• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସମଦୃଷ୍ଟି

ଅଦାଲତର ଜୟ ହେଉ

May 1, 2017 by ଓଡିଶା ଡଟ କମ Leave a Comment

ଶାସକ ଭାରତୀୟ ଜନତା ପାର୍ଟି ପ୍ରତି ଉଚ୍ଚତମ ନ୍ୟାୟାଳୟ ଅନୁଗ୍ରହ ଦେଖାଇଛନ୍ତି । ସେ ନିଶ୍ଚିତ କରାଇଛନ୍ତି ଯେ ଅଯୋଧ୍ୟାରେ ବାବ୍ରି ମସଜିଦ୍ର ଧ୍ୱଂସାବଶେଷ ଉପରେ ବିବାଦୀୟ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗଟି ଯେମିତି ଜୀବନ୍ତ ରହେ ।

ଏପ୍ରିଲ ୨୩ରେ କେନ୍ଦ୍ର ତଦନ୍ତ ବ୍ୟୁରୋକୁ ନିର୍ଦ୍ଦେଶ ଦେବାବେଳେ ଏହି କଥାଟି ତାଙ୍କର ଉଦ୍ଦେଶ୍ୟରେ ନଥିଲା ଯେ ୨୫ବର୍ଷର ପୁରୁଣା ଦୁଇଟି ମାମଲା – ଗୋଟିଏ ବାବ୍ରି ମସଜିଦ୍ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର ଯେଉଁଥିରେ ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ ଏବଂ ଉମା ଭାରତୀ ସମ୍ପୃକ୍ତ ଏବଂ ଅନ୍ୟଟି ମସଜିଦ୍ ଧ୍ୱଂସ କରିଥିବା କରସେବକମାନଙ୍କୁ ନେଇ, ଉଭୟକୁ ଏକାଠି କରି ମାମଲାଟିର ଲକ୍ଷେ୍ନø ଅଦାଲତରେ ଦ୍ରୁତ ଶୁଣାଣି କରାଇବା ।

କିନ୍ତୁ ଉଦ୍ଦେଶ୍ୟ ନଥାଇ ବି ଯେଉଁ ପରିଣାମ ଆସିଯିବାର ସମ୍ଭାବନା ଦଖୋଯାଉଛି ତାହା ହେଉଛି ଯେ ତଳେ ପଡ଼ି ପୁଣି ଠିଆ ହୋଇଥିବା ଭା.ଜ.ପା ଏହି ସାମ୍ପ୍ରଦାୟିକ ପରିବର୍ତ୍ତନଶୀଳ ପ୍ରସଙ୍ଗଟିକୁ ଧିରେ ଧିରେ ଉତ୍ତପ୍ତ ରଖି ୨୦୧୯ର ସାଧାରଣ ନିର୍ବାଚନରେ ଯେମିତି ନିଜ ହିତରେ ଆସିବ ସେଭଳି ହିନ୍ଦୁ ଭୋଟଗୁଡ଼ିକୁ ଏକାଠି କରାଇବ ।

ସମ୍ପୂର୍ଣ୍ଣ ଭାବେ ଅନିଚ୍ଛାକୃତ ଏହି ଧୁର୍ତ୍ତତା ବ୍ୟତିରେକ ଆମେ ଉଚ୍ଚତମ ନ୍ୟାୟାଳୟର ଏହି ନିର୍ଦ୍ଦେଶନାମାର ବୈଶିଷ୍ଟ୍ୟକୁ ନେଇ ଆଉ କିଭଳି ସମୀକ୍ଷା କରିବା? ଡିସେମ୍ବର ୬, ୧୯୯୨ ଦିନ ଶହ ଶହ କରସେବକ ବାବ୍ରି ମସଜିଦ୍ ଉପରକୁ ଚଢ଼ିଗଲେ ଏବଂ ତାଙ୍କୁ ଉତ୍ସାହିତ କରୁଥିବା ରାଜନେତା, ପୋଲିସ ଓ ଗଣମାଧ୍ୟମର ଉପସ୍ଥିତିରେ ମସଜିଦ୍କୁ ଧ୍ୱଂସ କରିବାର ଯୋଜନା କାମରେ ଲଗାଇଲେ ।

ଯେଉଁ ଦୁଇଟି ଏଫ୍.ଆଇ.ଆର୍. ଗୋଟିଏ ଆଡ଼ଭାନୀଙ୍କ ବିରୁଦ୍ଧରେ ଏବଂ ଅନ୍ୟଟି ‘ଲକ୍ଷ ଲକ୍ଷ ଅଜଣା କର ସେବକ’ଙ୍କ ବିରୁଦ୍ଧରେ ଦାୟର କରାଯାଇଥିଲା ତାହାର ଅନ୍ତିମ ପରିଣାମ କିଛି ଆସିନାହିଁ । ଅନେକ ଶୁଣାଣୀ ସ୍ଥଗିତାବସ୍ଥା ଦେଇ ମନ୍ଥର ଗତିରେ ଚାଲିଥିବା ଏହି ମାମଲାଗୁଡ଼ିକ ଗୋଟିଏ ସ୍ଥାନରେ ହିଁ ଲଟକି ରହିଥିଲା ।

ଏହି ଦୁଇଟି ମାମଲାର ଗତିପଥ ସୂଚାଇ ଦେଉଛି ଯେ ଆମ ଅପରାଧିକ ନ୍ୟାୟ ବ୍ୟବସ୍ଥା କେତେ ଗଭୀର ଭାବେ ପଚିଗଲାଣି । ତଥାପି, ଗୋଟିଏ ଦୃଷ୍ଟିରୁ ଦେଖିଲେ ଉଚ୍ଚତମ ନ୍ୟାୟାଳୟଙ୍କ ହସ୍ତକ୍ଷେପଟି ଗୁରୁତ୍ୱପୂର୍ଣ୍ଣ ମନେହୁଏ ।

ପୂର୍ବରୁ ରାୟବରେଲି ଓ ଲକ୍ଷେ୍ନø ଅଦାଲତରେ ଉଭୟ ମାମଲାର ପୃଥକ ପୃଥକ ଭାବେ ଯେଉଁ ଶୁଣାଣି ହେଉଥିଲା ତାକୁ ବନ୍ଦ କରି ଦୁଇଟି ମାମଲାକୁ ଏକାଠି କରିବା ପାଇଁ ସି.ବି.ଆଇକୁ ନିର୍ଦ୍ଦେଶ ଦେଇ ଅନାବଶ୍ୟକ ଭାବେ ଶୁଣାଣି ସ୍ଥଗିତ କରିବା କଥାକୁ ବନ୍ଦ କରାଇ, ବିଚାରପତିମାନଙ୍କୁ ନବଦଳାଇବା ପାଇଁ ଏବଂ ମାମଲାର ରାୟ ଦୁଇ ବର୍ଷ ଭିତରେ ଦେବାପାଇଁ ନିର୍ଦ୍ଦେଶ ଦେଇ, ଅଦାଲତ ବ୍ୟବସ୍ଥାଗତ ବିଫଳତାଗୁଡ଼ିକୁ ସ୍ୱୀକାର କରିଛନ୍ତି ।

ଏଭଳି ଏକ ହସ୍ତକ୍ଷେପ ପାଇଁ ଆମେ ଅଦାଲତଙ୍କୁ ବାହା ବାହା ଦେବୁ । ତାହା ହିଁ ଯାହା କିଛି ଆମେ ଅଦାଲତଙ୍କୁ ଦେଇପାରିବୁ । କାରଣ ଯେତେ ଗୁରୁତ୍ୱପୂର୍ଣ୍ଣ ଲାଗୁଥିଲେ ବି ଗୋଟିଏ ମାମଲାରେ ହସ୍ତକ୍ଷେପ ଆମର ରୋଗଗ୍ରସ୍ତ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଥିବା ବୃହତ୍ତର ସମସ୍ୟାଗୁଡ଼ିକର ସମାଧାନ କରିପାରିବ ନାହିଁ ।

ଆମର ଜଟିଳ ନ୍ୟାୟିକ ବ୍ୟବସ୍ଥାରେ ହଜାର ହଜାର ମାମଲା ଅନ୍ତହୀନ ଭାବେ ଅଟକି ରହିଛି, ଯେମିତିକି ଶୁଣାଣିଗୁଡ଼ିକ ବାରମ୍ବାର ସ୍ଥଗିତ ରହିବା ଏବଂ ନ୍ୟାୟିକ ଅଧିକାରୀମାନଙ୍କୁ ତୁହାକୁ ତୁହା ବଦଳି କରିବା । ତା’ସହିତ ରହିଆସିଛି ଧ୍ୟାନ ଦେଉନଥିବା ସରକାରୀ ଓକିଲ ଏବଂ ସାକ୍ଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବ୍ୟବସ୍ଥାର ଅଭାବ, ଯାହାଫଳରେ ପ୍ରମୁଖ ସାକ୍ଷୀଗୁଡ଼ିକ ଅଦାଲତରେ ବୟାନ ରଖିବା ପୂର୍ବରୁ ମାମଲାରୁ ନିଜକୁ ଏଡ଼େଇ ନିଅନ୍ତି ।

ଏହି ସବୁ ସମସ୍ୟା ସମାଧାନ ନକଲେ କେବଳ ଗୋଟିଏ ମାମଲାର ହସ୍ତକ୍ଷେପ ଏକ ବ୍ୟତିକ୍ରମ ହେଇ ରହିଯିବ । ଏଠି ଉଲ୍ଲେଖ କରିବା ଉଚିତ ହେବ ଯେ ଉଚ୍ଚତମ ନ୍ୟାୟାଳୟର ଏଭଳି ହସ୍ତକ୍ଷେପ ପ୍ରଥମଥର ପାଇଁ ହୋଇନାହିଁ ।

୨୦୦୪ ମସିହାରେ ବେଷ୍ଟ୍ ବ୍ୟାକେରୀ ମାମଲାର (ଯେଉଁଠି ଗୁଜୁରାଟର ସାମ୍ପ୍ରଦାୟିକ ନରସଂହାରରେ ୨୦୦୨ ମସିହାରେ ୧୪ଜଣ ଲୋକଙ୍କର ବରୋଦାରେ ମୃତ୍ୟୁ ଘଟିଥିଲା), ଉଚ୍ଚତମ ନ୍ୟାୟାଳୟ ଏହି ମାମଲାଟିକୁ ଗୁଜୁରାଟରୁ ମହାରାଷ୍ଟ୍ରରେ ଥିବା ଏକ ତ୍ୱରିତ ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ ଏହି ଆଶଙ୍କା କରି ଯେ, ଗୁଜୁରାଟ ତକ୍ରାଳୀନ ପରିବେଶ ଏତେ ସାମ୍ପ୍ରଦାୟିକ ଥିଲା ଯେ ସେଠି ନ୍ୟାୟ ପାଇବା ପାଇଁ ଥିବା ଆଶାୟୀ ଲୋକମାନଙ୍କୁ ସରକାରୀ କଳ ସାହାଯ୍ୟ କରିପାରିବ ନାହିଁ ।

ଅଦାଲତର ଅନ୍ୟସବୁ ଅନୁଧ୍ୟାନମାନଙ୍କ ଭିତରେ ଥିଲା ଗୋଟିଏ କଥା ଯାହା ନ୍ୟାୟପାଳିକାକୁ ମନେ ପକାଇ ଦେଇଥିଲା ଯେ ସତ୍ୟ ଜାଣିବା ପାଇଁ ଆଗତୁରା କ୍ରିୟାଶୀଳ ହେବାର ଅଧିକାର ଅଦାଲତର ଅଛି ଏବଂ ସେମାନେ ଅସ୍ପଷ୍ଟ ବୈଷୟିକ ଦିଗଗୁଡ଼ିକ ଦ୍ୱାରା ପ୍ରଭାବିତ ହେବା ଉଚିତ ନୁହେଁ ।

ସଂକ୍ଷେପରେ ଏହି ‘ବୈଷୟିକ’ ଦିଗଟି ହିଁ ବାବ୍ରି ମସଜିଦ୍ ମାମଲାଟିକୁ ୧୯୯୭ରେ ଅହେତୁକ ବିଳମ୍ବ କରାଇଥିଲା, ଯେତେବେଳେ ଏହ୍ଲାବାଦ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ଯେ ଦୁଇଟି ମାମଲାର ଶୁଣାଣି ରାୟବରେଲୀ ଓ ଲକ୍ଷେ୍ନøର ଦୁଇଟି ଅଦାଲତରେ ପୃଥକ ପୃଥକ ଭାବେ ହେବ ।

ଅଦାଲତ ପୁଣିଥରେ ଏହି ପ୍ରସଙ୍ଗଟିକୁ କେନ୍ଦ୍ରକୁ ଆଣିବାପରେ ଆମେ ମୂଲ୍ୟାୟନ କରିବାପାଇଁ ସମୟ ଆସିଛି । ବାବ୍ରି ମସଜିଦ୍ ଧ୍ୱଂସ ହେବାର ୨୫ବର୍ଷ ଭିତରେ ଭାରତ ପାଇଁ ଏହାର କ’ଣ ଅର୍ଥ ରହିଆସିଛି ।

ସେପ୍ଟେମ୍ବର ୧୯୯୦ରେ ଆଡ଼ଭାନୀଙ୍କ ରଥଯାତ୍ରା ଓ ରାମ ମନ୍ଦିର ନିର୍ମାଣ ପାଇଁ ଅଭିଯାନ ଯାହା ଡିସେମ୍ବର ୧୯୯୨ରେ ବାବ୍ରି ମସଜିଦ୍ ଧ୍ୱଂସ କରିବା ଯାଏଁ ଗଲା, ଭାରତକୁ ଦୁଇଟି ଧାର୍ମିକ ସମ୍ପ୍ରଦାୟ ଭିତରେ ଭାଗ ଭାଗ କରିବା ଆଡ଼କୁ ଟାଣିନେଲା ।

ହିନ୍ଦୁତ୍ୱ ବାହିନୀର ଯାତ୍ରା ଆଗକୁ ଆଗକୁ ଚାଲିଛି ଯାହାର ଅନ୍ତିମ ପରିଣତି ୨୦୧୪ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଲା । ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଯେଉଁ ଫଳାଫଳ ମିଳିଲା ତାହାର ଆରମ୍ଭ ଏବେ ହୋଇନାହିଁ ।

ମୁମ୍ବାଇରେ ୧୯୯୨ ମସିହାରେ, ବାବ୍ରି ମସଜିଦ୍ ଧ୍ୱଂସ ହେବାପରେ ଏବଂ ଗୁଜୁରାଟରେ ୨୦୦୨ ମସିହାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ସମେତ ଅନେକ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ମୁସଲମାନମାନଙ୍କର ବିଶ୍ୱାସକୁ ବାସ୍ତବରେ ଧ୍ୱଂସ କରିଦେଲା ଯେ ସେମାନେ ବି ଗୋଟିଏ ଗଣତାନ୍ତ୍ରିକ ଦେଶର ସମାନ ନାଗରିକ ।

ଯେଉଁ ବେଗର ସହିତ ୨୦୧୪ ମସିହାରୁ ସେମାନଙ୍କ ବିରୁଦ୍ଧରେ ସାମ୍ପ୍ରଦାୟିକ ବିଷ ଉଦ୍ଗିରଣ ଓ ସମ୍ପ୍ରସାରଣ ଚାଲିଛି ତାହା ସେମାନଙ୍କର ଅସୁରକ୍ଷିତ ଭାବନାକୁ ଅଧିକ ଖରାପ କରିଚାଲିଛି । ଏକଥା ମଧ୍ୟ ନୁହେଁ ଯେ ଉଚ୍ଚତମ ନ୍ୟାଳୟର ରାୟ ଯୋଗୁଁ ବରିଷ୍ଠ ଭାଜପା ନେତାଙ୍କର ନିଦ ହଜିଯାଇଛି ।

ଓଲଟା ବରଂ ଏହି ରାୟ ପ୍ରଦାନର ସମୟ ଅଧିକ ଆକସ୍ମିକ ହୋଇପାରି ନଥାନ୍ତା ଏହା ଉମା ଭାରତୀଙ୍କ ବିଜୟ ଉଲ୍ଲାସ ବକ୍ତବ୍ୟ ତାହା ପ୍ରତିପାଦନ କରୁଛି । ଯଦି ବି ଅଦାଲତ ଆଡ଼ଭାନୀ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚନା କରିଥିବା ଅଭିଯୋଗ ମାମଲାଟିକୁ କାଏମ ରଖିଛନ୍ତି, ସେମାନଙ୍କର ବ୍ୟସ୍ତ ହେବାର କିଛି ନାହିଁ, ଯେହେତୁ ସେମାନେ ଉଚ୍ଚସ୍ତରର ଅଦାଲତରେ ଆବେଦନ କରିପାରିବେ ।

ଘଟଣାକ୍ରମେ ଯଦି ସେମାନେ ଦୋଷ ମୁକ୍ତ ହେଇଯାଆନ୍ତି ତେବେ ଭାଜପାର ଲାଭ ହିଁ ଲାଭ । ବାସ୍ତବରେ ସାମ୍ପ୍ରଦାୟିକ ବିଦ୍ୱେଷରେ ଅତିଷ୍ଠ ହୋଇଥିବା ପରିବେଶଟିରେ ଯେକୌଣସି ପରିଣାମକୁ ନିର୍ବାଚନୀ ଲାଭ ପାଇଁ ପ୍ରୟୋଗ କରାଯାଇପାରିବ ।

ସ୍ୱାଧୀନତ୍ତୋର ଭାରତର ସାମ୍ପ୍ରଦାୟିକ ଇତିହାସ ଅଧ୍ୟାୟଗୁଡ଼ିକ ଅନେକ ଘଟଣାଗୁଡ଼ିକ ଦ୍ୱାରା ଚିହ୍ନିତ । ତଥାପି, ଡିସେମ୍ବର ୬, ୧୯୯୨ ସବୁଠାରୁ ନିଆରା, ଯାହାକି ଭାରତରେ ହିନ୍ଦୁତ୍ୱ ରାଜନୀତିକୁ ପ୍ରେରଣା ଦେଲା ଯେଉଁ କଥାଟି ପ୍ରତିଦିନ ବଢ଼ି ବଢ଼ି ଚାଲିଛି । ଦୁଇବର୍ଷ ପରେ ଲକ୍ଷେ୍ନø ଅଦାଲତ ଯେଉଁ ରାୟଟି ଦେବେ ତାହା ଏହି ପ୍ରକ୍ରିୟାରେ ଆଉ ଗୋଟିଏ ନିସାନ ହେଇ ରହିଯିବ ।

 

One Cheer for the Court EPW- April 22, 2017 Vol L II No-16

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଅଦାଲତ, ଜନତା

ନିଜ ଶକ୍ତିକୁ ନିଜେ ଚିହ୍ନିବା

May 1, 2017 by ଓଡିଶା ଡଟ କମ Leave a Comment

ଶିଳ୍ପ ଟ୍ରିବ୍ୟୁନାଲ ଠାରୁ ଆରମ୍ଭ କରି ମୁମ୍ବାଇ ଉଚ୍ଚନ୍ୟାୟାଳୟ ଏବଂ ଶେଷରେ ସର୍ବୋଚ୍ଚ ଅଦାଲତ ଯାଏଁ ପହଞ୍ôଚଥିବା ଦୀର୍ଘ ଦଶବର୍ଷର ଆଇନଗତ ସଂଗ୍ରାମ ପରେ ମୁମ୍ବାଇର ୨୭୦୦ ପରିମଳ ଶ୍ରମିକ ଏବେ ମୁମ୍ବାଇ ପୌର ନିଗମ (ବି.ଏମ୍.ସି.)ର ସ୍ଥାୟୀ କର୍ମଚାରୀ ହିସାବରେ ପରିଗଣିତ ହେବେ ।

ଅଦାଲତରେ ପ୍ରତିଟି ସ୍ତରରେ କର୍ମଚାରୀମାନଙ୍କର ହିଁ ବିଜୟ ହୋଇଥିଲା ଏବଂ ପ୍ରତ୍ୟେକଟି ଥର ବି.ଏମ୍.ସି.ର ହିଁ ପରାଜୟ ହୋଇଥିଲା । ନିଃସନ୍ଦେହ ଏହା ଶ୍ରମିକମାନଙ୍କର ଏବଂ ସେମାନଙ୍କୁ ସଙ୍ଗଠିତ କରିଥିବା କଚରା ବାହାତୁକ ଶ୍ରମିକ ସଂଘର ଏକ ବିଜୟ ହେଲେ ବି, ଏହା ସାମୂହିକ ମୂଲଚାଲ ଏବଂ ସଙ୍ଗଠନ ଶକ୍ତି ପ୍ରତି ଏକ ସମର୍ଥନ ।

ଦେଶସାରା ଶ୍ରମିକ ଆନ୍ଦୋଳନ ଦୁର୍ବଳ ସ୍ଥିତିରେ ଥିଲାବେଳେ ଏବଂ ସେମାନଙ୍କର ମୃତ୍ୟୁର ଘଣ୍ଟି ବାଜିଲାଣି ଡାକରା ପଡ଼ିଥିବା ବେଳେ, ଶ୍ରମିକ ସଙ୍ଗଠନମାନେ ଯତ୍ନର ସହ ରଣକୌଶଳ ପ୍ରସ୍ତୁତ କରି ଯଦି ନାଗରିକ ସମାଜର ସମର୍ଥନ ହାସଲ କରିପାରନ୍ତି ତେବେ ସଫଳତା ମିଳିବ ନିଶ୍ଚୟ- ଏଭଳି ଏକ କଥା ପ୍ରତି ଆସ୍ଥା ପ୍ରତିପାଦନ କରୁଛି ।

ତଥାପି, ଏହି ଆଇନଗତ ବିଜୟକୁ ସଂଘର୍ଷର ଅନ୍ତଃ ହେଲା ବୋଲି ଶ୍ରମିକମାନେ ଭାବିବା ଉଚିତ ହେବନି ।

ଆବର୍ଜନା ସଂଗ୍ରହ କରିବା ଏବଂ ସେସବୁକୁ ବୋହିବା ବେଳେ ଭୟଙ୍କର ଚର୍ମ ଓ ଶ୍ୱାସ ରୋଗ ଏହି ‘ଅଦୃଶ୍ୟ’ ଶ୍ରମିକମାନଙ୍କ ଭିତରେ ଦେଖାଦେଇଥାଏ ଯେଉଁମାନେ ଅଧିକାଂଶରେ ଜାତିଗତ ଖସଡ଼ାରେ ସର୍ବଶେଷ ପାହାଚରେ ସ୍ଥାନ ପାଇ ଆସିଛନ୍ତି । ସେମନାଙ୍କର ପ୍ରତିପକ୍ଷ, ପାଇଖାନା ମଳ ଶ୍ରମିକମାନଙ୍କ ଭଳି, ପରିମଳ ଶ୍ରମିକମାନେ ମଧ୍ୟ ମୁମ୍ବାଇ ଓ ଅନ୍ୟାନ୍ୟ ଦ୍ରୁତଗତିରେ ବଢ଼ୁଥିବା ସହରର ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଭୂମିକା ନିଭାଇ ଥାଆନ୍ତି ।

ଏଭଳି କାମ ଏହି ଶ୍ରମିକମାନଙ୍କୁ କିନ୍ତୁ ସେହି ଲୋକମାନଙ୍କ ଭିତରକୁ ଠେଲି ଦେଇଥାଏ ଯେଉଁମାନଙ୍କର ସମାଜରେ ନିଜ କାମ ପାଇଁ କୌଣସି ସ୍ୱୀକୃତି ନଥାଏ, ମଣିଷ ହିସାବରେ ସ୍ୱୀକାର କରିବା ତ ଭିନ୍ନ କଥା, ଏଭଳି ଏକ ପରିବେଶରେ କାମ କରିପାରିବା ପାଇଁ ଏବଂ ଏମିତି ଏକ ସ୍ଥାନରେ ବାସ କରି ରହିବା ପାଇଁ ସେମାନଙ୍କ ଭିତରୁ ଅଧିକାଂଶ ନିଶାକୁ ଆପଣେଇ ଥାଆନ୍ତି ।

ତଥାପି ଏହି ମଣିଷମାନଙ୍କୁ ଆଶା କରାଯାଏ ଯେ ସେମାନେ ଚାକିରୀର ନିରାପତ୍ତା ନଥାଇ, ଦେହ ଖରାପ ହେଲେ ଛୁଟି ନଥାଇ, କାମ କଲାବେଳେ ମୃତ୍ୟୁବରଣ କଲେ କ୍ଷତିପୂରଣ ନଥାଇ ଏବଂ ସଙ୍ଗଠିତ ସରକାରୀ କର୍ମଚାରୀ ତଥା ଅନ୍ୟ ନାଗରିକ କର୍ମଚାରୀମାନେ ପାଉଥିବା ଜନମଙ୍ଗଳକାରୀ ଯୋଜନାର ଲାଭ ନପାଇ ସେମିତି କାମ କରିବେ ।

କେ.ଭି.ଏସ୍.ଏସ୍. ଏବଂ ବର୍ଜ୍ୟବସ୍ତୁ ଉଠାଉଥିବା ଶ୍ରମିକମାନଙ୍କ ସଙ୍ଗଠନ ଭଳି ଆଉ କେତେକ ସଙ୍ଗଠନମାନଙ୍କ ସହ ମିଶି ନିଶ୍ଚିତ କରାଇଛନ୍ତି ଯେ ଯେମିତିଏହି ଶ୍ରମିକମାନେ ଅଦୃଶ୍ୟ ଓ ନିରବ ଆଉ ରହିବେନି ଏବଂ ସାମୟିକ ଭାବେ ନିଯୁକ୍ତ ପରିମଳ ଶ୍ରମିକମାନଙ୍କର ଦାବୀ ଓ ସଂଘର୍ଷଗୁଡ଼ିକ ଯେମିତି ଜନସାଧାରଣରେ ତଥା ସରକାରରେ ଧ୍ୟାନ ଆକର୍ଷଣ କରିବ ।

ପରିମଳ ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି ଏବଂ ଅନ୍ୟାନ୍ୟ ସୁବିଧା ପାଇବା କ୍ଷେତ୍ରରେ ମଧ୍ୟ ଏମାନଙ୍କର ବୃହତ ବିଜୟ ଘଟିଛି ।

ଆଇନଗତ ସଂଘର୍ଷ ପ୍ରକ୍ରିୟା ଭିତରେ, ବି.ଏମ୍.ସି. ଯୁକ୍ତି ରଖିଆସିଥିଲା ଯେ ସେମାନେ ପ୍ରମୁଖ ନିଯୁକ୍ତିଦାତା ନୁହଁନ୍ତି, ଯେହେତୁ ଠିକାଦାରମାନେ ସେମାନଙ୍କୁ ନିଯୁକ୍ତି ଦିଅନ୍ତି ଏବଂ ପାଉଣା ବି ଦିଅନ୍ତି । ‘ହାଇଦ୍ରାବାଦ ଢାଞ୍ଚା’ ନାମରେ ଜଣାଶୁଣା ଏହି ପ୍ରଣାଳୀରେ ପ୍ରତିଟି ୱାର୍ଡ଼କୁ କେତୋଟି ୟୁନିଟ୍ରେ ବିଭକ୍ତ କରାଯାଇଥାଏ ଏବଂ ବେସରକାରୀ ସଂସ୍ଥା ଓ ସମବାୟ ସଙ୍ଗଠନମାନଙ୍କୁ ନିଲାମ ଡାକିବା ପାଇଁ ଆବେଦନ କରାଯାଏ ।

ସେମାନେ ଝାଡ଼ୁ କରିବା, ଆବର୍ଜନା ସଫା କରିବା ଓ ଆବର୍ଜନା ପରିବହନ କରିବା ଇତ୍ୟାଦିର ଠିକା ନେଇଥାନ୍ତି । ବି.ଏମ୍.ସି.ର ଯୁକ୍ତି ଥିଲା ଯେ, ଏହି ଶ୍ରମିକମାନଙ୍କ ସହ କୌଣସି ‘ନିଯୁକ୍ତିଦାତା – କର୍ମଚାରୀ’ ସମ୍ପର୍କ ନାହିଁ । କେ.ଭି.ଏସ୍.ଏସ୍.ର ଯୁକ୍ତି ଥିଲା ଯେ ଠିକାଦାରମାନଙ୍କର କୌଣସି ନିଜସ୍ୱ ଦକ୍ଷତା ବା କ୍ଷମତା ନଥାଏ ଏବଂ ମଜୁରୀ ମଧ୍ୟ ବି.ଏମ୍.ସି. ପ୍ରଦାନ କରିଥାଏ ।

ଏହି ସଂଘର ପୁଣି ଏକ ଯୁକ୍ତି ଥିଲା ଯେ ପରିବେଶ ସୁରକ୍ଷା ନିୟମ ମୁତାବକ ନର୍ଦ୍ଦମା ସଫା କରିବା, ବର୍ଜ୍ୟ ତଥା ପରିତ୍ୟକ୍ତ ବସ୍ତୁ ବାହାର କରିବା ନଗର ନିଗମର ଏକ ବାଧ୍ୟତାମୂଳକ ଦାୟିତ୍ୱ ।

କେ.ଭି.ଏସ୍.ଏସ୍. ଏକଥା ମଧ୍ୟ ଦର୍ଶାଇଥିଲେ ଯେ, ବି.ଏମ୍.ସି. ଠିକାଦାରମାନଙ୍କର ସବୁ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥାନ୍ତି; ୱାର୍ଡ଼ କାର୍ଯ୍ୟାଳୟରେ ନିଯୁକ୍ତି ଠିକ୍ କରାଯାଏ ଏବଂ ତଦାରଖ କାମଟି ମଧ୍ୟ ବି.ଏମ୍.ସି. ଦ୍ୱାରା କରାଯାଇଥାଏ ।

ତିନୋଟି ସ୍ତରର ଅଦାଲତକୁ ଯାଇ ଗୋଟିଏ ଦଶନ୍ଧି ଧରି ବି.ଏମ୍.ସି. ବିରୁଦ୍ଧରେ ଆଇନଗତ ଲଢ଼ାଇ କରିବା କେ.ଭି.ଏସ୍.ଏସ୍. ପାଇଁ ଏକ ଆହ୍ୱାନର ଅଂଶବିଶେଷ ଥିଲା ।

ଅଣ ସଙ୍ଗଠିତ କ୍ଷେତ୍ରରେ ଶ୍ରମିକମାନଙ୍କୁ ସଂଘବଦ୍ଧ କରାଇବା ଶ୍ରମିକ ଆନ୍ଦୋଳନର ଏକ କଠିନ କାମ । ସେମାନଙ୍କର କାମ କରିବା କ୍ଷେତ୍ରରେ ସୁରକ୍ଷାର ଅଭାବ ଏବଂ କ୍ଷମତାହୀନ କରାଇବାର ପ୍ରକ୍ରିୟା କୌଣସି ସଂଘରେ ସାମିଲ ହେବାପାଇଁ ବାରଣ କରିଥାଏ ।

ଯଦି ବି ସେମାନେ କୌଣସି ସଂଘରେ ଯୋଗ ଦିଅନ୍ତି, ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ ବିରୋଧ ଅବସ୍ଥାଟି ବଢ଼ିଯାଇଥାଏ ଯେହେତୁ ଏମାନଙ୍କୁ ଦୀର୍ଘଦିନ ଧରି ଗୋଟିଏ ଶକ୍ତିଶାଳୀ ଶତ୍ରୁ ବିରୁଦ୍ଧରେ କଠିନ ସଂଗ୍ରାମ କରିବାକୁ ପଡ଼ିଥାଏ ।

ଏହି ଶ୍ରମିକମାନଙ୍କ ଭିତରେ ଏକତା ଓ ସଂହତି ବଞ୍ଚାଇ ରଖିପାରିଥିବା ଯୋଗୁଁ କେ.ଭି.ଏସ୍.ଏସ୍.କୁ ଶ୍ରେୟ ମିଳିବା କଥା । ବିଭିନ୍ନ ଉପାୟ ଅବଲମ୍ବନ କରି ଏମାନେ ମଧ୍ୟ ସମାଜରେ ଗୋଟିଏ ବିରାଟ ବର୍ଗର ଲୋକମାନଙ୍କ ପାଖରେ ପହଞ୍ôଚ ପାରିଛନ୍ତି ଯେଉଁମାନଙ୍କ ଭିତରେ ଅଛନ୍ତି, ଛାତ୍ର, ସାମ୍ବାଦିକ, ସ୍ୱାସ୍ଥ୍ୟ ଓ ଆଇନ କର୍ମୀ, ଚଳଚ୍ଚିତ୍ର ନିର୍ମାତା ଓ ଅନ୍ୟମାନେ ।

ସଂଘ ମଧ୍ୟ ନିଜର ୱେବସାଇଟ୍ ଏବଂ ବ୍ଲଗ୍ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖି ସମାଜର ବିଭିନ୍ନ ବର୍ଗ ପାଖରେ ପହଞ୍ôଚବା ପାଇଁ ପ୍ରୟାସ କରିଥାଏ ।

କେ.ଭି.ଏସ୍.ଏସ୍.ର ଆଇନଗତ ବିଜୟ ଦେଶସାରା ସରକାର ଓ ନଗର ଉନ୍ନୟନ କର୍ତ୍ତୃପକ୍ଷମାନଙ୍କର ଛଳନାକୁ ପଦାରେ ପକାଇ ଦେଇଛି ଯେଉଁମାନେ ଗୋଟିଏ ପଟେ ସ୍ୱଚ୍ଛ ଭାରତ ଅଭିଯାନର ବହୁଳ ପ୍ରଚାର ଚଳାଇଥିବା ବେଳେ, ସହରକୁ ପ୍ରକୃତରେ ସ୍ୱଚ୍ଛ ରଖୁଥିବା ଶ୍ରମିକମାନଙ୍କ ପ୍ରତି କୌଣସି ସମ୍ବେଦନଶୀଳତା ଦେଖାଇ ପାରୁନାହାନ୍ତି ।

ପ୍ରକୃତରେ, କେ.ଭି.ଏସ୍.ଏସ୍. ନିଜର ୱେବସାଇଟ୍ରେ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ମନ୍ତ୍ରୀମାନଙ୍କ ଦ୍ୱାରା ଝାଡ଼ୁ ଧରିବା ନାଟକ ପ୍ରତି ଧ୍ୟାନ ଆକର୍ଷଣ କରି କୁହନ୍ତି ଯେ, ‘ଆମେ ଦେଶଟାକୁ ସ୍ୱଚ୍ଛ ରଖୁଥିବା ବେଳେ, ସେମାନେ ନିଜର ଛାଇଟି ଉପରେ ଝାଡ଼ୁ ମାରୁଛନ୍ତି ।’

ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସଠିକ ଭାବେ ଗୁରୁତ୍ୱାରୋପ କରିଛି ଯେ, ‘ଗୋଟିଏ ଶ୍ରେଣୀର ନାଗରିକମାନଙ୍କୁ ସ୍ୱଚ୍ଛ ରଖିବା ପାଇଁ, ଆଉ ଗୋଟିଏ ଶ୍ରେଣୀକୁ କ୍ରିତଦାସ ଭଳି ନିୟୋଜିତ କରାଯାଇପାରିବ ନାହିଁ ।’

ଏହି ବାର୍ତ୍ତାଟି ପ୍ରତି ସରକାର ଓ ନାଗରିକ ସମାଜ ଧ୍ୟାନ ଦେବା ଦରକାର ।

 

Recognising Their Own Strength EPW- April 22, 2017 Vol L II No-16

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଶକ୍ତି, ଶିଳ୍ପ

ଆମେରିକାର ଦାୟିତ୍ୱହୀନ ସିରିଆ ନୀତି

April 24, 2017 by ଓଡିଶା ଡଟ କମ Leave a Comment

‘ମାନବିକତାବାଦ’, ସାମ୍ରାଜ୍ୟବାଦର ନୈତିକତାର ଘଡ଼ି ଭଳି ସର୍ବଦା କାମ କରିଆସିଛି ।

ତେଣୁ କରି ଜଣେ ଆମେରିକୀୟ ରାଷ୍ଟ୍ରପତି ଯେ କି ଖୋଲାଖୋଲି ସାମରିକବାଦ, ବର୍ଣ୍ଣବାଦ ଏବଂ ମିଛ ରାଷ୍ଟ୍ରବାଦର ସମର୍ଥନ କରିଆସିଛନ୍ତି, ଉଭୟ ଦଳର ସହମତି ହାସଲ କରିବାପାଇଁ ସକ୍ଷମ ହେଇପାରିଲେ ଯେତେବେଳେ ସେ ସମୟ ପରୀକ୍ଷିତ ସାମ୍ରାଜ୍ୟବାଦର ନୈତିକ ଲୋହିତ ରେଖାଟିରେ ସାହାରା ଖୋଜିଲେ ।

୧୯୬୧-୧୯୭୧ ଭିତରେ ଚାଲିଥିବା ଭିଏତ୍ନାମ ଯୁଦ୍ଧ ସମୟରେ ରାଓଂରାଣ୍ଡ୍ କାର୍ଯ୍ୟାନୁଷ୍ଠାନର ଅଂଶ ଭାବରେ ଆମେରିକୀୟ ସେନା ଯେଉଁ ‘ଏଜେଂଟ୍ ଅରେଞ୍ଜ୍’ ନାମକ ରାସାୟନିକ ବିଷବୋମାର ପ୍ରୟୋଗ କରିଥିଲା ସେ କଥାକୁ ନେଇ କିଛି ମନେ କରନ୍ତୁ ନାହିଁ ।

ଏବେ ଯାହାସବୁ ଆମେରିକୀୟ ରାଷ୍ଟ୍ରପତିଙ୍କ ପ୍ରଶାସନକୁ ପ୍ରାୟତଃ ତତ୍କ୍ଷଣାତ କରିବାକୁ ପଡ଼ିଲା ତାହା ହେଲା ଯେ ସଂଯୁକ୍ତ ରାଷ୍ଟ୍ରର ନିରାପତା ପରିଷଦକୁ ଅପେକ୍ଷା ନକରି ଏବଂ ସିରିୟାର ସରକାର ସତରେ ରାସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିଥିଲେ କି ନାହିଁ କୌଣସି ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ ନକରି ଏବଂ କମ୍ପାନୀମାନଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମର ବହୁଳ ପ୍ରସାରିତ ‘ରାୟ’କୁ ଆଧାର କରି, ଯେତେ ଶୀଘ୍ର ସମ୍ଭବ ‘ଦଣ୍ଡବିଧାନ’ କରିବା ।

ସିରିଆରେ ୬ବର୍ଷ ଧରି ଲାଗି ରହିଥିବା ଗୃହ ଯୁଦ୍ଧରେ, ଏପ୍ରିଲ ୪ଦିନ ସିରିୟାର ଇଜ୍ଲିବ୍ ପ୍ରଦେଶର ବିଦ୍ରୋହୀମାନଙ୍କ ନିୟବଣରେ ଥିବା ଖାଁ ସେଖଞ୍ଜାନ୍ ସହରରେ ଗୋଟିଏ ରାସାୟନିକ ଅସ୍ତ୍ର ଦ୍ୱାରା ଆକ୍ରମଣ ହୋଇଥିଲା ।

ତୁରନ୍ତ ହ୍ୱାଇଟ୍ ହାଉସ (ଆମେରିକୀୟ ରାଷ୍ଟ୍ରପତି ଭବନ) ତରଫରୁ ଘଟଣାଟି ପାଇଁ ସିରିୟାର ରାଷ୍ଟ୍ରପତି ବସର୍-ଅଲ୍-ଆସାଦଙ୍କ ସରକାରଙ୍କୁ ନିନ୍ଦା କରାଗଲା । ଗଣମାଧ୍ୟମ ଓ ପ୍ରାୟତଃ ସମଗ୍ର ରାଜନୈତିକ ପ୍ରତିଷ୍ଠାନ ସିରିୟା ସରକାରଙ୍କୁ ଦୋଷୀ ସାବ୍ୟସ୍ତ କଲେ ।

ତା’ପରଦିନ ବିଷାକ୍ତ ଗ୍ୟାସ ଯୋଗୁଁ ରୁଦ୍ଧହୋଇ ମୃତ୍ୟୁବରଣ କରିଥିବା ‘ନିରୀହ ପିଲା, ନିରୀହ ଶିଶୁମାନଙ୍କ’ ମୃତ୍ୟୁବରଣ କରିଥିବାର ଚିତ୍ର ଦେଖି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନିଜର ଆତଙ୍କକୁ ପରିପ୍ରକାଶ କରି ଘୋଷଣା କରିଥିଲେ ଯେ, ଲକ୍ଷ୍ମଣରେଖାକୁ ଅତିକ୍ରମ କରାଯାଇଛି ।

ସେ ନିଜ ଦେଶର ଜାତୀୟ ନିରାପତା ବୈଠକ ଡାକି ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ବାଟ କ’ଣ ଅଛି ବିଚାର କଲେ । ଠିକ୍ ତା’ ପରଦିନ ଭୂ-ମଧ୍ୟ ସାଗରରେ ଥିବା ଦୁଇଟି ଆମେରିକୀୟ ଯୁଦ୍ଧଜାହାଜ ସିରିୟାର ହମସ୍ ସହର ପାଖରେ ଥିବା ସୟରାତ ବିମାନ ଘାଟି ଉପରେ ୫୯ଟି ଟୋମାହକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ।

ତାଙ୍କ ସରକାର ରାସାୟନିକ ଅସ୍ତ୍ର ପ୍ରୟୋଗ କରିଛନ୍ତି ବୋଲି ଆସିଥିବା ଅଭିଯୋଗର ଉତର ରଖି ସିରିୟାର ବୈଦେଶିକ ମବୀ ୱାଲିଦ୍ ଅଲ୍ ମୁଆଲେମ୍ ସ୍ପଷ୍ଟ ଭାବେ କହିଥିଲେ ଯେ, ‘ସିରିୟା’ ଆରବ ସେନା ଏଭଳି ଅସ୍ତ୍ର ବ୍ୟବହାର କରିନାହିଁ ଏବଂ ଆମ ଲୋକମାନଙ୍କୁ ନିଜ ଲକ୍ଷ୍ୟରେ ରଖିଥିବା ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ମଧ୍ୟ ଏଭଳି ଅସ୍ତ୍ର ପ୍ରୟୋଗ କରିବ ନାହିଁ’ କିନ୍ତୁ କ୍ଷମତାଶାଳୀ ଲୋକେ ଏବଂ ବ୍ୟବସ୍ଥା ସହ ଥିବା ଗଣମାଧ୍ୟମ ଏହି ବୟାନଟିକୁ ଅଣଦେଖା କରିଥିଲେ ।

ଅନ୍ୟପଟେ ସେମାନେ ସଂଯୁକ୍ତ ରାଷ୍ଟ୍ରରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ନିକି ହ୍ୟାଲିଙ୍କ ବକ୍ତବ୍ୟକୁ ବହୁଳ ପ୍ରସାରିତ କରିଥିଲେ । ତାଙ୍କ ବକ୍ତବ୍ୟର ଅର୍ଥ ଥିଲା ଯେ ଯେହେତୁ ଅନ୍ତଃରାଷ୍ଟ୍ରୀୟ ସମୁଦାୟ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ଅନବରତ ବିଫଳ ହୋଇଛନ୍ତି, ସିରିୟା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପାଇଁ ଆମେରିକାର ଅଧିକାର ଅଛି ।

ଆଶାନୁରୂପକ ଆମେରିକାର କର୍ପୋରେଟ ଗଣମାଧ୍ୟମ ଓ ରାଜନୈତିକ ପ୍ରତିଷ୍ଠାନ ଆମରିକାର ସିରିୟା ଆକ୍ରମଣ ପାଇଁ ଟ୍ରମ୍ପଙ୍କର ପ୍ରଶଂସା କରିଥିଲେ ।

ଏମିତିକି, ଏଯାବତ୍ ଟ୍ରମ୍ପଙ୍କୁ ଗାଳି କରି ଆସିଥିବା ସି.ଏନ୍.ଏନ୍. ଟିଭିର ପ୍ରମୁଖ ବୈଦେଶିକ କାର୍ଯ୍ୟକ୍ରମର ପରିଚାଳିକା ଫରିଦ୍ ଜାକାରିଆ ଟ୍ରମ୍ପଙ୍କ ସିରିୟାରେ କ୍ଷେପଣାସ୍ତ୍ର ପ୍ରୟୋଗ ଦ୍ୱାରା ବିମୋହିତ ହୋଇ କହିଥିଲେ ଯେ, ‘ଟ୍ରମ୍ପ୍ ଏବେ ଆମେରିକାର ରାଷ୍ଟ୍ରପତି ହେଲେ ।

’ ସତ କହିବାକୁ ଗଲେ, ଆମେରିକୀୟ ସାମ୍ରାଜ୍ୟବାଦର ଅନେକ ପ୍ରାଚୀନ ଆଲେଖ୍ୟ ଗୋଟିଏ ବନ୍ଦ ଫାଶ ଭିତରେ ପୁଣିଥରେ ଉପସ୍ଥାପିତ ହୋଇଗଲା । ୧୯୯୧ ମସିହାର ତୈଳ ସମୃଦ୍ଧ ଇରାକ ଉପରେ ଆକ୍ରମଣ, ଏକଥା କହି କରାଯାଇଥିଲା ଯେ, କୁଏତ୍ ଲୋକଙ୍କ ଉପରେ ଇରାକୀ ସେନାଙ୍କର ନିର୍ଯାତନା ଦିଆଯାଉଥିବା ମନେ କରାଯାଉଥିଲା ଏବଂ ତାକୁ ପ୍ରତିରୋଧ କରିବା ପାଇଁ ଇରାକ ଆକ୍ରମଣ କରାଯାଇଥିଲା ।

୧୯୯୯ରେ ଏହା କହି ଯୁଗୋସ୍ଲୋଭିଆ ଉପରେ ନାଟୋର ବୋମାମାଡ଼ ଯଥାର୍ଥ କୁହାଗଲା ଯେ, ଏହି ଦେଶର ରାଷ୍ଟ୍ରପତି ସ୍ଲୋବେକେନ୍ ମିଲୋସେଭିକ୍ ଗୋଟିଏ ସମ୍ପ୍ରଦାୟର ଲୋକମାନଙ୍କୁ କାଳେ ନି୧⁄୨ିହ୍ନ କରିଦେବେ, ଯାହାକୁ ବନ୍ଦ କରାଇବାର ଥିଲା ।

୨୦୦୧ରେ ଆଫଗାନିସ୍ଥାନ ଆକ୍ରମଣକୁ ଏକଥା କହି ଯୁକ୍ତିଯୁକ୍ତ କୁହାଗଲା ଯେ ସେ ଦେଶର ତାଲିବାନ ଶାସକମାନେ କୁଆଡ଼େ ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକାରେ (ବିଶ୍ୱ ବାଣିଜ୍ୟ କେନ୍ଦ୍ରରେ) ହେଇଥିବା ଆକ୍ରମଣର ସବାସବାଦୀମାନଙ୍କୁ ପରିପୋଷଣ କରୁଥିଲେ ।

୨୦୦୩ରେ ଇରାକ ଆକ୍ରମଣକୁ ଏକଥା କହି ବୈଧ କରିବା ପାଇଁ ଯୁକ୍ତି ରଖାଗଲା ଯେ, ରାଷ୍ଟ୍ରପତି ସଦ୍ଦାମ ହୁସେନ କୁଆଡ଼େ ‘ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର’ ରଖିଥିଲେ ।

୨୦୧୧ରେ ନାଟୋ ନେତୃତ୍ୱରେ ଲିବ୍ୟା ଉପରେ ଆକ୍ରମଣ ହେଲା ଏବଂ ସେମାନଙ୍କର ଇସଲାମ ଧର୍ମର ସହଯୋଗୀମାନେ ରାଷ୍ଟ୍ରପତି ମୁଆମାର ଗଦାଫିଙ୍କୁ ହତ୍ୟା କଲେ ଏଭଳି ଏକ ନୈତିକ କାରଣ ଦର୍ଶାଇ ଯେ, ଗଦାଫିଙ୍କ ସେନା ବେନ୍ଘାକ୍ରେ ବଡ଼ ଧରଣର ଗଣହତ୍ୟା କରିବା ପାଇଁ ସଜବାଜ ହେଉଥିଲେ ।

ନିଜର ଭୌଗଳିକ-ରାଜନୈତିକ ଆକାଂକ୍ଷାଗୁଡ଼ିକ ପୂରଣ କରିବା ପାଇଁ ୱାଶିଂଟନ୍ ତରଫରୁ ଧାର୍ମିକ ମୌଳବାଦୀମାନଙ୍କୁ ଅର୍ଥ ଯୋଗାଇବା, ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଆୟୋଜିତ କରିବାର ଏକ ଢାଂଚା ଦୀର୍ଘଦିନ ଧରି ରହିଆସିଛି ।

ଆମେରିକାର ଗୋଇନ୍ଦା ସଂସ୍ଥା ସି.ଆଇ.ଏ. ମୁସଲମାନ ବ୍ରଦରହୁଡ଼ ସହ ମିସି ୧୯୫୦ଦଶକରେ ଜାତୀୟତାବାଦୀ ଆରବୀୟଙ୍କ ବିରୁଦ୍ଧରେ ଏକାଠି ହେବା ଏବଂ ୧୯୮୦ଦଶକରେ ସୋଭିଏତ୍ ସଂଘ ବିରୁଦ୍ଧରେ ଲଢ଼ିବା ପାଇଁ ମୁଜାହିଦ୍ଦିନମାନଙ୍କୁ ଆମେରିକାର ଅସ୍ତ୍ର ଯୋଗାଇବା କଥାଟି ମନକୁ ଆସିଯାଏ ।

ସେଭଳି ଅସନା କୌଶଳ ୬ବର୍ଷ ଧରି ଚାଲିଥିବା ସିରିୟାର ଗୃହଯୁଦ୍ଧରେ ପ୍ରୟୋଗ କରାଯାଇଛି । ନିର୍ଦ୍ଦିଷ୍ଟ ଭାବେ କହିବାକୁ ଗଲେ, ସାଉଦୀ ଆରବର ରାଷ୍ଟ୍ରର ଧର୍ମ ୱାହାବିବାଦର ପ୍ରସାର (ଯାହା-ସୁନି ଇସଲାମର ଗୋଟିଏ ଗୋଷ୍ଠୀ, ନିଜକୁ ଅଧିକ ନିର୍ମଳ ମନେକରେ ଏବଂ ଉଗ୍ରଭାବେ ‘ରକ୍ଷଣଶୀଳ)-ତାହା ହିଁ ଆଇ.ଏସ୍.ଆଇ.ଏସ୍ ଭଳି ସଲାଫି ଜିହାଦି ଗୋଷ୍ଠୀ ଓ ଆଲକାଏଦାଗୁଡ଼ିକର ଧାର୍ମିକ ପ୍ରେରଣା ପାଲଟିଛି ।

ଉଦାହରଣସ୍ୱରୂପ ଆଲ-କାଇଦାର ଯବହାତ୍ ଓ ନୁସ୍ର ବିଦ୍ରୋହୀ ଗୋଷ୍ଠୀମାନଙ୍କ ଭିତରେ ଶକ୍ତିଶାଳୀ, ଯାହାକୁ ଆମେରିକୀୟ ଗୋଇନ୍ଦା ସଂସ୍ଥା ସି.ଆଇ.ଏ. ସମର୍ଥନ କରୁଛି, ସିରିଆରେ ରାଷ୍ଟ୍ରପତି ଆସାଦଙ୍କୁ ମୁକାବିଲା କରିବା ପାଇଁ ।

ସମସ୍ୟାଟି ୱାହାବିବାଦ୍ରେ ନାହିଁ ବରଂ ଅଛି ଆମେରିକୀୟ ସାମ୍ରାଜ୍ୟବାଦର ସଂକୀର୍ଣ୍ଣ ସ୍ୱାର୍ଥ ହାସଲ ପାଇଁ କାର୍ଯ୍ୟଗୁଡ଼ିକରେ, ଯଦ୍ୱାରା କି ଏହି ସଲାଫି ଜିହାଦୀ ଗୋଷ୍ଠୀମାନଙ୍କୁ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଛି ।

ସମୟ ଆସିଛି, ସଂଯୁକ୍ତ ରାଷ୍ଟ୍ର ଦାବି କରିବା ଦରକାର ଯେ ଆମେରିକା, ସାଉଦୀ ଆରବ ଏବଂ ଖାଡ଼ିର ସରକାରମାନେ ଏହି ସଲାଫି ଜିହାଦି ସାମରିକ ଦଳଗୁଡ଼ିକୁ ସହଯୋଗ କରିବା ବନ୍ଦ କରନ୍ତୁ ଯେଉଁମାନେ ଆମେରିକୀୟ ସାମ୍ରାଜ୍ୟବାଦର ପ୍ରତିନିଧି ଭଳି ସିରିଆରେ କାମ କରୁଛନ୍ତି ।

ଯେକୌଣସି ନିଷ୍ଠାପର ବିଶ୍ଳେଷଣ ସିରିଆରେ ଆଜି ଚାଲିଥିବା ସଙ୍କଟର ପୃଷ୍ଠଭୂମିରେ ଏହିଭଳି ସ୍ଥିତିଟିକୁ ହିଁ ପାଇବ ଏବଂ ଏକବିଂଶ ଶତାବ୍ଦୀର ସବୁଠାରୁ ଯବଣାଦାୟକ ଶରଣାର୍ଥୀ ସମସ୍ୟାଟିକୁ ବୁଝିପାରିବ ।

ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ ଫଳରେ ଦୁଇଟି କଥା ହେବ, ସଲାଫି ଜିହାଦୀଙ୍କ ସାମରିକ ଭାଗ୍ୟଟି ପ୍ରଜ୍ୱଳିତ ହେବ ଏବଂ ଅନ୍ୟପଟେ ସିରିୟାର ଗୃହଯୁଦ୍ଧରେ ଆସାଦଙ୍କ ପକ୍ଷ ନେବାପାଇଁ ରୁଷ ଓ ଇରାନ ଅଧିକ କଠୋର ନିତି ଅବଲମ୍ବନ କରିବେ ।

ଏହା ଫଳରେ ସାଧାରଣ ନାଗରିକଙ୍କ ବିରୁଦ୍ଧରେ ନିର୍ଯାତନା ବଢ଼ିଚାଲିବ ଏବଂ ଶରଣାର୍ଥୀଙ୍କ ଦୁର୍ଦ୍ଦଶା ବଢ଼ିଚାଲିବ ।

April 15, 2017 VOL L II NO 15 (America’s Reckless Syria policy )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଆମେରିକା, ଇରାକ, ସାମରିକବାଦ

କାଶ୍ମୀରରୁ ସ୍ପଷ୍ଟ ବାର୍ତା

April 24, 2017 by ଓଡିଶା ଡଟ କମ Leave a Comment

ଦୀର୍ଘଦିନ ଧରି ଭାରତୀୟମାନଙ୍କ ମନରେ ଏହି ବିଶ୍ୱାସ ଦିଆଯାଇ ଆସିଥିଲା ଯେ କାଶ୍ମୀର ଉପତ୍ୟକାରେ ନିର୍ବାଚନ ଦିନ ଭାରି ସଂଖ୍ୟାରେ ଯେଉଁ ଲୋକମାନେ ଆସନ୍ତି ତାହା ସେମାନଙ୍କ ମନର ସ୍ଥିତିକୁ ସଠିକ ମାପିବା ପାଇଁ ଏକ ସୂଚକାଙ୍କ ।

ଆମେ କେତେ ସଂଖ୍ୟକ ଲୋକ ନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ହିସାବ ନକରି କେବଳ ଭୋଟରମାନେ ନିର୍ବାଚନରେ ଭାଗ ନେବା କଥାଟିକୁ ଅଧିକ ଗୁରୁତ୍ୱ ଦେଲେ । ଏ ବିଶ୍ୱାସ ବି ଆମ ଭିତରେ ସୃଷ୍ଟି କରାଗଲା ଯେ ପାଶବିକ ଶକ୍ତି ପ୍ରୟୋଗ କରି ପଦାଘାତ କରିବା ସତ୍ୱେ କାଶ୍ମୀରବାସୀ ତଥାପି ବି ବାହାରକୁ ଆସି ଭୋଟ ଦେବେ ।

ଶ୍ରୀନଗର ସଂସଦୀୟ ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୯, ୨୦୧୭ରେ ହେଇଥିବା ଉପନିର୍ବାଚନରେ ଅତି ନଗଣ୍ୟ ଅର୍ଥାତ ଶତକଡ଼ା ୭-୧୪ ଭାଗ ଭୋଟଦାନ ଏବଂ ଠିକ୍ ସେହି ଦିନ ହିଂସାରେ ୮ଜଣ ଯୁବ ବିକ୍ଷୋଭକାରୀଙ୍କ ମୃତ୍ୟୁ ତଥା ୨୦୦ କ୍ଷତବିକ୍ଷତ ହେବା ବାସ୍ତବ କଥାଟି କ’ଣ ଆମକୁ ସୂଚାଇ ଦେଉଛି ।

ଏହା କାଶ୍ମୀରବାସୀଙ୍କର ସ୍ପଷ୍ଟ ବକ୍ତବ୍ୟକୁ ବଳିଷ୍ଠ ଭାବେ ପ୍ରତିପାଦନ କରୁଛି ଯେ ଭାରତୀୟ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ପ୍ରତି ସେମାନଙ୍କର ମୋହଭଙ୍ଗ ଘଟିଛି । ଆମକୁ ସ୍ୱୀକାର କରିବାର ଆବଶ୍ୟକତା ଅଛି ଯେ କାଶ୍ମୀରରେ ଅନୁଷ୍ଠିତ ନିର୍ବାଚନଗୁଡ଼ିକରେ ଭୋଟରମାନଙ୍କ ଅଂଶଗ୍ରହଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭେଦ ଅଛି ।

ସବୁଠାରୁ ଅଧିକ ଭୋଟର ଅଂଶଗ୍ରହଣ ସ୍ଥାନୀୟ ସ୍ୱଶାସନ ସଂସ୍ଥାମାନଙ୍କ ନିର୍ବାଚନରେ ଦେଖିବାକୁ ମିଳୁଥିବାବେଳେ ସବୁଠାରୁ କମ୍ ଭୋଟ ପଡ଼ିଥାଏ ସଂସଦ ପାଇଁ ହେଉଥିବା ନିର୍ବାଚନ ବେଳେ । ଏଥିରୁ ଜଣାପଡ଼ୁଛି କାଶ୍ମୀରବାସୀଙ୍କର ଏହି ସବୁ ରାଜନୈତିକ ଅନୁଷ୍ଠାନମାନଙ୍କରେ କେଉଁଭଳି ବିଶ୍ୱାସ ରହିଛି ଏବଂ ସେମାନଙ୍କର ରାଜନୈତିକ ପ୍ରାସଙ୍ଗିକତା କ’ଣ ରହିଛି?

ଅଧିକ ସଂଖ୍ୟାରେ ସ୍ଥାନୀୟ ସଂସ୍ଥାମାନଙ୍କ ନିର୍ବାଚନରେ ଭାଗନେବା କଥାଟି ସେମାନଙ୍କର ଦୈନନ୍ଦିନ ଅସୁବିଧାଗୁଡ଼ିକର ସୁଧାର ପାଇଁ ରହିଥିବା ଇଚ୍ଛାଟିକୁ ପ୍ରତିଫଳିତ କରୁଛି ।

ବିଧାନସଭା ନିର୍ବାଚନରେ ସେମାନେ ଏକଥା ଜାଣିକି ବି ଭାଗ ନିଅନ୍ତି ଯେ, ରାଜନୈତିକ ସଙ୍କଟର ଅବସାନ ନ କରାଇ ଦଶନ୍ଧି ଦଶନ୍ଧି ଧରି ଯେଉଁ ନିର୍ଯାତନା କାଶ୍ମୀରବାସୀଙ୍କ ଉପରେ ଚାଲିଛି, ତା’ର ପରିଣାମଗୁଡ଼ିକୁ ଉପଶମ କରିବା କ୍ଷେତ୍ରରେ ରାଜ୍ୟ ସରକାରଟି କାମ କରିବ ।

ସଂସଦ ପାଇଁ ନିର୍ବାଚନରେ ଭୋଟ ଦେବାଟି ପୁରା ଭିନ୍ନ । ସଂଖ୍ୟାଧିକ କାଶ୍ମୀରବାସୀଙ୍କ ପାଇଁ ଭାରତର ସଂସଦ ସେଇ ଆବେଦନଟି ହରାଇ ବସିଛି ୧୯୯୩ ମସିହାରୁ, ଯେତେବେଳେ ଏକ ସର୍ବସ୧ତ ପ୍ରସ୍ତାବ ଗ୍ରହଣ କରାଗଲା ଯେ ଜା୧ୁ ଓ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ପାକିସ୍ଥାନ ଅଧିକୃତ କାଶ୍ମୀର ଉପରେ ବି ଭାରତର ଅଧିକାର ଅଛି ।

ସେହି ଏକା ସମୟରେ କାଶ୍ମୀରବାସୀଙ୍କ ଉପରେ ଚାଲିଥିବା ଅକଥନୀୟ ସାମରିକ ନିର୍ଯାତନା ଏବଂ ସେମାନଙ୍କର ଗଣତାବିକ ଦାବି ପ୍ରତି ସଂସଦ ଅଣଦେଖା କରିଥିଲେ । ବ ର୍ମାନର ସରକାର ହେଉ ବା ଅତୀତର ସରକାରମାନେ; କେହି ବି ରାଜନୈତିକ ଆଲୋଚନା ମାଧ୍ୟମରେ କାଶ୍ମୀରର ରାଜନୈତିକ ସଙ୍କଟର ସମାଧାନ ପାଇଁ ବ୍ୟଗ୍ରତା ଦେଖାଇ ନାହାନ୍ତି ।

ସମ୍ବିଧାନ ଦ୍ୱାରା ପ୍ରଦତ ସ୍ୱାୟତତାକୁ ଖୋଳତାଡ଼ କରିବା ପରେ ଏବଂ ଏପରି କରିଛନ୍ତି ବୋଲି ୧୯୬୪ରେ ସଂସଦରେ ବାହାବା ନେବା ପରେ, କାଶ୍ମୀରର ସ୍ୱାୟତତା କିଛି ଅଛି ବିଶ୍ୱାସ କରିବା ଲୋକ କାଶ୍ମୀରରେ ଆଉ ନାହାନ୍ତି; ଏକଥା ବି କହିହେବ ଯେ, ଭାରତରେ ବି କେହି ଏକଥାକୁ ବିଶ୍ୱାସ କରନ୍ତି ନାହିଁ ।

ଏମିତିକି ଭାରତ ସରକାର ରଖିଥିବା ଯୁକ୍ତିର ତାର୍କିକ ସୀମା ଭିତରେ ଏକଥା ବି ଦେଖି ହେଉଛି ଯେ ୧୯୯୮ରେ ଶତକଡ଼ା ୭୦ରୁ ୮୦ଭାଗ କାଶ୍ମୀରବାସୀ ନିର୍ବାଚନ ପ୍ରତ୍ୟାଖ୍ୟାନ କରିବା ଦିନଠାରୁ କାଶ୍ମୀର ଉପତ୍ୟକାରେ ହେଉଥିବା ସଂସଦୀୟ ନିର୍ବାଚନଗୁଡ଼ିକରେ ଲୋକଙ୍କର ଆଗ୍ରହ କମି କମି ଯାଉଛି ।

ଏହି ସଂଖ୍ୟାଟି ଆଜି ଶତକଡ଼ା ୯୩ ଭାଗରେ ପହଂଚିଛି, ଯାହା ୨୦୧୪ରେ ଶତକଡ଼ା ୭୪ଭାଗ ଥିଲା । ଜଣାପଡ଼ୁଛି ଯେ ଭାରତୀୟ ଜନତା ପାର୍ଟି ନେତୃତ୍ୱରେ ଚାଲିଥିବା ସରକାର ଅମଳରେ ଭାରତ ପ୍ରତି ଆସ୍ଥାଥିବା କାଶ୍ମୀରବାସୀଙ୍କ ସଂଖ୍ୟାରେ ଦୃତ ହ୍ରାସ ଘଟିଚାଲିଛି ।

ନରେନ୍ଦ୍ର ମୋଦୀ ଭାରତରେ ଥିବା ଧର୍ମାନ୍ଧ ଓ ଅନ୍ଧ ରାଷ୍ଟ୍ରବାଦୀମାନଙ୍କୁ ମୋହିତ କରିବା ପାଇଁ ‘ଆତଙ୍କବାଦ ଅବା ପର୍ଯ୍ୟଟନ’ ଭଳି କିଛି ଶବ୍ଦ ଜାଲର ପ୍ରୟୋଗ କରିପାରନ୍ତି, କିନ୍ତୁ କାଶ୍ମୀରରେ ଏହାର କୌଣସି ପ୍ରଭାବ ରହିବ ନାହିଁ ।

ଦୁଃଖ ଲାଗେ ଯେତେବେଳେ ସରକାରଟି ନିଜ ରଚିତ ପ୍ରହେଳିକାକୁ ନିଜେ ବିଶ୍ୱାସ କରି ପ୍ରଚାର କରିବସେ ଯେ, କାଶ୍ମୀରରେ ଯାହା ସବୁ ଭୁଲ୍ ଘଟିଚାଲିଛି ସେଥିପାଇଁ ପାକିସ୍ଥାନ ଦାୟୀ ଏବଂ କାଶ୍ମୀରରେ ପର୍ଯ୍ୟଟନର ଚକ ଗଡ଼ି ଚାଲିଲେ ଓ ଯୁବକମାନଙ୍କୁ ନିଯୁକ୍ତି ମିଳିଲେ ସବୁ ସମସ୍ୟାର ସମାଧାନ ହୋଇଯିବ ।

ଏଭଳି ଏକ ଅବଧାରଣା ସରକାରଙ୍କ ସହ ଦୃଢ଼ ଭାବେ ରହିଆସିଥିବା ସ୧ାନଷ୍ପଦ ବ୍ୟକ୍ତିମାନେ ପ୍ରଶ୍ନ କରି ଆସିଛନ୍ତି, ଯେଉଁମାନଙ୍କ ଭିତରେ ଅଛନ୍ତି କ୍ୟାବିନେଟ୍ ମବୀଗଣ, ଭାରତୀୟ ସେନାଧ୍ୟକ୍ଷଗଣ ଓ ଜଣେ ଜାତୀୟ ସୁରକ୍ଷା ପରାମର୍ଶଦାତା ।

ସେମାନେ ସମଗ୍ର ଉଗ୍ରବାଦୀମାନଙ୍କର ଦେଶୀ ଚରିତ୍ର ଉପରେ ଧ୍ୟାନ ଆକର୍ଷଣ କରିଛନ୍ତି ଏବଂ ଉଦ୍ଦେଶ୍ୟମୂଳକ ଭାବେ ରାଜନୈତିକ ଆପୋଷ ଆଲୋଚନା ଆରମ୍ଭ କରିବା ପାଇଁ ଯୁକ୍ତି ରଖିଥିଲେ । ଦୁର୍ଭାଗ୍ୟବଶତଃ ଦିଲ୍ଲୀରେ ଥିବା ସରକାରଟି କାଶ୍ମୀର ନୀତିରେ ନିଜର ବିଜ୍ଞତାର ଅଭାବ ଦେଖାଇ ଆସିଛନ୍ତି ।

ନୀତି ଓ ମତାମତ ନିର୍ଦ୍ଧାରକମାନେ ଯେଉଁମାନେ ପାକିସ୍ଥାନର ପ୍ରତିନିଧିତ୍ୱ କରୁଛନ୍ତି ବୋଲି କାଶ୍ମୀରବାସୀଙ୍କୁ ଦ୍ୱାହି ଦିଅନ୍ତି ଏବଂ ‘ମୁସ୍ଲିମ ଅସ୍ମିତା’ ସେମାନେ ପ୍ରତିପାଦନ କରିବା ପାଇଁ ତତ୍ପର ରହୁଥିବା କଥାରେ ଭୁଲ୍ ଦେଖନ୍ତି, ଏକଥାଟିକୁ ଦେଖିବାରେ ବିଫଳ ହୋଇଥାନ୍ତି ଯେ ଭାରତୀୟ ରାଷ୍ଟ୍ର ନିର୍ଣ୍ଣାୟକ ଭାବେ ଭାରତରେ ମୁସଲମାନମାନଙ୍କ ବିରୁଦ୍ଧରେ ଯାଉଛି ।

ନିକଟରେ ଜା୧ୁର ବାଣିଜ୍ୟ ଓ ଶିଳ୍ପ ସଂଘର ସଭାପତି ରାକେଶ ଗୁପ୍ତା ଲୋକମାନଙ୍କୁ ଯେଉଁଭଳି ଡାକରା ଦେଇଛନ୍ତି ଯେ, ‘ରୋହିଙ୍ଗା ଓ ବାଂଲାଦେଶୀ ମୁସଲମାନମାନଙ୍କୁ ଚିହ୍ନଟ କର ଓ ମାର’-ଏଭଳି ଏକ ବକ୍ତବ୍ୟକୁ ବିଚାରକୁ ନିଆଯାଉ ।

ଏଇଟା କେବଳ ଏକ ପୃଥକ ଘଟଣା ନୁହେଁ, ଦେଶର ଅଧିକାଂଶ ଭାଗରେ ଯେଉଁଭଳି ମୁସଲମାନବିରୋଧୀ ନଗ୍ନ ନାରାବାଜି ବଢ଼ିଚାଲିଛି ଏହି ଘଟଣାଟି ତା’ର ଏକ ପ୍ରତିଫଳନ ମାତ୍ର । ଏକଥା ମନେ ରଖିଥିବା ଉଚିତ ଯେ କାଶ୍ମୀରର ସଡ଼କମାନଙ୍କରେ ଏବେ ଯେଉଁ ମାନସିକ ସ୍ଥିତି ଦେଖାଯାଉଛି ସେଥିରେ ଭରି ରହିଛି କ୍ରୋଧ ଓ ଅବମାନନା ।

ଯେତେବେଳେ କି ଗୁଳି ଓ ରବର ଗୁଳିରେ କ୍ଷତ ସହୁଥିବା ଲୋକଙ୍କ ସଂଖ୍ୟା ପାହାଡ଼ ଆକାରରେ ଠୁଳ ହେଲାଣି, କାଶ୍ମୀର ଜନସଂଖ୍ୟାର ଗୋଟିଏ ବଡ଼ ଭାଗ ବିଶେଷକରି ଯୁବକମାନଙ୍କର ହୃଦ୍ବୋଧ ହେଲାଣି ଯେ, ଭାରତ ସରକାର କେବଳ ସଶସ୍ତ୍ର ବିରୋଧର ଭାଷା ହିଁ ବୁଝିପାରୁଛନ୍ତି ।

ମୁକାବିଲା ଚାଲିଥିବା ସ୍ଥାନରେ ଭାରି ସଂଖ୍ୟାରେ ଲୋକେ ଠୁଳ ହେବା, ପୁଣି ଯେତେବେଳେ କି କାର୍ଯ୍ୟାନୁଷ୍ଠାନ ଚାଲିଛି, କେବଳ ବନ୍ଧୁକଧାରୀ ନିଜ ଲୋକମାନଙ୍କୁ ସହାୟତା କରିବା ପାଇଁ ବା ବଂଚାଇବା ପାଇଁ, କାଶ୍ମୀରବାସୀଙ୍କ ଏଭଳି ଏକ ବିଶ୍ୱାସ ପ୍ରତି ଇଙ୍ଗିତ କରୁଛି ଯେ, ହିନ୍ଦୁ ସଂଖ୍ୟାଗରିଷ୍ଠଙ୍କ ନେତୃତ୍ୱର ଖୋଲାଖୋଲି ଚାଲିଥିବା ଭାରତ ସେମାନଙ୍କର ବଂଚିରହିବା ପାଇଁ ଏକ ପ୍ରତିବନ୍ଧକ ସାଜିଛି ।

ପ୍ରଚାର ଚଳାଇ ଆସିଥିବା ଲୋକଙ୍କ ତତ୍ୱ ଯେ କେତୋଟି ଟଙ୍କା ପାଇଁ କାଶ୍ମୀର ଯୁବକ ବନ୍ଧୁକ ଧରୁଛନ୍ତି, ତାହା ଗ୍ରହଣଯୋଗ୍ୟ ଯୁକ୍ତି ନୁହେଁ । କେତୋଟି ଟଙ୍କା ପାଇଁ ଜଣେ ମୃତ୍ୟୁବରଣ କରିବା ବା ସାରା ଜୀବନ ପଙ୍ଗୁ ହୋଇଯିବ! କାଶ୍ମୀର ଯୁବକଙ୍କ ପାଖରେ ନିଜର ଆଜାଦୀ ଦାବି ଉପସ୍ଥାପନ ପାଇଁ ଆଉ କୌଣସି ଉନ୍ମୁକ୍ତ କ୍ଷେତ୍ର ନାହିଁ ।

ଭାରତୀୟ ରାଷ୍ଟ୍ରପ୍ରତି ଲୋକଙ୍କର କ୍ରୋଧ ଏବଂ ମୋହଭଙ୍ଗ ହେବାର କାରଣଗୁଡ଼ିକ ଅତୀତର ଏହି କେତୋଟି ଘଟଣା ଦେଖିଲେ ଜଣାପଡ଼ିଯାଏ; ଜା୧ୁରେ ଗୋ-ରକ୍ଷକମାନଙ୍କ କାର୍ଯ୍ୟକଳାପ, ଗୋଟିଏ ଉପଦ୍ରୁତ ଅ ଳ ବୋଲି ଘୋଷଣା କରାଯାଇଥିବା ସାର୍ବଜନୀନ ସ୍ଥାନରେ ଖୋଲାଖୋଲି ଅସ୍ତ୍ର ପ୍ରଦର୍ଶନ କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ଅନୁମତି ଦେବା, ସେପ୍ଟେମ୍ବର ୨୦୧୪ର ପ୍ରଳୟଙ୍କାରୀ ବନ୍ୟା ପରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଜାଣିଶୁଣି ରିଲିଫ ଓ ଥଇଥାନ ସେବା ଯୋଗାଇବାରେ ବିଳମ୍ବ କରିବା ଏବଂ ଜୁଲାଇ ୮, ୨୦୧୬ରେ ବୁରହାନ୍ ୱାନୀଙ୍କ ହତ୍ୟା ପରେ ସାଧାରଣ ନାଗରିକମାନେ ଯେଉଁଭଳି କ୍ଷତି ସହି ଆସିଛନ୍ତି ଇତ୍ୟାଦି ।

ସମୟ ଆସିଛି, ଭାରତୀୟମାନେ ବୁଝିବା ଦରକାର ଯେ କାଶ୍ମୀର ସମସ୍ୟାଟି ଆମ ଭିତରେ ଅଛି, ପାକିସ୍ଥାନରେ ନୁହେଁ ।

ଏକଥା ବି ବୁଝିବା ଦରକାର ଯେ, ଭାରତ ଏବଂ ଭାରତର ନାଗରିକ ସମାଜ ସହ କାଶ୍ମୀରବାସୀଙ୍କର ଗଭୀରଭାବେ ମୋହଭଙ୍ଗ ହେଇଥିବା ଭଳି ସରଳ ସତ୍ୟଟିକୁ ସ୍ୱୀକାର କରିବା ପାଇଁ ଆମେ ସାମୂହିକ ଭାବେ ପ୍ରସ୍ତୁତ ନୁହନ୍ତି ଏହା ହେଉଛି ସେମାନଙ୍କର ଆମପାଇଁ ବାର୍ତା ଯେଉଁ ଶତକଡ଼ା ୯୩ଭାଗ ଲୋକ ଶ୍ରୀନଗର ଉପନିର୍ବାଚନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

April 15, 2017 VOL L II NO 15 (Clear Message from Kashmir)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: କାଶ୍ମୀର, ସରକାର

କୃଷିର ଦୁଃସ୍ଥାବସ୍ଥା ପାଇଁ କୌଣସି ସର୍ବୌଷଧି ନାହିଁ

April 24, 2017 by ଓଡିଶା ଡଟ କମ Leave a Comment

ମୌସୁମୀ ବାୟୁର ଅନିୟମିତତା ଏବଂ ତା’ର ପରିଣାମସ୍ୱରୂପ ଆସିଥିବା ମରୁଡ଼ି, ବନ୍ୟା ଏବଂ ଫସଲହାନୀ ଯାହା ଆମ କୃଷକ ଏବଂ କୃଷି ଶ୍ରମିକମାନଙ୍କର ଏକ ବିରାଟ ଭାଗକୁ କବଳିତ କରିଥାଏ, ସ୍ୱାଧୀନତାର ୭ଟି ଦଶନ୍ଧି ପରେ ବି ଆଜି ଏକ ନିତିଦିନିଆ ଘଟଣା ହୋଇଯାଇଛି ।

ପ୍ରକୃତରେ ସଙ୍କଟଟି ଅଧିକ ଗଭୀର ହୋଇଯାଇଛି । ଢାଂଚାଗତ କୃଷି ପ୍ରସଙ୍ଗଗୁଡ଼ିକର ମୁକାବିଲା ପାଇଁ ଯଥେଷ୍ଟ କୃଷିନୀତିର ଅଭାବ ଯୋଗୁଁ, ଭାରତର ଗ୍ରାମାଂଚଳ ଯବଣା ଭୋଗୁଛନ୍ତି ।

ଗୋଟିଏ ମାସ ଧରି ରାଜଧାନୀ ଦିଲ୍ଲୀରେ ପ୍ରତିବାଦ କରିଆସୁଥିବା ତାମିଲନାଡ଼ୁ କୃଷକମାନଙ୍କର ଚିନ୍ତା ଉଦ୍ରେକକାରୀ ଭାବମୂର୍ତି, ଆମ କୃଷିର ଦୁଃସ୍ଥବସ୍ଥାକୁ ସମସ୍ତଙ୍କୁ ଜଣାଇ ଦେଇଛି; କାହା ପାଟିରେ ମଲା ସାପ ଓ ମୂଷା (ଯେମିତିକି ସେମାନଙ୍କ କ୍ଷେତ୍ରରେ କ୍ଷୁଧା ମେଂଟାଇବା ପାଇଁ ଏସବୁ ଛଡ଼ା ଆଉକିଛି ନାହିଁ) ଏବଂ କାହା ହାତରେ ଦୁଃସ୍ଥାବସ୍ଥାରେ ମରିଯାଇଥିବା ସମ୍ପର୍କୀୟଙ୍କର ଖପୁରୀଟିଏ ।

କ୍ରମାଗତ ଭାବେ ଦୁଇବର୍ଷ ମରୁଡ଼ି ଆସିବା ପରେ, ଯଦିଓ ଦକ୍ଷିଣ-ପ୧⁄୨ିମ ମୌସୁମୀ ଭାରତର ଅଧିକାଂଶ ଭାଗରେ ସ୍ୱାଭାବିକ ଥିଲା, ଉତ୍ତର-ପୂର୍ବ ମୌସୁମୀର ବିଫଳତା ଯୋଗୁଁ ଦେଶର କେତୋଟି ନିର୍ଦ୍ଦିଷ୍ଟ ଭାଗରେ ମରୁଡ଼ି ଦେଖିବାକୁ ମିଳିଥିଲା ।

କେନ୍ଦ୍ର ସରକାର ୮ଟି ରାଜ୍ୟକୁ ମରୁଡ଼ି ପ୍ରପୀଡ଼ିତ ଘୋଷଣା କରିଛନ୍ତି ଏବଂ ସେ ଭିତରେ ଅଛନ୍ତି କେରଳ, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ । ଜାନୁଆରୀ, ୨୦୧୭ରେ ତାମିଲନାଡ଼ୁ ସରକାର ମରୁଡ଼ି ଘୋଷଣା କଲେ ଏବଂ କ୍ଷୁଦ୍ର ଓ ମଧ୍ୟମବର୍ଗର ଚାଷୀ (ଯେଉଁମାନେ ରାଜ୍ୟର ଚାଷୀସଂଖ୍ୟାର ଶତକଡ଼ା ୯୨ଭାଗ)ମାନଙ୍କର ସମବାୟ ଗୁଣକୁ ଛାଡ଼ କରିଦେଲେ ।

ପରେ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଲେ ଯେ ସମବାୟ ବ୍ୟାଙ୍କ ଋଣ ସବୁଚାଷୀଙ୍କର ଛାଡ଼ କରିଦେବା ପାଇଁ (ବଡ଼ ଚାଷୀଙ୍କୁ ସମଗ୍ର ସମବାୟ ବ୍ୟାଙ୍କର ଶତକଡ଼ା ୩୦ ଭାଗ କୃଷି ଋଣ ଦିଆଯାଇଥିଲା) । ଆଜି ତାମିଲନାଡ଼ୁର ଚାଷୀ ଭାରତ ସରକାରଙ୍କ ପାଖରେ ଦାବି ରଖିଛନ୍ତି ଜାତୀୟକରଣ ବ୍ୟାଙ୍କମାନଙ୍କରୁ ନେଇଥିବା ଋଣଗୁଡ଼ିକୁ ଛାଡ଼ କରିଦେବା ପାଇଁ ଏବଂ ଫସଲହାନୀର କ୍ଷତିପୂରଣ ଯୋଗାଇବା ପାଇଁ ।

ନବ ନିର୍ବାଚିତ ଉତ୍ତରପ୍ରଦେଶ ସରକାର ଯେଉଁ କୃଷିଋଣ ଛାଡ଼ ଘୋଷଣା କରିଛନ୍ତି ତା’ର ପରିମାଣ ୩୬,୩୫୯ କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି, ଯାହା ରାଜ୍ୟ ସରକାର ବହନ କରିବେ ।

ଏସବୁ ପଦକ୍ଷେପ କୃଷକମାନଙ୍କୁ କିଛି ରିଲିଫ ଦେବାର ପ୍ରତିଶ୍ରୁତି ବହନ କରେ, କିନ୍ତୁ ଗଭୀର ଭାବେ ଚେର ମାଡ଼ିଯାଇଥିବା ଭାରତର କୃଷିସଙ୍କଟର ସମାଧାନ ବା ଗ୍ରାମାଂଚଳର ଋଣର ସ୍ଥିତିର ସମାଧାନ ପାଇଁ ତାହା ସର୍ବୌଷଧିର କାମ କରିପାରିବ ନାହିଁ ।

ଗୋଟିଏ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ କିଛି ସୁବିଧା ଦେବାପାଇଁ ତାହା ଏକ ଶ୍ରେଷ୍ଠ ପଦକ୍ଷେପ ହେଇପାରେ । ୨୦୦୮ରେ ୟୁପିଏ ସରକାର ଗୋଟିଏ ବିରାଟ ଋଣଛାଡ଼ କାର୍ଯ୍ୟକ୍ରମ ହାତକୁ ନେଲେ ।

ରାଜକୋଷରୁ ୭୦,୦୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରାଯାଇଥିବା ଏହି ଅନୁଭୂତିଟି ଆମକୁ କହିଛି ଯେ, ଯଦିଓ ଋଣଛାଡ଼ ବେଳେବେଳେ ଅନ୍ୟ ଉପାୟ ନଥାଇ କରାଯାଇଥାଏ ତେବେ ତାହା ଋଣଭାରକୁ ଆଂଶିକ ଲାଘବ କରିବା ପାଇଁ ଏକ ଏକକାଳୀନ ପଦକ୍ଷେପ ଏବଂ ଗ୍ରାମା ଳରେ ବଢ଼ି ଚାଲିଥିବା ଋଣର ବୋଝ ପୁନରାବୃତି ନହେବା ପାଇଁ କିଛି କାମରେ ଲାଗିନଥାଏ ।

ଆଶ୍ଚର୍ଯ୍ୟ ହେବାର କଥା ନୁହେଁ ଯେ, ଚୁପ୍ ରହି ଆସୁଥିବା ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଓ ନାବାର୍ଡ଼ର ଅଧ୍ୟକ୍ଷ ଋଣଛାଡ଼କୁ ଏକ ‘ନୈତିକ ବିପଦ’ ବୋଲି କହିଛନ୍ତି ଯାହାକି ଠିକ୍ ସଚ୍ଚୋଟ ଭାବେ ଋଣ ନେଉଥିବା ଲୋକଙ୍କୁ ଠିକ୍ ସମୟରେ ଋଣ ପୈଠ କରିବା ପାଇଁ ନିରୁତ୍ସାହିତ କରିବ ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉରଜିତ୍ ପଟେଲ ପୁଣି କହିଛନ୍ତି ଯେ, ଋଣଛାଡ଼ ଉଧାର ନେବା କ୍ଷେତ୍ରରେ ଶୃଙ୍ଖଳାଟିକୁ ନ୍ୟୁନ କରିଦିଏ ଏବଂ ସରକାରଙ୍କଠାରୁ ଅଧିକ ଅର୍ଥ ଉଦ୍ଧାର ଆଣିବା ପାଇଁ ବାଧ୍ୟ କରେ ଯାହା ଅନ୍ୟ ଋଣ ନେଉଥିବା ଲୋକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୁଏ । ପରିଶେଷରେ ଏଭଳି ଏକ ପରିସ୍ଥିତି ଦେଶର ହିସାବ ଖାତାକୁ ପ୍ରଭାବିତ କରିପାରେ ।

ତଥ୍ୟଗୁଡ଼ିକ ସରଳ । ନୈତିକ ବିପ ି ଚୁଲିକି ଯାଉ । ରାଜନେତାମାନେ ବିଶ୍ୱାସ କରନ୍ତି ଯେ ଋଣ ଛାଡ଼ ସେମାନଙ୍କର ଲୋକପ୍ରିୟତାକୁ ବଢ଼ାଇଦେବ । ଅନେକ ଯୁକ୍ତି କରନ୍ତି କୃଷି ଋଣ ଛାଡ଼ ନକରିଥିଲେ ୟୁପିଏ ସରକାର ୨୦୦୯ ମସିହାରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିପାରି ନଥାନ୍ତେ ।

କୃଷିଋଣ ଛାଡ଼ ଏବଂ ରିହାତି ଭାରତର ଗ୍ରାମାଂଚଳର ଦରିଦ୍ରତମ ଲୋକମାନଙ୍କୁ ସାହାଯ୍ୟ କରିନଥାଏ । ପ୍ରକୃତରେ ଋଣଛାଡ଼ ଭୂମିହୀନ ଏବଂ କ୍ଷୁଦ୍ରଚାଷୀମାନଙ୍କ ଭଳି ଅସୁରକ୍ଷିତ ବର୍ଗର ଋଣବୋଝକୁ ହ୍ରାସ କରିବାରେ ସାହାଯ୍ୟ କରିନଥାଏ ।

ଏହି ଚାଷୀମାନଙ୍କୁ ଋଣ ପାଇବା ପାଇଁ ଯୋଗ୍ୟ ବୋଲି ମନେ କରାଯାଇ ନ ଥାଏ, ସେମାନଙ୍କର ଆନୁଷ୍ଠାନିକ ଋଣ ପ୍ରଦାନକାରୀ ସଂସ୍ଥାମାନଙ୍କ ପାଖରେ ପହଂଚ ନଥାଏ ଏବଂ ସେମାନେ ସମ୍ପୂର୍ଣ୍ଣ ଭାବେ ଘରୋଇ ଋଣଦାତାଙ୍କ ଉପରେ ନିର୍ଭରଶୀଳ । ଭାରତୀୟ ଅର୍ଥନୀତିର ଗଭୀରତମ ସ୍ତରକୁ ଚେର ମାଡ଼ିଥିବା କୃଷିସଙ୍କଟକୁ ଉପଶମ କରିବା କ୍ଷେତ୍ରରେ ଋଣ ଛାଡ଼ର ଭୂମିକା କିଛିନାହିଁ ।

ତା’ଭିତରେ ଅଛି ସମାନ ରିହାତି ପାଇବାପାଇଁ ଅପହଂଚ ସ୍ଥିତି, ଦୃତ ବଦଳୁଥିବା ଜମି ମାଲିକାନାର ସ୍ୱରୂପ ଏବଂ ସରକାରଙ୍କ ସହାୟତାରେ ଚାଲିଥିବା କୃଷି ସମ୍ପ୍ରସାରଣ କାର୍ଯ୍ୟକ୍ରମର ଅବକ୍ଷୟ ।

କୃଷି ସଙ୍କଟଟି କେବଳ ଜାରି ରହିଛି ତାହା ନୁହେଁ ବରଂ ଅଧିକ ଉକ୍ତଟ ହେଇଛି । ଜଳବାୟୁ ପରିବର୍ତନ ଏବଂ ପାଣିପାଗର ସ୍ୱଭାବ କୃଷକମାନଙ୍କର ଅସୁରକ୍ଷିତ ସ୍ଥିତିକୁ ବଢ଼େଇ ଦେଇଛି । ଭୂପୃଷ୍ଠ ଜଳସେଚନ ପାଇଁ ତଥା ବର୍ଷାଜଳ ସଂରକ୍ଷଣ ପାଇଁ ଉପଯୁକ୍ତ ଭିତିଭୂମିର ଅଭାବ ଗୋଟିଏ ବଡ଼ ଆହ୍ୱାନ ହୋଇ ରହିଯାଇଛି ।

ଏହାଫଳରେ ହ୍ରାସ ପାଇ ଚାଲିଥିବା ଭୂତଳ ଜଳ ଉପରେ ନିର୍ଭରଶୀଳତା ବଢ଼ିଚାଲିଛି; ଜଳସେଚନର ଏକ ମୁଖ୍ୟ ଆଧାର ହିସାବରେ । ଦେଶର ଶସ୍ୟ ଜମିର ଅଧା ଭାଗପାଇଁ ନିର୍ଭରଯୋଗ୍ୟ ଜଳସେଚନର ପ୍ରତିଶ୍ରୁତି ନାହିଁ ।

୮ଟି ମରୁଡ଼ି ଘୋଷିତ ରାଜ୍ୟରେ ମନରେଗା କାର୍ଯ୍ୟକ୍ରମରେ ଶ୍ରମଦିବସ ସଂଖ୍ୟା ୧୫୦କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କର ନିଷ୍ପତି ଗୋଟିଏ ସ୍ୱାଗତଯୋଗ୍ୟ ପଦକ୍ଷେପ । ତୁହାକୁ ତୁହା ଆସୁଥିବା ଆବଶ୍ୟକତାର ପୂରଣ ପାଇଁ ଜଳ ସଂରକ୍ଷଣ, ଜଳସେଚନର ଉନ୍ନତି ଏବଂ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ନହେବା ପାଇଁ ଯେଉଁସବୁ ଭି ିଭୂମି ସୃଷ୍ଟି ହେବା ଦରକାର ସେହି କାମଟିକୁ ତୁରନ୍ତ କରାଯିବା ଦରକାର ।

ଭାରତର କୃଷକମାନଙ୍କ ‘ହିସାବ ଖାତା’କୁ ପ୍ରତିକୂଳ ଭାବେ ପ୍ରଭାବିତ କଲାଭଳି ଅନେକ କାରଣ ଅଛି । ଯେତେବେଳେ ଉତ୍ପାଦନର ମୂଲ୍ୟ ବଢ଼ିଚାଲିଛି, ସେଥିରୁ ମିଳୁଥିବା ଆୟ କମି କମି ଯାଉଛି ବା ଅନିଶ୍ଚିତ ରହିଛି । ଭାରତ ସମେତ ବିଶ୍ୱସାରା କୃଷି ବଜାରଟି ଅବ୍ୟବସ୍ଥା ଓ ବିପନ୍ନ ଅବସ୍ଥାରେ ଅଛି ।

କୃଷିରୁ ମିଳୁଥିବା ଆୟରେ ହ୍ରାସ ଏବଂ ବଢ଼ିଚାଲିଥିବା ଗ୍ରାମାଂଚଳର ଋଣର ଅବସ୍ଥାକୁ ଏଭଳି ପୃଷ୍ଠଭୂମିରେ ବୁଝିବାକୁ ପଡ଼ିବ । ଯଦି ବ୍ୟବସ୍ଥିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଉପଯୁକ୍ତ ଉଦ୍ୟମ କରାନଯାଏ ତେବେ ଏହି ଚକ୍ରବ୍ୟୁହକୁ ଭେଦ କରିବା ସହଜ ହେବନାହିଁ ।

ଋଣଛାଡ଼ କେବଳ ବ୍ୟାଣ୍ଡ୍ ଏଡ଼୍ ଲଗାଇ କ୍ଷତକୁ ଉପଶମ କରିବା ଉଦ୍ଦେଶ୍ୟ ସହ ସମାନ । ସେସବୁ ସାମୟିକ ରିଲିଫ୍ ଯୋଗାଇ ଦେଇପାରେ । ଅଧିକ ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନିଆଯାଇ ପାରିନାହିଁ ।

April 15, 2017 VOL L II NO 15 ( No panacea for Agrarian Distress )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: କୃଷି, ମୌସୁମୀ

ସ୍ୱୀକାର କରୁନଥିବା ଗୋଟିଏ ରାଷ୍ଟ୍ର

April 17, 2017 by ଓଡିଶା ଡଟ କମ Leave a Comment

ଆମେ ସବୁକଥାକୁ ଅସ୍ୱୀକାର କରୁଥିବା ଗୋଟିଏ ରାଷ୍ଟ୍ର । ବିବିଧ ଜାତି ଓ ଅନେକ ବିବିଧତା ସେ  ଆମେ ଆନ୍ତରିକଭାବେ ଗୋଟିଏ ଜାତିବାଦୀ, ବସ୍ତୁବାଦୀ ଏବଂ ନାରୀମାନଙ୍କ ପ୍ରତି ବିଦ୍ୱେଷ ଥିବା ଏକ ସମାଜ ବୋଲି ଆମେ ନିଜକୁ ମାନିବା ପାଇଁ ପ୍ରସ୍ତୁତ ନୁହନ୍ତି ।

‘ଭାରତୀୟତା’କୁ ନେଇ ଯେଉଁ ପତିଆରାସମ୍ପନ୍ନ ଭାବନା ଅଛି ଯାହାକୁ ଅଧିକରୁ ଅଧିକ ହିନ୍ଦୁ ଅସ୍ମିତା ସହ ଯୋଡ଼ି କି ଦେଖାଯାଉଛି, ତଦ୍ୱାରା ଯେଉଁମାନେ ଭିନ୍ନ ଦେଖାଯାଉଛନ୍ତି ବା ଭିନ୍ନ ଚିନ୍ତା କରୁଛନ୍ତି ସେମାନଙ୍କୁ ବାଦ୍ ଦିଆଯାଉଛି ।

ଯେତେବେଳେ ଏଭଳି ଏକ ଅସୁନ୍ଦର ଭାରତକୁ ନେଇ ଥିବା ବାସ୍ତବତା କେତୋଟି ଘଟଣାରେ ଉନ୍ମେଚିତ ହେଉଛି ଆମେ ତତ୍କ୍ଷଣାତ୍ କହି ବସୁଛୁ ଆମେ କିଭଳି ଏକ ଅହିଂସାପୂର୍ଣ୍ଣ ଏବଂ ସହନଶୀଳ ସମାଜ, କାହିଁକ ନା ଆମର ଏଠି ବୁଦ୍ଧ ଓ ଗାନ୍ଧୀଙ୍କ ଭଳି ମଣିଷ ଜନ୍ମ ନେଇଛନ୍ତି ।

ଏଭଳି କଥାକୁ କିଣିବା ପାଇଁ କେହି ଆଉ ପ୍ରସ୍ତୁତ ନୁହନ୍ତି, ବିଶେଷ କରି ଆଫ୍ରିକୀୟ ଦେଶର ଲୋକମାନେ ଯେଉମାନେ ନିଜକୁ ଏକ ସଭ୍ୟ ସମାଜ ବୋଲି ଦାବୀ କରୁଥିବା ଦେଶଟିରେ ବାରମ୍ବାର ଆକ୍ରମଣର ଶିକାର ହୋଇ ଆମ ସମାଜର ବିବେକକୁ ଦୋହଲାଇ ଦେଇଛନ୍ତି ।

ଏବେ ଯାହା ଗ୍ରେଟର ନୋଏଡ଼ାରେ ଘଟିଗଲା ସେଥିରେ ନୂତନତ୍ୱ କିଛି ନାହିଁ । ଗତ କିଛିବର୍ଷ ଧରି ଭାରତର ଅନ୍ୟାନ୍ୟ ସହରରେ ଘଟି ଆସିଥିବା ଘଟଣାଗୁଡ଼ିକର ଏହା ଏକ ପ୍ରତିଫଳନ ଥିଲା ମାତ୍ର । ଏଥର ମାତ୍ରାଧିକ ନିଶା ବଟିକା ଖାଇ ମୃତ୍ୟୁବରଣ କରିଥିବା ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ପାଇଁ ପଡ଼ୋଶୀ ନାଇଜେରିଆବାସୀଙ୍କୁ ଦାୟୀ କରି ୫ଜଣଙ୍କୁ ଗିରଫ କରାଗଲା ।

କଥାଟି ସେତିକିରେ ସରିଲା ନାହିଁ । ତା’ର ପରବର୍ତୀ ଦିନଗୁଡ଼ିକରେ ଭାରତକୁ କାମ କରିବା ପାଇଁ ବା ପାଠ ପଢ଼ିବା ପାଇଁ ଆସୁଥିବା ଆଫ୍ରିକୀୟମାନଙ୍କୁ ଆଖିବୁଜା ଧରିନିଆଗଲା ଯାହାର ଅନ୍ତ ପଡ଼ିଲା ଗୋଟିଏ ବ୍ୟବସାୟିକ ମଲ୍ରେ ଯେଉଁଠି ୬୦୦ରୁ ଅଧିକ ଲୋକେ ଆଫ୍ରିକୀୟମାନଙ୍କୁ ଧରି ମାଡ଼ମାରି ଅନେକଙ୍କୁ କ୍ଷତବିକ୍ଷତ କରି ପକାଇଲେ ।

ଭାରତୀୟ କର୍ତୃପକ୍ଷଙ୍କ ଘଟଣାଗୁଡ଼ିକ ପ୍ରତି ଉଦାସୀନତାକୁ ଗ୍ରହଣ କରିନପାରି ୪୩ଟି ଆଫ୍ରିକୀୟ କୂଟନୈତିକ କାର୍ଯ୍ୟାଳୟଗୁଡ଼ିକ କଠୋର ବକ୍ତବ୍ୟ ରଖିଛନ୍ତି । କ୍ରମାଗତଭାବେ ଚାଲିଥିବା ଆଫ୍ରିକୀୟମାନଙ୍କ ଉପରେ ଆକ୍ରମଣ ଘଟଣାଗୁଡ଼ିକୁ ସେମାନେ ବିଦେଶୀ ଲୋକଙ୍କୁ ପସନ୍ଦ ନକରିବା ଏବଂ ବର୍ଣ୍ଣବିଦ୍ୱେଷଜନିତ ସ୍ୱଭାବର ବୋଲି ବର୍ଣ୍ଣନା କରିଛନ୍ତି ।

ସେମାନେ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ କର୍ତୃପକ୍ଷ ଏଭଳି ନିନ୍ଦନୀୟ ଘଟଣାଗୁଡ଼ିକ ଯଥେଷ୍ଟ ଭାବେ ନିନ୍ଦା କରିନାହାନ୍ତି । ଏହା ଏକ ଗୁରୁତର ଅଭିଯୋଗ ଯାହାକୁ ଭାରତ ସରକାର କେବଳ ଦୁର୍ଭାଗ୍ୟଜନକ ବା ଅପରାଧିକ କାର୍ଯ୍ୟ କହି ଏଡ଼େଇ ଦେଇ ପାରିବେନି ।

ଆଫ୍ରିକୀୟ ନାଗରିକମାନଙ୍କୁ ଦେଶର କେତେକ ଭାଗରେ ଯେଉଁଭଳି ବ୍ୟବହାର ଦେଖାଯାଉଛି ତାହା ବର୍ଣ୍ଣ ବୈଷମ୍ୟ ମନୋଭାବକୁ ସୂଚାଉଛି ବୋଲି ମନା କରିପାରିବେ ନାହିଁ । ଏଭଳି ଏକ ମାନସିକତା ନେଇ ଉତର ପୂର୍ବାଂଚଳ ଭାରତୀୟମାନଙ୍କୁ ବ୍ୟବହାର ଦେଖାଯାଉଛି ।

ସେମାନଙ୍କୁ ବିଦ୍ରୂପ କରିବା, ପରିହାସ କରିବା, ବାସଗୃହ ଦେବାପାଇଁ ମନା କରିଦେବା ଏବ କୌଣସି କାରଣ ନଥାଇ ସେମାନଙ୍କୁ ଆକ୍ରମଣ କରିବା ଇତ୍ୟାଦି ଚାଲିଛି, କାରଣ ସେମାନେ ସଂଖ୍ୟାଗରିଷ୍ଠ ଲୋକମାନଙ୍କଠାରୁ ଦେଖିବା ପାଇଁ ଏବଂ ଆଚରଣରେ ଭିନ୍ନ ଲାଗୁଛନ୍ତି । ଏଭଳି ଦଣ୍ଡବିଧି ଭିତରେ ଉତର ପୂର୍ବାଂଚଳ ରାଜ୍ୟମାନଙ୍କ ବାସିନ୍ଦାମାନେ ବଂଚିବା ପାଇଁ ବାଧ୍ୟ ହେଉଛନ୍ତି ।

ଆଫ୍ରିକୀୟ ନାଗରିକମାନଙ୍କ ପାଇଁ ସମସ୍ୟାଟି ଅଧିକ ଉକ୍ରଟ । ସେମାନେ କେବଳ ଭିନ୍ନ ଦେଖାଯାଉଛନ୍ତି ସେତିକି ନୁହେଁ, ଭାରତୀୟ ଲୋକକଥା ଓ ସଂସ୍କୃତିରେ ସେମାନଙ୍କ ରଙ୍ଗ ସମ୍ପର୍କରେ ଖୋଦିତ ହୋଇ ରହିଥିବା ଅନେକ ଦିନରୁ ପକ୍ଷପାତ ଭାବନାକୁ ସେମାନେ ସାମ୍ନା କରିବାକୁ ପଡ଼ୁଛି ।

ଦୈନନ୍ଦିନ ଜୀବନରେ ସେମାନେ ସାମ୍ନା କରୁଥିବା ବାଚନିକ ଓ ଶାରୀରିକ ହିଂସାଠୁ ଦୂରେଇ ରହିବାପାଇଁ ଉତର-ପୂର୍ବାଂଚଳର ଲୋକମାନଙ୍କ ଭଳି ଏମାନେ ମଧ୍ୟ ଏକତ୍ର ଗୋଟିଏ ସ୍ଥାନରେ ରହିବା ପାଇଁ ଉଚିତ ମନେ କରୁଛନ୍ତି ।

ଉ ର ପୂର୍ବା ଳ ବାସିନ୍ଦାଙ୍କ ଭଳି ଏହି ଆଫ୍ରିକୀୟମାନଙ୍କୁ ସାଧାରଣ ଭାରତୀୟମାନଙ୍କର ସାମଗ୍ରିକ ଅଜ୍ଞତା ଯୋଗୁଁ ଯବଣା ଭୋଗିବାକୁ ପଡ଼ୁଛି ଯେଉଁମାନେ ଆଫ୍ରିକା କହିଲେ ଗୋଟିଏ ଦେଶକୁ ବୁଝନ୍ତି ଏବଂ ଏକଥା ବୁଝନ୍ତି ନାହିଁ ଯେ ଆଫ୍ରିକା ଏକ ମହାଦେଶ ଯେଉଁଠି ୫୧ଟି ଦେଶ ଅଛି; ଅନେକ ଭିନ୍ନ ଭିନ୍ନ ସଂସ୍କୃତି ଅଛି ଏବଂ ଉପନିବେଶ ବିରୋଧୀ ସଂଗ୍ରାମର ଏକ ଜୀବନ୍ତ ଇତିହାସ ଅଛି ।

ଉତର-ପୂର୍ବାଂଚଳ ବାସିନ୍ଦାଙ୍କ ଉପରେ ହିଂସ୍ର ଆକ୍ରମଣ ପରିପ୍ରେକ୍ଷୀରେ ଲରେନ୍ସ ଲିଆଫ ଓ ଗୋଲକ ନାଉଲକ୍ ୨୦୧୪ ମସିହାରେ ଲେଖାଟିଏ ଲେଖି ଘଟଣାଗୁଡ଼ିକୁ ‘ପ୍ରଥମ ପୃଷ୍ଠାର ବର୍ଣ୍ଣବାଦ’ ଏବଂ ‘ପାଦଟିକା ବର୍ଣ୍ଣବାଦ’ ହିସାବରେ ଚିତ୍ରିତ କରିଥିଲେ ।

ଲରେନ୍ସ ଗ୍ରେଟର ନୋଏଡ଼ାରେ ହେଇଥିବା ହିଂସ୍ର ଆକ୍ରମଣ ଭଳି ଘଟଣାଗୁଡ଼ିକୁ ଉଲ୍ଲେଖ କରି କହିଥିଲେ ଯାହା ଖବରକାଗଜର ପ୍ରଥମପୃଷ୍ଠାରେ ପ୍ରକାଶିତ ହେଉଥିଲା । କିନ୍ତୁ ସବୁଠାରୁ ବେଶୀ ମାରାତ୍ମକ ହେଉଛି ପାଦଟୀକା ବର୍ଣ୍ଣବାଦ ବୋଲି ସେମାନେ କୁହନ୍ତି ।

ଜାଗତିକ ସ୍ତରରେ ଏହି ପାଦଟୀକା ବର୍ଣ୍ଣବାଦ ସବୁ ଘଟିଥାଏ । ଯେଉଁଭଳି ଲୋକେ ଏମାନଙ୍କୁ ଦେଖନ୍ତି, ସେମାନେ ଏମାନଙ୍କୁ ନେଇ ଯାହା କୁହନ୍ତି, ଯେଉଁ ଚଳିଆସୁଥିବା କଥାଗୁଡ଼ିକ ଏମାନଙ୍କ ସମ୍ପର୍କରେ ରହି ଆସିଛି, ତାହା ଏମାନଙ୍କୁ ମୌଳିକ ଶିଷ୍ଟାଚାର ଓ ସେବା ଯୋଗାଇ ଦେବାରୁ ବଂଚିତ କରୁଛି ।

ଉଭୟେ ଆଫ୍ରିକୀୟ ବାସିନ୍ଦା ଏବଂ ଉତର-ପୂର୍ବାଂଚଳର ଭାରତୀୟମାନେ ଏଭଳି ଏକ ଅବସ୍ଥାକୁ ଅନବରତ ସ୧ୁଖୀନ ହେବାକୁ ପଡ଼ୁଛି, ଯାହା ସେମାନଙ୍କର ଜୀବନରୁ ଖୁସି ନେଇଯାଇଛି । ପୁଣି ଗୋଟାଏ କଥା ଅଛି ଯାହାକୁ ‘ଆନୁଷ୍ଠାନିକ ବର୍ଣ୍ଣବାଦ’ ବୋଲି ଥାଂଗଖାନିଲାଲ ନାଇଠେ ନିଜର ଏକ ଲେଖାରେ ଏହି ପତ୍ରିକାରେ ଲେଖିଥିଲେ ।
ଆନୁଷ୍ଠାନିକ ବର୍ଣ୍ଣବାଦ ଭିତରେ ରହିଛି ଏହି ମୌଳିକ ଅଧିକାରର ଉଲଂଘନ ବେଳେ ସେସବୁ କଥାରେ ମୁଣ୍ଡ ପୂରାଇବା ପାଇଁ ପୋଲିସ ଏବଂ ଅନ୍ୟ ଅନୁଷ୍ଠାନମାନେ ମନାକରିଦେବା କଥା । ଅବଶ୍ୟ ଆମ ସରକାର କେବଳ ଅନ୍ୟତ୍ର ଘଟୁଥିବା ଘଟଣାକୁ ହିଁ ବର୍ଣ୍ଣବାଦ ହିସାବରେ ସ୍ୱୀକୃତି ଦେଇଥାନ୍ତି ।

ଏଣୁ କରି ଆମେରିକା ବା ଅଷ୍ଟ୍ରଲିଆରେ ଯଦି ଭାରତୀୟ ମୂଲକର କୌଣସି ବ୍ୟକ୍ତିକୁ ଆକ୍ରମଣ କରାଯାଏ ତାକୁ ବର୍ଣ୍ଣବାଦ ଆକ୍ରମଣ ହିସାବରେ ନିନ୍ଦା କରିବା ପାଇଁ ତର ପାଆନ୍ତି ନାହିଁ । କିନ୍ତୁ ଯଦି ସେଭଳି ଏକ ଆକ୍ରମଣ ଭାରତରେ ହୁଏ, ତାକୁ କେବଳ ଏକ ‘ଅପରାଧିକ’ କାର୍ଯ୍ୟବୋଲି କୁହାଯାଏ ।

ଏଭଳି ତିନିପ୍ରକାର ବର୍ଣ୍ଣବାଦ ସହ ଯେତେବେଳେ ଆମଦେଶରେ ଚାଲିଥିବା ସାମ୍ପ୍ରତିକ ବାତାବରଣକୁ ଯୋଡ଼ି ଦିଆଯାଏ, ଯେଉଁଠି ସବୁ ପ୍ରକାର ନ୍ୟାୟପ୍ରଦାନ କରିବା କାମଟି କିଛି ଆତ୍ମଘୋଷିତ ସୁରକ୍ଷା ଦଳ ନିଜ ହାତକୁ ନେଇଥାନ୍ତି ଏବଂ ରାଷ୍ଟ୍ର ତାକୁ ସମର୍ଥନ କରିଥାଏ, ଗୋଟିଏ କଥାକୁ ହିଁ ସୂଚିତ କରାଏ ଯେ ଆଗକୁ ଏଭଳି ସବୁ ଘଟଣା ବହୁଗୁଣିତ ହେବ ।

ଯଦି ଦିନ ଦି’ପହରରେ ଜନଗହଳିପୂର୍ଣ୍ଣ ଏକ ରାଜରାସ୍ତାରେ ଗୋରୁଚାଲାଣ କରୁଛି, ସନ୍ଦେହରେ ଏପ୍ରିଲ ୧ ଦିନ ରାଜସ୍ଥାନର ଅଲୱାର ସହରରେ ଗୋଟିଏ ଲୋକକୁ ପିଟି ପିଟି ମାରି ଦିଆଗଲା, ସେଠି କେମିତି ଜଣେ ଆଫ୍ରିକୀୟ, ଉତର-ପୂର୍ବାଂଚଳବାସୀ, ଦଳିତ, ମୁସଲିମ୍ ବା ଭିନ୍ନ କିଛି ବିଶ୍ୱାସକୁ ନେଇ ଜୀଉଁଥିବା ମଣିଷମାନେ ନିଜକୁ ସୁରକ୍ଷିତ ମନେ କରିବେ?

ଭାରତୀୟମାନେ ଆଉ କେତେଦିନ ଏଭଳି ଭ୍ରମରେ ରହିବେ ଯେ ସେମାନଙ୍କ ସ୍ୱଭାବରେ ବର୍ଣ୍ଣଭେଦ ନାହିଁ, ଯେତେବେଳେ ଇତିହାସ ଏହାର ବିପରୀତ କଥାଟି କହୁଛି ।

ଉଦାହରଣସ୍ୱରୂପ ଆଫ୍ରିକୀୟ ଦେଶମାନଙ୍କରେ ଉପନିବେଶବିରୋଧୀ ସଂଗ୍ରାମ ଆମ ଲୋକମାନଙ୍କ ସହ ସଂହତି ରଖି ପାରିଥାନ୍ତେ, କିନ୍ତୁ ସେପରି ହୋଇନାହିଁ ।

ପ୍ରବାସୀ ଭାରତୀୟମାନେ ଆଫ୍ରିକାରେ ଏବଂ ଅନ୍ୟତ୍ର କଳାଲୋକଙ୍କ ସହ ଆଦୌ ସାମିଲ ହୋଇପାରିନାହାନ୍ତି, ସେମାନଙ୍କର ଭାରତୀୟତାର ଭାବନା ଏଭଳି ଏକ ପ୍ରାଚୀନ ତତ୍ୱ ସହ ଯୋଡ଼ି ହୋଇକି ଅଛି ଯେ ଆମେ ସମସ୍ତେ ଆର୍ଯ୍ୟରକ୍ତ ପ୍ରବାହିତ ମଣିଷ ଏବଂ ସେହି ଦୃଷ୍ଟିରୁ କଳାଲୋକଙ୍କ ଅପେକ୍ଷା ଆମେ ଧଳାଲୋକଙ୍କର ଅଧିକ ନିକଟତର ।

ବାସ୍ତବରେ ଭାରତର ପୁରାତନ କାଳରୁ ରହିଆସିଥିବା ବର୍ଣ୍ଣବ୍ୟବସ୍ଥା ଏଭଳି ଏକ ବିଭିନ୍ନ ସୋପାନଭିତିକ ସାମାଜିକ ବ୍ୟବସ୍ଥାକୁ ଇଙ୍ଗିତ କରୁଛି, ଯେଉଁଠି ବର୍ଣ୍ଣ ବା ରଙ୍ଗ ‘ପ୍ରାକୃତିକ’ ଶ୍ରେଷ୍ଠତା ଓ ସ୍ୱଚ୍ଛତାକୁ ଆଧାର କରି ଉପରୁ ତଳଯାଏଁ ବର୍ଣ୍ଣାଶ୍ରମ ଆଡ଼କୁ ଯାଇଛି ।

ଯଦି ଭାରତକୁ ଏକ ବିବିଧ, ସହନଶୀଳ ଏବଂ ସମସ୍ତଙ୍କୁ ଗ୍ରହଣ କରିପାରୁଥିବା ସମାଜ ହିସାବରେ ଗଢ଼ିବାର ଅଛି, ଏଭଳି ଏକ ମାନସିକତାରେ ନି୧⁄୨ିତ ଭାବେ ପରିବର୍ତନ ଦରକାର । ଏହାର ବିପରୀତ କଥାଟି ଘଟି ଚାଲିଥିବାର ଯେଉଁ ବଳିଷ୍ଠ ସଂକେତଗୁଡ଼ିକ ମିଳୁଛି, ତାକୁ ଅଣଦେଖ କରାଯାଇପାରିବନି ।

ସେହି ଦୃଷ୍ଟିରୁ ଶ୍ରେଣୀ, ଜାତି, ବିଶ୍ୱାସ ନିର୍ବିଶେଷରେ ସବୁ ଭାରତୀୟମାନଙ୍କୁ ଏ ଦିଗରେ ଚିନ୍ତା କରିବାକୁ ପଡ଼ିବ ।

 

April 8, 2017 VOL L II NO 14 ( A Nation in Denial )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ବିବିଧ ଜାତି, ରାଷ୍ଟ୍ର

ଅନେକ ବାଟ ଯିବାକୁ ଅଛି

April 17, 2017 by ଓଡିଶା ଡଟ କମ Leave a Comment

ଭାରତର ସ୍ୱାସ୍ଥ୍ୟର ସ୍ଥିତିକୁ ନେଇଥିବା ତଥ୍ୟ ନୀତି ନିର୍ଦ୍ଧାରଣ ପାଇଁ ସୂଚନା ଦେବା କଥା । ଦୁର୍ଭାଗ୍ୟର କଥା, ସବୁବେଳେ ଏମିତି ହେଉନାହିଁ । ୧୦ବର୍ଷର ବ୍ୟବଧାନ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମବଣାଳୟ ତରଫରୁ ୪ର୍ଥ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ପ୍ରକାଶିତ କରାଗଲା ।

୨୦୦୫-୦୬, ୧୯୯୮-୯୯ ଏବଂ ୧୯୯୨-୧୯୯୩ରେ ହୋଇଥିବା ପୂର୍ବ ସର୍ବେକ୍ଷଣ ଭଳି ଏହି ୪ର୍ଥ ସର୍ବେକ୍ଷଣରେ ମଧ୍ୟ ଜନସଂଖ୍ୟାଭିତିକ ତଥ୍ୟ, ସ୍ୱାସ୍ଥ୍ୟ ଏବଂ ବୟସ୍କ ତଥା ପିଲାମାନଙ୍କର ପୃଷ୍ଟିକୁ ନେଇ ତଥ୍ୟ ସର୍ବଭାରତୀୟ ସ୍ତରରେ ଏବଂ ରାଜ୍ୟସ୍ତରରୁ ଯାହା ରହିଆସିଛି ସେସବୁର ସୂଚନା ଦିଆଯାଇଛି ।

ଏଥର ସର୍ବେକ୍ଷଣଟିକୁ ଟିକିଏ ବ୍ୟାପକ କରାଯାଇ ଜିଲ୍ଲାସ୍ତର ଯାଏଁ ଯେମିତି ତଥ୍ୟଗୁଡ଼ିକୁ ପୃଥକ କରାଯାଇ ପାରିବ ସେଭଳି ନମୁନା ଦିଆଯାଇଛି । ରାଜ୍ୟ ଭିତରେ ଥିବା ବ୍ୟତିକ୍ରମଗୁଡ଼ିକୁ ବୁଝିବା ପାଇଁ ଏହା ନିଶ୍ଚୟଉପଯୋଗୀ ହେବ ।

ପ୍ରକାଶିତ ତଥ୍ୟପତ୍ରଗୁଡ଼ିକ ୩ୟ ସର୍ବେକ୍ଷଣର ତଥ୍ୟଗୁଡ଼ିକ ସହ ପ୍ରାରମ୍ଭିକ ତୁଳନା କରିବା ପାଇଁ ସୁଯୋଗଟିଏ ଦେଇଛି । ଉଦାହରଣସ୍ୱରୂପ ୫ ବର୍ଷରୁ କମ୍ ପିଲାମାନଙ୍କ ଭିତରେ ଥିବା ଅବିକଶିତ ପିଲାଙ୍କ ହାର ଯାହା ୨୦୦୫-୦୬ ସର୍ବେକ୍ଷଣ ବେଳେ ଶତକଡ଼ା ୪୮ ଥିଲା, ତାହା ୨୦୧୫-୧୬ ବେଳକୁ ଶତକଡ଼ା ୩୮କୁ ଖସିଆସିଛି ।

ଏହି ଏକ ହ୍ରାସ ପୁଷ୍ଟିହୀନତାରେ ହ୍ରାସ ଘଟିଥିବା କଥାକୁ ସୂଚାଇ ଦେଉଛି । ତଥାପି ବିଶ୍ୱ ପରିସଂଖ୍ୟାନକୁ ଦେଖିଲେ କମ୍ ପୁଷ୍ଟିଜନିତ ସ୍ଥିତି ବଳବ ର ରହିଛି । ଅନ୍ୟ ଏକ ସକାରାତ୍ମକ ଦିଗରୁ ଦେଖିଲେ ସମ୍ପୂର୍ଣ୍ଣ ଭାବେ ଟୀକା ନେଇଥିବା ପିଲାଙ୍କ ସଂଖ୍ୟା ଶତକଡ଼ା ୪୪ରୁ ବଢ଼ି ଶତକଡ଼ା ୬୨ରେ ପହଞ୍ଚିଛି।

ସେହିଭଳି ସନ୍ତାନ ପ୍ରଜଜନ କ୍ଷମତାର ହାରଟି ୨.୭ରୁ ଖସି ଆସି ୨.୨ରେ ପହଂଚିଛି ।

ଆଉ ଗୋଟିଏ ଉତ୍ସାହ ଦେଲାଭଳି କଥା ହେଉଛି ଡାକ୍ତରଖାନାରେ ପ୍ରସବ କରିବା ସଂଖ୍ୟା ଶତକଡ଼ା ୩୯ରେ ପହଂଚିଛି (ଯାହା ଥିଲାବାଲା ଏକ ପଂଚମାଂଶ ପରିବାରମାନଙ୍କ କ୍ଷେତ୍ରରେ ଶତକଡ଼ା ୯୫ଭାଗ ହେଇଥିବାବେଳେ ନିମ୍ନ ଅର୍ଥନୈତିକବର୍ଗର ଏକ ପଂଚମାଂଶ ପରିବାରମାନଙ୍କ କ୍ଷେତ୍ରରେ ଶତକଡ଼ା ୬୦ ରହିଛି) ଯାହାକି ପୂର୍ବ ସର୍ବେକ୍ଷଣ ବେଳେ ଶତକଡ଼ା ୩୯ଥିଲା (ସ୍ୱଚ୍ଛଳବର୍ଗର ଏକ ପଂଚମାଂଶ କ୍ଷେତ୍ରରେ ଶତକଡ଼ା ୮୪ ଏବଂ ନିମ୍ନବର୍ଗ କ୍ଷେତ୍ରରେ ଶତକଡ଼ା ମାତ୍ର ୧୩.ଭାଗ)! ଅଧିକାଂଶ ମହିଳା ପ୍ରସବ ପାଇଁ ସରକାରୀ ଡାକ୍ତରଖାନା ଯାଇଛନ୍ତି ପ୍ରାୟ ଶତକଡ଼ା ୫୨ ଭାଗ, ଯଦିଚ ଘରୋଇ ହସ୍ପିଟାଲକୁ ଶତକଡ଼ା ମାତ୍ର ୧୮ଭାଗ ଯାଇଛନ୍ତି ।

ଏଥିରୁ ଜଣାପଡ଼ୁଛି ଯଦି ସରକାରୀ ଡାକ୍ତରୀସେବାଉପଲବ୍ଧ ଥାଏ, ମହିଳାମାନେ ତାକୁ ବ୍ୟବହାର କରିବା ପାଇଁ ଇଚ୍ଛୁକ ହେବେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦୋଷ ଦୁର୍ବଳତା ଥିବା ସତ୍ୱେ ଏଭଳି ଏକ ସମ୍ପ୍ରସାରଣ ତଥା ସେବା ଦେବାକ୍ଷେତ୍ରରେ ପରିବର୍ତନ ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଏବଂ ଜନନୀ ସୁରକ୍ଷା ଯୋଜନା ଯୋଗୁଁ ହେଇପାରିଛି ।

ଏଭଳି ସକାରାତ୍ମକ ଦିଗ ବ୍ୟତିରେକ, ୪ର୍ଥ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନେକ ନୂଆ ଓ ପୁରୁଣା କ୍ଷେତ୍ରରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଆଲୋକପାତ କରିଛି । ପ୍ରଥମତଃ ଯଦିଓ ଶ୍ରେଣୀ, ଜାତି ଏବଂ ଅଂଚଳ ନିର୍ବିଶେଷରେ ସ୍ୱାସ୍ଥ୍ୟ ସୂଚକାଙ୍କ ମାନଙ୍କରେ ଅଗ୍ରଗତି ଦେଖାଦେଇଛି, ତେବେ ଏମାନଙ୍କ ଅଗ୍ରଗତିରେ ଅନେକ ଖାଲି ସ୍ଥାନ ରହିଯାଇଛି ।

ଉଦାହରଣସ୍ୱରୂପ, ଶେଷ ପଂଚମାଂଶରେ ଥିବା ପରିବାରଗୁଡ଼ିକର ଦୁଇଟି ପିଲାଙ୍କ ଭିତରୁ ଗୋଟିଏ ପିଲା ଅବିକଶିତ ହେବାର ସଂଖ୍ୟା ଶତକଡ଼ା ୫୧, ଓଜନହୀନ ପିଲାଙ୍କ ସଂଖ୍ୟା ଶତକଡ଼ା ୪୯, ଯେତେବେଳେ କି ଉଚ୍ଚ ପଂଚମାଂଶ ଜନସଂଖ୍ୟାର ଅବିକଶିତ ପିଲାଙ୍କ ସଂଖ୍ୟା ଶତକଡ଼ା ୨୨ ଏବଂ ଓଜନହୀନଙ୍କ ସଂଖ୍ୟା ଶତକଡ଼ା ୨୦ ।

ସେହିଭଳି ଜନସଂଖ୍ୟାର ଶେଷ ପଂଚମାଂଶରେ ଶତକଡ଼ା ୨୫ଗର୍ଭବତୀ ମା’ମାନଙ୍କ କ୍ଷେତ୍ରରେ ଡାକ୍ତରୀ ସେବାପାଇଁ ୪ଥର ଯିବାର ନଜିର ଥିବା ବେଳେ, ଉଚ୍ଚ ପଂଚମାଂଶ ବର୍ଗର ସେହି ସଂଖ୍ୟାଟି ଶତକଡ଼ା ୭୩ଭାଗ ଅଛି । ୪ର୍ଥ ସର୍ବେକ୍ଷଣ ଆହୁରି ମଧ୍ୟ ଦେଖାଇ ଦେଇଛି ଯେ ଆଂଚଳିକ ଏବଂ ସାମାଜିକ ତଥା ଅର୍ଥନୈତିକ ତାରତମ୍ୟ ପୂର୍ବବତ୍ ରହିଆସିଛି ।

ତେଣୁକରି ବିହାର ରାଜ୍ୟରେ ସାମଗ୍ରିକ ସନ୍ତାନ ପ୍ରଜନନ ହାର ୩.୪ ରହି ପଛରେ ରହିଥିବାବେଳେ (ଯେଉଁ ହାରଟି ୧୯୯୨-୯୩ରେ ସର୍ବଭାରତୀୟ ହାର ଥିଲା) ତାମିଲନାଡ଼ୁରେ ତାହା ୧.୭ରେ ଅଛି । ସେହିଭଳି ଉ ରପ୍ରଦେଶରେ ଶିଶୁମୃତ୍ୟୁ ହାର ୬୪ ଥିବାବେଳେ କର୍ଣ୍ଣାଟକରେ ହଜାରେ ଶିଶୁରେ ୨୮ ମରୁଛନ୍ତି ।

୪ର୍ଥ ସର୍ବେକ୍ଷଣର ତଥ୍ୟ ଏଯାବତ୍ ଅବହେଳିତ ହେଇ ଆସିଥିବା ପ୍ରସଙ୍ଗ ଉପରେ ଆଲୋକପାତ କରୁଛି । ସ୍ୱାସ୍ଥ୍ୟ ନୀତି ନିର୍ଦ୍ଧାରଣର ସ୍ୱରୂପ, ସହର ମାନଙ୍କର ଅତି ଖରାପ ସ୍ୱାସ୍ଥ୍ୟର ସ୍ଥିତି ଥିବା ସତ୍ୱେ ସହରାଂଚଳରେ କିଛି ପଦକ୍ଷେପ ନେବା କଥାଟିକୁ ଅଣଦେଖା କରାଯାଇଛି ।

ଗୋଟିଏ ଦଶନ୍ଧିରେ ସମ୍ପୂର୍ଣ୍ଣ ଟୀକା ନେଇଥିବା ପିଲାଙ୍କ ସଂଖ୍ୟା ମାତ୍ର ଶତକଡ଼ା ୬୪ଭାଗ (ଯାହା ଗ୍ରାମାଂଚଳରେ ଶତକଡ଼ା ୬୨ ଭାଗ ଅଛି) । ୩ୟ ସର୍ବେକ୍ଷଣବେଳେ ଯାହା ଶତକଡ଼ା ୫୮ଭାଗ ଥିଲା, ସେଥିରେ ମାତ୍ର ଶତକଡ଼ା ୩ ଭାଗ ବୃଦ୍ଧି ଘଟିଛି ।

ଜନ୍ମ ହେବାର ଘଂଟାକ ପରଠାରୁ ତିନିବର୍ଷ ଯାଏଁ ମା’ କ୍ଷୀର ପିଉଥିବା ପିଲାଙ୍କ ସଂଖ୍ୟା ଦୃଷ୍ଟିରୁ ସହରାଂଚଳ ଓ ଗ୍ରାମାଂଚଳ ଭିତରେ କିଛି ପ୍ରଭେଦ ନାହିଁ, ଶତକଡ଼ା ୪୩ଭାଗ ସହରାଂଚଳରେ ଥିବା ବେଳେ ଗ୍ରାମାଂଚଳରେ ତାହା ଶତକଡ଼ା ୪୧) କିନ୍ତୁ ୬ମାସରୁ କମ୍ ବୟସର ମା’କ୍ଷୀର ଖାଉଥିବା ପିଲାଙ୍କ ସଂଖ୍ୟାକୁ ଦେଖିଲେ ଗ୍ରାମା ଳର ସଂଖ୍ୟାଟି ଶତକଡ଼ା ୫୮ ଥିବାବେଳେ ସହରା ଳରେ ତାହା ଶତକଡ଼ା ୫୨ରହିଛି ।

ଉଚ୍ଚତା ତୁଳନାରେ ଓଜନ କମ୍ ଥିବା ପିଲାଙ୍କ ସଂଖ୍ୟା ଉଭୟ ଅ ଳରେ ସମାନ-ଶତକଡ଼ା ୭.୫ । ସହରୀକରଣର ହାର ଦେଖିଲେ ଏହା ଜରୁରୀ ଯେ ସହରା ଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହସ୍ତକ୍ଷେପଗୁଡ଼ିକ ସେଭଳି ଢାଂଚାରେ ପ୍ରସ୍ତୁତ ହେବା ଦରକାର ।

ଅପପୁଷ୍ଟିର ଉଚ୍ଚସ୍ତର ସହିତ, ଭାରତ ଅଧିକ ଓଜନ/ ମେଦବହୁଳ ସମସ୍ୟାର ମଧ୍ୟ ସ୧ୁଖୀନ ହେଉଛି । ଅନେକ ଅଣସଂକ୍ରମିତ ରୋଗ ଯଥା ଯାହା ବହୁମୂତ୍ର ଏବଂ ରକ୍ତଚାପଜନିତ ସମସ୍ୟା ବୃଦ୍ଧିର ଏହା ଏକ କାରଣ ।

୪ର୍ଥ ସ୍ୱାସ୍ଥ୍ୟ ସର୍ବେକ୍ଷଣ ମୁତାବକ ଶତକଡ଼ା ୨୧ଭାଗ ବୟସ୍କ ମହିଳା ଓ ଶତକଡ଼ା ୧୯ ଭାଗ ବୟସ୍କ ପୁରୁଷ ମେଦ ବୃଦ୍ଧି ଓ ଓଜନ ଆଧିକ୍ୟ ସମସ୍ୟାରେ ପୀଡ଼ିତ ଯାହାକି ସହରା ଳରେ ବେଶୀ ଦେଖିବାକୁ ମିଳୁଛି ।

ପୁଷ୍ଟିହୀନତା ଓ ମେଦବହୁଳ ସମସ୍ୟାର କାରଣ ବି କିଛି ଅଛି ଯେମିତିକି ଖାଦ୍ୟ ବ୍ୟବସ୍ଥାରେ ଜଗତୀକରଣ, ଖାଦ୍ୟ ଉତ୍ପାଦନ, ବିତରଣ ଏବଂ ବାଣିଜ୍ୟର ନିୟବଣ ଅଧିକରୁ ଅଧିକ ସ୍ଥାନୀୟ ସମୁଦାୟମାନଙ୍କ ହାତରୁ ଯାଇ ବଡ଼ ବଡ଼ କମ୍ପାନୀମାନଙ୍କ ପାଖରେ ପହଂଚିଲାଣି ।

ଅତ୍ୟାଧୁନିକ ଖାଦ୍ୟ ପ୍ରକ୍ରିୟାକରଣ ଓ ବଜାର ଅନୁପ୍ରବେଶ ନିୟବଣ କରିବା ତଥା ଖାଦ୍ୟ ବିବିଧତାକୁ ବଂଚାଇ ରଖିବା କ୍ଷେତ୍ରରେ ଭାରତ ସେଭଳି କିଛି ପଦକ୍ଷେପ ନେଉନାହିଁ।

ଏହିସବୁ ତଥ୍ୟ ସାମ୍ନାରେ ଥାଇ ଯେତେବେଳେ ଜାତୀୟ ସ୍ୱାସ୍ଥ୍ୟ ନୀତି-୨୦୧୭ ଅଣ ସଂକ୍ରମିତ ରୋଗକୁ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖିଛି, ଏକଥା କୁହାଯାଇନାହିଁ ଯେ ଏଭଳି ଏକ ଲକ୍ଷ୍ୟ କେମିତି ହାସଲ କରାଯିବ । ବାସ୍ତବରେ, ସ୍ୱାସ୍ଥ୍ୟର ସାମାଜିକ ନିର୍ଦ୍ଧାରକଗୁଡ଼ିକୁ ଯଥା ପୁଷ୍ଟି, ପରିମଳ ଏବଂ ଦାରିଦ୍ର୍ୟକୁ ଜାତୀୟ ସ୍ୱାସ୍ଥ୍ୟ ନୀତି ଯୋଡ଼ିବାରେ ଦୁର୍ବଳ ମନେହେଉଛି ।

ଘରୋଇ ସ୍ୱାସ୍ଥ୍ୟକ୍ଷେତ୍ର କେଉଁ ଭଳି ଢାଂଚାରେ ନିୟବଣ କରାଯିବ, ସେହି ପ୍ରଶ୍ନକୁ ମଧ୍ୟ ଦେଖାଯାଇ ନାହଁ । ଯଥେଷ୍ଟ ସରକାରୀ ସ୍ୱାସ୍ଥ୍ୟ ଭିତ୍ତିଭୂମି ବା ବ୍ୟବସ୍ଥା ନକରିବା ଯୋଗୁଁ ଅଧିକରୁ ଅଧିକ ଲୋକ ଘରୋଇ ସ୍ୱାସ୍ଥ୍ୟସେବା ନେବା ପାଇଁ ବାଧ୍ୟ ହେବାବେଳେ, ଗୋଟିଏ ଆଇନଗତ ଏବଂ ଆନୁଷ୍ଠାନିକ ବ୍ୟବସ୍ଥାଟିଏ ଦରକାର ସ୍ୱାସ୍ଥ୍ୟସେବାର ନୀତି ଓ ଗୁଣବତାକୁ ନିୟନ୍ତ୍ରିତ କରିବା ପାଇଁ ।

ଭାରତର ସ୍ୱାସ୍ଥ୍ୟ ସେବାର ଧ୍ୟାନ ଲାଭକୈନ୍ଦ୍ରିକ ହୋଇପାରିବ ନାହିଁ । ବରଂ, ରାଷ୍ଟ୍ର ନିୟନ୍ତ୍ରିତ ପଦକ୍ଷେପ ନେବା କଥା ଯେମିତିକି ସ୍ୱାସ୍ଥ୍ୟ ସେବାକୁ ବ୍ୟାପକ କରି ସବୁସ୍ତରରେ ପହଂଚେଇହେବ ।

April 8, 2017 VOL L II NO 14 (Longway to Go )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ଧ୍ୱଂସକାରୀ ନୀରବତା

April 17, 2017 by ଓଡିଶା ଡଟ କମ Leave a Comment

ଦୁର୍ନୀତି ଓ ଘୋଟାଲା ପାଇଁ କ୍ଷୁଧିତ ଗୋଟିଏ ଗଣମାଧ୍ୟମ ଯେ ମଧ୍ୟପ୍ରଦେଶର ନିଯୁକ୍ତି ଓ ପ୍ରବେଶିକା ପରୀକ୍ଷା ପାଇଁ ଭ୍ୟାପମ୍ ନାଁ’ରେ ନାମିତ ରାକେଟ ବା ବଡ଼ଧରଣର ସଙ୍ଗଠିତ ଘୋଟାଲାଟିକୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ବିଫଳ ହୋଇଛି, ଯାହା ଅକଥନୀୟ ମନେ ହେଉଛି ।

୨୦୧୩ଠାରୁ ଏଭଳି ଏକ ଘୋଟାଲାର ପ୍ରକୋପ ସର୍ବତ୍ର ଜଣାପଡ଼ି ଆସିଥିଲା, ଯେଉଁଥିରେ ୪୫ଜଣ ଅଭିଯୁକ୍ତ ଏବଂ ସାକ୍ଷୀଙ୍କୁ ରହସ୍ୟମୟ ଭାବେ ହତ୍ୟା କରାଯାଇଥିଲା, ୨୦୦୦ ଜଣଙ୍କୁ କ୍ଷତବିକ୍ଷତ କରାଯାଇଥିଲା, ମୁଖ୍ୟମନ୍ତ୍ରୀ, ତାଙ୍କ ମବୀଗଣ ତଥା ସହଯୋଗୀମାନଙ୍କ ନାଁ’ରେ ଅଭିଯୋଗ ମଧ୍ୟ ଆସିଥିଲା ତଥାପି ଜାତୀୟସ୍ତରର ଗଣମାଧ୍ୟମ ଦିଗ ଦିଶା ନଥାଇ ଚାଲିଥିବା ଅନୁସନ୍ଧାନ ପ୍ରକ୍ରିୟାକୁ କୌଣସି ନିର୍ଣ୍ଣାୟକ ଉତ୍ତର ଦେବାପାଇଁ ଦାବୀ କରୁନାହାନ୍ତି ।

ଏହି ଘୋଟାଲା ବା ଦୁର୍ନୀତି ଯୋଗୁଁ ଏହି ପ୍ରକ୍ରିୟାରେ ନିଯୁକ୍ତି ପାଇଥିବା ବା ନିଯୁକ୍ତିର ଆଶା ରଖିଥିବା ହଜାର ହଜାର ଡାକ୍ତରୀ ତଥା ଅନ୍ୟ ପେଶାଦାର ବୃତିରେ ନିଯୁକ୍ତ ଯୁବକଯୁବତୀମାନଙ୍କର ଚାକିରୀ ତଥା ଜୀବନକୁ ବିପନ୍ନ କରିଦିଆଯାଇଥିଲା । ଏହି ଘୋଟାଲା ଦ୍ୱାରା ଜନଗଣଙ୍କର ଡାକ୍ତରମାନଙ୍କ ଉପରେ ବିଶ୍ୱାସ ତୁଟି ଯାଇଥିଲା ।

ଏମିତିକି ନ୍ୟାୟପାଳିକା ବି ଅନେକ ମାମଲାରେ ନିଜ ଆଡ଼ୁ ଅନୁସନ୍ଧାନକୁ ତଦାରଖ କରିବା ଓ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସାରିବା ପାଇଁ ଯେଭଳି ପଦକ୍ଷେପ ନେଇ ଆସିଥିଲା, ଏହି ଭ୍ୟାପମ୍ ମାମଲାରେ ସେଭଳି କଲାନାହିଁ ।

ନିକଟରେ ଭାରତର ମହାହିସାବନିରୀକ୍ଷକ ତଥା ସି.ଏ.ଜି.ଙ୍କ ଭାଜପା ନେତୃତ୍ୱାଧୀନ ମଧ୍ୟପ୍ରଦେଶ ରାଜ୍ୟ ସରକାର ‘ନିୟମଗୁଡ଼ିକୁ ସୁଚିନ୍ତିତ ଭାବେ ଧ୍ୱଂସ କରିଛନ୍ତି’ ରିପୋର୍ଟ ଦେବା ସତ୍ୱେ, ଗଣମାଧ୍ୟମ ଯେଉଁମାନେ ଟିକିଏ ସୁଯୋଗ ପାଇଲେ କଂଗ୍ରେସକୁ ‘ଦୁର୍ନୀତିଗ୍ରସ୍ତ’ ବୋଲି ଚିକ୍ରାର କରନ୍ତି, ଏହି କଥାଟିରେ ବୁଝିସୁଝି ନୀରବତା ଅବଲମ୍ବନ କରିଛନ୍ତି ।

ମାର୍ଚ୍ଚମାସରେ ମଧ୍ୟପ୍ରଦେଶ ବିଧାନସଭାରେ ଉପସ୍ଥାପିତ ହେଇଥିବା ସି.ଏ.ଜି. ରିପୋର୍ଟରେ କୁହାଯାଇଛି ଯେ, ବ୍ୟବସାୟିକ ପରୀକ୍ଷା ମଣ୍ଡଳ ବା ଭ୍ୟାପମ୍ ର ପରୀକ୍ଷା କରାଇବା ପ୍ରକ୍ରିୟାର ନିୟବଣର ଢାଂଚା କିଛି ନଥିଲା । ଏମିତିକି ଏହା ଫଳରେ ପ୍ରବେଶିକା ପରୀକ୍ଷା ବା ନିଯୁକ୍ତି ପରୀକ୍ଷାରେ ଭାଗ ନେଉଥିବା ପାର୍ଥୀମାନଙ୍କ ଭବିଷ୍ୟତ ବିପଦଆଡ଼କୁ ଠେଲି ହୋଇଯାଇଥିଲା ।

ସି.ଏ.ଜି ରିପୋର୍ଟ ଆହୁରି କହିଥିଲା ଯେ, ସରକାରୀ ଚାକିରୀରେ ପ୍ରବେଶ କରିବା ପାଇଁ କେତେଥର ପରୀକ୍ଷା ଦେଇପାରିବ, ସେ ସମ୍ପର୍କରେ କିଛି ତଥ୍ୟ ନଥିଲା । ନିଯୁକ୍ତି ପ୍ରକ୍ରିୟା କେତେ ‘ଅସ୍ପଷ୍ଟ’ ପରୀକ୍ଷା ନେଉଥିବା ବୋର୍ଡ଼ର ବିଶ୍ୱସନୀୟତାର କିଭଳି ବିପର୍ଯ୍ୟୟ ଆଡ଼କୁ ଯାଇଛି, ଏକଥା ବି କୁହାଯାଇଛି ।

କିନ୍ତୁ ବୋଧହୁଏ ସି.ଏ.ଜି.ର ସବୁଠାରୁ ଘାତକ ଅନୁଧ୍ୟାନ ହେଉଛି ଯେ, ସରକାର ଯେତେବେଳେ ଭ୍ୟାପମ୍ ଦୁର୍ନୀତି ରେକର୍ଡ଼ ଦେଖିବା ପାଇଁ ସି.ଏ.ଜି.ଙ୍କୁ ସୁଯୋଗ ଦେଲେନାହିଁ ଏହା କହିକି ଯେ, ସି.ଏ.ଜି. ଗୋଟିଏ ସରକାରୀ ସଂସ୍ଥା ନୁହେଁ ଯଦିଓ ସି.ଏ.ଜି. ସବୁ ଦୃଷ୍ଟିରୁ ସରକାରଙ୍କର ନିୟବଣରେ ଥିବା ଏକ ସଂସ୍ଥା ।

ରାଜ୍ୟ ସରକାର ଷ୍ଟାଫ୍ ସିଲେକସନ୍ କମିଶନକୁ ବାଦ୍ ଦେଇ ଭ୍ୟାପମ୍ ମାଧ୍ୟମରେ ସବୁ ସରକାରୀ ନିଯୁକ୍ତି କରାଇବା ଏବଂ ଏପରିକି ଏହାର ଅଧ୍ୟକ୍ଷ, ନିର୍ଦ୍ଦେଶକ ଓ ନିୟବକ ସରକାରୀ ଅଫିସରମାନଙ୍କ ଭିତରୁ ଠିକ୍ କରିବା କାମଟି କରିଥିଲେ ବୋଲି ସି.ଏ.ଜି. ରିପୋର୍ଟ କହୁଛି ।

୨୦୦୯ମସିହାରୁ ଭ୍ୟାପମ୍ ବୋର୍ଡ଼ର ଅନିୟମିତତା ଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କରିବା କାମଟି ଏସବୁ କଥା ଜାଣିପାରୁଥିବା ଲୋକମାନେ କହିଆସିଛନ୍ତି ଯେଉଁମାନେ ଏହାର ଚେର କେତେ ଗଭୀର ଓ କେତେକ ବ୍ୟାପକ ଏବଂ ବିବିଧ ଉପାୟରେ ସେମାନେ କେମିତି ଠକି ଚାଲିଛନ୍ତି ସେ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଆସିଛନ୍ତି ।

ଏହି ବିବିଧ ଠକାମୀ ଭିତରେ ଅଛି ଜଣଙ୍କ ନାଁ’ରେ ଆଉ ଜଣେ ପରୀକ୍ଷା ଦେବା, ନିଜ ପସନ୍ଦର ପାର୍ଥୀମାନଙ୍କୁ ଉତ୍ତର କହିଦେବା ଏବଂ ଦୁର୍ବଳ ପ୍ରାର୍ଥୀମାନଙ୍କୁ ଭଲ ପର୍ଥୀମାନଙ୍କର ଉତ୍ତର ଖାତାରୁ ନକଲ କରିବା ପାଇଁ ସୁଯୋଗ ଦେବା ଇତ୍ୟାଦି ।

ପ୍ରଥମେ ପୋଲିସ, ତା’ପରେ ସ୍ୱତବ ଟାସ୍କଫୋର୍ସ ଏବଂ ଏବେ ସି.ବି.ଆଇ. ଦ୍ୱାରା ହେଉଥିବା ଅନୁସନ୍ଧାନରେ ଅନେକ ପ୍ରଶ୍ନ ଓ ଅନେକ ଅଭିଯୋଗ ଅଣାଯାଇଛି । ତେବେ ଏହି ରାକେଟ୍ ବା ଜାଲିଆତି ପଛରେ କାମ କରିଥିବା ଅସଲ ମଣିଷ ତଥା ଶକ୍ତିମାନଙ୍କୁ ଧରିବା ପାଇଁ କୌଣସି ନିର୍ଣ୍ଣାୟକ ପ୍ରମାଣ ଦିଆଯାଇ ପାରିନାହିଁ ।

ନିଜର ମନ୍ଥର ଏବଂ ଅସନା ଅନୁସନ୍ଧାନ ପ୍ରକ୍ରିୟା ପାଇଁ ସି.ବି.ଆଇ. (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ସମାଲୋଚନାର ଶରବ୍ୟ ଦେଇଛି । ଘୋଟାଲାକୁ ପଦାକୁ ଆଣିଥିବା ଲୋକେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ଅଭିଯୋଗର ପରିସର ଭିତରକୁ ଆଣିଛନ୍ତି (ଚୌହାନ ଏଭଳି ଅଭିଯୋଗ ଆଣିଥିବା ଜଣେ କଂଗ୍ରେସ ନେତା ଓ ତାଙ୍କ ସ୍ତ୍ରୀ’ଙ୍କ ବିରୁଦ୍ଧରେ ମଧ୍ୟ ମାନହାନୀ ମାମଲା ରୁଜୁ କରିଛନ୍ତି) ।

ଜଣେ ଜଣାଶୁଣା ବରିଷ୍ଠ ଭାଜପା ନେତୃତ୍ୱଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ଆସିଛି । ଅନୁମାନ ଯେମିତି କରାଯାଉଥିଲା ଠିକ୍ ସେମିତି, ଛାତ୍ରମାନଙ୍କୁ ଅଧିକାଂଶରେ ଗିରଫ କରାଗଲା, ଯେଉଁମାନେ ପରୀକ୍ଷା ଅନିୟମିତତାର କୌଣସି ପ୍ରକାରେ ଭାଗୀଦାର ଥାଇ ପରୀକ୍ଷା ଦେଇଥିଲେ ବୋଲି ଅଭିଯୋଗ ଥିଲା ବା ସେମାନଙ୍କର ବାପା-ମା, ଅଭିଭାବକ ଏବଂ ମଧ୍ୟସ୍ଥିମାନଙ୍କୁ ଗିରଫ କରାଗଲା ।

ବିଭିନ୍ନ ସରକାରୀ ଚାକିରୀ (ଅଧିକାଂଶରେ ଠିକା ନିଯୁକ୍ତି) ଏବଂ ଡାକ୍ତରୀ ଛାତ୍ରମାନଙ୍କ ପାଇଁ ଯୋଗ୍ୟତାକୁ ଭ୍ୟାପମ୍ ବୋର୍ଡ଼ ବାତିଲ କରିଦେଇଥିଲା । ଉପହାର ଭଳି ଦେଖାଯାଉଥିବା ସରକାରୀ ଚାକିରୀଟିଏ ପାଇବା ପାଇଁ ବ୍ୟାକୁଳ ଓ ଅସୁରକ୍ଷିତ ମଣୁଥିବା ପରୀକ୍ଷାର୍ଥୀମାନେ ଯେଉଁମାନେ ଏଭଳି ଏକ ର୍ୟାକେଟ୍ର ଶିକାର ହେଇଥିଲେ ସେମାନଙ୍କୁ ପୁଣିଥରେ ଦଣ୍ଡିତ କରାଗଲା ।

ଶିକ୍ଷାବିତମାନଙ୍କ ମତରେ ଭ୍ୟାପମ୍ କେବଳ ପରୀକ୍ଷା ସମ୍ବନ୍ଧିତ ଏକ ର୍ୟାକେଟ ନୁହେଁ ଏହା ବରଂ ଏକ ‘ନିଯୁକ୍ତ ଶିଳ୍ପ’ରେ ରୂପାନ୍ତରିତ ହୋଇସାରିଛି । ଘରୋଇ ଚରିତ୍ରମାନଙ୍କୁ ଗୋଟିଏ ବଡ଼ ଭୂମିକା ଦେବା ପାଇଁ ଶିକ୍ଷା ବ୍ୟବସ୍ଥାକୁ ଜାଣିଶୁଣି ନିରବଚ୍ଛିନ୍ନ ଭାବେ ଦୁର୍ବଳ କରାଇଦେବାର ଏହା ଏକ ପରିଣାମ ।

ଜଣେ ଯୁବ ଟେଲିଭିଜନ ସାମ୍ବାଦିକ ଏହି ଦୁର୍ନୀତିର ଅନୁସନ୍ଧାନ କଲାବେଳେ ମୃତ୍ୟୁବରଣ କରିବା ପରେ ଜାତୀୟ ଗଣମାଧ୍ୟମ ଏହି ଭ୍ୟାପମ୍ ଦୁର୍ନୀତି ପ୍ରତି ଧ୍ୟାନ ଦେବା ଆରମ୍ଭ କରିଥିଲା ।

ଗୋଟିଏ ଅନୁସନ୍ଧାନମୂଳକ ପତ୍ରିକାରେ ରାଜ୍ୟ ସରକାରଙ୍କଠାରୁ ସାମ୍ବାଦିକ ଓ ବିଚାରପତିମାନଙ୍କ ଗୃହ ନିର୍ମାଣ ସମବାୟ ହାତେଇଥିବା ଜମି ସମ୍ପର୍କରେ ବିସ୍ତୃତ ବିବରଣୀ ବାହାରିଥିଲା ଏବଂ କୁହାଯାଇଥିଲା ଯେ ସ୍ଥାନୀୟ ଗଣମାଧ୍ୟମ ଏହି ଦୁର୍ନୀତିକୁ ଖାମଖିଆଲି ଭାବେ ନେବାର ଏହା ଏକ କାରଣ ।

ଯଦିଓ ଏହି ଘୋଟାଲା ସହିତ ଦଣ୍ଡିତ ୪୫ଟି ମୃତ୍ୟୁ (ଯାହା ସରକାର ୨୫ବୋଲି କହୁଛନ୍ତି) କଥା ଗଣମାଧ୍ୟମ କହିଛନ୍ତି କିନ୍ତୁ ସେମାନେ ଅଧିକ ଅନୁସନ୍ଧାନ କରିନାହାନ୍ତି । ସି.ଏ.ଜି. ରିପୋର୍ଟ ସମ୍ପର୍କରେ ଆଲୋଚନା କରିବା ପରିବର୍ତେ, ମୁଖ୍ୟତଃ ଆଲୋଚନାଗୁଡ଼ିକ ଭାଜପା ଓ ବିରୋଧୀ କଂଗ୍ରେସ ମଧ୍ୟରେ ଆରୋପ ଓ ଆକ୍ଷେପ ଭିତରେ ସୀମିତ ହିଁ ରହୁଥିଲା ।

ଘଟଣାର ଆଠବର୍ଷ ପରେ ଆଜି ଯେତେବେଳେ ଘୋଟାଲାର ମୁଖ୍ୟ ଉନ୍ମୋଚକ ବା ହ୍ୱିସିଲ ବ୍ଲୋଓର୍ , ସାକ୍ଷୀ ଓ ଅଭିଯୁକ୍ତମାନେ ମୃତ୍ୟୁର ଆତଙ୍କ ଭିତରେ ଯେଉଁମାନେ କି ଛୋଟ ଛୋଟ ମାଛି ଭଳି ଏବଂ ଯେତେବେଳେ କି ହଜାର ହଜାର ଯୁବକ ଏକ ଅସୁରକ୍ଷିତ ଭବିଷ୍ୟତର ସାମ୍ନା କରୁଛନ୍ତି, ଏହି ଘୋଟାଲାର ଅନୁସନ୍ଧାନ ପ୍ରକ୍ରିୟାଟି ନିୟବଣ ହରାଇ ବସିଛି ।

ଅପରାଧୀମାନଙ୍କୁ ଧରିବା ପାଇଁ ନାଗରିକ ସମାଜ ତରଫରୁ ମଧ୍ୟ କୌଣସି ଖାସ ଉଦ୍ୟମ ହେଉନାହିଁ । ଭ୍ୟାପମ୍ ଦୁର୍ନୀତି ଦାୟିତ୍ୱବୋଧତାବିହୀନ ଓ ଦଣ୍ଡମୁକ୍ତ ଅବସ୍ଥାକୁ ନେଇଥିବା ସଂଶୟକୁ ପଦାରେ ପକାଇ ଦେଇଛି ଯାହାକି ଆଜିର ଦିନରେ ଭାରତୀୟ ରାଜନୀତିକୁ ଚଳାଇ ରଖିଛି ।

 

April 8, 2017 VOL L II NO 14 ( Subversive Silence )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଠକାମୀ, ଦୁର୍ନୀତି, ଧ୍ୱଂସକାରୀ

ବିନା ସଂସଦରେ ଗଣତନ୍ତ୍ର

April 10, 2017 by ଓଡିଶା ଡଟ କମ Leave a Comment

ଶେଷ ମୁହୂର୍ତରେ ଅନେକଗୁଡ଼ିଏ ସଂଶୋଧନ ଅଣାଯିବା ପରେ ବିତୀୟ ବିଲ୍ ୨୦୧୭ର ଅଂଶସ୍ୱରୂପ ସରକାର ୪୦ଟି ବୈଧାନିକ ନିୟମରେ ସଂଶୋଧନ ଆଣିବା ପାଇଁ ନିଷ୍ପତି ନେବା ଗୋଟିଏ ସ୍ପଷ୍ଟ ବାର୍ତା ଦେଉଛି; ନିଜର ରାଜନୈତିକ ପ୍ରତିପକ୍ଷମାନଙ୍କ ସହ ପରାମର୍ଶ କରିବାରେ ସରକାରଙ୍କର ବିଶ୍ୱାସ ନାହିଁ ।

କଥାଟିକୁ ଏକ ସ୍ୱାଧୀନ ନ୍ୟାୟପାଳିକା ପରେ ନିଜ ଦୃଷ୍ଟି ଭିତରକୁ ଆଣିପାରିବ ଏଭଳି ବିଶ୍ୱାସ ମଧ୍ୟ ସରକାରଙ୍କର ନାହିଁ ।

ଏମାନଙ୍କ ପୂର୍ବରୁ ଶାସନରେ ଥିବା ଶକ୍ତିଟିକୁ ‘ଟିକସ ଆତଙ୍କବାଦ’ ଚଳାଇଛନ୍ତି ବୋଲି ସମାଲୋଚନା କରୁଥିବା ଲୋକେ ଆଜି ଶାସନକୁ ଆସିବା ପରେ, ଆୟକର ଅଧିକାରୀମାନଙ୍କ ଦ୍ୱାରା ଚାଲିଥିବା ମନମୁଖୀ ତନଖି ନେବା ଏବଂ ଜବତ କରିବା ଅଧିକାରଟି ଉପରେ ବିତର୍କ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ।

ସର୍ବୋପରେ, ରାଜନୈତିକ ପାଣ୍ଠି ଉପରେ ସାରଗର୍ଭକ ବକ୍ତବ୍ୟ ରଖି ଆସିଥିବା ଦଳ ଅତି ସଂକ୍ଷେପରେ କହିବାକୁ ଗଲେ ଠିକ୍ ବିପରୀତ କାମଟି କରିବସିଛି ଏବଂ ଭାରତୀୟ ଗଣତନ୍ତ୍ରକୁ କମ୍ପାନୀ ସ୍ୱାର୍ଥ ପାଖରେ ନତମସ୍ତକ କରିଦେଇଛି ।

ବିତୀୟ ବିଲ୍ ୨୦୧୭କୁ ଅର୍ଥ ବିଲ୍ ହିସାବରେ ଲୋକସଭାରେ ଆଗତ କରାଗଲା । ଦୁଇଟି ଗୃହ ଥିବା ଆମର ଶାସନବ୍ୟବସ୍ଥାରେ ଏଭଳି ଅର୍ଥ ବିଲ୍ଟି କେବଳ ନିମ୍ନ ଗୃହ ବା ଲୋକସଭାର ସର୍ବୋଚ୍ଚ କ୍ଷମତା ଅଛି ତାକୁ ମଞ୍ଜୁରୀ ପ୍ରଦାନ କରିବା ପାଇଁ ।

ବିଭିନ୍ନ ନିୟମରେ ବ୍ୟାପକ ଏବଂ ବିବିଧ ସଂଶୋଧନ ଆଣିବା ପାଇଁ ସରକାର ଏହି ମନି ବିଲ୍ ବା ଅର୍ଥ ବିଲ୍କୁ ବ୍ୟବହାର କଲେ ଯେତେବେଳେ କି ଲୋକସଭା ବାଚସ୍ପତିଙ୍କର ଆଧାର ବିଲ୍ – ୨୦୧୬ (ଯାହା ଏବେ ଆଧାର ନିୟମ – ୨୦୧୬ ହେଇଯାଇଛି)କୁ ପ୍ରଶ୍ନକରି ଅର୍ଥ ବିଲ୍ ହିସାବରେ ବିଚାର କରିବା ନିଷ୍ପତିକୁ ରାଜ୍ୟସଭା ସଦସ୍ୟ ଜୟରାମ ରମେଶଙ୍କ ଆବେଦନ ଉଚ୍ଚତମ ନ୍ୟାୟାଳୟରେ ଏଯାଏଁ ବିଚାର ଅପେକ୍ଷାରେ ଅଛି ।

ସମ୍ବିଧାନର ଧାରା ୧୧୦(୩)ର ବାରଣ ବିନା ଯାହାକି ବାଚସ୍ପତିଙ୍କୁ କ୍ଷମତା ଦେଇଛି କେଉଁଟା ବିତୀୟ ବିଲ୍ ଓ କେଉଁଟି ଅର୍ଥ ବିଲ୍ କହିବାର ଶେଷ ନିଷ୍ପତି ଶୁଣାଇବା ପାଇଁ, ବାଚସ୍ପତିଙ୍କ ଏତାଦୃଶ ନିଷ୍ପତିକୁ ଯଥା ବିଲ୍ ୨୦୧୭କୁ ଅର୍ଥ ବିଲ୍ ପର୍ଯ୍ୟାୟଭୁକ୍ତ କରିବା ଯୁକ୍ତିଯୁକ୍ତ କୁହାଯାଇ ପାରିବନି ।

ସମ୍ବିଧାନର ଧାରା ୧୧୦(୧)ରେ କୁହାଯାଇଛି ସେହି ବିଲ୍ଟିକୁ ଅର୍ଥ ବିଲ୍ କୁହାଯିବ ଯେଉଁଥିରେ ଏସବୁ ବିଷୟ ଅଛି ଯଥା, ଟିକସ, ସରକାରଙ୍କ ଉଧାର ଆଣିବା ଏବଂ ପ୍ରତିଶ୍ରୁତି ଦେବା କଥା ଅଛି । ସରକାରୀ ବ୍ୟୟ ତଥା ଏସବୁ ସମ୍ପର୍କିତ ଅନ୍ୟ କିଛି କଥା ଅଛି ।

ବାର୍ଷିକ ବଜେଟ୍ ପ୍ରକ୍ରିୟାରେ ଗୋଟିଏ ବିତୀୟ ବିଲ୍ରେ ଏସବୁ କଥା ମଧ୍ୟ ଆସିଯାଏ । କିନ୍ତୁ ଏଥର ବିତୀୟ ବିଲ୍ ୨୦୧୭ ଅନେକ ଦୃଷ୍ଟିରୁ ସୀମା ଅତିକ୍ରମ କରିଛି ।

ସେ ଭିତରୁ ଗୋଟିଏ କଥା ଏଠି କୁହାଯାଉଛି । ବିତୀୟ ବିଲ୍ ୨୦୧୭, କମ୍ପାନୀ ଆଇନ ୨୦୧୩ର ଭାଗ ୧୮୨କୁ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ବଦଳାଇ ଦେଇଛି ।

ଏହା ଫଳରେ କମ୍ପାନୀମାନେ ନିଜ ମୂଳ ଲାଭର ଶତକଡ଼ା ୭.୫ ଭାଗ ତିନିବର୍ଷ ସମୟ କାଳ ଭିତରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଆକାରରେ ଦେଇପାରିବେ ବୋଲି ଯେଉଁ ବ୍ୟବସ୍ଥାଟି ଥିଲା ତାକୁ କୋହଳ କରିଦିଆଯାଇଛି ।

ଏବେ ସେମାନେ ଯେତେ ଟଙ୍କା ଚାହିଁବେ ରାଜନୈତିକ ଦଳମାନଙ୍କୁ ଦେଇପାରିବେ । ଏହି ନିୟମ ପୂର୍ବରୁ କହୁଥିଲା ଯେ, କମ୍ପାନୀମାନେ ରାଜନୈତିକ ଦଳମାନଙ୍କୁ ଦେଉଥିବା ଚାନ୍ଦାର ପରିମାଣ ଏବଂ କେଉଁ ଦଳକୁ ତାହା ଦେଲେ ସବୁ ପ୍ରକାଶ କରିବାପାଇଁ ।

ବର୍ତମାନ ଯେଉଁ ସଂଶୋଧନ କରାଗଲା, ତା’ଫଳରେ ଆଉ ସେଭଳି କିଛି ଜଣାଇବାକୁ ପଡ଼ିବନି – କେତେ ଟଙ୍କା ଚାନ୍ଦା ଦେଲେ ବା କେଉଁ ଦଳକୁ ଦେଲେ ।

୧୯୮୫ରେ କମ୍ପାନୀ ଆଇନ ୧୯୫୬ର ସଂଶୋଧନ ପୂର୍ବରୁ ଭାରତରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବାଉପରେ ନିଷେଧାଜ୍ଞା ଥିଲା (୧୯୬୦ରୁ ୧୯୬୯ ସମୟକାଳ ବ୍ୟତୀତ) । ନିର୍ବାଚନ ସଂଶୋଧନ ପାଇଁ ଗଠିତ କମିଟିମାନେ ବିଭିନ୍ନ ସମୟରେ ସ୍ପଷ୍ଟ ମତ ରଖିଥିଲେ ଯେ ରାଜନୈତିକ ଦଳମାନଙ୍କୁ କମ୍ପାନୀମାନେ ପାଣ୍ଠି ଯୋଗାଇଲେ ସେମାନେ ଭାବିନେବେ ଯେ ସେମାନେ ‘ପୁଞ୍ଜି ନିବେଶ’ କରୁଛନ୍ତି ଯାହାର ଅମଳ ବା ଲାଭ ସେମାନେ ଭବିଷ୍ୟତରେ କରିବେ ।

ଏଭଳି ପାଣ୍ଠି ଯୋଗାଣ ସରକାରଙ୍କର ନିଷ୍ପତି ନେବା ପ୍ରକ୍ରିୟାକୁ ସେହି କମ୍ପାନୀମାନଙ୍କ ସପକ୍ଷରେ ପ୍ରଭାବିତ କରିବ ବୋଲି ମଧ୍ୟ ଯୁକ୍ତି କରାଯାଇଥିଲା । ସମ୍ପ୍ରତି କରାଯାଇଥିବା ସଂଶୋଧନଟିକୁ ଦେଶଟିକୁ ସମ୍ପୂର୍ଣ୍ଣ ଭାବେ ବିପରୀତ ଦିଗକୁ ନେଇଯାଇ ବ୍ୟବସାୟ ଓ ରାଜନୀତି ଭିତରେ ଥିବା ସମ୍ପର୍କକୁ ଅଧିକ ବଳିଷ୍ଠ କରିଛି ।

ବେନାମୀ ଚାନ୍ଦା ଗ୍ରହଣ କରିବାଦ୍ୱାରା ରାଜନୈତିକ ଦଳମାନଙ୍କର କମ୍ପାନୀମାନଙ୍କ ଚାନ୍ଦା ଗ୍ରହଣ ଅଧିକ ଅସ୍ପଷ୍ଟ ହେବ ଏବଂ ତାହାର ଉତ୍ତରଦାୟିତ୍ୱ ବୋଲି କିଛି ରହିବ ନାହିଁ । ଯଦିଓ ରାଜ୍ୟସଭା ସରକାରଙ୍କର କମ୍ପାନୀ ଆକ୍ଟ ୨୦୧୩ର ସଂଶୋଧନଗୁଡ଼ିକୁ ଅକାମୀ କରିବା ପାଇଁ ପ୍ରସ୍ତାବ ଗୃହୀତ କରିଥିଲା, ସେସବୁ ଲୋକସଭାରେ କାଟ ଖାଇଲା ।

ଏଭଳି ଏକ ପଦକ୍ଷେପ ସରକାରଙ୍କ ପୂର୍ବ କାର୍ଯ୍ୟକଳାପ ସହ ତାଳ ଦେଇ ହିଁ ହେଇଛି ଯେମିତି ସରକାର ଚୁପ୍ଚାପ୍ ବିତୀୟ ବିଲ୍, ୨୦୧୬ରେ ଏକ ସଂଶୋଧନ ନେଇ ଆସିଥିଲେ ।

ଲଣ୍ଡନରେ ଅନୁଷ୍ଠିତ ବେଦାନ୍ତ କମ୍ପାନୀ ବେଆଇନ ଭାବେ ଭାଜପା ଓ କଂଗ୍ରେସକୁ ଚାନ୍ଦା ଦେବା କଥାରେ ଅଦାଲତ ରାୟ ଦେବା ପରେ, ସରକାରଟି ଏହି ସଂଶୋଧନ ଆଣି ବିଦେଶୀ କମ୍ପାନୀର ସଂଜ୍ଞା ପରିବର୍ତନ କରିଦେଲେ ।

ଆଉ ଯେଉଁ ସଂଶୋଧନଗୁଡ଼ିକ ଚିନ୍ତାର କାରଣ ହେଇଛି, ସେ ଭିତରେ ଅଛି କେତୋଟି ନିର୍ଦ୍ଦିଷ୍ଟ ଟ୍ରିବ୍ୟୁନାଲକୁ ଅନ୍ୟ ଟ୍ରିବ୍ୟୁନାଲ ସହ ମିଶାଇ ଦେବା କଥାଟି । ଏଭଳି ଏକ ପଦକ୍ଷେପ ସ୍ୱତନ୍ତ୍ର ଦକ୍ଷତା ଥିବା ଟ୍ରିବ୍ୟୁନାଲମାନଙ୍କର ଭୂମିକାଟିକୁ ଗୌଣ କରିବା ସହ, ଅନ୍ୟ ଟ୍ରିବ୍ୟୁନାଲମାନଙ୍କ ବୋଝ ବଢ଼ାଇ ଦେବ ।

ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସରକାର ଏବେ ଟ୍ରିବ୍ୟୁନାଲ ସଦସ୍ୟମାନଙ୍କର ନିଯୁକ୍ତି, ନିଯୁକ୍ତିର ସର୍ତ ଏବଂ ସେମାନଙ୍କ କାର୍ଯ୍ୟକାଳ ସମାପ୍ତ କରିବା କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଚାହୁଁଛନ୍ତି ।

ଏପରି କରିବା ଦ୍ୱାରା, ଏହି ଅର୍ଦ୍ଧ-ନ୍ୟାୟପାଳିକା ସଂସ୍ଥାଗୁଡ଼ିକ ଯେଉଁମାନେ ଉଚ୍ଚ ନ୍ୟାୟାଳୟ ସହ ସମତୁଲ କ୍ଷମତାପ୍ରାପ୍ତ, ସେମାନଙ୍କର ସ୍ୱାଧୀନତା ବିପନ୍ନ ହେବ । ଉଚ୍ଚତମ ନ୍ୟାୟାଳୟ ୨୦୧୪ ମସିହାରେ ଯେଭଳି କହିଥିଲେ ଏହି ଟ୍ରିବ୍ୟୁନାଲମାନଙ୍କରେ ସଦସ୍ୟ ନିଯୁକ୍ତି ପ୍ରକ୍ରିୟାରେ କାର୍ଯ୍ୟପାଳିକା ବା ସରକାରଙ୍କର ଭୂମିକା ରହିବା ଉଚିତ ନୁହେଁ ।

ଅଧିକାଂଶ ସମୟରେ ସରକାର ନିଜେ ମାମଲା ନେଇ ବା ସେଥିରେ ସମ୍ପୃକ୍ତ ହୋଇ ଏହି ଟ୍ରିବ୍ୟୁନାଲମାନଙ୍କର ଦ୍ୱାରସ୍ଥ ହୋଇଥାନ୍ତି । ସେଇଥିପାଇଁ ଏଭଳି ସଂଶୋଧନଗୁଡ଼ିକ ଆଚମ୍ବିତ କରୁଛି ଯେ ସରକାର କେମିତି ଟ୍ରିବ୍ୟୁନାଲର ଉଦ୍ଦେଶ୍ୟ ଓ ନିଜର ଆଗ୍ରହଭିତରେ ଥିବା ସ୍ପଷ୍ଟ ଦ୍ୱନ୍ଦ୍ୱଗୁଡ଼ିକୁ ଚିହ୍ନିପାରୁ ନାହାନ୍ତି ।

ଯଦିଓ ଅର୍ଥମନ୍ତ୍ରୀ ନ୍ୟାୟପାଳିକାର ପରାମର୍ଶ ନେବେ ବୋଲି ରାଜ୍ୟସଭାରେ ପ୍ରତିଶ୍ରୁତି ଦେଇଛନ୍ତି ତେବେ ତାହା ଯଥେଷ୍ଟ ନୁହେଁ ।

ବିତୀୟ ବିଲ୍ ୨୦୧୭ର ବିବ୍ରତ କଲାଭଳି ଅନ୍ୟ ଗୋଟିଏ କଥା ହେଉଛି ଆୟକର ଆଇନ, ୧୯୫୬ର ସଂଶୋଧନ ଯାହାଫଳରେ ଆୟକର ଅଧିକାରୀ ମାନଙ୍କର ସ୍ୱେଚ୍ଛାଚାରୀ କ୍ଷମତା ବଢ଼ାଇ ଦିଆଯାଇଛି ।

ବର୍ତମାନ ଏହି ସଂଶୋଧନ ଦ୍ୱାରା କ୍ଷମତାପ୍ରାପ୍ତ ହେଇଥିବା ଅଧିକାରୀମାନଙ୍କ କେବଳ ‘ବିଶ୍ୱାସ କଲାଭଳି କାରଣ’ଟିଏ ଦରକାର କେଉଁଠି ବି ଖୋଳତାଡ଼ କରିବା ଏବଂ ସମ୍ପତି ବାଜ୍ୟାପ୍ତ କରିବା ପାଇଁ, ଯାହା ସେମାନେ ୧୯୬୨ରୁ ପିଛିଲା ଘଟଣାଗୁଡ଼ିକୁ ନେଇ ମଧ୍ୟ କରିପାରିବେ ।

ଯଦି ସେମାନଙ୍କୁ ଚୁନୋତି ଦିଆଯିବ ତେବେ ସେମାନେ କୌଣସି କର୍ତୃପକ୍ଷ ଅବା ଆବେଦନ କରିବା ପାଇଁ ଉଦ୍ଦିଷ୍ଟ ଟ୍ରିବ୍ୟୁନାଲ ପାଖରେ ଏପରି କରିବାର କାରଣ ଜଣାଇବାର ଆବଶ୍ୟକତା ନାହିଁ ।

ଅସଲ ଅର୍ଥରେ ଆୟକର ଅଧିକାରୀଙ୍କୁ ଏଭଳି ଏକ ଭୟଙ୍କର ପଦକ୍ଷେପ ମାଧ୍ୟମରେ ଏମିତି ସ୍ୱେଚ୍ଛାଚାରୀ କ୍ଷମତା ଦିଆଯାଇଛି ସେମାନେ ଚାହିଁଲେ ଯେକୌଣସି ଲୋକଙ୍କୁ ହଇରାଣ ଅବା ଭୟଭୀତ କରାଇ ପାରିବେ ।

ଏହି କଥାଗୁଡ଼ିକୁ ଅକାମୀ କରିବା ପାଇଁ ରାଜ୍ୟସଭା ଯେତେସବୁ ସଂଶୋଧନ ଆଣିଥିଲେ, ସବୁତକ ଲୋକସଭାରେ ନାକଚ ହୋଇଗଲା ।

ସଂଶୋଧନଗୁଡ଼ିକର ଛୋଟମୋଟ କଥାଗୁଡ଼ିକୁ ନେଇ ଯଦିଓ ବିତର୍କ କରାଯାଇପାରେ, ତେବେ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ ସେହି କଥାଟି ହେଉଛି ଯେଉଁଭଳି ଭାରତର ଶାସନ ଓ ସମ୍ବିଧାନରେ ସଂସଦର ବରିଷ୍ଠ ଗୃହ ତଥା ରାଜ୍ୟସଭା ପାଇଁ ଉଲ୍ଲିଖିତ ଭୂମିକାକୁ ନ୍ୟୁନ କରି ଦେଖି ତାକୁ ଅକାମୀ କରିଦିଆଗଲା ।

ଅର୍ଥ ବିଲ୍ ରାସ୍ତାରେ ସବୁ ଆଇନକୁ ଲୋକସଭାରେ ପାରିତ କରାଇନେବା, ଯେହେତୁ ସରକାରଙ୍କର ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନାଇଁ ବର୍ତମାନ ସରକାରଙ୍କର ଏକ ଧାରା ହୋଇଗଲାଣି ।

ସ୍ୱେଚ୍ଛାଚାରୀ ସଂଖ୍ୟାଗରିଷ୍ଠତା ଥିବା ଯେକୌଣସି ଦଳ ସେମାନଙ୍କ ଉପରେ ରୋକ୍ ଲଗାଉଥିବା ରାଜ୍ୟସଭାର କ୍ଷମତାକୁ ନ୍ୟୁନ କରିଦେବା ପାଇଁ ଏବକାର ସରକାରଙ୍କର ଏହି ପଦକ୍ଷେପ ଭବିଷ୍ୟତ ପାଇଁ ରାସ୍ତା ଉନ୍ମୁକ୍ତ କରିଦେଇଛି ।

ନିଜର ଲକ୍ଷ୍ୟ ହାସଲ ପାଇଁ ଯେକୌଣସି ଉପାୟ ଅବଲମ୍ବନ କରି ସରକାର ଯେ କେବଳ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ କରିନାହାନ୍ତି ବରଂ ଆମ ସମ୍ବିଧାନରେ ସ୍ୱଭାବ ବା ଲୋକାଚାରକୁ ନଷ୍ଟ କରୁଛନ୍ତି ।

April 1, 2017     VOL L 11  NO 13  (Parliament sans Democracy )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଗଣତନ୍ତ୍ର, ରାଜନୈତିକ ଦଳ

ରାମ ଲାଲାଙ୍କ ପାଇଁ ରାସ୍ତା ସଫା?

April 10, 2017 by ଓଡିଶା ଡଟ କମ Leave a Comment

ସେପ୍ଟେମ୍ବର ୩୦, ୨୦୧୦ଦିନ ଆହ୍ଲାବାଦ ହାଇକୋର୍ଟର ଲକ୍ଷେ୍ନø ଖଣ୍ଡପୀଠ ବାବ୍ରୀ ମସଜିଦ୍ ରାମ ଜନ୍ମଭୂମି ମାମଲାରେ ନିଶ୍ଚିତ ହେବାଭଳି ରାୟଟିଏ ଦେଇ କହିଥିଲେ ଯେ ହିନ୍ଦୁ ମୌଳବାଦୀମାନେ ଯେଉଁସବୁ ବିଶ୍ୱାସ ରଖି ଆସିଛନ୍ତି, ତାହା ହିଁ ତଥ୍ୟ ।

ସେସବୁ ବିଶ୍ୱାସଗୁଡ଼ିକ ସେହି ଲୋକମାନଙ୍କ ମନରେ ସତ୍ୟ ଭଳି ରହିଆସିଛି, ଅଯୋଧ୍ୟା ମାମଲାର ତଦନ୍ତ କରୁଥିବା ସରକାରୀ ଲିବରହାନ୍ କମିଶନଙ୍କ ଭାଷାରେ, ଯେଉଁମାନେ ଡିସେମ୍ବର ୬, ୧୯୯୨ରେ ବାବ୍ରୀ ମସଜିଦ୍ ଧ୍ୱଂସ କରିବା ପାଇଁ ବୃହତ୍ତ୍ତକଷ୍ଟ ସ୍ୱୀକାର କରି ପ୍ରସ୍ତୁତି କରିଥିଲେ ଓ ଯୋଜନାର ପୂର୍ବ ପ୍ରସ୍ତୁତିରେ’ ସମ୍ପୃକ୍ତ ଥିଲେ ।

ଏହି ବିଶ୍ୱାସ ସବୁ ଭାରତୀୟ ଜନତା ପାର୍ଟି ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସର୍ବୋଚ୍ଚ ନେତାମାନଙ୍କର ଥିଲା ଯେଉଁମାନେ ସେହିଦିନ ବିଶୃଙ୍ଖଳିତ ଜନସମୁଦାୟଙ୍କୁ ଉଦ୍ବୋଧନ ଦେଇ ବାବ୍ରୀ ମସଜିଦ୍ ଭାଙ୍ଗିବା ପାଇଁ ଆହ୍ୱାନ ଦେଇଥିଲେ ।

ତେଣୁକରି ଆମେ ସମସ୍ତେ, ଆମର ଧାର୍ମିକ ଅସ୍ମିତା ନିର୍ବିଶେଷରେ ଏବଂ ନାସ୍ତିକ ହିସାବରେ ବି ଯେଉଁମାନେ ଭାବୁଛେ ଯେ ଆମେ ଭାରତର ସମାନ ନାଗରିକ, ଆମର ବିଶ୍ୱାସ ଥିଲା ଯେ ଭାରତୀୟ ରାଷ୍ଟ୍ର ଆମ ନାଗରିକତ୍ୱ ସହ ଯୋଡ଼ିହୋଇ ରହିଥିବା ଅଧିକାରଗୁଡ଼ିକର ସୁରକ୍ଷା କରିବ ।

ଆମେ ଆଶା ରଖିଥିଲୁ ଯେ ଉଚ୍ଚତମ ନ୍ୟାୟାଳୟ ବାବ୍ରି ମସଜିଦ୍ – ରାମ ଜନ୍ମଭୂମି ମାମଲାରେ ସମ୍ବିଧାନକୁ ସମ୍ମାନର ସହ ତୋଳି ଧରିବ ଏବଂ ଆଇନର ଶାସନକୁ ବଳବତ୍ତର ରଖିବ ।

କିନ୍ତୁ ଅଦାଲତର ପ୍ରାଥମିକ ଦାୟିତ୍ୱ ନ୍ୟାୟ ଦେବା କଥାଟିକୁ କାର୍ଯ୍ୟକାରୀ କରିବା ପରିବର୍ତେ, ଉଚ୍ଚତମ ନ୍ୟାୟାଳୟ ମୁଖ୍ୟ ନ୍ୟାୟାଧିଶ ଜେ.ଏସ୍. ଖେହାର, ମାମଲାରେ ସମ୍ପୃକ୍ତ ପକ୍ଷମାନଙ୍କୁ ଅଦାଲତ ବାହାର ମୂଲଚାଲ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଇଛନ୍ତି । ଏମିତିକି ସେ ନିଜେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

‘ଟିକିଏ ଦିଅ, ଟିକିଏ ନିଅ’ ଢାଂଚାରେ ସମାଧାନ ପାଇଁ ଉଦ୍ୟମ କର । ଯଦି ଉଭୟ ପକ୍ଷର ମଧ୍ୟସ୍ଥିମାନଙ୍କ ସହ ମୂଲଚାଲରେ ବସିବା ପାଇଁ ପକ୍ଷଗୁଡ଼ିକ ଚାହାନ୍ତି, ତେବେ ସେ ଏଭଳି ଏକ କାମ ପାଇଁ ପ୍ରସ୍ତୁତି ଅଛନ୍ତି ବୋଲି ନ୍ୟାୟମୂର୍ତି ଖେହାର ଏଭଳି କହିଛନ୍ତି ବୋଲି କୁହାଯାଉଛି ।

ତାଙ୍କ ମତରେ ଏହି ପ୍ରସଙ୍ଗଟି ଲୋକଙ୍କ ଭାବନା ଓ ଧର୍ମ ସହ ସମ୍ପୃକ୍ତ । ଅଦାଲତ ସେତେବେଳେ ଆସିବା କଥା ଯଦି ସେମାନେ ବୁଝାମଣା ମାଧ୍ୟମରେ କଥାଟିର ସମାଧାନ କରିପାରନ୍ତି ନାହିଁ ।

କିନ୍ତୁ ଦୁଇଟି ବିଷମ ପକ୍ଷ ଭିତରେ ଆପୋଷ ଆଲୋଚନା ମାଧ୍ୟମରେ ଝାମେଲାର ପରିସମାପ୍ତି କରିବାଟା ନ୍ୟାୟପୂର୍ଣ୍ଣଭାବେ ହୋଇପାରିବ କି , ଯେତେବେଳେ ଗୋଟିଏ ପକ୍ଷରେ ହିନ୍ଦୁତ୍ୱବାଦୀମାନେ ଯେଉଁମାନେ ଏବେ କେନ୍ଦ୍ରରେ ଏବଂ ବେଆଇନ ଭାବେ ଭଙ୍ଗା ଯାଇଥିବା ବାବ୍ରୀ ମସଜିଦ ଥିବା ଉତରପ୍ରଦେଶରେ କ୍ଷମତାରେ ଅଛନ୍ତି?

ଏଭଳି ଏକ ପରିସ୍ଥିତିରେ ଜଣେ ଭାବିବ ଯେ, ଭାରତର ମୁଖ୍ୟ ବିଚାରପତି ସମ୍ପୃକ୍ତ ପକ୍ଷମାନଙ୍କ ପଛରେ ଥିବା ରାଜନୈତିକ ଶକ୍ତିମାନଙ୍କୁ ଝାମେଲା ତୁଟାଇବା ପାଇଁ ଛାଡ଼ି ନଦେଇ, ବରଂ ମାମଲାକୁ ନେଇଥିବା ତଥ୍ୟ ଓ ପ୍ରମାଣକୁ ଆଧାର କରି ସେସବୁର ସଠିକ ବ୍ୟାଖ୍ୟାୟନ କରି ଏବଂ ପ୍ରାସଙ୍ଗିକ ଆଇନଗୁଡ଼ିକ ଭିତିରେ ନ୍ୟାୟ ଦେବା କଥାଟିକୁ ପ୍ରାଥମିକତା ଦିଅନ୍ତୁ ।

ମସଜିଦ୍ର କେନ୍ଦ୍ରରେ ଥିବା ସମାଧିତଳେ ରାମ ଜନ୍ମ ନେଇଥିଲେ ବୋଲି ଯେଉଁ ବିଶ୍ୱାସ ଅଛି ଯାହାକୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ମଧ୍ୟ ଠିକ୍ ବୋଲି ଦର୍ଶାଇଛନ୍ତି, ତାହା କ’ଣ ସତରେ ଏହି ମାମଲାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଯଦି ବି ଜଣେ ଏହି କଥାଟିକୁ ମାନିନେବ ତେବେ କ’ଣ ୧୫୨୮ରେ ନିର୍ମିତ ଏହି ମସଜିଦ୍ ନିର୍ମିତ ହୋଇଥିବା ଜମି ଉପରେ ମାଲିକାନା ସତ୍ୱଟି ରାମଙ୍କୁ ଦିଆଯାଇପାରିବ ।

ଗୋଟିଏ ମନ୍ଦିରକୁ ଭାଙ୍ଗି କ’ଣ ମସଜିଦ୍ ନିର୍ମାଣ କରାଯାଇଥିଲା କି? ଏଭଳି ଏକ କଥାକୁ ସାବ୍ୟସ୍ତ କରିବା ପାଇଁ କୌଣସି ତଥ୍ୟ-ପ୍ରମାଣ ନଥିବା ବେଳେ ଲିମିଟେସନ୍ ଆକ୍ଟଟି ଏଠି ଲାଗୁ କରି ଜମି ଉପରେ ପ୍ରତିପକ୍ଷର ଦାବୀକୁ ନାକଚ କରାଯାଇ ପାରିବନି କି?

ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାଜପା ରାଜ୍ୟସଭାରେ ଆବଶ୍ୟକୀୟ ସଂଖ୍ୟାର ଆସନ ଦଖଲ କରିବା ଯାଏଁ ଅପେକ୍ଷା କରିଛନ୍ତି, ଯାହାଫଳରେ ଭାଜପାର ନିର୍ବାଚନୀ ପ୍ରତିଶ୍ରୁତିରେ କୁହାଯାଇଥିବା ବାବ୍ରୀ ମସଜିଦ୍ ଭୂମିରେ ରାମମନ୍ଦିର ନିର୍ମାଣ ପାଇଁ ଆଇନ ଅଣାଯାଇପାରିବ ।

କିନ୍ତୁ ତା ପୂର୍ବରୁ ସେମାନଙ୍କୁ ନ୍ୟାୟପାଳିକାକୁ ଏହି ରାସ୍ତାରୁ ହଟାଇବାକୁ ପଡ଼ିବ ।

ଭାଜପା ଓ ଆର୍.ଏସ୍.ଏସ୍.ର ପ୍ରତିନିଧି ସୁବ୍ରମନିୟମ୍ ସ୍ୱାମୀ ଯେ, କୌଣସି ପକ୍ଷ ତରଫରୁ କେବେ ଏହି ମାମଲାରେ ସମ୍ପୃକ୍ତ ନଥିଲେ ହଠାତ୍ ଦୃଶ୍ୟପଟ୍ଟରେ ପ୍ରବେଶ କରି ଧ୍ୱଂସ କରାଯାଇଥିବା ମସଜିଦ୍ ଅବଶେଷ ଉପରେ ରାମମନ୍ଦିର ନିର୍ମାଣ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରିବା ଏବଂ ନ୍ୟାୟାଳୟ ଆବେଦନ ପାଇଁ ସୁଯୋଗ ଦେବା ଏହି କଥାଟିକୁ ବୁଝାଇ ଦେଉ ନାହିଁ କି?

ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଏହି ମହାଶୟଙ୍କୁ ଅହେତୁକ ଧ୍ୟାନ ଦେବା କଥାଟିକୁ କେମିତି ବୁଝାଇ ହେବ?

ଡିସେମ୍ବର ୨୨-୨୩, ୧୯୪୯ ମସିହା ଠାରୁ ଯେଉଁଦିନ ତିନିଜଣଙ୍କ ନେତୃତ୍ୱରେ ୫୦ଜଣ ମସଜିଦ୍ର କେନ୍ଦ୍ରୀୟ କକ୍ଷରେ ଥିବା ସମାଧିରେ ତିନୋଟି ମୂର୍ତି ସ୍ଥାପନ କରିଥିଲେ, ସେପ୍ଟେମ୍ବର ୩୦, ୨୦୧୦ ଯାଏଁ ଯେଉଁଦିନ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ଲକ୍ଷେ୍ନø ଖଣ୍ଡପୀଠ ଭଙ୍ଗାଯାଇଥିବା ମସଜିଦ୍ ଥିବା ଜମିଟିକୁ ରାମ ଲାଲା, କାର୍ଯ୍ୟପାଳିକା ବିଧାନ ବ୍ୟବସ୍ଥାକୁ ହସ୍ତାନ୍ତର କରିଦେଲେ ଏବଂ ଭାରତୀୟ ରାଷ୍ଟ୍ରର ଅଯୋଧ୍ୟା କେତେକ ଅଂଚଳ ଅଧିଗ୍ରହଣ ଆଇନ ୧୯୯୩ ପାରିତ ହୋଇଗଲା ।

ରାମଲାଲା ଜାଣିଶୁଣି ବାବ୍ରୀ ମସଜିଦ୍ ଜମିକୁ ଉଦରସ୍ତ କରିବାରେ ଲାଗିଛନ୍ତି । ନ୍ୟାୟପାଳିକା, ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ଲକ୍ଷେ୍ନø ଖଣ୍ଡପୀଠ ଜାଣିଶୁଣି ରାମଲାଲାଙ୍କୁ ମସଜିଦ୍ ଭୂମି ଅଧିଗ୍ରହଣ ପାଇଁ ଆଇନଗତ ଅଧିକାର ଦେଇଦେଲେ ।

ଆଉ ଏବେ ଉଚ୍ଚତମ ନ୍ୟାୟାଳୟ, ମାମଲାର ତଥ୍ୟ/ ପ୍ରମାଣକୁ ହିସାବକୁ ନନେଇ, ସଠିକ ବ୍ୟାଖ୍ୟାୟନ ନକରି ଏବଂ ପ୍ରାସଙ୍ଗିକତା ଥିବା ଆଇନ କାନୁନ୍ର ପ୍ରୟୋଗ ନକରି ଦୁଇଟି ପକ୍ଷ (ଗୋଟିଏ ସଶକ୍ତ ଓ ଅନ୍ୟ ଗୋଟିଏ ଦୁର୍ବଳ)କୁ ଅଦାଲତ ବାହାରେ ଆଲୋଚନା ବା ମୂଲଚାଲ କରି ମାମଲାର ସମାଧାନ କରିବା ପାଇଁ ରାୟ ଦେଲେ ।

ରାମମନ୍ଦିର-ବାବ୍ରୀ ମସଜିଦ୍ର ଧ୍ୱଂସାବଶେଷ ଉପରେ ଠିଆ ହେବ କିନ୍ତୁ ଧର୍ମନିରପେକ୍ଷତାକୁ ବଳିଦେଇ, କାରଣ ଭାରତୀୟ ରାଷ୍ଟ୍ର ତା’ର ବୈଧତା ଆଇନରେ ନୁହଁ ବରଂ ବିଶ୍ୱାସ, ଠାକୁର ବିଶେଷକରି ରାମଲାଲାଙ୍କଠୁ ହିଁ ପାଇବ ।

ରାମ ମନ୍ଦିର ଠିଆ ହେବ ଗଣତାନ୍ତ୍ରିକ କାର୍ଯ୍ୟବିଧିକୁ ବଳି ଦେଇ । ଯେହେତୁ ଧର୍ମନିରପେକ୍ଷତା ଗଣତନ୍ତ୍ରର ଏକ ଆବଶ୍ୟକୀୟ ସର୍ତ, ତେଣୁ ଗଣତନ୍ତ୍ର ମନ୍ଦିର ତିଆରି ହେବା ପ୍ରକ୍ରିୟାର ଶିକାର ହୋଇଯିବ ।

April 1, 2017     VOL L 11  NO 13   (Paving the Way for Ram Lalla?)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଆହ୍ଲାବାଦ ହାଇକୋର୍ଟ, ଜନ୍ମଭୂମି

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ