନୈତିକ ଅଧପତନ । ପ୍ରାରମ୍ଭରେ ଏହି କଥାବସ୍ତୁକୁ ଅତୀତର ପ୍ରତ୍ୟାବର୍ତ୍ତନ ଭାବେ ନିଆଯାଇ ମହାବାତ୍ୟା ବର୍ଷପୂର୍ତ୍ତିରୁ ହିଁ ଅୟମାରମ୍ଭ ହୋଇଛି କାହାଣୀ “କଥାନ୍ତର’ ।

ଏକ ସ୍ୱେଛାସେବୀ ସଂସ୍ଥା ସାହାଯ୍ୟରେ ବାତ୍ୟା ପରବର୍ତ୍ତୀ ଲୋକଙ୍କ ସ୍ଥିତିକୁ ପ୍ରାମାଣିକ ଚତ୍ରରେ ସ୍ଥାନ ଦେବାକୁ ଉଦ୍ୟମ କରିଛନ୍ତି ବଙ୍ଗଳା ଦେଶର ଟିଭି ସାମ୍ବାଦିକ ଦୀପଙ୍କର । ପରିସ୍ଥିତି କ୍ରମରେ ସେ ବାତ୍ୟା ବିଧବା କଳ୍ପନା ସଂସ୍ପର୍ଶରେ ଆସି ତାକୁ ହିଁ ଏକ ସ୍ୱତନ୍ତ୍ର ରିପୋର୍ଟର ମୁଖ୍ୟ କଥାବସ୍ତୁ କରିବାକୁ ଇଛା ପ୍ରକାଶ କରିଛନ୍ତି ।

କଳ୍ପନାର ବାଲ୍ୟାନୁଭୂତି ସମସ୍ତ ବାଂଲାଦେଶୀ ଶରଣାର୍ଥୀଙ୍କ ଭଳି କଷ୍ଟ ଦାୟକ । ଦେଶ ବିଭାଜନ ବେଳେ ବହୁ ଶରଣାର୍ଥୀଙ୍କ ଭଳି କଳ୍ପନାର ପିତା ମଧ୍ୟ ପୂର୍ବ ବଙ୍ଗରୁ ପଳାଇ ଆସିବାକୁ ବାଧ୍ୟ ହୋଇଥିଲେ । ଆଶ୍ରୟ ନେଇଥିବା ଦେଶର ନାଗରିକ ହୋଇ ମଧ୍ୟ ତାଙ୍କୁ ପ୍ରତିଟି ମୁହୂର୍ତ୍ତରେ ବଞ୍ଚିବା ପାଇଁ ଲଢ଼େଇ କରିବାକୁ ପଡ଼ୁଥିଲା ।

ଓଡ଼ିଶାରେ ଜନ୍ମିତ କଳ୍ପନା ଅନଟନର ବାଲ୍ୟକାଳ ଛାଡ଼ି ମତ୍ସ୍ୟଜୀବୀ ସ୍ୱାମୀ ସହ ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ ଦେଖୁଥିବା ବେଳେ ୧୯୯୯ର ମହାବାତ୍ୟା ତାକୁ ଧୂଳିସାତ୍ କରିଥିଲା ।

ମହାବାତ୍ୟାରେ ପରିବାରକୁ ହରାଇ ସୌଭାଗ୍ୟରେ ବଞ୍ଚି ରହିଥିବା କଳ୍ପନାକୁ ବାଲ୍ୟବନ୍ଧୁ ଅକ୍ଷୟଠାରୁ ଦୃଢ଼ ମାନସିକତାର ପ୍ରୋତ୍ସାହନ ମିଳିଥିଲେ ବି ଜନ୍ମଭୂମିରେ ତାକୁ କିପରି ଏକ ଶୂନ୍ୟତା ଗ୍ରାସିଥିଲା ।

“ଏକଲା ଚଲୋ’ ନୀତିରେ ଜୀବନର ଲଢ଼େଇରେ ହାରି ଯାଇଥିବା କଳ୍ପନା କୌଣସି ପ୍ରଚାରର ମାଧ୍ୟମ ନହେବା ପାଇଁ ସାମ୍ବାଦିକ ଦୀପଙ୍କରଙ୍କୁ ସାକ୍ଷାତକାର ଦେବାକୁ ମନା କରିଦେଇଛି । ନିରାଶ ଦୀପଙ୍କର ଅସମ୍ପୂର୍ଣ୍ଣ କାହାଣୀ ସହ ଫେରି ଯାଇଛନ୍ତି ନିଜ କର୍ମଭୂମିକୁ ।

ଅନିଶ୍ଚିତ ଭବିଷ୍ୟତ ଲକ୍ଷ୍ୟରେ ଏକାକୀ ଜୀବନ କାଟୁଥିବା କଳ୍ପନା ସ୍ୱେଛାସେବୀ ସଂସ୍ଥାରେ ଛୋଟ ଚାକିରି କରି ଏହି ଲୋଲୁପ ସମାଜରେ ନିଜର ପରିଚୟ ସୁରକ୍ଷା ଚେଷ୍ଟାରେ ଥିଲା । ପରିବାର ସଦସ୍ୟଙ୍କ ମୃତୁ୍ୟ କ୍ଷତିପୂରଣ ପାଇବାକୁ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଅବିରାମ ଦୌଡ଼ରେ ତାର ସମୟ ସୀମିତ ଥିଲା ।

କଳ୍ପନାର ଲଢ଼େଇରେ ସାଥ୍ ଦେଇଥିଲା ସମ୍ପର୍କୀୟ ରୂପା । ମହାବାତ୍ୟା ରୂପାଠାରୁ ସ୍ୱାମୀ ଓ ପିଲାଙ୍କୁ ଛଡ଼ାଇ ନେଇଥିଲେ ବି ଆଶାବାଦୀ ଜୀବନ ଲକ୍ଷ୍ୟରେ ସେ ଆଦରିଥିଲା ଜଣେ ନାମକୁ ମାତ୍ର ସ୍ୱାମୀକୁ ।

ସରକାରୀ କ୍ଷତିପୂରଣ ଅନୁଦାନକୁ ଭୋଗ କରିବା ଆଶାରେ ଆଗେଇ ଆସିଥିବା ତଥାକଥିତ ସ୍ୱାମୀକୁ ନେଇ ରୂପାର ସଂସାର ଅସୁଖୀ ଥିଲା । ତଥାପି ମନପସନ୍ଦର କାହାକୁ ବାଛିବା ପାଇଁ ସେ କଳ୍ପନାକୁ ପ୍ରବର୍ତ୍ତାଇବାରେ ଲାଗିଥିଲା ।

କଳ୍ପନାର ନିରୀହତା, ସୌନ୍ଦର୍ଯ୍ୟ ଏବଂ ଦୃଢ଼ତାରେ ବେଶ୍ ପ୍ରଭାବିତ ହୋଇଥିବା ଦୀପଙ୍କର କେବଳ ତାକୁ ସାକ୍ଷାତର ଅଭୀପ୍ସା ନେଇ ବିନା କ୍ୟାମେରା ୟୁନିଟ୍ରେ ପୁଣି ଦୌଡ଼ି ଆସିଛି ବଙ୍ଗଳା ଦେଶରୁ । ଢ଼ାକାର ଜୀବନ, ପରିବେଶକୁ କଳ୍ପନା ଆଗରେ ବର୍ଣ୍ଣନା କରିବା ସହ ଦୀପଙ୍କର ତାର ଦୁଃଖରେ ଅବସାନ ଘଟାଇ ହାତ ଧରିବାକୁ ଇଛା ପ୍ରକାଶ କରିଛି ।

ଜଣେ ଅଜଣା ଲୋକର ହାତ ଧରିବା ଥିଲା କଳ୍ପନା ପକ୍ଷେ ଅତୀବ କଷ୍ଟକର । କିନ୍ତୁ କ୍ଷତିପୂରଣ ଅର୍ଥ ପାଇଁ ଅବିରାମ ଦୌଡ଼, ଗ୍ରାମ୍ୟ ଯୁବକଙ୍କ ଆଖିରେ ତାର ଚରିତ୍ରର ପ୍ରଶ୍ନ ଏବଂ ସମ୍ପର୍କୀୟା ରୂପାର ସ୍ୱାମୀର ତା’ ପ୍ରତି ଲୋଲୁପ ଦୃଷ୍ଟି ଏ ସବୁକୁ ମନେ ପକାଇ କଳ୍ପନା ନିଜକୁ ଅସହାୟ ମଣିବା ସହ ବୀତସ୍ପୃହ ହୋଇ ଉଠୁଥିଲା ।

ବାଲ୍ୟକାଳ କଟିଥିବା ପରିବେଶରେ ଜଣେ ସୁନ୍ଦରୀ ଅସହାୟା ବିଧବା ଏକାକୀ ଦିନ କାଟିବା କେତେ କଷ୍ଟ ତାହା ରୂପା ଅନୁଭବ କରିପାରି ଦୀପଙ୍କର ପୂର୍ବଜଙ୍କ ଦେଶକୁ ପଳାଇବାକୁ ସେ କଳ୍ପନାକୁ ପ୍ରବର୍ତ୍ତାଇଥିଲା ।

କିନ୍ତୁ ବାଂଲାଦେଶକୁ ଯିବା ପୂର୍ବରୁ କୋଲକାତାର ସଂକ୍ଷିପ୍ତ ରହଣିରେ କଳ୍ପନା ଅନୁଭବ କରିପାରିଛି ଢ଼ାକାର ସହର ସଭ୍ୟତାରେ ସେ ଅଧିକ ଅଣ ନିଃଶ୍ୱାସୀ ହୋଇଯିବ । ବାଲ୍ୟକାଳର ଖୁସି ମୁହୁର୍ତ୍ତ ତାକୁ ସାରା ଜୀବନ ଅସ୍ତବ୍ୟସ୍ତ କରିବ ।

ସେ ବୁଝି ପାରିଛି ତାକୁ ବିବାହ କରିବା ପଛରେ ଅଛି ଦୀପଙ୍କରର ଉଚ୍ଚକାଂକ୍ଷା । କ୍ୟାରିଅର ଗଢ଼ିବାର ସ୍ୱପ୍ନ ଦେଖୁଥିବା ଦୀପଙ୍କର କେବେ ତାର ଦୁଃଖଦ ଅନୁଭୂତିକୁ ଦୂରେଇବାରେ ସଫଳ ହେବନାହିଁ ।

ଏହି ଚିନ୍ତାଧାରାକୁ ପାଥେୟ କରି କଳ୍ପନା ଫେରି ଆସିଛି ଜନ୍ମଭୂମିକୁ । ତେବେ ଆସିବା ପୂର୍ବରୁ ଦୀପଙ୍କରର ସ୍ୱତନ୍ତ୍ର ରିପୋର୍ଟକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଜ କାହାଣୀକୁ କଳ୍ପନା ଏକ ରେକର୍ଡ଼ିଂ କରି ରଖି ଆସିଛି ।

କିନ୍ତୁ କଳ୍ପନା ପ୍ରତି ଥିଲା ଭାଗ୍ୟର ବିଦ୍ରୁପ । ଜନ୍ମସ୍ଥାନକୁ ଫେରିବା ବେଳକୁ ସ୍ଥିତିରେ ଓଲଟ ପାଲଟ ହୋଇ ସାରିଥିଲା । ବାଂଲାଦେଶୀ ଶରଣାର୍ଥୀଙ୍କୁ ଅନୁପ୍ରବେଶକାରୀ ଆଖ୍ୟା ଦେଇ ୩୦ ଦିନ ମଧ୍ୟରେ ଦେଶ ଛାଡ଼ିବାକୁ ନୋଟିସ ଦିଆଯାଇଥିଲା । ଅଧିକାର ସାବ୍ୟସ୍ତକରିବାକୁ ଚାଲିଥିଲା ବିକ୍ଷୋଭ ପ୍ରତିବାଦ । ଗ୍ରାମରେ ପହଞ୍ଚିବା ମାତ୍ରେ ତାକୁ ମଧ୍ୟ ନୋଟିସ ମିଳିଥିଲା ।

ତଥାପି କଳ୍ପନା ସମସ୍ତ ପ୍ରତିକୂଳ ସ୍ଥିତିରେ ନିଜ ଅଧିକାର ପାଇଁ ଲଢ଼େଇ କରି ବଞ୍ଚିବାର ଲକ୍ଷ୍ୟରେ ଜନ୍ମଭୂମିକୁ ଆଦରି ନେଇଛି । ଏହିଠାରେ ହିଁ ଶେଷ ହୋଇଛି “କଥାନ୍ତର’ର କଥା….. । ଆରମ୍ଭ ହୋଇଛି ଅନ୍ୟ ଏକ କାହାଣୀ…. ।

ଚଳଚ୍ଚିତ୍ରର ଏକମାତ୍ର ସଙ୍ଗୀତ “ନଦୀରେ ନଦୀରେ…’କୁ ଗାଇଛନ୍ତି ସ୍ୱରୂପ ନାୟକ । ଚଳଚ୍ଚିତ୍ରର ବିତରଣ ଦାୟିତ୍ୱରେ ଅଛନ୍ତି କାଦମ୍ବିନୀ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼୍ ।

ଜଗତସିଂହପୁର ଜିଲ୍ଲାର ଏରସମା ଏବଂ କେନ୍ଦ୍ରାପଡ଼ା ଜିଲ୍ଳାର ମହାକାଳପଡ଼ା ତଥା ନିକଟବର୍ତ୍ତୀ ଗ୍ରାମ, କୋଲକାତା ଏବଂ ଭୁବନେଶ୍ୱରରେ “କଥାନ୍ତର’ର ସୁଟିଂ କରାଯାଇଛି ।

ଏହାର ବିଭିନ୍ନ ଭୂମିକାରେ ଅଛନ୍ତି, ଅନୁ ଚୌଧୁରୀ (କଳ୍ପନା), ଭାସ୍ୱତୀ ବାସୁ (ରୂପା), ରାଶେଷ ମହାନ୍ତି (ଅକ୍ଷୟ), ଦେବପ୍ରସାଦ ଦାଶ (ଦୀପଙ୍କର), ଚୌଧୁରୀ ବିକାଶ ଦାସ (ବିକାଶ ମଣ୍ଡଳ), ମିହିର ସ୍ୱାଇଁ (ମିହିର) ଏବଂ ରଞ୍ଜିତ(ରଞ୍ଜିତ) ।

ଓଡିଶା ଡଟ କମ

News Bureau
News Bureau

Filed Under: ମନୋରଞ୍ଜନ Tagged With: ଅଚ୍ୟୁତ ସାମନ୍ତ, ଇତି ସାମନ୍ତ, ଇତିରାଣୀ ସାମନ୍ତ, କାଦମ୍ବିନୀ, କାଦମ୍ବିନୀ ପତ୍ରିକା, କିସ୍, କ୍ରାନ୍ତିଧାରା, ଚଳଚିତ୍ର, ଛାତ୍ରଛାତ୍ରୀ, ଲେଖକ ସମ୍ମିଳନୀ, ହିମାଂଶୁ ଖଟୁଆ, ହିମ୍ୟାନ୍ ହିରୋ ଧର୍ମେନ୍ଦ୍ର

  • « Go to Previous Page
  • Go to page 1
  • Interim pages omitted …
  • Go to page 5
  • Go to page 6
  • Go to page 7

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ