• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସମଦୃଷ୍ଟି

ରକ୍ତ ଟାଣିବା

April 10, 2017 by ଓଡିଶା ଡଟ କମ Leave a Comment

ଡାକ୍ତରମାନେ ନାଚାର; ରୋଗୀମାନେ ଅସନ୍ତୁଷ୍ଟ । ଏଭଳି କଥା ସରକାରୀ ଡାକ୍ତରଖାନାମାନଙ୍କରେ ଦେଖିବାକୁ ମିଳୁଛି ।

ଅତି ନିକଟରେ ଗତମାସ ମହାରାଷ୍ଟ୍ରର ସରକାରୀ ଡାକ୍ତରଖାନାମାନଙ୍କରେ ୫ଟି ଏଭଳି ଘଟଣା ଘଟିଛି ଯେଉଁଠି ରୋଗୀମାନଙ୍କର କ୍ରୋଧିତ ସମ୍ପର୍କୀୟମାନେ ଅବହେଳାର ଦ୍ୱାହି ଦେଇ ଡାକ୍ତରମାନଙ୍କ ଉପରେ ଆକ୍ରମଣ କରିଛନ୍ତି ।

ଗତ ଦୁଇବର୍ଷ ଭିତରେ ଏଭଳି ଘଟଣା ସମ୍ପର୍କରେ ଦିଲ୍ଲୀ, ସୁରଟ, ଅହମ୍ମଦାବାଦ, ବୁଲନ୍ଦସର ଓ ଚେନ୍ନାଇରୁ ମଧ୍ୟ ଖବର ଆସି ପହଂଚିଛି । ଡାକ୍ତରମାନଙ୍କ ଉପରେ ହିଂସା କେବଳ ଭାରତରେ ଘଟୁନାହିଁ । ଲାନ୍ସେଟ୍ ଓ ବ୍ରିଟିଶ ମେଡ଼ିକାଲ ଜର୍ଣ୍ଣାଲ ରିପୋର୍ଟ ମୁତାବକ ଭାରତୀୟ ଉପମହାଦେଶ ଓ ଚୀନ୍ରେ ଡାକ୍ତରମାନଙ୍କ ଉପରେ ଆକ୍ରମଣ ଘଟଣା ବଢ଼ିଚାଲିଛି ।

ଯେଉଁ ସୂତାଟି ସବୁ ଘଟଣାଗୁଡ଼ିକୁ ଏକାଠି ଗୁନ୍ଥି ରଖିଛି ତାହା ହେଲା ଯେ ସବୁ ଘଟଣାଗୁଡ଼ିକ ସରକାରୀ ଡାକ୍ତରଖାନାମାନଙ୍କରେ ହିଁ ଘଟୁଛି ଯେଉଁଠି ଅତି କ୍ଷୀଣ ସମ୍ବଳକୁ ନେଇ ବହୁତ ଅଧିକ ରୋଗୀଙ୍କୁ ଚିକିତ୍ସା ସେବା ଦେବାକୁ ପଡ଼ୁଛି ଏବଂ ସାଧାରଣତଃ ଅକ୍ଳାନ୍ତ ପରିଶ୍ରମ କରୁଥିବା କନିଷ୍ଠ ଡାକ୍ତରମାନଙ୍କୁ ରୋଗୀଙ୍କ ଉଦବେଗ ଓ ଆଶଙ୍କା ଭିତରେ ଥିବା ସମ୍ପର୍କୀୟମାନଙ୍କୁ ସାମ୍ନା କରିବାକୁ ପଡ଼ୁଛି ।

ଭାରତୀୟ ମେଡ଼ିକାଲ ଆସୋସିଏସନ୍ ୨୦୧୫ରେ ୫୦୦ ଡାକ୍ତରଙ୍କୁ ନେଇ କରିଥିବା ଏକ ସର୍ବେକ୍ଷଣ କହୁଛି ଯେ ସେମାନଙ୍କ ଭିତରୁ ପାଖାପାଖି ଶତକଡ଼ା ୭୫ଭାଗ ଡାକ୍ତର ଆକ୍ରମଣ ବା ଧମକର ଶିକାର ହେଇଛନ୍ତି ।

ଯେତେବେଳେ ଡାକ୍ତରମାନେ ମାତ୍ରାଧିକ ପରିଶ୍ରମ କରୁଛନ୍ତି, ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ସେମାନଙ୍କ ଅସୌଜନ୍ୟ ବ୍ୟବହାର ଏବଂ ଡାକ୍ତରଖାନା କର୍ମଚାରୀଙ୍କ ଅସହଯୋଗକୁ ନେଇ ଅଧିକ ଅଭିଯୋଗ ଆଣୁଛନ୍ତି ।

ସେମାନେ ଏକଥା ମଧ୍ୟ ଅଭିଯୋଗ କରୁଛନ୍ତି ଯେ ସେଠି ଆବଶ୍ୟକୀୟ ଚିକିତ୍ସା ଉପକରଣ ନାହିଁ, ଜରୁରୀ ଔଷଧ ନାହିଁ ଏବଂ ରୋଗୀର ଅବସ୍ଥାକୁ ନେଇ ବା କ’ଣ ଚିକିତ୍ସା କରାଯାଉଛି; ସେ ବିଷୟରେ କିଛି ସୂଚନା ଦିଆଯାଉ ନାହିଁ । ସବୁ ମିଶି ସେମାନଙ୍କର ଉଦ୍ବେଗକୁ ବଢ଼ାଇ ଦେଉଛି ।

ହସ୍ପିଟାଲ ବାହାରୁ ଘରୋଇ ସଂସ୍ଥାମାନଙ୍କୁ ଔଷଧ ବା ସ୍ୱାସ୍ଥ୍ୟସେବା କିଣିବା ପାଇଁ ବାଧ୍ୟ କରିବା ଘଟଣା ତାଙ୍କୁ ବିବ୍ରତ କରୁଛି । ଡାକ୍ତରମାନଙ୍କ ଦୃଷ୍ଟିକୋଣରୁ ଦେଖିଲେ, ବିଶେଷକରି ସରକାରୀ ଡାକ୍ତରଖାନା ମାନଙ୍କର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଦେବା ପାଇଁ ପ୍ରବଳ ଚାପ । ରୋଗୀର ସହାୟକ ଓ ସମ୍ପର୍କୀୟମାନେ ଘେରି ରହିଥାନ୍ତି ଯେମିିତିକି ଡାକ୍ତର କିଛି ଯାଦୁ ଦେଖାଇବେ ।

ଅଧିକାଂଶ କ୍ଷେତ୍ରରେ ସ୍ଥାନୀୟ ନେତାମାନେ ଆକ୍ରମଣର ନେତୃତ୍ୱ ନେଇଥାନ୍ତି ଯେଉଁମାନେ ‘ତାଙ୍କର’ ରୋଗୀମାନଙ୍କୁ ଧ୍ୟାନ ଦେବାପାଇଁ ଦାବୀ କରିଥାନ୍ତି ।

ନିରବଚ୍ଛିନ୍ନ ଭାବେ ଦୁଃସ୍ଥ ସମ୍ବଳ ଥିବା ଅବସ୍ଥାରେ କାମ କରିବା ପରେ ଯେମିତି ନିକଟରେ ଆକ୍ରମଣ କରାଯାଇଥିବା ମୁମ୍ବାଇର ଡାକ୍ତରଜଣଙ୍କ ଅବିରତ ୩୬ଘଂଟା କାମ କରି ସାରିଥିଲେ, ସେମାନଙ୍କୁ ଯେଉଁ ହଷ୍ଟେଲରେ ‘ବିଶ୍ରାମ’ ନେବାକୁ ପଡ଼େ ସେଠିକାର ଅବ୍ୟବସ୍ଥା ଅନେକ, ନାମକୁ ମାତ୍ର ସୁବିଧା କିଛି ଥାଏ ।

‘ଜୀବନଦାତା’ ହିସାବରେ ଦେଖାଯାଉଥିବା ଡାକ୍ତରମାନଙ୍କୁ ନେଇ ଜନସାଧାରଣଙ୍କର ଭାବନାରେ ବ୍ୟାପକ ପରିବର୍ତନ ଆସିଛି । ବିଶେଷକରି ସ୍ୱାସ୍ଥ୍ୟ ସେବାର ଘରୋଇକରଣ ଓ ବ୍ୟବସାୟୀକରଣ ପରେ ଏବଂ ଉଚ୍ଚହାରରେ ଅର୍ଥ ଖର୍ଚ୍ଚ କରିବାର କ୍ଷମତା ନଥିବା ରୋଗୀମାନଙ୍କ ପ୍ରତି ଘରୋଇ ଡାକ୍ତରମାନଙ୍କର ସମ୍ବେଦନହୀନ ଆଚରଣ କାହାଣୀ ସାମ୍ନାକୁ ଆସିବା ପରେ ।

ଏହାଫଳରେ କଠିନ ସମୟରେ ନିଜର ସର୍ବଶ୍ରେଷ୍ଠ ସେବା ଯୋଗାଇ ଦେଉଥିବା ଡାକ୍ତରମାନଙ୍କୁ ମଧ୍ୟ ଉଦାସୀନ ବୋଲି ଧରି ନିଆଯାଏ ।

ସରକାରୀ ଡାକ୍ତରଖାନାମାନଙ୍କୁ ଏଭଳି ଅବିଶ୍ୱାସର ଏକ ବୋଝକୁ ବହନ କରିବାକୁ ପଡ଼େ ଯେତେବେଳେ କି ରୋଗୀର ଅବସ୍ଥା ଘରୋଇ ଡାକ୍ତରଖାନାରେ ସଙ୍କଟାପନ୍ନ ହେବା ପରେ ଏବଂ ପରିବାରଟି ତା’ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କଲାପରେ ଠିକ୍ ସେବା ନପାଇ ପାରି କ୍ରୋଧିତ ଅବସ୍ଥାରେ ସରକାରୀ ଡାକ୍ତରଖାନା ଆସିଥାଏ ।

୧୪ଟି ରାଜ୍ୟ ଏଯାବତ୍ ଆଇନ ଆଣିସାରିଛନ୍ତି ଡାକ୍ତରମାନଙ୍କୁ ସୁରକ୍ଷା ଦେବା ତଥା ସେମାନଙ୍କ ଉପରେ ହିଂସାକୁ ରୋକିବା ପାଇଁ, କିନ୍ତୁ ତାକୁ କେଉଁଠି ବି ଠିକ୍ରେ କାର୍ଯ୍ୟକାରୀ କରାଯାଉ ନାହିଁ ।

ଉଦାହରଣସ୍ୱରୂପ ମହାରାଷ୍ଟ୍ରରେ ଏଭଳି ଏକ ନିୟମ ୨୦୧୦ ମସିହାରୁ ଅଛି ଯାହାର ନାଁ ହେଉଛି ‘ମହାରାଷ୍ଟ୍ର ମେଡ଼ିକାଲ ସର୍ଭିସ ପରସନସ୍ ଏଣ୍ଡ୍ ମେଡ଼ିକାଲ ସର୍ଭିସ ଇଷ୍ଟିଚ୍ୟୁସନ୍ (ପ୍ରିଭେନସନ ଅଫ୍ ଭାଓଲେନସ ଏଣ୍ଡ୍ ଡ୍ୟାମେଜ ଅର ଲସ୍ ଟୁ ପ୍ରୋପର୍ଟି) ଆକ୍ଟ ୨୦୧୦ ।

ଏହି ଆଇନ ଦ୍ୱାରା ଡାକ୍ତରମାନଙ୍କ ବିରୁଦ୍ଧରେ କରାଯାଉଥିବା ଅପରାଧ ପାଇଁ ଅଭିଯୁକ୍ତଙ୍କୁ ଜାମିନ ମିଳିବ ନାହିଁ, ତିନିବର୍ଷ ଜେଲଦଣ୍ଡ ଓ ୫୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଅଭିଯୁକ୍ତଙ୍କୁ କ୍ଷତି ପହଂଚାଇବା ସମ୍ପତିର ୨ଗୁଣା ପୈଠ କରିବା ପାଇଁ ମଧ୍ୟ କୁହାଯାଇପାରିବ । ଗତ ତିନିବର୍ଷ ଭିତରେ ଡାକ୍ତରମାନଙ୍କୁ ମାଡ଼ ମାରିଥିବା ୫୩ଟି ଘଟଣା ଘଟିଛି କିନ୍ତୁ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ ।

ଗଣମାଧ୍ୟମର ସୂଚନା ମୁତାବକ ନିକଟରେ ଯେଉଁ ଡାକ୍ତରଙ୍କ ଉପରେ ଆକ୍ରମଣ କରାଯାଇଥିଲା ତାହାର ସମସ୍ତ ଅଭିଯୁକ୍ତ ଜାମିନ ପାଇସାରିଛନ୍ତି ।
ଆଇନ ବ୍ୟତିରେକ ଅଧିକାଂଶ ହସ୍ପିଟାଲ ନିଜର ନିରାପତ୍ତା ବଢ଼ାଇ ଦିଅନ୍ତୁ ଘଟଣା ଘଟିବାର ତୁରନ୍ତ ପରେ ପରେ ।

ଉଦାହରଣସ୍ୱରୂପ ଦିଲ୍ଲୀର ସବୁଠାରୁ ବଡ଼ ସରକାର ହସ୍ପିଟାଲ ଦୀନ୍ଦୟାଲ ଉପାଧ୍ୟାୟ ହସ୍ପିଟାଲ୍ର ବାଉନ୍ସରସ୍ (ନିରାପତା ପାଇଁ) ଭଡ଼ାରେ ନିଯୁକ୍ତ କଲେ ଯେତେବେଳେ ଏଭଳି ଆକ୍ରମଣ ଘଟଣା ମାସକୁ ଗୋଟିଏ ଗୋଟିଏ ଘଟି ଚାଲିଲା ଏବଂ ଡାକ୍ତରଖାନା କର୍ମଚାରୀମାନେ ଗତ ୬ବର୍ଷ ଭିତରେ ୨୦ଥର କାର୍ଯ୍ୟ ବନ୍ଦ କରି ପ୍ରତିବାଦ କରିଥିଲେ ।

ତଥାପି ନିରାପତା ବଢ଼ାଇବାଟା ଏକ ଅଧପନ୍ତରା ବ୍ୟବସ୍ଥା । ଏହା ଓଲଟା କାମ କରିପାରେ ଏବଂ ଡାକ୍ତର ଏବଂ ଜନସମୁଦାୟ ଭିତରେ ଥିବା ସମ୍ପର୍କଟିକୁ ଅଧିକ ରିକ୍ତ କରାଇପାରେ ।

ବିଗିଡ଼ିଚାଲିଥିବା ପରିସ୍ଥିତିକୁ ଦେଖି ବରିଷ୍ଠ ଡାକ୍ତରମାନେ ରୋଗୀମାନଙ୍କ ସହ କେମିତି ଭଲରେ କଥାବାର୍ତା କରାଯିବ ସେ ଦିଗରେ କନିଷ୍ଠ ଡାକ୍ତରମାନଙ୍କୁ ବୁଝାଇବା ପାଇଁ ପଦକ୍ଷେପ ନେଉଛନ୍ତି । କେତୋଟି ସରକାରୀ ଡାକ୍ତରଖାନା ଏ ଦିଗରେ ଆଗୁଆ ଅଛନ୍ତି ।

ଡାକ୍ତରୀ ଶିକ୍ଷାରେ ଏଭଳି ଏକ ଦିଗପ୍ରତି ଧ୍ୟାନ ଦିଆଯାଉ ନାହିଁ । ଯାହାବି ଦିଆଯାଉଛି ରୋଗୀମାନଙ୍କର ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମି ଡାକ୍ତରମାନେ ବୁଝିନପାରିବା ଯୋଗୁଁ ଗୋଟିଏ ଖରାପ ପରିସ୍ଥିତିଟି ଅଧିକ ଖରାପ ଆଡ଼କୁ ଯାଉଛି ।

ଯଦିଓ ସହାନୁଭୂତିସମ୍ପନ୍ନ ଓ ଭଲରେ କଥା ହେଇପାରୁଥିବା ଡାକ୍ତରମାନଙ୍କର ଆବଶ୍ୟକତା ଅଛି, ତେବେ କେବଳ ସେତିକି ହେଲେ ଚଳିବ ନାହିଁ ।

ଯେଉଁ ବିରାଟ ସଂଖ୍ୟାରେ ରୋଗୀମାନେ ଦେଶର ସରକାରୀ ଡାକ୍ତରଖାନାରେ ପହଂଚୁଛନ୍ତି ତାହା ଗଭୀର ଢାଂଚାଗତ ପରିବର୍ତନ ଆଣିବାର ଆବଶ୍ୟକତାକୁ ସୂଚାଉଛି ।

ଭାରତର ସ୍ୱାସ୍ଥ୍ୟସେବା ପାଇଁ ବଜେଟର ଅର୍ଥ ଆବଂଟନ ଅତି ଦୁଃସ୍ଥ । ପୁଣି ପ୍ରତି ୭ଜଣ ରୋଗୀ ପାଇଁ ୧ଡାକ୍ତର ବ୍ୟବସ୍ଥା ଯଥେଷ୍ଟ ହେବାଠାରୁ ଅନେକ ଦୂରରେ ।

ମହାରାଷ୍ଟ୍ର ଓ ବିହାରରେ ଦେଶର ସବୁଠାରୁ ଖରାପ ଡାକ୍ତର-ରୋଗୀ ଅନୁପାତ ରହିଆସିଛି । ନିକଟରେ ମହାରାଷ୍ଟ୍ରରେ ଡାକ୍ତର ଓ ରୋଗୀମାନଙ୍କୁ ନେଇ ହୋଇଥିବା ସଂଘର୍ଷ ପରି ଯେତେବେଳେ ଗୋଟିଏ ସଙ୍କଟ ଆସେ ସେତେବେଳେ ଧିରେ କିଛି କିଛି ପଦକ୍ଷେପ ନିଆଯାଏ ।

ତେବେ, ଯଦି ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ ବୃଦ୍ଧି କରିବା ଏବଂ ସରକାରୀ ଡାକ୍ତରଖାନାରେ ଫଳପ୍ରଦ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କ୍ଷମତା ବୃଦ୍ଧି କରିବା ଭଳି ବୃହତର ପ୍ରଶ୍ନଗୁଡ଼ିକୁ ଧ୍ୟାନ ଦିଆ ନଯାଏ, ଡାକ୍ତର ଓ ରୋଗୀମାନେ ପରସ୍ପରକୁ ନିଜର ଶତ୍ରୁ ହିସାବରେ ଦେଖି ଚାଲିଥିବେ ।

 

April 1, 2017     VOL L 11  NO 13  (Drawing Blood )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି, ସ୍ୱାସ୍ଥ୍ୟ Tagged With: କ୍ରୋଧିତ, ଡ଼ାକ୍ତରଖାନା, ମହାରାଷ୍ଟ୍ର

ସୁନା ମାଠିଆରେ ବାଡ଼େଇ ହେବା

April 2, 2017 by ଓଡିଶା ଡଟ କମ Leave a Comment

ଭାରତ ଏବେ ଆମେରିକାର ସପ୍ତମ ନୌଭେଳାକୁ ସେବା ଯୋଗାଇ ଦେବା କଥାଟି ଭାରତ-ଆମେରିକା ସମ୍ପର୍କ ଭିତରେ ଆସିଥିବା ବିରାଟ ପରିବର୍ତ୍ତନକୁ ଇଙ୍ଗିତ କରୁଛି ।

୧୯୭୧ରେ ଡିସେମ୍ବର ମାସରେ ଯେତେବେଳେ ଭାରତୀୟ ସେନା ଓ ବାଂଲାଦେଶର ମୁକ୍ତିବାହିନୀ ବିଜୟର ନିକଟତର ହେଉଥିଲେ , ସେତେବେଳେ ଭାରତୀୟ ସେନାଙ୍କୁ ଭୟଭୀତ କରାଇବା ପାଇଁ ଦକ୍ଷିଣ ଭିଏତ୍ନାମଠାରେ ଅବସ୍ଥିତ ସପ୍ତମ ନୌଭେଳାରୁ ଆମେରିକା ୧୦ଟି ଜାହାଜକୁ ଧରି ଏକ ଟାସ୍କଫୋର୍ସ ଗଠନ କରି ପଠାଇଥିଲା ।

ତା ପୂର୍ବରୁ ୧୯୭୧, ଅଗଷ୍ଟ ମାସରେ ଭାରତ ସୋଭିଏତ୍ ସଂଘ ସହ ଏକ ଶାନ୍ତି, ମୈତ୍ରୀ ଓ ସହଯୋଗର ଚୁକ୍ତି ସ୍ୱାକ୍ଷରିତ କରିଥିଲା ଯାହାର ଧାରା ୯ରେ ନୂଆଦିଲ୍ଲୀ ପାଇଁ ପ୍ରତିଶ୍ରୁତିଟିଏ ଥିଲା ଯେ ଯଦି ଭାରତ ପ୍ରତି ବିପଦ ଆସେ ବା ତାହାର ନିରାପତା ବିପନ୍ନ ହୁଏ, ତେବେ ଭାରତର ସୁରକ୍ଷା ପାଇଁ ସୋଭିଏତ୍ ସଂଘ ଆଗକୁ ଆସିବ ।

ବାସ୍ତବରେ ମଧ୍ୟ ଆମେରିକୀୟ ସପ୍ତମ ନୌଭେଳା ଆଡ଼ୁ ଥିବା ବିପଦକୁ ଏଡ଼େଇବା ପାଇଁ ଭାରତ ମହାସାଗରରେ ସୋଭିଏତ୍ ସଂଘର ଯୁଦ୍ଧ ଜାହାଜ, ଜାହାଜ ଧ୍ୱଂସକାରୀ ଜାହାଜ ଓ ବୁଡ଼ାଜାହାଜ ସେମାନଙ୍କ ପିଛା କରିଥିଲା ।

ଶୀତଳ ଯୁଦ୍ଧର ଅବସାନ ପରେ ଏବଂ ସୋଭିଏତ୍ ସଂଘର ବିଘଟନ ପୂର୍ବରୁ ନୂଆଦିଲ୍ଲୀ ତୁରନ୍ତ ପଟ୍ଟ ପରିବର୍ତ୍ତନ କରି ଦେଇଥିଲା । ପ୍ରଥମ ଗଲଫ୍ ଯୁଦ୍ଧ (ଅଗଷ୍ଟ ୧୯୯୦-ଫେବୃୟାରୀ ୧୯୯୧) ବେଳେ ହିଁ ଭାରତ ମାଟିରେ ଜାହାଜରେ ଇନ୍ଧନ ଭରଣ ପାଇଁ ଆମେରିକୀୟ ଯୁଦ୍ଧ ଜାହାଜଗୁଡ଼ିକୁ ଅନୁମତି ଦେଇଥିଲା ।

ଅଗଷ୍ଟ ୨୦୧୬ରେ ପରସ୍ପର ଭିତିଭୂମିକୁ ବ୍ୟବହାର ପାଇଁ ହୋଇଥିବା ବୁଝାମଣା ସ୍ୱାକ୍ଷରିତ ହେବା ପରେ /(ଯାହାକୁ ଲେମୋଆ) ବା Logistics Exchange Memorandum of Agreement କୁହାଯାଉଛି) ଉଭୟ ଦେଶର ସେନାବାହିନୀ ନିକଟତର ହେବା ପାଇଁ ସୁଯୋଗ ସୃଷ୍ଟି ହୋଇଛି ।

ଏହି ବୁଝାମଣା ଦ୍ୱାରା ପରସ୍ପରର ସାମରିକ ଭିତିଭୂମିକୁ ବିମାନରେ ଇନ୍ଧନ ଭରିବା ପାଇଁ ମରାମତି ପାଇଁ, ସରିଯାଉଥିବା ଜିନିଷଗୁଡ଼ିକର ପୁନଃଯୋଗାଣ ପାଇଁ ବ୍ୟବହାର କରାଯାଇପାରିବ ।

୨୦୧୬ ମସିହା ଅଗଷ୍ଟ ମାସରେ ପେଂଟାଗନ୍ (ଆମେରିକା ସାମରିକ ବାହିନୀର ମୁଖ୍ୟ କାର୍ଯ୍ୟାଳୟ)ଠାରେ ଆୟୋଜିତ ଗଣମାଧ୍ୟମମାନଙ୍କ ପାଇଁ ଏକ ସଂଯୁକ୍ତ ଅଭିଭାଷଣ ବେଳେ ଆମେରିକାର ରକ୍ଷାମନ୍ତ୍ରୀ କହିଥିଲେ ଯେ, ଏହି ବୁଝାମଣା ଯୋଗୁଁ ‘ଆମେ ଯେତେବେଳେ ଚାହିଁବୁ ଏକାଠି କାର୍ଯ୍ୟାନୁଷ୍ଠାନ କରିବା ସହଜ ହେବ ।’

ଏହା ‘ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ ସୈନ୍ୟତନ୍ତ୍ରକୁ ଅଧିକ ସହଜ କରିଦିଏ ଏବଂ ବହୁତ ଅଧିକ ଦକ୍ଷ ମଧ୍ୟ କରାଇଦିଏ ।’

ସେତେବେଳେ ତାଙ୍କର ଭାରତୀୟ ପ୍ରତିପକ୍ଷ ଥିବା ମନୋହର ପାରିକର ସହମତ ହୋଇ କହିଥିଲେ ଯେ, ଏହି ବୁଝାମଣାଟି ‘ପରସ୍ପର ନୌଭେଳାକୁ ସୈନିକ ଭିତିଭୂମିର ସହଯୋଗ କରିବ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ।’

ଆମେ ସଠିକ ଜାଣିନାହୁଁ କିନ୍ତୁ ଯାହା ଜଣାପଡ଼ୁଛି ଯେ, ଏହି ବୁଝାମଣାଟି ଭାରତୀୟ ମାଟି ଓ ବନ୍ଦରକୁ ବ୍ୟବହାର କରି ଆଗୁଆ ସାମରିକ ସାମଗ୍ରୀ ବା ସୈନିକ ମୁତୟନ କରିବ ପାଇଁ ଆମେରିକାକୁ ସୁଯୋଗ ଦେବ ।

ଏହି ବୁଝାମଣା ଲେମୋଆ ୬ରୁ ୭ମାସ ସମୟ ନେଇଛି ରୂପ ନେବା ପାଇଁ ।

ଏହିବର୍ଷ ଫେବୃୟାରୀ ମାସରେ ଅନିଲ ଧିରୁଭାଇ ଅମ୍ବାନୀ ଗୋଷ୍ଠୀର ରିଲାଏନ୍ସ ଡିଫେନସ୍ ଓ ଇଞ୍ଜିନିୟରିଂ କମ୍ପାନୀ ଗୋଟିଏ ‘ଜାହାଜ ମରାମତି ରାଜିନାମା’ କରିଛି ଯାହାଫଳରେ, ୭ମ ନୌଭେଳାର ଯୁଦ୍ଧଜାହାଜ ଓ ଅନ୍ୟାନ୍ୟ ସହଯୋଗୀ ଜାହାଜଗୁଡ଼ିକର ମରାମତି କରାଯାଇପାରିବ ଏହି କମ୍ପାନୀର ପିପାଭାଉ ଠାରେ ଥିବା ପାଣି ଜାହାଜ ମରାମତି ପାଇଁ ଉଦ୍ଦିଷ୍ଟ ସ୍ଥାନରେ ।

ଏହି ଚୁକ୍ତିନାମା ଫଳରେ କମ୍ପାନୀ ୫ବର୍ଷ ଭିତରେ ୧୫୦କୋଟି ଆମରିକୀୟ ଡଲାର ପାଇବ ।

ଗୁଜୁରାଟ ସରକାର ଓ କେନ୍ଦ୍ର ସରକାରଙ୍କର ସହଯୋଗରେ ୨୦୧୫ରେ ଅନିଲ ଅମ୍ବାନୀ ଗୋଷ୍ଠୀ ଅଧିଗ୍ରହଣ କରିଥିବା ଏହି ଜାହାଜ ମରାମତି ଖାନାଟିକୁ ଦ୍ରୁତଗତିରେ ଉନ୍ନତ କରାଗଲା ଯେମିତି ଆମେରିକୀୟ ନ୍ୟାଭି ଏହି କମ୍ପାନୀଙ୍କୁ ‘ଅନୁମୋଦିତ ଠିକାଦାର’ ହିସାବରେ ଗ୍ରହଣ କରିବ ।

ଏହା ଉଲ୍ଲେଖନୀୟ ଯେ (ଅନିଲ ଅମ୍ବାନୀଙ୍କ) ଏହି କମ୍ପାନୀଙ୍କ ସହ ଆମେରିକୀୟ ନ୍ୟାଭିର ଚୁକ୍ତି ପାଇଁ ନୂଆଦିଲ୍ଲୀ ଆମେରିକା ସହ ଲୋମୋଆ ଭଳି ଏକ ବୁଝାମଣା ଆଣିପାରିଲା ।

୨୦୦୫ ମସିହାରୁ ପ୍ରତିରକ୍ଷା ସାମଗ୍ରୀ ସଂଗ୍ରହ କ୍ଷେତ୍ରରେ ଘରୋଇ କମ୍ପାନୀମାନଙ୍କ ପ୍ରବେଶ ହେଇଆସିଛି, ଯେତେବେଳେ ପ୍ରଥମେ ‘ଅଫ୍ସେଟ୍ ନୀତି’ ଗ୍ରହଣ କରାଗଲା ଯେଉଁଠି ବିଦେଶ ପ୍ରତିରକ୍ଷା ସାମଗ୍ରୀ ଯୋଗାଣକାରୀମାନଙ୍କୁ ବାଧ୍ୟ କରାଗଲା ଯେ ସେମାନେ ଯୋଗାଉଥିବା ପ୍ରତିରକ୍ଷା ସାମଗ୍ରୀର ଗୋଟିଏ ଭାଗ ସ୍ଥାନୀୟ ସ୍ତରରୁ ଆଣିବେ ।

ସେଥିପାଇଁ ସେମାନଙ୍କୁ ଘରୋଇ କମ୍ପାନୀମାନଙ୍କ ସହ ମିଶି ଯୌଥ ଉଦ୍ୟୋଗ ବା ଭାଗିଦାରିତା ପ୍ରତିଷ୍ଠା କରିବା ପାଇଁ ଉତ୍ସାହିତ କରାଗଲା । ତେଣୁ ଉଦହରଣସ୍ୱରୂପ ଡାସଲେଟ୍ ରିଲାଏନ୍ସ ଏରୋସ୍ପେସ୍ ଗଠନ କରାଗଲା ରାଫେଲ ଚୁକ୍ତିରେ ହେଇଥିବା ‘ଅଫ୍ସେଟ୍’ଗୁଡ଼ିକୁ ଯୋଗାଇବା ପାଇଁ ।

ସରକାରଙ୍କର ‘ଭାରତରେ ପ୍ରସ୍ତୁତ’ ନୀତିକୁ ମଧ୍ୟ ଏଭଳି ଏକ ନିଷ୍ପତି କାମରେ ଲଗାଇଲା ବୋଲି ଯୁକ୍ତି କରିହେବ । ବାସ୍ତବରେ ଯେଉଁ ଭାରତୀୟ କମ୍ପାନୀମାନେ ଏହି ‘ଅଫ୍ସେଟ୍’ ନୀତିରେ କାମ କରୁଛନ୍ତି ସେମାନେ ପ୍ରତିରକ୍ଷା ସାମଗ୍ରୀ ଯୋଗାଉଥିବା ବିଦେଶୀ କମ୍ପାନୀମାନଙ୍କର କନିଷ୍ଠ ସାଥି ହିସାବରେ ହିଁ ରହିଥାନ୍ତି ।

ଭାରତର ରାଷ୍ଟ୍ରାୟତ ଉଦ୍ୟୋଗ ଓ ପ୍ରତିରକ୍ଷା ଉତ୍ପାଦନ ବିଭାଗ ଅଧିନରେ ଥିବା ଗୋଳାବାରୁଦ କାରଖାନାଗୁଡ଼ିକ ହିଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିଥାନ୍ତି । କିନ୍ତୁ ସେମାନଙ୍କୁ ଆଜି ଏଡ଼େଇ ଦେଇ ନୂଆକରି ଆରମ୍ଭ ହେଉଥିବା ଘରୋଇ କ୍ଷେତ୍ରର କମ୍ପାନୀମାନଙ୍କୁ ଅନୁଗ୍ରହ ଦେଖାଯାଉଛି ।

ଯେହେତୁ ନୂଆଦିଲ୍ଲୀକୁ ୱାଶିଂଟନ୍ ‘ବୃହତ୍ ପ୍ରତିରକ୍ଷା ସାଥୀ’ ହିସାବରେ ମାନ୍ୟତା ଦେଇଛି ଏବଂ ବଡ଼ଧରଣର ଅସ୍ତ୍ରଶସ୍ତ୍ର ଅଧିକରୁ ଅଧିକ ଆମେରିକୀୟ ତଥା ଇସ୍ରାଏଲୀ କମ୍ପାନୀମାନଙ୍କ ପାଖରୁ ଅଣାଯାଉଛି ଏବଂ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ଙ୍କର ପ୍ରତିରକ୍ଷା ମନ୍ତ୍ରୀ ଜେମସ୍ ମାଟିସ ମଧ୍ୟ ମଜୁବୁତିଆ ଢଙ୍ଗରେ ଦୋହରାଇ ସାରିଛନ୍ତି ଯେ ଚୀନ୍ର ମୁକାବିଲା ପାଇଁ ତାଙ୍କ ପ୍ରଶାସନ ଭାରତକୁ ସଶକ୍ତ କରାଇବ, ଭାରତର ପ୍ରତିରକ୍ଷା କ୍ଷେତ୍ରରେ ପ୍ରବେଶ କରିଥିବା ନୂଆ ଘରୋଇ କମ୍ପାନୀ ନିକଟରେ ବିପୁଳ ଲାଭକରିବାର ସୁଯୋଗ ଆସି ପହଂଚିଛି ।

ପେଂଟାଗନ୍ଠାରେ ଆମେରିକୀୟ ୭ମ ନୌଭେଳାର ମରାମତି ଓ ସେବା ପ୍ରଦାନ ପାଇଁ ସ୍ୱାକ୍ଷରିତ ଚୁକ୍ତିନାମା ଏବଂ ପରେ ଯେଉଁ ଉତ୍ସାହ ରିଲାଏନ୍ସ ଡିଫେନସ ଓ ଇଞ୍ଜିନିୟରିଂ ସଂସ୍ଥାର ପ୍ରବକ୍ତାଙ୍କ ପାଖରେ ଦେଖିବାକୁ ମିଳିଥିଲା, ଅନ୍ୟ ଘରୋଇ କ୍ଷେତ୍ରର କମ୍ପାନୀମାନେ ମଧ୍ୟ ଭାବୁଥିବେ ସେମାନେ କେମିତି ‘ଆଗଧାଡ଼ିର’ କମ୍ପାନୀ ହୋଇପାରିଲେ ନାହିଁ ଯେମିତି ଚୀନ୍ର ଉତ୍ଥାନକୁ ରୋକ ଲଗାଇବା ପାଇଁ ଭାରତ ଆଜି ଆମେରିକାର ‘ପ୍ରଥମ ଧାଡ଼ି’ର ରାଷ୍ଟ୍ର ହୋଇପାରିଛି ।

ଆଉ ଅନୀଲ ଅମ୍ବାନୀଙ୍କ ପାଇଁ ଯିଏ ନରେନ୍ଦ୍ର ମୋଦୀଙ୍କୁ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଇବା ପାଇଁ ଭାରତୀୟ ଘରୋଇ କମ୍ପାନୀମାନଙ୍କ ଉଦ୍ୟମରେ ବଡ଼ଭାଇ ମୁକେଶ ଅମ୍ବାନୀଙ୍କ ସହ ମିଶି କେନ୍ଦ୍ରୀୟ ଭୂମିକା ନିଭାଇଥିଲେ, ସେହି ଅନୁଗ୍ରହ (ପୁଞ୍ଜି ବିନିଯୋଗ)ର ବଦଳଟି ଯେମିତି ଶୀଘ୍ର ଫେରିଆସୁଛି (ଅତି ଶୀଘ୍ର ଅନୁଗ୍ରହକୁ ଫେରାଇବାର ସମୟକାଳକୁ ଦେଖିଲେ ତାହା କୁହାଯିବ)

ଏକଦା ଆମେରିକାର ୭ମ ନୌଭେଳା ଭାରତ ପ୍ରତି ଏକ ନିଶ୍ଚିତ ବିପଦ ଥିଲା । ବର୍ତମାନ ସେହି ୭ମ ନୌଭେଳା ଏକ ସାମରିକ ସୁଯୋଗଠୁ ବି ଅଧିକ ; ପ୍ରକୃତରେ ଯାହା ହାତ ଗଣତି କେତୋଟି ଲୋକ ପାଇଁ ଏକ ରତ୍ନଭରା ମାଠିଆ ।

March 25, 2017 VOL L11 NO 12 EPW -3 (Hitting the Military Jackpot)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଆମେରିକା, ଭାରତ

ସ୍ୱାସ୍ଥ୍ୟ ସେବାର ଅଧିକାର

April 2, 2017 by ଓଡିଶା ଡଟ କମ Leave a Comment

ଜାତୀୟ ସ୍ୱାସ୍ଥ୍ୟ ନୀତି ପ୍ରାଥମିକ ଭାବେ ଅଭିପ୍ରାୟକୁ ନେଇ ଗୋଟିଏ ବକ୍ତବ୍ୟ । ଏକଥାଟିକୁ ୨୦୧୭ ମସିହାର ଜାତୀୟ ସ୍ୱାସ୍ଥ୍ୟ ନୀତି ସାବ୍ୟସ୍ତ କରିଛି । ଏତିକି କଲାବେଳେ ବି ଏବଂ ତାକୁ କାର୍ଯ୍ୟରେ ରୂପାୟନ କରିବା ପାଇଁ ଢାଂଚାଟିଏ ପ୍ରସ୍ତୁତ କଲାବେଳେ ଅନେକ ଦିଗରୁ ଏହି ନୀତିରେ ଅଭାବ ଦେଖାଯାଉଛି ।

ଯେଉଁ କଥାଟି ବିଭ୍ରାନ୍ତ କରୁଛି ତାହା ହେଉଛି ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଘରୋଇ ସଂସ୍ଥାମାନଙ୍କର ମାତ୍ରାଧିକ ଭୂମିକା । ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହେଇଥିବା ଆଲ୍ମା ଆଟ୍ଟା ଘୋଷଣାନାମା ପରେ ଭାରତ ପ୍ରଥମଥର ପାଇଁ ୧୯୮୩ ମସିହାରେ ଜାତୀୟ ସ୍ୱାସ୍ଥ୍ୟ ନୀତି ପ୍ରସ୍ତୁତ କରିଥିଲା, ଯାହାର ପରବର୍ତୀ ସ୍ୱାସ୍ଥ୍ୟ ନୀତିଟି ୨୦୦୨ ମସିହାରେ ଗ୍ରହଣ କରାଯାଇଥିଲା ।

ଯଦିଓ ବିଶେଷକରି ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପ୍ରତିଷ୍ଠା ୨୦୦୫ରେ ହେବା ପରଠାରୁ ମୃତ୍ୟୁହାର, ପରମାୟୁ ଏବଂ ରୋଗ ପ୍ରଚଳନ ହାର ଭଳି ସ୍ୱାସ୍ଥ୍ୟ ସୂଚକାଙ୍କ ଗୁଡ଼ିକରେ ଉନ୍ନତି ଆସିଛି, ତେବେ ସେସବୁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟଗୁଡ଼ିକର ପହଂଚ ବାହାରେ ।

ଆଶାନୁରୂପକ, ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭ କେବଳ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଦିନଗୁଡ଼ିକୁ ବଢ଼େଇ ଦେଇଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତରେ ବଜେଟ୍ରେ ଯାହା ପ୍ରାବଧାନ କରାଯାଇଛି ବିଶ୍ୱରେ ତାହା ସର୍ବନିମ୍ନ ମୂଳ ଘରୋଇ ଉତ୍ପାଦନର ଶତକଡ଼ା ୧.୩ ଭାଗ ।

ଏଥିରୁ ଆମକୁ ବିଶ୍ୱାସ କଲାଭଳି କୌଣସି ପ୍ରେରଣା ମିଳୁନାହିଁ ଯେ ସ୍ୱାସ୍ଥ୍ୟକ୍ଷେତ୍ରରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟଗୁଡ଼ିକୁ ନିକଟରେ ପୂରଣ କରାଯାଇପାରିବ । ୧୫ବର୍ଷ ପରେ ଆସିଥିବା ଏବଂ ନିକଟରେ କ୍ୟାବିନେଟ୍ ମଞ୍ଜୁରି ପାଇଥିବା ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭ ଲକ୍ଷ୍ୟ ରଖିଛି ଯେ, ୨୦୨୫ ସୁଦ୍ଧା ଏହି ଖର୍ଚ୍ଚ ଭାଗଟି ଶତକଡ଼ା ୨୫ରେ ପହଂଚିଯିବ ।

ରାଜ୍ୟମାନେ ୨୦୨୦ ସୁଦ୍ଧା ନିଜ ବଜେଟର ଶତକଡ଼ା ୮ଭାଗ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରିବେ । ଏହି ସ୍ୱାସ୍ଥ୍ୟ ନୀତିଟି ଯୁକ୍ତି ରଖିଛି ଯେ ସ୍ୱାସ୍ଥ୍ୟ ବଜେଟର ୩ଭାଗରୁ ୨ଭାଗ ବା ତାହାଠାରୁ ଅଧିକ ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏବଂ ଅବଶିଷ୍ଟ ମାଧ୍ୟମିକ ଏବଂ ତା’ପର ସ୍ତରର ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ କରାଯାଉ ।

ଜାତୀୟ ସ୍ୱାସ୍ଥ୍ୟ ନୀତି କହିବା ମୁତାବକ ପ୍ରାଥମିକ ସ୍ତରରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବାବେଳେ, ମାଧ୍ୟମିକ ଓ ତା’ପର ସ୍ତରରେ ସରକାରୀ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ବୀମା ମିଳିବା ସହ ଘରୋଇ ସ୍ୱାସ୍ଥ୍ୟ ସେବା କିଣା ଯାଇପାରିବ ।

ଯଦିଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ସାମଗ୍ରିକ ଭାବେ ଯୋଗାଇଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, ତେବେ ସ୍ୱାସ୍ଥ୍ୟ ପାଇଁ ଅର୍ଥ ପ୍ରାବଧାନ ଯଦି ଶତକଡ଼ା ୨.୫ ଭାଗ ରହେ, ତେବେ ତାହା ଯଥେଷ୍ଟ ନୁହେଁ । ଅନ୍ୟାନ୍ୟ ବିକାଶୋନ୍ମୁଖିରେ ଦେଶଗୁଡ଼ିକ ଅପେକ୍ଷା ଆମେ କମ୍ ଖର୍ଚ୍ଚ କରୁଛେ ।

ନୂତନ ସ୍ୱାସ୍ଥ୍ୟନୀତିର ଅନ୍ୟ ଏକ ସକାରାତ୍ମକ ଦିଗ ହେଉଛି ଯେ ସବୁ ରାଜ୍ୟମାନଙ୍କରେ ଜନସ୍ୱାସ୍ଥ୍ୟ ପରିଚାଳନା ପାଇଁ କ୍ୟାଡ଼ର ସୃଷ୍ଟି କରିବା । ଏହି କ୍ୟାଡ଼ରରେ ଭିନ୍ନ ଭିନ୍ନ ପେଷାଦାର ବୃତିର ଲୋକଙ୍କୁ ନିଆଯିବ ଯଥା ସମାଜତତ୍ୱ, ଅର୍ଥଶାସ୍ତ୍ର, ନର୍ସିଂ ସେବା, ଡାକ୍ତରଖାନା ପରିଚାଳନା ଇତ୍ୟାଦି ।

ଯାହା ପୂର୍ବରୁ ରହିଆସିଥିଲା ଯେ, କେବଳ ସ୍ୱାସ୍ଥ୍ୟକ୍ଷେତ୍ରର ପେଷାଦାରମାନେ ନିଯୁକ୍ତି ପାଇବେ, ତାହା ରହିବ ନାହିଁ । ଆଉ ଗୋଟିଏ ସ୍ୱାଗତଯୋଗ୍ୟ ପ୍ରସ୍ତାବ ହେଉଛି ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଡାକ୍ତରଖାନାଗୁଡ଼ିକୁ ସୁଦୃଢ଼ କରିବା ଏବଂ କେତେକ ଜିଲ୍ଲା ହସପିଟାଲକୁ ଶିକ୍ଷାଦାନ କ୍ଷେତ୍ରରେ ରୂପାନ୍ତରିତ କରିବାର ଯୋଜନା ।

ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ୱ ରଖି, ଜାତୀୟ ସ୍ୱାସ୍ଥ୍ୟନୀତି ଏହି କଥା ମଧ୍ୟ କହୁଛି ଯେ, ଆୟୁଷ ଡାକ୍ତରମାନଙ୍କୁ ମୁଖ୍ୟସ୍ରୋତକୁ ଆଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହ ମିଶାଇଦେବେ ମଧ୍ୟମ ସ୍ତରର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ହିସାବରେ ।

ଅନ୍ୟ ସବୁ ଅର୍ଦ୍ଧ-ଡାକ୍ତରୀ ସେବା ପ୍ରଦାନକାରୀଙ୍କୁ କ୍ଷେତ୍ରରେ ମଧ୍ୟ ଏହା କରାଯିବ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବର୍ଦ୍ଧିତ କରି ସେଥିରେ ‘ଭଲରେ ରହିବା’ କଥାଟିକୁ ସାମିଲ କରାଯିବ ଏବଂ ‘ପ୍ରତିରୋଧକ ଓ ମଙ୍ଗଳକାରୀ’ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ରେ ଡାକ୍ତରମାନଙ୍କ ପାଇଁ ଗ୍ରାମାଂଚଳରେ ନିଯୁକ୍ତି ବାଧ୍ୟତାମୂଳକ କରାଯିବା କଥା କୁହାଯାଇଥିବା ବେଳେ, ପାରିବାରିକ ଔଷଧ ଓ ସାଧାରଣ ସ୍ୱାସ୍ଥ୍ୟ ସେବାରେ ଏମ୍.ଡି. ପାଠ୍ୟକ୍ରମ ପାଇଁ ମଧ୍ୟ ପ୍ରାବଧାନ କରାଯାଇଛି ।

ଏହି ନୀତିଗତ ପରାମର୍ଶଗୁଡ଼ିକ, ଯଦି ନିଷ୍ଠାର ସହ କାର୍ଯ୍ୟକାରୀ କରାଯାଏ, ତେବେ ଗ୍ରାମାଂଚଳରେ ସବୁପ୍ରକାର ସ୍ୱାସ୍ଥ୍ୟ ସେବା ବ୍ୟାପକ ଭାବେ ଯୋଗାଇଦେବା କ୍ଷେତ୍ରରେ ବହୁତ ଉପଯୋଗୀ ହେବ ।

ଯେଉଁ ଗୋଟିଏ ସୁପାରିଶ ଚିନ୍ତାର କାରଣ ହେଉଛି ତାହାହେଲା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜନସ୍ୱାସ୍ଥ୍ୟ ସେବାର କିଛି ବିଭାଗ ଘରୋଇ ସଂସ୍ଥାକୁ ହାତରେ ଦେଇଦେବା ସହ ଅଧିକ କ୍ଷେତ୍ରରେ ଘରୋଇ ସଂସ୍ଥାମାନଙ୍କର ପ୍ରବେଶ ଏବଂ ସ୍ୱାସ୍ଥ୍ୟ ବୀମା ଓ ସ୍ୱାସ୍ଥ୍ୟସେବାର ‘କୌଶଳଭିତିକ କ୍ରୟ’ ।

ଯଦିଓ ସାଧାରଣ ଟିକସ ବ୍ୟବସ୍ଥାରୁ ସ୍ୱାସ୍ଥ୍ୟସେବାର ମୂଳ ଅର୍ଥଟି ଆସିବ ତେବେ ରାଷ୍ଟ୍ରାୟତ୍ତ କ୍ଷେତ୍ରରୁ ସ୍ୱାସ୍ଥ୍ୟ ସେବା କିଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି, ଯାହା ପ୍ରଥମେ ସ୍ୱେଚ୍ଛାସେବୀ ସଂସ୍ଥାଙ୍କୁ ଅନ୍ତର୍ଭୁକ୍ତ କରିବ ଏବଂ ପରେ ଘରୋଇ କ୍ଷେତ୍ର ହାତକୁ ଯିବ ।

ଘରୋଇ କ୍ଷେତ୍ରଟିକୁ ଗ୍ରହଣ କରିହେବ ଯେତେଦିନ ଯାଏଁ ରାଷ୍ଟ୍ରର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଖର୍ଚ୍ଚକାଟ କରିବା ପାଇଁ ଏହା ଏକ ସୁବିଧାଜନକ ବାଟ ହିସାବରେ ଦେଖାନଯାଏ । ଯଦି ଅର୍ଥ ଖର୍ଚ୍ଚ ନକରେ, ସାଧାରଣ ସ୍ୱାସ୍ଥ୍ୟସେବା ଆଗକୁ ଯାଇପାରିବନି ।

ଦୁର୍ଭାଗ୍ୟର କଥା ଯେ, ଶିକ୍ଷା ଅଧିକାର ଓ ଖାଦ୍ୟ ଅଧିକାର ଢାଂଚାରେ ସ୍ୱାସ୍ଥ୍ୟ ସେବାର ଅଧିକାର ଆଣିବା ପାଇଁ ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭ର କୌଣସି ପ୍ରତିବଦ୍ଧତା ନାହିଁ । ଜାତୀୟ ସ୍ୱାସ୍ଥ୍ୟ ନୀତିକୁ ନେଇ ୨୦୧୫ ମସିହାରେ ହେଇଥିବା ଚିଠାରେ ଯେଉଁ ଜାତୀୟ ସ୍ୱାସ୍ଥ୍ୟ ଅଧିକାର ଆଇନ କଥା କୁହା ଯାଇଥିଲା ସେ ସମ୍ପର୍କିତ ସମସ୍ତ ତଥ୍ୟ ଓ ଉଲ୍ଲେଖଗୁଡ଼ିକୁ ନୂତନ ସ୍ୱାସ୍ଥ୍ୟ ନୀତିରୁ ହଟେଇ ଦିଆଯାଇଛି ।

ନୂତନ ନୀତିଟି କେବଳ ଏତିକି କହି ସୀମାରେଖାଟିଏ ଟାଣି ଦେଇଛି ଯେ, ‘ଭବିଷ୍ୟତରେ ସ୍ୱାସ୍ଥ୍ୟସେବାକୁ ଅଧିକାର ହିସାବରେ ପାଇବା ପାଇଁ ଯେଉଁ ଅନୁକୂଳ ପରିବେଶ ଦରକାର ତାକୁ ସୃଷ୍ଟି କରିବା ପାଇଁ ଗୋଟିଏ ‘ପ୍ରଗତିଶୀଳ କିସ୍ତିଭିତିକ ପ୍ରତିଶ୍ରୁତି’ ଆଧାରିତ ଏବଂ ନିଶ୍ଚିତଭାବେ ଅର୍ଥ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟସେବା ପାଇଁ ନୂତନ ନୀତିରେ ଯୁକ୍ତି ରଖାଯାଇଛି ।

ମୌଳିକ ସ୍ୱାସ୍ଥ୍ୟ ସେବାର ଭିତିଭୂମି ସର୍ବନିମ୍ନ ସ୍ତରରେ ପହଂଚାଇବା ଜରୁରୀ ଯଦି ସ୍ୱାସ୍ଥ୍ୟ ଅଧିକାରକୁ ନିଶ୍ଚିତ କରାଯିବ, ଏକଥା ମଧ୍ୟ କୁହାଯାଇଛି । ଏଭଳି ଏକ କାରଣ ଯଥେଷ୍ଟ ନୁହେଁ ଏବଂ ସ୍ୱାସ୍ଥ୍ୟସେବା ପାଇବା ପାଇଁ ଜନଗଣଙ୍କ ମୌଳିକ ଅଧିକାରର ସ୍ଥାନ ନେଇପାରିବ ନାହିଁ ।

ଯଦି ସ୍ୱାସ୍ଥ୍ୟସେବାଟିକୁ ଗୋଟିଏ ଅଧିକାର ହିସାବରେ ଆମେ ମାନିବା ନାହିଁ ତେବେ ସର୍ବନିମ୍ନ ସ୍ତରରେ ସ୍ୱାସ୍ଥ୍ୟ ଭିତିଭୂମି ଠିଆ କରାଇବା ପାଇଁ ଯେଉଁ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ଅଛି ତାକୁ ଯୋଗାଡ଼ କରିପାରିବା ନାହିଁ ।

ସାଧାରଣ ସ୍ୱାସ୍ଥ୍ୟସେବାରେ କରାଯାଉଥିବା ଖର୍ଚ୍ଚ କ୍ଷେତ୍ରରେ, ନାଗରିକମାନେ ସ୍ୱାସ୍ଥ୍ୟ ସେବା ପାଇପାରିବା କ୍ଷେତ୍ରରେ ଏବଂ ସ୍ୱାସ୍ଥ୍ୟର ସୂଚକାଙ୍କମାନଙ୍କୁ ଦେଖିଲେ ଭାରତ, ଥାଇଲାଣ୍ଡ, ଶ୍ରୀଲଙ୍କା ସମେତ ଅନ୍ୟ ବ୍ରିକ୍ସସଦସ୍ୟ ଦେଶ ଯଥା ବ୍ରାଜିଲ, ରୁଷିଆ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା ତୁଳନାରେ ବହୁତ ପଛରେ ଅଛି ।

ସେମାନେ ଭାରତକୁ ଅତିକ୍ରମ କରି ନିଜର ସ୍ୱାସ୍ଥ୍ୟ ଲକ୍ଷ୍ୟ ପୂରଣ କରିସାରିଛନ୍ତି, ଯେତେବେଳେ କି ଆମେ ଆମର ସ୍ୱାସ୍ଥ୍ୟ ଲକ୍ଷ୍ୟଗୁଡ଼ିକ ହାସଲ କରିବା ଏବଂ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ପହଂଚାଇବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରିଆସିଛେ ।

ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକୁ ହାସଲ କରାଯିବା କେତେ ଜରୁରୀ ତାକୁ ବୁଝିବାରେ ଜାତୀୟ ସ୍ୱାସ୍ଥ୍ୟନୀତି ୨୦୧୭ ବିଫଳ ହେଇଛି । ସ୍ୱାସ୍ଥ୍ୟକୁ ଉଲ୍ଲଂଘନ ନକରିପାରିବା ଭଳି ଏକ ଅଧିକାର ହିସାବରେ ସ୍ୱୀକାର କରିବା ପାଇଁ ଦିଆଯାଇଆସିଥିବା ବଳିଷ୍ଠ ଯୁକ୍ତିକୁ ଅଣଦେଖା କରି ନୂତନ ସ୍ୱାସ୍ଥ୍ୟ ନୀତି ନିଶ୍ଚିତ କରୁଛି ଯେ, ଭାରତ ଏସବୁ ଦେଶମାନଙ୍କ ପଛରେ ହିଁ ରହିବ ।

 

March 25, 2017 VOL L11 NO 12 EPW -2 (Right to Health Care)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ସ୍ୱାସ୍ଥ୍ୟ

ମୋଦୀ ଓ ଯୋଗୀ

April 2, 2017 by ଓଡିଶା ଡଟ କମ Leave a Comment

ନିକଟରେ ନିର୍ବାଚନଗୁଡ଼ିକରେ ବିଜୟ ଲାଭ ପରେ ଯୋଗୀ ଆଦିତ୍ୟନାଥ ହିଁ ଉତ୍ତରପ୍ରଦେଶର ନେତୃତ୍ୱ ନେବାପାଇଁ ସବୁଠାରୁ ଉପଯୁକ୍ତ ବ୍ୟକ୍ତି ବୋଲି ଯେତେବେଳେ ଭାରତୀୟ ଜନତା ପାର୍ଟି ଘୋଷଣା କଲା, ତାହା ଲୋକମାନଙ୍କୁ କାହିଁକି ଆଚମ୍ବିତ କଲା?

ନିଶ୍ଚିତ ଭାବେ ଯଦି ଭାଜପା କ୍ରୁର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଭାରତକୁ ହିନ୍ଦୁରାଷ୍ଟ୍ର ଆଡ଼କୁ ନେଇଯିବାର ଘୋଷିତ ଲକ୍ଷ୍ୟକୁ ଦେଖାଯାଏ, ତେବେ ଏଭଳି ଏକ ନିଯୁକ୍ତିର ସମ୍ପୂର୍ଣ୍ଣ ଅର୍ଥ ବାହାରୁଛି ।

ଏଭଳି ଏକ ନିଯୁକ୍ତି ଘୋଷଣା କରୁଛି ଯେ, ସମସ୍ତଙ୍କ ସାଥିରେ ନେଇ ଚାଲିବା ପାଇଁ ଲୋକଙ୍କ ପାଖରେ ଯାହା ଉଚ୍ଚାରଣ କଲେ ବି ଦଳର ଦୀର୍ଘସୂତ୍ରୀ କାର୍ଯ୍ୟସୂଚୀରେ ଏପଟ ସେପଟ କରାଯାଇ ନାହିଁ ।

ସେଥିପାଇଁ ଯୋଗୀଙ୍କ ଭଳି ଜଣେ କଠୋରପନ୍ଥୀ ଗୋରଖନାଥ ମଠର ମହନ୍ତ ୨୦୧୯ ସାଧାରଣ ନିର୍ବାଚନ ବେଳକୁ ହିନ୍ଦୁ ଭୋଟଗୁଡ଼ିକୁ ଏକାଠି କରାଇ ଯଦି ଭାଜପାର ବିଜୟକୁ ନିଶ୍ଚିତ କରାଇପାରିବେ, ତେବେ କାହିଁକି ତାଙ୍କୁ ଏଭଳି ଏକ ପଦବୀ ଦିଆଯିବ ନାହିଁ?

ଭାଜପାର ପଦବୀ ଚୟନ ପାଇଁ ପସନ୍ଦରେ ସମସ୍ୟା ନାହିଁ । ସମସ୍ୟାଟି ହେଉଛି ଯେଉଁଠି ଗଣମାଧ୍ୟମର ଏବଂ ସଂଖ୍ୟାଧିକ ବର୍ଗଙ୍କ ସମେତ ଅନେକଲୋକ ଏଭଳି ଏକ କଥାରେ ବିଶ୍ୱାସ କରିବା ପାଇଁ ପ୍ରଭାବିତ ହେଇଛନ୍ତି ଯେ, କ୍ଷମତା ପାଇବା ପରେ ମୋଦୀ ନରମି ଯାଇଛନ୍ତି ।

ଯେମିତିକି ସେ କେବଳ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ନୁହେଁ ବରଂ ସମଗ୍ର ଦେଶର ପ୍ରଧାନମବୀ । ସେଥିପାଇଁ ହିସାବରେ ବିଭେଦ ସୃଷ୍ଟିକାରୀ ହିନ୍ଦୁତ୍ୱକୁ ନୁହେଁ ବରଂ ‘ବିକାଶ’ ହିଁ ତାଙ୍କ ତାଲିକାରେ ପ୍ରାଥମିକତା ପାଇଛି । ଯେଉଁମାନେ ଏଭଳି ଏକ ଚତୁର ବାର୍ତାର ପାଲରେ ପଡ଼ିଗଲେ ଗୋଟିଏ ଭ୍ରମର ଶିକାର ହେଲେ ।

ଗତ ତିନିବର୍ଷର କାର୍ଯ୍ୟକାଳ ଭିତରେ ମୋଦୀଙ୍କ ମୌଳିକ ମତ ଗୁଡ଼ିକରେ ଏମିତି କିଛି ପରିବର୍ତନ ଆସିନାହିଁ । ଦରକାର ପଡ଼ିଲେ ସେ ଓ ତାଙ୍କର ଦଳ ସବୁ ଭାରତୀୟଙ୍କର ଗ୍ରହଣୀୟତା ହାସଲ କରିବା ପାଇଁ ମଝିକୁ ଆସିଯିବ ବୋଲି ଦିନେ ଦାବୀ କରୁଥିବା ମୋଦୀ ଆଜି ମୁସଲମାନଙ୍କ ବିରୁଦ୍ଧରେ ଘୃଣା ବାଂଟି ଚାଲିଥିବା ଆଦିତ୍ୟନାଥଙ୍କୁ କଠୋର ଭାବେ ନିୟବଣକୁ ଆଣିପାରିଥାନ୍ତେ ।

ହଁ, ସେ ନିଶ୍ଚିତ ଭାବେ ସେଭଳି କିଛି କରିନାହାନ୍ତି । ଏଭଳି ଏକ ବିଦ୍ରୂପ ଆଗରେ ମୋଦୀଙ୍କ ନିରବତା ସୂଚାଇ ଦେଇଛି ଯେ ଯେଉଁ ଚରିତ୍ରଗୁଡ଼ିକ ଦଳର ତଥାକଥିତ ସୀମାନ୍ତରେ ଅଛନ୍ତି ବୋଲି କୁହାଯାଉଛି ସେମାନେ ଦଳର କେନ୍ଦ୍ରରେ ହିଁ ଅଛନ୍ତି ଠିକ ଗୋଟି ନିଷ୍ପତି ସହ ତା ଚୋପାଟି ଯେମିତି ମିଶିକିଥାଏ ।

ସେମାନେ ତାଙ୍କ କାମର ଠିକଣା, କ୍ଷମତା ଏବଂ ବୈଧତା ମୋଦୀଙ୍କ ଭଳି ଲୋକଙ୍କଠୁ ପାଇଥାନ୍ତି ଓ ତାଙ୍କର ଏବଂ ଦଳର ରାଜନୈତିକ ଲକ୍ଷ୍ୟ ହାସଲ କରିବା ଦିଗରେ ସାହାଯ୍ୟ କରିଥାନ୍ତି । ଜଣେ ଏଭଳି ବି ଯୁକ୍ତି ରଖିପାରେ ଯେ, ଉଗ୍ର ଉପାଦାନଗୁଡ଼ିକୁ ଅଣଦେଖ କରିବା ଭାଜପାର ଏକ ରାଜନୈତିକ କୌଶଳ ଏବଂ ସେ ଭିତରୁ ଜଣକୁ ସବୁଠାରୁ ବଡ଼ ରାଜ୍ୟର ମୁଖ୍ୟ ପଦବୀରେ ବସାଇବା ଓଲଟା ଫଳ ଦେଇପାରେ ।

ତା’ହେଲେ ୫ଥର ଲୋକସଭା ସଦସ୍ୟ ନିର୍ବାଚିତ ହୋଇଥିବା ଏହି ମଣିଷଟି ନିଜର ମୁସଲମାନବିରୋଧୀ ଦୁଷ୍ଟ ଉଚ୍ଚାରଣ ସତ୍ୱେ ଏବଂ ନିଜ ଗୁଣ୍ଡାମାନଙ୍କ ଦ୍ୱାରା ଗଠିତ ହିନ୍ଦୁ ଯୁବାବାହିନୀ ମାଧ୍ୟମରେ ବିଭେଦ ସୃଷ୍ଟିକାରୀ ଘଟଣାମାନ ଭିଆଇ, ନରମପନ୍ଥୀ ଭାବେ ତୋଳା ଯାଇଥିବା ମୋଦୀଙ୍କର ଭାବମୂର୍ତିକୁ କ୍ଷତି ପହଂଚାଇ ପାରିଥାନ୍ତେ କି?

ଅତୀତରେ ଯୋଗୀ ଦେଇଥିବା ଉତେଜନାପୂର୍ଣ୍ଣ ବକ୍ତବ୍ୟଗୁଡ଼ିକ ସହ କେମିତି ମୋଦୀଙ୍କର ଲୋଭିଲା ପ୍ରତିଶ୍ରୁତି ସମୂହ ସମସ୍ତଙ୍କ ସହ, ସମସ୍ତଙ୍କ ବିକାଶ ତାଳ ଦେଇ ଯାଇପାରିବ?

ଏହି ଦୁଇଟି ଭିତରେ ଥିବା ଅସଙ୍ଗତି ସ୍ପଷ୍ଟ ହୋଇଯାଉଛି ଶପଥ ନେବାର ଦିନକ ଭିତରେ ଆଦିତ୍ୟନାଥ ଘୋଷଣା କରିସାରିଲେଣି ତାଙ୍କ ପ୍ରାଥମିକତା ତାଲିକାରେ ରହିଛି ବେଆଇନ କଂସେଇଖାନାଗୁଡ଼ିକୁ ବନ୍ଦ କରିବାର ଯୋଜନା -ଯେଉଁମାନଙ୍କୁ ଗୋମାଂସ ପ୍ରସ୍ତୁତି କରିବାରେ କୌଣସି ପ୍ରମାଣ ନଥାଇ ବି ସନ୍ଦେହ କରାଯାଉଛି ।

ଠିକ୍ ଦିନକ ପରେ ବାତ୍ରୋସ୍ ଜିଲ୍ଲାରେ ତିନୋଟି ମାଂସ ଦୋକାନକୁ ପୋଡ଼ି ଦିଆଗଲା, ଗାଜିଆବାଦର ୧୪ଟି ‘ବେଆଇନ’ କଂସେଇଖାନାକୁ ସିଲ୍ କରିଦିଆଗଲା ଏବଂ କାନପୁର, ମିରଟ୍ ଓ ଆଜମ୍ଗଡ଼ରେ ସେଭଳି ଅନେକ କଂସେଇଖାନାକୁ କାର୍ଯ୍ୟାନୁଷ୍ଠାନ ତାଲିକାରେ ରଖାଗଲା ।

ଯେହେତୁ ଏସବୁର ମାଲିକମାନେ ମୁସଲମାନ ସମ୍ପ୍ରଦାୟର, ଏଭଳି ଏକ କାମକୁ କାହିଁକି ପ୍ରାଥମିକତା ଦିଆଯାଉଛି, ଉଦ୍ଦେଶ୍ୟଟି ଲୁଚିକି ଅଛି । ରାସ୍ତାରେ ଯୁବତୀ ଝିଅମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଲୋକମାନଙ୍କୁ କାବୁ କରିବା ପାଇଁ ‘ରୋମିଓ ବିରୋଧୀ ସ୍କ୍ୱାଡ଼’ ଗଠନ କରିବା ପାଇଁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯୋଗୀଙ୍କ ପାଇଁ ଅଧିକ ବଡ଼ ଆହ୍ୱାନ ଦେଉଛି ସେ କିଭଳି ଏକଦା ବାବ୍ରୀ ମସଜିଦ୍ ଠିଆ ହେଇଥିବା ବିବାଦୀୟ ଜମି ଉପରେ ରାମ ମନ୍ଦିର ପ୍ରତିଷ୍ଠା କରିବା କାମକୁ ପୁଣିଥରେ କେମିତି ଆଗକୁ ନେବେ ।

ମାମଲାଟି ଅଦାଲତରେ ବେଶୀ ଦିନ ଚାଲିଥିଲା କିନ୍ତୁ ହଠାତ୍ ଏହି ମାମଲାର କୌଣସି ପକ୍ଷରେ ନଥିବା ଭାଜପା ସାଂସଦ ସୁବ୍ରମନିୟମ ସ୍ୱାମୀ ମାମଲାର ଦ୍ରୁତ ଶୁଣାଣୀ କରିବା ପାଇଁ ଉଚ୍ଚତମ ନ୍ୟାୟାଳୟର ଆବେଦନ କରିବା ଏବଂ ଏହାର ମୁଖ୍ୟ ବିଚାରପତି ଅଦାଲତ ବାହାରେ ମାମଲାଟିକୁ ବୁଝାସୁଝା ମାଧ୍ୟମରେ ସମାଧାନ କରିବା ପାଇଁ ପରାମର୍ଶ ଦେବାପରେ ହଠାତ୍ ପୁଣିଥରେ ଅଯୋଧ୍ୟା ପ୍ରସଙ୍ଗ ସାମ୍ନାକୁ ଆସିଛି ।

ଉତ୍ତରପ୍ରଦେଶର ମୁଖ୍ୟମବୀ ପାଇଁ ଯୋଗୀଙ୍କୁ ପସନ୍ଦ କରିବା ମୋଦୀଙ୍କ ଭାବମୂର୍ତି ଉପରେ ଆଂଚ ଆଣିବ କି ନାହିଁ ଯଦି ପଚରାଯାଏ, ତେବେ ହିନ୍ଦୁରାଷ୍ଟ୍ରର ପ୍ରତିଶ୍ରୁତି ଓ କମଳା ରଙ୍ଗ ସହ ବିକାଶ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଭିତରେ କ’ଣ ଦ୍ୱନ୍ଦ୍ୱ ଅଛି ବୁଝିବାକୁ ପଡ଼ିବ ।

ଲୋକେ କେତେ ଶୀଘ୍ର ଭୁଲିଗଲେ ମୋଦୀ ଗୁଜୁରାଟରେ କରିଥିବା କାମର ବିବରଣୀଟି, ଯେଉଁଠି ସିଏ ୨୦୦୨ରେ ମୁସଲମାନବିରୋଧୀ କାର୍ଯ୍ୟକ୍ରମରୁ ନଜର ହଟାଇବା ପାଇଁ ‘ଗୁଜୁରାଟ ଢାଂଚା’ର ବିକାଶ କଥାର ପରିକଳ୍ପନା କରିଥିଲେ ।

ଆଜିଭଳି ସେଦିନ ବି ମୋଦୀଙ୍କ ବାର୍ତାଟି ଚତୁର ଥିଲା । ସେ ବାସ୍ତବତାଟିକୁ ଅସ୍ପଷ୍ଟ କରିଦେବାରେ ସଫଳ ହୋଇଥିଲେ ଯେ, ଏଭଳି ଏକ ବିକାଶ ଦରିଦମାନଙ୍କୁ ବାଦ୍ ଦେଇ କିଛି ବଛା ବଛା ପୁଞ୍ଜିପତିଙ୍କ ଲାଭପାଇଁ ହିଁ କାମ କରିବ ।

ଏଭଳି ଏକ ବିକାଶ ମୁସଲମାନମାନଙ୍କୁ ଏମିତି ଏକ ଅସହାୟ ଅବସ୍ଥାକୁ ନେଇ ଆସିଥିଲା ଯେ ସେମାନେ ସେମାନଙ୍କ ସ୍ୱର ଉଠାଇ ପାରୁନାହାନ୍ତି । ମୋଦୀମାର୍କା ବିକାଶ, ବିକାଶ ଖାଦ୍ୟର ଲୋଭ ଦେଖାଇ ଭୋଟରମାନଙ୍କୁ ହିନ୍ଦୁ ରାଷ୍ଟ୍ର ଆଡ଼କୁ ଟାଣିବା ଛଡ଼ା ଅନ୍ୟ କିଛି ନୁହେଁ ।

୨୦୧୫ରେ ଦିଲ୍ଲୀ ଓ ବିହାରରେ ନିର୍ବାଚନୀ ପରାଜୟ ପରେ ଆଶା କରାଯାଉଥିଲା ଯେ ଭାଜପା ତା’ର କୌଶଳ ବଦଳାଇବ । ଦଳ ମଧ୍ୟ ତାହା କଲା ।

୨୦୧୪ରେ ମୋଦି ଦେଇଥିବା ବିକାଶର ଉଚ୍ଚାରଣଗୁଡ଼ିକୁ ବଳବତର ରଖି, ଦଳ ଏକା ସାଙ୍ଗରେ ମୁସଲମାନ ବିରୋଧୀ ଘୃଣା ଓ ସନ୍ଦେହର ପ୍ରସାର କଲା ଯଦ୍ୱାରା କି ହିନ୍ଦୁ ଭୋଟଗୁଡ଼ିକୁ ଏକାଠି କରିହେବ । ଏହି ହିନ୍ଦୁ ଭୋଟକୁ ଏକାଠି କରିବା କାମରେ ଉତ୍ତରପ୍ରଦେଶରେ ଜଣେ ଉପଯୋଗୀ ପ୍ରସାରକ ।

ଉତ୍ତରପ୍ରଦେଶକୁ ପକେଟ୍ରେ ଧରି ଭାଜପା ‘ବିକାଶ ଓ ହିନ୍ଦୁତ୍ୱ’କୁ ନେଇ ଭଲ ଯୁଗଳବନ୍ଦୀ କରିପାରିବ । ଦଳଟି ସମସ୍ତଙ୍କ ପାଇଁ କାମ କରିବ; ଏଭଳି ଛଳନାଟିଏ କରି ନିଜର ସଂକୀର୍ଣ୍ଣ କାର୍ଯ୍ୟସୂଚୀକୁ କାମରେ ଲଗାଇବ ।

ଏଭଳି ଏକ ବିଭାଜନକାରୀ କାମ ପାଇଁ ଉତ୍ତରପ୍ରଦେଶରେ ଜଣେ ଯୋଗୀ ଏବଂ ଦିଲ୍ଲୀରେ ଜଣେ ମୋଦୀ ସମ୍ପୂର୍ଣ୍ଣଭାବେ ଯୋଗ୍ୟ ବ୍ୟକ୍ତିତ୍ୱ ।

 

March 25, 2017 VOL L11 NO 12 EPW – 1 (Modi and the Yogi)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ମୋଦୀ, ଯୋଗୀ

ଆଶାର ଅସହ୍ୟ ବୋଝ

March 30, 2017 by ଓଡିଶା ଡଟ କମ Leave a Comment

ଉତ୍ତରପ୍ରଦେଶ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଚିତ୍ତାକର୍ଷକ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ବିଜୟ ହିସାବରେ ଦେଖାଯାଉଛି । ଏହି ବିଜୟ ଗରିବ ଲୋକଙ୍କ ମନରେ ଭଲ ଦିନ ଆସିବାର ଆଶାକୁ ବଢ଼େଇ ଦେଇଛି ।

ଯେଉଁ ଦିଗରେ ବର୍ତ୍ତମାନର ସରକାରଙ୍କର ଅର୍ଥନୀତି ଚାଲିଛି, ନୂଆ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ସେମାନଙ୍କ ପାଇଁ ଏକ ବହୁତ ବଡ଼ ଆହ୍ୱାନ ହେବ । ସେହି ଦୃଷ୍ଟିରୁ ହିନ୍ଦୁ ଜାତୀୟତାବାଦୀ ସଂଖ୍ୟାବହୁଳଙ୍କ କାର୍ଯ୍ୟସୂଚୀ ଉପରେ ମୋଦୀଙ୍କୁ ନିର୍ଭରଶୀଳ ହେବାକୁ ପଡ଼ିବ ।

୨୦୧୯ ନିର୍ବାଚନରେ ସେ ‘ଭାରତର ଦ୍ୱିତୀୟ ଜନରାଜ୍ୟ’ର ସର୍ବୋଚ୍ଚ ନେତା ହିସାବରେ ଆବିର୍ଭାବ ହେବାର ଯେଉଁ ଆତ୍ମବିଶ୍ୱାସ ରଖିଛନ୍ତି ତା’ର ପୂର୍ବାନୁମାନ କରିହେଇଯାଉଛି, ଯେତେବେଳେ ତାଙ୍କର ରାଜନୈତିକ ବିରୋଧୀମାନଙ୍କର ସବୁ ସ୍ତରରେ ଥିବା ଗୋଳମାଳିଆ ପରିସ୍ଥିତିକୁ ଦେଖାଯାଏ ।

ସେମାନେ ଏକାଠି ହେଲେ ମୋଦୀଙ୍କ ଆଧିପତ୍ୟର ପ୍ରଭାବକୁ ପ୍ରତିହତ କରିବାରେ ଏହି ପରିସ୍ଥିତି ପ୍ରତିବନ୍ଧକ ସୃଷ୍ଟି କରିବ । ଭାରତର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ରାଜ୍ୟରେ, ଯେଉଁଥିରେ ୬ଜଣ ଭାରତୀୟଙ୍କ ଭିତରୁ ଜଣେ ବାସ କରନ୍ତି, ଭାଜପାର ପ୍ରାର୍ଥୀମାନେ ଶତକଡ଼ା ୮୦ଭାଗ ଆସନରୁ ଜୟଯୁକ୍ତ ହେଇଛନ୍ତି ।

ଅଧିକାଂଶ ଉତ୍ତରପ୍ରଦେଶ ଭୋଟଦାତାଙ୍କ ନଜରରେ ମୋଦୀ ‘ଆଶା’ର ପ୍ରତିନିଧିତ୍ୱ କରୁଛନ୍ତି । ଜଣେ ଶକ୍ତିମାନ ଏବଂ ଦୁର୍ନୀତିମୁକ୍ତ ନେତୃତ୍ୱ ଯାହାର ଅନୁଗ୍ରହ ନେବା ପାଇଁ ପରିବାରଟିଏ ବି ନାହିଁ, ଏଭଳି ଏକ ଭାବମୂର୍ତି ଉତ୍ତରପ୍ରଦେଶର ଅଧିକାଂଶ ଗରିବ ଲୋକମାନଙ୍କୁ ଆବେଦନ କରିଥିଲା । ୧୯୭୧ରେ ବାଂଲାଦେଶ

ସୃଷ୍ଟି ହେବା ପରେ ଇନ୍ଦିରା ଗାନ୍ଧୀଙ୍କର ଯେଉଁଭଳି ଲୋକପ୍ରିୟତା ସୃଷ୍ଟିହୋଇଥିଲା, ତା’ ପରଠାରୁ ଅନ୍ୟ କୌଣସି ବ୍ୟକ୍ତି ଭାରତୀୟ ରାଜନୀତିରେ ସେତିକି ପତିଆରା ଜାହିର କରିପାରିନାହାଁନ୍ତି । ମୋଦୀ ଆଜି ସେତିକି କରିପାରିଛନ୍ତି ।

କୌଣସି ପ୍ରଧାନମନ୍ତ୍ରୀ ମଧ୍ୟ ରାଜ୍ୟ ନିର୍ବାଚନରେ ଏମିତି ବ୍ୟାପକ ପ୍ରଚାର ଅଭିଯାନ କରିନଥିଲେ ମୋଦୀ ଯେମିତି ଉତ୍ତରପ୍ରଦେଶ ନିର୍ବାଚନ ବେଳେ କରିଛନ୍ତି ।

ଏଥିପୂର୍ବରୁ ଏହି ରାଜ୍ୟର ନିବାଚନରେ ଏଭଳି ଘଟଣା ମଧ୍ୟ ଘଟି ନଥିଲା ଯେ ଗୋଟିଏ ରାଜନୈତିକ ଦଳ ନିଜ ଯୋଜନାରୁ ଖୋଲାଖୋଲି ମୁସଲମାନମାନଙ୍କୁ ବାଦ୍ ଦେଇପାରିଲା, ଯେଉଁମାନଙ୍କ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୫ଭାଗରୁ ଏକ ଭାଗ ।

ମୁସଲମାନଙ୍କ ପାଇଁ ବାର୍ତ୍ତାଟି ସ୍ପଷ୍ଟ ଥିଲା; ଯେହେତୁ ତୁମେ କୌଣସି ପ୍ରକାରେ ଭାଜପାକୁ ଭୋଟ ଦେବନାହିଁ ଆମେ ଗୋଟିଏ ବି ମୁସଲମାନ ପ୍ରାର୍ଥୀ କାହିଁକି ଛିଡ଼ା କରେଇବୁ?

ମୋଦୀ ଏବଂ ତାଙ୍କର ବିଶ୍ୱସ୍ତ ସୈନିକ ଭାଜପା ସଭାପତି ଅମିତ ଶାହା, ଯିଏ ଦକ୍ଷତାର ସହ ତଳସ୍ତରରୁ ନିର୍ବାଚନ ପରିଚାଳନା କଲେ, ଭଲ ଭାବେ ବୁଝି ସାରିଥିଲେ ‘ଫାଷ୍ଟ-ପାଷ୍ଟ- ଦି-ପୋଷ୍ଟ’ ନିର୍ବାଚନ ବ୍ୟବସ୍ଥାରେ ଥିବା ଅନିୟମିତତାକୁ (ଯେଉଁ ବ୍ୟବସ୍ଥାରେ ଭୋଟରମାନଙ୍କୁ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମୋହର ଦେବାପାଇଁ କୁହାଯାଏ ଏବଂ ଯିଏ ସର୍ବାଧିକ ପସନ୍ଦ ପାଏ ତାକୁ ବିଜେତା ଘୋଷିତ କରାଯାଏ) ।

ଅନ୍ୟ ଅର୍ଥରେ ବିଜେତା ସବୁ କିଛି ନେଇଯାଏ ଏବଂ ପରାଜିତ ସବୁ କିଛି ହରାଇଥାଏ । ଉତ୍ତରପ୍ରଦେଶ ଭଳି ଉତ୍ତରାଖଣ୍ଡରେ ମଧ୍ୟ ଭାଜପା ବିପୁଳ ବିଜୟ ହାସଲ କରିଥିଲା ।

ଉତ୍ତରପ୍ରଦେଶ ତୁଳନାରେ ଉତ୍ତରାଖଣ୍ଡ ରାଜନୀତି ଭିନ୍ନ; ଯେଉଁଠି ୨୦୦୦ ମସିହାରେ ଉତ୍ତରପ୍ରଦେଶରୁ ବାହାରି ଏହି ନୂତନ ରାଜ୍ୟ ଗଠନ ହେବା ପରଠାରୁ କଂଗ୍ରେସ ଓ ଭାଜପା ଭିତରେ କ୍ଷମତାର ଅଦଳବଦଳ ଚାଲିଛି । ପ୍ରତିଟି ନିର୍ବାଚନରେ ଅନ୍ୟ ଦଳଟି କ୍ଷମତାକୁ ଆସୁଛି ।

ଯେଉଁ ରାଜ୍ୟଗୁଡ଼ିକ ଏଥର ନିର୍ବାଚନକୁ ଯାଇଥିଲେ ସେମାନେ ପରସ୍ପର ଠାରୁ ଭିନ୍ନଥିଲେ ବି ଏଥର ସବୁ ରାଜ୍ୟରେ ଶାସନରେ ଥିବା ଦଳମାନେ ପରାଜିତ ହୋଇଛନ୍ତି । ଶାସକ ଦଳ ବିରୋଧୀ ଭାବନା ବହୁତ କମ୍ ଦେଖିବାକୁ ମିଳିଥିଲା ମଣିପୁର ରାଜ୍ୟରେ ଯେଉଁଠି କଂଗ୍ରେସର ଓକ୍ରାମ ଇବୋବି ସିଂହ କ୍ରମାଗତ ତିନିଥର ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି ।

ମଣିପୁର ଏବଂ ଗୋଆରେ କଂଗ୍ରେସ ନେତୃତ୍ୱ (ଯାହା ବି ଟିକିଏ ଅଛି) ବିଜୟର ପଞ୍ଝାରୁ ପରାଜୟକୁ ବରଣ କଲା- ଭାଜପାର ଯୋଗାଡ଼ିଆ ରାଜନୀତିର ଦକ୍ଷତା ସହ ତାଳ ନଦେଇପାରି, ଯେଉଁସବୁ ଦକ୍ଷତା ସେମାନେ କଂଗ୍ରେସ ଦଳଠାରୁ ହିଁ ଶିଖିଥିଲେ ।

ପଞ୍ଜାବରେ ଶିରୋମଣୀ ଅକାଳୀ ଦଳ ଓ ଭାଜପା ଗଠବନ୍ଧନ ୧୦ବର୍ଷ କ୍ଷମତାରେ ରହିବା ପରେ ନିର୍ବାଚନ ହାରିବେ ବୋଲି ଆଶା କରାଯାଇଥିଲା, ତାହା ହିଁ ହେଲା । ଯଦିଓ କିଛି ଅଧିକ ଆସନ ପାଇଥିବା ଆମ୍ ଆଦ୍ମୀ ପାର୍ଟି ତୁଳନାରେ ଏହି ଦୁଇଟି ଦଳ ଅଧିକ ଭୋଟ ପାଇଛନ୍ତି ।

ରାଜ୍ୟ ରାଜନୀତିରେ ଏହି ନୂଆ ଖେଳାଳୀଟି କିନ୍ତୁ ନିଜର ପ୍ରଦର୍ଶନକୁ ନେଇ ଅତି ଅସନ୍ତୁଷ୍ଟ ।

ଗତ ଦୁଇଟି ନିର୍ବାଚନରେ ଅକାଳୀ ଦଳ-ଭାଜପା ଗଠବନ୍ଧନକୁ ଯେଉଁମାନେ ଭୋଟ ଦେଇଥିଲେ ସେମାନଙ୍କ ଭିତରୁ ବଡ଼ ଭାଗଟିଏ କଂଗ୍ରେସକୁ ଭୋଟ ଦେବାପାଇଁ ପସନ୍ଦ କଲେ, କାହିଁକି ନା ଆପ୍ ଦଳର ‘ଉଗ୍ରବାଦୀ’ଙ୍କ ସହ ଘନିଷ୍ଠତା ଅଛି ବୋଲି ଅଭିଯୋଗ ଆସୁଥିଲା, ସେମାନେ ବେଶି ଦିଲ୍ଲୀକୈନ୍ଦ୍ରିକ ଥିଲେ ଏବଂ ଅଭିଜ୍ଞତାର ଅଭାବ ସେମାନଙ୍କ ପାଖରେ ଅଛି ବୋଲି ଏମାନେ ବିବେଚନା କଲେ ।

କୌତୁହଳର କଥାଟି ହେଲାଯେ ବିମୁଦ୍ରୀକରଣର ପ୍ରଭାବ ପଞ୍ଜାବରେ ପରିଲକ୍ଷିତ ହେଇ ନଥିଲା ଉତ୍ତରପ୍ରଦେଶରେ କିନ୍ତୁ ଯାହାକୁ ସ୍ୱଆମନ୍ତ୍ରିତ ବୋଝ ବୋଲି ଅଧିକାଂଶରେ ବିଚାର କରାଯାଉଥିଲା, ମୋଦୀ ତାକୁ ଏକ ରାଜନୈତିକ ସମ୍ପଦରେ ରୂପାନ୍ତରିତ କରିପାରିଥିଲେ ।

ଏହା କେମିତି ହୋଇପାରିଲା?

ଉତ୍ତରପ୍ରଦେଶର ଅନ୍ତିମ ଚରଣ ପାଇଁ ନିର୍ବାଚନ ଅଭିଯାନରେ ମୋଦୀ ଉଲ୍ଲେଖନୀୟ ଭାବେ କହି ଆସିଥିଲେ ଯେ, ଯଦିଓ ସେ ‘ଭୁଲ୍’ କରିପାରନ୍ତି, ତେବେ ତାଙ୍କର ‘ଉଦ୍ଦେଶ୍ୟ’କୁ କେହି ସନ୍ଦେହ କରିବା ଉଚିତ ହେବନାହିଁ ।

ବିମୁଦ୍ରାୟନ କଳାଧନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ଅବା ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ଜାଲ୍ ଟଙ୍କାକୁ ମଧ୍ୟ ବନ୍ଦ କରାଇପାରିବନି । ମୁଦ୍ରା ଉପରେ ‘କମ୍ ନିର୍ଭରଶୀଳ’ ହେବା ପାଇଁ ମଧ୍ୟ ଭାରତକୁ ସମୟ ଲାଗିବ ।

ମୋଦୀ ଯେଉଁଠି ନିଜ ସମାଲୋଚକଙ୍କୁ ଦୃଢ଼ ମୁକାବିଲା କଲେ, ତାହା ହେଉଛି ତାଙ୍କର ଜନଗଣଙ୍କୁ ବାର୍ତ୍ତା ଦେବାର ଦକ୍ଷତା । ବିମୁଦ୍ରାୟନର ବିରୋଧୀମାନଙ୍କ ପାଇଁ ବାସ୍ତବତାକୁ ବୁଝିବାର ଏହା ଏକ କ୍ଷଣ ଥିଲା ।

ଦୁର୍ଜନଙ୍କ ନେତା ହିସାବରେ ପ୍ରଧାନମନ୍ତ୍ରୀଙ୍କ ଆଚରଣ ସର୍ବୋକ୍ରୃଷ୍ଟ ଥିଲା । ବିମୁଦ୍ରାୟନକୁ ସମାନତାର ପ୍ରତୀକ ହିସାବରେ ଦେଖାଗଲା ଯେଉଁଠି, ଗରିବ, ମଧ୍ୟବିତ ଶ୍ରେଣୀ ଓ ଧନୀକ ଶ୍ରେଣୀର କିଛି ଲୋକ ଗୋଟିଏ ଧାଡ଼ିରେ ବ୍ୟାଙ୍କ ଆଗରେ ଛିଡ଼ା ହେଉଥିଲେ ।

ବିମୁଦ୍ରାୟନର ଗଭୀର ସାଙ୍କେତିକ ରାଜନୀତିକୁ ଆମେ ବୁଝି ପାରିନଥିଲୁ ଯେଉଁମାନେ ଏହାର ଅର୍ଥନୈତିକ କୁପ୍ରଭାବଗୁଡ଼ିକ ଉପରେ ଆଲୋକପାତ କରୁଥିଲୁ । ଗରିବଲୋକଙ୍କ ପାଇଁ ଜୀବନଟା ସବୁବେଳେ କଠିନ ଥିଲା, ମୋଦୀ କିନ୍ତୁ ଏଭଳି ଏକ ବୁଝାମଣା ଦକ୍ଷତାର ସୃଷ୍ଟି କରିପାରିଲେ ଯେ, ଧନୀମାନଙ୍କ ଭିତରୁ କିଛି ସେମାନଙ୍କ ଭଳି ଅସୁବିଧା ଭୋଗିବେ ବା ସେମାନଙ୍କ ସହ ଅସୁବିଧାଗୁଡ଼ିକୁ ଏକାଠି ନିଭାଇବେ ।

ଏହି କଥା ଅର୍ଥନୀତି ଦୃଷ୍ଟିରୁ ଅପେକ୍ଷାକୃତ ପଛୁଆ ରାଜ୍ୟ ଉତ୍ତରପ୍ରଦେଶରେ ଭଲ କାମ ଦେଲା, ଯେଉଁଠି କୃଷି ଦୃଷ୍ଟିରୁ ଉନ୍ନତ ପଞ୍ଜାବ ତୁଳନାରେ ଆକାଂକ୍ଷା/ ଅଭିଳାଷଗୁଡ଼ିକର ଅଧିକ ପ୍ରଚାର କରାଯାଇଥାଏ ।

ଧନୀମାନଙ୍କ ଅପେକ୍ଷା ଗରିବମାନଙ୍କୁ ବିମୁଦ୍ରାୟନ ନିଶ୍ଚିତ ଭାବେ ଅଧିକ ଆଘାତ ପହଂଚାଇଛି । କିନ୍ତୁ ଏହାର ସମାଲୋଚକମାନେ (ଏହି ପତ୍ରିକା ପାଇଁ ଲେଖିଥିବା ଲୋକଙ୍କ ସମେତ) ସ୍ପଷ୍ଟଭାବେ ମୋଦୀଙ୍କ ‘ମୁକ୍ତିଦାତାର ଉତ୍ସାହ’କୁ ଗୌଣ କରିଦେଇଥିଲେ ।

ଏହି ଉତ୍ସାହ ଯୋଗୁ ବିମୁଦ୍ରାୟନ ଭଳି ଅଦ୍ଭୁତପୂର୍ବ ପଦକ୍ଷେପ ‘ଭଲ ଉଦ୍ଦେଶ୍ୟ’ରେ କରାଯାଇଛି ଏବଂ ତାହା ଅର୍ଥନୈତିକ ଦୃଷ୍ଟିରୁ ଅସୁବିଧାରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବ ବୋଲି ଗୋଟିଏ ବାର୍ତାକୁ ବିକ୍ରି କରାଯାଇପାରିଥିଲା ।

‘ପୁଞ୍ଜିବାଦୀ’ ମୋଦୀ ଏବଂ ‘ସମାଜବାଦୀ’ ଇନ୍ଦିରା ଗାନ୍ଧୀଙ୍କ ସ୍ୱେଚ୍ଛାଚାରୀ କାର୍ଯ୍ୟଧାରା ଭିତରେ ଥିବା ସାମଞ୍ଜସ୍ୟତାକୁ ନେଇ ବହୁତ କଥା କୁହାଯାଇଛି । କିନ୍ତୁ ସେମାନଙ୍କ ଭିତରେ ଗୁରୁତ୍ୱପୂର୍ଣ୍ଣ ଭିନ୍ନତା ରହିଆସିଛି ।

‘ଗରିବୀ ହଟାଅ’ ନାରାଟି ଏଭଳି ଜନପ୍ରିୟତାର ଏପରି ଏକ ସ୍ତରକୁ ନେଇଆସିଥିଲା ଯେ, କଂଗ୍ରେସର ଏହି ‘ଏକମାତ୍ର ପୁରୁଷ’ ଜଣକ ନିଜ ଦଳଟିକୁ ୨ଥର ବିଭାଜିତ କରିପାରିଲେ, ଦେଶର ଅଧିକାଂଶ ବ୍ୟାଙ୍କମାନଙ୍କର ଜାତୀୟକରଣ କରିପାରିଲେ ଏବଂ ପୂର୍ବତନ ରାଜା-ମହାରାଜାମାନଙ୍କୁ ଦିଆଯାଉଥିବା ଭତା ‘ପ୍ରିଭି ପର୍ସ୍’କୁ ସମ୍ପୂର୍ଣ୍ଣଭାବେ ବନ୍ଦ କରିଦେଇପାରିଲେ ।

ପ୍ରଧାନମନ୍ତ୍ରୀଙ୍କ ନୂତନ ଭାଷଣ କଳାରେ ଗରିବୀ ହଟେଇବାର ସ୍ଥାନ ନାହିଁ ବରଂ ରହିଛି ଅପେକ୍ଷାକୃତ ଏକ ଭଲ ଜୀବନ ପାଇଁ ସୁଯୋଗର ପ୍ରତିଶ୍ରୁତି ।
ଏବେ କିଛିଦିନ ହେବ, ଯେମିତି ଭାରତର ଜନସଂଖ୍ୟାର ଶତକଡ଼ା ୮୦ଭାଗ ଲୋକଙ୍କ ହିନ୍ଦୁ ଅସ୍ମିତା ସହ ଆର୍.ଏସ୍.ଏସ୍ ଏବଂ ଭା.ଜ.ପାର ଜାତୀୟତାବାଦ୍କୁ ଯୋଡ଼ି ଦିଆଯାଇଛି, ସେହିଭଳି ସଂଘ ପରିବାରର ହିନ୍ଦୁତ୍ୱ କାର୍ଯ୍ୟସୂଚୀରେ ‘ବିକାଶ’କୁ ମିଶାଇ ଦିଆଯାଇଛି ।

ଯେତେବେଳେ କି ମୋଦୀ କହୁଛନ୍ତି ସେ ଦରିଦ୍ରମାନଙ୍କୁ ଅନୁଗ୍ରହ ବିତରଣ କରିବା ସପକ୍ଷରେ ସେ ନାହାନ୍ତି ବରଂ ସେମାନଙ୍କୁ ନିଯୁକ୍ତି ଦେବେ, ସେ ପୂର୍ବ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା କିଛି କଲ୍ୟାଣକାରୀ ଯୋଜନାକୁ ଅଧିକ ଉନ୍ନତ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି (ଯେମିତିକି ରନ୍ଧନ ଗ୍ୟାସ ପାଇଁ ରିହାତି ଦେବାଠାରୁ ଆରମ୍ଭ କରି ଶୂନ୍ୟ ପଇସା ଥାଇ ବ୍ୟାଙ୍କଖାତା ଖୋଲିବା ଯାଏଁ) । ଭିନ୍ନତାଟି ପୁଣିଥରେ ଅଭିନବ ନାରାବାଜିରେ ହିଁ ପ୍ରତିଫଳିତ ହେଉଛି ।

ଆମ ଦେଶରେ ଏବଂ ଅନ୍ୟତ୍ର ମଧ୍ୟ ପୁଞ୍ଜିବାଦର ଢାଂଚାଗତ ଯୁକ୍ତିଟି ବିଷମତା ଓ ନିଯୁକ୍ତିବିହୀନ ଅଭିବୃଦ୍ଧିକୁ ଅଧିକ ଶାଣିତ କରୁଛି । ଯେହେତୁ ମୁଦ୍ରାସ୍ଫୀତିଜନିତ ଚାପ ବଢ଼ୁଛି ଏବଂ ଶ୍ରମକୁ ପୁଞ୍ଜି ଦ୍ୱାରା ହଟାଇ ଅଭିବୃଦ୍ଧି ବଢ଼ାଉଥିବା ଘରୋଇ କ୍ଷେତ୍ର ପାଇଁ ନିଯୁକ୍ତି ସୃଷ୍ଟି କରିବା ତୁଳନାତ୍ମକ ଭାବେ ଅଧିକ କଠିନ କାମ ହେଇଯାଉଛି, ଅଛେ ଦିନ ବା ଭଲ ଦିନ ଆଣିବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ମୋଦୀଙ୍କ ପାଇଁ କଷ୍ଟକର ହେବ ।

ଯେହେତୁ ଅଧିକ ଲୋକ ଏକଥା ଅନୁଭବ କରୁଛନ୍ତି, ଲୋକମାନଙ୍କୁ ଭାଗ ଭାଗ କରିବାପାଇଁ ମୋଦୀ ତାଙ୍କ ପରିଚିତ ରେଖାଟିକୁ ପ୍ରୟୋଗ କରିବାକୁ ପଡ଼ିବ, ଯଥା-‘ତୁମେ ଆମ ସହ ଅଛ ନଚେତ ତୁମେ ଆମ ବିରୋଧରେ ଅଛ’ ।

ଭୟଭୀତ କରାଇ ମୁକ୍ତ ଅଭିବ୍ୟକ୍ତିକୁ ଚପାଇ ଦିଆଯିବ କେତେବେଳେ ଜାତୀୟତା ଆଉ କେତେବେଳେ ଦେଶ ବିରୋଧ ଶବ୍ଦର ପ୍ରୟୋଗ କରି । ଲୋକପ୍ରିୟତା ପାଇବା ପାଇଁ ସେ ୟୁନିଫର୍ମ ସିଭିଲ୍ କୋଡ଼ ଆଣିବା ପାଇଁ କହିପାରନ୍ତି (ମୁସଲମାନ ମହିଳାମାନଙ୍କୁ ତିନିଥର ‘ତଲାକ୍’ ନିର୍ଯାତନାରୁ ମୁକ୍ତ କରିବା ପାଇଁ) ଏବଂ ବିଧାନସଭାରେ ମହିଳାମାନଙ୍କ ସ୍ଥାନ ସଂରକ୍ଷଣ ପାଇଁ ପଦକ୍ଷେପ ନେଇପାରନ୍ତି ।

୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟସଭାରେ ଭାଜପା ସଂଖ୍ୟା -ଗରିଷ୍ଠତା ହାସଲ କରିବା କଥାଟି ଦେଖାଯାଉଛି । ସମ୍ବିଧାନର ମୁଖବନ୍ଧଟିକୁ ସଂଶୋଧିତ କରି ସେଠୁ ଧର୍ମନିରପେକ୍ଷତା ଓ ସମାଜବାଦ ଶବ୍ଦଗୁଡ଼ିକୁ ହଟେଇ ଦେବାପାଇଁ ମଧ୍ୟ ଉଦ୍ୟମ ହୋଇପାରେ ।

ଭାଜପାର ସମର୍ଥକମାନେ ଉତ୍ତରପ୍ରଦେଶ ନିର୍ବାଚନରେ ଜାତିଭିତିକ ଅସ୍ମିତାର ପରାଜୟ ହୋଇଛି ବୋଲି ଏକ ବାଖ୍ୟାକରି ବିଜୟ ଉଲ୍ଲାସ ମନାଉଛନ୍ତି । ଏହା ଏକ ସରଳ ଭାବନା । ଅଧିକାଂଶ ଅଣଯାତବ ଦଳିତମାନେ ବହୁଜନ ସମାଜପାର୍ଟି (ବି.ଏସ୍.ପି.) ସହ ସାଥି ଦେଇନଥିଲେ ।

ଅନ୍ୟାନ୍ୟ ପଛୁଆଶ୍ରେଣୀର ଅଣଯାଦବ ଭୋଟରମାନେ ସମାଜବାଦୀ ପାର୍ଟିର ସରକାର ଯାଦବଙ୍କ ପକ୍ଷ ନେଉଥବା ମନେ କରୁଥିଲେ ।

ଯଦିଓ ଉଭୟ ବି.ଏସ୍.ପି. ଓ ସମାଜବାଦୀ ପାର୍ଟିର ପାରମ୍ପରିକ ଭୋଟଦାତାମାନେ ସେମାନଙ୍କୁ ଛାଡ଼ି ଚାଲିଯାଇନାହାଁନ୍ତି, ତେବେ କେଉଁ ଜାତିଗୁଡ଼ିକୁ ସେମାନେ ନିଜ ସହ ନେଇପାରିବେ ଏଭଳି ଏକ ସୁଚିନ୍ତିତ ରଣନୀତି ଭାଜପାର କାମରେ ଆସିପାରିଛି ।

ବି.ଏସ୍.ପି.ର ସର୍ବୋଚ୍ଚନେତ୍ରୀ ମାୟାବତୀଙ୍କର ନିକଟର ରାଜନୈତିକ ଭବିଷ୍ୟତ କ୍ଷୀଣ ଦେଖାଯାଉଛି । ନିଜ ରାଜ୍ୟସଭା ଆସନଟିକୁ ବଂଚାଇବା ପାଇଁ ମଧ୍ୟ ସେ ବିଫଳ ହେଇପାରନ୍ତି । ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ମଧ୍ୟ ନିଜ ପାଦ ତଳୁ ଖସିଯାଇଥିବା ମାଟିକୁ ସଜାଡ଼ିବା ପାଇଁ ଏବଂ ପାରିବାରିକ ଅନ୍ତଦ୍ୱନ୍ଦ ଯୋଗୁଁ ଘଟିଥିବା କ୍ଷତିର ଭରଣା ପାଇଁ ଅଧିକ ସମୟ ନେବେ ।

କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ପାଇଁ ଯେତେ କମ୍ କୁହାଯିବ ଭଲ । ଭାରତରେ ଏକ ପ୍ରଭାବଶାଳୀ ରାଜନୈତିକ ଦଳ ହିସାବରେ ସେମାନଙ୍କ ସ୍ଥାନ ଦଖଲ କରିଥିବା ଭାଜପା ଦ୍ୱାରା ସେମାନଙ୍କର ଦୟନୀୟ ପରାଜୟର କାରଣଗୁଡ଼ିକୁ ସ୍ୱୀକାର କରିବାପାଇଁ ସେ ଏଯାଏଁ ପ୍ରସ୍ତୁତ ନାହାନ୍ତି ।

ପଞ୍ଜାବରେ ଦଳର ବିଜୟକୁ ନେଇ ତାଙ୍କୁ କୌଣସି ଶ୍ରେୟ ଦିଆଯାଇପାରିବ ନାହିଁ । କଂଗ୍ରେସ ନିଜର ପୁର୍ନଃବିନ୍ୟାସ କରିପାରିବ କି, ଗାନ୍ଧୀ ନେହେରୁ ପରିବାରକୁ ସମାଲୋଚନାରୁ ସୁରକ୍ଷା ଦେଉଥିବା ଗୋଷ୍ଠିଟିକୁ ବାଦ ଦିଆଯାଇପାରିବ କି ଏବଂ ଶୂନରୁ ଗୋଟିଏ ତୃଣମୂଳ ସ୍ତରର ସଙ୍ଗଠନ ତିଆରି କରାଯାଇ ପାରିବ କି? ଏହା ହେଇପାରିବ, ସନ୍ଦେହ ଲାଗୁଛି ।

ଅଧିକ ଦ୍ରୁତଗତିରେ ବିଲୁପ୍ତ ହେଇଯିବା ବ୍ୟତୀତ, କଂଗ୍ରେସର ଆଉ ଅନ୍ୟକିଛି ବିକଳ୍ପ ନାହିଁ । କିନ୍ତୁ ଟିକିଏ ରହିଯାଆନ୍ତୁ । ଏକ କଂଗ୍ରେସମୁକ୍ତ ଭାରତ ସମ୍ପର୍କରେ ଅନେକ କଥା କହିବା ସତ୍ୱେ ନିଜର ମୁଖ୍ୟ ‘ପ୍ରତିପକ୍ଷ’ ହିସାବରେ କଂଗ୍ରେସ ଓ ରାହୁଳଙ୍କୁ ରଖିବା ପାଇଁ ଭାଜପା ଭୟଙ୍କର ଭାବେ ଚାହେଁ ।

ଭାଜପାର ରାଜନୈତିକ ବିରୋଧୀମାନେ ଏବେ ଯିବେ କୁଆଡ଼େ? ପଞ୍ଜାବରେ ଖରାପ ପ୍ରଦର୍ଶନ ଏବଂ ଗୋଆରେ ଗୋଟିଏ ବି ଆସନ ପାଇବାରେ ବିଫଳ ହେଇଥିବା ଆପ୍ ଦଳ ଭବିଷ୍ୟତଟି ଦିଲ୍ଲୀ ପୌର ନିର୍ବାଚନରେ କଠୋର ପରୀକ୍ଷାର ସମ୍ମୁଖୀନ ହେବ ।

ଏହି ନିର୍ବାଚନରେ ଭାଜପା କୌଣସି ପୁରୁଣା ପାରିଷଦଙ୍କୁ ଟିକେଟ ଦେଇନାହିଁ । ଆପ୍ର ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ନିଜ ସର୍ବଭାରତୀୟ ଆକାଂକ୍ଷାକୁ ନେଇ ଗଭୀରତାର ସହ ବିଚାର କରିବାକୁ ପଡ଼ିବ । ଯେଉଁମାନେ ତାଙ୍କୁ ଅହଙ୍କାରବାଦୀ କହି ଛାଡ଼ି ଯାଇଥିଲେ, ସେମାନଙ୍କ ସହ ସମ୍ପର୍କର ସେତୁ ବାନ୍ଧିବାକୁ ଯଦି ପଡ଼େ, ସେ ନିଷ୍ପତି ମଧ୍ୟ ତାଙ୍କୁ ନେବାକୁ ପଡ଼ିବ ।

ଏକଥା ନିଶ୍ଚିତ ଯେ ପଶ୍ଚିମବଙ୍ଗରେ ବାମମେଂଟଙ୍କୁ ପଛରେ ପକାଇ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଚାଲିଥିବା ତୃଣମୂଳ କଂଗ୍ରେସର ମୁଖ୍ୟ ବିରୋଧୀ ହେବାପାଇଁ ଭାଜପା କଠିନ ଉଦ୍ୟମ କରୁଛି । ଏହି ରାଜ୍ୟ ଘୃଣ୍ୟ ରାଜନୈତିକ ହିଂସାର ପରବର୍ତୀ ଯୁଦ୍ଧଭୂମି ପାଲଟିଯିବ, ହୁଏତ ଯାହା ସାମ୍ପ୍ରଦାୟିକ ରଙ୍ଗ ନେଇପାରେ ।

ଏକଥା ଭାବିବା ମଧ୍ୟ ଅତି ସରଳ ହେବ ଯେ, ଭାଜପାକୁ ବିରୋଧ କରୁଥିବା ସବୁ ରାଜନୈତିକ ଶକ୍ତିମାନେ ବିରୋଧୀ ଭଳି ଏକାଠି ହୋଇ ଗୋଟିଏ ମହା ମେଳି ବା ଗଠବନ୍ଧନ କରିବେ ।

ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି, ବାମପନ୍ଥୀ ଓ ତୃଣମୂଳ କଂଗ୍ରେସ, ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ୍ର ସବୁ ଗୋଷ୍ଠୀ ଓ ଡ୍ରାଭିଡ଼ ମୁନ୍ନେତ୍ରା କାଝାଗମ୍ ନିଜ ଭିତରେ ଭିନ୍ନତାକୁ ଭୁଲିଯାଇ ସମସ୍ତଙ୍କର ଥିବା ଗୋଟିଏ ଶତ୍ରୁ ବିରୁଦ୍ଧରେ ଏକାଠି ହେବେ – ଏକଥା ସହଜ ଲାଗୁନାହିଁ ।

ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଭାଜପା ବିରୋଧୀ ସମୂହର ସର୍ବସମ୍ମତ ନେତା ହିସାବରେ ବେଶ୍ ଭଲଭାବେ ବାହାରି ପାରନ୍ତି । ସେ ନିଶ୍ଚୟ ଭାଗ୍ୟକୁ ସାଧୁବାଦ ଦେଉଥିବେ ଯେ ବିମୁଦ୍ରାୟନକୁ ସମାଲୋଚନା କରିବା ପାଇଁ ସେ ସମୟ ନେଲେ, ତାହା ବି ମୂକ ଭଳି ।

ନିଜ ନିରାଶାକୁ ଅତିକ୍ରମ କରିବା ମୋଦୀବିରୋଧୀଙ୍କ ପାଇଁ ଏକ ବଡ଼ ଆହ୍ୱାନ । ଆସନ୍ତା ନିର୍ବାଚନରେ ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ ଭାଜପା ଭଲ ପ୍ରଦର୍ଶନ କରିବାର ପ୍ରତ୍ୟେକଟି ସମ୍ଭାବନା ଅଛି ।

ନିଜେ ଦେଇଥିବା ପ୍ରତିଶ୍ରୁତି ଯାହା ପୂରଣ ହେଇପାରୁନାହିଁ ସେଥିରୁ ଧ୍ୟାନ ହଟାଇବା ପାଇଁ ଯଦିଓ ମୋଦୀ ହିନ୍ଦୁତ୍ୱ ଓ ଭଲ ଦିନ ଆସିବା ଉପରେ ଅଧିକ ଗୁରୁତ୍ୱ ଦେବେ, ତେବେ ତାଙ୍କର ପ୍ରତିପକ୍ଷମାନେ ଏକାଠି ହେବାରେ ଯେଉଁ ଅସୁବିଧାର ସାମ୍ନା କରୁଛନ୍ତି ତାହା ମୋଦୀଙ୍କ ସପକ୍ଷରେ ଯିବ ।

March 18 ,2017 VOL L 11 NO 11 EPW -3 ( Unbearable Burden of Expectations)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ନିର୍ବାଚନ, ଭାଜପା, ସମ୍ବିଧାନ

ଏକ ଉଦାହରଣ ପ୍ରତିଷ୍ଠା କରିବା ଦିଗରେ

March 30, 2017 by ଓଡିଶା ଡଟ କମ Leave a Comment

୨୦୧୨ ମସିହାରେ ଠିକା ଶ୍ରମିକ ନିଯୁକ୍ତିକୁ ନେଇ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ଼୍ କର୍ମଚାରୀ ଏବଂ ଜଣେ ସୁପରଭାଇଜରଙ୍କ ଭିତରେ ଘଟିଥିବା ସଂଘର୍ଷରେ କମ୍ପାନୀର ମାନବସମ୍ବଳ ମୁଖ୍ୟ ପରିଚାଳକଙ୍କର ମୃତ୍ୟୁ ଘଟିଥିଲା ।

ଶ୍ରମିକମାନଙ୍କର ଦୟନୀୟ ଅବସ୍ଥା, ଯାହା ବିରୁଦ୍ଧରେ ସେମାନେ ପ୍ରତିବାଦ ଜାରି ରଖିଛନ୍ତି ଏବଂ ସେମାନଙ୍କର ପସନ୍ଦର ଶ୍ରମିକ ସଂଘ ଗଢ଼ିବା ପାଇଁ ଥିବା ମୌଳିକ ଅଧିକାର ଉପରୁ ଧ୍ୟାନ ହଟାଇବା ପାଇଁ ଉପରୋକ୍ତ ସଂଘର୍ଷକୁ ନେଇ ହେଇଥିବା ଅଦାଲତୀ ମାମଲାଟି ବେଶ୍ କାମ କରିଛି ।

ମାର୍ଚ୍ଚ ୧୦ତାରିଖ ଦିନ ଗୁଡ଼୍ଗାଓଁର ଜିଲ୍ଲା ଅଦାଲତ ଭାରତର ସବୁଠାରୁ ବଡ଼ କାର୍ କମ୍ପାନୀର ୧୧୭ଜଣ କର୍ମଚାରୀଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଥିବା ବେଳେ ମାରୁତି ସୁଜୁକିର ଅନ୍ୟ ୩୧ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ବିଭିନ୍ନ ମାମଲାରେ ।

ସେହି ମାମଲା ଭିତରେ ଅଛି ହତ୍ୟା, ହତ୍ୟା ପାଇଁ ଉଦ୍ୟମ, ଦଙ୍ଗା କରିବା ଓ ଘରୋଇ ସମ୍ପତିକୁ କ୍ଷତି ପହଂଚାଇବା । ଏହି ଲେଖାଟି ଲେଖିବା ବେଳକୁ ଅର୍ଥାତ୍ ମାର୍ଚ୍ଚ ୧୮ଦିନ ଦୋଷୀ ସାବ୍ୟସ୍ତ ହୋଇଥିବା ଶ୍ରମିକମାନଙ୍କ ପାଇଁ ଦଣ୍ଡ ଘୋଷଣା କରିବାର ସମ୍ଭାବନା ରହିଛି ।

ଯେଉଁମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ସେମାନେ ସମସ୍ତେ ମାରୁତି ସୁଜୁକି କର୍ମଚାରୀ ସଂଘର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ । ଯେଉଁ ସଂଘଟି ଏକ ଭୟଙ୍କର ସମୟରେ ଶ୍ରମିକମାନଙ୍କୁ ନେତୃତ୍ୱ ଦେଇ ଆସିଥିଲା ଏବଂ ଯାହା ବିରୁଦ୍ଧରେ ଥିଲା ସର୍ବଶକ୍ତିମାନ ଏକ ବହୁରାଷ୍ଟ୍ରୀୟ କମ୍ପାନୀ ଓ ତାକୁ ଖୋଲାଖୋଲି ସମର୍ଥନ କରିଆସିଥିବା ଗୋଟିଏ ରାଷ୍ଟ୍ର ।

ଦୁଇଟି ପକ୍ଷ ଭିତରେ ୨୦୧୧ ମସିହାରୁ ସଂଘର୍ଷ ଜାରି ରହିଛି ଯେତେବେଳେ କି ଶ୍ରମିକମାନେ ଗୋଟିଏ ଶ୍ରମିକ ସଂଘ ଗଢ଼ିବା ପାଇଁ ଉଦ୍ୟମ କରି କର୍ତୃପକ୍ଷଙ୍କ ଦମନର ଶିକାର ହେଲେ ଓ ଚାକିରି ହରାଇଲେ । ନିଜର ଅଧିକାର ଥିବା ଶ୍ରମିକ ହିସାବରେ ସେମାନଙ୍କୁ ବିଚାର ନକରି କମ୍ପାନୀକୁ ଭାଙ୍ଗି ଦେବା ପାଇଁ ଉଦ୍ୟମ କରୁଥିବା ଶତ୍ରୁ ହିସାବରେ ସେମାନଙ୍କୁ ଦେଖାଗଲା ।

ସେହିବର୍ଷ ହିଁ କର୍ମଚାରୀମାନେ କମ୍ପାନୀ ଭିତରେ ଥିବା ଭୟଙ୍କର କାର୍ଯ୍ୟାବସ୍ଥାକୁ ବିରୋଧ କରି ତିନିଥର ପ୍ରତିବାଦ କରିଥିଲେ ।

କାରଖାନା କର୍ତୃପକ୍ଷ ଦାବୀ କଲେ ଯେ କୌଣସି ଆଲୋଚନା ଏବଂ ବୁଝାମଣା ହେବା ପୂର୍ବରୁ, ଶ୍ରମିକସଂଘ ପ୍ରଥମେ ଏକ କଲ୍ୟାଣକାରୀ ଓ ଅଭିଯୋଗ ଶୁଣାଣୀ କମିଟି ଗଠନ କରୁ (ମୁଖ୍ୟ ସଂଘର ଭୂମିକାକୁ ନ୍ୟୁନ କରିବା ପାଇଁ ଏହା ଏକ ଉଦ୍ୟମବୋଲି ଶ୍ରମିକମାନେ ବିଚାର କଲେ) ।

ଶ୍ରମିକନେତାମାନଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ କମ୍ପାନୀ କର୍ତୃପକ୍ଷ କରିଥିବା ମକଦ୍ଦମାଗୁଡ଼ିକ ସେମାନଙ୍କ ନଜରକୁ ଆସିଥିଲା ।

ପ୍ରତ୍ୟେକ ୫୦ସେକେଣ୍ଡରେ କମ୍ପାନୀ ଗୋଟିଏ ନୂଆ କାର ବାହାରକୁ ଛାଡ଼ୁଥିଲାବେଳେ ସ୍ଥାୟୀ ଶ୍ରମିକମାନଙ୍କ ତୁଳନାରେ ଏବଂ ସେହି ସମାନ କାମ ପାଇଁ ଠିକାଶ୍ରମିକମାନଙ୍କୁ ବହୁତ ଖରାପ ମୂଲ ଦିଆଯାଉଥିଲା (ଶ୍ରମିକ ସଂଘର ଦାବୀଭିତରେ ଥିଲା ଠିକା ଶ୍ରମିକମାନଙ୍କୁ ନିୟମିତ କରିବା) ।

ଉତ୍ପାଦନ ଲକ୍ଷ୍ୟ ପୂରଣ ପାଇଁ ଧାର୍ଯ୍ୟ ସୀମା ଭିତରେ କାମ କରିବା ପାଇଁ ଶ୍ରମିକମାନେ ଶାରୀରିକ ଓ ମାନସିକ ସ୍ତରରେ ରଗଡ଼ି ହେଇ ଯାଉଥିଲେ । ନିରପେକ୍ଷତାର ଛଳନା କରିବା କାମଟି ମଧ୍ୟ ରାଷ୍ଟ୍ର
ଛାଡ଼ି ଦେଇଥିଲା ।

ବିଶେଷକରି କମ୍ପାନୀ କର୍ତୃପକ୍ଷଙ୍କ ସାଥିରେ ସ୍ଥାନୀୟ ପୋଲିସ ରହିଆସିଥିଲା । ଜିଲ୍ଲାକୋର୍ଟରେ ଚାଲିଥିବା ସମଗ୍ର ବିଚାର ସମୟରେ ଶ୍ରମିକମାନଙ୍କ ଓକିଲମାନେ ପ୍ରମାଣ ଦେଖାଉଥିଲେ ଯେ କେମିତି ଶ୍ରମିକମାନଙ୍କୁ ସାକ୍ଷୀମାନଙ୍କ ଦ୍ୱାରା ଚିହ୍ନଟ କରିବା ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ଥିଲା, ଯେଉଁମାନେ ଜୁଲାଇ ୧୮, ୨୦୧୨ର ଝଗଡ଼ାଟିକୁ ଦେଖିଛନ୍ତି ବୋଲି କୁହାଯାଉଥିଲା ।

‘ଅସ୍ତ୍ର’ ଗୁଡ଼ିକ ଯୋଗାଡ଼କରି ରଖାଯାଉଥିଲା, ପ୍ରମାଣଗୁଡ଼ିକୁ ପୋଲିସ ତିଆରି କରିଥିଲା ଏବଂ ଅନୁସନ୍ଧାନ କରୁଥିବା ଅଧିକାରୀମାନେ ମୌଖିକ ତଥ୍ୟ ଉପରେ ଗୁରୁତ୍ୱ ଦେଉଥିଲେ କିନ୍ତୁ ତଥ୍ୟକୁ ସମର୍ଥନ କଲାଭଳି ଆନୁଷଙ୍ଗିକ ତଥ୍ୟକିଛି ଖୋଜୁନଥିଲେ ।

କୌତୁହଳର କଥା ଯେ ୨୦୧୩ରେ ଶ୍ରମିକମାନଙ୍କ ଜାମିନ୍ ଆବେଦନ ନାମଞ୍ଜୁର କଲାବେଳେ, ପଞ୍ଜାବ ଓ ହରିୟାନାର ଉଚ୍ଚ ନ୍ୟାୟାଳୟ ଯେଉଁ କଥାଟି କହିଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଅନୁସାରେ, ଶ୍ରମିକ ଅଶାନ୍ତି ଭୟରେ ଅର୍ଥ ଲଗାଣକାରୀମାନେ ଆମ ଦେଶରେ ପୁଞ୍ଜି ବିନିଯୋଗ କରିବେ ନାହିଁ ।

ଅଧିକ ଉଲ୍ଲେଖନୀୟ ଥିଲା କମ୍ପାନୀର ଅଧ୍ୟକ୍ଷଙ୍କ ବକ୍ତବ୍ୟ ଯାହା ଶ୍ରମିକ ସଂଘ ନିର୍ମାଣ ପାଇଁ କରାଯାଇଥିବା ଉଦ୍ୟମର ଏକ ପ୍ରତିକ୍ରିୟା ଥିଲା । ସେ କହିଥିଲେ ଯେ ଶ୍ରମିକମାନଙ୍କର ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ ଦାବୀ ନଥିଲା ଏବଂ ସେମାନଙ୍କ ସହ କୌଣସି ସାଲିସ କରାଯିବ ନାହିଁ ।

ମାରୁତି ସୁଜୁକି ଶ୍ରମିକ ସଂଘର ସଂଘର୍ଷ ଭାରତର ଏଭଳି ଏକ ସମୟରେ ହେଇଛି ଯେତେବେଳେ କି ଶ୍ରମିକ ଆନ୍ଦୋଳନ ସବୁଠାରୁ ନିମ୍ନସ୍ତରରେ ଅଛି ।

ଏହି ଦୃଷ୍ଟିରୁ ମଧ୍ୟ କଥାଟି ଗୁରୁତ୍ୱପୂର୍ଣ୍ଣ ଯେ ପୂର୍ବ ସରକାରଙ୍କ ଅପେକ୍ଷା ଏବକାର ଏନ୍.ଡି.ଏ. ସରକାର ‘ଶ୍ରମ ସଂସ୍କାର’ ଉପରେ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି ଏମିତି ଏକ ଆଶା ରଖି ଯେ ଏହି ସଂସ୍କାର ଘରୋଇ ଓ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ପ୍ରେରଣା ଦେବ ।

ଭାରତର ବ୍ୟବସାୟିକ ସମ୍ଭ୍ରାନ୍ତମାନେ ମଧ୍ୟ ଦୋହରାଇ ଆସିଛନ୍ତି ଯେ, ଦେଶର ଶ୍ରମ ଆଇନଗୁଡ଼ିକ ଅଭିବୃଦ୍ଧିର ପ୍ରତିବନ୍ଧକ ସାଜିଛନ୍ତି । ସେମାନେ ଏହି ବାସ୍ତବତାଟିକୁ ଅଣଦେଖା କରୁଛନ୍ତି ଯେ ଏହି ଆଇନଗୁଡ଼ିକ କାମରେ ରୂପାୟନ ହେବା ଅପେକ୍ଷା ଅଧିକ ଉଚ୍ଚାରଣ କରାଯାଇଥାଏ ।

ଆଜିର ଦିନରେ ଠିକାନିଯୁକ୍ତି ଅଧିକ ବ୍ୟବସ୍ଥିତ ହୋଇଯାଇଛି । ରାଷ୍ଟ୍ର ଏବଂ ଶିଳ୍ପର ଏହି ଆଭିମୁଖ୍ୟ ପରିପ୍ରେକ୍ଷୀରେ ମାରୁତି ସୁଜୁକି ଶ୍ରମିକମାନଙ୍କର ଦାବୀ ଓ ଆନ୍ଦୋଳନକୁ ଅଧିକ ଗୁରୁତ୍ୱର ସହ ଆମକୁ ନେବାକୁ ପଡ଼ିବ ।

ଉଚିତ କାର୍ଯ୍ୟ ନିର୍ଘଂଟ ଓ ଉପଯୁକ୍ତ ମୂଲ୍ୟ ଦାବୀ କରୁଥିବା ଶ୍ରମିକମାନଙ୍କୁ ପୁଞ୍ଜିନିବେଶକୁ ଭୟଭୀତ କରାଉଛନ୍ତି ବୋଲି ଦୋଷୀ କରାଯାଇ ପାରିବନି । ତଥାପି, ଶ୍ରମ ଆଇନରେ ସଂସ୍କାରଭିତିକ ସଂଶୋଧନଗୁଡ଼ିକ ପୁରାପୁରି ଏକପାଖିଆ ଏବଂ ଶ୍ରମିକମାନଙ୍କର ଅଧିକାର ତଥା କଲ୍ୟାଣକାରୀ ପଦକ୍ଷେପଗୁଡ଼ିକୁ ସଙ୍କୁଚିତ କରିବା ପାଇଁ ଉଦ୍ଦିଷ୍ଟ ।
ଏହାର ଏଭଳି ଅର୍ଥ ନକରାଯାଉ ଯେ, ପରିବର୍ତିତ ଧାରା ଓ ପ୍ରକ୍ରିୟାକୁ ନେଇ କୌଣସି ପରିବର୍ତନ ନଆସୁ ଆମେ ଏଭଳି କଥା କହୁଛୁ । କିନ୍ତୁ ସହଜ ଉତ୍ପାଦନର ସବୁ ବୋଝଗୁଡ଼ିକ ଅଣସଙ୍ଗଠିତ, ଅଧିକ ଶ୍ରମ ଦେଉଥିବା ଏବଂ ଅତି ନିମ୍ନ ପାରିଶ୍ରମିକ ପାଉଥିବା ଶ୍ରମିକମାନଙ୍କ କାନ୍ଧ ଉପରେ ଲଦି ଦେବାର ଉଦ୍ୟମ କରାନଯାଉ ।

ଏତିକିବେଳେ, ବ୍ଲୁମ୍ବର୍ଗ ରିପୋର୍ଟ କହୁଛି ଯେ ମାରୁତି ସୁଜୁକି କମ୍ପାନୀ ୨୦୧୬ରେ ୧୦,୬୨୬ଅସ୍ଥାୟୀ ଶ୍ରମିକ ନିଯୁକ୍ତି କରିଛନ୍ତି ଯାହା ୨୦୧୩-୧୪ରେ ୬,୫୭୮ ଥିଲା । ଏହି ସବୁ ପ୍ରସଙ୍ଗଗୁଡ଼ିକୁ ଭାରତର ଶ୍ରମିକ ଆନ୍ଦୋଳନ ଉଠାଇବାକୁ ପଡ଼ିବ ।

ଶ୍ରମିକମାନେ ସାମ୍ନା କରୁଥିବା ଅନ୍ୟାୟର ଇତିହାସରେ ଯୋଡ଼ି ହୋଇଯାଇଛି ନିର୍ଦ୍ଦୋଷରେ ଖଲାସ ହୋଇଥିବା ୧୧୭ଟି ଶ୍ରମିକମାନଙ୍କର ମୌଳିକ ଅଧିକାରର ଉଲ୍ଲଂଘନର କଥା । ଏମାନେ ଅକାରଣରେ ୪ବର୍ଷ ଜେଲରେ ରହିଲେ ।

ଯେହେତୁ ସେମାନଙ୍କ ବିରୁଦ୍ଧରେ ଗୋଟିଏ ବି ଅଭିଯୋଗ ପ୍ରମାଣିତ ହୋଇପାରି ନାହିଁ; ଏକଥା ସ୍ପଷ୍ଟ ହୋଇଯାଇଛି ଯେ ଶ୍ରମିକମାନେ ତାଙ୍କ ବିରୁଦ୍ଧରେ ମିଛ ଅପରାଧିକ ମୋକଦ୍ଦମା କରାଯାଇ ହଇରାଣ କରାଯାଉଛି ବୋଲି ଯେଉଁ ଅଭିଯୋଗ କରିଆସିଥିଲେ ତାହା ସତ୍ୟ ।

୨୦୧୧ ମସିହାରୁ ବିଶେଷକରି ଅନେକ ଉତ୍ଥାନ-ପତନ ଭିତରେ ମାରୁତି ସୁଜୁକି ଶ୍ରମିକ ସଂଘର ନେତୃତ୍ୱରେ ଆସିଥିବା ଶ୍ରମିକମାନେ ଅଦ୍ଭୁତପୂର୍ବ ଏକତା ଦେଖାଇଛନ୍ତି ଏବଂ ଅଲୌକିକ ଦକ୍ଷତାର ପ୍ରଦର୍ଶନ କରି କେବଳ ଯେ ଓଖ୍ଲା – ଫରିଦାବାଦ – ନୋଇଡ଼ା – ଗୁରଗାଓଁ – ମାନେଶ୍ୱର ଶିଳ୍ପାଂଚଳର ଶ୍ରମିକମାନଙ୍କ ପାଖକୁ ପହଂଚି ପାରିଛନ୍ତି ତାହା ନୁହେଁ; ସେମାନେ ଚାରିପଟେ ଥିବା ବଡ଼ ବଡ଼ ଗ୍ରାମ୍ୟଗୋଷ୍ଠୀ, ନାଗରିକ ସଙ୍ଗଠନ ଏବଂ ଗଣମାଧ୍ୟମର ଗୋଟିଏ ବର୍ଗ ପାଖରେ ପହଂଚି ପାରିଛନ୍ତି ଯେଉଁମାନେ ସେମାନଙ୍କୁ ସମର୍ଥନ ଯୋଗାଉଥିବା ଏକ ବିରାଟ ସମୂହର ଅଂଶ ହୋଇପାରିଛନ୍ତି ।

ମାରୁତି-ସୁଜୁକି ଶ୍ରମିକ ସଂଘର ସାହସୀ ସଂଘର୍ଷ ଏବଂ ଅନ୍ୟ ବର୍ଗମାନଙ୍କ ନିକଟରେ ପହଂଚିବାର ଦକ୍ଷତା ଗୋଟିଏ ଉଦାହରଣ ସୃଷ୍ଟି କରିପାରିଛି, କେମିତି ଶ୍ରମିକମାନଙ୍କ ଏକତା ଓ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଯୋଗୁଁ କ’ଣ ସବୁ ହାସଲ କରାଯାଇପାରେ ।

ଆମେ ଏଭଳି ଏକ ଭବିଷ୍ୟତ ଆଡ଼କୁ ଯାଉଛନ୍ତି, ଯେଉଁଠି ଶ୍ରମିକମାନଙ୍କ ଅଧିକାରକୁ ଦମନ କରିବା ପାଇଁ ରାଷ୍ଟ୍ର ଓ ବ୍ୟବସାୟୀକ ଗୋଷ୍ଠୀ ହାତରେ ହାତ ମିଳାଇବେ । ସେହି ଦୃଷ୍ଟିରୁ ମାରୁତି ସୁଜୁକି ଶ୍ରମିକ ସଂଘ ଭବିଷ୍ୟତ ପାଇଁ ଏକ ଉଜ୍ଜ୍ୱଳତମ ଉଦାହରଣ ସୃଷ୍ଟି କରିପାରିଛି ।

March 18 ,2017 VOL L 11 NO 11 EPW -3 (Setting an Example)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଅଧିକାର, ଶ୍ରମିକ

ଅଭିବୃଦ୍ଧିର ଆନୁମାନିକ ଆକଳନ

March 18, 2017 by ଓଡିଶା ଡଟ କମ Leave a Comment

କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସି.ଏସ୍.ଓ) ଅକ୍ଟୋବର – ଡିସେମ୍ବର ୨୦୧୭ ପାଇଁ ନିଜର ଦ୍ୱିତୀୟ ଆଗୁଆ ଆକଳନ କରି କହିଛନ୍ତି ଯେ ଭାରତର ସାମଗ୍ରିକ ଘରୋଇ ଉତ୍ପାଦନର ଅଭିବୃଦ୍ଧି ଏହି ସମୟକାଳ ପାଇଁ ଶତକଡ଼ା ୭ଭାଗ ରହିବ, ଯେତେବେଳେ କି ସମଗ୍ର ଅର୍ଥନୀତି ବିମୁଦ୍ରାୟନର ପ୍ରଭାବରେ ଦୋଦୁଲ୍ୟମାନ ଅବସ୍ଥାରେ ଅଛି ।

ଦ୍ୱିତୀୟ ଆଗୁଆ ଆକଳନଟି ଯାହା ସମଗ୍ର ବର୍ଷଟି ପାଇଁ ମଧ୍ୟ ଅଭିବୃଦ୍ଧିର ଆକଳନ କରିଛି, ୨୦୧୬-୧୭ ପାଇଁ ଅଭିବୃଦ୍ଧିର ହାର ଶତକଡ଼ା ୭.୧ରହିବ ବୋଲି କହିଛି । ପ୍ରଥମ ଆଗୁଆ ଆକଳନଟି ଅଭିବୃଦ୍ଧିର ହାର ପ୍ରାୟତଃ ଏକା ଥିଲା ।

୨୦୧୫-୧୬ ପାଇଁ କରାଯାଇଥିବା ଅଭିବୃଦ୍ଧିର ଆକଳନ ୭.୬ ପ୍ରତିଶତ ତୁଳନାରେ ବର୍ତମାନର ଆକଳନ ମାତ୍ର ଅଧା ପ୍ରତିଶତ ପଏଂଟ କମ୍ । ଏଭଳି ସବୁ ଆକଳନ କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥାଟିର ଆଗୁଆ ତଥା ଅସ୍ଥାୟୀ ଆକଳନ କରିବାର ପଦ୍ଧତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରେ ।

ଯଦିଓ ଭାରତର ମୁଖ୍ୟ ପରିସଂଖ୍ୟାନଦାତା, ଟି.ସି.ଏ. ଅନନ୍ତ ସ୍ୱୀକାର କରି କହିଛନ୍ତି ଯେ, ଅର୍ଥନୀତିର ଅଭିବୃଦ୍ଧିକୁ ନେଇ କରାଯାଇଥିବା ସଦ୍ୟତମ ଆକଳନରୁ ନୋଟ୍ବନ୍ଦୀର ଅର୍ଥନୀତି ଉପରେ କ’ଣ ପ୍ରଭାବ ପଡ଼ିଛି ଜାଣିବା ପାଇଁ ସେଭଳି କିଛି ସିଦ୍ଧାନ୍ତରେ ସେ ପହଂଚି ପାରିବେନି; କିଛି ନିର୍ଦ୍ଦିଷ୍ଟ ସରକାରୀ ପ୍ରବକ୍ତା ଅତିରଞ୍ଜିତ ପ୍ରତିକ୍ରିୟା ପ୍ରକାଶ କରି ଦାବୀ କରିଚାଲିଛନ୍ତି ଯେ ବିମୁଦ୍ରାୟନର ପରିଣାମକୁ ନେଇ ଯେଉଁଭଳି ଅତିରଞ୍ଜନ କରାଯାଇଛି, ତା’ର କିଛି ଆଧାର ନାହିଁ ।

ଯାହା ପୂର୍ବରୁ ଜଣାପଡ଼ୁଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉତରପ୍ରଦେଶରେ ନିଜ ନିର୍ବାଚନ ବକ୍ତବ୍ୟମାନଙ୍କର ଏହି ଅଭିବୃଦ୍ଧିର ଆନୁମାନିକ ଆକଳନ କଥା ଦର୍ଶାଉଥିଲେ । କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥା ଅଭିବୃଦ୍ଧିର ଦୁଇ ପ୍ରକାର ତଥ୍ୟ ପ୍ରଦାନ କରିଛନ୍ତି : ସାମଗ୍ରିକ ଘରୋଇ ଉତ୍ପାଦନ ବା ଜି.ଡ଼ି.ପିର ବଜାର ଦର ଏବଂ ମୂଳ ଦର (ପ୍ରକୃତ ଦରରେ ମଧ୍ୟ)ରେ ଯେଉଁ ସାମଗ୍ରିକ ମୂଲ୍ୟଯୁକ୍ତ କରାଯାଇଛି ।

୨୦୧୬-୧୭ ମସିହାରେ ସାମଗ୍ରିକ ଘରୋଇ ଉତ୍ପାଦନରେ ମୂଳ ଦରରେ ଶତକଡ଼ା ୬.୭ଭାଗ ସାମଗ୍ରିକ ମୂଲ୍ୟଯୁକ୍ତ କରାଯାଇଥିବା ବେଳେ ୨୦୧୫-୧୬ ତୁଳନାରେ ଏହା ୧.୧ ପ୍ରତିଶତ ବା ୧.୧୫ଲକ୍ଷ କୋଟି ଟଙ୍କା କମ୍ ।

ଏହି ପରିସଂଖ୍ୟାନ ସ୍ପଷ୍ଟ ଭାବେ ଆୟରେ କ୍ଷତି, ନିଯୁକ୍ତି ହ୍ରାସ ଏବଂ ଅଣସଙ୍ଗଠିତ କ୍ଷେତ୍ର ତଥା ପରିବାର ଗୁଡ଼ିକରେ କ୍ରୟ ଶକ୍ତିର ପ୍ରକୃତ ହ୍ରାସ ଯାହା ସବୁ ବିମୁଦ୍ରାୟନ ଯୋଗୁଁ ଘଟିଛି, ସେସବୁ କଥାକୁ ଇଙ୍ଗିତ କରୁଛି ।

ମୂଳ ଦରରେ ସାମଗ୍ରିକ ମୂଲ୍ୟଯୁକ୍ତ କରିବା ପ୍ରକ୍ରିୟା ପରୋକ୍ଷ କରଗୁଡ଼ିକୁ ସାମିଲ କରି ନଥାଏ ଏବଂ ପୁରୁଣା ଢାଂଚାରେ ଜି.ଡ଼ି.ପି.ର ଆକଳନ କରିବାର ପଦ୍ଧତିର ଏହା ନିକଟତର । ଅତୀତରେ ପ୍ରକୃତ ଅଭିବୃଦ୍ଧି ହାର ଜାଣିବା ପାଇଁ ଏହିଭଳି ପଦ୍ଧତିର ପ୍ରୟୋଗ କରାଯାଉଥିଲା । ଏହା ନିଶ୍ଚିତ ଯେ ଏହି ପୁରୁଣା ପଦ୍ଧତିର ଅର୍ଥନୈତିକ ସିଦ୍ଧାନ୍ତରେ ଏକ ବଳିଷ୍ଠ ଭିତିଭୂମି ଥିଲା ।

ନୂଆ ପଦ୍ଧତିରେ ଯେଉଁ ଜି.ଡ଼ି.ପି.କୁ ନେଇ ଆକଳନ କରାଯାଉଛି, ସେଥିରେ ପରୋକ୍ଷ ଟିକସ ସାମିଲ କରାଯାଇଥିବା ଯୋଗୁଁ ସେପରି ବୃଦ୍ଧି ସମ୍ଭବ ହୋଇପାରିଛି । ତାକୁ ଆମେ ଦୁଇ ଦୁଇ ଥର ଗଣାଯାଇଛି ବୋଲି କହିପାରିବା କାରଣ ଅଧିକ ଟିକସ ପାଇବାଟି ଅଧିକ ଖର୍ଚ୍ଚ ଆଡ଼କୁ ବାଟ କଡ଼େଇବ ଯଦ୍ୱାରା ଅଧିକ ମୂଲ୍ୟଯୁକ୍ତ କରାଗଲା ବୋଲି ଧରିନିଆଯିବ ।

ଯେଉଁ ସବୁ କାରଣଗୁଡ଼ିକ ପାଇଁ ସାମଗ୍ରିକ ମୂଲ୍ୟରେ ଶତକଡ଼ା ୬.୭ ଭାଗ ବୃଦ୍ଧି ଘଟିଲା, ସେ ଭିତରେ ଅଛି- କୃଷି ଉତ୍ପାଦନରେ ବୃଦ୍ଧି ଯାହା କ୍ରମାଗତ ଦୁଇବର୍ଷ ମରୁଡ଼ି ହେବାଯୋଗୁଁ ଗତବର୍ଷ ଶତକଡ଼ା ୦.୩ ଭାଗ ଥିଲା, ତାହା ଶତକଡ଼ା ୪.୪ ଭାଗରେ ପହଂଚିଲା । ସାଧାରଣ ପ୍ରଶାସନ କ୍ଷେତ୍ରରେ ଅଧିକ ଖର୍ଚ୍ଚ (ଶତକଡ଼ା ୬.୯ଭାଗରୁ ଆସି ଶତକଡ଼ା ୧୧.୨ ଭାଗରେ ପହଂଚିଲା ।)

ଯେଉଁଠି ସରକାରୀ କର୍ମଚାରୀଙ୍କୁ ଦରମା ପ୍ରଦାନ କରାଗଲା । ଭାରତର ରାଜସ୍ୱ ଖର୍ଚ୍ଚ (ମୋଟ ସୁଧ ପୈଠ ବାବଦରେ) ସମ୍ଭବପର ହୋଇପାରୁଛି ପରୋକ୍ଷ ଟିକସ ଆଦାୟ କ୍ଷେତ୍ରରେ ଉନ୍ନତି ଆସିବା ଯୋଗୁଁ ଏବଂ ଦୁଇଟି ଅତିରିକ୍ତ ଖର୍ଚ୍ଚ ଦାବୀ ସଂସଦ ଅନୁମୋଦନ କରି ସରକାରୀ ଖର୍ଚ୍ଚକୁ ବଢ଼ାଇଥିବା ହେତୁ । ଏସବୁ ବାର୍ଷିକ ତଥ୍ୟ ।

ଏମିତିକି ୨୦୧୬-୧୭ର ତୃତୀୟ ତ୍ରୟମାସିକ ସମୟକାଳ ପାଇଁ କରାଯାଇଥିବା ଆକଳନରେ କୃଷି ଓ ସାଧାରଣ ଖର୍ଚ୍ଚବୃଦ୍ଧିରେ ଯଥେଷ୍ଟ ଉନ୍ନତି ପରିଲଖିତ ହେଉଛି ।

କିନ୍ତୁ ଜାତୀୟ ଆୟକୁ ନେଇ ଯେଉଁ ଆଗୁଆ ଆକଳନ କରାଯାଇଛି ସେଥିରେ ଅଧିକାଂଶ ଅନ୍ୟ କ୍ଷେତ୍ରରେ ଅଭିବୃଦ୍ଧି ହାର ବର୍ଷକୁ ବର୍ଷ କମି କମି ଯାଉଛି । କୃଷି, ସାଧାରଣ ପ୍ରଶାସନ ସହ ବିଦ୍ୟୁତ କ୍ଷେତ୍ର ଭଳି ତିନୋଟି ପ୍ରମୁଖ ଅଭିବୃଦ୍ଧି କ୍ଷେତ୍ରଗୁଡ଼ିକୁ ଛାଡ଼ିଦେଲେ, ଅନ୍ୟ ୫ଟି ବୃହତ୍ କ୍ଷେତ୍ରରେ ଅଭିବୃଦ୍ଧିର ହ୍ରାସ ଘଟିଛି ।

୨୦୧୫-୧୬ରେ ଯେଉଁସବୁ କ୍ଷେତ୍ରରେ ଅଭିବୃଦ୍ଧି ଶତକଡ଼ା ୯.୮ଭାଗ ଥିଲା ତାହା ୨୦୧୬-୧୭ବେଳକୁ ଶତକଡ଼ା ୬.୪ ଭାଗକୁ ଖସି ଆସିଛି । ସେହିଭଳି ୨୦୧୬-୧୭ର ତୃତୀୟ ତ୍ରୟମାସିକ ଆକଳନରେ ମଧ୍ୟ ୫ଟି ବୃହତ୍ତ୍ତକ୍ଷେତ୍ର ପାଇଁ କରାଯାଇଥିବା ଆକଳନରେ ବଡ଼ ଧରଣର ହ୍ରାସ ଘଟିଛି ।

ଯେଉଁସବୁ କ୍ଷେତ୍ରରେ ଅଭିବୃଦ୍ଧି ଗତବର୍ଷ ଶତକଡ଼ା ୧୦ ଭାଗ ଥିଲା ତାହା ୨୦୧୬-୧୭ର ତୃତୀୟ ତ୍ରୟମାସିକ ଆକଳନ ବେଳକୁ ଶତକଡ଼ା ୫.୭ ଭାଗକୁ ଖସି ଆସିଛି ।

ଜାତୀୟ ଆୟରେ ଏଭଳି ହ୍ରାସ ଘଟିବା ବିମୁଦ୍ରାୟନର ସିଧାସଳଖ ପ୍ରଭାବକୁ ଇଙ୍ଗିତ କରୁଛି । ୨୦୧୬-୧୭ର ତୃତୀୟ ତ୍ରୟମାସିକ ଆକଳନ ଏବଂ ପୁରା ବର୍ଷକ ପାଇଁ ଆକଳନରେ ୫ଟି କ୍ଷେତ୍ର ପାଇଁ ଯେଉଁ ସାମଗ୍ରିକ ମୂଲ୍ୟଯୁକ୍ତ ଆକଳନ କରାଯାଇଛି ଉଭୟଟିରେ ଉତ୍ପାଦନ କ୍ଷେତ୍ରର ଅଣ ସଙ୍ଗଠିତ ବର୍ଗ ଏବଂ ଅନ୍ୟାନ୍ୟ ଅଣ-ଆର୍ଥିକ କ୍ଷେତ୍ରକୁ ସାମିଲ କରାଯାଇଛି ।

ଅଣ ଔପଚାରିକ କ୍ଷେତ୍ର ପାଇଁ ନୂଆ ଶୃଙ୍ଖଳାରେ ଯେଉଁ ଆକଳନ କରାଯାଉଛି ତାହା ୨୦୧୧-୧୨ର ଫଳପ୍ରଦ ଶ୍ରମ ବିନିଯୋଗ ପଦ୍ଧତି ଭିତିରେ ପରବର୍ତୀ ସଂଶୋଧିତ ଆକଳନ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇଥାଏ ।

କିନ୍ତୁ ଅତି ନିକଟତମ ସମୟର ଆକଳନଗୁଡ଼ିକ ପ୍ରସ୍ତୁତ କରିବା ବେଳେ ଔପଚାରିକ ଅର୍ଥନୈତିକ ସୂଚକାଙ୍କଗୁଡ଼ିକର ବ୍ୟବହାର କରାଯାଇଥାଏ ଯାହାକି ନିଶ୍ଚିତ ଭାବେ କମ୍ ସଠିକ୍ ଥାଏ ।

ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ରିପୋର୍ଟଗୁଡ଼ିକ ଯାହା ସୂଚାଇ ଦେଉଛି, ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ବିମୁଦ୍ରାୟନ ଯୋଗୁଁ ଆତ୍ମନିଯୁକ୍ତି କ୍ଷେତ୍ର ଏବଂ ଅଣସଙ୍ଗଠିତ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ବିଶେଷ କଥାଟି ହେଲା ଯେ ସରକାରଙ୍କର ସଦ୍ୟତମ ତଥ୍ୟରେ ଏହିସବୁ କ୍ଷେତ୍ରରେ ପଡ଼ିଥିବା ଭୟଙ୍କର ପ୍ରଭାବକୁ ହିସାବକୁ ନିଆଯାଇ ନାହିଁ ।

ସେହି ଦୃଷ୍ଟିରୁ ତୃତୀୟ ତ୍ରୟମାସିକରେ ସାମଗ୍ରିକ ମୂଲ୍ୟଯୁକ୍ତ ପାଇଁ ଯେଉଁ ଆକଳନ କରାଯାଇଛି, ସେଥିରେ ଦେଖାଯାଉଥିବା କ୍ଷତିଟି ଆହୁରି ଅଧିକ ଜଣାପଡ଼ିବ ଯଦି ଆମେ ବିମୁଦ୍ରାୟନର ପ୍ରଭାବକୁ ହିସାବକୁ ନେବା ।

କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥାର ଆଗୁଆ ଆକଳନକୁ ବ୍ୟବହାର କରି ଶାସକମଣ୍ଡଳୀ ଦାବୀ କରୁଛନ୍ତି ଯେ ବିମୁଦ୍ରାୟନ ଅର୍ଥନୀତିକୁ କିଛି କ୍ଷତି ପହଂଚାଇ ନାହିଁ । ଯଦି ଆଗୁଆ ଆକଳନକୁ ଆଧାର କରି ଏଭଳି ଏକ ବୁଝାମଣା ସୃଷ୍ଟି ହୋଇପାରୁଛି ତେବେ ଆଗୁଆ ଆକଳନରୁ ଆରମ୍ଭ କରି ଅନ୍ତିମ ଆକଳନ ଯାଏଁ ପ୍ରତ୍ୟେକ ସ୍ତରରେ ନିର୍ଭରଯୋଗ୍ୟ ଆକଳନ ପ୍ରସ୍ତୁତ କରିବା ପାଇଁ ଆମ ପରିସଂଖ୍ୟାନ ବ୍ୟବସ୍ଥା ପ୍ରତି ଏହା ଏକ ବିରାଟ ଆହ୍ୱାନ ।

ଆକଳନର ପ୍ରାଥମିକ ପର୍ଯ୍ୟାୟରେ ଔପଚାରିକ କ୍ଷେତ୍ରରୁ ମିଳୁଥିବା ତଥ୍ୟକୁ ଭିତି କରି ଅଣ-ଔପଚାରିକ କ୍ଷେତ୍ର ପାଇଁ ପୂର୍ବାନୁମାନ କରି ଆକଳନ କରିବା ବାସ୍ତବରେ ବିଭ୍ରାନ୍ତିକର ଫଳାଫଳ ଦେଇପାରେ । ଆମକୁ ଅଧିକ ପ୍ରତ୍ୟକ୍ଷ ସୂଚକାଙ୍କର ଆବଶ୍ୟକତା ଅଛି ଯାହା ଅତି କ୍ଷୀଣ ନମୂନା ଉପରେ ବି ଆଧାରିତ ହୋଇପାରେ ଏବଂ ଯାହା ଅଣଔପଚାରିକ କ୍ଷେତ୍ରରେ ବେଂଚମାର୍କ ଆକଳନଗୁଡ଼ିକୁ ଆଗକୁ ନେଇପାରିବ ।

୨୦୧୬-୧୭ର ତୃତୀୟ ତ୍ରୟମାସିକ ଆକଳନର ଫଳାଫଳ ସ୍ପଷ୍ଟ ଭାବେ ଆଗୁଆ ଆକଳନର ଅନ୍ତର୍ନିହିତ ସୀମାଟିକୁ ଉନ୍ମୋଚିତ କରୁଛି, ଯାହାକି କେବଳ ଅର୍ଥନୀତିକୁ ନିଷ୍ଠାପର ଭାବେ ନିରୀକ୍ଷଣ କରୁଥିବା ଲୋକମାନଙ୍କୁ ଚକିତ କରୁନାହିଁ ବରଂ କ୍ଷତିକାରକ ଓ ବିଭ୍ରାନ୍ତିକର ଅର୍ଥନୈତିକ ନୀତିଗୁଡ଼ିକୁ କିଭଳି ସୁରକ୍ଷା ଯୋଗାଇହେବ ସେ ସମ୍ବନ୍ଧରେ ସରକାରଙ୍କୁ ସହଯୋଗ କରୁଛି ।

କେନ୍ଦ୍ରୀୟ ପରିସଂଖ୍ୟାନ ସଂସ୍ଥାର ଆକଳନଗୁଡ଼ିକୁ ଆମୂଳଚୁଳ ପରିବର୍ତନ ନକରାଗଲେ ସେସବୁ ସରକାରଙ୍କ ପାଇଁ ଏକ ଧୁମ୍ରାଭ ପରଦା ଭଳି କାମ କରିବ କିନ୍ତୁ ସେସସବୁ ସନ୍ଦେହର କଳା ବାଦଲ ଭିତରେ ବନ୍ଦୀ ହୋଇ ରହିଯିବେ ।

( Growth Guesstimates- MARCH 11, 2017 VOL L II NO 10- EPW EDITORIAL )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଆର୍ଥିକ ଅଭିବୃଦ୍ଧି

ବଳପୂର୍ବକ ଆଧାର ଦେବା

March 18, 2017 by ଓଡିଶା ଡଟ କମ Leave a Comment

ଗୋଟିଏ ଜନକଲ୍ୟାଣ ରାଷ୍ଟ୍ରରେ ପ୍ରାପ୍ୟ ଖାଦ୍ୟ ପାଇବା ପାଇଁ ସର୍ତ୍ତ ରଖାଯିବା କଥାଟି ଅଶୋଭନୀୟ । ମଧ୍ୟାହ୍ନ ଭୋଜନର ସୁବିଧା ପାଇବା ପାଇଁ ଆଧାର କାର୍ଡ଼ ନଂ କୁ ପୈଠ କରିବା ନିମନ୍ତେ ପ୍ରକାଶିତ ସରକାରୀ ବିଜ୍ଞାପନକୁ ନେଇ ଯେଉଁ ଉତ୍ତେଜନା ଦେଖିବାକୁ ମିଳୁଛି ତାହା ଯୁକ୍ତିଯୁକ୍ତ ।

ଏହି ପଦକ୍ଷେପଟି ଏକ ସାଧାରଣ କଥା ନୁହଁ କାହିଁକି ନା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆଧାର କାର୍ଡ଼କୁ ବାଧ୍ୟତାମୂଳକ କରିବାର ପ୍ରକ୍ରିୟା କେତେକ ରାଜ୍ୟରେ ବରବାଦ ପରିସ୍ଥିତି ସୃଷ୍ଟି କରିଥିବା କଥାଟିକୁ ଏଯାବତ୍ ସଜଡ଼ା ଯାଇପାରିନାହିଁ ।

ଗୁଜୁରାଟ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ରିପୋର୍ଟରୁ ଜଣାପଡ଼ୁଛି ଯେ ଆଧାର ରେକର୍ଡ଼ସ, ସଠିକ ନିରୁପଣ, ବୈଷୟିକ ସମସ୍ୟା ତଥା ଭିତ୍ତିଭୂମିର ବିଫଳତା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ôଚତ ହେଉଛନ୍ତି ।

ଏହି ଅନୁଭୂତିରୁ ସରକାରଙ୍କର ଶିକ୍ଷା ଲାଭ କରିବାର ଥିଲା ଯେ, ‘ପ୍ରଯୁକ୍ତିବିଦ୍ୟା’ର ପ୍ରୟୋଗ ଦ୍ୱାରା ସେବା ପ୍ରଦାନ କରିବା କ୍ଷେତ୍ରରେ ହେଉଥିବା ଦୁର୍ନୀତି ଓ ଅପାରଗତାକୁ ହଟେଇ ଦିଆଯାଇ ପାରିବନାହିଁ । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅତି ଅସୁରକ୍ଷିତ ଲୋକମାନେ ଏହି ପ୍ରକ୍ରିୟାରୁ ବାଦ ପଡ଼ିବେ ।

ଯଦିଓ ସରକାର ଅନ୍ୟପ୍ରକାରେ ଦାବୀ କରନ୍ତି, ତେବେ ସରକାରଙ୍କର ବିଜ୍ଞାପନଗୁଡ଼ିକ ଉଚ୍ଚତମ ନ୍ୟାୟାଳୟ କହି ଆସିଥିବା ଏବଂ ବାରମ୍ବାର ଦୋହରାଇ ଆସିଥିବା ନିର୍ଦ୍ଦେଶନାମାଗୁଡ଼ିକର ସିଧାସଳଖ ଉଲ୍ଲଂଘନ କରୁଛି ।

ସବୁଥିରେ ନ୍ୟାୟାଳୟ କହି ଆସିଛନ୍ତି ଯେ ଯେଉଁ ସରକାରୀ ସୁବିଧା ଲୋକେ ପାଇବା ପାଇଁ ହକଦାର ସେଠି ଆଧାରକୁ ବାଧ୍ୟତାମୂଳକ କରାଯାଇପାରିବନାହିଁ । ମାମଲାଟି ଏବେବି ବିଚାରଧୀନ ଅଛି ।

ନିକଟରେ ସରକାର ଏକ ପ୍ରେସ୍ ବିଜ୍ଞପ୍ତିରେ କଥାଟିକୁ ଏଡ଼େଇ ଦେଇ କହିଛନ୍ତି ଯେ, ‘କୌଣସି ବ୍ୟକ୍ତିଙ୍କୁ ଆଧାର ନଂ ମିଳିବା ଯାଏଁ, ଯୋଜନାର ସୁବିଧାଗୁଡ଼ିକୁ ବିକଳ୍ପ ଚିହ୍ନଟ ପ୍ରକ୍ରିୟା ଭିତ୍ତିରେ ଯୋଗାଇ ଦିଆଯିବ ।

ନିକଟରେ ଜାରି କରାଯାଇଥିବା ବିଜ୍ଞାପନଗୁଡ଼ିକ ଆଧାର ନଂ, ସରକାରୀ ସୁବିଧା ବା ନିଜର ପ୍ରାପ୍ୟଗୁଡ଼ିକ ପାଇବାପାଇଁ ଆବଶ୍ୟକ କିନ୍ତୁ ଏହି ନଂ ମିଳିବା ଯାଏଁ ହିତାଧିକାରୀ ଚିହ୍ନଟ ପାଇଁ ବିକଳ୍ପ ଦସ୍ତାବିଜ୍ ଗ୍ରହଣ କରାଯିବ ।

କିନ୍ତୁ ଉପଭୋକ୍ତା ବା ହିତାଧିକାରୀମାନଙ୍କୁ ଆଧାର ପାଇଁ ପଞ୍ଜିକୃତ କରିଥିବାର ପ୍ରମାଣ ଦେବାକୁ ପଡ଼ିବ । ଏହି କଥାଟିକୁ ଦେଖିଲେ ଏବଂ ଯେଭଳି ଭାବେ ଆଧାର ପଞ୍ଜିକରଣ ପ୍ରମାଣ ଦେବାପାଇଁ ଦିନ ଧାର୍ଯ୍ୟ କରାଯାଇଛି ତାକୁ ଦେଖିଲେ ଆଧାରକୁ ବାଧ୍ୟତାମୂଳକ କରିଦିଆଗଲାଣି ଜଣାପଡ଼ୁଛି ।

ସରକାର ଆଧାରକୁ ସବୁଥିରେ ଥୋପିଦେଇ ବାଟମାରଣାକୁ ରୋକିବା ଓ ସ୍ୱଚ୍ଛତା ଆଣିବା ଏବଂ ଜାଲ୍ ହିତାଧିକାରୀଙ୍କୁ ବାଦ ଦେଇ ବିପୁଳ ସରକାରୀ ଅର୍ଥକୁ ସଞ୍ଚୟ କରିବା କ୍ଷେତ୍ରରେ ଆଧାରକୁ ଯେଭଳି ଏକ ଯାଦୁକାରୀ ଉପଶମ ହିସାବରେ ଉପସ୍ଥାପିତ କରିଆସିଛନ୍ତି ।

ଯାହା ସରକାର କହୁନାହାନ୍ତି ତାହା ହେଲା ଯେ ଆଧାର ଯୋଜନାରେ ଯେଉଁ ବଡ଼ ଧରଣର ତଥ୍ୟ ସଂଗ୍ରହ ହେବ ତାହା ସରକାରଙ୍କୁ ତଥ୍ୟ ଜଗୁଆଳୀ କରାଇଦେବ (ଲୋକମାନଙ୍କର ବ୍ୟକ୍ତିଗତ ତଥ୍ୟ ଓ ଇଣ୍ଟରନେଟ୍ କାରବାରର ରେକର୍ଡ଼କୁ ନିରେଖିବା ଇତ୍ୟାଦି) ।

ଏହି ଆଧାର ବିଚାରଟି ପ୍ରଥମେ କାର୍ଗିଲ ଯୁଦ୍ଧ ପରେ ଭାଜପା ନେତୃତ୍ୱରେ ଚାଲିଥିବା ଏନ୍.ଡି.ଏ. ସରକାର ଏକ ନିରାପତ୍ତା ଓ ଜଗୁଆଳ ପ୍ରକଳ୍ପ ହିସାବରେ ଆରମ୍ଭ କରିଥିଲେ ।

ଏବକାର ଆଧାରର ଅନେକ କଥା ସହ ପୂର୍ବ ଆଧାରର ସାମଞ୍ଜସ୍ୟ ରହୁଛି । ଅଧିକ କଥାଟି ଯାହା ସରକାର ଏଠି କରିଛନ୍ତି ତାହା ହେଲା ଯେ, ସରକାର ସାମ୍ବିଧାନିକ ପ୍ରବନ୍ଧ ଓ ସୁରକ୍ଷାଗୁଡ଼ିକୁ ଉଲ୍ଲଂଘନ କରିଛନ୍ତି ।

ବ୍ୟକ୍ତିଗତ ଗୋପନୀୟତାର ସୁରକ୍ଷା ପାଇଁ ନିୟମ ବା ବ୍ୟକ୍ତିଗତ ଜୈବଭିତ୍ତିକ ତଥ୍ୟର ନିମନ୍ତ୍ରଣ ପାଇଁ ଆଇନ ପ୍ରଣୟନ ନକରି ଆଧାର (ଆର୍ଥିକ ଏବଂ ଅନ୍ୟାନ୍ୟ ରିହାତି, ସୁବିଧା ସେବାଗୁଡ଼ିକର ଲକ୍ଷ୍ୟଭୁକ୍ତ ଉପଲବ୍ôଧ ପାଇଁ) ଆଇନ ୨୦୧୬କୁ ଗୋଟିଏ ଅର୍ଥ ବିଲ୍ ହିସାବରେ ଉପସ୍ଥାପନ କରାଯାଇଛି । ଉଚ୍ଚତମ ନ୍ୟାୟାଳୟଙ୍କ ଆଧାରକୁ ବାଧ୍ୟତାମୂଳକ ନକରିବା ପାଇଁ ତୁହାକୁ ତୁହା ଦିଆଯାଇଥିବା ନିର୍ଦ୍ଦେଶଗୁଡ଼ିକର ବେଖାତିର କରାଯାଇଛି ।

ସାଧାରଣ ଭାରତୀୟଙ୍କ ପାଇଁ ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ ସେମାନେ ଆଧାର ପାଇଁ ଦେଇଥିବା ଜୈବଭିତ୍ତିକ ତଥ୍ୟକୁ କିଭଳି ନିୟନ୍ତ୍ରଣ ଓ ବ୍ୟବହାର କରାଯିବ ।

ଆଧାର ପଞ୍ଜିକରଣ ପାଇଁ ଥିବା ଫର୍ମରେ ଗୋଟିଏ ସ୍ଥାନରେ ଅସ୍ପଷ୍ଟ ଭାବେ ‘ସ୍ୱୀକୃତି’ କଥାଟିଏ ଉଲ୍ଲେଖ କରାଯାଇଛି; ‘ୟୁଆଇଡିଏଆଇ (ୟୂନିକ୍ ଆଡ଼େରିଫେକସନ୍ ଅଥରଟି ଅଫ ଇଣ୍ଡିଆ) ଦ୍ୱାରା ମୁଁ ସେମାନଙ୍କୁ ପ୍ରଦାନ କରିଥିବା ତଥ୍ୟକୁ ସାଧାରଣ ସେବା ଓ କଲ୍ୟାଣମୂଳକ ସେବା ପ୍ରଦାନ କ୍ଷେତ୍ରରେ କାମ କରୁଥିବା ସଂସ୍ଥାମାନଙ୍କ ସହ ଆଦାନପ୍ରଦାନ କରିବା ପାଇଁ ମୋର କୌଣସି ଆପତ୍ତି ନାହିଁ ।

’ ଏହାର ଅର୍ଥ କ’ଣ ଯଦିଓ ୟୁଆଇଡିଆଇ ତରଫରୁ ବାଖ୍ୟା କରାଯାଇ ନାହିଁ, ତେବେ ପଞ୍ଜିକରଣ କେନ୍ଦ୍ରରେ କର୍ମଚାରୀମାନେ ଭବିଷ୍ୟତରେ ସୁବିଧା ସବୁ ପାଇବାପାଇଁ ସ୍ୱୀକୃତି ଦେବା ପାଇଁ ପରାମର୍ଶ ଦେଇଥାନ୍ତି । ଏହି ସ୍ୱୀକୃତି ଦେବା କଥାଟିକୁ ଉପରେ ଆଲୋକପାତ କରିବା ଦିଗରେ ସରକାରଙ୍କ ଆଧାର ସମ୍ପର୍କିତ ପ୍ରଚାର ଅଭିଯାନ ବିଫଳ ହୋଇଛି ।

ନିଜର ଜୈବଭିତ୍ତିକ ତଥ୍ୟକୁ ତାଲା ପକାଇ ଦେବାପାଇଁ (ଯାହାକି ଏମିତିରେ ଖୋଲା ରହିବ) ଗୋଟିଏ ଏକକାଳୀନ ପାସ୍ୱାର୍ଡ଼ର ବ୍ୟବସ୍ଥା ୟୁ.ଆଇ.ଡି.ଏ.ଆଇର ୱେବସାଇଟ୍ରେ ନିର୍ଦ୍ଦିଷ୍ଟ ରେସିଡେନ୍ସ ପୋଟାଲ ଥିବା କଥା ଯେଉଁଟାକି ଗୋଟିଏ ପଞ୍ଜିକୃତ ମୋବାଇଲ ନଂ ମାଧ୍ୟମରେ ନିଶ୍ଚିତ କରାଯାଇ ପାରିବ – ସେସବୁ ବିଷୟରେ ମଧ୍ୟ ଆଧାରର ପ୍ରଚାର ଅଭିଯାନରେ କୁହାଯାଉ ନାହିଁ । ଏହି ବ୍ୟବସ୍ଥାଟି ମଧ୍ୟ ଇଣ୍ଟରନେଟ୍ ବ୍ୟବହାର କରୁନଥିବା ଲୋକମାନଙ୍କ ପହଞ୍ଚ ବାହାରେ ।

ଏହିସବୁ ପ୍ରସଙ୍ଗଗୁଡ଼ିକୁ ଆଧାର ଆଇନ ଛୁଇଁ ବି ନାହିଁ ଯାହାଫଳରେ କ୍ଲଜ୍ ୫୭ ମାଧ୍ୟମରେ କଥାଟି ଅଧିକ ଜଟିଳ ହେଇଯାଇଛି । ଏହି ଆଇନରେ ଥିବା କୌଣସି ପ୍ରବନ୍ଧ କୌଣସି ବି ପରିଚୟକୁ ସାବ୍ୟସ୍ତ କରିବା ପାଇଁ ଆଧାର ନଂ ବ୍ୟବହାର କରିବା ପାଇଁ ବାରଣ କରିବ ନାହିଁ, କୌଣସି ରାଷ୍ଟ୍ର ବା କର୍ପୋରେଟ୍ ବା ବ୍ୟକ୍ତି ହୁଅନ୍ତୁ, ବର୍ତ୍ତମାନ ପ୍ରଚଳିତ ଥିବା କୌଣସି ଆଇନ ବା କୌଣସି ବଳବତ୍ତର ଥିବା ଚୁକ୍ତି ବି ହୋଇଥାଉ ।

ଏହି କ୍ଲଜ୍ ବା ଧାରାଟି ସ୍ପଷ୍ଟ ଭାବେ ଅଣ-ରାଷ୍ଟ୍ରୀୟ ଚରିତ୍ରମାନଙ୍କୁ ଆଧାର ନିଶ୍ଚିତ କରିବା ପଦ୍ଧତିକୁ ବ୍ୟବହାର କରି ତଥ୍ୟ ସଂଗ୍ରହ କରିବା କ୍ଷେତ୍ରରେ ଅନୁମତି ପ୍ରଦାନ କରୁଛି, ଯାହାକି ଏବେ ଘଟି ଚାଲିଛି । ଲୋକମାନଙ୍କର ଅଭିଯୋଗ ପାଇବା ପରେ ୟୁଆଇଡିଏଆଇ ସଂସ୍ଥା ଲୋକମାନଙ୍କ ତଥ୍ୟକୁ କୌଣସି ଅନୁମତି ନଥାଇ ବ୍ୟବହାର କରୁଥିବା ୨୪ଟି ଘରୋଇ ସଂସ୍ଥାକୁ ବାରଣ କରିଛନ୍ତି ।

ଏହି ଦ୍ୱନ୍ଦ୍ୱଟି ବଢ଼ିଯାଉଛି ଯେତେବେଳେ ଆଇନରେ ଥିବା ‘ଜୈବଭିତ୍ତିକ ସୂଚନା’କୁ ଯେଭଳି ସଙ୍କା ନିରୂପଣ କରାଯାଇଛି । ସେଥିରେ ଅନ୍ୟାନ୍ୟ ଜୈବ ଗୁଣାବଳୀକୁ ଖୋଲା ରଖାଯାଇଛି । ଆମେ ଯାହାକୁ ଡି.ଏନ୍.ଏ. ବୋଲି ଭବିଷ୍ୟତରେ ପଢ଼ିବା ।

ଦ୍ୱନ୍ଦ୍ୱଟିକୁ ଆହୁରି ବଢ଼ାଇ ଦେଇଛି ଫେବୃୟାରୀ ୨୦୧୭ର ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶାବଳୀ ଯେଉଁଠି ଅଦାଲତ ପୂର୍ବରୁ ଦେଇଥିବା ନିର୍ଦ୍ଦେଶାବଳୀର ଠିକ୍ ଓଲଟା ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ପ୍ରତ୍ୟେକ ମୋବାଇଲ ସିମ୍ କାର୍ଡ଼ ମୋଡ଼ୁଲ୍ ସହ ଆଧାର ନଂ କୁ ସଂଯୁକ୍ତ କରିବା ବାଧ୍ୟତାମୂଳକ ।

ଏସବୁ ବିବ୍ରତ କଲାଭଳି ଅନେକ ପ୍ରଶ୍ନ ଉତ୍ଥାପନ କରୁଛି ଯଥା କେବଳ ଜନସଂଖ୍ୟା ସମ୍ପର୍କିତ ବିଶାଳ ତଥ୍ୟ ନୁହେଁ ବରଂ ଜୈବଭିତ୍ତିକ ତଥ୍ୟଗୁଡ଼ିକ କାହା ହାତରେ ପଡ଼ିବ ଏବଂ କିଏ ତାକୁ କିଭଳି ବ୍ୟବହାର କରିବ ।

ଆଧାରକୁ ଆଗକୁ ବଢ଼ାଇ ଭାରତୀୟ ରାଷ୍ଟ୍ର ଗୋଟିଏ କମ୍ପାନୀ ଭଳି ବ୍ୟବହାର କରୁଛି ଯିଏ କି ଏଭଳି ସର୍ତ୍ତ ରଖି ଆମକୁ ସେବା ପ୍ରଦାନ କରୁଛି ଯେ ଆମର ସବୁ ତଥ୍ୟକୁ ସେ ପାଇପାରିବ ଏବଂ ଆମ ଉପରେ ଜଗୁଆଳୀ କାମ କରିବା ପାଇଁ ସୁଯୋଗ ପାଇବ ।

ଯେଉଁ ରାଷ୍ଟ୍ର ଲୋକଙ୍କଠୁ ସ୍ୱଚ୍ଛତା ଆଶା କରୁଛି ସେ ନିଜେ ସ୍ୱଚ୍ଛ ନୁହେଁ ସ୍ପଷ୍ଟ ହୋଇଯାଉଛି ।

( Force- Feeding Aadhar- MARCH 11, 2017 VOL L II NO 10- EPW EDITORIAL)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଆଧାର, ଜୈବଭିତ୍ତିକ

ବିପ୍ଳବର ‘ଧାଇ ମା’ ମାନେ?’

March 18, 2017 by ଓଡିଶା ଡଟ କମ Leave a Comment

‘ସୋଭିଏତ୍’ ଏବଂ ପରିବର୍ତନ ପଥରେ ଯାତ୍ରା କରିଥିବା ନାରୀମାନଙ୍କର କ’ଣ ହେଲା? ଖୁବ୍ କମ୍ ଲୋକ ଜାଣିଛନ୍ତି ଯେ ମାର୍ଚ୍ଚ ୮, ୧୯୧୭ ଦିନ ପେଟ୍ରେଗ୍ରାଡ଼୍ ଠାରେ ମହିଳାମାନଙ୍କର ଏକ ଧର୍ମଘଟ ଋଷ ବିପ୍ଳବର ଆରମ୍ଭକୁ ସୂଚାଇ ଦେଇଥିଲା ।

ଏହା ସ୍ୱୀକାର୍ଯ୍ୟ ଯେ, ୧୯୧୭ରେ ସଙ୍ଗଠିତ ହୋଇଥିବା ଦୁଇଟି ଋଷ ବିପ୍ଳବର ଶତବାର୍ଷିକୀ ପାଳନ ବେଳେ – ଯଥା ଅକ୍ଟୋବର ବିପ୍ଳବ ଏବଂ ପାଶ୍ଚାତ୍ୟ ଜୁଲିୟାନ୍ କ୍ୟାଲେଣ୍ଡରରେ ସ୍ଥାନ ପାଇଥିବା ନଭେମ୍ବର ବିପ୍ଳବ ଭିତରୁ – ନଭେମ୍ବର ବିପ୍ଳବର ଗୌରବମୟ ସ୍ଥାନ ରହିଛି ବିଂଶ ଶତାବ୍ଦୀର ସବୁଠାରୁ ଅଧିକ ପ୍ରଭାବଶାଳୀ ରାଜନୈତିକ ଘଟଣା ହିସାବରେ ।

ପାଶ୍ଚାତ୍ୟର ଜୁଲିୟାନ କ୍ୟାଲେଣ୍ଡର ଅନୁସାରେ ଫେବୃୟାରୀ-ମାର୍ଚ୍ଚ ମାସରେ ଶ୍ରମିକ ଓ ସୈନିକ (ସେମାନଙ୍କ ଭିତରୁ ଅଧିକାଂଶ ପୋଷାକ ପିନ୍ଧିଥିବା କୃଷକ)ମାନେ ରାଜତନ୍ତ୍ର ଏବଂ ତା’ର ସ୍ୱେଚ୍ଛାଚାରିତାର ଅନ୍ତ ଟାଣିବା ପାଇଁ ଯେଉଁ ଅଭିଯାନଟି କରିଥିଲେ, ତା’ର ଉଦ୍ଦେଶ୍ୟ ନଥିଲା ପୁଞ୍ଜିବାଦକୁ ମୁକାବିଲା କରିବା ବା ବିରୋଧ କରିବା ।

ଏମିତିକି ପୁଞ୍ଜିପତି ଓ ସମ୍ଭ୍ରାନ୍ତମାନଙ୍କୁ ପ୍ରତିନିଧିତ୍ୱ କରୁଥିବା କାଡ଼େଟ୍ ପାର୍ଟକୁ ସେମାନେ ଅସ୍ଥାୟୀ ସରକାର ଚଳାଇବା ପାଇଁ ଅନୁମତି ମଧ୍ୟ ଦେଇଥିଲେ । ପ୍ରଥମ ବିଶ୍ୱଯୁଦ୍ଧର ମଧ୍ୟ ଭାଗରେ, ୧୯୧୭ର ଶୀତଋତୁବେଳକୁ ସାଧାରଣ ଲୋକମାନଙ୍କ ପରିସ୍ଥିତି ଅସହନୀୟ ହୋଇଯାଇଥିଲା ।

ଖାଦ୍ୟ ଓ ଜାଳେଣିର ଭୟଙ୍କର ସଙ୍କଟ ଯୋଗୁଁ ଶ୍ରମିକମାନେ ଓ ସେମାନଙ୍କ ପରିବାର ଦାରିଦ୍ର୍ୟ ଭିତରକୁ ଟାଣି ହୋଇଯାଇଥିଲେ । ୧୯୦୫ରେ ଘଟିଥିବା ଅସଫଳ ବିପ୍ଳବ ‘ରକ୍ତାକ୍ତ ରବିବାର’କୁ ସ୍ମରଣ କରି ପେଟ୍ରୋଗ୍ରାଡ଼ରେ ଧର୍ମଘଟ ଓ ଶୋଭାଯାତ୍ରା ମାନ ଅନୁଷ୍ଠିତ ହେବାକୁ ଲାଗିଲା ।

ବିରାଟକାୟ ପୁଟିଲର୍ କାରଖାନାରେ ତାଲା ପକାଇ ଦେବା ପରେ ଶ୍ରମିକମାନଙ୍କର ସଂଘର୍ଷ ମନୋଭାବ ବଢ଼ି ଯାଇଥିଲା ।

ୱେଷ୍ଟର୍ଣ୍ଣ ଜୁଲିୟାନ କ୍ୟାଲେଣ୍ଡର ମୁତାବକ ଫେବୃୟାରୀ ୨୩ ମାର୍ଚ୍ଚ ୮, ଆନ୍ତର୍ଜାତିକ ମହିଳା ଦିବସ; ସେହି ଦିନ ବୟନଶିଳ୍ପର ମହିଳା ଶ୍ରମିକମାନେ ଗଣ ସଙ୍ଗଠିତ ହୋଇ ପେଟ୍ରୋଗ୍ରାଡ଼ର ରାସ୍ତାକୁ ଓହ୍ଲାଇ ‘ରୁଟି’ ଦାବିକରିଥିବା ଘଟଣା ଆଗକୁ ଆସୁଥିବା ଘଟଣା ପ୍ରବାହକୁ ଗତିଶୀଳ କରାଇଥିଲା ।

କେହି ବି କଳ୍ପନା କରିନଥିଲେ ଯେ ମାର୍ଚ୍ଚ ୮ଟି ଫେବୃୟାରୀ ବିପ୍ଳବର ପ୍ରଥମ ଦିବସ ରୂପେ ବିବେଚିତ ହେବ, କେବଳ ସେହି ମହିଳା ଶ୍ରମିକମାନଙ୍କ ସାହସିକ ଏବଂ ସଂକଳ୍ପବଦ୍ଧ ଉଦ୍ୟମ ଯୋଗୁଁ ଯାହା ସମ୍ଭବ ହୋଇଥିଲା, ଯେତେବେଳେ କି ସେମାନେ ଉଗ୍ର ମନେକରାଯାଉଥିବା ଭାଇବର୍ଗ ଜିଲ୍ଲାର ବୋଲସେଭିକ ନେତୃତ୍ୱରେ ପରିଚାଳିତ ଧାତୁ ଶ୍ରମିକମାନଙ୍କୁ ନିଜ ଆଡ଼କୁ ଟାଣି ଆଣିଥିଲେ ।

ଯଦିଓ ଏହି ମହିଳା ଶ୍ରମିକମାନଙ୍କୁ ଫେବୃୟାରୀ ବିପ୍ଳବର ‘ଧାଇ ମା’ କହିବା ଅତିରଞ୍ଜିତ ହେବ, ତେବେ ସେମାନଙ୍କର ଏହି କାମଟି ଯୋଗୁଁ ସେହି ଦିନ ବେଳବୁଡ଼ିବା ବେଳକୁ ୯୦ହଜାର ଶ୍ରମିକଙ୍କୁ ରାସ୍ତାକୁ ଆସି ଯାଇଥିଲେ – ଯଦ୍ୱାରା ଆଗକୁ ଆସୁଥିବା ଘଟଣାକ୍ରମର ଗତି ନିର୍ଣ୍ଣୟ ହୋଇପାରିଲା ।

ଠିକ୍ ତା’ ପରଦିନ ରାସ୍ତାରେ ଶ୍ରମିକମାନଙ୍କ ସଂଖ୍ୟା ବହୁଗୁଣିତ ହୋଇଯାଇଥିଲା; ରୁଟି ପାଇଁ କରାଯାଇଥିବା ଦାବୀ ସହ ଅଧିକ ସ୍ପଷ୍ଟ ରାଜନୈତିକ ନାରା ଯୋଡ଼ି ହୋଇଯାଇଥିଲା – ‘ସ୍ୱେଚ୍ଛାଚାରିର ଅନ୍ତ ହେଉ’, ‘ଯୁଦ୍ଧର ଅନ୍ତ ହେଉ’ ।

ଏହି ସମୟରେ ହିଁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପଠାଯାଇଥିବା ସୈନିକମାନଙ୍କୁ ସେମାନେ ଆହ୍ୱାନ ଦେଲେ, ‘ସାଥିଗଣ, ତୁମ ବନ୍ଧୁକକୁ ତଳକୁ କରିଦିଅ, ଆମ ସହ ଯୋଗ ଦିଅ’ ।

ସୈନିକମାନେ ଯେଉଁମାନଙ୍କ ଭିତରୁ ଅଧିକାଂଶ କୃଷକ ପୃଷ୍ଠଭୂମିର ଥିଲେ, ବିହ୍ୱଳିତ ହୋଇଯାଇଥିଲେ ଏବଂ ମୁକ୍ତଭାବେ ଶୋଭଯାତ୍ରାକାରୀ ମାନଙ୍କ ସହ ମିଶିବାରେ ଲାଗିଲେ ।

ଫେବୃୟାରୀ ୨୬, (ଯାହା ୱେଷ୍ଟର୍ଣ୍ଣ ଜୁଲିୟାନ କ୍ୟାଲେଣ୍ଡର ଅନୁସାରେ ମାର୍ଚ୍ଚ ୧), ସିପାହୀ ବିଦ୍ରୋହ ଆରମ୍ଭ ହେଲା । ସୈନିକମାନେ ସେତେବେଳେ ବିଦ୍ରୋହ କରନ୍ତି ଯେତେବେଳେ ସେମାନଙ୍କର ବିଶ୍ୱାସ ହୁଏ ଯେ ଲୋକମାନଙ୍କର ବିଜୟ ହେବ, ସେମାନେ ସେତିକିବେଳେ ହିଁ ଲୋକଙ୍କ ଆଡ଼କୁ ପଟ୍ଟ ପରିବର୍ତ୍ତନ କରନ୍ତି ।

ଏଭଳି କରାଇବାରେ ମହିଳା ଶ୍ରମିକମାନଙ୍କର ଭୂମିକା କୌଣସି ଦୃଷ୍ଟିରୁ କମ୍ ନଥିଲା । ମାର୍ଚ୍ଚ ୧୨ବେଳକୁ ସୈନିକମାନଙ୍କ ବିଦ୍ରୋହ ସମ୍ପୂର୍ଣ୍ଣ ହୋଇଯାଇଥିଲା ଏବଂ ଋଷ ସମ୍ରାଟ ‘ଜାର୍’ ଗାଦି ଛାଡ଼ି ସାରିଥିଲା । ବିଦ୍ରୋହର ବିଜୟ ପରେ, ଆଦର୍ଶବାଦର ଶକ୍ତି (ଭ୍ରାନ୍ତ ଚେତନା) ବଳିଷ୍ଠ ଥିଲା ।

ଯେମିତିକି ପୁଞ୍ଜିପତିଙ୍କ ଶକ୍ତି ଜାର ଶକ୍ତିର ସ୍ଥାନ ନେବାଟା ପୂର୍ବ ନିର୍ଦ୍ଧାରିତ ଥିଲା, ଏହି ଶକ୍ତିର ସମାନ୍ତରାଳ ପ୍ରକ୍ରିୟାରେ ‘ୱାର୍କକର୍ସ ସୋଭିଏଟସ୍’ ଏବଂ ‘ସୋଲଡିୟରସ ଡେପୁଟିସ’ ନାମକ ଦୁଇଟି ଶ୍ରମିକ ଓ ସୈନିକମାନଙ୍କ ପରିଷଦ ଗଠନ ହୋଇସାରିଥିଲା ସେହି ଫେବୃୟାରୀ ବିପ୍ଳବର ଘଟଣା ପ୍ରକ୍ରିୟା ଭିତରେ, ଯେଉଁମାନେ ବିକଳ୍ପ ଶକ୍ତି କେନ୍ଦ୍ର ହିସାବରେ ଆଗକୁ ଆସୁଥିଲେ କିନ୍ତୁ କେଡ଼େଟ୍ ପାର୍ଟିର ଆଧିପତ୍ୟ ଭିତରେ ଚାଲିଥିବା ଅସ୍ଥାୟୀ ସରକାରଟି ବିପ୍ଳବର ଦାବୀଗୁଡ଼ିକ ପୂରଣ କରିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ ।

ଶ୍ରମିକ, ସୈନିକ (ଅଧିକାଂଶରେ ପୋଷାକ ପିନ୍ଧା କୃଷକ) ଓ କୃଷକମାନଙ୍କୁ ବେଶୀ ସମୟ ଲାଗିଲା ନାହିଁ; ଏହି କଥାଟି ବୁଝିବା ପାଇଁ ଯେ ଏହି ନୂଆ ସରକାର ବା ଯେକୌଣସି ପୁଞ୍ଜିପତି ସରକାର ତାଙ୍କର ଦାବୀଗୁଡ଼ିକ ପୂରଣ କରିବା ଦିଗରେ ଅନିଚ୍ଛୁକ ରହିବେ ।

ସେହି ଦାବୀଗୁଡ଼ିକ ଭିତରେ ଥିଲା; ଗଣତାନ୍ତ୍ରିକ ଜନରାଜ୍ୟର ପ୍ରତିଷ୍ଠା, ଗ୍ରାମାଂଚଳର ସମ୍ଭ୍ରାନ୍ତମାନଙ୍କର ସମ୍ପତିି ବାଜ୍ୟାପ୍ତି ଏବଂ କୃଷକମାନଙ୍କ ଭିତରେ ସେ ସବୁର ମାଗଣା ବିତରଣ, ଚାଲିଥିବା ବିଶ୍ୱଯୁଦ୍ଧରେ ରୁଷିଆର ସାମ୍ରାଜ୍ୟବାଦୀ ଉଦ୍ଦେଶ୍ୟକୁ ତ୍ୟାଗ କରିବା, ଶାନ୍ତି ପ୍ରତିଷ୍ଠା ପାଇଁ ବଳିଷ୍ଠ ପ୍ରୟାସ କରିବା ଏବଂ ଆଠଘଂଟିଆ କାର୍ଯ୍ୟ ଦିବସକୁ ଗ୍ରହଣ କରିବା ।

ଅସ୍ଥାୟୀ ସରକାରଟିକୁ ନିଜ ସରକାର ବୋଲି ଭାବିବାର ଗୁରୁତର ତ୍ରୁଟି ସମ୍ପର୍କରେ ଅଧିକରୁ ଅଧିକ ହୃଦ୍ବୋଧ ହେବା, ବିପ୍ଳବକୁ ବିରୋଧ କରୁଥିବା ପ୍ରତିକ୍ରିୟାଶୀଳ ଶକ୍ତିମାନଙ୍କ ଦ୍ୱାରା ସାମରିକ ଶକ୍ତି ପ୍ରୟୋଗ କରି କ୍ଷମତା ଦଖଲ କରିବାର

ଆତଙ୍କ ଯାହା ସହିତ ପୁଞ୍ଜିପତିମାନଙ୍କ ଦ୍ୱାରା କାରଖାନାରେ ତାଲା ପକାଇ ଦେବା ଇତ୍ୟାଦି ଘଟଣା ଯୋଡ଼ି ହୋଇରହିଛି; ଶ୍ରମିକ, ସୈନିକ ଓ କୃଷକମାନଙ୍କୁ ବୁଝାଇ ସାରିଥିଲା ଯେ ସେମାନଙ୍କର ଦାବୀ ପୂରଣ କରିବା ପାଇଁ ଏହି ସରକାରକୁ ଗାଦିଚ୍ୟୁତ କରି ଏକ ସୋଭିଏତ୍ ମାନଙ୍କର ସରକାରକୁ ପ୍ରତିଷ୍ଠିତ କରିବାକୁ ପଡ଼ିବ ।

ସୋଭିଏତ୍ମାନଙ୍କର ଏକ ସରକାର ଅକ୍ଟୋବର (ନଭେମ୍ବର)ରେ କ୍ଷମତାକୁ ଆସିଲା, କିନ୍ତୁ ଯେଉଁ ମହିଳା ଶ୍ରମିକମାନେ ଜାର୍ଙ୍କୁ ଗାଦିଚ୍ୟୁତ କରିବାରେ ଉଲ୍ଲେଖନୀୟ ଭୂମିକା ନିଭାଇଥିଲେ, ସେମାନେ କେଉଁଠି ହଜିଗଲେ, ଯଦିଓ ସେମାନଙ୍କ ପୁରୁଷ ସାଥୀମାନେ ପରବର୍ତୀ ଅସ୍ଥାୟୀ ସରକାରକୁ ଗାଦିଚ୍ୟୁତ କରିବାରେ ନେତୃତ୍ୱ ନେଇଥିଲେ ।

କିନ୍ତୁ ସୋଭିଏତ ମାନେ ମଧ୍ୟ ଏକ ସ୍ୱାଧୀନ ସ୍ୱଶାସିତ ସଂସ୍ଥା ହିସାବରେ ୧୯୧୮ ଗ୍ରୀଷଋତୁର ଆଗକୁ ଯାଇପାରି ନଥିଲେ । ବିଡ଼ମ୍ବନାର କଥା ଯେ ଋଷର ଶ୍ରମିକଶ୍ରେଣୀ ଯେଉଁଠି ବିପ୍ଳବରେ ପ୍ରମୁଖ ଭୂମିକା ନେଇଥିବା ମହିଳାମାନେ ବି ଥିଲେ, ଘଟଣାକ୍ରମେ ସୋଭିଏତ୍ ଏବଂ କାରଖାନାଗୁଡ଼ିକର କ୍ଷମତା ପ୍ରକ୍ରିୟାରୁ ବଞ୍ôଚତ ହେଲେ ।

ସାଧାରଣ ମଣିଷମାନେ ଯେଉଁମାନେ ନିଜର ସବୁକିଛି ଦେଇ, ମାନବୀୟତାକୁ ହରାଇ, ନିଃସ୍ୱାର୍ଥପର ଭାବେ ନିଜର ଅନୁଷ୍ଠାନ ଗଢ଼ି ତୋଳିଥାନ୍ତି ସେମାନେ ସମ୍ଭ୍ରାନ୍ତମାନଙ୍କ ଦ୍ୱାରା କ’ଣ ଏତେ ଶୀଘ୍ର କ୍ଷମତାଚ୍ୟୁତ ହେଇପାରନ୍ତି?

( ‘Midwives’ of the Revolution- MARCH 11,2017 VOL L II NO 10- EPW EDITORIAL )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ବିପ୍ଳବ, ସୋଭିଏତ୍

ଘୃଣା ଯେତେବେଳେ ସହିଷ୍ଣୁତା ଉପରେ ବିଜୟଲାଭ କରେ

March 13, 2017 by ଓଡିଶା ଡଟ କମ Leave a Comment

ଏହି କଥାଟି ନିଶ୍ଚିତଭାବେ ଅଡ଼ୁଆ ଲାଗୁଛି ଯେତେବେଳେ ନିଜ ଦେଶ ଭାରତରେ ଚାଲିଥିବା ଘୃଣାଜନିତ ଅପରାଧଗୁଡ଼ିକ ଉପରେ ନିରବ ରହି ଆସିଥିବା ସରକାରଟି ଆମେରିକା ଭଳି ଆଉ ଗୋଟିଏ ଦେଶରେ ଘଟିଥିବା ଘୃଣାଜନିତ ଅପରାଧକୁ ସେ ଦେଶରେ ରାଷ୍ଟ୍ର ମୁଖ୍ୟ ନିନ୍ଦା କରନ୍ତୁ ବୋଲି ଦାବି କରୁଛି, କାହିଁକି ନା ସେଠି ଏପରି ଅପରାଧର ଶିକାର ହୋଇଥିବା ଲୋକଟି ଜଣେ ଭାରତୀୟ ।
ଫେବୃୟାରୀ ୨୨ ଦିନ କାନସାସ୍ର ଓଲେଧ ନାମକ ଏକ ସ୍ଥାନରେ ଆମ ଦେଶ ଛାଡ଼ି ଚାଲିଯାଅ ଦାବି କରି ଜଣେ ଶ୍ୱେତାଙ୍ଗ ଆମେରିକୀୟ ଶ୍ରୀନିବାସ କୁଚ୍ଛିଭୋଟଲା ନାମକ ଜଣେ ଭାରତୀୟ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ, ଆଉ ଜଣଙ୍କୁ ଆହତ କରିଥିଲେ । ଗୋଟିଏ ଘୃଣାଜନିତ ଅପରାଧ ଘଟିଛି ଜଣାପଡ଼ିବାର ଗୋଟିଏ ସପ୍ତାହଯାଏଁ ଆମେରିକା ସରକାରଙ୍କର କୌଣସି ପ୍ରତିକ୍ରିୟା ନଥିଲା ।

ଆମେରିକାର ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ର ପ୍ରେସ୍ ସେକ୍ରେଟାରୀ ଘଟଣାଟି ‘ବିବ୍ରତ’ କରିଛି କହି ସେତିକିରେ କାମ ସାରି ଦେଇଥିଲେ । ତା’ପରେ ଫେବୃୟାରୀ ୨୮ଦିନ ଆମେରିକୀୟ କଂଗ୍ରେସର ଉଭୟ ଗୃହକୁ ଏକାବେଳେ ଉଦ୍ବୋଧନ ଦେବାବେଳେ ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ୍ କେବଳ କାନସାସ୍ ଗୁଳିକାଣ୍ଡଟି କଥା ନିଜ ବକ୍ତବ୍ୟର ପ୍ରାରମ୍ଭରେ ଉଲ୍ଲେଖ କରିଥିଲେ ।

ସେତିକିରେ ଭାରତର ଗଣମାଧ୍ୟମ ଆଗକୁ କୁଦିପଡ଼ି ଟ୍ରମ୍ପ୍ଙ୍କ ସବୁ ମନ୍ତବ୍ୟଗୁଡ଼ିକରେ କିଛି ବିଶେଷଣ ବ୍ୟବହାର କରି କହିଚାଲିଲେ ଯେ ସେ ନିନ୍ଦା କରିଛନ୍ତି ।

ଯାହା ସବୁ ଟ୍ରମ୍ପ କହିଲେ ତାହା ଏଭଳି ଥିଲା- ‘ଇହୁଦୀମାନଙ୍କର ଗୋଷ୍ଠି କେନ୍ଦ୍ର ଓ କବରଖାନାଗୁଡ଼ିକ ଯେଉଁ ଆତଙ୍କ ଓ ଆକ୍ରମଣ ଭିତର ଦେଇ ଗତି କରୁଛନ୍ତି ଏବଂ କାନସାସ୍ରେ ଯେଉଁ ଗୁଳିକାଣ୍ଡ ଘଟିଲା; ତାହା ଆମକୁ ମନେ ପକାଇ ଦେଉଛି ଯେ ଜାତି ହିସାବରେ ନୀତିମାନଙ୍କୁ ନେଇ ଆମେ ଯେତେ ବିଭାଜିତ ହେଲେ ବି, ଦେଶ ହିସାବରେ ବିଭିନ୍ନ ବୀଭତ୍ସ ରୂପରେ ପ୍ରକାଶିତ ହେଉଥିବା ଘୃଣାକୁ ନିନ୍ଦା କରିବାରେ ଆମେ ଏକ ।

ସେ ଯାହା ସ୍ୱୀକାର କରିନଥିଲେ ତାହା ଥିଲା ଯେ, ଅଦାଲତୀ ହସ୍ତକ୍ଷେପ ଯୋଗୁଁ ସ୍ଥଗିତ ଥିବା ତାଙ୍କ ପ୍ରଶାସନର କିଛି ନୀତି ଓ ଘୋଷଣା ଯେମିତିକି ୭ଟି ମୁସଲିମ ଦେଶର ବାସିନ୍ଦାଙ୍କୁ ଆମେରିକାରେ ପ୍ରବେଶ କରିବା କ୍ଷେତ୍ରରେ ବାସନ୍ଦ କରିବା ଇତ୍ୟାଦି ସବୁ ଘୃଣାଜନିତ ଅପରାଧ ଘଟାଇବା ପାଇଁ ଗୋଟିଏ ବାତାବରଣ ସୃଷ୍ଟି କରିଛି ।

ଯଦିଓ ଆମେରିକା ସମେତ ଯେକୌଣସି ବି ଦେଶରେ ସମାଜର ବିଭିନ୍ନ ବର୍ଗଙ୍କ ଭିତରେ ପରସ୍ପରବିରୋଧୀ କ୍ରୋଧ ଓ ବିଦ୍ୱେଷ ଭାବ ଉନ୍ମାଦ ସ୍ତରରେ ରହିଆସିଛି, ତେବେ ସରକାରମାନେ ଏହି ସାମାଜିକ ବିଭାଜନଗୁଡ଼ିକୁ ଅଧିକ ଖରାପ କରିପାରିବେ ସେମାନେ ଯଦି ନିଜ ନୀତିଗୁଡ଼ିକର ପରିଣାମସ୍ୱରୂପ ଏସବୁ ହେଉଛି ବୋଲି ସ୍ୱୀକାର ନକରନ୍ତି ।

ଆଜି ଯାହା ଆମେରିକାର ଘଟୁଛି ଦୀର୍ଘ ଅଢ଼େଇ ବର୍ଷ ଧରି ଭାରତରେ ଚାଲିଥିବା ଘଟଣାଗୁଡ଼ିକରେ ତାହା ପ୍ରତିଫଳିତ । ମେ, ୨୦୧୪ରେ ଭାଜପା ଓ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନ ବିଜୟ ପରେ, ଆମେ କେବଳ ଯେ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଘୃଣା ଅପରାଧ ନିୟମିତ ବଢ଼ିଚାଲିଥିବା କଥା ଦେଖୁନାହୁଁ, ବରଂ ଭାରତରେ ମୁସଲମାନମାନଙ୍କୁ ଜାଣିଶୁଣି ପୈଶାଚିକ ରୂପଦେଇ ଭିନ୍ନଭାବେ ଉପସ୍ଥାପନ କରିବାର ପ୍ରବୃତି ବଢ଼ି ଚାଲିଥିବା କଥା ଦେଖିଆସିଛୁ ।

ନିଷ୍ଠୁର ଭାବେ ହତ୍ୟା କରିବା ଏବଂ ‘ପ୍ରେମ ଧର୍ମଯୁଦ୍ଧ’ର ଅଭିଯୋଗ ଆଣିବାଠୁ ଆରମ୍ଭ କରି, ନିକଟରେ ଘଟିଥିବା ଉତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରବେଳେ ପର୍ଦ୍ଦା ପଛରୁ ମୋଦୀଙ୍କ ସାମ୍ପ୍ରଦାୟିକ ଉଚ୍ଚାରଣ ଯାଏଁ, ଭାରତୀୟ ସମାଜରେ ସେମାନଙ୍କର ସ୍ଥାନକୁ ନେଇ ମୁସଲମାନମାନଙ୍କ ଭିତରେ ଅସୁରକ୍ଷିତ ମନୋଭାବ ବଢ଼ିଚାଲିଛି ।

କେବଳ ଘୃଣା ମନୋଭାବରେ ଭରା ଏଠିସେଠି କେତୋଟି ବ୍ୟକ୍ତିଙ୍କ ଦ୍ୱାରା ଅବା ଶାସକଦଳ ଭଳି ହିନ୍ଦୁତ୍ୱରେ ବିଶ୍ୱାସ ରଖୁଥିବା କିଛି ଗୋଷ୍ଠୀ ବା ସଙ୍ଗଠନମାନଙ୍କ ଦ୍ୱାରା ଏଭଳି କାମ ସଙ୍ଗଠିତ ହୋଇପାରିବ ନାହିଁ । ଏଭଳି ଘଟଣା ସବୁ ସେତେବେଳେ ଘଟିଥାଏ ଯେତେବେଳେ ଶୀର୍ଷରେ ଥିବା ଶାସକଟି ଏଭଳି ଏକ ବାର୍ତା ଦେଇଥାଏ ଯେ ସଂଖ୍ୟାଲଘୁମାନଙ୍କ ବିରୁଦ୍ଧରେ ତମେ ଯାହା ଅପରାଧ କଲେ ବି ନିନ୍ଦା କରାଯିବ ନାହିଁ ବା ତୁମକୁ ତେଜ୍ୟ କରାଯିବ ନାହିଁ ।

ଉତରପ୍ରଦେଶର ଦାଦ୍ରୀଠାରେ ମହମ୍ମଦ ଅଖ୍ଲାଖ୍ଙ୍କ ହତ୍ୟା ଭଳି ପ୍ରତ୍ୟେକ ଘୃଣାଜନିତ ଅପରାଧ ପରେ ଶୀର୍ଷରେ ଥିବା ଶାସକ ଭୟଙ୍କର ଭାବେ ନୀରବ ରହିଆସିଛନ୍ତି । ସେହିଦୃଷ୍ଟିରୁ କାନସାସ୍ ଘଟଣା ଉପରେ ଟ୍ରମ୍ପ୍ ଯେତେ କମ୍ କହିଥିଲେ ବି ପ୍ରତିଟି ଘୃଣାଜନିତ ଅପରାଧ ପରେ ମୋଦୀଙ୍କ ନୀରବତା ତୁଳନାରେ ଯଥେଷ୍ଟ ଅଧିକ ।

ଆମେରିକା ଓ ଭାରତ ଭିତରେ ଚାଲିଥିବା ସମାନ୍ତରାଳ ଘଟଣା ପ୍ରବାହ ଏତିକିରେ ସରୁନାହିଁ । ଆଉ ଗୋଟିଏ ସମାନ୍ତରାଳ ହେଉଛି ‘ଜାତି’ ବା ଦେଶର ସଂଜ୍ଞା ନିରୂପଣ । ଆମେରିକାକୁ ପୁଣିଥରେ ମହାନ କରି ତୋଳିବା ପାଇଁ ତୁହାକୁ ତୁହା ଟ୍ରମ୍ପ୍ କହି ଚାଲିଛନ୍ତି । କିନ୍ତୁ ସେଇଟା କେଉଁ ଆମେରିକା?

ଏହି ଆମେରିକାରେ କ’ଣ ମୁସଲମାନମାନଙ୍କ ସମେତ ଅନେକ ଦେଶରୁ ଆସି ରହିଥିବା ପ୍ରବାସୀମାନଙ୍କର ସ୍ଥାନ ରହିବ? ନା ସେମାନେ ଆମେରିକାର ପୂର୍ବ ଗୌରବ ଫେରାଇ ଆଣିବା ନାଁ’ରେ ଚାଲିଥିବା ମହା ଅଭିଯାନର ଶିକାର ହେବେ? ଯେଉଁ ବକ୍ତବ୍ୟରେ ଟ୍ରମ୍ପ୍ କାନସାସ୍ ଗୁଳିକାଣ୍ଡଟି ଉଲ୍ଲେଖ କରିଥିଲେ, ସେହି ବକ୍ତବ୍ୟରେ ସେ ‘ଭଏସ୍’ କଥା ମଧ୍ୟ ରଖିଥିଲେ ।

ତାହା ହେଉଛି ‘ଭିକଟିମ୍ସ ଅଫ୍ ଇମିଗ୍ରେସନ୍ କ୍ରାଇମ୍ସ୍ ଏନ୍ଗେଜମେଂଟ’ ବା ଅପ୍ରବାସୀମାନଙ୍କ ଅପରାଧର ଶିକାର ସଂଶ୍ଳିଷ୍ଟ କର୍ତୃପକ୍ଷର ଗଠନ । ଏହି କର୍ତୃପକ୍ଷ ଅପ୍ରବାସୀମାନଙ୍କ ଅପରାଧର ଶିକାର ହେଉଥିବା ‘ଆମେରିକୀୟମାନଙ୍କର’ ସେବାରେ କାମ କରିବ ।

ଅପ୍ରବାସୀଙ୍କ ଦ୍ୱାରା ହତ୍ୟା କରାଯାଇଛି ବୋଲି ଅଭିଯୋଗ ହେଉଥିବା କିଛି ପୋଲିସ ଅଧିକାରୀଙ୍କ ଗୁଣଗାନ କଲାବେଳେ ସେ ଏକଥା କହିନଥିଲେ ଯେ ଏହି ଅପରାଧଗୁଡ଼ିକ ଆମେରିକୀୟ ବୋଲି ସେ ଭାବୁଥିବା ଲୋକମାନଙ୍କ ଦ୍ୱାରା ଅପ୍ରବାସୀମାନଙ୍କ ଉପରେ ହେଉଥିବା ଅପରାଧ ତୁଳନାରେ କେତେ ଅନୁପାତରେ ଅଧିକ ।

ଅପ୍ରବାସୀ କାହାକୁ କୁହାଯିବ ସ୍ଥିର ନକରି ଅପ୍ରବାସୀ ଶବ୍ଦର ଉଚ୍ଚାରଣ କରି ଟ୍ରମ୍ପ୍ କେବଳ କୁଚ୍ଛୁ ଭୋଟଲାଙ୍କୁ ଗୁଳି କରିଥିବା ଲୋକମାନଙ୍କ ହାତରେ ଖେଳନାଟିଏ ସାଜିଛନ୍ତି । ଏହି ଲୋକମାନଙ୍କ ପାଇଁ ଯିଏ ଟିକିଏ ଭିନ୍ନ ଜଣାପଡ଼େ, ଯାହାର ଶରୀରର ରଙ୍ଗ ଭିନ୍ନ, ଯେ ଭିନ୍ନ ଭାଷା କହେ, ଭିନ୍ନ ପୋଷାକ ପରିଧାନ କରେ, ସେ ଜଣେ ‘ବେଆଇନ୍ ଅନୁପ୍ରବେଶକାରୀ’, ‘ବାହାରିଆ ଲୋକ’, ‘ଆମେରିକା ପ୍ରତି ଏକ ଆତଙ୍କ’ ।

ଭାରତରେ, ସାମ୍ପ୍ରତିକ ସରକାର ‘ଜାତି’ ଓ ‘ଜାତୀୟବାଦୀ’କୁ ନେଇ ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି । ସବୁ ଭାରତୀୟ ହିନ୍ଦୁମାନେ ‘ଜାତୀୟତାବାଦୀ’, ଭିନ୍ନ ପ୍ରମାଣିତ ନହେବା ଯାଏଁ । କିନ୍ତୁ ସବୁ ଭାରତୀୟ ମୁସଲମାନମାନଙ୍କୁ ପ୍ରମାଣ ଦେବାକୁ ପଡ଼ିବ ଯେ ସେମାନେ ଜାତୀୟତାବାଦୀ ।

ତା’ସହିତ ଆଉ ଗୋଟିଏ କଥା ଅଛି, ଯେଉଁମାନେ ସରକାର ଓ ତାଙ୍କ ନୀତିକୁ ବିରୋଧ କରୁଛନ୍ତି , ଯେଉଁମାନେ ନିଜ ଭବିଷ୍ୟତ ନିଜେ ନିର୍ଦ୍ଧାରଣ କରିବା ପାଇଁ କାଶ୍ମୀରବାସୀଙ୍କ ଅଧିକାରକୁ ସମର୍ଥନ କରୁଛନ୍ତି, ଯେଉଁମାନେ କାଶ୍ମୀର, ବସ୍ତର ଏବଂ ଉତରପୂର୍ବ ରାଜ୍ୟମାନଙ୍କରେ ନିରାପତା ବାହିନୀର ହିଂସାକୁ ନିନ୍ଦା କରନ୍ତି ଏବଂ ଯେଉଁମାନେ ଗୁରୁତ୍ୱ ଦେଇ କୁହନ୍ତି ଯେ ବାକ୍ ସ୍ୱାଧୀନତା ପ୍ରତିଟି ଭାରତୀୟଙ୍କୁ ପ୍ରତିବାଦର ଅଧିକାର ଦେଇଛି ସେମାନେ ସମସ୍ତେ ‘ଦେଶଦ୍ରୋହୀ’ ।

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରନ୍ ରିଜ୍ଜୁଙ୍କ ଅନୁସାରେ, ନିକଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ୍ କଲେଜରେ ‘ପ୍ରତିବାଦର ସଂସ୍କୃତି’ ଶୀର୍ଷକ ପାଠଚକ୍ରରେ ଯୋଗ ଦେଉଥିବା ଛାତ୍ର ଓ ଅଧ୍ୟାପକମାନଙ୍କ ଉପରେ ଭାଜପାର ଛାତ୍ରଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କର୍ମମାନଙ୍କ ଦ୍ୱାରା ଯେଉଁ ଆକ୍ରମଣ ହେଲା, ତାହା ‘ଉଗ୍ର ବାମପନ୍ଥୀ’ ଓ ‘ଜାତୀୟତାବାଦୀ’ ମାନଙ୍କ ମଧ୍ୟରେ ଏକ ବୈଚାରିକ ସଂଘର୍ଷ ଥିଲା ।

କେବଳ ଏ.ବି.ଭି.ପି.ର କର୍ମୀମାନେ ହିଁ ‘ଜାତୀୟତାବାଦୀ’, ଏକଥା ସ୍ପଷ୍ଟ କୁହାଯାଉଛି । ଏଭଳି ଭୟଙ୍କର ଦୋହରା ନୀତିକୁ ଆମେରିକା ଓ ଭାରତର ସରକାରମାନେ ସମର୍ଥନ ଜଣାଇ ଆସିଛନ୍ତି । ଏଠି ସେମାନେ ଏ.ବି.ଭି.ପି. ଭଳି ଗୋଷ୍ଠୀମାନଙ୍କୁ ନିଜ ବିଚାର – ‘ଜାତୀୟତାବାଦ’ର ପ୍ରୟୋଗ ପାଇଁ ଅନୁମତି ପତ୍ର ପ୍ରଦାନ କରୁଛନ୍ତି ।

ଆମେରିକାରେ ସମସ୍ତ ବ୍ୟକ୍ତି ବା ରାଷ୍ଟ୍ରର ପ୍ରତିନିଧିମାନେ ସେମାନେ ଯେଉଁମାନଙ୍କୁ ବେଆଇନ ଅପ୍ରବାସୀ ବା ‘ଦେଶ’ ପାଇଁ ଏକ ବିପଦ ଭାବୁଛନ୍ତି ସେମାନଙ୍କୁ ଖୋଜି ବାହାର କରିବେ ଏବଂ ହତ୍ୟା ବି କରିବେ । ଅନ୍ତିମ ପରିଣତି ହେଉଛି ଏହା ଯେ, ଏହି ସରକାରମାନେ ଆମ ସମାଜରେ ଘୃଣାର କ୍ଷେତ୍ରଗୁଡ଼ିକୁ ଊର୍ବର କରାଇବା ଏବଂ ଉସୁକାଉଣା ମାଧ୍ୟମରେ, ସହିଷ୍ଣୁତା ଏବଂ ଆଲୋଚନା ପାଇଁ ଥିବା ପରିସରଗୁଡ଼ିକୁ ନଷ୍ଟ କରିଚାଲିଛନ୍ତି ।

 

( When Hate Trumps Tolerance – MARCH 4,2017 VOL L II NO 9- EPW EDITORIAL-3 )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଘୃଣାଜନିତ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ