• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସମଦୃଷ୍ଟି

ଅସୁବିଧାର ସଙ୍କେତ

May 30, 2017 by ଓଡିଶା ଡଟ କମ Leave a Comment

ବିକାଶଶୀଳ ଦେଶରେ କାମ କରୁଥିବା ଶ୍ରମିକମାନଙ୍କ ଦ୍ୱାରା ନିଜ ଦେଶକୁ ପଠାଯାଉଥିବା ଟଙ୍କା କ୍ରମାଗତ ଭାବେ ୨୦୧୫ ଏବଂ ୨୦୧୬ରେ କମି କମି ଆସିଛି । ଯେତେବେଳେ କି ୨୦୧୬ ମସିହାରେ ବିକାଶଶୀଳ ଦେଶମାନଙ୍କୁ ପଠାଯାଉଥିବା ଟଙ୍କା ସାମଗ୍ରିକ ଭାବେ ଶତିକଡ଼ା ୨.୪ ଭାଗ ହ୍ରାସ ପାଇଲା, ଭାରତ ପାଇଁ ତାହା ବହୁତ ଅଧିକ ତଥା ଶତକଡ଼ା ୯ ଭାଗ ଥିଲା । ଭାରତ ହେଉଛି ବିଶ୍ୱର ସବୁଠାରୁ ଅଧିକ ଶ୍ରମ ପାଉଣା ଗ୍ରହଣ କରୁଥିବା ଦେଶ ।
ଯଦି ଏହି ଧାରାଟି ଜାରି ରହେ ତେବେ କେବଳ ଦେଶର ହିସାବ ଖାତାଟି ଅସନ୍ତୁଳିତ ହେବନାହିଁ, ଏହା ମଧ୍ୟ କେରଳ ଭଳି କେତେକ ରାଜ୍ୟକୁ ନିର୍ଦ୍ଦିଷ୍ଟ ଭାବେ କ୍ଷତି ପହାଇବ ଯେଉଁଠି ସର୍ବାଧିକ ଲୋକ ଦାଦନ ଖଟିବା ପାଇଁ ପ୧⁄୨ିମ ଏସିଆ ସମେତ ଅନେକ ଦରିଆପାରି ଇଲାକାକୁ ଯାଇଥାନ୍ତି । ଶ୍ରମିକମାନଙ୍କର ପଇସା ଆସିବା କଥାଟି ଅର୍ଥନୀତିରେ ମିଶ୍ରିତ ପ୍ରଭାବ ପକାଇଥାଏ ।

ନାଲି ଗାଲିଚା ପକେଇ ବିଦେଶୀ ପୁଞ୍ଜି ବିନିଯୋଗକାରୀଙ୍କୁ ସରକାର ପାଛୋଟି ନେବା ସ୍େୱ, ଶ୍ରମିକମାନେ ପଠାଉଥିବା ପଇସାରେ ହ୍ରାସ ଘଟିବା ଏବଂ ବିଦେଶୀ ଅନୁଦାନ ଯାହାକୁ ମାର୍ଜିତ ଭାଷାରେ ସରକାରୀ ବିକାଶ ସହାୟତା କୁହାଯାଏ ତାହା ସ୍ଥିର ରହିବା କଥାଟି ଦେଶ ପାଇଁ କିଛି ଭଲ ଖବର ନୁହେଁ ।

ଯେଉଁ ତଥ୍ୟ ସବୁ ଉପରେ ଦିଆଯାଉଛି ତାହା ‘ଦାଦନ ଓ ପଠାଯାଉଥିବା ପାଉଣା’ ନାମରେ ଏପ୍ରିଲ ମାସରେ ପ୍ରକାଶିତ ଏକ ରିପୋର୍ଟରେ ସ୍ଥାନିତ ହୋଇଛି । ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ଗ୍ଲୋବାଲ ନଲେଜ୍ ପାର୍ଟନରସିପ୍ ଅନ ମାଇଗ୍ରେସନ୍ ଏଣ୍ଡ ଡେଭେଲପମେ (କଘଙଗଇଊ), ଯାହାକି ବିଶ୍ୱବ୍ୟାଙ୍କ ଏବଂ ଜର୍ମାନୀ, ସ୍ୱିଡ଼େନ୍ ଓ ସୁଇଜରଲାଣ୍ଡ ସରକାରଙ୍କର ଦ୍ୱାରା ପ୍ରତିଷ୍ଠିତ ଓ ଅନୁଦାନ ପ୍ରାପ୍ତ ଏକ ବହୁରାଷ୍ଟ୍ରୀୟ ସଂସ୍ଥା ।

ଏହି ରିପୋର୍ଟ କହିଛି ଯେ ୨୦୦୮ର ବିଶ୍ୱ ଅର୍ଥନୈତିକ ସଙ୍କଟ ପରେ ଯଦିଓ ବିଦେଶରୁ ପଠାଯାଉଥିବା ଅର୍ଥ କମିଯାଇଥିଲା, ତେବେ ବର୍ଷକ ଭିତରେ ସେହି ସ୍ଥିତି ସୁଧରି ଯାଇଥିଲା । କିନ୍ତୁ ଅନେକଗୁଡ଼ିଏ କାରଣ ଯୋଗୁଁ ଗତ ଦୁଇବର୍ଷ ଭିତରେ ବିଦେଶରୁ ପଠାଯାଉଥିବା ପଇସା କମିଯାଉଛି, ସେ ଭିତରେ ଅଛି ଅସୌଧିତ ତୈଳ ଦରରେ ହ୍ରାସ, ରଷିଆ ଏବଂ ଗଲ୍ଫ ସହଯୋଗ ଦେଶମାନଙ୍କର ଦୁର୍ବଳ ଆର୍ଥିକ ଅଭିବୃଦ୍ଧି ତଥା ଅର୍ଥ ବିନିମୟ ହାରରେ ଅସ୍ଥିରତା ।

ରିପୋର୍ଟରେ କୁହାଯାଇଛି ଯେ ସେମାନଙ୍କର ଏବଂ ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ସଙ୍ଗଠନର ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅର୍ଦ୍ଧକୁଶଳୀ ଶ୍ରମିକମାନେ ବିବେକବିହୀନ ଦଲାଲମାନଙ୍କ ଦ୍ୱାରା ନିଯୁକ୍ତି ପାଇବା ବେଳେ ଯେଉଁ ଲୁଣ୍ଠନର ଶିକାର ହେଉଛନ୍ତି ତାହା ଗୋଟିଏ ବର୍ଷର ପାଉଣା ସହ ସମତୁଲ । ପୁଣି ଘରକୁ ପଠାଉଥିବା ପଇସା ପାଇଁ ସେମାନଙ୍କୁ ପ୍ରତି ୧୦୦ ଟଙ୍କାରେ ହାରାହାରି ୭ଟଙ୍କା ୫୦ ପଇସା ଦେବାକୁ ପଡ଼ୁଛି ।

ଏଥିସହିତ ଅନେକ ରିପୋର୍ଟରୁ ଜଣାପଡ଼ୁଛି ଯେ ‘ସମୃଦ୍ଧ’ ପ୧⁄୨ିମ ଏସିଆ ଦେଶମାନଙ୍କରେ ଭାରତରୁ ଆସିଥିବା ନିର୍ମାଣ ଶ୍ରମିକମାନେ କେଉଁ ଦୟନୀୟ ଅବସ୍ଥାରେ ବୁଛନ୍ତି । ଯେତେବେଳେ ଅର୍ଥନୀତି ନିମ୍ନଗାମୀ ହୋଇଥାଏ ବିଦେଶରୁ ପଠାଯାଉଥିବା ଏହି ଅର୍ଥଟି ବିଦେଶୀ ମୁଦ୍ରାର ଗୋଟିଏ ସ୍ଥିର ସ୍ରୋତଟିଏ ଯୋଗାଇ ଦେଇ ଅର୍ଥନୀତିକୁ ଚଳମାନ କରାଇ ରଖିଥାଏ । ବିଶ୍ୱବ୍ୟାଙ୍କର ହିସାବ ଅନୁସାରେ ବିଦେଶରୁ ପଠାଯାଉଥିବା ପଇସା ଗତ ୧୫ବର୍ଷ ଭିତରେ ତିନିଗୁଣ ବଢ଼ିଥିଲା । ଏବେ ମାତ୍ର ୨ବର୍ଷ ହେବ ସେଥିରେ ହ୍ରାସ ଘଟିଛି ।

୨୦୧୪ ମସିହାରେ ବିଦେଶରେ କାମ କରୁଥିବା ଶ୍ରମିକମାନେ ଯେଉଁ ଅର୍ଥ ପଠାଉଥିଲେ ସବୁଠାରୁ ଆଗରେ ଭାରତ ଥିଲା (୭୦ବିଲିୟନ ଆମେରିକୀୟ ଡଲାର ବା ଆଜିର ଦିନରେ ଯାହାର ଭାରତୀୟ ଟଙ୍କା ମୂଲ୍ୟ ହେବ – ୪ଲକ୍ଷ ୫୧ ହଜାର ୭୪୫ କୋଟି ଟଙ୍କା) ଏବଂ ପଛକୁ ଅଛି ଚୀନ୍ (୬୪ବିଲିୟନ ଆମେରିକୀୟ ଡଲାର) ।

ଯଦିଓ ବିଦେଶରୁ ପଠାଯାଉଥିବା ପଇସା କେତେକ ନିର୍ଦ୍ଦିଷ୍ଟ ପ୍ରକାର ଅର୍ଥନୈତିକ କାମକୁ ପ୍ରୋତ୍ସାହନ ଦିଏ (ଯେମିତିକି ଯାହା ପାଖକୁ ପଇସା ଆସୁଛି ତାହାର ଘର ତିଆରି ଇତ୍ୟାଦି), ଏହାର ନକାରାତ୍ମକ ପ୍ରଭାବ ମଧ୍ୟ ରହିଛି ଯେମିତିକି ବିସମତା ବଢ଼ିବା, ଶ୍ରମିକ ନମିଳିବା ଏବଂ ଲିଙ୍ଗଗତ ସନ୍ତୁଳନ ପ୍ରଭାବିତ ହେବା ।

ବିଶ୍ୱବ୍ୟାଙ୍କ ଭଳି ବହୁରାଷ୍ଟ୍ରୀୟ ଆର୍ଥିକ ଅନୁଷ୍ଠାନର ଅର୍ଥନୀତିଜ୍ଞମାନେ ଯୁକ୍ତି ରଖନ୍ତି ଯେ ବିଦେଶରୁ ଆସୁଥିବା ଅର୍ଥ ପାଇଁ ବ୍ୟାଙ୍କ ଖାତା ଖୋଲାଯାଏ ଯାହାଫଳରେ ଆର୍ଥିକ ସେବା ମିଳିପାରେ ।

ବିଦ୍ୱାନ ଓ ସମାଲୋଚକମାନେ ଏହି କଥା ସହ ଏକମତ ନୁହଁନ୍ତି ଏଇଥିପାଇଁକି ଯେ, ଅନୁପଯୁକ୍ତ ଆର୍ଥିକ ବିକାଶର ମୂଳ ସମସ୍ୟା ସମାଧାନ ଦିଗରେ ଆସୁଥିବା ଅର୍ଥ ସହାୟକ ହୋଇନଥାଏ ଏବଂ ଆସୁଥିବା ଅର୍ଥକୁ ତଥାକଥିତ ‘ସ୍ୱୟଂ ସହାୟକ ବିକାଶ’ର ମାଧ୍ୟମ ବୋଲି କହିବା ଅଧିକାଂଶ ସମୟରେ ଗରିବ ଲୋକଟିର ବୋଝକୁ ବଢ଼େଇ ଦେଇଥାଏ ।

ଭାରତର ବୈଦେଶିକ ମୁଦ୍ରା ବିନିମୟ ହିସାବ ଖାତାର ସନ୍ତୁଳନଟି ସାମଗ୍ରିକ ଭାବେ ଗଡ଼ବଡ଼ିଆ ସ୍ଥିତିରେ ଅଛି । ଗତ କିଛିମାସ ହେବ ରପ୍ତାନୀଟି ବଢ଼ିଛି ଗୋଟିଏ ବର୍ଷରୁ ଅଧିକ କାଳ ଏଥିରେ ହ୍ରାସ ଆସିବା ପରେ ।

ରିଜର୍ଭ ବ୍ୟାଙ୍କର ଏପ୍ରିଲ- ଡିସେମ୍ବର ୨୦୧୬ରେ ନେଣଦେଣ ତଥା ଅଦଳବଦଳର ହିସାବକୁ ତା ପୂର୍ବ ବର୍ଷର ଏହି ସମୟକାଳର ହିସାବ ସହ ଯଦି ତୁଳନା କରାଯାଏ, ତେବେ ସାମ୍ପ୍ରତିକ ନିଅିଆ ପରିସ୍ଥିତି (ଯେତେବେଳେ ରପ୍ତାନୀ ଅପେକ୍ଷା ଅଧିକ ଜିନିଷ ଆମଦାନୀ କରାଯାଇଥାଏ) ଏବଂ ବ୍ୟବସାୟିକ ବାଣିଜ୍ୟ ନିଅିଆ ପରିସ୍ଥିତି (ଯେଉଁଠି ସେବା କ୍ଷେତ୍ର ବା ପୁଞ୍ଜି ନେଣଦେଣ ନୁହେଁ କେବଳ ଜିନିଷପତ୍ରର ଆମଦାନୀ-ରପ୍ତାନୀ ଭିତରେ ଥିବା ତାରତମ୍ୟକୁ ବୁଝାଇଥାଏ) ଭିତରେ ପ୍ରଭେଦଟି ସଙ୍କୁଚିତ ହେଉଛି ।

ମୂଳ ବିଦେଶୀ ପୁଞ୍ଜିର ସିଧାସଳଖ ବା ପ୍ରତ୍ୟକ୍ଷ ବିନିଯୋଗ ବଢ଼ିଛି ଏବଂ ବିଦେଶୀ ମୁଦ୍ରାର ଭଣ୍ଡାରଟିରେ ମଧ୍ୟ ବୃଦ୍ଧି ଘଟିଛି । ଯଦିଓ ଜାଳେଣି ତୈଳର ହାର ତିନିବର୍ଷ ଧରି ଅପେକ୍ଷାକୃତ ସ୍ଥିର ରହିଛି, ଏହି ପରିସ୍ଥିତି ଆଗକୁ ଏମିତି ନରହିପାରେ । ମୂଳ ବିଦେଶୀ ପୋର୍ଟ୍ ଫୋଲିଓ ପୁଞ୍ଜି ନିବେଶ (ଯଥା ବିଦେଶୀ ଅର୍ଥ ଆମ ବ୍ୟାଙ୍କରେ ଜମା କରିବା ବା ଆମ ଷ୍ଟକ ବଜାରରେ ଅଂଶଧନ କିଣିବା, ସବୁକିଛି ଅନ୍ଦାଜ୍ ଉପରେ ଆଧାର କରି) କମିଛି ।

ଲାଭ, ସୁଧ, ଲାଭାଂଶ ଇତ୍ୟାଦି ଦେଶବାହାରକୁ ଯିବାର ହାରରେ ବୃଦ୍ଧି ଘଟିବା ଏବଂ କମ୍ପ୍ୟୁଟର ସଫ୍ଟୱେର ରପ୍ତାନୀ କମିବା ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଆଧାରିତ ସେବାରେ ହ୍ରାସ ଘଟିବା ଚିନ୍ତାର ବିଷୟ ପାଲଟିଛି । ଆମେରିକା ତା’ର ନିଜ ବଜାରକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରୁଥିବା ଯୋଗୁଁ ଏଭଳି ରପ୍ତାନୀ ଜନିତ କଟକଣା ଜାରି ରହିବ ।

ମଧ୍ୟର୍ବୀକାଳୀନ ସମୟରେ ଆମେରିକା, ପ୧⁄୨ିମ ୟୁରୋପ ଜାପାନରେ ଭାରତୀୟ ରପ୍ତାନୀର ସମ୍ଭାବ୍ୟ ବୃଦ୍ଧିକୁ ନେଇ କେଉଁ ସ୍ଥିତି ରହିବ ତାହା ନିର୍ଦ୍ଦିଷ୍ଟ ଭାବେ କହିହେବ ନାହିଁ । ଏହିଭଳି ଏକ ବୃହର ପୃଷ୍ଠଭୂମିରେ ହିଁ ବିଦେଶରୁ ଆମକୁ ପଠାଯାଉଥିବା ପଇସାରେ ଯେଉଁ ହ୍ରାସ ଘଟିଛି ତା’ର ମହତ୍ୱକୁ ବୁଝିବାକୁ ପଡ଼ିବ ।

ଏହି ପଠାଯାଉଥିବା ପଇସା ଭାରତ ସମେତ ଅନ୍ୟ ବିକାଶଶୀଳ ଦେଶମାନଙ୍କର ଅର୍ଥନୀତିରେ ବଡ଼ ଧରଣର ଭୂମିକା ନିଭାଇ ଥାଆନ୍ତି ବିଶେଷକରି ଅସ୍ଥାୟୀ ଦାଦନ ଓ ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ଜୀବିକା ଉପାର୍ଜନ କ୍ଷେତ୍ରରେ । ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣର ପଇସା ପଠାଉଥିବା ଗୋଷ୍ଠୀ ହେଉଛନ୍ତି ଉର ଆମେରିକାରେ ବାସ କରୁଥିବା ଭାରତୀୟ ସଫ୍ଟୱେର ଇଞ୍ଜିନିୟରମାନେ ।

ନିକଟରେ ଏଚ୍.ୱାନ୍.ବି. ଭିସାକୁ ନେଇ କରାଯାଇଥିବା କଟକଣା ଯୋଗୁଁ ଏଠାରୁ ଆସୁଥିବା ଅର୍ଥ ପ୍ରଭାବିତ ହେଇପାରେ । ଏହି ଅର୍ଥର ଏକ ବିରାଟ ଭାଗ ସମ୍ପିବାଡ଼ି ବା ଘରବାଡ଼ି କିଣିବାରେ ଖର୍ଚ୍ଚ ହୋଇଥାଏ ।

ସବୁଦୃଷ୍ଟିରୁ ଦେଖିଲେ ବିଦେଶରୁ ଆସୁଥିବା ଅର୍ଥ ହ୍ରାସ କଥାଟି ଉପରେ ସରକାରଙ୍କର କିଛି ନିୟବଣ ନାହିଁ, କିନ୍ତୁ ତଥାପି ଏଭଳି ଏକ କଥା ଉଦ୍ବେଗର ଏକ କାରଣ ସାଜିଛି ।
Troubling Signs EPW May 20, 2017 Vol LII No 20

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଓଡ଼ିଆ ଶ୍ରମିକ, ଶ୍ରମ

ନୂତନ ସିଲକ୍ ପଥ

May 30, 2017 by ଓଡିଶା ଡଟ କମ Leave a Comment

ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ଅର୍ଥନୀତିର ଆଖ୍ୟା ପାଇବା ପରେ, କମ ସମୟରେ ଶୀର୍ଷରେ ପହଞ୍ôଚବା ପାଇଁ ଚୀନ୍ ଯେମିତି ବଦ୍ଧ ପରିକର । ଏକ ବଡ଼ ଧରଣର ରଣକୌଶଳର ଅଂଶ ସ୍ୱରୂପ ନିଜର ସମୃଦ୍ଧିର ପଥକୁ ବିନିଯୋଗ କରି ଚୀନ୍ ଏହି ସ୍ଥାନରେ ପହଞ୍ôଚବା ପାଇଁ ଚାହୁଁଛି, ଯେଉଁ ରଣକୌଶଳରେ ଅଛି ଭୌଗୋଳିକ ରାଜନୀତି ଏବଂ ପ୍ରତିଯୋଗିତାମୂଳକ ଅର୍ଥନୀତିରେ ଆଗୁଆ ରହିବାର ଲକ୍ଷ୍ୟ ।

ମେ ୧୪-୧୫ ଦୁଇଦିନ ଧରି ବେଜିଂ ଠାରେ ‘ବେଲ୍ଟ ଏବଂ ରୋଡ଼ ଫୋରମ ଫର ଇଣ୍ଟରନ୍ୟାସନାଲ କୋଅପରେସନ୍’ ସମ୍ମିଳନୀରେ ୧୦୦ଟି ଦେଶର ପ୍ରତିନିଧିଙ୍କ ସହ ୨୮ଟି ରାଷ୍ଟ୍ର ବା ସରକାରର ମୁଖ୍ୟ ଏବଂ ଅନେକ ଅନ୍ତଃରାଷ୍ଟ୍ରୀୟ ସଙ୍ଗଠନ ଭାଗ ନେଇଥିଲେ ।

ସେହି ସମ୍ମିଳନୀରେ ସିଲକ ରୋଡ଼ ଇକୋନୋମିକ ବେଲଟ ଏବଂ ଏକବିଂଶ ଶତାବ୍ଦୀର ସାମୁଦ୍ରିକ ସିଲକ ରୋଡ଼ ପ୍ରୋଜେକ୍ଟ ଆରମ୍ଭ କରାଯାଇଥିଲା ଯାହାର ଅନ୍ୟ ଏକ ନାମ ଥିଲା ବେଲଟ ଏଣ୍ଡ ରୋଡ଼ ଇନିସିଏଟିଭ୍ (ବି.ଆର୍.ଆଇ) ବା ଗୋଟିଏ ବେଲ୍ଟ, ଗୋଟିଏ ପଥ ।

ବି.ଆର.ଆଇ ହେଉଛି ଗୋଟିଏ ବିଶାଳ ଅନ୍ତଃରାଷ୍ଟ୍ରୀୟ ବିକାଶ ପ୍ରକଳ୍ପ ଯେଉଁଥିରେ ଅନ୍ତର୍ଭୁକ୍ତ ଅଛି, ଅନେକ ସଡ଼କ ପଥ, ରେଲ ପଥ ଏବଂ ବନ୍ଦର ଯାହା ଚୀନ୍ର ପ୍ରମୁଖ ଅର୍ଥନୈତିକ କେନ୍ଦ୍ରଗୁଡ଼ିକୁ ବିଭିନ୍ନ ବାଟ ଦେଇ ୟୁରୋପ ସହ ସଂଯୋଗ କରାଇବ । ଏସିଆର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ଜାପାନ ଓ ତୃତୀୟ ବୃହତ୍ତମ ଅର୍ଥନୀତି ଭାରତ କିନ୍ତୁ ଏହି ମଞ୍ଚଟିକୁ ବାସନ୍ଦ କରିଥିଲେ ।

ନିଜର ‘ସାର୍ବଭୌମତା ଓ ଭୌଗୋଳିକ ଅଖଣ୍ଡତା’କୁ ନେଇ ଭାରତ ଆତୁର ଥିଲା । ଚୀନ୍ର ରାଷ୍ଟ୍ରପତି ଜି ଜିନ୍ପିଙ୍ଗ, ଅବଶ୍ୟ ସିଲକ ପଥକୁ ନେଇଥିବା ଐତିହାସିକ ସ୍ମୃତିର ରୋମନ୍ଥନ କରିଥିଲେ । ଖ୍ରୀଷ୍ଟପୂର୍ବ ୧୫୦ବର୍ଷରୁ ଖ୍ରୀଷ୍ଟଜନ୍ମ ପର ୧୪୫୦ ମସିହା ଯାଏଁ ଏହି ସିଲକ ପଥ ଏସିଆ ମହାଦେଶର ପୂର୍ବରୁ ପଶ୍ଚିମ, ଜାପାନ ଓ କୋରିଆ ଅନ୍ତରୀପ ଠାରୁ ଭୂମଧ୍ୟ ସାଗର ଯାଏଁ ସଂଯୋଗ ସ୍ଥାପନ କରିଥିଲା ।

ଲୋଭନୀୟ ସିଲକ୍ର ବାଣିଜ୍ୟରୁ ହିଁ ଏହି ସଡ଼କର ଏପରି ନାମକରଣ ହୋଇଥିଲା । ଏହି ବାଣିଜ୍ୟର ଅନ୍ୟ ଏକ ପରିଣତି ଥିଲା ସାଂସ୍କୃତିକ ଓ ବୈଷୟିକ ଜ୍ଞାନର ପ୍ରସାର । ସିଲକ୍ ପଥକୁ ଅଧିକ ଆଦୃତ କରାଇବା ପାଇଁ ଯାଇ ହିଁ ଯେଉଁ ଉପକାରଗୁଡ଼ିକ ଜି’ କହିଥିଲେ ତାହା ଥିଲା, ‘ପରସ୍ପରଠୁ ଶିଖିବା ଓ ପରସ୍ପରକୁ ଉପକୃତ କରାଇବା’, ‘ନିଜକୁ ଉନ୍ମୁକ୍ତ କରିବା ଏବଂ ସମସ୍ତଙ୍କୁ ସମ୍ପୃକ୍ତ କରାଇବା ।’

ସେ ନୂତନ ସିଲକ୍ ପଥ ବା ବି.ଆର.ଆଇକୁ ‘ଶତାବ୍ଦୀର ପ୍ରକଳ୍ପ’ ଘୋଷଣା କରିଥିଲେ । ତେବେ ଏହି ପ୍ରକଳ୍ପର ବଜାର ଦିଗଟିକୁ ଛାଡ଼ିଦେଲେ, ଏଥିରେ ଅନ୍ତର୍ନିହିତ ଥିବା ଭୌଗୋଳିକ ରାଜନୀତି ଏବଂ ରାଜନୈତିକ ଅର୍ଥନୀତିକୁ ବୁଝିବାକୁ ପଡ଼ିବ । ଗୋଟିଏ ସମୁଦ୍ର ପଥ ଓ ଛଅଟି କରିଡ଼ରକୁ ନେଇ ବି.ଆର.ଆଇ.ର ଭୌଗୋଳିକ ଢାଞ୍ଚାଟି ପ୍ରସ୍ତୁତ କରାଯାଇଛି ।

ଏହି ଛଅଟି କରିଡ଼ର ଭିତରେ ଅଛି, ପଶ୍ଚିମ ଚୀନ୍ରୁ ପଶ୍ଚିମ ରୁଷଯାଏଁ ପଥ; ଉତ୍ତର ଚୀନରୁ କେନ୍ଦ୍ରୀୟ ଓ ପଶ୍ଚିମ ଏସିଆ ଦେଇ ତୁର୍କୀ ଯାଏଁ ପଥ, ଦକ୍ଷିଣ ଚୀନ୍ରୁ ଇଣ୍ଡୋ ଚୀନ୍ ଦେଇ ସିଙ୍ଗାପୁର ଯାଏଁ ପଥ ଏବଂ ଦକ୍ଷିଣ ଚୀନ୍ରୁ ବାଙ୍ଗଲାଦେଶ ଓ ମିୟାଁମାର ଦେଇ ଭାରତ ଯାଏଁ ଏକପଥ । ସାମୁଦ୍ରିକ ସିଲକ ପଥଟି ଚୀନ୍ ଉପକୂଳରୁ ବାହାରି ଭୂମଧ୍ୟ ସାଗର ଯାଏଁ ଯିବ ଏବଂ ତା’ର ଗତିପଥରେ ପଡ଼ିବ ସିଙ୍ଗାପୁର, ମାଲେସିଆ, ଭାରତ ମହାସାଗର, ଆରବ ସାଗର, ହରମୁଜ୍ ପ୍ରଣାଳୀ ଇତ୍ୟାଦି ।

ବି.ଆର.ଆଇର ଭୌଗୋଳିକ ରାଜନୀତି ଏବଂ ରାଜନୈତିକ ଅର୍ଥନୀତି ତା ହେଲେ କଣ ରହିଛି? ବି.ଆର୍.ଆଇ.କୁ ବିଶ୍ୱ ଅର୍ଥନୀତିରେ ଆମେରିକାର ଥିବା ସ୍ଥାନ ପ୍ରତି ଏକ ବଡ଼ ଆହ୍ୱାନ ରୂପରେ ଆମେରିକା ଦେଖୁଛି, ଯେହେତୁ ବିଶ୍ୱ ଅର୍ଥନୀତିର ନେତୃତ୍ୱ ଆସନ ଚୀନ୍ ଆମେରିକା ଠାରୁ ନେବାପାଇଁ ପ୍ରୟାସ କରୁଛି ।

ଆମେରିକାର କନିଷ୍ଠ ସାଥି ଦ୍ୱୟ ଜାପାନ ଓ ଭାରତ ଯେଉଁମାନେ ଏହି କାର୍ଯ୍ୟକ୍ରମଟିରେ ଯୋଗ ଦେଇନାହାଁନ୍ତି, ଚୀନ୍ର ଆଞ୍ଚଳିକ ଶକ୍ତି ହିସାବରେ ଆବିର୍ଭାବ ହେବା କଥାକୁ ହଜମ କରିପାରୁ ନାହାଁନ୍ତି । ଅଧିକନ୍ତୁ, ଭାରତ ଏହି କଥାଟିର ତୀବ୍ର ବିରୋଧ କରିଆସିଛି ଯେ ଗୋଟିଏ ସିଲକ୍ କରିଡ଼ର ତଥା ଚୀନ୍ – ପାକିସ୍ଥାନ ଅର୍ଥନୈତିକ କରିଡ଼ର ପାକ ଅଧିକୃତ କାଶ୍ମିର ଦେଇ ଗତି କରୁଛି ଯାହା ଉପରେ ଭାରତ ନିଜର ଦାବୀ ଜାହିର କରିଆସିଛି ।

ଶୀତଳ ଯୁଦ୍ଧର ପରବର୍ତ୍ତୀ କାଳରେ, ଦେଶ, ଅଞ୍ଚଳ, ସମ୍ବଳ (ମୁଖ୍ୟତଃ ତେଲ ଓ ଗ୍ୟାସ) ଏବଂ ସମୁଦ୍ର, ବନ୍ଦର, ପୋତାଶ୍ରୟ ଇତ୍ୟାଦି ବିଶ୍ୱର ପ୍ରମୁଖ ଭୌଗୋଳିକ ସ୍ଥାନଗୁଡ଼ିକୁ ନିଜ ଦଖଲକୁ ନେବା ପାଇଁ ଆମେରିକା ନିରବଚ୍ଛିନ୍ନ ଭାବେ ନିଜର ଛଳ ଓ ଖେଳ ଚାଲୁ ରଖିଛି । ଆମେରିକା ନିଜର ମୁଖ୍ୟ ପ୍ରତିଦ୍ୱନ୍ଦି ଭାବରେ ରୁଷିଆ, ଚୀନ୍ ଏବଂ ଜର୍ମାନୀ ନେତୃତ୍ୱରେ ପରିଚାଳିତ କିଛି ୟୁରୋପୀୟ ରାଷ୍ଟ୍ରକୁ ଦେଖୁଛି ।

ପ୍ରତିରକ୍ଷା କ୍ଷେତ୍ରରେ ଆମେରିକା ଯେତିକି ଅର୍ଥ ଖର୍ଚ୍ଚ କରୁଛି କୌଣସି ବି ପ୍ରତିଦ୍ୱନ୍ଦ୍ୱୀ ଏକା ବା ମିଳିତ ଭାବେ ନିକଟ ଭବିଷ୍ୟତରେ, ତା’ର ସମକକ୍ଷ ହେଇପାରିବେ ନାହିଁ । ୨୦୦୩ର ଇରାକ ଯୁଦ୍ଧ ଏବଂ ତା’ର ପରବର୍ତ୍ତୀ ଘଟଣାକ୍ରମ ସୂଚୀତ କରୁଛି କେମିତି ଆମେରିକା ୟୁରୋସିଆ
(ୟୁରୋପ ଓ ଏସିଆ ଭିତରେ କିଛି ପ୍ରାଚୀର ନଥାଇ ଥିବା ସମଗ୍ର ଭୂମି)ର ମାନଚିତ୍ରକୁ ବଦଳାଇବା ପାଇଁ ସାମରିକ ପ୍ରକ୍ରିୟାରେ ବ୍ୟସ୍ତ ରହିଆସିଛି ।

ବିଶେଷ ଆଗ୍ରହର ବିଷୟ ରହିଆସିଛି ଦକ୍ଷିଣ-ମଧ୍ୟ ୟୁରୋସିଆ ଯାହା ଭିତରେ ଅଛି, ପାରସ୍ୟ ଉପସାଗର, କାସ୍ପିଆନ୍ ସାଗର ଅଞ୍ଚଳ ଏବଂ କେନ୍ଦ୍ର ଏସିଆ ଚାରିପଟେ ଥିବା ଦେଶଗୁଡ଼ିକ । ପୂର୍ବ ସୋଭିଏତ ସଂଘର ଶୀତଳ ଯୁଦ୍ଧରେ ପରାଜୟ ପରେ ଦକ୍ଷିଣ-କେନ୍ଦ୍ରୀୟ ଏସିଆରେ ଆମେରିକା ପ୍ରତିଷ୍ଠା କରିଥିବା ସାମରିକ ଘାଟିଗୁଡ଼ିକୁ ଜଣେ କେବଳ ଗଣିବା କଥା ।

ଆମେରିକୀୟ ସାମ୍ରାଜ୍ୟବାଦ ଦକ୍ଷିଣ-ମଧ୍ୟ ୟୁରୋସିଆ ଉପରେ ନିଜର କର୍ତ୍ତୃତ୍ୱ ଜାହିର କରିବା ସହ, ଚୀନ୍ର ଅର୍ଥନୈତିକ ଅଭ୍ୟୁଦୟ ଏବଂ ଏସିଆର ଆଞ୍ଚଳିକ ଶକ୍ତି ହିସାବରେ ଉପରକୁ ଉଠିବାର ପ୍ରୟାସ ଉପରେ ଆଙ୍କୁଶ ଲଗାଇବା ପାଇଁ ମଧ୍ୟ ଆମେରିକା ଚେଷ୍ଟିତ । ୨୦୧୧ ମସିହାରେ ନିଜର ‘ଏସିଆର ପ୍ରମୁଖ ଆଧାର’ କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକା ନିଜ ରଣକୌଶଳ ଭିତରେ ଯେଉଁମାନଙ୍କୁ ଛନ୍ଦି ଦେଲା ସେ ଭିତରେ ରହିଲେ ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ।

ଉଦ୍ଦେଶ୍ୟ ରହିଲା ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ନିଜର ସାମରିକ ପହଞ୍ଚକୁ ସୁଦୃଢ଼ କରାଇବା । ଆମେରିକାର ପ୍ରତିରକ୍ଷା ଖର୍ଚ୍ଚର ପାଞ୍ଚ ଭାଗରୁ ଏକ ଭାଗ ସହ ମଧ୍ୟ ଚୀନ୍ ସମତୁଲ ହେଇପାରିବ ନାହିଁ । ସର୍ବୋପରେ ଅଛନ୍ତି ଆମେରିକା ମିତ୍ରମାନେ ଯଥା ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ସମେତ ଦକ୍ଷିଣ କୋରିଆ ଓ ତାଇୱାନ । ଏଥିସହିତ ଅଛି ବିଶ୍ୱବ୍ୟାପୀ ଆମେରିକୀୟ ସାମରିକ ଘାଟି ସମୁହ (ଚୀନ୍ର ଗୋଟିଏ ବି ନାହିଁ) ।

ସେଥିପାଇଁ ଅନ୍ତଃରାଷ୍ଟ୍ରୀୟ ଆର୍ଥିକ ସହଯୋଗ ମାଧ୍ୟମରେ ସମଗ୍ର ୟୁରୋସିଆକୁ ଚୀନ୍ ବିଜୟ କରିବା ପାଇଁ ଚାହୁଁଛି ଯାହାକୁ ବିଶ୍ୱର ସବୁଠାରୁ ବଡ଼ ସାମ୍ରାଜ୍ୟବାଦୀ ଶକ୍ତି ବହୁଧା ବିଭକ୍ତ ଓ ନିଜ ଉପରେ ନିର୍ଭରଶୀଳ କରାଇ ଆସିଛି । ଏତଦ୍ ବ୍ୟତୀତ ବି.ଆର୍.ଆଇ. ପ୍ରକଳ୍ପ ପାଇଁ ଚାହିଦା ବଢ଼ିବା ବେଳେ ଚୀନ୍ ନିଜର ଇସ୍ପାତ କ୍ଷେତ୍ର ଭଳି ଘରୋଇ କ୍ଷେତ୍ରର ମାତ୍ରାଧିକ ଉତ୍ପାଦନ ଜନିତ ସମସ୍ୟାକୁ ସମାଧାନ କରିବା ପାଇଁ ସୁଯୋଗ ମଧ୍ୟ ପାଇବ ।

ଗୋଟିଏ କଥା ଗୁରୁତ୍ୱାରୋପ କରିବା କଥା ଯେ, ଚୀନ୍ର ରାଜନୈତିକ ନେତୃତ୍ୱ ରାଷ୍ଟ୍ରକୁ ନିୟନ୍ତ୍ରଣ କରିବା ପାଇଁ ପୁଞ୍ଜିକୁ ଅବସର ଦେଇନଥାଏ ଏବଂ ତଥାପି ସମ୍ପଦର ଉତ୍ପାଦନ ପାଇଁ ବଜାରକୁ ବ୍ୟବହାର କରିଥାଏ । ଚୀନ୍ର ଅଭ୍ୟୁଦୟକୁ ସଙ୍କୁଚିତ କରିବା ପାଇଁ ଆମେରିକାର ପ୍ରୟାସ ସାମ୍ନାରେ ଚୀନ୍ର ନେତୃତ୍ୱ ଅତୁଳନୀୟ ।

ବି.ଆର.ଆଇ ହେଉଛି ଭୌଗୋଳିକ ରାଜନୀତି ଦୃଷ୍ଟିରୁ ଏକ ବଡ଼ ଧରଣର ଚତୁର ପ୍ରୟାସ ଏବଂ ଏହାର ଅନ୍ତର୍ନିହିତ ରାଜନୈତିକ ଅର୍ଥନୀତିକୁ ଯଦି ଦେଖାଯାଏ, ଆଡ଼ାମ୍ ସ୍ମିଥ୍ ଏବଂ ଜନ୍ କିନସଙ୍କର ମୂଳ ବିଚାରଗୁଡ଼ିକ ସତେ ଯେମିତି ବେଜିଂରେ ବଞ୍ôଚ ରହିଛନ୍ତି ଏବଂ ଭଲରେ ଅଛନ୍ତି ଏଭଳି ମନେ ହେବ ।

The New Silk Road EPW May 20, 2017 Vol LII No 20

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଅର୍ଥନୀତି

ଉତ୍ତରପ୍ରଦେଶରେ ଦଳିତଙ୍କ ଦୃଢ଼ ସ୍ୱର

May 30, 2017 by ଓଡିଶା ଡଟ କମ Leave a Comment

ସାହାରନ୍ପୁରରେ ଭିମ୍ ସେନାର ଅଭ୍ୟୁଦୟ, ଉତ୍ତରପ୍ରଦେଶ (ୟୁପି) ଦଳିତଙ୍କ ଭିତରେ ଆକ୍ରମଣାତ୍ମକ ମନୋଭାବକୁ ସୂଚାଇ ଦେଉଛି ଉତ୍ତରପ୍ରଦେଶ ସାହାରନ୍ପୁରରେ ଠାକୁର ଓ ଦଳିତମାନଙ୍କ ଭିତରେ ନିକଟରେ ଘଟିଯାଇଥିବା ସଂଘର୍ଷରୁ ଜଣାପଡ଼ୁଛି ଯେ ସେହି ରାଜ୍ୟରେ ରାଜନୈତିକ ଘଟ ପରିବର୍ତ୍ତନ ପରେ ସାମାଜିକ ସମ୍ପର୍କ ଓ ସାଂସ୍କୃତିକ ଉଦ୍ଘୋଷଣମାନଙ୍କ ଭିତରେ ସଂଘର୍ଷର ସୂତ୍ରପାତ ହୋଇଛି ।

୧୫ବର୍ଷ କାଳ ମାୟାୱତୀଙ୍କ ବହୁଜନ ସମାଜ ପାର୍ଟି ଏବଂ ମୁଲାୟମ ସିଂହ ଯାଦବଙ୍କ ସମାଜବାଦୀ ପାର୍ଟି ଉତ୍ତରପ୍ରଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଗଣତାନ୍ତ୍ରିକରଣ ପ୍ରକ୍ରିୟା ପର୍ଯ୍ୟାୟକ୍ରମେ ଆରମ୍ଭ କରିଥିଲେ । ଦଳିତ ଓ ପଛୁଆ ଜାତିମାନଙ୍କ ଭିତରେ ଥିବା ଅର୍ନ୍ତଦ୍ୱନ୍ଦ୍ୱକୁ ଭ୍ରୁକ୍ଷେପ ନକରି ସେମାନଙ୍କ ପାଇଁ ସର୍ବନିମ୍ନ ସମ୍ମାନର ବ୍ୟବସ୍ଥା କରିଥିଲେ ।

ନିକଟରେ ଭାଜପାର ନିର୍ବାଚନୀ ବିଜୟ ଏବଂ ଯୋଗୀ ଆଦିତ୍ୟନାଥଙ୍କ ଭଳି ଜଣେ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ଦେବା, ୟୁପି ରାଜନୀତିରେ ରାଜନୈତିକ କ୍ଷମତାର ଶୀର୍ଷକୁ ଆଗୁଆ ଜାତିମାନଙ୍କର ପୁନଃ ପ୍ରବେଶକୁ ଇଙ୍ଗିତ କରୁଛି । ଏହି ରାଜନୈତିକ ପରିବର୍ତ୍ତନ ଠାକୁର
ଏବଂ ଅନ୍ୟ ଉଚ୍ଚଜାତିମାନଙ୍କୁ ବଳଶାଳୀ କରେଇ ଦେଇଛି ଯେଉଁମାନେ ଏବେକାର ରାଜନୈତିକ ମୁହୂର୍ତ୍ତଗୁଡ଼ିକୁ ଆୟୁଧ କରି ନିଜର ପତିଆରାକୁ ପୁନଃ ନିଶ୍ଚିତ କରିବା ପାଇଁ ଚାହୁଁଛନ୍ତି ।

ଏପ୍ରିଲ ୨୦, ୨୦୧୭ ଦିନ ପ୍ରଥମ ସଂଘର୍ଷଟି ଉପୁଜିଥିଲା ଯେତେବେଳେ ସାହାରନ୍ପୁରର ସାବିରପୁର ଗାଁ’ରେ ଯାତଭ ଗୋଷ୍ଠୀର ଦଳିତମାନେ ଆମ୍ବେଦକର ଜୟନ୍ତୀ ପାଳନ କରିବା ଅବସରରେ ତାଙ୍କର ଏକ ପ୍ରତିମୂର୍ତ୍ତି ଉତ୍ତଳନ କରିବା ପାଇଁ ଯାଉଥିଲେ । ଏଭଳି ଯୋଜନାକୁ ପୂର୍ବରୁ ହିଁ ଠାକୁରମାନେ ବନ୍ଦ କରାଇ ଦେଲେ, ଏକଥା କହିକି ଯେ ପ୍ରତିମୂର୍ତ୍ତି ପାଇଁ ଆବଶ୍ୟକୀୟ ପ୍ରଶାସନିକ ଅନୁମତି ନାହିଁ ଏବଂ ଆମ୍ବେଦକରଙ୍କର ଲମ୍ବିଯାଇଥିବା ହାତର ଆଙ୍ଗୁଠିଟି ଉଚ୍ଚଜାତି ରହୁଥିବା ଅଞ୍ଚଳଗୁଡ଼ିକ ଆଡ଼କୁ ଇଙ୍ଗିତ କରୁଥିଲା ।

ଦ୍ୱିତୀୟ ଝଗଡ଼ାଟି ହେଇଥିଲା ମେ ୫, ୨୦୧୭ ଦିନ ଯେତେବେଳେ ଠାକୁରମାନେ ଗୋଟିଏ ଶୋଭାଯାତ୍ରା କରିଥିଲେ ମଧ୍ୟଯୁଗୀୟ ରାଜପୁତ ଯୋଦ୍ଧା ମହାରଣା ପ୍ରତାପଙ୍କ ସ୍ମୃତିରେ । ଦଳିତଙ୍କର ବିଚ୍ଛିନ୍ନ ହୋଇ ରହିଥିବା ଅଞ୍ଚଳ ଦେଇ ଯାଉଥିବା ଯୋଗୁଁ ଏବଂ ଅନୁମତି ନଥିବା ଯୋଗୁଁ ଦଳିତମାନେ ଶୋଭାଯାତ୍ରାଟିକୁ ଅଟକାଇ ଦେଇଥିଲେ ।

ଏଥର ସଂଘର୍ଷଟି ଉଭୟ ପଟୁ ପଥର ଫୋପାଡ଼ିବାଠୁ ଆରମ୍ଭ କରି, ଠାକୁର୍ମାନଙ୍କର ଧ୍ୱଂସଲୀଳା ଯାଏଁ ଗଲା, ଯେଉଁଠି ସେମାନେ କିଛି ଦଳିତଙ୍କ ଦୋକାନ ଓ ଘର ଜାଳିଦେବା ସହ ଦଳିତମାନଙ୍କର ଧାର୍ମିକ ସ୍ଥଳ ଓ ସଙ୍କେତଗୁଡ଼ିକୁ ବିକୃତ କରିଦେଇଥିଲେ । ଗୋଟିଏ ଠାକୁର୍ ଯୁବକ ମରିଗଲେ, ଉଭୟ ଗୋଷ୍ଠୀର ଅନେକ ଲୋକ କ୍ଷତବିକ୍ଷତ ହେଲେ ଏବଂ ଦଳିତମାନେ ଅଧିକ ହିଂସା ଆଶଙ୍କା କରି ସମସ୍ତେ ଗାଁ’ଛାଡ଼ି ଚାଲିଗଲେ ।

ସାହାରନ୍ପୁରରେ ବିସ୍ପୋରକ ସାମାଜିକ ସ୍ଥିତି ରହିଆସିଛି; ହିନ୍ଦୁ ଓ ମୁସଲମାନ ଏବଂ ଠାକୁର୍ ଓ ଦଳିତମାନଙ୍କ ମଧ୍ୟରେ ତୁହାକୁ ତୁହା ସଂଘର୍ଷ ଓ ଆତଙ୍କ ଜନିତ ପରିସ୍ଥିତି ଲାଗିରହିଛି । ରାଜନୈତିକ କ୍ଷେତ୍ରରେ ମଧ୍ୟ ଏଭଳି ଏକ ଚିତ୍ରର ପ୍ରତିଫଳନ ଦେଖିବାକୁ ମିଳୁଛି । ଏଠି ସଂସଦ ଆସନଟି ଭାଜପା ହାତରେ, ବିଧାନସଭା ଆସନ କଂଗ୍ରେସ ଓ ସମାଜବାଦୀ ଗଠବନ୍ଧନ ହାତରେ ଏବଂ ପୌର ନିର୍ବାଚନ ଆଗକୁ ଅଛି ।

ସାହାରନ୍ପୁରର ଜନସଂଖ୍ୟାରେ ତଳିଆ ଜାତିର ଲୋକସଂଖ୍ୟା ଅଧିକ;ଦଳିତମାନେ ଶତକଡ଼ା ୨୬ ଭାଗ ଥିବାବେଳେ, ଠାକୁର୍ମାନଙ୍କ ସଂଖ୍ୟା ଶତକଡ଼ା ୧୦ । କିନ୍ତୁ ସାବିରପୁର ଗାଁ’ରେ ଠାକୁର୍ମାନଙ୍କ ସଂଖ୍ୟା ଶତକଡ଼ା ୬୦ ଏବଂ ଦଳିତମାନଙ୍କ ସଂଖ୍ୟା ମାତ୍ର ଶତକଡ଼ା ୧୫ ଭାଗ । ବି.ଏସ୍.ପି. ଓ ଏସ୍.ପି.ର ଅଭ୍ୟୁଦୟ ପଛୁଆ ଜାତିର ଭୋଟଗୁଡ଼ିକୁ ବଢ଼େଇ ଦେଇଥିଲା ।

ଏହି ଦଳଗୁଡ଼ିକର ରାଜନୈତିକ ଭାଗ୍ୟ ନିମ୍ନ ଗତି ଧରିଥିବା ବେଳେ, ରିତିମତ ଚାଲିଥିବା ରାଜନୈତିକ ଜାଗରଣ ଯୋଗୁଁ ଆଦର୍ଶବାଦ ଦ୍ୱରା ଅନୁପ୍ରାଣିତ ଏକ ସ୍ୱୟଂସମ୍ପର୍ଣ୍ଣ ସ୍ଥାନ ନିଷ୍ପେଷିତ ବର୍ଗର ଲୋକମାନଙ୍କ ପାଇଁ ସୃଷ୍ଟି ହୋଇଛି । ଯାତଭମାନଙ୍କ ଭିତରେ ଆମ୍ବେଦକରଙ୍କ ପ୍ରତି ଏକ ନିର୍ଣ୍ଣାୟକ ଆଦର ରହି ଆସିଛି, ଯେଉଁମାନେ ପୂର୍ବରୁ ଦଳିତ ଭକ୍ତ ସନ୍ୟାସୀ ରବି ଦାସଙ୍କର ପାରମ୍ପରିକ ଅନୁଗାମୀ ରହିଆସିଥିଲେ ।

ଯେଉଁଭଳି ଆମ୍ବେଦକର ଜୟନ୍ତୀ ବହୁଳଭାବେ ପାଳନ କରାଯାଉଛି, ଆମ୍ବେଦକର ପ୍ରତିମୂର୍ତ୍ତି ଓ ପ୍ରତିଛବି ପ୍ରସ୍ତୁତ ହେଉଛି ଏବଂ ହିନ୍ଦୁଧର୍ମ ଲୋକେ ଛାଡ଼ୁଛନ୍ତି, ଏସବୁ କଥା ସ୍ପଷ୍ଟ ଦେଖାଯାଉଛି ।

ସବୁଠାରୁ ଉଲ୍ଲେଖନୀୟ ଘଟଣା ହେଉଛି, ଭିମ ସେନାର ଅଭ୍ୟୁଦୟ ଯେଉଁମାନେ ସାଧାରଣରେ ଏବଂ ନିର୍ଦ୍ଦିଷ୍ଟ ଭାବେ ସାବିର୍ପୁରରେ ଜାତିଭିତ୍ତିକ ହିଂସାକୁ ଆଧାର କରି ଦଳିତମାନଙ୍କ ପ୍ରତିବାଦ ଏବଂ କାର୍ଯ୍ୟକଳାପ ଗୁଡ଼ିକୁ ନେତୃତ୍ୱ ଦେଇ ଆସିଛନ୍ତି, ବିଶେଷକରି ରାଷ୍ଟ୍ରର ଅବହେଳା ଏବଂ ଗଣମାଧ୍ୟମରେ ଖବର ଆସିପାରୁନଥିବା ଘଟଣାର ମୁକାବିଲା କରିବା ପାଇଁ ।

‘ରାବଣ’ ନାମରେ ପରିଚିତ ସାହାରନ୍ପୁରର ଯୁବ ଓକିଲ ଚନ୍ଦ୍ରଶେଖର ଆଜାଦଙ୍କ ଦ୍ୱାରା ପ୍ରତିଷ୍ଠିତ ଭୀମସେନା ଦଳିତଯୁବକମାନଙ୍କ ଭିତରେ ଲୋକପ୍ରିୟ, ଯେହେତୁ ଏମାନେ ନିର୍ଯାତନା ମାମଲାଗୁଡ଼ିକର ତୁରନ୍ତ ହସ୍ତକ୍ଷେପ କରନ୍ତି ଏବଂ ନିର୍ଯାତନାକାରୀ ଓ ପୋଲିସ ସହ ସାମରିକ ମୁକାବିଲା ମଧ୍ୟ କରନ୍ତି ।

ରାଜନୈତିକ ଦୃଷ୍ଟିରୁ ଚତୁର, ସ୍ପଷ୍ଟ ଉପସ୍ଥାପନା, ଗଣମାଧ୍ୟମ ପ୍ରତି ବିମୁଖ ଏବଂ ଜାତିଭିତ୍ତିକ ଭେଦଭାବ ପ୍ରତି ଅସହିଷ୍ଣୁ ଥିବା ଏହି ଭୀମ ସେନା ୧୯୭୦ରେ ମହାରାଷ୍ଟ୍ରରେ ସକ୍ରୀୟ ଥିବା ଦଳିତ ପାନ୍ଥର କଥା ମନେ ପକେଇଦିଏ ।

ବହୁଜନ ସମାଜ ପାର୍ଟିର ଐତିହ୍ୟ, ସାମର୍ଥ୍ୟ ଓ ଦୁର୍ବଳତା ସବୁକୁ ସ୍ୱୀକାର କରି, ଭିମ୍ସେନା ଏହି ଦଳଟିର ସ୍ଥାନରେ ନୁହେଁ ବରଂ ସାଥି ହୋଇ କାମ କରିବା ପାଇଁ ଚାହୁଁଛି ।

ଯଦିଓ ଭିମ ସେନାକୁ ସମାଜ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ବୋଲି ଉତ୍ତରପ୍ରଦେଶ ପୋଲିସ ଚିତ୍ରିତ କରୁଛି ଯେଉଁ ପୃଷ୍ଠଭୂମିରେ ଭିମ ସେନାରେ ଅଭ୍ୟୁଦୟ ଘଟିଛି ତାକୁ ବୁଝିବାକୁ ପଡ଼ିବ; ଗୋଟିଏ ପଟେ ଦଳିତଙ୍କ ଦୈନନ୍ଦିନ ଜୀବନରେ ହିଂସା ଏବଂ ଭେଦଭାବର ଅନୁଭବ ଏବଂ ଅନ୍ୟପଟେ ରହିଆସିଥିବା ଉତ୍ତରପ୍ରଦେଶରେ ଜନଜୀବନରେ ଅପରାଧୀକରଣ, ଯାହା ପଛରେ ଅଛି ଜାତି-ଶ୍ରେଣୀ- ରାଷ୍ଟ୍ରର କୁଚକ୍ରି ସମ୍ପର୍କ ।

ଉତ୍ତରପ୍ରଦେଶର ଆଗୁଆ ଜାତିମାନଙ୍କ ପାଇଁ ପ୍ରତୀକ୍ଷାରତ ମୁହୂର୍ତ୍ତଟି ଏବେ ପହଞ୍ôଚଯାଇଛି । ଜଣେ ଉଦ୍ଧତ ନେତା ସର୍ବୋଚ୍ଚ ସ୍ଥାନରେ ରହିବା ପରେ, ଠାକୁର୍ମାନଙ୍କ ଭଳି ପ୍ରଭାବଶାଳୀ ଜାତିଗୁଡ଼ିକ ନିଜେ ହରେଇଥିବା ଭୂମିଟିକୁ ଫେରିବା ପାଇଁ ରାଜନୈତିକ ପ୍ରେରଣା ପାଉଛନ୍ତି ଏବଂ ସେମାନଙ୍କର ପାରମ୍ପରିକ ସଂସ୍ଥାରେ ଓ ଭୌତିକ ସ୍ଥାନଟିକୁ ପୁନଃଦଖଲ କରିବା ପାଇଁ ପ୍ରୟାସ କରୁଛନ୍ତି ।

ଉଚ୍ଚଜାତିଗୁଡ଼ିକୁ ଜାଗୃତ କରି ଏକାଠି କରିବା ପାଇଁ ସ୍ଥାନୀୟ ତଥା ସାଂସ୍କୃତିକ ସଙ୍କେତ ହିସାବରେ ଭାଜପା ମହାରଣା ପ୍ରତାପ ଉତ୍ସବର ପରିକଳ୍ପନା କରିଥିଲା । ଏହି କାମଟି ସେମାନଙ୍କର ସର୍ବଭାରତୀୟ ରଣକୌଶଳ ସହ ତାଳ ଦେଇ କରାଯାଇଥିଲା ଯେଉଁଠି ଦେଶ ସାରା ବିପର୍ଯ୍ୟସ୍ଥ କୃଷି ଓ ତଳୁଆ ଜାତିମାନଙ୍କର ଅଗ୍ରଗତି ଦ୍ୱାରା ପ୍ରଭାବଶାଳୀ ଜାତିଗୁଡ଼ିକ ଇତଃସ୍ତତଃ ହେଇ ରହିଛନ୍ତି ସେମାନଙ୍କର ରାଜନୀତିକରଣକୁ ବଢ଼ାଇବାର ପ୍ରୟାସ କରାଯାଉଛି ।

ସାହାରନ୍ପୁର ଗାଁ’ରେ ଏହାର ନିଦର୍ଶନ ଦେଖିବାକୁ ମିଳିଥିଲା, ଯେଉଁଠି ଯାତଭମାନଙ୍କର ସମ୍ପତ୍ତି ଏବଂ ସାଂସ୍କୃତିକ ସଙ୍କେତଗୁଡ଼ିକୁ ଆକ୍ରମଣର ଲକ୍ଷ୍ୟରେ ରଖାଯାଇଥିଲା । ଦଳିତମାନଙ୍କୁ ଠିକଣା ସ୍ଥାନରେ ରଖିବା କାମଟି ଉଚ୍ଚଜାତିର ଲୋକେ ଯାହା ସାଧାରଣତଃ କରିଥାନ୍ତି ତାହା ଏଠି କରାଯାଇପାରିଲା ନାହିଁ, କେବଳ ଭିମ ସେନାର ଉପସ୍ଥିତି ଯୋଗୁଁ ଏବଂ ନ୍ୟାୟ ନମିଳିବା ଯାଏଁ ଗାଁ’କୁ ଫେରିବେନି ବୋଲି ଦଳିତମାନଙ୍କ ଦୃଢ଼ ନିଷ୍ପତ୍ତି ଯୋଗୁଁ ।

ଆଦିତ୍ୟନାଥଙ୍କ ମୁସଲିମ ବିରୋଧି ରେକର୍ଡ଼ ଦେଖିଲେ, ଭାଜପାର ବିଜୟ ପରେ ସାମ୍ପ୍ରଦାୟିକ ଆଶଙ୍କା ବଢ଼ିବ ବୋଲି ଆଶା କରାଯାଏ । କିନ୍ତୁ ଜାତି ଭେଦର ଯେଉଁ ସ୍ୱରୂପ ଯୋଗୀଙ୍କ କାର୍ଯ୍ୟକାଳର ପ୍ରାଥମିକ ପର୍ଯ୍ୟାୟରୁ ଯେଉଁଭଳି ଦେଖାଗଲାଣି ତାହା କେବଳ ଉତ୍ତରପ୍ରଦେଶ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇନାହିଁ ବରଂ ଭାଜପା ପାଇଁ ମଧ୍ୟ ସତର୍କ ଘଣ୍ଟି ଭଳି କାମ କରିଛି ।

ଯଦିଓ ଏହି ଘଟଣାକ୍ରମର ଦୀର୍ଘକାଳୀନ ରାଜନୈତିକ ପ୍ରଭାବ କ’ଣ ରହିବ ସ୍ପଷ୍ଟ ନୁହେଁ, କିନ୍ତୁ ଅସନ୍ତୁଷ୍ଟ ଦଳିତମାନଙ୍କ ଆଡ଼ୁ ଆକ୍ରମଣାତ୍ମକ ପ୍ରତିକ୍ରିୟା ଆସିପାରେ । ଏଭଳି ଏକ ପ୍ରତିକ୍ରିୟା ଯାହା ଚନ୍ଦ୍ରଶେଖରଙ୍କର ବକ୍ତବ୍ୟରେ ଅଛି ଯେ, ‘ନିର୍ବାଚନ ବେଳେ ଆମେ ହିନ୍ଦୁ, ନିର୍ବାଚନ ପରେ ଆମେ ଦଳିତ’, ସୂଚିତ କରୁଛି କେମିତି ଏଭଳି ଭୁଲ ଭଟକାଗୁଡ଼ିକ ଭାଜପା ବିରୁଦ୍ଧରେ ଏକ ପାଲଟା ଢ଼େଉ ସୃଷ୍ଟି କରିପାରେ ।

Daily Assertion in Uttar Pradesh EPW May 20, 2017 Vol LII No 20

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଉତ୍ତରପ୍ରଦେଶ

ଅପରାଧ ଓ ଦଣ୍ଡ

May 19, 2017 by ଓଡିଶା ଡଟ କମ Leave a Comment

ଏ ମାସରେ ଗଣଧର୍ଷଣ ମାମଲା ଉପରେ ତିନୋଟି ରାୟ ପ୍ରକାଶ ପାଇଥିଲା । କେତେକ ଏକାଠି ଦିଆଯାଇଥିବା ବେଳେ, ଆଉ କିଛି ପୃଥକ୍ ଭାବେ ଦିଆଯାଇଥିଲା । କିନ୍ତୁ ରାୟଗୁଡ଼ିକ କୌଣସି ସ୍ଥିର ମାନଦଣ୍ଡ ଉପରେ ଆଧାରିତ ନଥିଲା । କେଉଁ ମାମଲାଗୁଡ଼ିକୁ ନ୍ୟାୟାଳୟ ବିରଳମାନଙ୍କ ଭିତରେ ବିରଳତମ କହୁଛନ୍ତି, ଯେଉଁଥିପାଇଁ ମୃତ୍ୟୁଦଣ୍ଡ ଦିଆଯିବ ସେ ସମ୍ପର୍କରେ ସ୍ପଷ୍ଟ ନଥିଲେ ।

ତିନୋଟି ମାମଲା ଭିତରୁ ସବୁଠାରୁ ପୁରୁଣା ମାମଲା ହେଉଛି ଗୁଜୁରାଟର ରାଧିକାପୁର ଗାଁ’ର ବିଲ୍କିସ୍ ବାନୁଙ୍କର । ମାର୍ଚ୍ଚ ୩, ୨୦୦୨ ଦିନ ସେତେବେଳେ ଗର୍ଭବତୀ ଥିବା ୧୯ବର୍ଷୀୟ ବିଲ୍କିସ୍ ବାନୁଙ୍କୁ ସେହି ଗାଁ’ର ହିନ୍ଦୁମାନଙ୍କ ଗୁଣ୍ଡାବାହିନୀ ଗଣଧର୍ଷଣ କରିଥିଲେ ଏବଂ ତାଙ୍କୁ ମରିଗଲେ ଭାବି ଛାଡ଼ି ଚାଲିଯାଇଥିଲେ । ତାଙ୍କର ଶିଶୁକନ୍ୟାଙ୍କୁ ତାଙ୍କରି ଆଖିଆଗରେ ହତ୍ୟା କରିଥିଲେ ।

ତାଙ୍କ ପରିବାରର ଅନ୍ୟ ୧୪ଜଣଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ଏଭଳି ଏକ ଭୟଙ୍କର ଘଟଣା ପରେ, ଯେତେବେଳେ ସେ ଚେତା ଫେରି ପାଇଲେ, ବିଲ୍କିସ୍ କଷ୍ଟେମଷ୍ଟେ ଥାନାରେ ପହଞ୍ôଚ ନିଜର ଅଭିଯୋଗ ଦାଖଲ କରିଥିଲେ । କାର୍ଯ୍ୟରତ ପୋଲିସ କର୍ମଚାରୀ ତାଙ୍କର ଏଫ୍.ଆଇ.ଆର୍ ବା ଅଭିଯୋଗ ପତ୍ରକୁ ପଞ୍ଜିକୃତ କଲେ ନାହିଁ ।

ଏଫ୍.ଆଇ.ଆର୍ ଦର୍ଜ କରିବା ପାଇଁ ୧୫ଦିନ କାଳ ତାଙ୍କୁ ସଂଘର୍ଷ କରିବାକୁ ପଡ଼ିଲା । ତଥାପି ବି ପୋଲିସ ଜାଣିଶୁଣି ବିଲ୍କିସଙ୍କୁ ଧର୍ଷଣ କରିଥିବା ଏବଂ ତାଙ୍କ ପରିବାରଙ୍କୁ ହତ୍ୟା କରିଥିବା ଲୋକମାନଙ୍କ ନାଁଗୁଡ଼ିକୁ ଅଣଦେଖ କରିଥିଲେ । ଆଶ୍ଚର୍ଯ୍ୟ ଲାଗିଲାନି, ଯେତେବେଳେ ମାଜିଷ୍ଟ୍ରେଟ୍ ମାମଲାଟିକୁ ନାକଚ କରିଦେଲେ ।

ଯାହାକୁ ସେ ‘ନ୍ୟାୟ’ କୁହନ୍ତି, ତାକୁ ପାଇବା ପାଇଁ ଏହି ଉଲ୍ଲେଖନୀୟଭାବେ ସାହସୀ ମହିଳାଙ୍କୁ ୧୫ବର୍ଷ ଲାଗିଗଲା । ମେ ମାସ ୪ତାରିଖ ଦିନ, ବମ୍ବେର ଉଚ୍ଚ ନ୍ୟାୟାଳୟ ୨୦୦୮ ମସିହାରେ ସ୍ୱତନ୍ତ୍ର ଅଦାଲତ ଯେଉଁ ୧୧ଜଣଙ୍କୁ ଆଜୀବନ କାରାଦଣ୍ଡ ଓ ଜଣେ ପୋଲିସ କର୍ମଚାରୀଙ୍କୁ,
ଏଫ୍.ଆଇ.ଆର. ଗ୍ରହଣ ନକରିଥିବା ଯୋଗୁଁ ଦୋଷୀ ସାବ୍ୟସ୍ତ କରିଥିଲେ, ତାକୁ କାଏମ ରଖିଲେ ।

ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଏହି ସ୍ୱତନ୍ତ୍ର ଅଦାଲତ ଗୁଜୁରାଟ ସୀମା ବାହାରକୁ ଆସି ଶୁଣାଣୀ କରିଥିଲେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ, ବିଚାର ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି କରିବା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରୁ ମୁକ୍ତ କରାଯାଇଥିବା ୨ଜଣ ଡାକ୍ତର ଓ ୫ଜଣ ପୋଲିସ କର୍ମଚାରୀଙ୍କୁ ଦୋଷମୁକ୍ତ କରିବା କଥାଟିକୁ ଅଗ୍ରାହ୍ୟ କରିଦେଇଥିଲେ ।

ନ୍ୟାୟିକ ପ୍ରକ୍ରିୟାରେ ବିଭ୍ରାଟ ସୃଷ୍ଟି କରିବାରେ ରାଷ୍ଟ୍ରର ସମ୍ପୃକ୍ତିକୁ ସ୍ୱୀକାର କରିବା ଏକ ନିହାତି ବିରଳ ଘଟଣା । କିନ୍ତୁ ଗଣଧର୍ଷଣ ଓ ହତ୍ୟା ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ କରାଯାଇଥିବା ଆବେଦନକୁ ଗୁରୁତ୍ୱ ନଦେବା ଦଣ୍ଡବିଧାନ ପ୍ରକ୍ରିୟାରେ ରହିଥିବା ଅସଙ୍ଗତିକୁ ସୂଚିତ କରୁଛି ।

ବମ୍ବେ ଉଚ୍ଚ ନ୍ୟାୟାଳୟର ରାୟ ଆସିବାର ଦିନକ ପରେ, ଉଚ୍ଚତମ ନ୍ୟାୟାଳୟ, ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏବଂ ନିମ୍ନ ଅଦାଲତ ଦ୍ୱାରା ୪ଜଣ ଅଭିଯୁକ୍ତଙ୍କୁ ପ୍ରଦାନ କରାଯାଇଥିବା ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ଅଭିଯୁକ୍ତମାନେ ୨୦୧୨ ମସିହା ଡିସେମ୍ବର ମାସରେ ଜ୍ୟୋତି ସିଂହ ନାମକ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ଧର୍ଷଣକରି ହତ୍ୟା କରିଦେଇଥିଲେ ।

ମାମଲାଟିର ବିଚାର ୪ବର୍ଷ ଚାଲିଲା ଯାହାକି ଏକ ଅପେକ୍ଷାକୃତ ସଂକ୍ଷିପ୍ତ ସମୟ । ଏହାର ଏକ କାରଣ ହେଉଛି ଯେ ଯେଉଁ ୧୩ଦିନ ଜ୍ୟୋତି ସିଂ ଜୀବନ ସହ ସଂଘର୍ଷ କରୁଥିଲେ, ତାହାର ତୀବ୍ର ପ୍ରତିକ୍ରିୟା ଚାପ ସୃଷ୍ଟି କରିଥିଲା ।

ଏହି ଘଟଣା ପରେ ନ୍ୟାୟମୂର୍ତ୍ତି ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା ଯେ ଅହର୍ନିଶି କାମ କରି ଧର୍ଷଣ ସମ୍ପର୍କିତ କାନୁନ୍ରେ ପରିବର୍ତ୍ତନ ଆଣିବା ପାଇଁ ସୁପାରିଶ କରିଥିଲେ । ଜନଗଣଙ୍କର ‘ଚାପ’ର ଶକ୍ତି କେତେ ଏଥିରୁ ଜଣାପଡ଼ୁଥିଲା ।

ତଥାପି ଆମେ ଏଠି ସତର୍କ କରାଇଦେବା ଯେ, ଯେଉଁ ସହାନୁଭୂତି ନାରୀଙ୍କ ନିରାପତ୍ତା ପାଇଁ ଆମେ ଦେଖୁଛେ ଏବଂ ସେମାନଙ୍କ ଉପରେ ହିଂସ୍ର ଆକ୍ରମଣକୁ ନେଇ ଯେଉଁ ଅସନ୍ତୋଷ ଦେଖାଯାଉଛି ତାହା ସର୍ବତ୍ର ଦେଖିବାକୁ ମିଳି ନଥାଏ । ଗୋଟିଏ ଭୁଷୁଡ଼ି ଯାଇଥିବା ଅପରାଧିକ ନ୍ୟାୟିକ ବ୍ୟବସ୍ଥା ଯୋଗୁଁ ଦୈନନ୍ଦିନ ଜୀବନରେ ଯୌନ ଶୋଷଣର ଶିକାର ହେଉଥିବା ବିଲ୍କିସ୍ଙ୍କ ଭଳି ଅନେକ ଗରିବ ମହିଳାଙ୍କୁ ନ୍ୟାୟ ମିଳିନଥାଏ ।

କିନ୍ତୁ ସେମାନଙ୍କ ମାମଲାଗୁଡ଼ିକରେ ଏତେ ଜନ ପ୍ରତିକ୍ରିୟା ଦେଖିବାକୁ ମିଳିନଥାଏ ବା ଆଇନରେ ପରିବର୍ତ୍ତନ ଆଣିବା ପାଇଁ ଦାବୀ ହେଇ ନଥାଏ । ଯଦିଓ ନ୍ୟାୟମୂର୍ତ୍ତି ବର୍ମାଙ୍କ କମିଟି ଧର୍ଷଣ ପାଇଁ ମୃତ୍ୟୁଦଣ୍ଡ ବିରୋଧରେ ଦୃଢ଼ ଯୁକ୍ତି ରଖିଥିଲେ, ତେବେ ସରକାର ଜନଗହଳିରେ ଶୁଣାଯାଉଥିବା ଦାବୀଗୁଡ଼ିକୁ ମାନିନେଇ ଅପରାଧିକ (ସଂଶୋଧନ) ଆଇନ, ୨୦୧୩ରେ ମୃତ୍ୟୁଦଣ୍ଡ ବ୍ୟବସ୍ଥାଟିକୁ ଯୋଡ଼ି ଦେଲେ ।

ଜ୍ୟୋତି ସିଂହ ମାମଲାରେ ନିମ୍ନ ଅଦାଲତ, ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଏହି ଅପରାଧକୁ ‘ବିରଳଙ୍କ ଭିତରେ ବିରଳତମ’ ଶ୍ରେଣୀଭୁକ୍ତ କରି ମୃତ୍ୟୁଦଣ୍ଡ ଦେବା କଥାଟିକୁ ଯୁକ୍ତିସିଦ୍ଧ କରାଇଥିଲେ ।

ଏଭଳି ଏକ ଯୁକ୍ତିକୁ ପୁନାର ଏକ ନିମ୍ନ ଅଦାଲତ ମେ ୯ ତାରିଖ ଦିନ ଗ୍ରହଣ କରିଥିଲେ, ୨୮ବର୍ଷୀୟ ଇଞ୍ଜିନିୟର ନୟନା ପୂଜାରୀଙ୍କ ଧର୍ଷଣ ଏବଂ ହତ୍ୟା ମାମଲାର ରାୟ ଶୁଣାଇବାବେଳେ । ନୟନା ନିଜ କାର୍ଯ୍ୟସ୍ଥଳୀରୁ ଫେରିବା ରାସ୍ତାରୁ ତାଙ୍କୁ ଉଠାଇ ନିଆଗଲା, ୪ଜଣ ପୁରୁଷ ତାଙ୍କୁ ଧର୍ଷଣ କଲେ, ଗଳାଚିପି ହତ୍ୟା କଲେ ଏବଂ ଶବଟିକୁ ଯେମିତି ଚିହ୍ନି ହେବନାହିଁ ସେଭଳି ବିକୃତ କରି ଦେଇଥିଲେ ।

ଏହି ଘଟଣାଟିକୁ ମଧ୍ୟ ବିରଳଙ୍କ ଭିତରେ ବିରଳତମ କହି ମୃତ୍ୟୁଦଣ୍ଡାଦେଶକୁ ଯୁକ୍ତିଯୁକ୍ତ କୁହାଯାଇଥିଲା । ଉଭୟ କ୍ଷେତ୍ରରେ ହତ୍ୟାର ଅଭିଯୋଗକୁ ହିଁ ମୃତ୍ୟୁଦଣ୍ଡାଦେଶ ପାଇଁ ବ୍ୟବହାର କରାଯାଇଥିଲା; ଯେହେତୁ ଏସବୁ ମମଲାଗୁଡ଼ିକ କ୍ଷେତ୍ରରେ ୨୦୧୩ରେ ଧର୍ଷଣ ଆଇନରେ ହେଇଥିବା ସଂଶୋଧନଟି ପ୍ରୟୋଗ କରାଯିବାର ସୁଯୋଗ ନଥିଲା ।

ତଥାପି ବିଲ୍କିସ ବାନୋ ମାମଲାରେ, ଏକ ଭୟଙ୍କର ଧର୍ଷଣ ଓ ହତ୍ୟା ଘଟଣାର ଶିକାର ଓ ସାକ୍ଷୀ ହୋଇଥିବା ସତ୍ତେ୍ୱ, ଅଦାଲତ ଭିନ୍ନ ଏକ ଯୁକ୍ତି ରଖିଥିଲେ ଯେ, ଯଦିଓ ଏହା ଏକ ବିରଳ ଗଣହତ୍ୟା ଯେଉଁଥିରେ ଘୃଣ୍ୟ ଶତ୍ରୁତା ଓ ଆକ୍ରୋଶ ଥିଲା, ତେବେ ଅଭିଯୁକ୍ତମାନେ ‘ମୁସଲମାନମାନଙ୍କ ବିରୁଦ୍ଧରେ ପ୍ରତିଶୋଧ’ ନେବା ପାଇଁ କ୍ରୋଧ ଜର୍ଜରିତ ଥିବା ଗୋଟିଏ ବିଶୃଙ୍ଖଳିତ ଜନଗୋଷ୍ଠୀର ଥିଲେ ।

ଆମେ ତା’ହେଲେ ଏଭଳି ଅର୍ଥ କରିପାରିବା କି ଯେ, ସାମ୍ପ୍ରଦାୟିକ ଦ୍ୱେଷକୁ ନେଇ ଥିବା ପରିସ୍ଥିତିରେ ଧର୍ଷଣ ଓ ହତ୍ୟା ଏକ ନ୍ୟୁନସ୍ତରର ଅପରାଧ; ଅଦାଲତ ଆହୁରି ଯୁକ୍ତି ରଖିଥିଲେ ଯେ ଏହି ଅଭିଯୁକ୍ତମାନଙ୍କର ପୂର୍ବରୁ ଅପରାଧର ଇତିହାସ କିଛି ନଥିଲା । ସେମାନଙ୍କ ପାଇଁ ମୃତ୍ୟୁଦଣ୍ଡ ଯୁକ୍ତିଯୁକ୍ତ ନୁହେଁ । କିନ୍ତୁ ଜ୍ୟୋତି ସିଂ ମାମଲାରେ ସେହି ଯୁକ୍ତିଟି ୪ଜଣ ଅପରାଧୀଙ୍କ କ୍ଷେତ୍ରରେ ପ୍ରୟୋଗ କରାଯାଇ ନଥିଲା ।

ତେବେ, ତା’ହେଲେ ମୃତ୍ୟୁଦଣ୍ଡ ଦେବାପାଇଁ କେଉଁ ପ୍ରକାର ନ୍ୟାୟର ମାପକାଠି ନିର୍ଦ୍ଧାରଣ କରାଯାଇପାରିବ, ସ୍ପଷ୍ଟ ହେବା ଉଚିତ ।

ଗତବର୍ଷ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ମୃତ୍ୟୁଦଣ୍ଡର ଅଭିଯୁକ୍ତ ତାଲିକାରେ ଥିବା ଲୋକମାନଙ୍କର ସାକ୍ଷାତକାରକୁ ନେଇ ଏକ ସ୍ୱତନ୍ତ୍ର ଗବେଷଣା ପ୍ରକଳ୍ପର ରିପୋର୍ଯକୁ ଉନ୍ମୋଚନ କରିଥିଲେ । ସେମାନେ ଦେଖିଥିଲେ ଯେ ମୃତ୍ୟୁଦଣ୍ଡ ପାଇଥିବା ଦୋଷୀମାନଙ୍କ ଏକ ବଡ଼ ଭାଗ
ଅର୍ଥାତ ଶତକଡ଼ା ୮୦ଭାଗ ଲୋକ ଗରିବ ଶ୍ରେଣୀର, ପଛୁଆ ଜାତିର ଅବା ସଂଖ୍ୟାଲଘୁ ସମ୍ପ୍ରଦାୟର ଥିଲେ ।

ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ଦଣ୍ଡିତ ବ୍ୟକ୍ତିମାନଙ୍କର ନ୍ୟାୟ ପ୍ରକ୍ରିୟାରେ ଭାଗ ନେବାପାଇଁ ସାମର୍ଥ୍ୟ ନାହିଁ । କେତେଜଣ ଦୋଷୀ ସାବ୍ୟସ୍ତ ଲୋକ ନିଜ ଓକିଲଙ୍କ ନାଁ ମଧ୍ୟ ଜାଣନ୍ତି ନାହିଁ । ରିପୋର୍ଟଟିର ଲୋକାର୍ପଣ କଲାବେଳେ ନ୍ୟାୟମୂର୍ତ୍ତି ମଦନ ବି ଲୋକୁର କହିଥିଲେ, ମୁଁ ଜାଣିନି ମୃତ୍ୟୁଦଣ୍ଡ ବିଧାନକୁ ନେଇ ଆମ ନ୍ୟାୟଶାସ୍ତ୍ରର କିଛି ଦର୍ଶନ ଅଛି କି ନାହିଁ ଯେ ଏଭଳି ଏକ ଦଣ୍ଡବିଧାନ, ଅପରାଧ କରିବା ପାଇଁ ନିରୁତ୍ସାହିତ କରିବ ବା କିଛି ସଂସ୍କାର ଆଣିବ ବା କିଛି ପ୍ରତିକାର କରିବ ।’ ସେ ଠିକ୍ କହିଛନ୍ତି ।

ଏକ ସଭ୍ୟ ସମାଜରେ ମୃତ୍ୟୁଦଣ୍ଡ ଉଠାଇଦେବା ପାଇଁ ଆମେ ଯୁକ୍ତି ରଖିବାବେଳେ ଏକଥା ମଧ୍ୟ କହିବୁ ଯେ ଯେତେଦିନ ଯାଏଁ ଏହି ଦଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଉଠେଇ ନ ଦିଆଯାଇଛି, ଏହାର ପ୍ରୟୋଗ କଲାବେଳେ ସଙ୍ଗତ ଥିବା ମାନଦଣ୍ଡ ବ୍ୟବହାର କରାଯାଉ ।

Crime and Punishment EPW May 13, 2017 Vol LII No 19

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଅପରାଧ, ଗଣଧର୍ଷଣ, ଦଣ୍ଡ

ଜନଗଣଙ୍କ ଖର୍ଚ୍ଚରେ

May 19, 2017 by ଓଡିଶା ଡଟ କମ Leave a Comment

ଜନଗଣଙ୍କ ଖର୍ଚ୍ଚରେ

ଘରୋଇ କମ୍ପାନୀମାନଙ୍କର ଆର୍ଥିକ ଦୁଃସ୍ଥାବସ୍ଥାର ବୋଝ ସରକାରୀ କ୍ଷେତ୍ର କାହିଁକି ବହନ କରିବ?

ବ୍ୟାଙ୍କ ପରିଚାଳନା (ସଂଶୋଧନ) ଅଧ୍ୟାଦେଶ, ୨୦୧୭ଟି ମେ ୪, ୨୦୧୭ରେ ଲାଗୁ କରାଗଲା ଯାହାକି ୧୯୪୯ମସିହାରେ ବ୍ୟାଙ୍କ ପରିଚାଳନା ଆଇନକୁ ସଂଶୋଧନ କରି ଭାରତୀୟ ରିଜର୍ଭ ବ୍ୟାଙ୍କକୁ କ୍ଷମତା ଅର୍ପଣ କଲା ଯେ ୨୦୧୬ର ଇନ୍ସଲଭାନସି ଓ ବ୍ୟାଙ୍କରପ୍ଟ କୋଡ଼ ମୁତାବକ
ଋଣ ଖିଲାପକାରୀମାନଙ୍କ ବିରୁଦ୍ଧରେ ଦେବାଳିଆ ଘୋଷଣା କରିବାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବ୍ୟାଙ୍କମାନଙ୍କୁ ଯେମିତି ନିର୍ଦ୍ଦେଶ ଦିଆଯିବ ।

ଏଥି ସହିତ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ କମ୍ପାନୀମାନଙ୍କୁ ସମୟ ସମୟରେ ନିର୍ଦ୍ଦେଶ ଦେବେ ଯେମିତି ଅସୁବିଧାରେ ଥିବା ସମ୍ପତିଗୁଡ଼ିକୁ ନେଇ ସମାଧାନର ରାସ୍ତା ବାହାର କରିବେ ଏବଂ ବ୍ୟାଙ୍କ କମ୍ପାନୀମାନଙ୍କୁ ପରାମର୍ଶ ଦେବା ପାଇଁ କମିଟି ଗଠନ କରିପାରିବେ । ସରକାର ଏବଂ ଏହାର
କାର୍ଯ୍ୟକର୍ତାମାନେ ତଥାପି ସଙ୍କଟରେ ଥିବା ସମ୍ପତିଗୁଡ଼ିକ ନେଇ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇ ଚାଲିଛନ୍ତି, ଯେମିତି କି ତୁରନ୍ତ ସେ ସବୁର ସମାଧାନ ହେଇଯିବ ।

ଏଭଳି ସମାଧାନର ରାସ୍ତା ଗୋଟିଏ କଥାକୁ ନିଶ୍ଚିତ କରିବାକୁ ଯାଉଛି ଯେ ଋଣ ଖିଲାପ କରିଥିବା ଘରୋଇ କମ୍ପାନୀମାନଙ୍କର ଋଣ ଭାର ଯେମିତି ରାଷ୍ଟ୍ର ବା ରାଷ୍ଟ୍ରାୟତ କ୍ଷେତ୍ରରେ ଉଦ୍ୟୋଗମାନେ ବହନ କରିବେ । ନିକଟ ଅତୀତରେ ଅନେକ ପ୍ରସ୍ତାବ ଦିଆଯାଇଛି । ଅର୍ଥନୈତିକ ସର୍ବେକ୍ଷଣରେ ପାରା ବା ରାଷ୍ଟ୍ରାୟତ ଉଦ୍ୟୋଗର ସମ୍ପତ୍ତି ଥଇଥାନ ସଂସ୍ଥାଟିଏ ଖୋଲିବା ପାଇଁ ପ୍ରସ୍ତାବ ରଖାଯାଇଛି, ଯିଏକି ସରକାରୀ କ୍ଷେତ୍ରର ବ୍ୟାଙ୍କମାନଙ୍କ (ପି.ଏସ୍.ବି)ଠାରୁ ଅନାଦେୟ ଋଣଗୁଡ଼ିକୁ କିଣିବ ।

ଏହି ପାରା ସଂସ୍ଥାକୁ ତିନୋଟି ସୂତ୍ରର ଅର୍ଥ ଯୋଗାଇ ଦିଆଯିବ; ସରକାରଙ୍କ ପ୍ରତିଶ୍ରୁତିିକୁ ବିକ୍ରି କରି, ଘରୋଇ ପୁଞ୍ଜି ନିବେଶକାରୀଙ୍କ ଅଂଶଧନକୁ ପୁଞ୍ଜି କରି ଏବଂ ରିଜର୍ଭ ବ୍ୟାଙ୍କର ବଳକା ଟଙ୍କାକୁ ନେଇ । ସଙ୍କଟରେ ଥିବା ସମ୍ପତିକୁ ନେଇ ପାରା ଭଳି ଅନ୍ୟ ସବୁ ପ୍ରସ୍ତାବିତ ସମାଧାନଗୁଡ଼ିକ ମଧ୍ୟ ଦୁଃସ୍ଥ ଅବସ୍ଥାରେ ଥିବା ବ୍ୟାଙ୍କମାନଙ୍କର ହିସାବ ଖାତାକୁ ନିର୍ମଳ ରଖିବା ପାଇଁ ରାଷ୍ଟ୍ରର ଅର୍ଥ ଲଗାଣ ଉପରେ ନିର୍ଭରଶୀଳ ।

ସବୁଠୁ ଖରାପ କଥା ହେଉଛି ଯେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଗୋଟିଏ ବୈଠକ ହୋଇଥିଲା ଯେଉଁଠି ପ୍ରସ୍ତାବ ଦିଆଗଲା ଯେ ଋଣ ଖିଲାପକାରୀ ଘରୋଇ କମ୍ପାନୀମାନଙ୍କର ନିଷ୍କ୍ରିୟ ବା ଅଚଳ ସମ୍ପତିକୁ ସରକାରୀ କ୍ଷେତ୍ରରେ ବ୍ୟାଙ୍କମାନେ ଏଭଳି ଦୁଃସ୍ଥାବସ୍ଥାରେ ଥିବା ସମ୍ପତିକୁ ଅଣବ୍ୟାଙ୍କିଙ୍ଗ ସରକାରୀ ଉଦ୍ୟୋଗକୁ ହସ୍ତାନ୍ତର କଲେ ସେଭଳି ତର୍ଜମାର ସମ୍ମୁଖୀନ ହେବାକୁ ପଡ଼ିବନି ।

ଋଣ ଖିଲାପକାରୀ ଘରୋଇ କମ୍ପାନୀମାନେ ନିଜର ଖରାପ ସ୍ଥିତିରେ ଥିବା ସମ୍ପତିକୁ ବିକ୍ରି କରିଦେବେ ଏବଂ ସେଥି ସହିତ ଜଡ଼ିତ ବୋଝଗୁଡ଼ିକୁ ସରକାରୀ କ୍ଷେତ୍ରରେ କମ୍ପାନୀମାନଙ୍କୁ ଦେଇଦେବେ । ଏହା ଫଳରେ ଭଲ ଅବସ୍ଥାରେ ଥିବା ସରକାରୀ କମ୍ପାନୀମାନେ ଆର୍ଥିକ ଦୃଷ୍ଟିରୁ ଦୁଃସ୍ଥାବସ୍ଥାକୁ ଆସିଯିବେ ।

ସେମିତି ନକରି ଆମେ କାହିଁକି ସରକାରୀ କ୍ଷେତ୍ରର ବ୍ୟାଙ୍କରେ ପୁନଃ ପୁଞ୍ଜିଲଗାଣ କରିବା ନାହିଁ ଏବଂ ଋଣ ଖିଲାପକାରୀ ଘରୋଇ କମ୍ପାନୀମାନଙ୍କୁ ଉତରଦାୟୀ କରାଇବା ନାହିଁ? ରାଷ୍ଟ୍ରାୟତ ବ୍ୟାଙ୍କରେ ପୁନଃ ପୁଞ୍ଜିଲଗାଣ କଥା ପଡ଼ିଲେ ଏଭଳି କଥା ସବୁ କୁହାଯାଏ ଯାହା କ୍ଷତି ସହୁଥିବା ସରକାରୀ ଉଦ୍ୟୋଗର କମ୍ପାନୀମାନଙ୍କୁ ବଜେଟ ମାଧ୍ୟମରେ ସାହାଯ୍ୟ କଲାବେଳେ କୁହାଯାଇଥାଏ । ସତ୍ୟକୁ ବିକୃତ କରି ଏଭଳି ଉପସ୍ଥାପନା କରାଯାଇଛି ।

ରାଷ୍ଟ୍ରାୟତତ୍ତବ୍ୟାଙ୍କଗୁଡ଼ିକ ଲାଭରେ ଚାଲିଛନ୍ତି, ଯେଉଁମାନେ ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ସଂଗ୍ରହରେ ନିଜର ଅବଦାନ ରଖି ଆସିଛନ୍ତି । ୨୦୦୫-୦୬ରୁ ୨୦୧୬-୧୭ ଭିତରେ ସେମାନେ ରାଷ୍ଟ୍ରୀୟ ରାଜକୋଷକୁ ଯେତେ ଦେଇଆସିଛନ୍ତି ସେମାନଙ୍କୁ ବଜେଟ ମାଧ୍ୟମରେ ଦିଆଯାଇଥିବା ସାହାଯ୍ୟ ତୁଳନାରେ ତାହା ଢ଼େର ଅଧିକ ।

ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ପୁଣିଥରେ ଘରୋଇକରଣ କରିବା ପାଇଁ ଗୋଟିଏ ମିଛ ଧାରଣାକୁ ଆଧାର କରି କୁହାଯାଉଛି ଯେ ସେମାନଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ସାମଗ୍ରିକ ଋଣ ପ୍ରଦାନ ଏବଂ ସେଥିରେ ବଡ଼ ଧରଣର ଅଚଳ ସମ୍ପତିର ଅନୁପାତର ବ୍ୟବଧାନଟି ବଢ଼ି ବଢ଼ି ଯାଉଛି । କୁହାଯାଉଛି ଯେ ଯଦି ଘରୋଇ ବ୍ୟାଙ୍କମାନଙ୍କ ପାଇଁ ଅଧିକ ସୁଯୋଗ ମିଳିଥାନ୍ତା ଏପରି ଅବସ୍ଥା ଉପୁଜି ନଥାନ୍ତା ।

ଗତ ଦଶନ୍ଧି ଧରି ଅର୍ଥ ବିନିଯୋଗ ଓ ଅଭିବୃଦ୍ଧିର ଯେଉଁ ଧାରାଟି ଚାଲିଛି, ତାକୁ ଏଭଳି ଏକ ମତ ଅଣଦେଖା କରୁଛି । ସବୁପ୍ରକାର ଉଦାର ଋଣ ଲଗାଣ ଯୋଗୁଁ ଭାରତର ଅଭିବୃଦ୍ଧି ଘଟିଥିଲା, କିନ୍ତୁ ୨୦୦୭ର ବିଶ୍ୱ ଆର୍ଥିକ ସଙ୍କଟଯୋଗୁଁ, ଅର୍ଥନୈତିକ କାରବାରରେ ମାନ୍ଦା ଅବସ୍ଥା ଉପୁଜିଲା । ଏହାର ଅର୍ଥ ହେଲା କମ ଲାଭ ଏବଂ ଅଧିକ ଋଣ ଖିଲାପ, ବିଶେଷକରି ଘରୋଇ କ୍ଷେତ୍ରର କମ୍ପାନୀମାନଙ୍କ ଦ୍ୱାରା ।

ଯଦିଓ କିି ଋଣପ୍ରଦାନ କ୍ଷେତ୍ରରେ ରାଷ୍ଟ୍ରାୟତ ବ୍ୟାଙ୍କମାନେ ଖରାପ ନିଷ୍ପତି ନେଇଛନ୍ତି କିନ୍ତୁ ବ୍ୟାଙ୍କ କ୍ଷେତ୍ରରେ ସଙ୍କଟର ପ୍ରମୁଖ କାରଣଟି ବ୍ୟାଙ୍କର ପରିଚାଳନା ଓ ପରିସର ବାହାରେ ହିଁ ରହିଆସିଛି । ଘରୋଇ ବ୍ୟାଙ୍କମାନଙ୍କ କ୍ଷେତ୍ରରେ ଯାହା ହୁଏନି ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ତାହା କହିବା ପାଇଁ ବାଧ୍ୟ କରାଯାଇଛି ଯେମିତିକି ଶକ୍ତି, ଇସ୍ପାତ, ଟେଲିକମ ଏବଂ ବେସାମରିକ ବିମାନ ପରିଚାଳନା ଭଳି ଭିତିଭୂମି ସୃଷ୍ଟି କରିବା ପାଇଁ ଘରୋଇ କମ୍ପାନୀମାନଙ୍କୁ ଅଧିକ ଋଣ ପ୍ରଦାନ କରିବା ପାଇଁ ସରକାର ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି ।

ଘରୋଇ ବ୍ୟାଙ୍କମାନେ ଭିତିଭୂମି ପ୍ରକଳ୍ପ ପାଇଁ ଋଣ ପ୍ରଦାନ କରିବା ବିପଦପୂର୍ଣ୍ଣ ବୋଲି ବିଚାର କରୁଥିଲେ ଯେହେତୁ ଏହିସବୁ ପ୍ରକଳ୍ପ ପାଇଁ ବୃହତ ଧରଣର ପୁଞ୍ଜି ଲଗାଣ କରିବାକୁ ପଡ଼େ ଏବଂ ସେସବୁ କାର୍ଯ୍ୟକାରୀ ହେବା ପାଇଁ ବହୁତ ସମୟ ଲାଗିଥାଏ । ସ୍ପଷ୍ଟ ଭାବେ କହିଲେ ସରକାରଙ୍କ ନିକଟରେ ନିମ୍ନ ବାଟ ଟି ହିଁ ଅଛି : ହୁଏତ ରାଷ୍ଟ୍ରାୟତ ବ୍ୟାଙ୍କରେ ପୁନଶ୍ଚ ଅର୍ଥଲଗାଣ କରିବେ, ଋଣ ଆଦାୟ କାମଟି ତା ବାଟରେ ଚାଲିଥିବା ବେଳେ ଅବା ସେମାନଙ୍କ ହିସାବ ଖାତାରେ ଉନ୍ନତି ଆଣିବା ପାଇଁ ଅନାଦେୟ ଋଣଗୁଡ଼ିକୁ ହିସାବରୁ ବାହାର କରିଦେବେ ।

ଦୁଇଟି ବାଟ ଭିତରୁ, ଦ୍ୱିତୀୟ ବାଟ ତତ୍କ୍ଷଣାତ ଅଠା ଲଗାଇ କାମ କରିବା ଭଳି କଥାଟିଏ । ଏଠି ମଧ୍ୟ ସମୁଦାୟ ମୂଲ୍ୟଟି ରାଷ୍ଟ୍ର ନିଜେ ବହନ କରିବ । ଏହାଫଳରେ ଘରୋଇ ଋଣ ଖିଲାପକାରୀମାନେ କୌଣସି ସମୀକ୍ଷାର ସମ୍ମୁଖୀନ ହେବେ ନାହିଁ ଏବଂ ସମ୍ଭବତଃ ନିଜର ଗୁଣଗୁଡ଼ିକୁ ସଜାଡ଼ି ଦିଆଯିବ ଏବଂ କେତେ କ୍ଷେତ୍ରରେ ଋଣକୁ ମାଫ୍ ମଧ୍ୟ କରାଯିବ ।

ଅର୍ଥ ମନ୍ତ୍ରଣାଳୟ ନିଶ୍ଚିତ ଭାବେ ଆଶଙ୍କାରେ ଥିବ ଯେ, ଯଦି ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କୁ ଘରୋଇ କମ୍ପାନୀମାନଙ୍କ ଋଣ ଛାଡ଼ ପାଇଁ ଚାପ ଦିଆଯାଏ ତାହା ଜନସାଧାରଣଙ୍କ ଧ୍ୟାନ ଆକର୍ଷଣ କରିବ ଏବଂ ସରକାର ନିଜର ସ୍ଥାବକ କମ୍ପାନୀମାନଙ୍କୁ ଅନୁଗ୍ରହ ଦେଖାଇଛନ୍ତି ବୋଲି ଅଭିଯୋଗ ମଧ୍ୟ ଆସିବ ।

ସେଥିପାଇଁ ସରକାର ଏବଂ ସେମାନଙ୍କର ସାଥୀମାନଙ୍କ ସ୍ୱାର୍ଥକୁ ସୁହାଇଲା ଭଳି ବ୍ୟାଙ୍କ ବାହାରେ ଏବଂ ଲୋକଙ୍କ ଦୃଶ୍ୟ ଆଢ଼ୁଆଳରେ ରହି, ବ୍ୟାଙ୍କମାନଙ୍କୁ ମିଠା କଥା କହି ଯଦି ମନେଇ ଦିଆଯାଏ, ତେବେ ସୁବିଧା ହେବ ବ୍ୟାଙ୍କ ବାହାରେ ଋଣ ସମସ୍ୟାର ସମାଧାନ କରିବା ପାଇଁ ଏପରି କରାଯାଇ ପାରିବ ଯଦି ସରକାରୀ ଉଦ୍ୟୋଗର କମ୍ପାନୀମାନଙ୍କୁ, ଆର୍ଥିକ ଦୁରବସ୍ଥାରେ ଥିବା ଘରୋଇ କମ୍ପାନୀମାନଙ୍କର ଦୁଃସ୍ଥ ସମ୍ପତିଗୁଡ଼ିକୁ କିଣିବା ପାଇଁ ଏବଂ ସେମାନଙ୍କର ଋଣ ବୋଝ ଗୁଡ଼ିକୁ ନିଜ କାନ୍ଧରେ ବୋହିବା ପାଇଁ ବ୍ୟବସ୍ଥା ସୃଷ୍ଟି କରାଯାଏ ।

At the Public Expense EPW May 13, 2017 Vol LII No 19

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଘରୋଇ କମ୍ପାନୀ, ବ୍ୟାଙ୍କ

ସେମାନେ ଏକାଠି ଆସିପାରିବେ କି?

May 19, 2017 by ଓଡିଶା ଡଟ କମ Leave a Comment

ଏହା ସମ୍ଭବ ଯେ ଭାଜପା ବିରୁଦ୍ଧରେ ରାଜନୈତିକ ଦଳମାନେ ଗୋଷ୍ଠୀ ଗଠନ କରି ଜୁଲାଇ ୨୫ରେ ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ପୁରିବା ପୂର୍ବରୁ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏକ ସହମତିଭିତ୍ତିକ ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚନରେ ଦେଇପାରିବେ । କିନ୍ତୁ ବିହାର ଢାଞ୍ଚାରେ ମହାଗଠବନ୍ଧନର ସୁଯୋଗ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୃଷ୍ଟି ହେବାର ସମ୍ଭାବନା କ୍ଷୀଣ ।

ସବୁ ଭାଜପାବିରୋଧୀ ଭୋଟଗୁଡ଼ିକୁ ଏକାଠି କଲେ ଶାସକଦଳକୁ ପରାଜିତ କରାଯାଇପାରିବ ବୋଲି ମନେ କରାଯାଉଛି । କିନ୍ତୁ ରାଜନୀତିଟି ନିର୍ବାଚନୀ ପାଟୀଗଣିତରେ ସୀମିତ ନୁହଁ । ବିରୋଧୀ ଦଳମାନଙ୍କ ଭିତରେ ଏବଂ ମଧ୍ୟରେ ଅନ୍ତଃଦ୍ୱନ୍ଦ୍ୱ ରହିଛି ଏବଂ ଆଂଚଳିକ ସ୍ୱାର୍ଥ ସହ ଖାପ ଖୁଆଇ ଚାଲିବାରେ ସେମାନଙ୍କର ଅକ୍ଷମତା ରହିଆସିଛି । ତାକୁ ଏକ ଜାତୀୟ ବାଧ୍ୟବାଧକତା ବୋଲି କୁହାଯାଏ ।

ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଅନ୍ତତଃ ନିକଟ ଭବିଷ୍ୟତରେ ବିବ୍ରତ ହେଲାଭଳି କିଛି ନାହିଁ । ଉଦାହରଣସ୍ୱରୂପ, ଉତରପ୍ରଦେଶ(ୟୁପି)ରେ ବହୁଜନ ସମାଜ ପାର୍ଟି (ବି.ଏସ୍.ପି)ର ନେତ୍ରୀ ମାୟାବତୀ ଇଙ୍ଗିତ କରିଛନ୍ତି ଯେ ଯଦି ସମାଜବାଦୀ ପାର୍ଟି (ଏସ୍.ପି.) ଅଖିଳେଶ ଯାଦବଙ୍କ ନେତୃତ୍ୱରେ ପରିଚାଳିତ ହୁଏ, ତେବେ ସେହି ଦଳ ସହ ସେତୁ ବାନ୍ଧିବା ପାଇଁ ସେ ମନ ଊଣା କରିବେ ନାହିଁ ।

କିନ୍ତୁ ବାପା ମୁଲାୟମ ସିଂ ଯାଦବ ଏବଂ କକା ଶିବପାଲ ଯାଦବଙ୍କ ତାଙ୍କରି ଉପରେ ଆକ୍ରମଣ ଚାଲିଥିବା ବେଳେ ଅଖିଲେଶ ଏହି ପଦବୀରେ ରହିବେ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହା ଏବେ ଦେଖାଯାଉଛି ଯେ ୧୯୯୩ରେ ବି.ଏସ୍.ପି. ସହ କ୍ଷମତାକୁ ଆସିଥିବା ସମାଜବାଦୀ ପାର୍ଟି ଆଜି ୟୁପିରେ ଯେତିକି ଦୁର୍ବଳ ସ୍ଥିତିରେ ଅଛି, ପୂର୍ବରୁ କେବେ ଏଭଳି ସ୍ଥିତି ଆସି ନଥିଲା ।

ଆହୁରି ମଧ୍ୟ ଦେଖିବାକୁ ବାକି ଅଛି ଯେ ୧୯୯୫ ଜୁନ ୨ ତାରିଖରେ ମୁଲାୟମ ଓ ଶିବପାଲଙ୍କ ପ୍ରତି ଆନୁଗତ୍ୟ ଥିବା ଗୁଣ୍ଡାମାନଙ୍କ ଦ୍ୱାରା ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଘଟଣାକୁ ମାୟାବତୀ ଭୁଳିପାରୁଛନ୍ତି କି ନାର୍ହିଁ ।

ମାୟାବତୀଙ୍କ ଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ସି.ପି.ଆଇ(ଏମ୍)ନେତୃତ୍ୱରେ ଚାଲିଥିବା ବାମ ସାମ୍ମୁଖ୍ୟ ପ୍ରତି ବ୍ୟକ୍ତିଗତ ଆକ୍ରୋଶ ରହିଆସିଛି । ୧୯୯୧ରେ ସି.ପି.ଏମ୍. ସମର୍ଥିତ ଲଫଙ୍ଗାମାନଙ୍କର ତାଙ୍କ ଉପରେ ହେଇଥିବା ଆକ୍ରମଣକୁ ସେ ଭୁଲି ପାରିବେନି, ଯେଉଁଥିରେ ତାଙ୍କ ମୁଣ୍ଡକୁ ଆଘାତ କରାଯାଇଥିଲା ।

ତଥାପି ଆଜି ରାଜ୍ୟରେ ଏବଂ କେନ୍ଦ୍ରରେ ଉଭୟ ସ୍ଥାନରେ ସି.ପି.ଏମ୍. ଏବଂ ତୃଣମୂଳ କଂଗ୍ରେସର ପ୍ରମୁଖ ବିରୋଧୀ ହେଉଛି ଭାଜପା । ଯଦିବି କେନ୍ଦ୍ରୀୟ ସ୍ତରରେ ଗୋଟିଏ ଗଠବନ୍ଧନ ତିଆରି ହୁଏ, ତେବେ ୨୦୧୯ ଲୋକସଭା ନିର୍ବାଚନରେ ସି.ପି.ଏମ୍. ଓ ତୃଣମୂଳ କଂଗ୍ରେସ ପରସ୍ପର ବିରୁଦ୍ଧରେ ପାର୍ଥୀ ଦେବେ ନାହିଁ କି? ତାହା ଏକ ମୁକ୍ତ ପ୍ରଶ୍ନ ବୋଲି କୁହାଯାଇପାରେ ।

ତାମିଲନାଡ଼ୁରେ ଯେତେବେଳେ ଏ.ଆଇ.ଡି.ଏମ୍.କେ ଏକ ଅବ୍ୟବସ୍ଥା ଦେଇ ଗତି କରୁଛି, ଭାଜପା ସେଠି ନିଜର ବାଟ ଖୋଲିବା ପାଇଁ ପ୍ରୟାସ କରୁଛି । ଏ.ଆଇ.ଡି.ଏମ୍.କେ. ନିଜର ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ଡି.ଏମ୍.କେ. ସହ ଦୂରତାକୁ ହ୍ରାସ କରିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ ।

ଓଡ଼ିଶାରେ ଚତୁର୍ଥଥର ପାଇଁ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ପଛରେ ପଡ଼ିଛି ଭାରତୀୟ ଜନତା ପାର୍ଟି । ନବୀନଙ୍କ ପାଇଁ କଂଗ୍ରେସ ସହ ଗଠବନ୍ଧନର ଅର୍ଥ କିଛି ନାହିଁ (ଯେଉଁମାନେ ଯେମିତି ହେଲେ ବି ଯେକୌଣସି ଭାଜପାବିରୋଧୀ ଗଠବନ୍ଧନରେ ରହିବେ) ଯେହେତୁ ସେଭଳି ଏକ ପଦକ୍ଷେପ ଭାଜପା ସପକ୍ଷରେ ଭୋଟ ସବୁ ଏକାଠି କରିବ ।

କେରଳରେ ମଧ୍ୟ କଂଗ୍ରେସ ଓ ବାମ ଦଳ ନିଜର ‘ବଡ଼ ଶତ୍ରୁ’ ବିରୁଦ୍ଧରେ ଏକାଠି ହୋଇପାରିବେ ନାହିଁ । ୧୯୬୭, ୧୯୭୭ ଏବଂ ୧୯୮୯ରେ ଜାତୀୟ ସ୍ତରରେ କଂଗ୍ରେସ ବିରୁଦ୍ଧରେ ବଳିଷ୍ଠ ଗଠବନ୍ଧନ ସବୁ ଥିଲା । ସମାଜବାଦୀ ରାମ ମନୋହର ଲୋହିଆ ଏବଂ ମଧୁ ଲିମାୟେଙ୍କ ନେତୃତ୍ୱରେ, ବାମପନ୍ଥୀ ଏବଂ ଦକ୍ଷିଣପନ୍ଥୀ (ଯାହାର ପ୍ରତିନିଧିତ୍ୱ ଜନସଂଘ କରୁଥିଲେ) ଏକାଠି ହେଇ ୧୯୬୭ରେ ଉତରଭାରତରେ ପରାଜିତ କରିଥିଲେ ।

ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ୧୯୭୫ରେ ଥୋପାଯାଇଥିବା ଜରୁରୀକାଳୀନ ପରିସ୍ଥିତି ପରେ, କଂଗ୍ରେସ ବିରୋଧୀ ଶକ୍ତିମାନେ ମେଳି ବାନ୍ଧି ମାର୍ଚ୍ଚ ୧୯୭୭ରେ ତାଙ୍କ ସରକାରକୁ ପରାଜିତ କରିଥିଲେ । ସେହିଭଳି ବିଶ୍ୱନାଥ ପ୍ରତାପ ସିଂ ବାମ ଓ ଦକ୍ଷିଣପନ୍ଥୀଙ୍କୁ ଏକାଠି କରି ୧୯୮୯ ମସିହାରେ ରାଜିବ ଗାନ୍ଧୀ ସରକାରଙ୍କୁ ପରାଜିତ କରିଥିଲେ । କିନ୍ତୁ ସେତେବେଳର ପରିସ୍ଥିତି ଏବଂ ଏବକାର ପରିସ୍ଥିତିରେ ଭିତରେ ପ୍ରଭେଦ ଅଛି ।

ଇତିହାସ ଆମକୁ କହେ ଯେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନଥାଇ ବ୍ୟକ୍ତିତ୍ୱ ଉପରେ ମାତ୍ରାଧିକ ଗୁରୁତ୍ୱ ଆରୋପ କରିବା କେବଳ କ୍ଷଣସ୍ଥାୟୀ ନୁହେଁ, ବରଂ ଓଲଟାଫଳ ମଧ୍ୟ ଦେଇପାରେ । ଉଦାହରଣସ୍ୱରୂପ ୨୦୦୪ ମସିହାରେ କଂଗ୍ରେସ ନେତୃତ୍ୱାଧୀନ ୟୁ.ପି.ଏ. ଗଠବନ୍ଧନ କ୍ଷମତାକୁ ଆସିଥିଲା ଯଦିଓ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱକୁ ଉତମଭାବେ ଏବଂ ବ୍ୟାପକ ଅଂଚଳରେ ଗ୍ରହଣ କରାଯାଇଥିଲା ।

ବିଫଳତା ଆସିଥିଲା, ସମ୍ଭବତଃ ଏଇଥିପାଇଁ କି ଯେ ନିଜର ‘ଭାରତ ଉଦୟ’ ଅଭିଯାନକୁ ନେଇ ଶାସକ ଗଠବନ୍ଧନ ଏକ ଭ୍ରମରେ ରହୁଥିଲେ । କଂଗ୍ରେସମୁକ୍ତ ଭାରତ ନିର୍ମାଣ ପାଇଁ ମୋଦୀଙ୍କ ପ୍ରିୟ ସ୍ୱପ୍ନ ସମ୍ପୂର୍ଣ୍ଣ ଭାବେ କାମ କରିପାରି ନାହିଁ । ଯଦିବି କଂଗ୍ରେସ ୨୦୧୮ ମସିହା ନିର୍ବାଚନରେ କର୍ଣ୍ଣାଟକରେ ପରାଜୟ ବରଣ କରେ, ଏହି ଦଳର ସ୍ଥିତି ରାଜସ୍ଥାନ ଏବଂ ବୋଧହୁଏ ଛତିଶଗଡ଼ରେ ମଧ୍ୟ ଭଲ ଅବସ୍ଥାକୁ ଆସିପାରେ ।

ଭାରତର ସବୁଠାରୁ ପୁରୁଣା ଓ ବଡ଼ ଦଳଟି ନୈରାଶ୍ୟଜନକ ସ୍ଥିତିରେ ଅଛି ଏବଂ ସେଥିପାଇଁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପାବିରୋଧୀ ଗଠବନ୍ଧନ ପାଇଁ ସେମାନଙ୍କର ଆଗ୍ରହ ରହିବ । କିନ୍ତୁ କଂଗ୍ରେସ ବେପରୱା ଚିନ୍ତାରେ ନିମଗ୍ନ ରହିପାରେ । ଯଦି କଂଗ୍ରେସ କୌଣସି ଭାଜପା ବିରୋଧୀ ଗଠବନ୍ଧନରେ ନରହେ, ତେବେ ଏମିତି କିଏ ଅଛି ଯିଏ ଅଣ-ଭାଜପା ଓ ଅଣ-ୟୁପିଏ ‘ତୃତୀୟ ସାମ୍ମୁଖ୍ୟ’ ସମ୍ଭବ ବୋଲି ଭାବିପାରିବ?

ପୁଣି ଆମେ ଦେଖୁଛୁ, ଉତର ଅପେକ୍ଷା ପ୍ରଶ୍ନଗୁଡ଼ିକର ସଂଖ୍ୟା ଅଧିକ ।

ଏହା ସହଜ ଲାଗୁନାହିଁ ଯେ ବିହାର ଭଳି ମହାଗଠବନ୍ଧନ ଅନ୍ୟ ରାଜ୍ୟରେ ଦୋହରାଇ ହେବ । କିନ୍ତୁ ଏହାର ଅର୍ଥ ନହେଉ ଯେ ଭାଜପାର ସଂଖ୍ୟାଗରିଷ୍ଠ ଏବଂ ସାମ୍ପ୍ରଦାୟିକ ରାଜନୀତିକୁ ବିରୋଧ କରୁଥିବା ବହୁରଙ୍ଗୀ ଦଳଗୁଡ଼ିକ ନିଜକୁ ନିରାଶା ଭିତରକୁ ଠେଲି ଦେବେ ଏବଂ ମୋଦୀଙ୍କ ରଥର ଗତିରୋଧ କରିବା ପାଇଁ ନୀତି ବା କାର୍ଯ୍ୟକ୍ରମ ତିଆରି କରିବେ ନାହିଁ ।

ପ୍ରଥମଥର ପାଇଁ ଭାରତରେ ଗୋଟିଏ ବିଚାରରେ ସଂହତି ଥିବା ବିରାଟ ଦଳ ଆଗକୁ ଆସିଛି ଯାହାର ନିଜସ୍ୱ ସଦସ୍ୟ ସଂଖ୍ୟା ଲୋକସଭାରେ ସର୍ବାଧିକ । ଯଦିଓ ବ୍ୟକ୍ତିତ୍ୱମାନଙ୍କର ଗୁରୁତ୍ୱ ରହିଛି ତେବେ ରାଜନୀତି ସେମାନଙ୍କୁ ଅତିକ୍ରମ କରି ଆଗକୁ ଯିବାକୁ ହେବ ।

ଭାଜପାକୁ ଫଳପ୍ରଦ ଭାବେ ମୁକାବିଲା କରିବାକୁ ହେଲେ, ବିରୋଧୀମାନଙ୍କୁ ଭାରତ ପାଇଁ ଏକ ବିକଳ୍ପ ଦର୍ଶନର ଚିନ୍ତନ କରିବାକୁ ପଡ଼ିବ ଏବଂ ତା’ ସହିତ ଭିନ୍ନ ନୀତି ଓ କାର୍ଯ୍ୟକ୍ରମର ପରିକଳ୍ପନା କରିବାକୁ ପଡ଼ିବ ।

Can They Come Together? EPW May 13, 2017 Vol LII No 19

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଇନ୍ଦିରା ଗାନ୍ଧୀ, ଭାଜପା

ସାଧାରଣ ଔଷଧ ପାଇଁ ଡାକ୍ତରୀ ଚିଠା

May 6, 2017 by ଓଡିଶା ଡଟ କମ Leave a Comment

ଏସ୍. ଶ୍ରୀନିବାସ ଲେଖିଛନ୍ତି : ଔଷଧର ସାଧାରଣ ନାଁରେ ହିଁ ଡାକ୍ତର ରୋଗୀଙ୍କର ଚିଠା ଲେଖିବେ ବୋଲି ପ୍ରଧାନମନ୍ତ୍ରୀ ଯେଉଁ ଘୋଷଣା କରିଛନ୍ତି ତାହା ପାରାଙ୍କ ଗହଣରେ ବିଲେଇଟିକୁ ଛାଡ଼ିଦେବା ସଦୃଶ ।

ଏହା ଏକ ସୁଚିନ୍ତିତ ପଦକ୍ଷେପ ନୁହେଁ ଏବଂ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଚାଲିଥିବା ସଙ୍କଟ ତଥା ସମସ୍ତଙ୍କ ପାଇଁ ଗୁଣାତ୍ମକ ଓ ସୁଲଭ ଦରରେ ଔଷଧ ଉପଲବ୍ଧ ହେବାର ବିଫଳତା ପ୍ରତି ଆମର ଧ୍ୟାନକୁ ହଟାଇ ଅଲଗା ଆଡ଼କୁ ଟାଣି ନେଉଛି ।

ଭାରତର ଘରୋଇ ଔଷଧ ବଜାରରେ ଯେଉଁ ୧ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର ହେଉଛି ସେଥିରୁ ଅନ୍ତତଃ ଶତକଡ଼ା ୯୦ଭାଗ ଔଷଧ, ପ୍ରସ୍ତୁତକାରୀ କମ୍ପାନୀମାନଙ୍କ ନାଁରେ ବିକ୍ରି ହେଉଛି ।

ବିକ୍ରି ହେଉଥିବା ବ୍ରାଣ୍ଡ ନାଁ’ରେ ବା କମ୍ପାନୀ ପ୍ରଦତ୍ତ ନାଁ’ରେ ମିଳୁଥିବା ଔଷଧର ସମତୁଲ ସାଧାରଣ ନାଁରେ ଔଷଧ ବଜାରରେ ମିଳୁନାହିଁ । ବଜାରରେ ମିଳୁଥିବା ୫୦ହଜାର କୋଟିରୁ ଅଧିକ ମୂଲ୍ୟର ଔଷଧରେ ବିଭିନ୍ନ ଔଷଧର ମିଶ୍ରଣ ଥାଏ ।

ଅଧା ସେଥିର ମିଶ୍ରଣ ଅଯୌକ୍ତିକ । ଅନେକ ମିଶ୍ରିତ ଡୋଜ୍ ଥିବା ଔଷଧରେ ୮ରୁ ୯ପ୍ରକାର ଔଷଧ ଥାଏ । ହଜାର ହଜାର ଏହିଭଳି ଏଫ୍.ଡି.ସି. (ମିଶ୍ରିତ ଔଷଧ) ବ୍ରାଣ୍ଡର ଔଷଧ ବଜାରରେ ଥିବାବେଳେ, ପ୍ରତିଟି ଔଷଧରେ କେଉଁସବୁ ଅନ୍ୟ ଔଷଧ ରହିଛି ଏବଂ ସେସବୁର ସାଧାରଣ ନାଁ କ’ଣ ତାକୁ ମନେ ରଖିବା ଓ ଲେଖିବା ଏକ ଅବାସ୍ତବ କଥା ।

ଯଦି ବି ଡାକ୍ତର କେବଳ ଗୋଟିଏ ଔଷଧର ମାତ୍ରା ଥିବା ଔଷଧଟିର ସାଧାରଣ ନାଁ’ଟି ରୋଗୀଙ୍କ ଚିଠାରେ ଲେଖିଦିଅନ୍ତି, ଫାର୍ମାସିଷ୍ଟମାନେ ବା ଔଷଧ ଦୋକାନୀ ସେହି ବ୍ରାଣ୍ଡର ଔଷଧ ବିକିବ ଯେଉଁଥିରେ ତାକୁ ବେଶୀ ଲାଭ ମିଳିବ ଏବଂ ସମ୍ଭବତଃ ସମାନ ଗୁଣବତା ଥିବା କମ୍ ଦାମର ଔଷଧ ମହଜୁଦ ରଖିବ ନାହିଁ- ତାହା ବ୍ରାଣ୍ଡ୍ ଔଷଧ ହେଉ ବା ସାଧାରଣ ଔଷଧ ହେଉ ।

ଏହାଦ୍ୱାରା ଖାଉଟିମାନଙ୍କ ପାଇଁ ସୁଲଭ ଦରରେ ଔଷଧ ଉପଲବ୍ଧ କରିବା ନିମନ୍ତେ ଯେଉଁ ଉଦ୍ଦେଶ୍ୟ ରଖାଯାଇଛି ତାହା ବିଫଳ ହେଉଛି ।
ସାଧାରଣ ଔଷଧ ଡାକ୍ତର ଲେଖିବା ଦ୍ୱାରା ନିୟନ୍ତ୍ରଣଟି ଔଷଧ କମ୍ପାନୀମାନଙ୍କର ହାତରୁ ଯାଇ ଔଷଧ ବିକ୍ରେତା ପାଖରେ ପହଂଚିଛି; ଡାକ୍ତରଠାରୁ ଅନେକ ଦୂରରେ ଏବଂ ବ୍ୟବସାୟ ବି ଯେମିତି ଚାଲିଛି ସେମିତି ଚାଲିବ । ରୋଗୀଙ୍କ ଚିକିତ୍ସା ଖର୍ଚ୍ଚର ଶତକଡ଼ା ୫୦ରୁ ୮୦ଭାଗ ପୂର୍ବଭଳି ଔଷଧ ବାବଦରେ ଖର୍ଚ୍ଚ ହେବ ।

ଭାରତ ସରକାର ଜନଔଷଧି ନାଁ’ରେ ଔଷଧ ଦୋକାନ ଖୋଲି ଯେତେ ସମ୍ଭବ ସାଧାରଣ ଔଷଧ ବିକ୍ରି କରିଆସିଛନ୍ତି । ସେଥିରେ ସରକାରୀ ଉଦ୍ୟୋଗରେ ପ୍ରତିଷ୍ଠିତ ଔଷଧ କମ୍ପାନୀମାନଙ୍କୁ ପ୍ରାଥମିକତା ଦିଆଯାଇ ଆସିଛି ।

କିନ୍ତୁ ଯଥେଷ୍ଟ ଜନଔଷଧି ଦୋକାନ ଖୋଲାଯାଇ ପାରିନାହିଁ ଯେଉଁମାନଙ୍କ ସଂଖ୍ୟା ମାତ୍ର ୩୦୦୦ ହେବ । କିନ୍ତୁ ଖୁଚୁରା ଔଷଧ ଦୋକାନଙ୍କ ସଂଖ୍ୟା ୮ଲକ୍ଷରୁ ଅଧିକ ଥିବାବେଳେ ଏହି ସଂଖ୍ୟାଟି ଅତିକମ୍ ଏବଂ ଅଧିକାଂଶ ଗ୍ରାମାଂଚଳରେ ଜନଔଷଧି ପହଂଚି ପାରିନାହିଁ ।

ଜନଔଷଧିର ପରିଚାଳନା ପାଇଁ ଡ୍ରଗସ୍ ଟେକ୍ନିକାଲ ଆଡ଼ଭାଇଜରୀ ବୋର୍ଡ଼ ୨୦୧୬ ମସିହା ମେ ମାସରେ ଡ୍ରଗସ ଓ କସମେଟିକସ ଆଇନ ୧୯୪୦ର ନିୟମ ୬୫ (୧୧କ)କୁ ସଂଶୋଧନ କରିବା ପାଇଁ ବିଚାର କରିଥିଲେ, ଯାହାଫଳରେ ଔଷଧ ଦୋକାନୀମାନେ ଔଷଧର ବ୍ରାଣ୍ଡ୍ ନାଁ’ରେ ଲେଖାଯାଇଥିବା ଔଷଧ ଚିଠାକୁ ଦେଖି ସାଧାରଣ ଔଷଧ ବା ତା ସମତୁଲ ବ୍ରାଣ୍ଡ ଔଷଧ ଦେଇପାରିବେ ।

କିନ୍ତୁ ଏହି ବିଚାରରୁ ବୋର୍ଡ଼ ଏଇଥିପାଇଁ ନିବୃତ୍ତ ରହିଲେ ଯେ ସାଧାରଣ ଔଷଧର ଜୈବ ଉପଲବ୍ଧତା ବ୍ରାଣ୍ଡ୍ ଔଷଧ ତୁଳନାରେ ଭଲ ନହୋଇପରେ । (ଚିକିତ୍ସା ଦୃଷ୍ଟିରୁ ସକ୍ରିୟ ଥିବା ଗୋଟିଏ ଔଷଧ ଯାହା ଶରୀର ଭିତରେ ପ୍ରଚଳନ ହୁଏ ଏବଂ ସେଥିପାଇଁ ଯେଉଁ ସ୍ଥାନରେ ତାହା କାମ କରିବା କଥା ସେହି ସ୍ଥାନରେ ପହଂଚିଥାଏ – ତାକୁ ମାପିବାର ମାପକାଠିଟିକୁ ଜୈବ ଉପଲବ୍ଧତା କୁହାଯାଏ ।

ଅନ୍ୟପଟେ ସାଧାରଣ ଔଷଧ ଓ ବ୍ରାଣ୍ଡ୍ ଔଷଧର ଜୈବ ଉପଲବ୍ଧତା ତୁଳନା କରିବା ପାଇଁ ସେମାନଙ୍କ ପାଖରେ ସମାନ ଜୈବ ଗୁଣବତା ଅଛି କି ନାହିଁ ପରୀକ୍ଷା କରାଯାଇଥାଏ) ଅନ୍ୟଅର୍ଥରେ କହିବାକୁ ଗଲେ ସରକାରଙ୍କର ଔଷଧ ବ୍ୟାପାରରେ ନୀତି-ନିଷ୍ପତି ନେବାକୁ ଥିବା ସର୍ବୋଚ୍ଚ ସଂସ୍ଥା ନିଶ୍ଚିତ ହୋଇପାରୁ ନାହାନ୍ତି ଯେ ସରକାରୀ ଔଷଧ କମ୍ପାନୀମାନେ ଠିକ୍ ଗୁଣମାନର ଔଷଧ ତିଆରି କରୁଛନ୍ତି ।

ସରକାରଙ୍କର ଡ୍ରଗସ ବୋର୍ଡ଼ ବାୟୋୱେଭର ବା ଜୈବ ଉପଲବ୍ଧତା ଓ ସମାନ ଜୈବ ଗୁଣମାନ ଅଛି କି ନାହିଁ ହେଉଥିବା ଅଧ୍ୟୟନଗୁଡ଼ିକୁ ଔଷଧ ପାଇଁ ମଞ୍ଜୁରୀ ଦେବା କ୍ଷେତ୍ରରେ ଛାଡ଼ କରିବାପାଇଁ ସୁପାରିଶ କରିପାରିଥାନ୍ତେ ।

ବିଶେଷକରି ସ୍ୱାସ୍ଥ୍ୟ ସେବାକୁ ସୁନିୟନ୍ତ୍ରିତ କରିଥିବା ଦେଶମାନଙ୍କରେ ଔଷଧ ଉପଯୋଗର ଆବଶ୍ୟକତା ଏବଂ ଗ୍ରହଣୀୟତାକୁ ନେଇ ଯେଉଁଭଳି ଛାଡ଼ କରାଯାଇଥାଏ, ଠିକ୍ ସେହି ଭଳି ।

ଜୈବ ଉପଲବ୍ଧତା ଓ ସମାନ ଜୈବ ଗୁଣବତ୍ତା ସମ୍ପର୍କିୟ ଅଧ୍ୟୟନଗୁଡ଼ିକ କେତୋଟି ମହତ୍ୱପୂର୍ଣ୍ଣ ଔଷଧର ପରିମାଣ ନିର୍ଣ୍ଣୟ ଏବଂ ସୀମିତ ଚିକିତ୍ସା କ୍ଷେତ୍ରରେ ଔଷଧମାନଙ୍କ କ୍ଷେତ୍ରରେ ଆବଶ୍ୟକ, ଯାହାର ସଂଖ୍ୟା ବହୁତ କମ୍ ।

ଅନ୍ୟ ଅର୍ଥରେ କହିଲେ, ଡ୍ରଗସ ବୋର୍ଡ଼ର ସନ୍ଦେହ ଯେ ସାଧାରଣ ଔଷଧଗୁଡ଼ିକର ଗ୍ରହଣୀୟ ଜୈବ ଉପଲବ୍ଧତା ଏବଂ ସମାନ ଜୈବ ଗୁଣବତା ଥିବ ସମ୍ଭବତଃ, ବୋର୍ଡ଼ର ଏହି ବିଶ୍ୱାସ ନାହିଁ ଯେ ଦେଶର ଔଷଧ ନିୟନ୍ତ୍ରଣ ସଂସ୍ଥାଗୁଡ଼ିକ ଔଷଧର ଗୁଣମାନର ଆବଶ୍ୟକତାକୁ ନିଷ୍ଠାର ସହିତ ତଦାରଖ କରିପାରିବେ ।

ଗୁଣାତ୍ମକ ପ୍ରତିଶ୍ରୁତି ଦେଇପାରିବା ବ୍ୟବସ୍ଥା ଯୋଗୁଁ ତାମିଲନାଡ଼ୁ ଓ ରାଜସ୍ଥାନର ସରକାରମାନେ ବର୍ଷ ପରେ ବର୍ଷ ଭଲ ଦରରେ ସାଧାରଣ ଔଷଧ ସଂଗ୍ରହ କରିପାରୁଛନ୍ତି ଏବଂ କୋଟି କୋଟି ଔଷଧ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ରୋଗୀଙ୍କ ପାଇଁ ଉପଲବ୍ଧ ହେଇପାରୁଛି ।

ଏହି ଦୁଇଟି ରାଜ୍ୟର ଔଷଧ ସଂଗ୍ରହ ବ୍ୟବସ୍ଥାର ସଫଳତା, ସାଧାରଣ ଔଷଧଗୁଡ଼ିକ କେବେ ଭଲ ହେଇପାରିବ ନାହିଁ ବୋଲି ଯେଉଁ ପ୍ରତିକୂଳ ପ୍ରଚାର ଚାଲିଛି, ତାକୁ ପ୍ରତିହତ କରିପାରିଛି ।

ଦେଶବ୍ୟାପୀ ସାଧାରଣ ଔଷଧ ପହଂଚାଇବାର ଆହ୍ୱାନକୁ ନ୍ୟୁନ କରିବା ପାଇଁ ଏକଥା କୁହାଯାଉ ନାହିଁ । ବରଂ ଏହା ସେହି ଡାକ୍ତରୀ ବିଶେଷଜ୍ଞମାନଙ୍କ ପାଇଁ କୁହାଯାଉଛି ଯେଉଁମାନେ ଔଷଧ କମ୍ପାନୀମାନଙ୍କର ମିଛ ପ୍ରଚାରର ଶିକାର ହୋଇ ଗରିବ ରୋଗୀମାନଙ୍କୁ ଏକଥା କହି ବ୍ୟାପକ କ୍ଷତି ପହଞ୍ଚାଉଛନ୍ତି ଯେ, ବ୍ରାଣ୍ଡ୍ ଔଷଧ ତୁଳନାରେ ସାଧାରଣ ଔଷଧର ଜୈବ ଉପଲବ୍ଧତା ନଥାଏ ।

ଭାରତର ଭେଷଦ ପରିଷଦ ବା ଏମ୍.ସି.ଆଇ ଅକ୍ଟୋବର ୨୦୧୬ରେ ହେଇଥିବା ଡାକ୍ତରମାନଙ୍କ ଆଚରଣ ବିଧିରେ ଏକ ସଂଶୋଧନ ଆଣି ସୁପାରିଶ କରିଥିଲେ ଯେ, ପ୍ରତ୍ୟେକ ଡାକ୍ତର, ‘ସ୍ପଷ୍ଟ ଅକ୍ଷରରେ ଲେଖିବେ ସାଧାରଣ ଔଷଧର ନାଁ ରୋଗୀମାନଙ୍କ ପାଇଁ ଲେଖିବେ…. ଏବଂ ସେ ନିଶ୍ଚିତ କରାଇବେ ଯେ ପ୍ରେସକ୍ରିପସନ ବା ତାଙ୍କ ଚିଠାଟି ଏବଂ ଔଷଧର ବ୍ୟବହାରଟି ଯେମିତି ଯୁକ୍ତିଯୁକ୍ତ ହୋଇଥାଏ ।’

ଏସବୁ ମାପିବା ପାଇଁ କୌଣସି ବ୍ୟବସ୍ଥା ନଥାଇ ଏମ୍.ସି.ଆଇ କେମିତି ଡାକ୍ତରୀ ଚିଠା ବା ଔଷଧର ଯୁକ୍ତିଯୁକ୍ତତା ମାଗିପାରିବ ତାହା ଯେ କେହି ବି ଅନୁମାନ କରିପାରିବେ । ଔଷଧର ବ୍ୟବହାର ଓ ଡାକ୍ତରୀ ଚିଠାର ଯୁକ୍ତିଯୁକ୍ତତା ଡାକ୍ତର, ଔଷଧ ଦୋକାନୀ, ଔଷଧ ନିୟନ୍ତ୍ରକ ଏବଂ ଖାଉଟିମାନଙ୍କ ଉପରେ ନିର୍ଭର କରେ ।

ଯୁକ୍ତିଯୁକ୍ତ ବ୍ୟବହାରର କିଛି ଆବଶ୍ୟକତା ଭିତରେ ନିମ୍ନ କିଛି କଥା ରହିଛି; କେବଳ ଡାକ୍ତରୀ ଚିଠା ପାଇଲେ ହିଁ ଯେଉଁ ଔଷଧ ଦିଆଯାଏ (ସେଡ୍ୟୁଲ ଜି.ଏଚ୍.ଏଚ୍.ୱାନ, ଏବଂ ଏକ୍ସ) ତାହା ମୁକ୍ତ ଭାବେ ଔଷଧ ଦୋକାନରେ ଉପଲବ୍ଧ ହେବା କଥା ନୁହେଁ; ଡାକ୍ତର ଏବଂ ମୋନଙ୍କର ବୃତ୍ତିଗତ ସଙ୍ଗଠନମାନେ ନିୟନ୍ତ୍ରକଙ୍କ ସହ ମିଶି ଏକଥା ନିଶ୍ଚିତ କରାଇବା କଥା ଯେ ଯେମିତି ଆଂଟି-ବାୟୋଟିକ୍ ଏବଂ ମହତ୍ୱପୂର୍ଣ୍ଣ ଔଷଧ ଗୁଡ଼ିକର ଦୁରୁପଯୋଗ ନହୁଏ; ଏବଂ ଯେତେକ ଅଦରକାରୀ /କ୍ଷତିକାରକ ଅନୁପଯୋଗୀ ଔଷଧକୁ ବଜାରରୁ ଅପସରି ନିଆଯାଏ ।

ଔଷଧର ବ୍ୟବହାର ପାଇଁ ବ୍ୟବହାରିକ ନିର୍ଦ୍ଦେଶାବଳୀ ଏବଂ ଚିଠା ଲେଖା ଯାଉଥିବା ଔଷଧଗୁଡ଼ିକର ସମୀକ୍ଷା ନିହାତି ପ୍ରସ୍ତୁତ କରାଯାଇ ଡାକ୍ତରମାନଙ୍କ ଦ୍ୱାରା ବ୍ୟବହାର କରାଯିବା ଦରକାର ।

ରୋଗୀମାନଙ୍କ ପାଇଁ ଦରକାର ପଡ଼ୁ ନଥିବା ଔଷଧର ବ୍ରାଣ୍ଡ ନାଁ ଦେବାକଥାକୁ ନିରୁତ୍ସାହିତ କରାଯିବା ଦରକାର ଯାହାକି ଅନେକ ଉତମ ନିୟନ୍ତ୍ରିତ ଦେଶମାନେ କରିଆସିଛନ୍ତି । ୧୯୭୫ର ହାତି କମିଟି ରିପୋର୍ଟରେ ମଧ୍ୟ ବ୍ରାଣ୍ଡ୍ ନାଁ ନ ଦେବା ପାଇଁ ସୁପାରିଶ କରାଯାଇଥିଲା ।

୨୦୦୩ରେ ଉଚ୍ଚତମ ନ୍ୟାୟାଳୟ ଯେପରି ରାୟ ଦେଇଥିଲେ, ଦରକାରୀ ଏବଂ ଜୀବନ ରକ୍ଷାକାରୀ ଔଷଧଗୁଡ଼ିକର ମୂଲ୍ୟର ନିୟନ୍ତ୍ରଣ ହେବା ଦରକାର ।

୨୦୧୩ରେ ଆସିଥିବା ଔଷଧ ଓ ଦର ନିୟନ୍ତ୍ରଣ ନିର୍ଦ୍ଦେଶ ବଜାରଭିତିକ ଦର ନିୟନ୍ତ୍ରଣ ନୀତି ଉପରେ ଆଧାରିତ ତାକୁ ଆମେ କେବଳ ଏକ ଉପହାସ କହିବା କାହିଁକି ନା ଏହି ଆଦେଶ ଫଳରେ କିଛି ଔଷଧର ଦର ସ୍ଥାନେ ସ୍ଥାନେ ଏପରି ରହିଛି ଯେ ଶତକଡ଼ା ୨୦୦୦ ଭାଗରୁ ୩୦୦୦ ଭାଗ ଲାଭ ମିଳୁଛି ।

କେତେକ କ୍ଷେତ୍ରରେ ଏମିତିକି ୧୦୦ ଟଙ୍କାରେ ୧୦,୦୦୦ ଟଙ୍କା ଲାଭ ମଧ୍ୟ ମିଳିପାରୁଛି । ଏହା ବଦଳରେ ୧୯୯୫ରେ ଦିଆଯାଇଥିବା ଔଷଧ ଓ ଦର ନିୟନ୍ତ୍ରଣ ନିର୍ଦ୍ଦେଶାବଳୀକୁ କାମରେ ଲଗାଇବା ଦରକାର ଯେଉଁଠି ଔଷଧର ସର୍ବୋଚ୍ଚ ଦର ଉତ୍ପାଦନ ମୂଲ୍ୟରେ କିଛି ଯୁକ୍ତ କରି ସ୍ଥିର କରାଯାଉଥିଲା ।

ତେଣୁକରି ଆମର ସର୍ବପ୍ରଥମ ପ୍ରାଥମିକତା ହେବା କଥା ଆମେ କେମିତି ସବୁ ରାଜ୍ୟରେ ତାମିଲନାଡ଼ୁ ଏବଂ ରାଜସ୍ଥାନରେ ଢାଂଚାଟିକୁ କାମରେ ଲଗାଇ ମାଗଣାରେ ଔଷଧ ଉପଲବ୍ଧ କରାଇବା ଏବଂ ଏଥିପାଇଁ ସରକାରୀ ଔଷଧ କମ୍ପାନୀମାନଙ୍କଠୁ ପୁଞ୍ଜି ପ୍ରତ୍ୟାହାର ନକରି ବରଂ ଆମେ ସେମାନଙ୍କୁ କେମିତି ପୁନଃବିନ୍ୟାସ କରାଇବା ତଥା ସେମାନଙ୍କ ଭିତରେ ନୂତନତ୍ୱ ନେଇ ଆସିବା ।

 

April 29, 2017 vol L II no 17 Prescribing Generic Medicines

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଔଷଧ, ଡ଼ାକ୍ତର, ରୋଗୀ

ମେ ଦିବସର ସ୍ମରଣେ

May 6, 2017 by ଓଡିଶା ଡଟ କମ Leave a Comment

ପୁଞ୍ଜିବାଦୀ ଶାସକଶ୍ରେଣୀ ୪ଦଶନ୍ଧି ଧରି ବିଶ୍ୱବ୍ୟାପୀ ଯେଉଁ ଆକ୍ରମଣ ଚଳାଇ ଆସିଛନ୍ତି ତାହାର ଚାପରେ ଶ୍ରମିକଶ୍ରେଣୀ ନିଜର ଲଢ଼ୁଆ ଅତୀତକୁ ଚାପିଦେଇ ଚାଲିଛନ୍ତି । ନହେଲେ ଶ୍ରମିକଶ୍ରେଣୀ କେମିତି ମେ ଦିବସର ଜନ୍ମର ପୃଷ୍ଠଭୂମିଟିକୁ ଭୁଲି ଯାଆନ୍ତେ?

ଏହା ବି ହୋଇପାରେ ଯେ ଏହିସବୁ ସଂଘର୍ଷପୂର୍ଣ୍ଣ ବର୍ଷଗୁଡ଼ିକରେ ସେହି ଇତିହାସଟିକୁ ଶ୍ରମିକ ଆନ୍ଦୋଳନମାନଙ୍କରେ କୁହାଯାଇ ନାହିଁ । ନିଜର ଉଗ୍ର ଅତୀତକୁ ଶ୍ରମିକମାନେ ଚପାଇ ରଖିବା ଏଭଳି ଏକ ସମୟରେ ଚାଲିଛି ଯେତେବେଳେ କି ତଳସ୍ତରରୁ ଆରମ୍ଭ ହୋଇଥିବା ଶ୍ରମିକଶ୍ରେଣୀର ପ୍ରତିରୋଧର ସଂସ୍କୃତିଟିକୁ ପୁଣିଥରେ ଜୀବନ୍ୟାସ ଦେବାର ଆବଶ୍ୟକତା ବେଶୀ ଅନୁଭୂତ ହେଉଛି ।

ଊନବିଂଶ ଶତାବ୍ଦୀର ଶେଷଭାଗରେ ବି ‘ଯେଉଁ କଥାଟି ନିଯୁକ୍ତି ପାଇବାରୁ ଅଧିକ ଖରାପ ମଣା ଯାଉଥିଲା, ତାହା ଥିଲା ନିଯୁକ୍ତି ନପାଇବା ।’ ଏବଂ ପୁଞ୍ଜି ପାଇଁ ଆଜି ଯେମିତି ଅଛି ଆଗରୁ ସେଭଳି ହିଁ ଥିଲା -ଶ୍ରମ କେବଳ ମାତ୍ର ଉତ୍ପାଦନର ଏକ ମୂଲ୍ୟ । କିନ୍ତୁ ଶ୍ରମିକମାନେ ସାହସ ବାନ୍ଧି ନିଜ ଅଧିକାର ପାଇଁ ଲଢ଼େଇ କଲେ । ସେ ଭିତରେ ଥିଲା ୮ଘଂଟିଆ କାର୍ଯ୍ୟ ଦିବସ ।

ମେ ୧, ୧୮୮୬, ପ୍ରଥମ ମେ ଦିବସ ଦିନ ଉତ୍ତର ଆମେରିକାର ହଜାର ହଜାର ଶ୍ରମିକ ସଙ୍ଗଠିତ ହୋଇ ଧର୍ମଘଟ କଲେ ଆଠଘଣ୍ଟିଆ କାର୍ଯ୍ୟ ଦିବସ ପାଇଁ । ସେତେବେଳେ ଚିକାଗୋ ସହର ଶ୍ରମିକ ଶ୍ରେଣୀ ସଙ୍ଗଠନମାନଙ୍କ ପେଣ୍ଠସ୍ଥଳୀ ଥିଲା, ଶ୍ରମିକ ଆନ୍ଦୋଳନରେ ବାମପନ୍ଥୀମାନଙ୍କର କେନ୍ଦ୍ର, ଯାହାର ଆଗରେ ଥିଲେ ଅନ୍ତଃରାଷ୍ଟ୍ରୀୟ ଶ୍ରମିକ ସଂଘ ବା ୱାର୍କିଂ ପିପୁଲସ୍ ଆସୋସିଏସନ୍ ।

ଯେମିତି ଆଶା କରାଯାଉଥିଲା ଶ୍ରମିକ ଆନ୍ଦୋଳନକୁ ପୁଞ୍ଜିପତି ଶ୍ରେଣୀର ସଙ୍ଗଠିତ ବିରୋଧର ସାମ୍ନା କରିବାକୁ ପଡ଼ିଲା । ଏହି ପୁଞ୍ଜିପତି ଶ୍ରେଣୀ ପଛରେ ଥିଲେ ବ୍ୟବସାୟିକ ଗଣମାଧ୍ୟମ ଏବଂ ନିଷ୍ଠୁରତା ପାଇଁ ପରିଚିତ ପୋଲିସ ।

ମେ ୧, ୧୮୮୬ରେ ଚିକାଗୋର ହେ’ ମାର୍କେଟ ଛକରେ ବୋମା ବିସ୍ଫୋରଣ କରିଛନ୍ତି କହି ୪ଜଣ ଶ୍ରମିକଙ୍କୁ ମିଛ ମକଦ୍ଦମାରେ ଫସାଇ ଦିଆଗଲା, ଅନ୍ୟାୟ କରି ଦୋଷୀ ସାବ୍ୟସ୍ତ କରାଗଲା ଏବଂ ମୃତ୍ୟୁଦଣ୍ଡ ଦିଆଗଲା ।

ସେମାନଙ୍କ ଭିତରେ ଥିଲେ ଅରାଜକତାବାଦୀ ଅଗଷ୍ଟ ସ୍ପାଇ ଏବଂ ଆଲବଟ୍ ପାରସନ୍ସ, ଯେଉଁମାନଙ୍କର ‘ଏକମାତ୍ର’ ଅପରାଧ ହେଲା ଯେ ସେମାନେ ଉଗ୍ର ଶ୍ରମିକ ଯୋଦ୍ଧା ଥିଲେ ଯେଉଁମାନେ ଆଠଘଂଟିଆ କାର୍ଯ୍ୟଦିବସ ସମେତ ଶ୍ରମିକମାନଙ୍କ ଅଧିକାର ପାଇଁ ନିରବଚ୍ଛିନ୍ନ ଭାବେ ସଂଘର୍ଷ କରିଆସିଥିଲେ ।

ଯଦିଓ ଆଠଘଂଟିଆ କାର୍ଯ୍ୟଦିବସ ଅନେକ ରାଜ୍ୟର କାନୁନ୍ରେ ଥିଲା ପୁଞ୍ଜିପତିମାନେ ତାକୁ କାର୍ଯ୍ୟକାରୀ କରିବା ପାଇଁ ବିରୋଧ କରୁଥିଲେ ଏବଂ ଆଇନ ରକ୍ଷକ ଓ ବିଚାରକମାନେ ଆଇନ ଉଲ୍ଲଂଘନ କଥାଟିକୁ ଅଣଦେଖା କରିଆସିଥିଲେ ।ଶ୍ରମିକମାନଙ୍କ ପାଖରେ ମେ ୧ରୁ ଧର୍ମଘଟ ଆରମ୍ଭ କରିବା ବ୍ୟତିରେକ ଅନ୍ୟ କିଛି ବିକଳ୍ପ ନଥିଲା ।

ବିଚାରବେଳେ ସରକାରୀ ଓକିଲ କହିଲେ, ‘ଆଇନର ପରୀକ୍ଷା ଚାଲିଛି, ଅରାଜକତାର ପରୀକ୍ଷା ଚାଲିଛି ଏହି ଲୋକମାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତୁ, ସେମାନେ ଉଦାହରଣ ହେଇ ରୁହନ୍ତୁ, ସେମାନଙ୍କୁ ଫାଶୀରେ ଚଢ଼ାଯାଉ ଏବଂ ଆପଣ ଆମର ଅନୁଷ୍ଠାନଗୁଡ଼ିକୁ, ଆମ ସମାଜକୁ ବଂଚାନ୍ତୁ ।

’ କିନ୍ତୁ ସ୍ପାଇଙ୍କର ମୃତ୍ୟୁଦଣ୍ଡ କାର୍ଯ୍ୟକାରୀ କରିବା ପୂର୍ବରୁ ସେ ତାଗିଦ କରି କହିଥିଲେ, ‘ତମେ ଯଦି ଭାବୁଛ ଆମକୁ ଫାଶୀଦେଇ ତମେ ଶ୍ରମିକ ଆନ୍ଦୋଳନର ସମାପ୍ତି କରିବ, ଯେଉଁ ଆନ୍ଦୋଳନ ଅଭାବ ଏବଂ ଦୁର୍ଦ୍ଦଶାରୁ ମୁକ୍ତି ଦେବ ବୋଲି ଲକ୍ଷ ଲକ୍ଷ ନିଷ୍ପେଷିତ ଲୋକେ ଆଶା ବାନ୍ଧି ଅପେକ୍ଷା କରିଛନ୍ତି… ଯଦି ଏହା ହେଉଛି ତୁମର ମତ ତେବେ ଆମକୁ ଫାଶୀ ଦିଅ । ତୁମେ ଏଠି ଅଗ୍ନିଶିଖାଟିଏ ଲଗାଇ ଦେବ, କିନ୍ତୁ ଏଇଠି ଓ ସେଇଠି, ତୁମ ପଛରେ ଏବଂ ଆଗରେ ଏବଂ ସବୁଠି, ସେହି ଅଗ୍ନି ପ୍ରଜ୍ୱଳିତ ହେବ ।

ଏଇଟା ଗୋଟିଏ ଭୂମିଗତ ନିଅାଁ, ତୁମେ ତାକୁ ନିର୍ବାପିତ କରିପାରିବ ନାହିଁ । ସେତେବେଳେ ଚିକାଗୋ ଶ୍ରମିକ ଶ୍ରେଣୀର ପ୍ରତିଭାବାନ ନେତୃତ୍ୱ ଥିଲେ । ସ୍ପାଇଙ୍କ ଦ୍ୱାରା ସମ୍ପାଦିତ ଜର୍ମାନୀ ଦୈନିକ ଆରବେଇଟିର – ଜିତୁଙ୍ଗ ଭଳି ସକ୍ରିୟ ବାମପନ୍ଥୀ ପ୍ରେସ୍ ମଧ୍ୟ ଥିଲା । ଟଙ୍କା ଥଳି ଧରି ବୁଲୁଥିବା ଲୋକେ ଶ୍ରମିକମାନଙ୍କୁ ଏକ ‘ଭୟଙ୍କର ଶ୍ରେଣୀ’ ବୋଲି ସମ୍ବୋଧନ କରୁଥିଲେ ।

ଦୁଃଖର କଥା ଆଜି ଆମେରିକାର ଶ୍ରମିକମାନେ ଅଧିକାଂଶରେ ଏକ ଅଣସଙ୍ଗଠିତ ଶ୍ରେଣୀ । ସତରେ ରଷ୍ଟ୍ବେଲେଟ୍ ପ୍ରଦେଶ (ଅର୍ଥନୈତିକ ଅବକ୍ଷୟ, ଜନସଂଖ୍ୟା ହ୍ରାସ, ସହର ବିଲୟ ଶିଳ୍ପର ପତନ ଯୋଗୁଁ) ହିସାବରେ ପରିଚିତ, ଆଇୱା, ମିଚିଗାନ୍, ଓହିଓ, ପେନ୍ସିଲଭାନିଆ ଏବଂ ୱିସ୍କନସିନ୍ ରାଷ୍ଟ୍ରପତି ଡୋନାଲଡ଼୍ ଟ୍ରମ୍ପଙ୍କୁ ଜିତେଇବାରେ ସହାୟକ ହେଇଥିଲେ ବୋଲି କୁହାଯାଉଛି ।

ଏହି ଟ୍ରମ୍ପ ବର୍ଣ୍ଣବାଦୀ, ବିଦେଶୀମାନଙ୍କ ପ୍ରତି ବିଦ୍ୱେଷ, ଜାତୀୟତାବାଦୀ, ଆମେରିକୀୟ ହିତର ସୁରକ୍ଷାବାଦୀର ଚର୍ଚ୍ଚା ପାଇଁ ପରିଚିତ ଓ ‘ପୁଣିଥରେ ଆମେରିକାକୁ ମହାନ କରିବା’ ଆହ୍ୱାନ ଦେଇ ନିର୍ବାଚନ ଜିତିଥିଲେ । ଟ୍ରମ୍ପଙ୍କ ଅଭ୍ୟୁଦୟ ସହ ତାଳ ଦେଇ ଅନ୍ୟତ୍ର ମଧ୍ୟ ସମାନ ଶକ୍ତିମାନଙ୍କର ଉତ୍ଥାନ ଘଟିଛି; ଫ୍ରାନ୍ସରେ ନ୍ୟାସନାଲ ଫ୍ରଂଟ୍, ବ୍ରେକ୍ଜିଟ୍ ଅଭିଯାନର ନେତୃତ୍ୱ ନେଉଥିବା ଇଂଲଣ୍ଡର ଇଣ୍ଡିପେଣ୍ଡେନ୍ସ ପାର୍ଟି, ଇଟାଲୀର ଫାଇଭ୍ଷ୍ଟାର୍ ଆନ୍ଦୋଳନ ଏବଂ ଜର୍ମାଟ୍ର ପେଡ଼ିଗା ।

ତା ସହିତ ଅଛି ଜର୍ମାନୀରେ ଶରଣାର୍ଥୀ ବିରୋଧୀ ଅଭିଯାନ ଚଳାଇଥିବା ଅଲଟର୍ନେଟିଭ୍ ଫର୍ ଜର୍ମାନୀ । ଭାରତରେ ନରେନ୍ଦ୍ର ମୋଦୀଙ୍କ ‘ଭାରତରେ ପ୍ରସ୍ତୁତ’ ବା ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନର ସଫଳତା ଯେଉଁ କଥାଟି ଉପରେ ଆଧାରିତ ତାହା ହେଉଛି ସ୍ଥାୟୀ ଶ୍ରମିକମାନେ ଏକା କାମ ପାଇଁ ଯେଉଁ ପାରିଶ୍ରମିକ ପାଆନ୍ତି ତାହାର ୫ଭାଗରୁ ମାତ୍ର ୧ରୁ ୩ଭାଗ ପାଉଣାରେ ଠିକା ବା ଅସ୍ଥାୟୀ ଶ୍ରମିକ ନିଯୁକ୍ତ କରିବା, ଯେଉଁମାନଙ୍କର ନିଯୁକ୍ତିର କୌଣସି ନିରାପତା ବା ସୁରକ୍ଷା ନଥିବ ଏବଂ ପୁଣି ସେମାନଙ୍କର ସ୍ୱାଧୀନ ଶ୍ରମିକ ସଂଘ କାମ କରିବା ପାଇଁ ସୁଯୋଗ ଦିଆଯିବ; ମାଲିକମାନଙ୍କ କାଠ ପିତୁଳି ଯଦି ସାଜନ୍ତି ।

ପୋଲିସ ଅଧିକାରୀମାନେ କମ୍ପାନୀ ଅଧିକାରୀଙ୍କ ସହ ହାତ ମିଳାଇ କାମ କରନ୍ତି ଯାହାର ନମୂନା ହରିୟାନାର ମାନେଶ୍ୱର ଠାରେ ଥିବା ମାରୁତି-ସୁଜୁକି କାରଖାନାରେ ଦେଖିବାକୁ ମିଳିଥିଲା ।

ଭାରତର ଶ୍ରମ ଆଇନରେ ଥିବା ଶ୍ରମିକମାନଙ୍କ ଅଧିକାର ପାଇବା ପାଇଁ ଯେତେବେଳେ ଶ୍ରମିକମାନେ ଦାବୀ କରନ୍ତି, ଏମାନେ ଏମିତି ହାତ ମିଳାଇ ସେମାନଙ୍କୁ କଠୋର ଭାବେ ଦମନ କରନ୍ତି ।

ଜଣେ ନିଯୁକ୍ତିଦାତା ହିସାବରେ ସରକାର ନିଜେ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନୁହନ୍ତି ୧୦ଲକ୍ଷରୁ ଅଧିକ ଲୋକ ନିୟମିତ ଶ୍ରମିକ ଭାବେ ସାମ୍ନାରେ ରହି ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଆସୁଛନ୍ତି ।

ଅଙ୍ଗନୱାଡ଼ି କର୍ମୀ, ସର୍ବଶିକ୍ଷା ଅଭିଯାନର ପାରା ଶିକ୍ଷକ ଏବଂ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟକର୍ମୀ ଯେଉଁମାନେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନରେ କାମ କରନ୍ତି କାହାର ବି କର୍ମଚାରୀର ଅଧିକାର ନାହିଁ ।

ଦୁଃଖର କଥା ଯେ ନୌରାଶ୍ୟଜନକ ଭାବେ ବିଭାଜିତ ଆମ ଶ୍ରମିକ ସଙ୍ଗଠନମାନେ ସମୟର ଆହ୍ୱାନ ସତ୍ୱେ ଏକାଠି ହୋଇପାରୁ ନାହାନ୍ତି, ଯଦ୍ୱାରା ଶ୍ରମିକ ଶ୍ରେଣୀର ପୁନଃରୁତ୍ଥାନ ହୋଇ ସାମୟିକ ନିଯୁକ୍ତି ଓ ଠିକା ନିଯୁକ୍ତି, କମ୍ ମଜୁରୀ, ଦର୍ଘ ସମୟ ଧରି ଶ୍ରମ ଦେବାର ଅବଧି ଏବଂ କାର୍ଯ୍ୟସ୍ଥଳୀଗୁଡ଼ିକରେ ଝାଳନାଳ ହୋଇ କାମ କରିବାର ଅବସ୍ଥା ବିରୁଦ୍ଧରେ ସଙ୍ଗଠିତ ଆନ୍ଦୋଳନ ହୋଇପାରନ୍ତା ।

ଏମିତିକି ଅଧିକାଂଶ ଶ୍ରମିକ ସଙ୍ଗଠନ ପାଇଁ ଅତୀତର ସଂଘର୍ଷଗୁଡ଼ିକୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ମେ ଦିବସଟି ଗୋଟିଏ ଦିବସ ହିସାବରେ ବିଚାର କରାଯାଏନି, ଭବିଷ୍ୟତରେ ପୁଞ୍ଜିବାଦ ବିରୁଦ୍ଧରେ ଲଢ଼େଇ ପାଇଁ ଏକ ସଙ୍କେତ ହିସାବରେ ମାନିବା ତ ଦୂରର କଥା! ହୁଏତ ଆମେ ୧୮୮୦ ଦଶକରେ ଚିକାଗୋ ସହରରେ ୮ଘଂଟିଆ କାର୍ଯ୍ୟଦିବସ ପାଇଁ ଆହ୍ୱାନ ଦେଇ ଯେଉଁ ଗୀତ ଶ୍ରମିକମାନେ ଗାଇ ଚାଲିଥିଲେ ତାକୁ ମନେ ପକାଇଦେବା ଦରକାର । ଗୀତର ଧାଡ଼ିଗୁଡ଼ିକ ଏମିତି କିଛି ଥିଲା :-

ଆମେ ସୂର୍ଯ୍ୟର ଉଷ୍ମତାକୁ ଅନୁଭବ କରିବା ପାଇଁ ଚାହୁଁ,

ଆମେ ଚାହୁଁ ଫୁଲର ସୁରଭିକୁ ଆଘ୍ରାଣ କରିବାକୁ;

ଆମେ ନିଶ୍ଚିତ ଈଶ୍ୱରଙ୍କ ଏହା ହିଁ ଇଚ୍ଛା,

ଏବଂ ସେଥିପାଇଁ ଆମେ ଚାହୁଁ ଆଠଟି ଘଂଟା,

ଡାକରା ଦେଇଛୁ ଆସିବେ ଆମ ସେନା,

ଅଛନ୍ତି ଯେଉଁମାନେ ପୋତ ପ୍ରାଙ୍ଗଣରେ,

ଦୋକାନ ଓ କାରଖାନାରେ,

ଶ୍ରମ ପାଇଁ ଆଠ ଘଂଟା, ବିଶ୍ରାମ ପାଇଁ ଆଠ ଘଂଟା,

ଏବଂ ବାକି ଆଠ ଘଂଟା

ଆମେ ବିତାଇବୁ ଆମରି ଇଚ୍ଛାରେ ।

 

April 29, 2017 vol L II no 17 Remembering May Day

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ପୋଲିସ, ମେ, ଶ୍ରମ ଆଇନ

ଗାଈ ଗଣିବା, ମଣିଷ ମାରିବା

May 6, 2017 by ଓଡିଶା ଡଟ କମ Leave a Comment

ଅଲୱରର ଦୁଗ୍ଧଚାଷୀ ୫୫ ବର୍ଷୀୟ ପେହଲୁ ଖାଁ’ଙ୍କୁ ଗୋରକ୍ଷକମାନଙ୍କ ଦ୍ୱାରା ଏପ୍ରିଲ ୧ଦିନ ସ୍ପଷ୍ଟ ଦିବାଲୋକରେ ଆକ୍ରମଣ କରି ମାରିଦିଆଗଲା । ବରଂ ଏମାନଙ୍କୁ ବେଆଇନ ପ୍ରାଣଦଣ୍ଡ ପ୍ରଦାନକାରୀ ଜନସମୂହ କହିବା ଉଚିତ ହେବ । ଅକ୍ଟୋବର ୨୦୧୫ରେ ମହମ୍ମଦ ଅକଲାଖ୍ଙ୍କ ହତ୍ୟା ପରେ ଗାଈ ନାଁ’ରେ ଯେଉଁ ଅପରାଧର ତାଲିକାଟି ବଢ଼ି ବଢ଼ି ଚାଲିଛି, ପେହଲୁଙ୍କ ଉପରେ ଆକ୍ରମଣ ଓ ତା’ପରେ ପରେ ତାଙ୍କର ମୃତ୍ୟୁ ସେଥିରେ ଯୋଡ଼ି ହୋଇଗଲା ।

ସେହି ଦିନଠାରୁ ଭାରତର ଗାଈବହୁଳ ଅଂଚଳରେ ମଣିଷର ଅଧିକାର ଅପେକ୍ଷା ଗାଈର ଅଧିକାର ପ୍ରାଧାନ୍ୟତା ପାଇଆସିଛି, ଯେହେତୁ ଆକ୍ରମଣକାରୀ ଗୋଷ୍ଠୀମାନେ ଗାଈ ଓ ମଇଁଷିମାନଙ୍କର ପ୍ରଚଳନକୁ ଜଗି ରହିଛନ୍ତି ଏବଂ ସେସବୁକୁ ଅଟକାଇ ବାଛି ବାଛି ମୁସଲମାନ ଏବଂ ଦଳିତମାନଙ୍କୁ ମାରିଦେଉଛନ୍ତି ବା ଭୟଙ୍କର ଭାବେ କ୍ଷତବିକ୍ଷତ କରୁଛନ୍ତି ।

ଏପରି ସବୁ ଘଟି ଚାଲିଥିଲା ବେଳେ ଆଇନର ରକ୍ଷକମାନେ କେବଳ ଦେଖଣାହାରି ସାଜୁଛନ୍ତି । ଏଭଳି ଏକ ଜଘନ୍ୟ କାହାଣୀକୁ ଭୟଙ୍କର ମୋଡ଼ ଦିଆଯାଉଛି ଯେତେବେଳେ ଆକ୍ରମଣର ଶିକାର ହେଉଥିବା ଲୋକମାନଙ୍କୁ ଗିରଫ କରାଯାଉଛି ଏବଂ ଆକ୍ରମଣକାରୀଙ୍କୁ ଛାଡ଼ି ଦିଆଯାଉଛି ଅବା ‘ଅଜଣା ବ୍ୟକ୍ତି’ କରି ମାମଲା ରୁଜୁ କରାଯାଉଛି ।

ଅକ୍ଲାଖଙ୍କ ହତ୍ୟା ପରେ ଗୁଜୁରାଟ, ରାଜସ୍ଥାନ, ଉତରପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ ଅଧିକାଂଶ ରାଜ୍ୟରେ ଗାଈ ରାଜନୀତିଟି ଆକ୍ରମଣାତ୍ମକ ଭାବେ ଚାଲିଛି । ୧୯୭୬ର ମହାରାଷ୍ଟ୍ର ପଶୁସୁରକ୍ଷା ନିୟମ, ଯେଉଁଠି ଗୋରକ୍ଷକମାନଙ୍କୁ ଅପରାଧ ଘଟାଇ ଖସିଯିବା ପାଇଁ ଯଥେଷ୍ଟ ସୁଯୋଗ ରହିଛି, ସେହିଭଳି ପଶୁ ସୁରକ୍ଷା ନିୟମରେ ପରିବର୍ତନ ଆଣିବା ପାଇଁ ହେଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ ଏବେ ଉଚ୍ଚତମ ନ୍ୟାୟାଳୟ କରୁଛନ୍ତି ।
ମାମଲାଟିରେ ଉଲ୍ଲେଖ ଥିବା ୬ଟି ରାଜ୍ୟ ବ୍ୟତିରେକ ମଧ୍ୟପ୍ରଦେଶ ଏବଂ ହରିୟାଣାରେ ମଧ୍ୟ ଏଭଳି ଅପରାଧ ଘଟିଚାଲିଛି । ଏବର୍ଷ ଏପ୍ରିଲ ମାସରେ ଜାମ୍ମୁ- କାଶ୍ମୀର ଏବଂ ଦିଲ୍ଲୀରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ଶେଷ ଦୁଇଟି ଘଟଣାର ଭିଡ଼ିଓ ମଧ୍ୟ ଅଛି । ଗୋଟିଏ ଭିଡ଼ିଓରେ ପେହେଲୁ ଖାଁ’ଙ୍କ ଉପରେ ଆକ୍ରମଣ ଏବଂ ହତ୍ୟାରେ ଭିଡ଼ ଜମାଇଥିବା ଲୋକମାନଙ୍କର ନିର୍ମମ କାଣ୍ଡ ଓ ପୋଲିସର ଉଦାସୀନତାର ବିଶ୍ୱାସନୀୟ ପ୍ରମାଣ ରହିଛି ।

ଜାମ୍ମୁ-କାଶ୍ମୀରର ରେସି ଜିଲ୍ଲାର ଯାଯାବର ଗାଈଚରାଳୀ ଗୋଷ୍ଠୀ ଉପରେ ହେଇଥିବା ଆକ୍ରମଣର ଭିଡ଼ିଓ ହୃଦୟ-ବିଦାରକ, ଯେତେବେଳେ ଆପଣ ଦେଖୁଛନ୍ତି କିଭଳି ଜଣେ ମା ନିଜ ପିଲାମାନଙ୍କୁ ବଂଚାଇବା ପାଇଁ ଚେଷ୍ଟା କରୁଛନ୍ତି ଭିଡ଼ ଜମାଇଥିବା ଲୋକେ ସେମାନେ ଭୟଭୀତ ଅବସ୍ଥାରେ ଥିବା ଦୁର୍ବଳ ଘର ଉପରେ ଆକ୍ରମଣ କରିଥିଲେ ।

ଯେକୌଣସି ସଭ୍ୟସମାଜରେ, ଏଭଳି ଘଟଣାଗୁଡ଼ିକ ବ୍ୟାପକ ପ୍ରତିକ୍ରିୟା ସୃଷ୍ଟି କରିବା କଥା । ଯଦିଓ, ଭାରତରେ ଏଭଳି ଘଟଣା ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉଛି, କିନ୍ତୁ ଗୋଟିଏ ପଟେ ବାକ୍ଶକ୍ତିବିହୀନ ସରକାରୀ ନିରବତା ଏବଂ ଅନ୍ୟପଟେ ଘଟଣାଗୁଡ଼ିକ ପ୍ରତି ନଗ୍ନ ସମର୍ଥନ ଯୋଗୁଁ ସେସବୁ ସ୍ୱର ନିଷ୍ପ୍ରଭ ହେଇଯାଉଛି ।

ଅଲ୍ୱାର ହତ୍ୟାକାଣ୍ଡ ପରେ ଭାଜପାର ରାଜସ୍ଥାନରେ ଥିବା ବିଧାୟକ ଜ୍ଞାନଦେବ୍ ଆହୁଜା କହିଥିଲେ ଯେ ଅଲ୍ୱାର ଘଟଣାକୁ ନେଇ ତାଙ୍କର କିଛି ଅନୁତାପ ନାହିଁ, ଯେତେବେଳେ ସେହି ରାଜ୍ୟର ଗୃହମନ୍ତ୍ରୀ ଖୁଲାବ୍ଚାନ୍ଦ କଟାରିଆ ବିଧାନସଭାରେ କହିଥିଲେ ଯେ, ପେହେଲୁ ଖାଁ ଜଣେ ଗୋରୁ ଚାଲାଣକାରୀ ଥିଲେ ।

ଏଭଳି ମିଛକୁ ସେଠାକାର ପୋଲିସ ମୁଖ୍ୟ ନିଜେ ଅସ୍ୱୀକାର କରିଥିଲେ । ମୁଖ୍ୟମନ୍ତ୍ରୀ ନିଜ ନୀରବତାକୁ ଭାଙ୍ଗିଥିଲେ କେବଳ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ ହେବା ପରେ ଏବଂ ୨୩ଜଣ ପୂର୍ବତନ ପ୍ରଶାସକ ତାଙ୍କୁ ଚିଠି ଲେଖିବା ପରେ । ଏଭଳି କଠୋରତା ଓ ଛଳନା ସାମ୍ନାରେ ଖାଁ’ଙ୍କ ଭଳି ସାଧାରଣ ମଣିଷମାନଙ୍କର ତିଷ୍ଠି ରହିବା ପାଇଁ କିଛି ସୁଯୋଗ ଅଛି କି?

ମୁଖ୍ୟ ପ୍ରସଙ୍ଗଟି କିନ୍ତୁ ଗାଈ ନୁହେଁ, ଯଦିଓ ହିନ୍ଦୁତ୍ୱ ରାଜନୀତିରେ ଗାଈଟି କେନ୍ଦ୍ରରେ ଅଛି । ବାସ୍ତବରେ ଗାଈଟି ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସରକାର ପ୍ରତ୍ୟେକଟି ଗାଈ ପାଇଁ ଆଧାର ଭଳି ପରିଚୟ ପତ୍ର ଦେବା ପାଇଁ ନିଷ୍ପତି ନେଇଛନ୍ତି ।

କଥାଟି ବିଚିତ୍ର ଶୁଣାଯାଉଥିଲେ ବି ସରକାର ଜଣେ ଯୁଗ୍ମ ସଚିବ ପାହ୍ୟାର ଅଫିସରଙ୍କ ନେତୃତ୍ୱରେ କମିଟିଟିଏ ବସାଇଛନ୍ତି ସ୍ଥିର କରିବା ପାଇଁ କେମିତି ବାଂଲାଦେଶକୁ ଚାଲାଣ ହେଉଥିବା ଗାଈଗୋରୁଙ୍କୁ ରୋକିବା ପାଇଁ ପ୍ରତ୍ୟେକ ପଶୁଙ୍କୁ ଏପଟ ସେପଟ ନକରିପାରିବା ଭଳି ସଙ୍କେତ ଲଗାଇବେ ।

ଯଦି ଭାରତର ପ୍ରଧାନ ସରକାରୀ ଓକିଲ ଉଚ୍ଚତମ ନ୍ୟାୟାଳୟଙ୍କୁ ଏହି ସୂଚନାଟି ଦେଇନଥାନ୍ତେ, ଆମେ କଥାଟିକୁ ଗୋଟିଏ ମିଛ ପ୍ରଚାର ବା ‘ମିଛ ସମ୍ବାଦ’ବୋଲି ଭାବିଥାନ୍ତେ । ପଶୁମାନଙ୍କୁ ପରିଚୟପତ୍ର ପ୍ରଦାନ କରିବା ନିଷ୍ପତିଟି ମନୋରଞ୍ଜନକାରୀ ଲାଗିଲେ ବି ଏଥିରେ ଆଇନ ରକ୍ଷା କରିବା, ନ୍ୟାୟଦେବାର ବାର୍ତା ଏବଂ ଅରାଜକତା ସୃଷ୍ଟି କରିବାର ବାର୍ତା ଅଛି ଯାହା ଏକ ନିର୍ଦ୍ଦିଷ୍ଟ ରାଜନୀତିକ କାର୍ଯ୍ୟସୂଚୀକୁ ସୁହାଇଥିବ ଏବଂ ପ୍ରକୃତରେ ଯାହା ଅମଙ୍ଗଳକାରୀ ।

ସେଥିପାଇଁ ଭାରତୀୟ ରାଷ୍ଟ୍ରଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିବା କାଶ୍ମୀର ଯୁବକମାନେ ଟେକା ଫୋପାଡ଼ି ନିଜର କ୍ରୋଧକୁ ଅଭିବ୍ୟକ୍ତ କଲାବେଳେ ସେମାନଙ୍କୁ ଅପରାଧି କୁହାଯାଉଛି, ଗିରଫ କରାଯାଉଛି, ଗୁଳି ମରାଯାଉଛି, ମାଡ଼ ଦିଆଯାଉଛି ଏବଂ ଏମିତିକି ହତ୍ୟା ବି କରାଯାଉଛି । କିନ୍ତୁ ଗୋ ରକ୍ଷକ ମୃତ୍ୟୁଦଣ୍ଡ ପ୍ରଦାନକାରୀ ବାହିନୀ ଆଇନକୁ ନିଜ ହାତକୁ ନେଇଯାଉଛନ୍ତି, ନିରୀହ ମୁସଲମାନ ପୁରୁଷମାନଙ୍କୁ ମାଡ଼ ମାରୁଛନ୍ତି ତଥାପି ତାଙ୍କୁ ଦେଶଭକ୍ତର ପରମ ଦାୟିତ୍ୱ ତୁଲାଇଛନ୍ତି ବୋଲି ବିବେଚନା କରାଯାଉଛି ।

ଏମିତିକି ରାଜସ୍ଥାନର ଜଣେ ଆଗଧାଡ଼ିର ଗୋରକ୍ଷକ ସାଧ୍ୱି କମଲ୍ ଦିଦି ଯେଉଁ ଗୋ ରକ୍ଷକମାନେ ପହେଲୁ ଖାଁ’ଙ୍କୁ ଆକ୍ରମଣ କରିଥିଲେ ସେମାନଙ୍କୁ ଭଗତ୍ ସିଂ ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ସହ ତୁଳନା କରିବା କଥାର ପ୍ରମାଣ ବି ଅଛି ।

ଏଭଳି ଘଟଣା ସରକାରଙ୍କର ପକ୍ଷପାତ ଆଚରଣ ନେଇ ସ୍ପଷ୍ଟ ବାର୍ତା ଦେଉଛି, କେମିତି ଗୋଟିଏ ସରକାର ସଂଖ୍ୟାଲଘୁମାନେ କ’ଣ ଭାବୁଛନ୍ତି ବା ଅନୁଭବ କରୁଛନ୍ତି ଆଦୌ ଖାତିର କରୁନାହାନ୍ତି । ଗୋଟିଏ ଦେଶର ଗଣତାନ୍ତ୍ରିକ ଶୃଙ୍ଖଳାର ଭବିଷ୍ୟତ ପ୍ରତି ଏହା ହିଁ ହେଉଛି ବାସ୍ତବରେ ଏକ ବିପଦ ।

ଫାଟ ଫାଟ ହେଇଥିବା ଗୋଟିଏ ସମାଜରେ ବଡ଼ଧରଣର ସାମ୍ପ୍ରଦାୟିକ ଦଙ୍ଗାର ଆବଶ୍ୟକତା ନାହିଁ ତାକୁ ଭାଗ ଭାଗ କରିବା ପାଇଁ । ମୃତ୍ୟୁଦଣ୍ଡ ପ୍ରଦାନକାରୀ ଗୋରକ୍ଷକମାନଙ୍କ ଦ୍ୱାରା ଘଟୁଥିବା ପ୍ରତିଟି ଘଟଣା ଏବଂ ସେମାନଙ୍କ ନିଜ ଅପରାଧକୁ ନେଇ ଉତ୍ସାହ ଓ ଉନ୍ମାଦନା ଏହି ଫାଟଗୁଡ଼ିକୁ ଅଧିକ ବିସ୍ତାର କରିଚାଲିଛି । ଅଲୱାର, ଦିଲ୍ଲୀ, ବାବ୍ରି, ଲାଟେହର୍, ଉନ୍ନା, ସୋନେପଟ୍, ମଣ୍ଡସାଉର ବା ଅନ୍ୟ ଯେଉଁଠି ବି ଏଭଳି ଘଟଣା ଘଟିଛି, ତାହା ଆକସ୍ମିକ ନୁହେଁ ।

ସେହି ସମସ୍ତ ଘଟଣା ନରେନ୍ଦ୍ର ମୋଦୀ କହି ଚାଲଥିବା ‘ନବ ଭାରତ’ର ଏକ ଅଂଶବିଶେଷ, ଯେଉଁଠି ମଣିଷ ଜୀବନ ଅପେକ୍ଷା ପବିତ୍ର ଗାଈଟି ଅଧିକ ଗୁରୁତ୍ୱପୂର୍ଣ୍ଣ ।

 

April 29, 2017 vol L II no 17 Counting Cows, Killing Humans

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଗାଈ, ଦୁଗ୍ଧଚାଷୀ

ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଉନ୍ନତ ଚେତନାମୁକ୍ତ କରାଇବା

May 1, 2017 by ଓଡିଶା ଡଟ କମ Leave a Comment

ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କୁ ସାଧାରଣରେ ଏବଂ ସମାଜ ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ଯେଉଁ ସଦ୍ୟତମ ଆଘାତ ମିଳିଛି ତାହା ହେଉଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁ.ଜି.ସି.) ଦ୍ୱାରା ନିକଟରେ କରାଯାଇଥିବା ଖର୍ଚ୍ଚକାଟ ।

୫ବାର୍ଷିକ ଯୋଜନାଗୁଡ଼ିକ ବନ୍ଦ କରିଦେବା ପରେ ଏକାଦଶ ୫ବାର୍ଷିକ ଯୋଜନା (୨୦୦୭-୨୦୧୨)ରେ ପ୍ରତିଷ୍ଠା ହୋଇଥିବା ବିଭିନ୍ନ ସମାଜ ବିଜ୍ଞାନ ଗବେଷଣା ଓ ଶିକ୍ଷା କେନ୍ଦ୍ରଗୁଡ଼ିକ ଏବେ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଛନ୍ତି ।

ଏହି କେନ୍ଦ୍ରଗୁଡ଼ିକୁ ପାଣ୍ଠି ଯୋଗାଇବା କ୍ଷେତ୍ରରେ ୟୁ.ଜି.ସି.ର ଦୋମୁହାଁ ନୀତି ଯୋଗୁଁ ବହୁ ଶିକ୍ଷକ, ଗବେଷକ ଏବଂ ଛାତ୍ର ମୁଣ୍ଡ ଟେକୁଥିବା ବିଷୟ ଓ ଚର୍ଚ୍ଚାଗୁଡ଼ିକର ଭବିଷ୍ୟତ ଏବେ ବିପନ୍ନ ।

ଭାରତର ବଡ଼ ବଡ଼ ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ପ୍ରତିଷ୍ଠିତ ଏହି ସମାଜ ବିଜ୍ଞାନ କେନ୍ଦ୍ରଗୁଡ଼ିକର ଯୋଜନା ପାଣ୍ଠି ଉପରେ ଭିନ୍ନ ଭିନ୍ନ ସ୍ତରର ନିର୍ଭରଶୀଳତା ରହିଆସିଛି । କେତେକ ସ୍ଥାନରେ ଏହି କେନ୍ଦ୍ରଗୁଡ଼ିକୁ ବିଭାଗରେ ବଦଳାଇ ଦିଆଯାଇଛି । ଅନ୍ୟ କେତେକ ସ୍ଥାନରେ ସେମାନେ ରାଜ୍ୟ ସରକାର ଏବଂ ଅନ୍ୟାନ୍ୟ ସୂତ୍ରରୁ ମଧ୍ୟ ପାଣ୍ଠି ପାଇ ପାରିଛନ୍ତି ।

ଯେଉଁସବୁ ବିଶ୍ୱବିଦ୍ୟାଳୟରେ ଏହି କେନ୍ଦ୍ରଗୁଡ଼ିକ ୟୁ.ଜି.ସି.ର ଯୋଜନା ପାଣ୍ଠି ଉପରେ ନିର୍ଭରଶୀଳ ସେହି କେନ୍ଦ୍ରଗୁଡ଼ିକ ଏବେ ହୁଏତ ବନ୍ଦ ହୋଇଯିବ ବା ଯାହା ବି ସ୍ଥିତି ଅଛି ତାକୁ ହ୍ରାସ କରିବାକୁ ପଡ଼ିବ ।

ୟୁ.ଜି.ସି ପଦକ୍ଷେପର ତୁରନ୍ତ ପରିଣାମ ଦେଖିବାକୁ ମିଳିଥିଲା ଗତମାସରେ ଯେତେବେଳେ ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ (ଟିସ୍) କର୍ତ୍ତୃପକ୍ଷ ବହୁସଂଖ୍ୟାରେ ଶିକ୍ଷକ ଓ ଗବେଷକମାନଙ୍କୁ ଅବ୍ୟାହତ ଦେବା ପାଇଁ ଚିଠି ଲେଖିଥିଲେ ।

ସେମାନେ ସବୁ କାମ କରୁଥିବା କେନ୍ଦ୍ରଗୁଡ଼ିକ ଭିତରେ ଅଛି, ଆଡ଼ଭାନ୍ସଡ଼ ସେଣ୍ଟର ଅଫ୍ ଓମେନ୍ସ ଷ୍ଟଡିଜ୍, ସେଣ୍ଟର ଫର୍ ଷ୍ଟଡ଼ି ଅଫ୍ ସୋସିଆଲ ଏକ୍ସକ୍ଲ୍ୟୁଜନ ଏବଂ ନୋଡ଼ାଲ ସେଣ୍ଟର ଫର୍ ଏକ୍ସଲେନ୍ସ ଫର୍ ହ୍ୟୁମାନ ରାଇଟ୍ସ ଏଡୁକେସନ ।

ଗଣମାଧ୍ୟମ କଥାଟିକୁ ଧ୍ୟାନକୁ ନେବା ଏବଂ ଜନସାଧାରଣଙ୍କର ସମାଲୋଚନାର ଆଂଶିକ ପରିଣାମ ସ୍ୱରୂପ ୟୁ.ଜି.ସି କର୍ତ୍ତୃପକ୍ଷ ଯୋଜନା ଖର୍ଚ୍ଚକାଟ ପ୍ରସ୍ଥାବଟିକୁ ମାର୍ଚ୍ଚ ୩୧, ୨୦୦୮ ଯାଏଁ ଏକବର୍ଷ ପାଇଁ ବଢ଼ାଇ ଦେଲେ । ତା’ଫଳରେ ଟିସ୍ କର୍ତ୍ତୃପକ୍ଷ ଅଧିକାଂଶ ପ୍ରଭାବିତ ଶିକ୍ଷକମାନଙ୍କୁ ରଖିବା ପାଇଁ ସଫଳ ହେଲେ ।

ଏହି ଅଧାପନ୍ତରା ପଦକ୍ଷେପ, ବିରୋଧକୁ ବର୍ତ୍ତମାନ ପାଇଁ ପ୍ରଶମିତ କରିବାରେ କାମ ଦେଲା କିନ୍ତୁ ଏହି କେନ୍ଦ୍ରଗୁଡ଼ିକର ଦୀର୍ଘକାଳିନ ଭବିଷ୍ୟତ କ’ଣ ହେବ ତାହା ଉପରେ ବଡ଼ ପ୍ରଶ୍ନବାଚୀଟିଏ ତଥାପି ଅମିମାଂସିତ ହୋଇ ରହିଗଲା ।

ଯଦିଓ ଓମେନ୍ସ ଷ୍ଟଡିଜ୍ କେନ୍ଦ୍ରଗୁଡ଼ିକ ୧୯୭୦ ଦଶକର ଆଦ୍ୟଭାଗରେ ପ୍ରତିଷ୍ଠିତ ହୋଇଥିଲା ସେସବୁ ୟୁ.ଜି.ସି ଅନୁଦାନ ୧୯୮୦ ଦଶକର ମଧ୍ୟଭାଗରେ ପାଇଥିଲେ । କିନ୍ତୁ ୧୧ଦଶ ପଞ୍ଚବାର୍ଷିକ ଯୋଜନାରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବଳିଷ୍ଠ ନିଷ୍ପତ୍ତି ନିଆଗଲା ଏବଂ ସ୍ୱତନ୍ତ୍ର ଶିକ୍ଷା ପାଇଁ କେନ୍ଦ୍ର ଖୋଲିବା ତଥା ସମ୍ପ୍ରସାରଣ କରିବା ପାଇଁ ଯଥେଷ୍ଟ ପାଣ୍ଠି ଯୋଗାଇ ଦିଆଗଲା ।

ସେସବୁକୁ ସମ୍ପୂର୍ଣ୍ଣଭାବେ ପାଠ୍ୟକ୍ରମ ବିଷୟବସ୍ତୁ ହିସାବରେ ଗଢ଼ିବା ପାଇଁ ଶିକ୍ଷକ ନିଯୁକ୍ତି କରିବା ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମ ମଧ୍ୟ ନିଆଗଲା ।

ଉଦାହରଣ ସ୍ୱରୂପ ଓମେନ୍ସ ଷ୍ଟଡିଜ୍ କେନ୍ଦ୍ର ବା ମହିଳା ଅଧ୍ୟୟନ କେନ୍ଦ୍ରଗୁଡ଼ିକ ପାଇଁ ଯେଉଁ କାର୍ଯ୍ୟସୂଚୀ ରଖାଗଲା ସେଥିରେ ଥିଲା, ବିବିଧ ବିଷୟ/ବିଭାଗ ଭିତରେ ସମନ୍ୱୟ ପାଇଁ ଢାଞ୍ଚା ପ୍ରସ୍ତୁତ କରିବା, ଅନ୍ୟ ବିଷୟ/ବିଭାଗଗୁଡ଼ିକର ଦୃଷ୍ଟିଭଙ୍ଗୀ ବଦଳାଇବା, ନିତି ନିର୍ଦ୍ଧାରଣ ପାଇଁ ସୂଚନା ଦେବା ଏବଂ ନିଷ୍ପେଷିତ ବର୍ଗର ମହିଳା ବିଶେଷକରି ଦଳିତ, ଆଦିବାସୀ ଏବଂ ଧାର୍ମିକ ସମ୍ପ୍ରଦାୟର ମହିଳାମାନେ ଯେମିତି ଗବେଷଣା ଓ ନିତି ନିର୍ଦ୍ଧାରଣରେ ଦୃଶ୍ୟମାନ ହେବେ ତାକୁ ନିଶ୍ଚିତ କରାଇବା ।

ଏହି କେନ୍ଦ୍ରଗୁଡ଼ିକ ଗୋଟିଏ ମହତ୍ୱପୂର୍ଣ୍ଣ କାର୍ଯ୍ୟସୂଚୀକୁ ଆଗକୁ ନେଲେ ଯାହାକୁ ଶକ୍ତି ଯୋଗାଇଲେ ନୂଆ ଅଧ୍ୟାପକ ଓ ଛାତ୍ରମାନେ । ଏକ ସମନ୍ୱିତ କାର୍ଯ୍ୟଧାରାରେ ଜାତି, ଶ୍ରେଣୀ ଓ ଲିଙ୍ଗ ସମ୍ପର୍କିତ ପ୍ରସଙ୍ଗଗୁଡ଼ିକର ଉତ୍ଥାପନ ହୋଇପାରିଲା ।

ଏହି ପ୍ରକ୍ରିୟାର ଗୋଟିଏ ଲେଖାରେ ସମାଜବିଜ୍ଞାନୀ ଗୋପାଲ ଗୁରୁ ପ୍ରଶ୍ନ ଉଠାଇଥିଲେ, ‘ସମାଜ ବିଜ୍ଞାନ ସବୁ କେତେ ସମାନତା ଭିତ୍ତିକ?’ (ଡିସେମ୍ବର ୧୫, ୨୦୦୨) ସେ ଅଧ୍ୟାପନା କ୍ଷେତ୍ରରେ ଏବଂ ଅନୁଷ୍ଠାନମାନଙ୍କରେ ଯେଉଁ ସାଂସ୍କୃତିକ ପତିଆରାର ଶିଡ଼ି ସବୁ ରହିଛି ତାକୁ ନିନ୍ଦା କରିଥିଲେ ଏବଂ ଯୁକ୍ତି ରଖିଥିଲେ ଯେ ସମାଜ ବିଜ୍ଞାନର ଯେଉଁ ବିଚାରର ପରିସୀମାଟି ରହିଛି ତାକୁ ବ୍ୟାପକ କରିବାକୁ ପଡ଼ିବ ।

ସଂକ୍ଷେପରେ କହିବାକୁ ଗଲେ ଏଭଳି ଏକ ବୌଦ୍ଧିକ ବାତାବରଣ ଭିତରେ ଏହି ସବୁ କେନ୍ଦ୍ରଗୁଡ଼ିକର ପ୍ରତିଷ୍ଠା କରାଗଲା ଏବଂ ସେମାନେ କାମ କରିବାରେ ଲାଗିଲେ ।

ଏହି କେନ୍ଦ୍ର ସବୁ ପାରମ୍ପରିକ ସମାଜ ବିଜ୍ଞାନ ବିଭାଗ ତଥା ବିଦ୍ୱାନମାନଙ୍କ ପ୍ରତି ଏଭଳି ଏକ ଜ୍ଞାନଭିତ୍ତିକ ତତ୍ୱର ଚୁନୋତି ବା ଆହ୍ୱାନ ଦେଲେ ଯାହାଫଳରେ ଅନେକ ବିଷୟରେ ପୁନଃପ୍ରବେଶ କରିବା କାର୍ଯ୍ୟକ୍ରମ ଆରମ୍ଭ ହେଲା ଯେମିତିକି ପାରମ୍ପରିକ ଦ୍ୱନ୍ଦ୍ୱଗୁଡ଼ିକ ଯଥା ସନ୍ଦର୍ଭ ବନାମ ଅଭ୍ୟାସ, ଢାଞ୍ଚା ବନାମ ସଂସ୍ଥା ଏବଂ ବାମ ବନାମ ଦକ୍ଷିଣ ରାଜନୀତି ଇତ୍ୟାଦି ।

ଉଦାହରଣ ସ୍ୱରୂପ, ପୁନା ସ୍ଥିତ କ୍ରାନ୍ତିଜ୍ୟୋତି ସାବିତ୍ରୀବାଇ ଫୁଲେ ଓମେନ୍ସ ଷ୍ଟଡିଜ୍ କେନ୍ଦ୍ର, ବିକଳ୍ପ ଶୈକ୍ଷଣିକ ପଦ୍ଧତି ଏବଂ ସମ୍ବଳ ସଙ୍ଗଠିତ କରିଥିଲେ ଯାହା ଅଧ୍ୟୟନର ବିଷୟବସ୍ତୁ ସାଜିଥିବା ନିଷ୍ପେଷିତ ବର୍ଗର ବିଦ୍ୱାନମାନଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆବଶ୍ୟକ ଥିଲା ।

ଏହି ଅନ୍ତଃର୍ବିଭାଗୀୟ କେନ୍ଦ୍ରଗୁଡ଼ିକର ଆରମ୍ଭ ହେବା ବେଳକୁ ୨୦୦୭ରେ ଆରମ୍ଭ ହେଲା କେନ୍ଦ୍ରୀୟ ଶିକ୍ଷା ଅନୁଷ୍ଠାନମାନଙ୍କରେ ପଛୁଆ ଜାତିମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା । କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ (ନାମଲେଖା ପାଇଁ ସଂରକ୍ଷଣ) ଆଇନ, ୨୦୦୬ ଯୋଗୁଁ ଛାତ୍ରମାନଙ୍କର ସାମଗ୍ରିକ ସଂଖ୍ୟାରେ ବୃଦ୍ଧି ଘଟିଲା । ସଂରକ୍ଷଣ ଯୋଗୁଁ ଉଚ୍ଚଶିକ୍ଷା କ୍ଷେତ୍ରରେ ସାମାଜିକ ପୃଷ୍ଠଭୂମିର ବିବିଧତା ବଢ଼ିଗଲା ।

ନୂଆ କରି ଗଢ଼ିଉଠିଥିବା କେନ୍ଦ୍ରଗୁଡ଼ିକ ତାତ୍ତ୍ୱିକ ପ୍ରେରଣା ଯୋଗାଇଲେ ପ୍ରଶ୍ନ କରିବା ପାଇଁ, ଜାତିକୁ ନେଇ, ପୁରୁଷର ପତିଆରାକୁ ନେଇ, ମୁଖ୍ୟସ୍ରୋତରେ ଚାଲିଥିବା ଚର୍ଚ୍ଚାକୁ ନେଇ ଏବଂ ରାଷ୍ଟ୍ରୀୟ ନିର୍ଯାତନାକୁ ନେଇ ।

ଏହା ମଧ୍ୟ ଆଂଶିକ ଭାବେ ବୁଝାଇଥାଏ ବଢ଼ି ଚାଲିଥିବା ଛାତ୍ରସଙ୍ଗଠନମାନଙ୍କ ସମ୍ପର୍କରେ, ଯେମିତିକି ‘ରେହିତ ଭେମୁଲାଙ୍କ ପାଇଁ ନ୍ୟାୟ’( ଦଳିତ ଜାତିର ଛାତ୍ରମାନେ ଶିକ୍ଷାନୁଷ୍ଠାନମାନଙ୍କରେ ସାମ୍ନା କରୁଥିବା ଭେଦଭାବ ବିରୁଦ୍ଧରେ), ‘ପିଞ୍ଜରା ତୋଡ଼୍’ (ଛାତ୍ରୀନିବାସ ଓ ଶିକ୍ଷାନୁଷ୍ଠାନ ପରିସରରେ ମହିଳା ଛାତ୍ରୀମାନଙ୍କ ଉପରେ ଚାଲିଥିବା ଗୋଇନ୍ଦାଗିରି ବିରୁଦ୍ଧରେ), ‘ହୋକ୍ କୋଲୋରବ୍’(ଯାଦବପୁର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରିଙ୍କୁ କରାଯାଇଥିବା ଅସଦ ଆଚରଣ ବିରୁଦ୍ଧରେ) ଏବଂ ଆଇ.ଆଇ.ଟି ମାଡ଼୍ରାସରେ ଆମ୍ବେଦକର ପେରିୟାର ପାଠଚକ୍ରର ସ୍ୱୀକୃତି ପ୍ରତ୍ୟାହାର କରିନେବା ଇତ୍ୟାଦି ।

ଏହିସବୁ ଆନ୍ଦୋଳଗୁଡ଼ିକ ଜାତି ଓ ଲିଙ୍ଗ ସମ୍ବନ୍ଧିତ ପ୍ରସଙ୍ଗ ଗୁଡ଼ିକୁ ଛାତ୍ରମାନଙ୍କ ଚର୍ଚ୍ଚା ଓ ରାଜନୀତିର ଅଗ୍ରଭାଗକୁ ନେଇ ଆସିଛନ୍ତି, ପ୍ରଶ୍ନ କରିଛନ୍ତି ସଙ୍ଗଠିତ କରିବାର ନୀତିଗୁଡ଼ିକୁ ଓ ପ୍ରଚଳିତ ଛାତ୍ର ସଙ୍ଗଠନମାନଙ୍କର ନେତୃତ୍ୱକୁ ଏବଂ ଏକ ସ୍ୱୟଂସମ୍ପନ୍ନ ସ୍ଥାନ ନିଜ ପାଇଁ ସୃଷ୍ଟି କରିବା ସହ ଅନ୍ୟ କେନ୍ଦ୍ରୀୟ ତଥା ରାଜ୍ୟ ବିଶ୍ୱବିଦ୍ୟାଳୟମାନଙ୍କର ଛାତ୍ରମାନଙ୍କ ସହ ମଧ୍ୟ ସଂହତି ସ୍ଥାପନ କରିପାରିଛନ୍ତି ।

ଛାତ୍ର ଓ ଶିକ୍ଷକମାନଙ୍କ ଭିତରେ ତଥା ୟୁ.ଜି.ସି ସହ ଲାଗି ରହିଥିବା ସ୍ଥାଣୁ ଅବସ୍ତାକୁ ହଟାଇବା କ୍ଷେତ୍ରରେ ଏକ ବର୍ଷ ପାଇଁ ସମାଜ ବିଜ୍ଞାନ କେନ୍ଦ୍ରଗୁଡ଼ିକୁ ଯେଉଁ ଅନୁମତି ଦିଆଯାଇଛି ତାହା ଏକ ଅସ୍ଥାୟୀ ସମାଧାନ ମାତ୍ର ।

ଯେଉଁ କଥାଟି ବିପଦରେ ପଡ଼ିଛି ତାହା ହେଲା ବୃହତ୍ତର ସମାନତା ଓ ପ୍ରତିନିଧିତ୍ୱ ପାଇଁ ଶିକ୍ଷାକ୍ରମ ଓ ଶିକ୍ଷାନୁଷ୍ଠାନଗୁଡ଼ିକୁ ବଦଳାଇବା କ୍ଷେତ୍ରରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଗବେଷଣାର କାର୍ଯ୍ୟସୂଚୀ ତିଆରି କରାଯାଇଥିଲା ତାହାର ପତନ ।

ଯୋଜନା କାଳ ସରିବା ପରେ ମଧ୍ୟ ଏହି ଗବେଷଣା କାର୍ଯ୍ୟସୂଚୀକୁ ରାଷ୍ଟ୍ରୀୟ ପାଣ୍ଠି ଯୋଗାଇ ଦେବା ଦରକାର । ସବୁଠାରୁ ଅଧିକ ନିଷ୍ପେଷିତମାନଙ୍କର ଜ୍ଞାନ ସୃଷ୍ଟି କରୁଥିବା ଦୃଷ୍ଟିରୁ ଏହି କେନ୍ଦ୍ରମାନଙ୍କର ଉପସ୍ଥିତି ଓ ସମ୍ପ୍ରସାରଣ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବୌଦ୍ଧିକ ସ୍ତରରେ ଅଧିକ ସମୃଦ୍ଧ କରିପାରନ୍ତା ।

ଏହି କେନ୍ଦ୍ରଗୁଡ଼ିକ ପାରମ୍ପରିକ ଶିକ୍ଷାର ସ୍ୱରୂପଗୁଡ଼ିକର ମୁକାବିଲା କରିପାରନ୍ତେ ଏବଂ ଛାତ୍ରମାନଙ୍କର ମନଟିକୁ ଅଧିକ ଉନ୍ମୁକ୍ତ କରିପାରନ୍ତେ ଅଧିକ କଠିନ ଉପାୟରେ କଥାଗୁଡ଼ିକୁ ଦେଖିବା ଓ ଜାଣିବା ପାଇଁ, ଯାହାକି ଆମ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ ।

 

Deradicalising Universities EPW- April 22, 2017 Vol L II No-16

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ବିଜ୍ଞାନ ଶିକ୍ଷା, ସମାଜ

  • Go to page 1
  • Go to page 2
  • Go to page 3
  • Interim pages omitted …
  • Go to page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ