• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସମଦୃଷ୍ଟି

ନିରାପଦ ଗର୍ଭପାତର ଯତ୍ନ ପାଇଁ ଅଧିକାର

March 13, 2017 by ଓଡିଶା ଡଟ କମ Leave a Comment

ସମ୍ପ୍ରତି ଉଚ୍ଚତମ ନ୍ୟାୟାଳୟରେ ୨୦ ସପ୍ତାହ ଅତିକ୍ରମ କରିଥିବା ଗର୍ଭର ଗର୍ଭପାତ କରିବା ପାଇଁ ଯେଉଁସବୁ ମାମଲାଗୁଡ଼ିକର ଶୁଣାଣି ଚାଲିଛି ସେସବୁକୁ ଦେଖିଲେ ମେଡ଼ିକାଲ ଟରମିନେସନ୍ ଅଫ୍ ପ୍ରେଗନାନ୍ସି ଆକ୍ଟ ୧୯୭୧ରେ ସଂଶୋଧନ ଆଣିବା କେତେ ଜରୁରୀ ହୋଇଗଲାଣି ସେହି କଥାଟିକୁ ସୂଚିତ କରୁଛି ।

ଏତେ ସବୁ ମାମଲା ଅଦାଲତ ଦୁଆରକୁ ଆସିବାର କାରଣ ହେଉଛି ଯେ ଏହି ନିୟମରେ ଏମିତି କିଛି ଧାରା ଅଛି, ଯାହା କହୁଛି ଯେ କେବଳ ଯଦି ଗର୍ଭବତୀ ମହିଳାଙ୍କ ଜୀବନ ବିପଦରେ ଅଛି, ତେବେ ଯାଇ ଗର୍ଭଧାରଣର ୨୦ସପ୍ତାହ ପରେ ଗର୍ଭପାତ କରାଯାଇପାରିବ ।

ଗର୍ଭସ୍ଥ ଭ୍ରୁଣରେ ଯଦି କିଛି ବିକୃତି ଦେଖାଯାଏ ଅବା ଗର୍ଭବତୀ ମହିଳାଙ୍କର ଶାରୀରିକ ତଥା ମାନସିକ ସ୍ୱାସ୍ଥ୍ୟ ପ୍ରତି ବିପଦ ଥାଏ ବା ଏମିତିକି ୨୦ସପ୍ତାହ ପୂର୍ବରୁ ବି ଗର୍ଭସ୍ଥ ଭ୍ରୂଣର ବିଲକ୍ଷଣଗୁଡ଼ିକ ଯଦି ଜଣାପଡ଼ିଯାଇଥାଏ, ଏହି ସବୁ କଥାକୁ ଏହି ନିୟମରେ ବିଚାରକୁ ନିଆଯାଇ ନଥାଏ ।

ଏଭଳି କ୍ଷେତ୍ରରେ ଅଦାଲତ ପାଖରେ ଲୋକେ ପହ ନ୍ତି ଏବଂ ଗୋଟିଏ ଡାକ୍ତରୀ ଦଳ ସାହାଯ୍ୟରେ ଅଦାଲତ ପ୍ରତିଟି ମାମଲାକୁ ପୃଥକ ପୃଥକ ଭାବେ ଅନୁଧ୍ୟାନ କରି ବିଚାର କରିଥାଏ ।

୨୦୧୪ରୁ ସଂସଦରେ ଅନୁମୋଦନ ଅପେକ୍ଷାରେ ଥିବା ଏହି ଆଇନର ପ୍ରସ୍ତାବିତ ସଂଶୋଧନମାନଙ୍କ ଭିତରେ ଗୋଟିଏ କଥା ଅଛି ଯାହା କହୁଛି ଯେ ଗର୍ଭଧାରଣର ସମୟ କାଳ ଯାହା ଥାଉନା କାହିଁକି ଯଦି ଭୃଣ ଭିତରେ ଗୁରୁତ୍ୱପୂର୍ଣ୍ଣ ବିଲକ୍ଷଣ ଦେଖାଯାଉଛି, ଏବଂ ସେଥି ସହିତ ମା’ଙ୍କ ଜୀବନ ପ୍ରତି ବିପଦ ଅଛି, ତେବେ ଗର୍ଭପାତ ପାଇଁ ଗର୍ଭଧାରଣର ସମୟକାଳ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ (ଆଇନ କାର୍ଯ୍ୟକାରୀ କରିବା ପାଇଁ ଉଦ୍ଦିଷ୍ଟ ନିୟମରେ ଏହି କଥାକୁ ଅନ୍ତର୍ଭୁକ୍ତ କରିବା ପାଇଁ କୁହାଯାଇଛି) ।

ଯଦି ଏହି ନିୟମଟିକୁ ଗ୍ରହଣ କରି ଦିଆଯାଏ, ତେବେ ଅଦାଲତ ପାଖକୁ ଯିବାକୁ ପଡ଼ିବନି ଏବଂ ଜଣେ ପଞ୍ଜିକୃତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ସୁପାରିଶ ମୁତାବକ ଗର୍ଭପାତ କରିହେବ ।

ସଂଶୋଧନ ଗୁଡ଼ିକରେ ‘ଗର୍ଭ ନିପାତ’ରେ ସଂଜ୍ଞା ନିରୂପଣ କରିବା ପାଇଁ ଯେଉଁ ଡାକ୍ତରୀ ଏବଂ ସର୍ଜରୀ ମାଧ୍ୟମରେ ହେଉଥିବା ଗର୍ଭପାତ ଭିତରେ ଭିନ୍ନତା ଅଛି, ସେ କଥା କୁହାଯାଇଛି । ପଞ୍ଜିକୃତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଭିତରେ ଆୟୁର୍ବେଦ, ୟୁନାନୀ, ସିଦ୍ଧ, ହୋମିଓପାଥି ଚିକିତ୍ସକ, ନର୍ସ, ଏ.ଏନ୍.ଏମ୍ମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଏଲୋପାଥି ଡାକ୍ତରମାନେ ଏଭଳି ବ୍ୟାପକ ଭାବେ ସମସ୍ତଙ୍କୁ ତାଲିକାରେ ସାମିଲ କରିବା କଥାକୁ ବିରୋଧ କରିଛନ୍ତି ।

ସେମାନଙ୍କର ଆଶଙ୍କା ଏଭଳି କରିବା ଦ୍ୱାରା ନିୟମର ଅପବ୍ୟବହାର ହୋଇ ଗର୍ଭପାତ ବଢ଼ିବ । କିନ୍ତୁ ସରକାର ଚାହୁଁଛନ୍ତି କେବଳ ଡାକ୍ତରୀ ଗର୍ଭପାତ ପାଇଁ ସେମାନଙ୍କୁ ଆବଶ୍ୟକୀୟ ତାଲିମ ଓ ପ୍ରମାଣପତ୍ର ଦେଇ ସାମିଲ କରିବା ପାଇଁ ।

କରାଯାଇଥିବା ଅଧ୍ୟୟନଗୁଡ଼ିକ ମଧ୍ୟ କହୁଛି ଯେ, ମାଧ୍ୟମିକସ୍ତରରେ ଥିବା ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନେ ତାଲିମପ୍ରାପ୍ତ ହେବା ପରେ ଏହି କ୍ଷେତ୍ରରେ ଅଧିକ ସଫଳ ହୋଇପାରୁଛନ୍ତି ।

ଯଦିଓ ଏଭଳି ଏକ ବ୍ୟବସ୍ଥା ଗର୍ଭପାତର ଯତ୍ନ ନେବା ପାଇଁ ସୁଯୋଗଟିକୁ ଅଧିକ ବ୍ୟାପକ କରାଇବ, ତେବେ ଏହା ଆପଣାଛାଏଁ ହେବ ନାହିଁ । ଭାରତରେ ଦୈନିକ ହାରାହାରି ୧୦ଟି ସ୍ତ୍ରୀ ଲୋକ ଅସୁରକ୍ଷିତ ଗର୍ଭପାତ ପଦ୍ଧତି ଯୋଗୁଁ ମୃତ୍ୟୁବରଣ କରୁଛନ୍ତି ।

ଏକ ଆକଳନ କହୁଛି ଯେ ନିୟବିତ ଓ କ୍ଷମତାପ୍ରାପ୍ତ ଡାକ୍ତରଖାନା ତଥା ସ୍ୱାସ୍ଥ୍ୟକେନ୍ଦ୍ର ବାହାରେ ହେଉଥିବା ଯୋଗୁଁ ଭାରତରେ ସମୁଦାୟ ଗର୍ଭପାତ ଭିତରୁ ୩ଭାଗରୁ ୨ ଭାଗ ଗର୍ଭପାତ ଅସୁରକ୍ଷିତ ।

ଅବାଞ୍ôଛତ ଗର୍ଭପାତର ଅନେକ କାରଣ ଅଛି ଯେମିତିକି, ପଞ୍ଜିକୃତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନେ ନିଜ ପହଂଚ ବାହାରେ ରହିବା, ପରିବାରର ଚାପ ବା ସହଯୋଗର ଅଭାବ, ସାମାଜିକ ଅପବାଦ, ଆର୍ଥିକ ଅସୁବିଧା, ଚେତନା ଏବଂ ସୂଚନାର ଅଭାବ ଇତ୍ୟାଦି ।

ଏସବୁ କାରଣ ନାରୀଟିକୁ ବାଧ୍ୟ କରେ ବେଆଇନ ଏବଂ ଅସୁରକ୍ଷିତ ଗର୍ଭପାତର ରାସ୍ତାଟିକୁ ବାଛିବା ପାଇଁ ଯାହାଫଳରେ ଜରୁରୀକାଳୀନ ଗର୍ଭନିରୋଧକ ବ୍ୟବସ୍ଥାର ଅପବ୍ୟବହାର ହୁଏ ଏବଂ ମିଫେଫ୍ରସଷ୍ଟୋନ ଓ ମିସୋପ୍ରୋଷ୍ଟଲ୍ ଭଳି ଡାକ୍ତରୀ ଗର୍ଭପାତି ପାଇଁ ଉଦ୍ଦିଷ୍ଟ ଔଷଧ ଆଣି ତାକୁ ବ୍ୟବହାର କରାଯାଏ, ତାହା ବି ବିନା ଡାକ୍ତରୀ ଚିଠା ବା ଡାକ୍ତରୀ ପରାମର୍ଶରେ ଏକ ଅସୁରକ୍ଷିତ ଗର୍ଭପାତ ଲୁଚାଛପା କରିବା ପାଇଁ ।

ଆ୧⁄୨ର୍ଯ୍ୟ ଲାଗେନାହିଁ ଯେ ୪୬ବର୍ଷ ତଳେ ପାରିତ ହୋଇଥିବା ଗର୍ଭପାତ ସମ୍ପର୍କିତ ଏକ ଆଇନ ନିରାପଦ ଗର୍ଭପାତ ସେବା ପ୍ରଦାନ କରିବା କ୍ଷେତ୍ରରେ ଏଯାବତ୍ ଅକ୍ଷମ । ଏଭଳି ଅସଫଳତା ପାଇଁ ବିଶ୍ୱର ମାତ୍ର କେତୋଟି ଦେଶ ମଧ୍ୟରେ ଭାରତ ଅନ୍ତର୍ଭୁକ୍ତ ହେବ । ଆଇନର ପରିସରଟିକୁ ବ୍ୟାପକ କଲାବେଳେ ମହିଳାମାନେ ଯେମିତି ନିରାପଦ, ସ୍ୱୀକୃତିପ୍ରାପ୍ତ ଏବଂ ନିୟବିତ ଗର୍ଭପାତ ସେବା ପାଇବେ ତାକୁ ନିଶ୍ଚିତ କରାଇବା ଆବଶ୍ୟକ ।

୧୯୭୧ ମସିହାରେ ଏହି ଏମ୍.ଟି.ପି. ଆଇନ ପାରିତ ହେବାର ପଛରେ ଯେଉଁ ଆବେଗ ଥିଲା ସେ ଭିତରେ ଥିଲା ଜନସଂଖ୍ୟା ନିୟନ୍ତ୍ରଣ, ଅବା ଯୋଗ୍ୟତାବିହୀନ ଓ ଅନିୟବିତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନଙ୍କ ପାଖକୁ ଯାଇ ଗର୍ଭପାତ କରୁଥିବା ଯୋଗୁଁ ମହିଳାମାନଙ୍କ କ୍ଷେତ୍ରରେ ମୃତ୍ୟୁ ହାରରେ ବୃଦ୍ଧି ।

ପ୍ରସ୍ତାବିତ ସଂଶୋଧନଗୁଡ଼ିକ ଏହି ଉପରୋକ୍ତ ଅସୁବିଧାଟିକୁ ଦୂର କରିବା ସହ ପୂର୍ବରୁ ଅବହେଳା କରାଯାଇଥିବା ନାରୀମାନଙ୍କର ପସନ୍ଦ ଓ ସ୍ୱାୟତ । ପ୍ରସଙ୍ଗଟିର ମଧ୍ୟ ଯତ୍ନ ନେବ ।

ସଂଶୋଧନ ପ୍ରସ୍ତାବ ପାରିତ ହେଲେ ଗର୍ଭ ଗ୍ରହଣର ୧୨ସପ୍ତାହ ଯାଏଁ ଗର୍ଭପାତ ପାଇଁ ଅନୁମତି ଦେବ ଯଦି ଏଥିପାଇଁ ଆବେଦନ କରାଯାଏ ଏବଂ ଆଗରୁ ଥିବା ୨୦ ସପ୍ତାହ ସମୟସୀମାଟିକୁ ୨୪ସପ୍ତାହ କରାଯାଇପାରିବ ଯଦି ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ମତରେ ଭୃଣର ଥିବା ବିକୃତି ଯୋଗୁଁ ଗର୍ଭବତୀ ମହିଳାଙ୍କର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଶଙ୍କା କରାଯାଉଥିବା ହେତୁ ଗର୍ଭପାତ ଅନିବାର୍ଯ୍ୟ ମନେ କରାଯାଏ ।

ଆଉ ଗୋଟିଏ ସ୍ୱାଗତଯୋଗ୍ୟ ପ୍ରସ୍ତାବ ହେଉଛି ଯେ ଗର୍ଭପାତ ଆଶାୟୀ ମହିଳାଙ୍କର ବୈବାହିକ ସ୍ଥିତି ସହ ତାଙ୍କୁ ନଯୋଡ଼ି ଦେଖିବା ଯେଉଁ କ୍ଷେତ୍ରରେ ଗର୍ଭ ନିରୋଧକର ବିଫଳତା ଯୋଗୁଁ ଗର୍ଭଧାରଣ ହୋଇଯାଇଥାଏ ।

ଯେହେତୁ ୧୯୭୧ ମସିହାରୁ ସାମାଜିକ ଓ ଡାକ୍ତରୀ ପରିସ୍ଥିତିରେ ବ୍ୟାପକ ପରିବର୍ତନ ଆସିଯାଇଛି, ଏମ୍.ଟି.ପି. ଆଇନ ଭଳି ଗୋଟିଏ ଆଇନ ଅପରିବର୍ତ୍ତିତ ବା ସ୍ଥିର ରହିପାରିବନି ।

ଯେମିତି ରୋଜାଲିଣ୍ଡ୍ ପେଚେସ୍କି କହିଥିଲେ, ‘ଗର୍ଭପାତ ହେଉଛି ଗୋଟିଏ ବୃହତର ବୈଚାରିକ ସଂଘର୍ଷର ଆଧାର ଯେଉଁଠି ପରିବାର, ରାଷ୍ଟ୍ର, ମାତୃତ୍ୱ ଏବଂ ଯୁବ ନାରୀମାନଙ୍କର ଲିଙ୍ଗିକତାକୁ ନେଇଥିବା ଅର୍ଥଗୁଡ଼ିକୁ ଚୁନୋତି ଦିଆଯାଇଥାଏ ।’ ଯଦିଓ ଏଭଳି ସଂଶୋଧନ ଉଚିତ ମାର୍ଗରେ ଯାଉଥିବା ଏକ ପଦକ୍ଷେପ ବୋଲି ଧରି ନିଆଯିବ, ଅନେକ ବୃହତର ପ୍ରଶ୍ନ ମଧ୍ୟ ରହିଛି ସେସବୁର ଉତ୍ତର ଖୋଜିବାକୁ ପଡ଼ିବ ।

ଅଧିକାଂଶ ନାରୀ ଜାଣନ୍ତି ନାହିଁ ଯେ ସେମାନେ ଗର୍ଭ ନିରୋଧକ ବ୍ୟବହାର କରିବା ପାଇଁ ସୁଯୋଗ ନେଇପାରିବେ ଏବଂ ଗର୍ଭପାତ ପାଇଁ ସେମାନଙ୍କର ଏକ ଆଇନଗତ ଅଧିକାର ଅଛି । ସ୍ୱାସ୍ଥ୍ୟସେବା ପ୍ରଦାନକାରୀମାନଙ୍କର ଏହା ଏକ ଦାୟିତ୍ୱ ଯେ ସେମାନେ ଏସବୁ ପସନ୍ଦଗୁଡ଼ିକ ଉପରେ ସେମାନଙ୍କୁ ଅବଗତ କରାଇବେ ଏବଂ ନିରାପଦ ତଥା ମାନବିକ ଧାରାରେ ଗର୍ଭପାତ ସେବା ପ୍ରଦାନ କରିବେ ।

ଗର୍ଭପାତ ସେବା ଓ ଗର୍ଭ ନିରୋଧକ ଉପଲ୨ କରାଇବା ହେଉଛି ଏକ ଜନସ୍ୱାସ୍ଥ୍ୟ ପ୍ରସଙ୍ଗ ଏବଂ ତାକୁ ସେଭଳି ଦେଖାଯିବା ଉଚିତ । ନାରୀମାନଙ୍କୁ ସ୍ୱୟଂସମ୍ପନ୍ନ ବ୍ୟକ୍ତି ହିସାବରେ ଦେଖାଯିବା ଉଚିତ ଏବଂ ସେମାନେ ନିଜ ଶରୀର, ଲିଙ୍ଗଗତ ବ୍ୟାପାର ଓ ପ୍ରଜନନ କରିବେ କି ନାହିଁ କଥାକୁ ନେଇ ବୁଝିବା ତଥା ନିଷ୍ପତି ନେବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସକ୍ଷମ ବୋଲି ଆମକୁ ବିଚାର କରିବାକୁ ପଡ଼ିବ ।

ମେଡ଼ିକାଲ ଟରମିନେସନ୍ ଅଫ୍ ପ୍ରେଗନାନ୍ସି (ଏମେଣ୍ଡମେଂଟ୍) ବିଲ୍ ୨୦୧୭, ସଂସଦର ଚଳିତ ଅଧିବେସନରେ ଉପସ୍ଥାପିତ ହେବା ପାଇଁ ଉଦ୍ଦିଷ୍ଟ । ସମୟ ଆସିଛି ଆମ ଆଇନର ନିର୍ମାତାମାନେ ଏବଂ ଆମେ ସମସ୍ତେ ଗର୍ଭପାତ ଉପରେ ଯେମିତି ଏକ ଖୋଲା କଥୋପକଥନ କରିବା ।

 

( Right to Safe Abortion care- MARCH 4,2017 VOL L II NO 9- EPW EDITORIAL-2 )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଗର୍ଭପାତ

‘ଜାତୀୟ’ କିଭଳି ‘ଆଂଚଳିକ’କୁ ପରାଜିତ କରେ

March 13, 2017 by ଓଡିଶା ଡଟ କମ Leave a Comment

ମହାରାଷ୍ଟ୍ରର ପୌରାଂଚଳ ଓ ଗ୍ରାମାଂଚଳରେ ପଂଚାୟତି ଅନୁଷ୍ଠାନମାନଙ୍କ ପାଇଁ ନିକଟରେ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଅପ୍ରତ୍ୟାଶିତ ଓ ଚିତାକର୍ଷକ ବିଜୟ ଆଂଚଳିକ ଦଳମାନେ ଶକ୍ତିଶାଳୀ ଥିବା ରାଜ୍ୟମାନଙ୍କରେ ନିଜ ପତିଆରାକୁ ପ୍ରତିଷ୍ଠିତ କରିବାର ଆଶା ବାନ୍ଧି ରଖିଥିବା ଅନ୍ୟ ‘ଜାତୀୟ’ ଦଳମାନଙ୍କ ପାଇଁ ଅନେକ ଶିକ୍ଷଣୀୟ କଥା ଆଣିଦେଇଛି ।

ଯେଉଁ ଶିବସେନାର କାନ୍ଧ ଉପରେ ପାଦ ରଖି ମହାରାଷ୍ଟ୍ରରେ ଭାଜପା ପ୍ରବେଶ କରିଥିଲା ଏବଂ ଦୀର୍ଘଦିନ ଧରି ମେଂଟ କରି ଭାଗୀଦାର ଥିଲା, ତା’ସହ ମେଂଟ ଭାଙ୍ଗିବା ପରେ ମଧ୍ୟ ଭାଜପା ଆଜି ଶିବସେନାକୁ ପଛରେ ପକାଇ ଆଗକୁ ଆସିଯାଇଛି ।

ଅଧିକାଂଶରେ ଏହି ଅବସ୍ଥା ପାଇଁ ଗୋଟିଏ ଦୁର୍ବଳ ବା ଅନୁପସ୍ଥିତ ପ୍ରାୟ ବିରୋଧୀଦଳ ଦାୟୀ ଯେଉଁମାନଙ୍କ ଭିତରେ ଅଛନ୍ତି କଂଗ୍ରେସ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍.ସି.ପି.) ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍.ଏନ୍.ଏସ୍) ।

ଭାଜପା ରଣନୀତିର ଏକ ପ୍ରମୁଖ ଦିଗଟି ଥିଲା ଯେ ସୁଯୋଗ ଦେଖି ସେମାନେ ଯେମିତି ଏନ୍.ସି.ପି., କଂଗ୍ରେସ ଓ ଏମ୍.ଏନ୍.ଏସ୍ର ନେତାମାନଙ୍କୁ ନିଜ ଭିତରକୁ ‘ସ୍ୱାଗତ’ କରିବେ । ଏପରି କରି ସେମାନେ ନିଜ ଦଳର ସିଟ୍ ସଂଖ୍ୟା ବଢ଼ାଇ ପାରିଲେ ।

ସମଗ୍ର ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସବୁ ପ୍ରଚାର ପୋଷ୍ଟର ଏବଂ ବଡ଼ ବଡ଼ ପ୍ରଚାର ସ୍ତମ୍ଭ ମାନଙ୍କରେ ‘ମୁଖ୍ୟମନ୍ତ୍ରୀ’ ଦେବେନ୍ଦ୍ର ଫଡ଼ନାଭିସ୍ଙ୍କୁ ଭାଜପାର ‘ମୁହଁ’ ହିସାବରେ ସ୍ଥାନିତ କରାଯାଇଥିଲା । ଏହି ରଣନୀତିଟି ସେମାନଙ୍କୁ ବେଶ୍ ଭଲ ସାହାଯ୍ୟ କଲା ।

ଯେହେତୁ ମହାରାଷ୍ଟ୍ରରେ ଲୋକେ ଫଡ଼ନାଭିସଙ୍କୁ ଜଣେ ମାମୁଲି ରାଜନେତା ହିସାବରେ ଦେଖନ୍ତି ନାହିଁ । ଦଳ ମଧ୍ୟ ଶିବସେନାର କାର୍ଯ୍ୟକଳାପଗୁଡ଼ିକଠୁ ନିଜକୁ ଦୂରେଇ ରଖିଲା, ବିଶେଷକରି ବୃହନ୍ ମୁମ୍ବାଇ ମୁନିସିପାଲ ନିଗମ ଠାରୁ । ଦୀର୍ଘଦିନ ଧରି ସହଯୋଗୀ ଥିବା ଶିବସେନାଙ୍କୁ ଅନ୍ୟ ସବୁ କ୍ଷେତ୍ରରେ ମଧ୍ୟ ଦୂରରେ ରଖାଗଲା ।

ଅନ୍ୟ ଗୋଟିଏ କାରଣ ଯାହା ଭାଜପାକୁ ସାହାଯ୍ୟ କରିଥିବ ତାହା ହେଲା ଯେ, ୨୦୧୬ରେ ଅନୁସୂଚିତ ଜାତି ଏବଂ ଉପଜାତି (ନିର୍ଯାତନା ବିରୋଧୀ) ଆଇନର ଉଚ୍ଛେଦପାଇଁ ମରାଠା ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଯେଉଁ ଅଭିଯାନ ଚାଲିଥିଲା ।

ଯଦିଓ ମରାଠାମାନେ ଦୁଃସ୍ଥ ଓ ନିଯୁକ୍ତିବିହୀନ ଜୀବନ ବିତାଉଛନ୍ତି, ରାଜ୍ୟର ରାଜନୈତିକ ଓ ଅର୍ଥନୈତିକ ଜୀବନରେ ସେମାନଙ୍କ ପ୍ରଭାବ ତଥାପି ବି ଅନୁଭୂତ ହେଉଛି । ଆଶଙ୍କାରେ ଥିବା ଅଣମରାଠା ଗୋଷ୍ଠୀମାନେ ଏହି ଦଳ ପ୍ରତି ଢଳିଲେ ଯେହେତୁ ଏଠି ମରାଠା ମାନଙ୍କର ଆଧିପତ୍ୟ ନାହିଁ ।

ଫଡ଼୍ନାଭିସ୍ ସେହି ହାତଗଣତି ମୁଖ୍ୟମନ୍ତ୍ରୀମାନଙ୍କ ଭିତରୁ ଜଣେ ଯେ ମରାଠା ନହୋଇ ବି ମୁଖ୍ୟମନ୍ତ୍ରୀ ଅଛନ୍ତି । ଫଡ଼ନାଭିସ୍ ପ୍ରଥମରୁ ହିଁ ମରାଠାମାନଙ୍କୁ ଆଶ୍ୱାସନା ଦେଇଆସିଛନ୍ତି ଏବଂ ସବୁଲୋକମାନଙ୍କର ସବୁ କଥା କରିବା ପାଇଁ ପ୍ରତିଶ୍ରୁତି ଦେଇ ଆସିଛନ୍ତି ।

ଏକଥା ବି ଦେଖାଯିବ ଯେ ବିମୁଦ୍ରାୟନର କ୍ଷୋଭଟି ଭାଜପା ବିରୁଦ୍ଧରେ ଯାଇନାହିଁ । ଏକାକୀ ନିର୍ବାଚନ ଲଢ଼ିବାପାଇଁ ଭାଜପାକୁ ଛାଡ଼ି ଚାଲିଯାଇଥିବା ଶିବସେନା ବ୍ୟତିରେକ କଂଗ୍ରେସ ବା ଏନ୍.ସି.ପି. କେହି ବି ଲୋକଙ୍କ କ୍ରୋଧକୁ ନିର୍ବାଚନୀ ଫାଇଦାରେ ରୂପାନ୍ତରିତ କରିବାରେ ସଫଳ ହୋଇପାରି ନାହାନ୍ତି ।

ଅନେକ ଘୋଟାଲା ଏବଂ କୃଷକ ଆତ୍ମହତ୍ୟା ପ୍ରସଙ୍ଗରେ ଔଦ୍ଧତ୍ୟପୂର୍ଣ୍ଣ ଅସହିଷ୍ଣୁତା ଯୋଗୁଁ କଂଗ୍ରେସ ଓ ଏନ୍.ସି.ପି.ର ମିଳିତ ସରକାରଙ୍କୁ ଲୋକେ ୨୦୧୪ ମସିହାରେ ପ୍ରତ୍ୟାଖ୍ୟାନ କରିଥିଲେ ।

ଏମାନେ ଏଥର ଭାଜପାକୁ ମୁକାବିଲା କରିବାରେ ବିଫଳ ହୋଇଛନ୍ତି, ଯେହେତୁ ଫଡ଼ନାଭିସଙ୍କର ସ୍ୱଚ୍ଛ ଭାବମୂର୍ତି ରହିଛି ଓ ସେ ବିକାଶ ଆଣିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ମହାରାଷ୍ଟ୍ରର ଗ୍ରାମାଂଚଳର ଲୋକେ ଅନେକ ସମସ୍ୟାକୁ ନେଇ ତଟସ୍ଥ ଯାହା ଦୀର୍ଘଦିନ ଧରି ସମାଧାନ ନହୋଇପାରି ପଡ଼ିରହିଛି ଯଥା ପାନୀୟ ଜଳ ଯୋଗାଣର ଦୁର୍ବଳ ସ୍ଥିତି, ବିଦ୍ୟୁତ ଯୋଗାଣରେ ଅନିୟମିତତା, ଖରାପ ସଡ଼କ, ଦୁଃସ୍ଥ ଜନସ୍ୱାସ୍ଥ୍ୟ ସେବାର ଭିତିଭୂମି, କଲ୍ୟାଣମୂଳକ ଯୋଜନା ପାଇଁ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ଦୁର୍ନୀତି ଏବଂ ପଂଚାୟତ ପ୍ରତିନିଧିମାନଙ୍କର ମନମୁଖୀ ଆଚରଣ ଇତ୍ୟାଦି ।

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସହରରେ ବାର୍ଷିକ ୩୭ହଜାର ୫୨କୋଟିର ବଜେଟ ଥିବା ସତ୍ୱେ ସବୁ ଭିତିଭୂମିଗୁଡ଼ିକ ଭୁଷୁଡ଼ି ପଡ଼ିବା ସ୍ଥିତିରେ ଅଛି ଏବଂ ସହରାଂଚଳ ବିକାଶର ପ୍ରତିଟି କ୍ଷେତ୍ରରେ କୁଶାସନ ପରିଲକ୍ଷିତ ହୋଇଆସିଛି ।

ଯଦିଓ ଶାସନରେ ୪ଥର ଥିବା ସତ୍ୱେ ଜନଅସନ୍ତୋଷକୁ ଶିବସେନା ଅତିକ୍ରମ କରି ଶିବସେନା ନିଜର ସିଟ୍ ସଂଖ୍ୟାରେ ୯ଟି ଅଧିକ ସିଟ୍ ଯୋଡ଼ିପାରିଛି ତେବେ ଏହି ଦଳ ଆଉ ଆଂଚଳିକ ଅସ୍ମିତାକୁ ପୁଞ୍ଜି କରି ଅଧିକ ଅମଳ କରିପାରିବନି, ଏକଥା ସ୍ପଷ୍ଟ ହୋଇଯାଇଛି ।

ଯୁବପିଢ଼ିର ମୁମ୍ବାଇକାର ତଥା ମହାରାଷ୍ଟ୍ରବାସୀ ଆଂଚଳିକ ଏବଂ ଭାଷାଗତ ଅସ୍ମିତା ଅପେକ୍ଷା ଶିକ୍ଷା ଏବଂ ନିଯୁକ୍ତି ସୃଷ୍ଟି ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ଯଦିଓ ଶିବସେନା ନିଜର ଆବେଦନଗୁଡ଼ିକୁ ବ୍ୟାପକ କରିବା ପାଇଁ ଚେଷ୍ଟା କରୁଛି ତେବେ ଏହି ସବୁ ବର୍ଗର ଆକାଂକ୍ଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ନିଜ ରଣନୀତିକୁ ପରିମାର୍ଜିତ କରିବା ଏମାନଙ୍କ ପାଇଁ ସମ୍ଭବପର ହେଇନାହିଁ ।

ପୁଣି ଏହି ଦଳକୁ ଯେଉଁ କଥାଟିର ସନ୍ତୁଳନ ଆଣିବାକୁ ପଡ଼ୁଛି ତାହା ହେଲେ ଏହାର ‘ଏ ମାଟିର ସନ୍ତାନ’ଙ୍କ ପ୍ରତି ଥିବା ପାରମ୍ପରିକ ଆବେଦନ ସହ ‘ବାହାରିଆ’ମାନଙ୍କର ଆଶା ଓ ଆକାଂକ୍ଷା । ନିଜର ଉଦ୍ୟମ ସତ୍ୱେ ଶିବସେନା ଗୁଜୁରାଟୀ, ଉତର ଭାରତୀୟ ଓ ଯୁବପିଢ଼ିର ଭୋଟଗୁଡ଼ିକୁ ହରାଇଲା ଯାହାକି ମୁମ୍ବାଇରେ ଭାଜପା ଖାତାକୁ ଗଲା ।

ଶିବସେନା ସହର କେନ୍ଦ୍ରିତ ଗୋଟିଏ ଦଳ ହିସାବରେ ପରିଚିତ ଯାହାକି ଏଥର ମଧ୍ୟ ପୁନଃ ପ୍ରତିଷ୍ଠିତ ହେଲା ଯେତେବେଳେ ଏହାର ନିର୍ବାଚନୀ ଅଭିଯାନ ମୁଖ୍ୟତଃ ମୁମ୍ବାଇ ଓ ଥାନେ ସହରରେ କେନ୍ଦ୍ରିତ ହୋଇଥିଲା ।

କଂଗ୍ରେସ, ଏନ୍.ସି.ପି ଏବଂ ଏମ୍.ଏନ୍.ଏସ୍. ପାଇଁ କାନ୍ଥରେ ଯାହା ଲେଖାଯାଇଛି ତାହା ସ୍ପଷ୍ଟ ଦେଖାଯାଉଛି । ପ୍ରଥମ ଦୁଇଟି ଦଳ ଅଧିକ ସମୟ ଧରି ‘ଗରିବର ବନ୍ଧୁ’ ଭାବମୂର୍ତି ତଥା ଭୂତପୂର୍ବ ନେତାମାନଙ୍କର କୃତିକୁ ପୁଞ୍ଜି କରି ଭୋଟ ଅମଳ କରିପାରିବେନି ।

ସେମାନଙ୍କର ଦୁର୍ନୀତି ଓ ଔଦ୍ଧତ୍ୟ ବିରୁଦ୍ଧରେ ବଢ଼ିଚାଲିଥିବା କ୍ରୋଧକୁ କବଳିତ କରିବା ପାଇଁ ଏହି ଦଳମାନଙ୍କୁ ହାତରେ ଟୋପିଟିଏ ଧରି ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସହ କାମ କରିବାକୁ ପଡ଼ିବ; ନିଜ ପ୍ରତି ଜନସମର୍ଥନର ପୁନଃ ନିର୍ମାଣ କରିବା ପାଇଁ ।

ଦଳ ଭିତରେ ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ, ନିଜ ଭିତରେ ଥିବା ଭିନ୍ନମତକୁ ପଦାରେ ପକାଇବା ଏବଂ ସେମାନେ ଯାହା କଲେ ବି ନିଜର ପାରମ୍ପରିକ ଭୋଟରମାନେ ଏମାନଙ୍କୁ ହିଁ ବାଛିବେ ବୋଲି ଧରିନେବା ଇତ୍ୟାଦି ମନୋଭାବରେ ଦୃଢ଼ ପରିବର୍ତନ ଦରକାର ।

ଏମ୍.ଏନ୍.ଏସ୍. ପ୍ରାୟତଃ ନିର୍ମୁଳ ହୋଇଯିବାର ଅନ୍ୟ ଏକ କାରଣ ହେଉଚି ଏହି ଦଳଟି କୌଣସି କାମ ନକରି କେବଳ ନିଜକୁ ଅନ୍ୟମାନଙ୍କଠୁ ବଡ଼ ଭାବନାଟି ତିଆରି କରି ତା ଉପରେ ଆଳସ୍ୟ ପରାୟଣ ହୋଇ ନିର୍ଭରଶୀଳ ହେବା ।

ତଥାପି ମହାରାଷ୍ଟ୍ରରେ ଏହି ସବୁ ଦଳମାନେ ନିଜର ପୁନଃଉଥାପନ ପାଇଁ ଉଦ୍ୟମ କରିବାକୁ ପଡ଼ିବ କାହିଁକି ନା କେନ୍ଦ୍ର ବିଜିତ ଦଳର ଶାସନ ଏବଂ ରାଜ୍ୟରେ ମଧ୍ୟ ସେମାନଙ୍କର ଶାସନ ଯୋଗୁଁ ଗୋଟିଏ ବଳିଷ୍ଠ ବିରୋଧୀ ଦଳର ଅଭାବ ରାଜ୍ୟର ଭବିଷ୍ୟତ ପାଇଁ କିଛି ଭଲ ଖବର ଦେଉନାହିଁ ।

 

( How ‘National’ beat ‘Regional’- MARCH 4, 2017 VOL L II NO 9-EPW EDITORIAL-1 )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଜାତୀୟ, ପଂଚାୟତ

ଯୁଦ୍ଧକ୍ଷେତ୍ର ବିଶ୍ୱବିଦ୍ୟାଳୟ

March 1, 2017 by ଓଡିଶା ଡଟ କମ Leave a Comment

ଗଣତନ୍ତ୍ରର ଅଗ୍ରଦୂତ ଆଜି ବିଶ୍ୱବିଦ୍ୟାଳୟର ଯୁଦ୍ଧକ୍ଷେତ୍ରରେ । ଯେଉଁମାନେ ଭାବିଥାନ୍ତି ଯେ ବିଶ୍ୱବିଦ୍ୟାଳୟମାନଙ୍କରେ ବିଚାରରେ ସ୍ପଷ୍ଟତା ଆସେ , ଅନେକ ବିଚାରକୁ ନେଇ ମତବ୍ୟକ୍ତ କରାଯାଏ, ବିତର୍କ ବି ହୁଏ; ସେମାନେ ଆଜି ବିରୋଧର ସାମ୍ନା କରୁଛନ୍ତି ।

ବିରୋଧ କରୁଛନ୍ତି ସେମାନେ ଯେଉଁମାନଙ୍କ ବିଚାରରେ ରାଷ୍ଟ୍ରର ସରକାରୀ ବିଚାରବୋଧକୁ ଯଦି କୌଣସି ବି ମତ ମୁକାବିଲା କରେ, ତେବେ ତାହା ‘ରାଷ୍ଟ୍ର ବିରୋଧୀ’ ଏବଂ ତା’ର କଣ୍ଠରୋଧ କରାଯିବା ଦରକାର ।

ସଂଘର୍ଷର ସଦ୍ୟତମ ଦୃଶ୍ୟଟି ଦେଖିବାକୁ ମିଳିଥିଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମଜସ୍ କଲେଜ ରେ ଯେଉଁଠି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତଥା ଭାଜପା ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମୀମାନେ ଗୋଟିଏ ପାଠଚକ୍ରକୁ ବଦମାସୀ କରି ବନ୍ଦ କରାଇଦେଲେ ।

‘ପ୍ରତିବାଦର ସଂସ୍କୃତି’ ବିଷୟ ଉପରେ ଅନୁଷ୍ଠିତ ହେଉଥିବା ଏହି ପାଠଚକ୍ରରେ କହିବା ପାଇଁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ର ତଥା ଗବେଷକ ଉମାର ଖଲିଦ୍ଙ୍କୁ ଆମନ୍ତ୍ରଣ କରାଯାଇଥିଲା ।

ଠିକ୍ ତା’ ପରଦିନ ତଥାକଥିତ ବିଦ୍ୟାର୍ଥୀ ପରିଷଦର ‘ଗୁଣ୍ଡା’ମାନେ ସେମାନେ ବଦମାସୀ କରି ବନ୍ଦ କରାଇଥିବା କାମଟିକୁ ଯେଉଁ ଅଧ୍ୟାପକ ଓ ଛାତ୍ରମାନେ ବିରୋଧ କରିଥିଲେ ସେମାନଙ୍କୁ ପଥର ଓ କାଚ ବୋତଲ ଫୋପାଡ଼ି ଆକ୍ରମଣ କରିଥିଲେ ।

କେବଳ ଦେଖଣାହାରୀ ସାଜିଥିବା ଦିଲ୍ଲୀ ପୋଲିସଙ୍କ ଉପସ୍ଥିତିରେ ସେମାନେ ସାମ୍ବାଦିକମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ସେମାନେ ଗଣ୍ଡଗୋଳକାରୀଙ୍କ ବିରୋଧରେ ଏଫ୍.ଆଇ.ଆର୍ ଦାୟର ତ କରିନଥିଲେ ବରଂ ଏଫ୍.ଆଇ.ଆର୍. ଲେଖିବା ଦାବୀ ନେଇ ଯେଉଁମାନେ ମରିସ୍ ନଗର ଥାନାକୁ ଯାଇଥିଲେ ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା ।

ଏବେ ଶାସନରେ ଥିବା ଲୋକେ ଗୋଟିଏ ଧାରାକୁ ଚଳାଇ ରଖିବାର ଦୃଶ୍ୟ ସ୍ପଷ୍ଟ ହୋଇଯାଇଛି – ସେମାନଙ୍କର ମତବାଦ ଓ କାର୍ଯ୍ୟସୂଚୀକୁ ସ୍ୱୀକାର କରୁନଥିବା ତଥା ସମାଲୋଚନା କରୁଥିବା ସମସ୍ତ ସ୍ୱରକୁ କେମିତି ନିସ୍ତବ୍ଧ କରାଇ ଦିଆଯାଇପାରିବ ।

ଏହା ମଧ୍ୟ ସଂଘ ପରିବାରର ଏକ ଦୀର୍ଘକାଳୀନ ରଣନୀତି, ବୌଦ୍ଧିକ ପରିସରଟିକୁ ବିପର୍ଯ୍ୟସ୍ତ କରାଇବା, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ କରାୟତ କରିବା ଓ କୌଣସି ବିତର୍କ, ଆଲୋଚନା ବା ଯୁକ୍ତିର ପ୍ରୟୋଗ ମାଧ୍ୟମରେ ନୁହେଁ ବରଂ ଭୟଭୀତ କରାଇ, ବିଭାଜିତ କରି, ହରକତ କରି ଏବଂ ହିଂସାର ପ୍ରୟୋଗ କରି ।

ଅଧିକାଂଶରେ ରାଷ୍ଟ୍ରୀୟ କଳକୁ ବ୍ୟବହାର କରି ସେମାନେ ଏପରି କରିଥାନ୍ତି । ଏ ବର୍ଷର ପ୍ରାରମ୍ଭରେ ଏଭଳି ଏକ ପରିସ୍ଥିତି ଉପୁଜିଥିଲା । ଯୋଧପୁରଠାରେ ଯେତେବେଳେ ଜୟ ନାରାୟଣ ବ୍ୟାସ ବିଶ୍ୱବିଦ୍ୟାଳୟ କୁଳସଚିବ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ନିବେଦିତା ମେନନ ଙ୍କ ବିରୁଦ୍ଧରେ ଏକ ଏଫ୍.ଆଇ.ଆର୍. ଦାୟର କଲେ ।

ପ୍ରଫେସର ମେନନ ଙ୍କ ଅପରାଧ ସେ କାଶ୍ମୀର ପ୍ରସଙ୍ଗରେ କିଛି ମନ୍ତବ୍ୟ ଦେଇଥିଲେ । ତାଙ୍କରି ବକ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟମାନଙ୍କ ପାଖରୁ ଆସିଥିଲା ଯେଉଁମାନେ କି ତାଙ୍କୁ ଆଶାନୁରୂପକ ‘ଦେଶଦ୍ରୋହୀ’ ସମ୍ବୋଧନ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ଆୟୋଜକ ତଥା ସେହି ବିଶ୍ୱବିଦ୍ୟାଳୟର ଇଂରାଜି ବିଭାଗର ଅଧ୍ୟାପକ ରାଜଶ୍ରୀ ରାନାୱତଙ୍କୁ କାର୍ଯ୍ୟ ନିବୃତ୍ତ କରାଯାଇଥିଲା ।

ସେପ୍ଟେମ୍ବର ୨୦୧୬ରେ ଅନୁରୂପ ଏକ ଦାବୀ ଉଠିଥିଲା ହରିୟାନା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦୁଇଜଣ ଅଧ୍ୟାପକ ସ୍ନେହସତା ମାନବ ଓ ମନୋଜ କୁମାରଙ୍କୁ ସେବା ନିବୃତ୍ତକରିବା ଓ କଠୋର ଦଣ୍ଡବିଧାନ କରିବା ପାଇଁ । ସେମାନଙ୍କର ଅପରାଧ ସେମାନେ ପ୍ରଖ୍ୟାତ ଲେଖିକା ମହାଶ୍ୱେତା ଦେବୀଙ୍କର କ୍ଷୁଦ୍ର ଗଳ୍ପ ‘ଦ୍ରୌପଦୀ’ର ନାଟ୍ୟ ରୂପାନ୍ତର କରିଥିଲେ ।

‘ଭାରତୀୟ ସେନାଙ୍କୁ ଦୁର୍ବଳ ଅବସ୍ଥାରେ’ ଦେଖାଯାଉଥିବାରୁ ବିଦ୍ୟାର୍ଥୀ ପରିଷଦର କର୍ମୀମାନେ ନାଟକଟିକୁ ‘ଦେଶବିରୋଧୀ’ ଘୋଷଣା କରିଥିଲେ ଯଦିଓ ମହାଶ୍ୱେତା ଦେବୀ ନିକଟରେ ମୃତ୍ୟୁବରଣ କରିବା ପରେ ଦେଶବ୍ୟାପୀ ତାଙ୍କର ଜୀବନତମାମ କୃତି ପାଇଁ ଆଦରର ସହ ସମ୍ମାନିତ ହୋଇଥିଲେ ।

ଗୋଟିଏ ବର୍ଷରୁ ଊଦ୍ଧ୍ୱର୍କାଳ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଓ ଜେଏନ୍ୟୁ ଭଳି ପରିସରଗୁଡ଼ିକୁ ଯେଉଁଭଳି ରଣକ୍ଷେତ୍ର କରିଦିଆଯାଇଛି ଉପରୋକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକ ସେହି କ୍ରମରେ ସାମିଲ ହୋଇଛନ୍ତି । ଫେବୃୟାରୀ ୯, ୨୦୧୬ରେ ଜେ.ଏନ୍.ୟୁଠାରେ ଯେଉଁ ଘଟଣାଟି ଘଟିଲା ଯେଉଁଠି ଅଫଜଲ ଗୁରୁଙ୍କ ଫାଶୀକୁ ନେଇ ‘ଦେଶପ୍ରେମୀ’ ବନାମ ‘ଦେଶଦ୍ରୋହୀ’ ନାଁ’ରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଯୁଦ୍ଧ ଚାଲିଲା, ତା ପୂର୍ବରୁ ଅଗଷ୍ଟ ୨୦୧୫ରେ ଆଉ ଏକ ଘଟଣା ଘଟିଥିଲା ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋରୀମଲ୍ କଲେଜରେ ‘ମୁଜାଫର ନଗର ବାକି ହେ’ ନାମକ ଏକ ବୃତଚିତ୍ରର ପ୍ରଦର୍ଶନକୁ ନେଇ ଏ.ବି.ଭି.ପି. କର୍ମୀ ମାନେ ଗଣ୍ଡଗୋଳ ସୃଷ୍ଟି କରି ବୃତଚିତ୍ରର ପ୍ରଦର୍ଶନକୁ ବନ୍ଦ କରିଦେଇଥିଲେ । ଆଜିଭଳି ସେହି ଦିନ ବି ସେମାନେ ବୃତତ୍ତଚିତ୍ରଟିକୁ ‘ଧର୍ମ ବିରୋଧୀ’ କହିଥିଲେ ଏବଂ ବୃତ୍ତଚିତ୍ରର ଉଦ୍ଦେଶ୍ୟକୁ ନେଇ ଆପତ୍ତି କରିଥିଲେ ।

ଏ ସମସ୍ତ ଘଟଣା ପୃଥକ ଭାବେ ଏବଂ ଏକାଠି ପ୍ରଦର୍ଶନ କରୁଛନ୍ତି ଯେ କେମିତି ନରେନ୍ଦ୍ର ମୋଦୀ ସରକାର ୨୦୧୪ରେ କ୍ଷମତାକୁ ଆସିବା ଦିନଠାରୁ ସବୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗୋଟିଏ ଆଦର୍ଶବାଦର ପ୍ରଭାବ ଭିତରକୁ ଆଣିବା ପାଇଁ ସରକାର ନିଜ କ୍ଷମତା ପରିସରର ବାହାରକୁ ଚାଲିଯାଉଛନ୍ତି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଭିନ୍ନ ଭିନ୍ନ ମାଧ୍ୟମ ବ୍ୟବହାର କରାଯାଉଛି ।

ସେଂଟ୍ରାଲ ବୋର୍ଡ଼ ଅଫ୍ ଫିଲ୍ମସ ସାର୍ଟିଫିକେସନର ଅଧ୍ୟକ୍ଷ, ପୁନା ସ୍ଥିତ ଫିଲ୍ମସ ଏଣ୍ଡ୍ ଟେଲିଭିଜନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଏବଂ ଭାରତୀୟ ଇତିହାସ ଗବେଷଣା ପରିଷଦର ଅଧ୍ୟକ୍ଷ ପଦବୀରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଲୋକମାନଙ୍କୁ ନିଯୁକ୍ତି ଦେବାଠୁ ଆରମ୍ଭ କରି ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଜେଏନ୍ୟୁର କୁଳପତିମାନଙ୍କୁ ବିଦ୍ୟାର୍ଥୀ ପରିଷଦ ଓ କେନ୍ଦ୍ର ସରକାରଙ୍କ ଆଜ୍ଞାବହ ଭଳି କାମ କରିବାପାଇଁ ପ୍ରସ୍ତୁତ କରିବାଯାଏଁ , ବିଶ୍ୱବିଦ୍ୟାଳୟ ତଥା ଉଚ୍ଚତର ଶିକ୍ଷାନୁଷ୍ଠାନ ମାନଙ୍କରେ ଥିବା ବୌଦ୍ଧିକ କ୍ଷେତ୍ରଗୁଡ଼ିକୁ ସଙ୍କୁଚିତ କରିଦିଆଯାଇଛି ।

ଯଦ୍ୱାରା କି ପ୍ରଶ୍ନ କରିବା ଏବଂ ଭିନ୍ନମତ ଦେବାର ପରିବେଶଟି ଆଜି ବିରୋଧର ସାମ୍ନା କରୁଛି । ଶିକ୍ଷକ ଓ ଛାତ୍ରମାନଙ୍କୁ ରୀତିମତ ଭୟଭୀତ କରାଇ ଗୋଟିଏ ଆଦର୍ଶବାଦକୁ ଗ୍ରହଣ କରିବା ପାଇଁ ବାଧ୍ୟ କରାଯାଉଛି, ନଚେତ ସେମାନଙ୍କୁ କାର୍ଯ୍ୟ ନିବୃତ୍ତ କରାଯାଉଛି । ରାଷ୍ଟ୍ର ଏବଂ ତାହାର ମନ୍ତ୍ରୀଗଣ ତୁହାକୁ ତୁହା ‘ଦେଶଦ୍ରୋହ’ର ଉଚ୍ଚାରଣ କରି ନିଜର ଛାତ୍ରଶାଖାଟିକୁ ସ୍ୱୀକୃତି ଓ ସାହସ ଯୋଗାଉଛନ୍ତି ଯେମିତିକି ସେମାନେ ଶିକ୍ଷାନୁଷ୍ଠାନର ପରିସରଟିକୁ ଧ୍ୱସ୍ତବିଧ୍ୱସ୍ତ କରିପାରିବେ ।

ସେମାନଙ୍କର ବାର୍ତାଟି ସ୍ପଷ୍ଟ; ବର୍ତମାନର ଶାସକମାନଙ୍କ ବିରୁଦ୍ଧରେ ଯିବାଟାକୁ ହିଁ ‘ଦେଶବିରୋଧୀ’ କୁହାଯିବ । ହିଂସା ଓ ଭୟଭୀତ କରାଇବାର ଏହି ସଂସ୍କୃତି ସ୍ୱାଧୀନ ଭାବେ ଚିନ୍ତା କରିବା ଏବଂ ସାମ୍ପ୍ରତିକ ଶାସକମାନଙ୍କ ଦ୍ୱାରା ଚାଲିଥିବା ସଂଖ୍ୟାଗରିଷ୍ଠଙ୍କ ଦର୍ଶନକୁ ବିରୋଧ କରୁଥିବା ଲୋକମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି ।

ଭୟଭୀତ କରାଇବା କେବଳ ଆର୍.ଏସ୍.ଏସ୍. – ଭା.ଜ.ପାର ଏକଚାଟିଆ କାରବାର ହୋଇ ରହିନାହିଁ ଯଦିଓ ନିଃସନ୍ଦେହ ସେମାନେ ଏହି କ୍ଷେତ୍ରରେ ଗୁରୁଦେବ ସଦୃଶ । ଉଦାହରଣ ସ୍ୱରୂପ, ଯେତେବେଳେ ବିଦ୍ୟାର୍ଥୀ ପରିଷଦ ଦିଲ୍ଲୀ, ରାଜସ୍ଥାନ, ହରିୟାନା ଇତ୍ୟାଦି ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ରସଂଘ ନିକଟରେ ଛାତ୍ର କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସଭାକୁ ବାତିଲ କରିଦେଇଛନ୍ତି ।

ଜେ.ଏନ୍.ୟୁର ଛାତ୍ରୀ ଶେୟାଲୀ ରସିଦଙ୍କ ବିରୁଦ୍ଧରେ ଏଫ୍.ଆଇ.ଆର୍. ଦାୟର କରିଛନ୍ତି କାହିଁକି ନା ସେ ନିଜ ଫେସ୍ବୁକ୍ ପୃଷ୍ଠାରେ ପ୍ରଫେଟ୍ ମହମ୍ମଦଙ୍କୁ ଅସମ୍ମାନ କରି ଲେଖିଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ବିଭାଜନ ବଢ଼ିଚାଲିବା ତଥା ଅବାଧ ଅଭିବ୍ୟକ୍ତିର କ୍ଷେତ୍ରଗୁଡ଼ିକ ସଙ୍କୁଚିତ ହୋଇ ଚାଲିଥିବା ଘଟଣା ସୂଚିତ କରୁଛି କେମିତି ସଂକୀର୍ଣ୍ଣ ମନୋଭାବ ବଢ଼ିଚାଲିଥିବା ଯୋଗୁଁ ଆମ ବିଶ୍ୱବିଦ୍ୟାଳୟଗୁଡ଼ିକ ଯେଉଁଥିପାଇଁ ପ୍ରତିଷ୍ଠିତ ହୋଇଥିଲେ; ତା’ର ବିରୁଦ୍ଧାଚରଣ ହୋଇଚାଲିଛି ।

ବିଶ୍ୱବିଦ୍ୟାଳୟଗୁଡ଼କ ହେଉଛନ୍ତି ଏଭଳି ସ୍ଥାନ ଯେଉଁଠି ଜଣେ ବିବିଧ ଚିନ୍ତାଧାରାଗୁଡ଼ିକୁ ନେଇ ଚର୍ଚ୍ଚା କରିପାରିବ, ନୂଆ ବିଚାର ପ୍ରସ୍ତୁତ କରିପାରିବ ଏବଂ ଯାହା ସବୁ ଜଣାଶୁଣା ଓ ଗ୍ରହଣ କରାଯାଇ ଆସିଛି, ସେ ସବୁକୁ ପ୍ରଶ୍ନ କରିପାରିବ ।

ଯେତେବେଳେ ରାଷ୍ଟ୍ରର ସଂସ୍ଥାଗୁଡ଼ିକ ଅବା ବିଭ୍ରାନ୍ତ ଜନତା ସେହିସବୁ ସ୍ଥାନକୁ ଧ୍ୱଂସ କରିବା ପାଇଁ ଧାଇଁ ଆସନ୍ତି, ଆମେ ନିଶ୍ଚିତ ଭାବେ ସେମାନଙ୍କ ସାଥିରେ ଛିଡ଼ା ହେବାକୁ ପଡ଼ିବ ଯେଉଁମାନେ ଗଣତାନ୍ତ୍ରିକ ଭିନ୍ନମତର ବିଲୟକୁ ବିରୋଧ କରିଆସୁଛନ୍ତି, ଯାହାକି ଗଣତନ୍ତ୍ରର ମୂଳଭିତ୍ତି ।

 

FEBRUARY 25 ,2017 VOL L11 NO 8 EPW -10 ( University as battleground)

(ପ୍ରକାଶିତ ମତ ଲେଖକଙ୍କ ନିଜସ୍ଵ)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ପ୍ରଫେସର, ବିଶ୍ୱବିଦ୍ୟାଳୟ

ଘରୋଇ ପୁଞ୍ଜି ଠୁଳୀକରଣ ଥଇଥାନ ସଂସ୍ଥା

February 28, 2017 by ଓଡିଶା ଡଟ କମ Leave a Comment

ଅର୍ଥନୈତିକ ସର୍ବେକ୍ଷଣରେ ଗଢ଼ିଚାଲିଥିବା ଦ୍ୱୈତ ହିସାବପତ୍ର (ତୁଳନା ପତ୍ର) ସମସ୍ୟାର ଚିକିତ୍ସାକୁ ନେଇ ଯେଉଁ ପ୍ରସ୍ତାବ ରଖାଯାଇଛି ତାହା ଗଭୀର କ୍ଷତରେ ବ୍ୟାଣ୍ଡଏଡ଼୍ ଲଗାଇବା ସଦୃଶ ଘା’ ଭଳି ବଢ଼ି ଚାଲିଥିବା ‘ଦ୍ୱୈତ ତୁଳନାପତ୍ର ସମସ୍ୟା’ କହିଲେ ଦିନକୁ ଦିନ ଗୁରୁତରଭାବେ ଅଧୋଗତି ଆଡ଼କୁ ଯାଉଥିବା ଆର୍ଥିକ ଦୁଃସ୍ଥତାକୁ ବୁଝାଉଛି ଯାହାର ଗୋଟିଏ ପଟେ ଅଛି ‘ଭୀଷଣ ଭାବେ ଋଣଗ୍ରସ୍ତ କମ୍ପାନୀମାନେ ଯେଉଁମାନେ ଋଣର ସୁଧ ପୈଠ କରିବା ପାଇଁ ମଧ୍ୟ ସକ୍ଷମ ନୁହନ୍ତି ।

ଯେଉଁମାନଙ୍କର ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଖର୍ଚ୍ଚ ହେଉଥିବା ଅର୍ଥ ଭରଣ ମଧ୍ୟ କରିପାରୁନାହାନ୍ତି । ଏହି ଦୁଃସ୍ଥତାର ଅନ୍ୟପଟେ ଅଛନ୍ତି ଅତ୍ୟଧିକ ଋଣ ଦେଇ ଦୁଃସ୍ଥ ଅବସ୍ଥାକୁ ଆସିଥିବା ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଯେଉଁମାନେ ନା ଋଣ, ନା ଋଣର ସୁଧ କେଉଁଟି ବି ଆଦାୟ କରିପାରୁନାହାନ୍ତି ।

ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ବଡ଼ ବଡ଼ କମ୍ପାନୀମାନଙ୍କୁ ଦେଇଥିବା ଭାରି ଋଣଗୁଡ଼ିକ କେମିତି ସଜଡ଼ାସଜଡ଼ି କରି ଅନାଦେୟ ଋଣର ସମାଧାନର ବାଟ ବାହାର କରିବାରେ ଅକ୍ଷମ ହେଉଥିବାବେଳେ, ଅନାଦେୟ ଋଣ ବା କେବେ ଆଉ ଆଦାୟ ହେବାର ସମ୍ଭାବନା ନଥିବା ଋଣ ଟଙ୍କାର ପରିମାଣ ବଢ଼ି ବଢ଼ି ଚାଲିଛି । ଏତିକିବେଳେ ବ୍ୟବସାୟିକ କ୍ଷେତ୍ର ଓ ଘରୋଇ ପୁଞ୍ଜି ବିନିଯୋଗ ପାଇଁ ଋଣ ନ ଦେଇପାରିବା ଯୋଗୁଁ ବ୍ୟାଙ୍କମାନଙ୍କ ଅବସ୍ଥା ଖରାପ ହେଇଚାଲିଛି ।

ଏଭଳି ଏକ ଅବସ୍ଥାରୁ ବାହାରିବା ପାଇଁ ଅର୍ଥନୈତିକ ସର୍ବେକ୍ଷଣ ୨୦୧୫-୧୬ର ଲେଖକମାନେ ଗୋଟିଏ ପରାମର୍ଶ ଦେଇଛନ୍ତି । ତାହାହେଲା କେନ୍ଦ୍ରୀୟ ସ୍ତରରେ ‘ପବ୍ଲିକ୍ ସେକ୍ଟର ଆସେଟ୍ ରିହାଲାବିଲିଟିସନ୍ ଏଜେନ୍ସି’ ବା ପାରା ଯିଏକି ସବୁଠାରୁ ବଡ଼ ଏବଂ କଷ୍ଟକର ମାମଲାଗୁଡ଼ିକ ହାତକୁ ନେବ ଏବଂ ଋଣର ବୋଝ ହ୍ରାସ କରିବାପାଇଁ ରାଜନୈତିକ ଦୃଷ୍ଟିରୁ କଠିନ ନିଷ୍ପତି ସବୁ ନେବ ।

ରାଷ୍ଟ୍ରାୟତ ବ୍ୟାଙ୍କମାନେ ଦେଇଥିବା ମୂଳ ଅଗ୍ରୀମ ଟଙ୍କାର ୬ଭାଗରୁ ୧ଭାଗ ଟଙ୍କା ‘ଚାପ’ ଭିତରେ ଅଛି- ସେଗୁଡ଼ିକ ‘ଅଚଳ’ କରିଦିଆଯାଇଛି ବା ‘ପୁଣିଥରେ ଏପଟ-ସେପଟ କରାଯାଉଛି’ ବା ସମ୍ପୂର୍ଣ୍ଣ ଛାଡ଼ କରିଦିଆଯାଉଛି । ଚାପ ଭିତରେ ଅଧିକାଂଶ ଅଗ୍ରୀମ ଟଙ୍କା ‘ଅଚଳ’ ଅବସ୍ଥାରେ ଅଛି ।

ଅର୍ଥନୈତିକ ସର୍ବେକ୍ଷଣ ସେହି ବଡ଼ ବଡ଼ କମ୍ପାନୀମାନଙ୍କ ଉପରେ ବିଶେଷ ଧ୍ୟାନ ଦେଇଛନ୍ତି ଯେଉଁମାନେ ‘ଲକ୍ଷ ଲକ୍ଷ କୋଟି’ ଟଙ୍କାର ନୂଆ ପ୍ରକଳ୍ପ ସବୁ ଆରମ୍ଭ କରିଛନ୍ତି ଶକ୍ତି ଉତ୍ପାଦନ, ଇସ୍ପାତ ଏବଂ ଟେଲିକମ୍ ଭଳି ଭିତିଭୂମି ସମ୍ପର୍କିତ କ୍ଷେତ୍ରରେ (ସେ ଭିତରେ ସଡ଼କ ଓ ରାଜପଥ, ବନ୍ଦର, ନାଗରିକ, ବିମାନ ଉଡ଼ାଣ ଇତ୍ୟାଦି ମଧ୍ୟ ରହିବା କଥା) କିନ୍ତୁ ସେମାନଙ୍କର ଏଭଳି ଆୟ ହେଉନାହିଁ ଯେ ସେମାନେ ଯେଉଁ ବ୍ୟାଙ୍କ ବା ବାହ୍ୟ ବାଣିଜ୍ୟ ସଂସ୍ଥାମାନଙ୍କଠୁ ଋଣ ଆଣିଛନ୍ତି ତା’ର ସୁଧ ପୈଠ କରିବା ପାଇଁ ସକ୍ଷମ ହୋଇପାରିବେ ।

ବାହ୍ୟ ବାଣିଜ୍ୟ ସଂସ୍ଥାମାନଙ୍କଠୁ ଋଣ ଆଣିବା ପରେ ସେମାନେ ସବୁଠାରୁ ବେଶୀ ଆଘାତପ୍ରାପ୍ତ ହେଉଛନ୍ତି ଯେତେବେଳେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମି କମି ଯାଉଛି । ଟଙ୍କାରେ ସୁଧ ପୈଠ କଲାବେଳକୁ ଅଧିକ ଟଙ୍କାର ଆବଶ୍ୟକତା ପଡ଼ୁଛି ଏବଂ ଋଣମୁକ୍ତ ଅବସ୍ଥା ଆସିବା ଅସମ୍ଭବ ହୋଇପଡ଼ୁଛି ।

ତା’ ସହିତ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ମୁଦ୍ରାସ୍ଫୀତି’କୁ ଲକ୍ଷ୍ୟ ରଖି ନିଆଯାଉଥିବା ମୁଦ୍ରା ନୀତି ମଧ୍ୟ ସାମଗ୍ରିକ ଭାବେ ଋଣର ବୋଝଟିକୁ ବଢ଼ାଇ ଦେଉଛି । ରିଜର୍ଭ ବ୍ୟାଙ୍କ କମ୍ପାନୀମାନଙ୍କ ଋଣକୁ ନେଇ ପୁନଃ ସଙ୍ଗଠିତ କରାଇଛନ୍ତି ଯାହାକି ଋଣ ଦେବା ଲୋକ ଅପେକ୍ଷା ଋଣ ନେବା ଲୋକଟିକୁ ସୁହାଇଛି ଯେମିତିକି ଋଣ ପୈଠ କରିବାର ସମୟସୀମାକୁ ବଢ଼ାଇ ଦେବା, ସୁଧର ହାରକୁ କମାଇବା, କିଛି ଋଣ ପୁଞ୍ଜିକୁ ଅଂଶଧନ ପୁଞ୍ଜିରେ ପରିବର୍ତନ କରିବା ଏବଂ ଅତିରିକ୍ତ ଋଣ ଦେବା ।

ଏସବୁ ସତ୍ୱେ କମ୍ପାନୀମାନଙ୍କ ସ୍ଥିତିରେ ସୁଧାର ଆସିପାରି ନାହିଁ । ସୁତରାଂ ସୁଧାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଧନ ହେଇପାରି ନାହିଁ । ଯଦିଓ ଅର୍ଥନୈତିକ ସର୍ବେକ୍ଷଣର ଲେଖକମାନେ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ ଏଥିରେ କୌଣସି ନୈତିକ ପ୍ରଶ୍ନ ଜଡ଼ିତ ନାହିଁ ।

ତେବେ ସୁଧାର କାର୍ଯ୍ୟକ୍ରମରେ ଘରୋଇ ପୁଞ୍ଜି ଲଗାଣକାରୀମାନଙ୍କୁ ଉଦ୍ଧାର କରିବା ପାଇଁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ମୂଲ୍ୟ ଦେବାକୁ ପଡ଼ୁଛି । ଉଦାରୀକରଣର ଏକ ପ୍ରମୁଖ କାର୍ଯ୍ୟସୂଚୀ ଥିଲା କେମିତି ଭିତିଭୂମି ସମ୍ପର୍କିତ କ୍ଷେତ୍ରରେ ଘରୋଇ କମ୍ପାନୀମାନଙ୍କର ବଡ଼ ଧରଣର ପ୍ରବେଶ ପାଇଁ ପଥ ପ୍ରଶସ୍ତ କରାଯାଇପାରିବ ।

କର୍ପୋରେଟ ବଣ୍ଡ୍ ବଜାର ଓ ବଡ଼ ବଡ଼ ବିତ୍ତଶୀଳ କମ୍ପାନୀମାନେ ଯେତେବେଳେ ଏହି ଭିତିଭୂମି ପ୍ରକଳ୍ପଗୁଡ଼ିକରେ ସେମାନେ ଖର୍ଚ୍ଚ କରିବାକୁ ଥିବା ଅର୍ଥ ଆଣିପାରିଲେ ନାହିଁ, ସେତେବେଳେ ସରକାର ଘରୋଇ-ସରକାରୀ ଭାଗିଦାରିତା କଥା ଉଠାଇ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ଉପରେ ଚାପ ସୃଷ୍ଟି କଲେ ଏଭଳି ବିପୁଳ ଅର୍ଥ ବ୍ୟୟ ଅଟକଳ କରାଯାଇଥିବା ପ୍ରକଳ୍ପଗୁଡ଼ିକୁ ଦୀର୍ଘମିଆଦି ବଡ଼ ଧରଣର ଋଣ ଯୋଗାଇ ଦେବାପାଇଁ ।

ଏହି ସବୁ ପ୍ରକଳ୍ପ କାମ କରିବାପାଇଁ ଲମ୍ବା ସମୟ ଲାଗିଥାଏ ଏବଂ ତା’ର ଋଣ ପରିଶୋଧ ଆରମ୍ଭ କରିବା ପାଇଁ ସମୟ ମଧ୍ୟ ବେଶୀ ଲାଗିଥାଏ । ଅଧିକାଂଶ କ୍ଷେତ୍ରରେ ଘରୋଇ ବ୍ୟାଙ୍କମାନେ ଏସବୁ ପ୍ରକଳ୍ପଗୁଡ଼ିକରେ ଅର୍ଥ ଲଗାଣ ପାଇଁ ସିଧାସଳଖ ଅନିଚ୍ଛୁକ ରହିଆସିଛନ୍ତି ।

କ୍ରମାଗତ ଭାବେ କେନ୍ଦ୍ରରେ ଥିବା ସରକାରମାନେ ଏହି ଦ୍ୱୈତ ତୁଳନାପତ୍ର ସମସ୍ୟା ବା ଅତ୍ୟଧିକ ଋଣ ନେଇ ସୁଧ ବି ପୈଠ କରୁନଥିବା କମ୍ପାନୀ ଓ ଖରାପ ଋଣ ଦେଇ ତଳିତଳାନ୍ତ ହେଉଥିବା ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ସମସ୍ୟାକୁ ଅଧିକ ହୃଷ୍ଟପୁଷ୍ଟ କରି ଗୋଟିଏ ଘାଟିକୁ ବଢ଼ିବାରେ ସାହାଯ୍ୟ କରିଆସିଥିବା ବେଳେ, ଏବେକାର ସରକାରଙ୍କୁ ସେଥିରୁ ବାହାରିବା ପାଇଁ ଉପାୟ ବାହାର କରିବାକୁ ପଡ଼ୁଛି ।

କିନ୍ତୁ ପ୍ରସ୍ତାବିତ ‘ପାରା’ ବା ରାଷ୍ଟ୍ରୀୟ ସମ୍ପତି ଥଇଥାନ ସଂସ୍ଥାଟି କ’ଣ ଗୋଟିଏ ସମାଧାନ ହୋଇପାରିବ । ମୂଳତଃ ‘ପାରା’ ବ୍ୟାଙ୍କମାନଙ୍କର ବଡ଼ଧରଣର ପୈଠ ହୋଇପାରୁନଥିବା ଋଣଗୁଡ଼କୁ କିଣିବ ଏବଂ ତା’ପରେ ସେସବୁକୁ ନେଇ କାମ କରିବ ।

ଯେମିତିକି ଋଣଟିକୁ ଅଂଶଧନରେ ରୂପାନ୍ତରିତ କରିବା; ନିର୍ଣ୍ଣାୟକ ଭାଗଗୁଡ଼ିକୁ ନିଲାମରେ ବିକ୍ରି କରିବା ବା ଋଣ ହ୍ରାସ କରିବା ପାଇଁ ସୁଯୋଗ ଦେବା ସବୁକିଛି କମ୍ପାନୀମାନଙ୍କ ଅର୍ଥନୈତିକ କ୍ଷମତାକୁ ସ୍ଥିର ରଖିବା ପାଇଁ ଉଦ୍ଦିଷ୍ଟ ରହିବ ।

ବଡ଼ ବଡ଼ ଅନାଦେୟ ଋଣଗୁଡ଼ିକୁ ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ଖାତାରୁ ଉଠାଇ ଦିଆଯିବା ପରେ ସରକାର ବ୍ୟାଙ୍କଗୁଡ଼ିକୁ ପୁଣି ପୁଞ୍ଜି ଯୋଗାଇ ସେମାନଙ୍କର ଆର୍ଥିକ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆଣିବେ ।

‘ପାରା’କୁ ତିନୋଟି ସୂତ୍ରରୁ ଅର୍ଥ ଆସିବ – ସରକାରୀ ସିକ୍ୟୁରିଟି ଲୋକଙ୍କୁ ଯୋଗାଇ ଦେଇ (ଅର୍ଥାତ ସଂଚୟ ପତ୍ର, ଟ୍ରେଜେରି ବିଲ ଏବଂ ନୋଟ ମାଧ୍ୟମରେ ଯାହାର ନିର୍ଦ୍ଦିଷ୍ଟ ଅବଧି ସରିଲେ ଟଙ୍କା ପୈଠ କରାଯିବ ଏବଂ ସମୟ ସମୟରେ ସୁଧ ମଧ୍ୟ ସିକ୍ୟୁରିଟି କିଣିଥିବା ଲୋକଙ୍କୁ ଦିଆଯାଇପାରିବ) ଏହାର ଅଂଶଧନ ଦେବାପାଇଁ ଘରୋଇ ପୁଞ୍ଜି ବିନିଯୋଗକାରୀଙ୍କୁ ପ୍ରୋତ୍ସାହିତ କରି ଏବଂ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ।

୧୯୯୦ଦଶକରେ ପୂର୍ବ ଏସିଆରେ ଦେଖା ଦେଇଥିବା ଆର୍ଥିକ ସଙ୍କଟକୁ ଅତିକ୍ରମ କରିବା ପାଇଁ ନିଆଯାଉଥିବା ପଦକ୍ଷେପ ଢାଂଚାରେ ଏଭଳି ଏକ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସମ୍ପତି ଥଇଥାନ ହିସାବରେ ପ୍ରଚାରିତ କରାଯାଉଛି ।

ଯେଉଁ ମୂଳକଥାଟି ‘ପାରା’ର ବୁକୁରେ ଛପିରହିଛି ତାହା ହେଲା ଯେ, ‘ପାରା’ ଅନାଦେୟ ଋଣ ସମ୍ପର୍କିତ ସମ୍ପତିଗୁଡ଼ିକୁ ଦୁଃସ୍ଥ ଦରରେ କିଣିବ, ସେସବୁକୁ ଆର୍ଥିକ ଦୃଷ୍ଟିରୁ ଚଳମାନ କରାଇବ ଏବଂ ତା’ପରେ ଯେଉଁ ନିର୍ଣ୍ଣାୟକ ଭାଗ ସାମ୍ନାକୁ ଆସିବ ତାକୁ ଯେଉଁମାନେ ଅଧିକ ଅର୍ଥ ଦେବେ ସେମାନଙ୍କୁ ବିକ୍ରି କରିବ ।

ସେମାନେ ମୁଖ୍ୟତଃ ଘରୋଇ ପୁଞ୍ଜିଲଗାଣକାରୀ ସଂସ୍ଥା ହୋଇଥିବେ । ଯେହେତୁ ପ୍ରକଳ୍ପଗୁଡ଼ିକ ରାଷ୍ଟ୍ରୀୟ କ୍ଷେତ୍ରରେ ଭିତିଭୂମି ସମ୍ପର୍କିତ ପ୍ରକଳ୍ପ, ସେମାନେ ମଧ୍ୟ ଏକଥା ଜାଣନ୍ତି ଯେ ଯଦି ସେମାନେ ବିଫଳ ହୁଅନ୍ତି ସରକାର ପୁଣି ସେମାନଙ୍କୁ ସେ ଭିତରୁ ଉଦ୍ଧାର କରିବେ ।

ସୁତରାଂ ସେମାନେ କମ୍ ସାବଧାନ ହେବେ ଏବଂ ଅଧିକ ବିପତ୍ତିମୂଳକ ନିଷ୍ପତି ନେବେ ଯାହାଫଳରେ ପୂର୍ବରୁ ହୋଇଥିବା କ୍ଷତି ତୁଳନାରେ ଏହି ସୁଧାର କାର୍ଯ୍ୟକ୍ରମଟି ଅଧିକ ଖର୍ଚ୍ଚବହୁଳ ହୋଇଯିବ ।

ମୂଳ ସମସ୍ୟାଟି ଯାହା ଜଣେ ସ୍ୱୀକାର କରିବା କଥା, ତାହା ହେଉଛି ଯେ ଆର୍ଥିକ ପୁଞ୍ଜିଟି ମୂଳ ପ୍ରୋତ୍ସାହକମାନଙ୍କଠୁ ଆସୁ ବା ନିଲାମରେ କରିଥିବା ଲୋକମାନଙ୍କ ପାଖରୁ ଆସୁ ପୁଞ୍ଜି ବିନିଯୋଗର ଅସଲ ଉଦ୍ଦେଶ୍ୟ ରହିବ ଘରୋଇ ସଂସ୍ଥାମାନଙ୍କର ଆର୍ଥିକ ଲାଭକୁ ବଢ଼ାଇବା ।

ଏମିତିରେ ତ ବିପୁଳ ବୈଦେଶିକ ମୁଦ୍ରାକୁ ମଜବୁତ ରଖିବା ଯୋଗୁଁ ବ୍ୟାଙ୍କମାନଙ୍କୁ ଅର୍ଥ ଯୋଗାଇ ଦେବାପାଇଁ କୌଣସି ସମସ୍ୟା ସାମ୍ନା କରିବାକୁ ପଡ଼ିବନି । ରିଜର୍ଭ ବ୍ୟାଙ୍କ ବୈଦେଶିକ ମୁଦ୍ରାର କେବଳ ଗୋଟିଏ ଭାଗକୁ ନିରାପଦ ରଖିଛନ୍ତି । ଯାହାର ବିନିଯୋଗ ହୋଇପାରିବ ନାହିଁ ।

ଏମିତିକି ଅଧିକ ଆୟ କରୁଥିବା ଅଣ ଅର୍ଥଲଗାଣକାରୀ ସଂସ୍ଥାମାନେ ଯେଉଁମାନେ ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକୃତ ପୁଞ୍ଜି ବିନିଯୋଗଗୁଡ଼ିକୁ ଅର୍ଥ ଯୋଗାଇ ଦେବାରେ ସକ୍ଷମ ।

ସେମାନେ ନିଜକୁ ଗୋଟିଏ ଗୋଟିଏ ଅର୍ଥ ଲଗାଣକାରୀ ସଂସ୍ଥା ହିସାବରେ ଉପସ୍ଥାପନ କରିବା ଆରମ୍ଭ କରିଦେଲେଣି । ସେମାନେ ଆର୍ଥିକ ଲାଭ ଉଠାଇବା ପାଇଁ ବିଭିନ୍ନ ପ୍ରକାର ବ୍ୟବସାୟଗୁଡ଼ିକ ଉପରେ ବାଜି ଲଗାଇଲେଣି ।

ଯେତେବେଳେ ଘରୋଇ କମ୍ପାନୀମାନଙ୍କୁ ସବୁପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ଭିତ୍ତିଭୂମି ସମ୍ପର୍କିତ ବ୍ୟାପକ କ୍ଷେତ୍ରରେ ପ୍ରବେଶ କରିବାପାଇଁ ଅଣ ଅର୍ଥଲଗାଣକାରୀ ବ୍ୟବସାୟିକ ଗୋଷ୍ଠୀଗୁଡ଼ିକ ଅଧିକରୁ ଅଧିକ ଖୋଜି ଚାଲିଛନ୍ତ, କେମିତି ଲାଭ ମିଳିବାର ସୁଯୋଗମାନ କେଉଁ ସବୁ କ୍ଷେତ୍ରରେ ପାଇପାରିବେ ।

ଆର୍ଥିକ ଦୃଷ୍ଟିରୁ ପୁଞ୍ଜି ବିନିଯୋଗ କଥା ଆଖିଆଗରେ ଯଦିଓ ଦେଖାଯାଉ ନାହିଁ । ପ୍ରକୃତରେ ପୁଞ୍ଜିବାଦୀ ଠୁଳିକରଣ ପ୍ରକ୍ରିୟାରେ ଅର୍ଥ ଲାଭ କରିବାର ବୃହତର ଓଜନଟି ‘ଦ୍ୱୈତ ତୁଳନା ପତ୍ର ସମସ୍ୟା’ର ମୂଳରେ ହିଁ ରହିଛି । ‘ପାରା’ କୌଣସ ଦୀର୍ଘକାଳୀନ ପ୍ରତିକାର ଯୋଗାଇ ଦେବା ପରିବର୍ତ୍ତେ ଗୋଟିଏ ବଡ଼ ଧରଣର କ୍ଷତ ପାଇଁ ସର୍ବାଧିକ କେବଳ ବ୍ୟାଣ୍ଡ୍ ଏଡ଼୍ଟିଏ ଲଗାଇ ଦେଇପାରେ ।

FEBRUARY 25 ,2017 VOL L11 NO 8 EPW -12 ( Private accumulation Rehabilitation Agency)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଅର୍ଥନୀତି, ବାଣିଜ୍ୟ, ବ୍ୟବସାୟ

ବାୟୁରେ ବିଷ

February 28, 2017 by ଓଡିଶା ଡଟ କମ Leave a Comment

ଆମେ କାହିଁକି ଏ ବାସ୍ତବତାକୁ ଅସ୍ୱୀକାର କରୁଛେ ଯେ ଭାରତରେ ନିୟୁତ ନିୟୁତ ଲୋକ, ବିଶେଷକରି ଗରିବ ଶ୍ରେଣୀର; ପ୍ରଦୂଷଣରେ ମୃତ୍ୟୁବରଣ କରୁଛନ୍ତି?

କେନ୍ଦ୍ର ପରିବେଶ ମନ୍ତ୍ରୀ ଅନୀଲ ମାଧବ ଡାଭେ ଅସ୍ୱୀକାର କରିଆସିଛନ୍ତି । ସେ ମନା କରିପାରିବେ ନାହିଁ ଯେ ବାୟୁ ପ୍ରଦୂଷଣ ଭାରତରେ ଗୋଟିଏ ଗୁରୁତର ସମସ୍ୟା ହୋଇପାରିଛି । କିନ୍ତୁ ଏକଥାଟି ଦେଶ ବାହାରୁ କେହି ଆମ ଲୋକଙ୍କୁ କହୁ ସେ ଚାହାନ୍ତି ନାହିଁ ।

ଯେତେବେଳେ ବୋଷ୍ଟନ ସ୍ଥିତ ହେଲଥ୍ ଇଫେକ୍ଟ ଇନ୍ଷ୍ଟିଚ୍ୟୁଟ୍ ଏବଂ ସିଆଟେଲ ସ୍ଥିତ ହେଲଥ୍ ମ୍ୟାଟ୍ରିକସ୍ ଏଣ୍ଡ୍ ଇଭାଲ୍ୟୁସେନ ମିଳିତ ଭାବେ ବିଶ୍ୱରେ ବାୟୁର ସ୍ଥିତି ୨୦୧୭ ନାମକ ଏକ ବିବରଣୀ ପ୍ରକାଶ କଲେ, ସେଠି ବାୟୁ ପ୍ରଦୂଷଣଜନିତ ମୃତ୍ୟୁସଂଖ୍ୟାରେ ଭାରତ ଚୀନ୍ଦେଶର ବହୁପଛରେ ନାହିଁ ବୋଲି କୁହାଯାଇଥିଲା ।

ନିଜ ପ୍ରତିକ୍ରିୟାରେ ମନ୍ତ୍ରୀ ଶ୍ରୀ ଡାଭେ ଅଭିଯୋଗ ଆଣିଥିଲେ ଯେ, ‘ଆମେ ଭାରତୀୟମାନେ ବାହାରର କଥାଗୁଡ଼ିକ ଦ୍ୱାରା ବେଶୀ ପ୍ରଭାବିତ ହେଲାଭଳି ମନେ ହେଉଛି ।’ ସେ ପରାମର୍ଶ ଦେଇ କହିଥିଲେ ଯେ ବରଂ ସେ ନିଜର ବିଶାରଦମାନଙ୍କୁ ଅଧିକ ବିଶ୍ୱାସ କରିବେ ଯେମିତି ସେ ‘ନିଜ ସୈନ୍ୟବାହିନୀକୁ ବିଶ୍ୱାସ’ କରିଆସିଛନ୍ତି ।

ଯଦିଓ ସୈନ୍ୟବାହିନୀ ସହ ବିଶାରଦମାନଙ୍କ ସହ ତୁଳନା ତାଳ ଖାଉନାହିଁ; ତେବେ ମନ୍ତ୍ରୀଙ୍କର ଏହି ରିପୋର୍ଟ ପ୍ରତି ପ୍ରତିକ୍ରିୟା ବିଚଳିତ କରୁଛି ନିଶ୍ଚୟ ।

ଯଦିଓ ଏହି ରିପୋର୍ଟରେ ବାୟୁ ପ୍ରଦୂଷଣଜନିତ ମୃତ୍ୟୁକୁ ଚିହ୍ନଟ କରିବାର ପଦ୍ଧତିକୁ ନେଇ କାହାର କେଉଁଠି ପ୍ରଶ୍ନ ରହିପାରେ, କିନ୍ତୁ ଭାରତରେ ମୃତ୍ୟୁ ଓ ରୋଗବ୍ୟାଧିର ଧାରା ପ୍ରତି ପରିବେଶଜନିତ ସମସ୍ୟାର ଯେ ଢେର୍ ଅବଦାନ ରହିଛି, ଯେଉଁଥିରେ ବାୟୁ ପ୍ରଦୂଷଣ ଏକ ପ୍ରମୁଖ କାରଣ, ତାକୁ ନ୍ୟୁନ କରି କୌଣସି ଯୁକ୍ତି ଉପସ୍ଥାପନ କରିହେବ ନାହିଁ ।

ବିଶ୍ୱ ବାୟୁର ସ୍ଥିତି ୨୦୧୭ ରିପୋର୍ଟରେ ବାୟୁ ପ୍ରଦୂଷଣର ପ୍ରଭାବକୁ ଆକଳନ କଲାବେଳେ ଯେଉଁ ତଥ୍ୟକୁ ଆଧାର କରାଯାଉଛି ତାହା ସବୁ ବାୟୁ ପ୍ରଦୂଷଣ ସମ୍ପର୍କିତ ସରକାରୀ ତଥ୍ୟ ଏବଂ ଗ୍ଲୋବାଲ ବର୍ଡ଼ନ ଅଫ ଡିଜିଜ୍ (ଜିବିଡି) ବା ବିଶ୍ୱର ବେମାର ବୋଝ୍ ରିପୋର୍ଟରୁ ଆସିଛି ।

୧୯୯୦ରୁ ୨୦୧୫ଭିତରେ ୨୫ବର୍ଷ ଧରି ୧୯୫ଟି ଦେଶରୁ ସଂଗ୍ରହ କରାଯାଇଥିବା ତଥ୍ୟ ସବୁ ଏବଂ ବିଶ୍ଳେଷଣକୁ ଏକ ପ୍ରଭାବଶାଳୀ ଢାଂଚାରେ ଏହି ଜିବିଡ଼ି ରିପୋର୍ଟରେ ସ୍ଥାନିତ କରାଯାଇଛି ।

ପ୍ରତ୍ୟେକ ବର୍ଷ ଏହି ରିପୋର୍ଟଟିକୁ ନୂତନଭାବେ ପ୍ରାପ୍ତ ତଥ୍ୟକୁ ନେଇ ପରିବର୍ଦ୍ଧିତ କରାଯାଉଛି । ବିଭିନ୍ନ ଜନସଂଖ୍ୟା, ବୟସ ବର୍ଗ ଏବଂ ସମୟ କାଳ ଭିତରୁ ମିଳୁଥିବା ସ୍ୱାସ୍ଥ୍ୟ ସୂଚନା ସବୁର ଏଠି ସଙ୍କଳନ କରାଯାଇଥାଏ ।

ବାୟୁ ପ୍ରଦୂଷଣକୁ ନେଇ ତଥ୍ୟ, ବିଶେଷକରି ଏଫ୍.ପି.ଏମ୍. (ଯାହା ପ୍ରଦୂଷଣ ଦ୍ୱାରା ବାୟୁକୁ ଅସ୍ପଷ୍ଟ କରିଦିଏ) ଏବଂ ଓଜନ ସମ୍ପର୍କିତ ତଥ୍ୟ ଅନ୍ୟ ସବୁ ସୂଚନା ସହ ମିଳିତ ଭାବେ ଆକଳନ ପାଇଁ ଭିତିଟିଏ ଯୋଗାଇଦିଏ ଯେ କେତେ ମୃତ୍ୟୁ ବାୟୁ ପ୍ରଦୂଷଣ ଯୋଗୁଁ ଘଟିଛି ଏବଂ କେତେ ବାୟୁ ପ୍ରଦୂଷଣ ଶାରୀରିକ ଅକ୍ଷମତା ସହ ଜିଇଁବା ପାଇଁ ବାଧ୍ୟ କରୁଛି ।

ବିଷାକ୍ତ ପଦାର୍ଥ ବିଶେଷକରି ବାୟୁରେ ଥିବା ଏଫ୍.ପି.ଏମ୍.ର ପ୍ରଭାବରେ ଦୀର୍ଘଦିନ ଧରି ରହିଲେ ହୃଦ୍ରୋଗ, ଶ୍ୱାସରୋଗ ସମେତ ତରୁଣ ଓ ବୃଦ୍ଧ ଉଭୟଙ୍କ କ୍ଷେତ୍ରରେ ବଂଚି ରହିବାର ସମୟକାଳ କମି କମି ଯାଏ । ଗୋଟିଏ କଥା ପ୍ରାୟତଃ ପ୍ରତିଷ୍ଠିତ ହୋଇଯାଇଛି ଯେ, ଓଜନ ସଂସ୍ପର୍ଶରେ ଆସିବା ଯୋଗୁଁ ଶ୍ୱାସନଳୀରେ ପ୍ରତିବନ୍ଧକ ସୃଷ୍ଟି ହୋଇ ରୋଗ ଉତ୍ପନ୍ନ ହେଉଛି ।

ଏଭଳି ଏକ ପୃଷ୍ଠଭୂମିରେ ଉକ୍ତ ରିପୋର୍ଟ ଏହି ସିଦ୍ଧାନ୍ତରେ ପହଂଚିଛି ଯେ, ୨୦୧୫ ମସିହାରେ ବିଶ୍ୱରେ ବାୟୁ ପ୍ରଦୂଷଣ ଯୋଗୁଁ ଯେଉଁ ୪୨ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି ସେଥିରୁ ଶତକଡ଼ା ୫୨ଭାଗ ମୃତ୍ୟୁ କେବଳ ଚୀନ୍ ଓ ଭାରତରେ ଘଟିଛି ।

ଚୀନ୍ କିନ୍ତୁ ବାୟୁ ପ୍ରଦୂଷଣଜନିତ ମୃତ୍ୟୁକୁ ସ୍ଥିର ରଖିବା ପାଇଁ ପଦକ୍ଷେପ ନେଇଥିବା ବେଳେ, ଭାରତରେ ମୃତ୍ୟୁସଂଖ୍ୟାଟି ବଢ଼ି ଚାଲିଛି । ଏଥିରେ ସଂଶୟ ସୃଷ୍ଟି କଲାଭଳି କିଛି କାରଣ ନାହିଁ ।

ଗୋଟିଏ ପରେ ଗୋଟିଏ ଶାସନ ଦାୟିତ୍ୱ ନେଉଥିବା ସରକାରମାନେ କେହି ବି ବାୟୁରେ ପ୍ରଦୂଷଣ ସୃଷ୍ଟି କରୁଥିବା ଉପାଦାନଗୁଡ଼ିକର ବୋଝକୁ ହ୍ରାସ କରିବା ପାଇଁ ଯଥେଷ୍ଟ କଠୋର ପଦକ୍ଷେପ ନେବା କ୍ଷେତ୍ରରେ ସଫଳ ହୋଇନାହାନ୍ତି ।

ପୁଣି କେବଳ ଦିଲ୍ଲୀ ଭଳି ମହାନଗରମାନଙ୍କ ଉପରେ ଅଧିକ ଧ୍ୟାନ ଦେଇ ଅନେକ ଛୋଟ ବଡ଼ ସହର ସାମ୍ନା କରୁଥିବା ସଙ୍କଟକୁ ଅଣଦେଖା କରାଯାଇଛି ।

୨୦୧୬ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ.ଏଚ୍.ଓ) ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ୨୦ଟି ସହରର ଏକ ତାଲିକା ପ୍ରସ୍ତୁତ କରିଥିଲେ । ସେ ଭିତରୁ ୧୦ଟି କେବଳ ଭାରତରେ ହିଁ ଅଛନ୍ତି ଏବଂ ସବୁଠାରୁ ଖରାପ ସ୍ଥିତିରେ ଅଛନ୍ତି ଆଲ୍ହାବାଦ, କାନପୁର, ଫିରୋଜାବାଦ ଏବଂ ଲକ୍ଷ୍ନୋ ।

କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ର ୨୦୧୫ ମସିହାରେ ଏକ ଅଧ୍ୟୟନ ମୁତାବକ ଯାହାକି ‘ଆମ ନିଜ’ ବୈଜ୍ଞାନିକମାନଙ୍କ ଦ୍ୱାରା ହୋଇଛି, ବନାରସ ହେଉଛି ତିନୋଟି ମାତ୍ରାଧିକ ପ୍ରଦୂଷିତ ସହରମାନଙ୍କ ଭିତରୁ ଅନ୍ୟତମ ।

ଡାଭେ ମହାଶୟ ଅନ୍ତତଃ ଏହି ରିପୋର୍ଟଟିକୁ ଅଣଦେଖା କରିବା କଥା ନୁହେଁ । ଦିଲ୍ଲୀ ଭଳି ମହାନଗରୀରେ ପ୍ରଦୂଷଣର ସ୍ତରକୁ ନେଇ ଅଧିକ ତଥ୍ୟ ଦେଇପାରିବା ପାଇଁ ଭିତ୍ତିଭୂମି ଅଛି ।

ବାୟୁ ପ୍ରଦୂଷଣ ଉପାଦାନ (ପି.ଏମ୍. ୧୦ ଓ ପି.ଏମ୍.୨.୫) ଏବଂ ବାୟୁର ଗୁଣମାନ ମାପିବା ପାଇଁ ଦିଲ୍ଲୀରେ ୧୩ଟି ମନିଟର ଦୈନିକ ତଥ୍ୟ ଯୋଗାଇବା ପାଇଁ ଉପଲବ୍ଧ ଥିବାବେଳେ ବନାରସରେ ମାତ୍ର ତିନୋଟି ମନିଟର କାମ କରୁଛି ଏବଂ ସେଥିରୁ କେବଳ ଗୋଟିଏ ହିଁ ପ୍ରଦୂଷଣ ଉପାଦାନ (ପି.ଏମ୍.୨.୫) ସମ୍ପର୍କରେ ତଥ୍ୟ ଯୋଗାଇ
ପାରିଛି ।

କୌଣସି ମନିଟର ବାୟୁର ଗୁଣମାନ ସମ୍ପର୍କରେ ସୂଚନା ଦେଇପାରୁ ନାହାନ୍ତି । ଆମେ ଯଦି ପ୍ରଦୂଷଣର ସ୍ତର ଆମ ସହରମାନଙ୍କରେ କେଉଁ ଭଳି ଅଛି ମାପିବା ପାଇଁ ସକ୍ଷମ ନୁହନ୍ତି, ଆମେ ତେବେ ଆମ ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଦୂଷଣର ପ୍ରଭାବ କ’ଣ ପଡ଼ୁଛି ଜାଣିପାରିବା କେମିତି?

ଆମର ବାୟୁ ପ୍ରଦୂଷଣ ମାପିବା ପାଇଁ ଆମ ଭିତିଭୂମିରେ ଯେଉଁ ଦାରୁଣ ସ୍ଥିତି ଲାଗି ରହିଛି, ଆମେ ବିଶ୍ୱ ବାୟୁ ବିବରଣୀଟିକୁ ଗ୍ରହଣ କରିବା ବ୍ୟତୀତ ଆମ ପାଖରେ ଅନ୍ୟ କିଛି ବାଟ ଅଛି କି?

ବ୍ୟାଧିର ଧାରା ଓ ମୃତ୍ୟୁରେ ବାୟୁ ପ୍ରଦୂଷଣର ପ୍ରଭାବକୁ ନେଇ ଭାରତୀୟ ବିଶେଷଜ୍ଞମାନେ ବିବରଣୀ ପ୍ରସ୍ତୁତ କରିବାପାଇଁ ମନ୍ତ୍ରୀ ଯେଉଁ ପରାମର୍ଶ ଦେଉଛନ୍ତି ଆମେ କ’ଣ ସେ ଯାଏଁ ଅପେକ୍ଷା କରିବା ବାଞ୍ଛନୀୟ ହେବ?

ଆମେ ଯଦି ଦେଶସାରା ସହର, ନଗର ଏବଂ ଗାଁ’ମାନଙ୍କରୁ ନିର୍ଭରଯୋଗ୍ୟ ତଥ୍ୟ ସଂଗ୍ରହ ଆରମ୍ଭ କରିବା, ତେବେ ଏହି ‘ବିଦେଶୀ’ ରିପୋର୍ଟରେ ଯାହା କୁହାଯାଇଛି ବାସ୍ତବତାଟି ତା’ଠାରୁ ଅଧିକ ଭୟଙ୍କର ସାବ୍ୟସ୍ତ ହେବାର ସମ୍ଭାବନା ବେଶୀ ।

ଅନ୍ୟ ଯେଉଁ ବାସ୍ତବତାଟିକୁ ଆମେ ସହଜରେ ଭୁଲିଯାଉ ତାହା ହେଲା ଯେ ବାୟୁର ଗୁଣମାନ ହ୍ରାସ ହେଲେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଗରିବ ଜନସାଧାରଣ ।

ଧନୀକ ଶ୍ରେଣୀର ଲୋକେ ବାୟୁକୁ ପ୍ରଦୂଷଣମୁକ୍ତ କରିବାପାଇଁ ବ୍ୟୟବହୁଳ ଉପକରଣମାନ ଘରେ ରଖିବା ଏବଂ ଶୀତତାପ ନିୟନ୍ତ୍ରଣ ମଟରଗାଡ଼ି ବ୍ୟବହାର କରିବା ଦ୍ୱାରା ଏ ସମସ୍ୟାକୁ ଅତିକ୍ରମ କରିପାରନ୍ତି ।

ସାଧାରଣ ବସ୍ ବା ମଟରଗାଡ଼ିରେ, ସାଇକେଲରେ ବା ଚାଲି ଚାଲି ଗଲାବେଳେ ଗରିବ ଲୋକେ ବିଷାକ୍ତ ବାୟୁ ଶ୍ୱାସ ପ୍ରଶ୍ୱାସରେ ନେବା ବ୍ୟତୀତ ସେମାନଙ୍କ ପାଇଁ ଅନ୍ୟ କିଛି ରାସ୍ତା ନାହିଁ । ବିଷର ବୋଝଟି ସେମାନଙ୍କ ପାଇଁ ଅଧିକ ଭାରାକ୍ରାନ୍ତ ହୁଏ ନିଜ ଘରେ ଯେତେବେଳେ ଜାଳେଣି ପାଇଁ ସେମାନେ କାଠ ବା ଗୋବର ବ୍ୟବହାର କରିଥାନ୍ତି ।

ଉପୁଜୁଥିବା ସଙ୍କଟର ଗଭୀରତାକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ନ ହୋଇ ସରକାର ପ୍ରକୃତରେ କୋଟି କୋଟି ଗରିବ ଲୋକଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି : ଯେଉଁମାନେ ହୀନ ସ୍ୱାସ୍ଥ୍ୟ ଓ ପୁଷ୍ଟିହୀନତା ଯୋଗୁଁ ଆଗରୁ ହିଁ ଏକ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି ।

FEBRUARY 25 ,2017 VOL L11 NO 8 EPW -11 ( Poisons in the Air)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ପରିବେଶ, ପ୍ରଦୂଷଣ

ଦୁର୍ନୀତିଗ୍ରସ୍ତଙ୍କୁ ଧରିବା

February 22, 2017 by ଓଡିଶା ଡଟ କମ Leave a Comment

ସେ ପ୍ରାୟ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହୋଇସାରିଥିଲେ; ଏବେ ସେ ଜେଲ୍ ର ଚାରିକାନ୍ଥ ଭିତରେ । ଡିସେମ୍ବର ୫, ୨୦୧୬ରେ ଚେନ୍ନାଇରେ ମୃତ୍ୟୁବରଣ କରିବା ଦିନଠାରୁ ପରଲୋକରେ ଥିବା ଏ.ଆଇ.ଡି.ଏମ୍.କେର ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଏକଦା ଆଶ୍ରିତା ଭି.କେ. ଶଶିକଳାଙ୍କ ଭବିଷ୍ୟତକୁ ନେଇ ଗଣମାଧ୍ୟମ ଓ ତାମିଲ ଜନସାଧାରଣ ଏତେ ମଜ୍ଜି ଯାଇଛନ୍ତି ଯେ ଅନ୍ୟ କିଛି ଚିନ୍ତା କରିପାରୁନାହାନ୍ତି ।

ଫେବୃୟାରୀ ୧୪, ୨୦୧୭ ଦିନ ସବୁ କଳ୍ପନାଜଳ୍ପନାର ନାଟକୀୟ ଅନ୍ତ ଘଟିଲା ଯେତେବେଳେ ଭାରତର ଉଚ୍ଚତମ ନ୍ୟାୟାଳୟ ଅହେତୁକ ବିଳମ୍ବ ଘଟିଥିବା ଦୁଇ ଦଶନ୍ଧି ପୁରୁଣା ଏକ ହିସାବ ବହିର୍ଭୂତ ସମ୍ପତ୍ତି ମାମଲାରେ ରାୟ ପ୍ରଦାନ କଲେ । ଦୁର୍ନୀତି ନିବାରଣ ଆଇନ, ୧୯୮୮ ଅନୁଯାୟୀ ଅଭିଯୁକ୍ତ ଜୟଲଳିତା, ଶଶିକଳା ଓ ତାଙ୍କର ଦୁଇଜଣ ସମ୍ପର୍କୀୟ ଭି.ଏନ୍. ସୁଧାକରନ ଏବଂ ଜେ.ଇଲାଭରସିଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କଲେ ।

ଗଣମାଧ୍ୟମ ଯେତେବେଳେ ଶଶିକଳା କେମିତି ତାମିଲନାଡ଼ୁ ଶାସନର ମଙ୍ଗ ଧରିବା ପାଇଁ ନିଜର ଅନୁଗାମୀ ବିଧାୟକମାନଙ୍କୁ ଗୋଟିଏ ଅବସର ବିନୋଦନ ରିସର୍ଟରେ ଆବଦ୍ଧ କରି ରଖିଛନ୍ତି, ସେଭଳି ଏକ ରାଜନୈତିକ ନାଟକବାଜୀ ଉପରେ ଅତ୍ୟଧିକ ଧ୍ୟାନ ଦେଇଚାଲିଥିଲେ, ହିସାବ ବହିର୍ଭୂତ ସମ୍ପ ତ୍ତି ଠୁଳ କରିଥିବା ମାମଲାଟି ଯେମିତି ତା’ର ମହତ୍ୱ ହଜାଇ ସାରିଥିଲା ।

ଯଦିଓ ଉଚ୍ଚତମ ନ୍ୟାୟାଳୟ ରାୟ ପ୍ରକାଶନ ସମୟଟିକୁ ନେଇ ଅନେକ ପ୍ରଶ୍ନ ଉଠାଯାଇଛି, ତେବେ ରାୟଟିର ଗୁରୁତ୍ୱ କୌଣସି ଦୃଷ୍ଟିରୁ କମ୍ ନୁହେଁ ।

କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ମେ ୧୧, ୨୦୧୫ରେ ଗୋଟିଏ ରାୟ ପ୍ରକାଶ କରିଥିଲେ ଯେଉଁଠି ସେପ୍ଟେମ୍ବର ୨୦୧୪ରେ ଗୋଟିଏ ସ୍ୱତନ୍ତ୍ର ଅଦାଲତ ଜୟଲଳିତାଙ୍କ ହିସାବ ବହିର୍ଭୂତ ସମ୍ପତି ତଥା ଶଶିକଳା ତାଙ୍କ ବନ୍ଧୁବାନ୍ଧବଙ୍କ ସହଯୋଗରେ ସେହି ସମ୍ପତି ଲୁଚାଇବା ପାଇଁ କରିଥିବା ପ୍ରୟାସକୁ ଅନୁଧ୍ୟାନ କରି ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଯେଉଁ ରାୟ ଦେଇଥିଲେ ତାକୁ ନାକଚ କରିଦେଇଥିଲେ ।

ସେହି କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ରାୟ ବିରୁଦ୍ଧରେ କରାଯାଇଥିବା ଆବେଦନଟିର ଶୁଣାଣୀ କରି ଉଚ୍ଚତମ ନ୍ୟାୟାଳୟ ଏକଥା ମଧ୍ୟ କହିଛନ୍ତି ଯେ, ଯଦିଓ ପ୍ରଥମ ଅଭିଯୁକ୍ତ ଜୟଲଳିତା ମରିଯାଇଛନ୍ତି ତେବେ ଶଶିକଳାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ତଳ କୋର୍ଟ ପ୍ରଦାନ କରିଥିବା ଦଣ୍ଡ ଭୋଗ କରିବେ ଏବଂ ପ୍ରତ୍ୟେକେ ୧୦କୋଟି ଟଙ୍କା ଜରିମାନା ଦେବେ ।

୫୭୦ ପୃଷ୍ଠାରେ ଗୋଟିଏ ବିସ୍ତୃତ ରାୟରେ ନ୍ୟାୟମୂର୍ତି ଶ୍ରୀ ପିନାକୀ ଚନ୍ଦ୍ର ଘୋଷ ଏବଂ ଅମିତାଭ ରାୟ ଯାହା କହିଛନ୍ତି ତାହା ଆୟ ବହିର୍ଭୂତ ସମ୍ପ ତ୍ତିକୁ କେମିତି ଲୁଚାଯାଇ ପାରେ, ତାହାର ଶିକ୍ଷା ଲାଭ କରିବା ପାଇଁ ଏକ ପ୍ରାଥମିକ ପୁସ୍ତକ ସଦୃଶ ।

ସ୍ୱତନ୍ତ୍ର ଅଦାଲତରେ ବିଚାରପତି ଜନ ମିଖାଇଲ୍ ଡିକୁନାହ କେମିତି ଜୟଲଳିତାଙ୍କ ହିସାବ ବହିର୍ଭୂତ ସମ୍ପତିକୁ ଶଶିକଳା ଲୁଚାଇବା ପାଇଁ କ’ଣ ସବୁ ଉଦ୍ୟମ କରିଛନ୍ତି, ସେସବୁର ଯେଉଁଭଳି ତଥ୍ୟ ପ୍ରଦାନ କରିଛନ୍ତି ଏହି ରାୟରେ ତାହାର ବର୍ଣ୍ଣନା କରାଯାଇଛି ।

ଯେଉଁ ସବୁ ଉପାୟ ଅବଲମ୍ବନ କରି ସମ୍ପତ୍ତି ଗୁଡ଼ିକୁ ଲୁଚାଯାଇଛି ସେଥିରେ ନା କିଛି ନୂତନତ୍ୱ ଅଛି ନା ଅଛି ମୌଳିକତା । ଭାରତରେ ଅବୈଧ ଉପାୟରେ ସାଧାରଣ ଜୀବନରେ ହେଉ ଅବା ଘରୋଇ ଜୀବନରେ; ଅର୍ଜିତ ହେଉଥିବା ଅର୍ଥକୁ ଲୁଚାଇବା ପାଇଁ ଏଭଳି ସବୁ ଉପାୟର ସାହାରା ନିଆଯାଇଥାଏ ।

ଜୟଲଳିତା/ ଶଶିକଳାଙ୍କ ମାମଲାରେ ଗୋଟିଏ ଠିକଣାରେ ଏଭଳି ୩୪ଟି କମ୍ପାନୀକୁ ପଞ୍ଜିକୃତ କରାଯାଇଛି ଯେଉଁ କମ୍ପାନୀମାନେ କୌଣସି ବାଣିଜ୍ୟ କାରବାର ଆଦୌ କରନ୍ତି ନାହିଁ; ୧୦ଟି କମ୍ପାନୀ ଗୋଟିଏ ଦିନରେ ପଞ୍ଜିକୃତ ହୋଇଛି ଏବଂ ଆଉ ୬ଟି ତା’ ପରଦିନ । ଏହି ସବୁ କମ୍ପାନୀମାନଙ୍କ ପାଇଁ ୫୦ଟି ବ୍ୟାଙ୍କ ଖୋଲାଯାଇଛି । ସେ ଭିତରୁ ୪୭ଟି ଖାତା ଗୋଟିଏ ବ୍ୟାଙ୍କରେ ଖୋଲାଯାଇଛି ।

ଅଧିକାଂଶରେ ଏହି କମ୍ପାନୀମାନଙ୍କ ଏକମାତ୍ର କାମ ହେଉଛି ଅବମୂଲ୍ୟାୟନ କରାଯାଇଥିବା ସମ୍ପତିଗୁଡ଼ିକୁ ଅଧିଗ୍ରହଣ କରିବା । ଗୋଟିଏ ବ୍ୟାଙ୍କ ଖାତାରୁ ଆଉ ଗୋଟିଏ ବ୍ୟାଙ୍କ ଖାତାକୁ ଟଙ୍କା ଚାଲିଯାଏ । ବ୍ୟାଙ୍କରୁ ଟଙ୍କା ନେଇ ଉଧାର ବୋଝଟିକୁ ଦେଖାଇ ଦିଆଯାଉଥିଲା ଯେତେବେଳେ କି ମୂଳରୁ ହିଁ ଋଣଟଙ୍କା ଦିଆଯାଇନଥିଲା ।

ଯେଉଁଭଳି ନିର୍ଲ୍ଲଜ ଭାବେ ସେମାନେ କିଛି କାର୍ଯ୍ୟକଳାପ ଚଳାଇଥିଲେ ଜଣାପଡ଼ୁଥିଲା ଯେ ଏହି ଅପରାଧୀମାନେ କେବେ ବି ଧରା ପଡ଼ିବେ ନାହିଁ- ଏମିତି ଏକ ଦୃଢ଼ବିଶ୍ୱାସ ସେମାନଙ୍କର ଥିଲା । ଯାହାର କେଉଁଥିରେ କିଛି ଯାଏ ଆସେ ନାହିଁ, ସେଭଳି ଏକ ରାଜନେତା ସୁବ୍ରମନିୟନ୍ ସ୍ୱାମୀଙ୍କ ଦ୍ୱାରା ୧୯୯୬ରେ ଦାଖଲ ହୋଇଥିବା ମାମଲାର ରାୟ ଦାନ ପ୍ରକ୍ରିୟାରେ ଅନେକ ବିଳମ୍ବ ହୋଇଥିବା

ସେ ଉଭୟ ନିମ୍ନ ଅଦାଲତ ଏବଂ ଉଚ୍ଚତମ ନ୍ୟାୟାଳୟ ଏମାନଙ୍କ କାର୍ଯ୍ୟକଳାପକୁ ଅପରାଧ ହିସାବରେ ବିଚାର କରିବା ଭବିଷ୍ୟତ ଦୃଷ୍ଟିରୁ ଗୋଟିଏ ଉଦାହରଣ ସୃଷ୍ଟି କରିଛି ନିଶ୍ଚୟ  ।

କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ନ୍ୟାୟମୂର୍ତି ସି.ଆର କୁମାରସ୍ୱାମୀଙ୍କ ରାୟ ଯାହା ଜୟଲଳିତାଙ୍କୁ ଦୋଷମୁକ୍ତ କରାଇଥିଲେ, ତାକୁ ନାକଚ କରିଥିବାବେଳେ ନ୍ୟାୟାଳୟ କହିଛନ୍ତି ଯେ ଉଚ୍ଚ ନ୍ୟାୟାଳୟ ତଥ୍ୟ / ପ୍ରମାଣଗୁଡ଼ିକୁ ଭୁଲ୍ ଭାବେ ପଢ଼ିଛନ୍ତି ଏବଂ ସମ୍ପତିର ଆକଳନ କରିବାରେ ମଧ୍ୟ ଭୁଲ୍ ହିସାବ କରିଛନ୍ତି; ବିଶେଷ କରି ଆୟ, ସମ୍ପତି ଏବଂ ଋଣ ବୋଝ ଇତ୍ୟାଦି ହିସାବ କରିବା କ୍ଷେତ୍ରରେ ।

ନିମ୍ନ ଅଦାଲତର ରାୟକୁ ଏମିତି ସୁରକ୍ଷା ଦେଇ ଉଚ୍ଚତମ ନ୍ୟାୟାଳୟ ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

ତଳପ୍ୟାହ୍ୟାର ସ୍ୱତବ ଅଦାଲତଟି ଜୁଲାଇ ୧, ୧୯୯୧ରୁ ଏପ୍ରିଲ ୩୦, ୧୯୯୬ ଯାଏଁ ଜୟଲଳିତା କରିଥିବା ସମସ୍ତ ସମ୍ପତ୍ତି ଏବଂ ତାହାର ଆଧାରଗୁଡ଼ିକୁ ତନ୍ନ ତନ୍ନ କରି ନିରୀକ୍ଷଣ କରିଥିଲେ ଏବଂ ଏଭଳି ଏକ ସିଦ୍ଧାନ୍ତରେ ପହଞ୍ଚି ଥିଲେ ଯେ ୧୯୯୧ରେ ଯେଉଁ ସମ୍ପତ୍ତି ର ମୂଲ୍ୟ ୨କୋଟି ଏକ ଲକ୍ଷ ଥିଲା, ତାହା ଯେଭଳି ୧୯୯୬ ବେଳକୁ ୬୪ କୋଟି ୪୪ଲକ୍ଷରେ ପହଂଚିଲା, ତାହା ସ୍ପଷ୍ଟ ଇଙ୍ଗିତ କରୁଛି ଯେ ଏସବୁ ସମ୍ପତ୍ତି ହିସାବ ବହିର୍ଭୂତ ।

ନିମ୍ନ ଅଦାଲତ କେଉଁଭଳି ଅତି ସତର୍କତା, ସମ୍ବେଦନଶୀଳତା ଓ ଜାଗରୁକତାର ସହ ତଥା ଉଚିତ ଭାବେ ରାୟ ଦେଇଛନ୍ତି ଯାହାକୁ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ସ୍ୱୀକୃତି ଦେଇଛନ୍ତି ତାହା ବିରଳ ।

ଏହି ରାୟ ବିଚାର ବ୍ୟବସ୍ଥାରେ ସ୍ୱାଗତଯୋଗ୍ୟ ଉଦାହରଣ ସୃଷ୍ଟି କରିପାରିଛି; ବିଚିତ୍ର ଭାବେ ସମ୍ବୋଧିତ ‘ପବ୍ଲିକ୍ ସରଭାଂଟ୍’ ବା ‘ଜନସାଧାରଣଙ୍କ ସେବକ’ ବର୍ଗଭୁକ୍ତ ଏହି ଶକ୍ତିଶାଳୀମାନେ ଆଇନର ଉଲ୍ଲଂଘନ କଲେ ବିଚାର ବ୍ୟବସ୍ଥା କ’ଣ ସବୁ କରିପାରେ ।

ନିମ୍ନ ଅଦାଲତରେ ଏକାକୀ ବିଚାର କରୁଥିବା ବିଚାରପତିଜଣକ ଅପରାଧର ଅନୁସନ୍ଧାନ କରାଯାଉଥିବା ଜଣେ ଶକ୍ତିଶାଳୀ ରାଜନେତାଙ୍କ ଦ୍ୱାରା ପ୍ରଭାବିତ ହୋଇନଥିଲେ ଏବଂ ତାଙ୍କର ବିସ୍ତୃତ ରାୟଟିରେ ଯେଭଳି ପ୍ରତ୍ୟେକଟି ଅଭିଯୋଗ ଓ ତା’ର ସପକ୍ଷରେ ଯୁକ୍ତି ଉପସ୍ଥାପନ କରାଯାଇଛି, ତାହାର ଅଧ୍ୟୟନ ଅତ୍ୟନ୍ତ ମୂଲ୍ୟବାନ । ମାମଲାଟିକୁ ତାମିଲନାଡ଼ୁରୁ କର୍ଣ୍ଣାଟକ ନେଇଯିବା ସହାୟ ହୋଇପାରିଛି ।

ସରକାରୀ ପଦପଦବୀରେ ଲୋକେ ‘ଉପହାର’ ଗ୍ରହଣ କଲେ ତାକୁ ଆଇନଗତ ଆୟ ହିସାବରେ ଦେଖାଯାଇପାରିବ ନାହିଁ, ଜୟଲଳିତା ଯେଉଁଭଳି କରିବା ପାଇଁ ଉଦ୍ୟମ କରିଥିଲେ । କାରଣ, ଉପହାର ପରୋକ୍ଷ ଭାବେ ଦିଆଯାଉଥିବା ଉକ୍ରୋଚ ବୋଲି ବୁଝାଯାଇପାରିବ ।

ଟଙ୍କା ବା ଜିନିଷ ଉପହାର ଆକାରରେ ଗ୍ରହଣ କରିଛି ବୋଲି ଘୋଷଣାଟିଏ କେବଳ କରିଦେଲେ ସେସସବୁ ‘ଆଇନଗତ ଆୟ’ର ମାନ୍ୟତା ଦେଇ ହେବ ନାହିଁ ।

ଏଭଳି ଏକ ରାୟ କିଛି ସରକାରୀ ଅନୁଗ୍ରହ ଦେଇ ବଦଳରେ ‘ଉପହାର’ ଗ୍ରହଣ କରିବାକୁ ଏକ ଅଭ୍ୟାସ କରିନେଇଥିବା ଏବଂ ସେସବୁ ଆୟ ବହିର୍ଭୂତ ସମ୍ପତିକୁ ଟିକସ କର୍ତୃପକ୍ଷଙ୍କ ଆଖିରୁ ଲୁଚାଇବା ପାଇଁ ଉପାୟ ତିଆରି କରିବାର କଳ୍ପନା କରିଆସୁଥିବା ହଜାର ହଜାର ସରକାରୀ ପଦାଧିକାରୀଙ୍କ ପାଇଁ ପ୍ରତିବନ୍ଧକ ଆଣିପାରିବ କି ନାହିଁ ଭବିଷ୍ୟତ ହିଁ କହିବ ।

ଯେଉଁ କଥାଟିକୁ ଏହି ରାୟ ପ୍ରତିଷ୍ଠିତ କରୁଛି ତାହା ହେଲା ଯେ, ଭାରତର ଦୁର୍ନୀତି ପ୍ରତିରୋଧ ଆଇନ ଏବଂ ଅନ୍ୟାନ୍ୟ ଅନୁରୂପ ଆଇନଗୁଡ଼ିକ ସେତିକି ଫଳପ୍ରଦ ହୋଇପାରିବ, ଏ ଦେଶରେ ନାଗରିକମାନେ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ତାହାର ପ୍ରୟୋଗ କରିବା ପାଇଁ ଯେତିକି ଦକ୍ଷତାର ସହ କାମ କରିପାରିବେ ।

ଦୁର୍ଭାଗ୍ୟର କଥା ଏହା ଯେ ଆମ ଆଇନ ବ୍ୟବସ୍ଥାରେ ଯେଉଁଭଳି ସମୟ ନିଆଯାଇଛି ସର୍ବଶେଷ ରାୟ ପ୍ରଦାନ ସମେତ, ତାହା ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ଥିବା ଆଇନର ପ୍ରୟୋଗ ପାଇଁ ସଂକଳ୍ପବଦ୍ଧ ଭାବେ ସକ୍ରିୟ ଥିବା ଲୋକଙ୍କର ମନୋବଳକୁ ଦୁର୍ବଳ କରିଦେଇଥାଏ ।

 

FEBRUARY 18 ,2017 VOL L 11 NO 7 EPW -9 ( Catching the Corrupt)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଅଦାଲତ, ଉଚ୍ଚତମ ନ୍ୟାୟାଳୟ

ଆଜାଦୀ- ଭାରତୀୟ ନିର୍ଯାତନାରୁ ମୁକ୍ତି

February 22, 2017 by ଓଡିଶା ଡଟ କମ Leave a Comment

କାଶ୍ମୀର ଉପତ୍ୟକାର ହାଡ଼ଭଙ୍ଗା ଶୀତ ସେଠାକାର ଲୋକମାନଙ୍କ ଉତ୍ସାହକୁ ଭାଙ୍ଗିପାରିନି । ସେଭଳି ଏକ ଶୀତ ସମୟରେ ଭାରତର ନିରାପତ୍ତାବାହିନୀର ଶହ ଶହ ଯବାନ ଗୋଟିଏ ଘରେ ଆଶ୍ରୟ ନେଇଥିବା କିଛି ଉଗ୍ରବାଦୀଙ୍କୁ ମାରିବା ପାଇଁ ଯେତେବେଳେ ଆସି ପହଂଚୁଛନ୍ତି, ସ୍ଥାନୀୟ ଲୋକେ ସାମ୍ନାକୁ ଆସି ସେହି ସମସ୍ତ ଉଗ୍ରବାଦୀଙ୍କୁ ସାହାଯ୍ୟ କରନ୍ତି ଏବଂ ନିରାପତ୍ତାବାହିନୀଙ୍କ ଆଗରେ ପ୍ରତିବନ୍ଧକ ଛିଡ଼ା କରନ୍ତି ।

ବେଳେବେଳେ ସେହି ଉଗ୍ରବାଦୀଙ୍କୁ ଖସି ପଳାଇବା ପାଇଁ ମଧ୍ୟ ସାହାଯ୍ୟ କରନ୍ତି । ନିରାପତ୍ତାବାହିନୀଙ୍କ ପାଇଁ ଏହି ସ୍ଥାନୀୟ ଲୋକେ ଦେଶଦ୍ରୋହୀ ଏବଂ ସେମାନଙ୍କୁ ନିଷ୍ଠୁର ଭାବେ ମୁକାବିଲା କରିବା ପାଇଁ ସେମାନଙ୍କର କିଛି ଦ୍ୱିଧା ନାହିଁ ।

ପ୍ରକୃତରେ ଅନେକ ସ୍ଥାନୀୟ ଜନସମୁଦାୟ ଉଗ୍ରବାଦୀମାନଙ୍କୁ ବଂଚାଇବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଳଗାଇ ଦିଅନ୍ତି । ପ୍ରତିଟି ଉଗ୍ରବାଦୀର ହତ୍ୟାକୁ ସେଠି ତୀବ୍ର ବିରୋଧ କରାଯାଉଛି; ସେମାନେ ସମସ୍ତେ କାଶ୍ମୀରବାସୀ ମୁଖ୍ୟତଃ ଭାରତର ଦଖଲରେ ଥିବା ପୂର୍ବ କାଶ୍ମୀର ଏବଂ ବହୁତ କମ୍ ପାକିସ୍ଥାନ ଦଖଲରେ ଥିବା ପଶ୍ଚିମ କାଶ୍ମୀରର ବାସିନ୍ଦା ।

ବାହାରେ ପ୍ରବଳ ଥଣ୍ଡା ଥିବାସତ୍ୱେ ପ୍ରତ୍ୟେକଟି ବା ସବୁ ଉଗ୍ରବାଦୀଙ୍କ ‘ମୁକାବିଲା’ଜନିତ ହତ୍ୟା ଏବଂ ସାଧାରଣ ନାଗରିକଙ୍କ ସେଥିରେ ହତ୍ୟାକୁ କାଶ୍ମୀର ଜନସାଧାରଣ ବିରୋଧ କରିଆସିଛନ୍ତି । ଯେତେବେଳେ ଏଭଳି ପ୍ରତିବାଦ ବିରାଟ ରୂପ ନିଏ, ନିରାପତ୍ତାବାହିନୀ ସେ ଭିତରେ ପଶି ପୁଣି ଗୁଳିଚଳାନ୍ତି ଫଳରେ ପୁଣି ପ୍ରତିବାଦର ଢେଉ ବ୍ୟାପକ ହୁଏ ।

୨୭ବର୍ଷ ଧରି କାଶ୍ମୀରର ଲୋକେ ଯାହା କୁହାଯାଉଛି ଏକ ସାମରିକ ଶାସନ ତା’ର ସାମ୍ନା କରି ଆସୁଛନ୍ତି । କହିବାକୁ ଗଲେ ପ୍ରାୟତଃ ସମଗ୍ର କାଶ୍ମୀର ରାଜ୍ୟଟି ‘ଅଶାନ୍ତ ଅଂଚଳ’ ଘୋଷଣା କରାଯାଇଛି । ଫଳରେ, ଧର୍ଷଣ, ନିର୍ଯାତନା, ନାଗରିକଙ୍କୁ ଅପହରଣ କରିବା ବା ହତ୍ୟା କରିବା ଇତ୍ୟାଦି ଯାହା ଅପରାଧ କଲେ ବି ସାମରିକ ବାହିନୀର ବିଚାର କରାଯିବ ନାହିଁ ।

ଏ.ପି.ଡି.ପି (ଉଭାନ ହୋଇଯାଇଥିବା ଲୋକମାନଙ୍କର ପିତାମାତାଙ୍କ ସଂଘ)ର ୧୦ ଜାନୁଆରୀ ୨୦୧୭ର ଏକ ବକ୍ତବ୍ୟ ମୁତାବକ ଗତବର୍ଷ ଜୁଲାଇ ୮ରୁ ଆରମ୍ଭ ହୋଇଥିବା ଜନଜାଗରଣରେ ଏଯାବତ୍ ୧୦୦ରୁ ଅଧିକ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି ।

ଏକ ହଜାରରୁ ଅଧିକ ଲୋକେ କ୍ଷତବିକ୍ଷତ ହୋଇଛନ୍ତି ଅବା ଅନ୍ଧ ହୋଇଯାଇଛନ୍ତି ମୁଖ୍ୟତଃ ନିରାପତାବାହିନୀ ଯେତେବେଳେ ସେମାନଙ୍କ ଉପରେ ରବର ଗୁଳିମାଡ଼ କରିଛନ୍ତି ।

ସାଧାରଣ ନିରାପତ୍ତାଆଇନ, ୧୯୭୮ ଭଳି ଭୟଙ୍କର ଆଇନର ପ୍ରୟୋଗ କରି ଗଣ ଗିରଫଦାରୀ ଚାଲିଛି । ବିଭିନ୍ନ ଅପରାଧ ଯୋଗୁଁ ଗିରଫ ହୋଇଥିବା ଲୋକମାନଙ୍କ ସଂଖ୍ୟା ୮ହଜାର ହେବ ବୋଲି ସରକାରୀ ଆକଳନ କହୁଛି ।

ଦୀର୍ଘକାଳୀନ ଆଫପ୍ସା ଆଇନ, ଗଣମାଧ୍ୟମ ଓ ଇଂଟରନେଟ୍କୁ ବାରଣ କରିବା, ମୁକ୍ତ ଅଭିବ୍ୟକ୍ତିର ଅଧିକାର ତଥା ଶାନ୍ତିପୂର୍ଣ୍ଣ ଭାବେ ଏକାଠି ହେବାର ଅଧିକାର ଭଳି ମୌଳିକ ଅଧିକାରଗୁଡ଼ିକୁ ଅକାମୀ କରେଇଦେବା ଆଜିର ଦିନରେ କାଶ୍ମୀର ଉପତ୍ୟକା ପାଇଁ ଏକ ସାଧାରଣ କଥା ହୋଇଯାଇଛି ।

ଅନ୍ତର୍ଦ୍ଧାନ ହୋଇଯାଇଥିବା ଲୋକମାନଙ୍କର ବାପା-ମା ଓ ଆତ୍ମୀୟମାନଙ୍କର କ୍ଷୋଭଟିକୁ ଜଣେ ବୁଝିପାରିବ । ୧୯୮୯ ପରବର୍ତୀ ସମୟକାଳ ଠାରୁ ଅଦ୍ୟାବଧି ୮ ହଜାରରୁ ୧୦ହଜାର କାଶ୍ମୀରବାସୀ ଅନ୍ତର୍ଦ୍ଧାନ ହୋଇଛନ୍ତି ।

ଏହା ପୂର୍ବରୁ ଓମାର୍ ଅବଦୁଲା ମୁଖ୍ୟମନ୍ତ୍ରୀ  ଥିଲାବେଳେ ତାଙ୍କ ସରକାର କାଶ୍ମୀର ବିଧାନସଭାରେ ସ୍ୱୀକାର କରିଥିଲେ ଯେ ଏହି ଅନ୍ତର୍ଦ୍ଧାନ ହୋଇଥିବା ଲୋକଙ୍କ ସଂଖ୍ୟା ୩,୭୪୪ ହେବ, ଯେଉଁମାନଙ୍କୁ ବଳପୂର୍ବକ ଉଠାଇ ନିଆଯାଇଛି ଏବଂ ପରେ ମୁକାବିଲାରେ ହତ୍ୟା କରାଯାଇଛି ।

କିନ୍ତୁ ଭାରତୀୟ ରାଷ୍ଟ୍ର ଓ ବ୍ୟବସ୍ଥା ସବୁବେଳେ ଏହି ବଳପୂର୍ବକ ଅନ୍ତର୍ଦ୍ଧାନ କରାଇବା ଏବଂ ହତ୍ୟା କରିବା କଥାକୁ ଅସ୍ୱୀକାର କରିଆସିଛନ୍ତି । ଓଲଟା ହିଂସାର ଶିକାର ହେଉଥିବା ଲୋକମାନଙ୍କୁ ସେମାନେ ଏଥିପାଇଁ ଦାୟୀ କରିଆସିଛନ୍ତି ।

ପ୍ରତ୍ୟେକ ମାସର ୧୦ ତାରିଖ ଦିନ ଏ ପି.ଡ଼ି.ପି କାଶ୍ମୀର ଧାରଣାରେ ବସୁଛନ୍ତି ବଳପୂର୍ବକ ଅନ୍ତର୍ଦ୍ଧାନ କରାଯାଉଥିବା ଘଟଣାଗୁଡ଼ିକର ପ୍ରତିବାଦ କରିବା ପାଇଁ । ସେମାନଙ୍କ ସ୍ମୃତିରେ ଏକ କ୍ୟାଲେଣ୍ଡର ମଧ୍ୟ ସେମାନେ ବାହାର କରନ୍ତି ।

ସେମାନେ ନିଜ ଉପରେ ଏହି ଦାୟିତ୍ୱ ନେଇଛନ୍ତି ଯେମିତିକି ଅନ୍ତର୍ଦ୍ଧାନ ହେଇଯାଉଥିବା ଲୋକମାନଙ୍କର ପିତାମାତାଙ୍କ ଯବଣା ସହ ଯୋଡ଼ି ହୋଇ ରହିଥିବା ସ୍ମୃତିଗୁଡ଼ିକ ହଜି ନଯାଏ । କ୍ରମାଗତ ଭାବେ ଜାମ୍ମୁ ଓ କାଶ୍ମୀର ସରକାରମାନେ ଏହି ପ୍ରସଙ୍ଗର ଯେଉଁ ଉଦାସୀନତା ଦେଖାଇ ଆସିଛନ୍ତି ତାହାର ପ୍ରତିଫଳନ ଗୋଟିଏ ସତ୍ୟରେ ଦେଖାଯାଏ ।

ଏଯାବତ୍ ଏହି ବଳପୂର୍ବକ ଅନ୍ତର୍ଦ୍ଧାନ କରାଯାଉଥିବା ଘଟଣାକୁ ବନ୍ଦ କରିବା ପାଇଁ ବିଧେୟକଟିଏ ରାଜ୍ୟ ବିଧାନସଭାରେ ଆସିପାରି ନାହିଁ । ବଳପୂର୍ବକ ଉଠାଇ ନେଇ ଅନ୍ତର୍ଦ୍ଧାନ କରାଯାଉଥିବା ଲୋକମାନଙ୍କର ସୁରକ୍ଷା ପାଇଁ ହେଇଥିବା ଅନ୍ତଃରାଷ୍ଟ୍ରୀୟ ଚୁକ୍ତିନାମାରେ ସ୍ୱାକ୍ଷର ନକରି କେନ୍ଦ୍ରରେ ଥିବା ସରକାରମାନେ ନିଜ ସମ୍ବେଦନହୀନତାର ପରିଚୟ ଦେଇ ଆସିଛନ୍ତି ।

ଗତ ୨୭ବର୍ଷ ଧରି କାଶ୍ମୀର ଲୋକମାନଙ୍କ ବିରୁଦ୍ଧରେ ଭାରତ ସାମରିକ ଶକ୍ତି ପ୍ରୟୋଗ କରିଆସିଛନ୍ତି । ସେମାନଙ୍କ ଭିତରୁ ଅନେକ ଭାରତରେ ରହିବାପାଇଁ ଚାହୁଁନାହାନ୍ତି । ନୂଆଦିଲ୍ଲୀର ସରକାର ଏଭଳି ଶକ୍ତି ପ୍ରୟୋଗକୁ ଆମର ‘ଭୌଗୋଳିକ ସଂହତି’ ଏବଂ ‘ଧର୍ମନିରପେକ୍ଷତା’ ନାଁରେ ଯୁକ୍ତିଯୁକ୍ତ ବୋଲି ଦର୍ଶାଇ ଆସିଛନ୍ତି । ଯାହାକୁ କାଶ୍ମୀର ଉପତ୍ୟକାରେ ହେଉଛି ସେଥିପାଇଁ ପାକିସ୍ଥାନକୁ ଦାୟୀ କରାଯାଉଛି ।

ଯେତେସବୁ ଗଣପ୍ରତିବାଦ ହେଉ ବା ଉଗ୍ରବାଦ, ସବୁ ପାକିସ୍ଥାନ ପ୍ରାୟୋଜିତ ବୋଲି କୁହାଯାଉଛି । ବର୍ତମାନ କେନ୍ଦ୍ର ସରକାର ଯାହାକୁ ଜାତୀୟତାବାଦ କହୁଛନ୍ତି ତାହା ସମ୍ପୂର୍ଣ୍ଣ ଭାରତୀୟ ନୁହେଁ; ତାହା ସାମ୍ପ୍ରଦାୟିକ ହିନ୍ଦୁତ୍ୱବାଦୀ ଜାତୀୟବାଦକୁ ନିଜସ୍ୱ କରିଥିବା ଭାରତୀୟ ଜନସମୁଦାୟର ଗୋଟିଏ ଅଂଶକୁ ହିଁ ପ୍ରତିନିଧିତ୍ୱ କରୁଛି ।

ଏହା କହିବାର ଆବଶ୍ୟକତା ନାହିଁ ଯେ କଂଗ୍ରେସର ଜାତୀୟବାଦ ବି ଏ ଦିଗରେ କିଛି ଭିନ୍ନ ଥିଲା । ଏମିତି ବି ନୁହେଁ ଯେ ପାକିସ୍ଥାନୀ ଜାତୀୟବାଦ ଏଥିରୁ କିଛି ଭିନ୍ନ । ଭାରତର ଏହି ଜାତୀୟତାବାଦୀମାନେ ସମର୍ଥକ ଖୋଜୁଥିବା ପ୍ରକ୍ରିୟାରେ ବେଲୁଚିସ୍ଥାନ ମୁକ୍ତି ସଂଗ୍ରାମକୁ ସମର୍ଥନ ଘୋଷଣା କରିଛନ୍ତି ।

ଠିକ୍ ଏତିକିବେଳେ କାଶ୍ମୀରକୁ ଭାରତରୁ ମୁକ୍ତ କରିବାପାଇଁ ପାକିସ୍ଥାନ ଜାତୀୟତାବାଦୀମାନେ ଯେଉଁ ପ୍ରୟାସ କରିଆସିଛନ୍ତି ତାହା କାଶ୍ମୀରକୁ ଏକ ଉପନିବେଶର ଅନୁଭବ ଦେଉଛି ।

କିନ୍ତୁ ଯେଉଁଭଳି ଭାବେ ନୂଆଦିଲ୍ଲୀର ଶାସକମାନେ ୨୭ବର୍ଷ ଧରି କାଶ୍ମୀର ଉପତ୍ୟକାରେ ସାମରିକ ଶକ୍ତି ପ୍ରୟୋଗ କରିଆସିଛନ୍ତି କାଶ୍ମୀର ଆଜାଦୀ ଏବଂ ଅନ୍ୟାନ୍ୟ ଡାକରା ସବୁ ମୁଖ୍ୟତଃ ସେମାନଙ୍କର ନିଜ ହୃଦୟରୁ ନିର୍ଗତ ଯାହା ଭାରତୀୟ ଦମନରୁ ମୁକ୍ତି ପାଇଁ ଏକ ଡାକରା ମାତ୍ର ।

FEBRUARY 18 ,2017 VOL L11 NO 7 EPW -8 ( Azaadi- Freedom from Indian Oppresion)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: କାଶ୍ମୀର

ଗଢ଼ ବା ଭାଙ୍ଗ

February 22, 2017 by ଓଡିଶା ଡଟ କମ Leave a Comment

ଉତ୍ତରପ୍ରଦେଶ ନିର୍ବାଚନର ପରିଣାମ ଭାରତୀୟ ରାଜନୀତିର ରୂପରେଖ ନିର୍ଦ୍ଧାରଣ କରିବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଯେ ନିକଟ ଭବିଷ୍ୟତରେ ଭାରତୀୟ ରାଜନୀତିର ଗତିପଥ ଉପରେ ଏକ ନିର୍ଣ୍ଣାୟକ ପ୍ରଭାବ ପକାଇବ, ଏହାର ସତ୍ୟତା ସ୍ପଷ୍ଟ ହୋଇଗଲାଣି ।

ସର୍ବୋପରି ଏହି ରାଜ୍ୟରେ ଦେଶର ଛଟି ଲୋକଙ୍କ ଭିତରୁ ଜଣେ ବାସ କରନ୍ତି; ଯଦି ଏହା ଦେଶଟିଏ ହୋଇଥାନ୍ତା, ତେବେ ବିଶ୍ୱର ୫ମ ଜନବହୁଳ ଦେଶ ହିସାବରେ ପରିଗଣିତ ହୁଅନ୍ତା । କିନ୍ତୁ ଇତିହାସରେ ଏଭଳି କିଛି ମୁହୂର୍ତ ଆସିଥାଏ, ଯେତେବେଳେ ଏତେସବୁ ଗୁରୁତ୍ୱ ବହନ କରୁଥିବା ରାଜ୍ୟଟିର ମହତ୍ୱ ଅଧିକ ବଢ଼ିଯାଇଥାଏ ।

ବର୍ତମାନ ଚାଲିଥିବା ନିର୍ବାଚନଗୁଡ଼ିକର ସମୟକାଳ ଓ ପୃଷ୍ଠଭୂମିକୁ ନିରୀକ୍ଷଣ କଲେ ଆମେ ସେମିତି ଏକ ମୁହୂର୍ତରେ ପହଂଚି ଯାଇଛନ୍ତି ।

ନାଟକୀୟ ଭଙ୍ଗୀରେ ନଭେମ୍ବର ୮,୨୦୧୬ ଦିନ ପ୍ରଚଳିତ ମୁଦ୍ରାର ୮୬ ଭାଗ ଟଙ୍କାକୁ ଅଚଳ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ପ୍ରଥମ କରି ଏହି ସବୁ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ।

ଯେହେତୁ ନିର୍ବାଚନ ହେଉଥିବା ୫ଟି ରାଜ୍ୟ ଭିତରୁ ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶ , ସେଠି ଯେଉଁ ରାୟ ମିଳିବ, ତାକୁ ବିମୁଦ୍ରୀକରଣ ଉପରେ କେତେକାଂଶରେ ଏକ ଜନମତ ହିସାବରେ ବିଚାର କରାଯିବ ।

ଉତ୍ତରପ୍ରଦେଶରେ ଯଦି ଭାଜପା ନିର୍ବାଚନ ଜିତିଯାଏ ବା ଅନ୍ତତଃ ସଂଖ୍ୟାଗରିଷ୍ଠ ଦଳ ହିସାବରେ ସାମ୍ନାକୁ ଆସେ, ତେବେ ଜନମତଟି ମୋଦୀଙ୍କ ସପକ୍ଷରେ ଯାଇଛି ବୋଲି କୁହାଯିବ । ଏକଥା ମଧ୍ୟ ନିଃସନ୍ଦେହ ବୋଲି କୁହାଯିବ ଯେ ଭାଜପାର ଗଢ଼ ବା ଭାଙ୍ଗ କେବଳ ସେ ହେଉଛନ୍ତି ସବୁଠାରୁ ବଡ଼ କରିସ୍ମାଥିବା ରାଜନେତା । ତାଙ୍କର ତୀକ୍ଷ୍ଣ ରାଜନୈତିକ ସ୍ୱଭାବ ରହିଛି ।

ମୋଦୀଙ୍କ ଭଳି ନହେଲେ ବି ଦଳର ସଭାପତି ତଥା ମୋଦୀଙ୍କ ପରମ ବିଶ୍ୱସ୍ତ ଅମିତ ଶାହାଙ୍କର ମଧ୍ୟ ଲାଭ ହେବ । ଏଭଳି ଏକ ଜନସମର୍ଥନ, କିଛିଟା ନିର୍ବିଘ୍ନରେ କହିହେବ ଯେ , ଅସହାୟ ଅବସ୍ଥାରେ ଥିବା ବିରୋଧୀ ଦଳମାନଙ୍କୁ ଅଧିକ ଅସହାୟ କରାଇବା ପାଇଁ ଏବଂ ସେମାନଙ୍କ ପ୍ରତି ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାପାଇଁ ପ୍ରଧାନମବୀ ମୋଦୀଙ୍କୁ ସହାୟକ ହେବ ।

ଅନ୍ୟପଟେ ଯଦି ଉତ୍ତରପ୍ରଦେଶରେ ଭାଜପା ଦ୍ୱିତୀୟ ବା ତୃତୀୟ ସ୍ଥାନରେ ରହେ, ମୋଦୀ ଓ ଶାହାଙ୍କ ଭାବମୂର୍ତିକୁ ଶକ୍ତ ଧକ୍କା ମିଳିବ । ୨୦୧୪ ଲୋକସଭା ନିର୍ବାଚନବେଳେ ୪୦୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଭିତରୁ ୩୨୮ଟିରେ ଆଗୁଆ ଥିବା ଦଳଟି ଚଳିତ ବିଧାନସଭା ନିର୍ବାଚନରେ ଏଭଳି ଫଳାଫଳ ଆସିଲେ ନିମ୍ନଗାମୀ ହେଉଛି ବୋଲି ଧରି ନିଆଯିବ ।

ନିଜ ଦଳଭିତରେ ସମ୍ପ୍ରତି ନିରାଶା ଭିତରେ ଥିବା ମୋଦୀ ବିରୋଧୀମାନେ ବାହାରକୁ ଆସିଯିବେ, ଏବଂ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିବାର ବଳ ପାଇବେ ଯେ, ବେପରୁୱା ରାଜନୀତିକୁ ନିଜର କରି, ଜୁଆଖେଳ ଖେଳି ବିମୁଦ୍ରୀକରଣ ଭଳି ନିଷ୍ପତି ନେଉଥିବା ଗୋଟିଏ ଲୋକ ହାତରେ ନିଜ ଦଳର ଭବିଷ୍ୟତ କେତେ ସୁରକ୍ଷିତ ରହିବ । ଏମିତି ବି ହୋଇପାରେ ଯେ ଅଧିକାଂଶ ରୋଷ ମୋଦୀଙ୍କ ପ୍ରତିରୂପ ଅମିତ ଶାହାଙ୍କ ଆଡ଼କୁ ବାଟେଇ ଦିଆଯିବ ।

କିନ୍ତୁ ଉତ୍ତରପ୍ରଦେଶରେ ଯଦି ଭାଜପାର ପରାଜୟ ହୁଏ, ତେବେ ତାହା ଦଳର ଚାରିସୀମା ଭିତରେ ସୀମିତ ନରହି ବହୁ ସୁଦୂରପ୍ରସାରୀ ପ୍ରଭାବ ପକାଇବ ।

ସମାଜବାଦୀ ପାର୍ଟି-କଂଗ୍ରେସ ଗଠବନ୍ଧନ ହେଉ ବା ବହୁଜନସମାଜ ପାର୍ଟି ଯିଏ ବି ପ୍ରଥମ ସ୍ଥାନରେ ରହିବ ସେ ଯେ ଉତ୍ତରପ୍ରଦେଶ ରାଜନୀତିରେ ବଡ଼ ପ୍ରଭାବ ପକାଇବ କେବଳ ସେତିକି ନୁହେଁ, ବରଂ ସେ ଜାତୀୟସ୍ତରରେ ରାଜନୈତିକ ଅଭିଳାଷ ପୂରଣ କରିବାପାଇଁ ଏହି ବିଜୟକୁ ଆଦ୍ୟପର୍ବ ହିସାବରେ ବିଚାର କରିବ ।

ଅକ୍ଟୋବର ୨୦୧୫ରେ ବିହାର ବିଧାନସଭା ନିର୍ବାଚନରେ ବିଜୟ ପରେ ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ଭାଜପାକୁ ଚୁନୈତି ଦେବାପାଇଁ ବିରୋଧ ଦଳମାନଙ୍କର ସମ୍ଭାବ୍ୟ ଗଠବନ୍ଧନର ସର୍ବସ୧ତ ନେତା ହିସାବରେ ମୁଖ୍ୟମବୀ ନିତୀଶକୁମାରଙ୍କ ନାଁ ଆଗକୁ ଆସିଥିଲା । ଉତ୍ତରପ୍ରଦେଶରେ ଭାଜପାକୁ ପରାଜିତ କରିପାରିଲେ ଅଖିଲେଶ ଯାଦବ ବା ମାୟାବତୀଙ୍କୁ ଏହି ପଦପାଇଁ ଦାବୀଦାର ଭାବରେ ଉପସ୍ଥାପନ କରାଯାଇପାରିବ ।

ଯଦି ଏପରି ହୁଏ, ତେବେ ଯେଉଁ ଧାରଣା ରହି ଆସିଛି ଯେ କେବଳ ବିହାର ଭଳି ଗଠବନ୍ଧନ/ ସା୧ୁଖ୍ୟଟିଏ ହେଲେ ହିଁ ଭାଜପାର ବିକଳ୍ପ ନିର୍ମାଣ ସମ୍ଭବ ହେବ, ତାଙ୍କୁ ପ୍ରଶ୍ନବାଚୀ ଭିତରକୁ ନେଇ ଆସିବ ।

ସମାଜବାଦୀ ପାର୍ଟି ଯଦି ପ୍ରଥମ ସ୍ଥାନରେ ରହେ, ସେଥିରେ ଉତ୍ତରପ୍ରଦେଶ ରାଜନୀତି ରଂଗମଂଚରେ କେବଳ ମାତ୍ର ସହଯୋଗୀ କଳାକାରଙ୍କର ଭୂମିକା ନିଭାଉଥିବା କଂଗ୍ରେସ ସହ ସାମୁଖ୍ୟର ଅପେକ୍ଷାକୃତ ସୀମିତ ଭୂମିକା ରହିଛି ବୋଲି କୁହାଯିବ ।

ଅଖିଲେଶ ଯାଦବ ମଧ୍ୟ ଜଣେ ଚତୁର ରାଜନେତା ହିସାବରେ ସାମ୍ନାକୁ ଆସିବେ ଯେ କି ଦକ୍ଷତାର ସହ ବିଶ୍ୱାସଘାତୀ ପାରିବାରିକ ରାଜନୀତିକୁ ଅତିକ୍ରମ କରିପାରିଛନ୍ତି, କେବଳ ସେତିକି ନୁହେଁ ଉତ୍ତରପ୍ରଦେଶ ଜନସଂଖ୍ୟାର ଏକ ବିଶାଳଭାଗକୁ ନିଜ ସାଙ୍ଗରେ ମଧ୍ୟ କନେଇ ପାରିଛନ୍ତି । ଯୁବକ ଅଖିଲେଶ ବୟସ ଦୃଷ୍ଟିରୁ ଦୀର୍ଘ ସମୟ ଧରି ରାଜନୈତିକ ଘୋଡାଦୌଡ଼ରେ ରହିପାରିବେ ।

ସମାଜବାଦୀ ପାର୍ଟି ଭିତରେ ସ୍ଥିତିକୁ ବିପନ୍ନ କରିଚାଲିଥିବା ଆଭ୍ୟନ୍ତରୀଣ କନ୍ଦଳରୁ ବାହାରି ଆସି ଅଖିଲେଶ ନିଜକୁ ଜଣେ ଦକ୍ଷ ରାଜନେତା ହିସାବରେ ଉପସ୍ଥାପିତ କରିପାରିଛନ୍ତି । ଯୁକ୍ତି କରାଯାଇପାରେ ଯେ ଏପ୍ରିଲ-ମେ ୨୦୧୪ରେ ହୋଇଥିବା ଲୋକସଭା ନିର୍ବାଚନବେଳେ ବ୍ୟକ୍ତିପ୍ରମୁଖ ରାଜନୀତିର ଆବିର୍ଭାବ ଘଟିଥିଲା ଯେଉଁଥିରେ ଦଳ ଅପେକ୍ଷା ଦଳକୁ ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତିମାନେ ବେଶୀ ପ୍ରମୁଖତା ପାଇବାର ଦେଖିବାକୁ ମିଳିଥିଲା ।

ପ୍ରାୟତଃ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ଢାଂଚାରେ ରାହୁଲ ଗାନ୍ଧୀ ଓ ନରେନ୍ଦ୍ରମୋଦୀଙ୍କ ଭିତରେ ହୋଇଥିବା ଏକ ପ୍ରତିଯୋଗିତାରେ ନରେନ୍ଦ୍ର ମୋଦୀଙ୍କ ପଲ୍ଳା ବେଶି ଭାରି ପ୍ରମାଣିତ ହୋଇଥିଲା ।

କିନ୍ତୁ ଛୁରୀଟି ଦୁଇପଟୁ କାଟିପାରେ । ଫେବୃଆରୀ୨୦୧୫ ନିର୍ବାଚନରେ ଅରବିନ୍ଦ କେଜ୍ରୀୱାଲ ଓ କିରଣ ବେଦୀଙ୍କ ଭିତରେ ହେଇଥିବା ପ୍ରତିଦ୍ୱନ୍ଦ୍ୱିତାରେ କେଜ୍ରୀୱାଲା ସବୁ ଆସନ ପୋଛି ନେଇଗଲେ । ଏଭଳି ଏକ ବିଜୟ ନିତୀଶକୁମାର ଅକ୍ଟୋବର ୨୦୧୫ ବିହାର ନିର୍ବାଚନ ବେଳେ ପାଇଥିଲେ ।

ଅଖିଲେଶ ଯାଦବ ବା ମାୟାବତୀଙ୍କ ବିପକ୍ଷରେ ଉତ୍ତରପ୍ରଦେଶର ମୁଖ୍ୟମବୀ ପ୍ରାର୍ଥୀ ହିସାବରେ ଭାଜପା କାହାକୁ ନବାଛିବା ତାତ୍ପର୍ଯ୍ୟପୂର୍ଣ୍ଣ ମନେହୁଏ । ବହୁଜନ ସମାଜ ପାର୍ଟି ଯଦି କିଛି ସ୧ାନଜନକ ଫଳାଫଳ ପାଏ, ତେବେ ତାହା ମାୟାବତୀଙ୍କ ନିଜସ୍ୱ ଶକ୍ତି ଯୋଗୁଁ ସମ୍ଭବ ହୋଇଛି ବୋଲି କୁହାଯିବ । କଥାଟି ସମାନଭାବେ ପ୍ରଯୁଜ୍ୟ ହେବ ଅଖିଲେଶଙ୍କ ପାଇଁ ।

୫ବର୍ଷ ମୁଖ୍ୟମବୀ ରହିବାପରେ ବି ସେ ସରକାରବିରୋଧୀ ମନୋଭାବର ମୁକାବିଲା କରି ପାରିଛନ୍ତି ବୋଲି ଧରି ନିଆଯିବ । ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଏକଥାକୁ ମଧ୍ୟ ସାମ୍ନାକୁ ଆଣିବ ଯେ ଭୋଟ ବ୍ୟାଙ୍କ ରାଜନୀତି ବା ଅସ୍ମିତାଭିତିକ ରାଜନୀତି ପୂର୍ବଭଳି ପ୍ରଭାବଶାଳୀ ରହିଛି କି ନାହିଁ ଏବଂ ମୁସଲମାନ, ଦଳିତ ଓ ଅନ୍ୟ ପଛୁଆଶ୍ରେଣୀର ଲୋକେ ଆଶା କରାଯାଇଥିବା ଧାରାରେ ଭୋଟ ଦେଇଛନ୍ତି କି ନାହିଁ ।

ଯଦି ପରାଜୟ ହୁଏ, ଉତ୍ତରପ୍ରଦେଶ ନିର୍ବାଚନରେ ୨୦୧୯ ଲୋକସଭା ପୂର୍ବରୁ ମୋଦୀ ଏବଂ ଶାହା ଆଗାମୀ ୨ବର୍ଷ ଭିତରେ କିଭଳି ନିଜର କାର୍ଯ୍ୟଶୈଳୀକୁ ଚଳାଇ ରଖୁଛନ୍ତି, ତାହା ମଧ୍ୟ ଦେଖିବାକୁ ମିଳିବ । ମୋଦୀ ଦେଖାଇ ସାରିଛନ୍ତି ସେ କେମିତି ଲୋକଙ୍କୁ ଚକିତ କରାଇବାରେ ଦକ୍ଷ, ସେହି ଦୃଷ୍ଟିରୁ ତାଙ୍କ ସମ୍ପର୍କରେ କିଛି ବି ପୂର୍ବାନୁମାନ କରିବା ବିପଦପୂର୍ଣ୍ଣ ।

ସେ ନିଜ ଦଳ ଏବଂ ବିରୋଧୀ ଦଳମାନଙ୍କ ଭିତରେ ଥିବା ତାଙ୍କର ବିରୋଧୀମାନଙ୍କ ପ୍ରତି କୋହଳ ମନୋଭାବ ଗ୍ରହଣ କରିବେ କି? ନା ସେ ଆକ୍ରମଣାତ୍ମକ ଆଭିମୁଖ୍ୟଟି ଜାରି ରଖିବେ ଓ ବିଭକ୍ତିକରଣ ରାଜନୀତିକୁ ଆପଣେଇବେ ।

ସେ ଯାହା ବି ହେଉ, ମାର୍ଚ୍ଚ ୧୧ ଦିନ ଭାରତୀୟ ରାଜନୀତିର ଗତିପଥ ବଦଳିଯିବ ।

 

FEBRUARY 18 ,2017 VOL L11 NO 7 EPW -7 ( Make or Break)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ନିର୍ବାଚନ, ରାଜନୀତି

ଟ୍ରମ୍ପ୍ ଓ ପରିବେଶ

February 16, 2017 by ଓଡିଶା ଡଟ କମ Leave a Comment

ରାଷ୍ଟ୍ରପତି ଡୋନାଲଡ଼୍ ଟ୍ରମ୍ପ୍ ଙ୍କ ଜାନୁଆରୀ ୭, ୨୦୧୭ର ମୁସଲମାନମାନଙ୍କୁ ଆମେରିକାରେ ପ୍ରବେଶ କରିବାପାଇଁ ବାରଣ ନିଷ୍ପତ୍ତି ଯାହାକି ଇରାକ୍, ଇରାନ୍, ଲିବ୍ୟା, ସୋମାଲିଆ, ସୁଦାନ, ସିରିଆ ଓ ୟେମେନ୍ର ନାଗରିକମାନଙ୍କ ଉପରେ ୯୦/୧୨୦ ଦିନର କଟକଣା ଜାରି କରିଛି, ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିବାବେଳେ ପରିବେଶ ନିୟବଣ ସମ୍ପର୍କିତ ତାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶଗୁଡ଼ିକ ଦୃଶ୍ୟର ଅନ୍ତରାଳରେ ରହିଯାଇଛି ।

ଆମେରିକାରେ ପ୍ରବେଶ କରିବାପାଇଁ ଭିସା ବା ଅନୁମତି ନମିଳିବା ନିଷ୍ପତିଟି ଯେମିତି ଦୁନିଆସାରା ପ୍ରଭାବ ପକାଇ ସାରିଛି, ସେଭଳି ପ୍ରଭାବ ତାଙ୍କର ପରିବେଶ ସମ୍ପର୍କିତ ନିର୍ଦ୍ଦେଶାବଳୀ ଯୋଗୁଁ ମଧ୍ୟ ଦେଖିବାକୁ ମିଳିବ ।

ସବୁଠାରୁ ଅଧିକ ଆବେଗ ସୃଷ୍ଟି କରୁଛି ତାଙ୍କର ବର୍ତମାନର କିଛି ନିଷ୍ପତି ଓ ଭବିଷ୍ୟତ କାର୍ଯ୍ୟଧାରା ସମ୍ପର୍କରେ ଥିବା ଆଶଙ୍କା ଯାହା କି ବାୟୁମଣ୍ଡଳକୁ ଦୂଷିତ ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗତ ହେବା ଦିଗରେ ପ୍ରଭାବିତ କରିବ ।

ବର୍ତମାନ ଆମେରିକା ଯେଉଁ ପରିମାଣରେ ଗ୍ରୀନ୍ ହାଉସ ଗ୍ୟାସ ବାୟୁମଣ୍ଡଳକୁ ଛାଡ଼ୁଛି, ଯଦି ଏଥିରେ ବୃଦ୍ଧି ଘଟେ ବା ଯାହା ଅଛି ସେତିକିରେ ବି ରହେ, ତେବେ ବି ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପମାତ୍ରା ନିୟବଣ ପାଇଁ ହେଉଥିବା ଉଦ୍ୟମଗୁଡ଼ିକ ବିପର୍ଯ୍ୟୟମୁଖୀ ହେବ ।

ପରିବେଶବିତମାନଙ୍କ ପ୍ରତି ଟ୍ରମ୍ପଙ୍କର ଅସୂୟା ମନୋଭାବ ତାଙ୍କର ନିର୍ବାଚନ ଅଭିଯାନ ବେଳଠୁ ଜଣାପଡ଼ିଯାଇଛି । ତାଙ୍କର ଉପଦେଷ୍ଟାମାନଙ୍କର ମନୋନୟନ ଯେଉଁଥିରେ ଅଛନ୍ତି ମାଇରନ୍ ଇବେଲ୍ ଯେ କି ସ୍କଟ ପ୍ରୁଇଟ୍ଙ୍କ ଆମେରିକାର ପରିବେଶ ସୁରକ୍ଷା ସଂସ୍ଥା (ଋଚଇ)ର ନିର୍ଦ୍ଦେଶକ ନିଯୁକ୍ତି ଚୂଡ଼ାନ୍ତ ହେବାଯାଏଁ ଏହି ସଂସ୍ଥାର ନିର୍ଦ୍ଦେଶକ ରହିବେ, ଆମକୁ ଆ୧⁄୨ର୍ଯ୍ୟ ଲାଗୁନାହିଁ ।

ଇବେଲ ଉଗ୍ର ରକ୍ଷଣଶୀଳ କମ୍ପିଟିଟିଭ ଏଂଟରପ୍ରାଇଜ୍ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଅଛନ୍ତି । ସେ ପରିବେଶ ଆନ୍ଦୋଳନ ଉପରେ ଟିପ୍ପଣୀ ଦେଇ କହିଛନ୍ତି ଯେ ପରିବେଶ ଆନ୍ଦୋଳନଟି ‘ଆଧୁନିକ ଦୁନିଆରେ ସମୃଦ୍ଧି ଓ ସ୍ୱାଧୀନତା ପାଇଁ ଏକ ଆତଙ୍କ’ ।

ସେହିଭଳି ସ୍କଟ ପ୍ରୁଇଟ ଜଣେ ଜଳବାୟୁ ପରିବର୍ତନକୁ ଅସ୍ୱୀକାର କଲାଭଳି ବ୍ୟକ୍ତିତ୍ୱ ଯେ କି ଓକଲାହାମା ରାଜ୍ୟର ଆଟର୍ଣ୍ଣି ଜେନେରାଲ ଥିବାବେଳେ ତୈଳ-କମ୍ପାନୀମାନଙ୍କ ତରଫରୁ ଆମେରିକୀୟ ପରିବେଶ ସଂସ୍ଥା (ଇପିଏ) ବିରୋଧରେ ୧୪ଟି ମାମଲା ଦାଏର କରିଥିଲେ । ଏହି ଲୋକମାନଙ୍କୁ ଯଦି ପରିବେଶ ସୁରକ୍ଷା ଦାୟିତ୍ୱ ଦିଆଯାଇଛି, ତେବେ ଭବିଷ୍ୟତଟି କ’ଣ ହେବ ସହଜରେ ଅନୁମେୟ ।

ଶପଥ ନେବାର କେତୋଟି ଦିନ ଭିତରେ, ଆମେରିକୀୟ ପରିବେଶ ସୁରକ୍ଷା ସଂସ୍ଥାର ପାଣ୍ଠିଟିକୁ ଟ୍ରମ୍ପ ଅକାମୀ କରିଦେଲେ (ଯେଉଁ ସଂସ୍ଥାଟିକୁ ବନ୍ଦ କରିବା ପାଇଁ ସେ ନିଜ ନିର୍ବାଚନ ଦୌଡ଼ବେଳେ ଘୋଷଣା କରିଥିଲେ) ଏବଂ ଏହାର ୧୫୦୦୦ ଯବୀ ଓ ବୈଜ୍ଞାନିକମାନଙ୍କ ସଂଖ୍ୟାଟିକୁ ହ୍ରାସ କରିବା ପାଇଁ ଡାକରା ଦେଲେ ।

ଏହି ସଂସ୍ଥାର ଗବେଷକ/ବୈଜ୍ଞାନିକମାନେ କୌଣସି ଅନୁସନ୍ଧାନମୂଳକ ଅନୁଧ୍ୟାନର ତଥ୍ୟ ବାହାରେ ତଥା ଗଣମାଧ୍ୟମରେ ପ୍ରଘଟ ନ କରିବା ପାଇଁ କଟକଣା ମଧ୍ୟ ଜାହିର କଲେ । ଅନ୍ୟ ଅର୍ଥରେ କହିବାକୁ ଗଲେ ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗତ ସମ୍ପର୍କୀୟ ସଦ୍ୟତମ ତଥ୍ୟ ଆଉ ସର୍ବସାଧାରଣାରେ ମିଳିବ ନାହିଁ ।

ରାଷ୍ଟ୍ରପତି ଭବନର ୱେବ ପୃଷ୍ଠାରେ ‘ଜଳବାୟୁ ପରିବର୍ତନ’ ସ୍ଥାନରେ ‘ଏକ ଆମେରିକୀୟ ପ୍ରଥମ ଶକ୍ତି ଯୋଜନା’ ସ୍ଥାନିତ ହେବା କଥାଟି ସେହି ଦୃଷ୍ଟିରୁ ଆ୧⁄୨ର୍ଯ୍ୟଜନକ ମନେ ହେଉନାହିଁ ।

ଟ୍ରମ୍ପଙ୍କ ଅନୁସାରେ ଏହି ଶକ୍ତି ଯୋଜନାର ଆମେରିକୀୟ ରାଷ୍ଟ୍ରର ଜମିରେ ଥିବା ତୈଳ ଓ ପ୍ରାକୃତିକ ଗ୍ୟାସ ଭଣ୍ଡାରକୁ ଉନ୍ମୁକ୍ତ କରିବାପାଇଁ ୫୦ ଟ୍ରିଲିୟନ୍ ଆମେରିକୀୟ ଡଲାରର ଖର୍ଚ୍ଚ ଅଟକଳ କରାଯାଇଛି ।

ଅନ୍ୟ ଅର୍ଥରେ ଯାହା ଓବାମା ପ୍ରଶାସନ ଜଳବାୟୁ କାର୍ଯ୍ୟକ୍ରମ ଯୋଜନା ଏବଂ ନିର୍ମଳ ଶକ୍ତି ଯୋଜନା ନାଁରେ ନିର୍ଦ୍ଧାରିତ କରିଥିଲେ, ତାକୁ ଟ୍ରମ୍ପ ଦୂରେଇଦେଇ ପ୍ରାଣୀମାନଙ୍କ ଜୀବାଶ୍ମରୁ ଜାତ ଜଳେଣୀକୁ ନେଇ ବ୍ୟବସାୟ କରୁଥିବା ଗୋଷ୍ଠୀକୁ ଅବାଧରେ କାରବାର କରିବାପାଇଁ ପଥ ପ୍ରଶସ୍ତ କରିଛନ୍ତି । ସବୁ କିଛି ଆମେରିକାକୁ ମହାନ କରିବା ଓ ସମସ୍ତଙ୍କୁ ନିଯୁକ୍ତି ଦେବା ନାଁରେ ଚାଲିଛି ।

ଏଭଳି ଏକ ପଦକ୍ଷେପର ଭୟଙ୍କର ପରିଣାମ କେବଳ ଆମେରିକା ନୁହଁ, ସମଗ୍ର ବିଶ୍ୱକୁ ଭୋଗିବାକୁ ପଡ଼ିବ । ଆଇନଗତ ଭାବେ ବାଧ୍ୟତାମୂଳକ ଥିବା କ୍ୱେଟା ପ୍ରସ୍ତାବରେ ଆମେରିକା ସ୍ୱାକ୍ଷର କରିନାହିଁ; ଯେଉଁଟାକି ବାୟୁମଣ୍ଡଳକୁ ଗ୍ରୀନ୍ହାଉସ ଗ୍ୟାସ ଛାଡ଼ୁଥିବା ଶିଳ୍ପୋନ୍ନତ ଦେଶମାନଙ୍କୁ ଏଥିପାଇଁ ଦାୟୀ କରି ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗତ ହେବା ଉପରେ କଟକଣା ଜାରି କରିବା କ୍ଷେତ୍ରରେ ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଚୁକ୍ତିଥିଲା ।

ତା’ସତ୍ୱେ ୨୦୧୫ ମସିହାରେ ପ୍ୟାରିସ ଚୁକ୍ତିନାମାରେ ସାମିଲ ହେବାପାଇଁ ଓବାମା ପ୍ରଶାସନ ଆସିପାରିଥିଲା । ଏହି ପ୍ୟାରିସ ଚୁକ୍ତିର ଅଂଶସ୍ୱରୂପ ପ୍ରତ୍ୟେକଟି ଦେଶକୁ ଗ୍ରୀନ୍ହାଉସ୍ ଗ୍ୟାସ ହ୍ରାସ କରିବା ପାଇଁ ନିଜ ନିର୍ଦ୍ଧାରିତ ସ୍ତରଟିକୁ ନିରୂପଣ କରିବା ପାଇଁ ସୁଯୋଗଟି ଦିଆଯାଇଥିଲା ।

ଆମେରିକା ତାର ପ୍ରତିବଦ୍ଧତା ଦେଖାଇଥିଲା ଯେ ୨୦୩୦ ସୁଦ୍ଧା ୨୦୦୫ ସ୍ତରର ଅଂଗାରକାମ୍ଳ ଗ୍ୟାସ ନିର୍ଗତ ହାରକୁ ସେମାନେ ଶତକଡ଼ା ୩୦ଭାଗ ହ୍ରାସ କରାଇବେ । ଅନୁମାନ କରାଯାଉଛି ଯେ ଆମେରିକା ଏହି ଲକ୍ଷ୍ୟର ଶତକଡ଼ା ୨୭ଭାଗ ହାସଲ କରିସାରିଲିଣି ।

କିନ୍ତୁ ପରିବହନ କ୍ଷେତ୍ରରେ (ଯେଉଁଠି ଶତକଡ଼ା ୨୬ ଭାଗ ଗ୍ରୀନ୍ହାଉସ୍ ଗ୍ୟାସ ନିର୍ଗତ ହୁଏ) ଏବଂ କୃଷି ( ଶତକଡ଼ା ୯ ଭାଗ ଗ୍ରାନ୍ ହାଉସ ଗ୍ୟାସ) ଭଳି ଅନ୍ୟାନ୍ୟ କ୍ଷେତ୍ରରେ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିନାହିଁ ।

ନିଜ ନିର୍ବାଚନ ପ୍ରଚାରବେଳେ ପ୍ୟାରିସ ଚୁକ୍ତିରୁ ଆମେରିକା ଓହରିଯିବ ବୋଲି ଟ୍ରମ୍ପଙ୍କ ଧମକ ଯଦି ବି ସତରେ କାର୍ଯ୍ୟକାରୀ ନ ହୁଏ, ତଥାପି ଆମେରିକା ଦେଇଥିବା ପ୍ରତିଶ୍ରୁତିରେ ସ୍ଥାଣୁତା ଆସିଯିବ । ବିଶ୍ୱ ସମ୍ବଳ ପ୍ରତିଷ୍ଠାନର ଆକଳନ ମୁତାବକ ଯଦି ବି ସମସ୍ତ ଦେଶ ନିଜ ପ୍ରତିଶ୍ରୁତି ରକ୍ଷା କରନ୍ତି, ତଥାପି ବିଶ୍ୱ ତାପମାତ୍ରାରେ ୨ ଡିଗ୍ରୀ ସେଲସିୟସ୍ ବୃଦ୍ଧିର ଆଶଙ୍କାକୁ ଏଡାଇବା କଷ୍ଟକର ହେବ ।

ଏଭଳି ଏକ ପରିସ୍ଥିତିରେ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୀତିଟି ଯଦି ନିଜେ ଦେଇଥିବା ପ୍ରତିଶ୍ରୁତିରୁ ଦୂରେଇଯାଏ, ତେବେ ତାର ଅତି ଗମ୍ଭୀର ପରିଣାମ ଅନୁଭୂତ ହେବ ।

ଅନ୍ୟଏକ ସମ୍ଭାବନାଟି ଅନୁମାନ କରାଯାଉଚି ତାହାହେଲା, ଚୁକ୍ତିଟିକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁ ପାଣ୍ଠି ଯୋଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେଥିରୁ ଟ୍ରମ୍ପ ପ୍ରଶାସନ ପଛଘୁଂଚା ଦେବ ।

ପ୍ୟାରସ ଚୁକ୍ତିବେଳେ ସଂଯୁକ୍ତ ରାଷ୍ଟ୍ରରେ ୧୦ହଜାର କୋଟି ଡଲାରର ସବୁଜ ଜଳବାୟୁ ପାଣ୍ଠିକୁ ୨୦୨୦ ସୁଦ୍ଧା ୩୦୦ କୋଟି ଡଲାର ଦେବ ବୋଲି ଆମେରିକା ପ୍ରତିଶ୍ରୁତି ଦେଇଥିଲା । କେତେକାଂଶରେ ରିପବ୍ଲିକାନ୍ମାନଙ୍କ ନିୟବଣରେ ଥିବା ଆମେରିକୀୟ କଂଗ୍ରେସର ବିରୋଧ ଯୋଗୁଁ ବର୍ତମାନ ସୁଦ୍ଧା ଆମେରିକା କେବଳ ୫୦କୋଟି ଡଲାର ଦେଇପାରିଛି ।

ଟ୍ରମ୍ପଙ୍କ ମନୋବୃତି ଦେଖିଲେ ଜଣାପଡ଼ୁଛି ଯେ ଆମେରିକା ତାର ପ୍ରତିଶ୍ରୁତି ପୂରଣ କରିବ ନାହିଁ । ଜଳବାୟୁ ପରିବର୍ତନକୁ ମାନୁନଥିବା ଜଣେ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି ଭବନରେ ବସିବା ଅନେକ ଦିଗରୁ ବିଶ୍ୱପାଇଁ ଦୁଃସମ୍ବାଦ ଆଣିଛି ନିଶ୍ଚୟ ।

ପ୍ରଥମେ, ଟ୍ରମ୍ପ ପ୍ରଶାସନ ଜୀବାଶ୍ମରୁ ନିର୍ଗତ ଜାଳେଣି ତୈଳର ଅଧିକ ବ୍ୟବହାରକୁ ପ୍ରୋତ୍ସାହନ ଦେବ, ଯଦ୍ୱାରା କି ପ୍ରଚଳିତ ପରିବେଶ ନିୟବଣ ନିୟମଗୁଡ଼ିକର ଅବମାନନା କରାଯିବ । ସୁତରାଂ, ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗତ ହେବା କ୍ଷେତ୍ରରେ ପ୍ୟାରିସ ଚୁକ୍ତିରେ ଆମେରିକା ସ୍ଥିର କରିଥିବା ଲକ୍ଷ୍ୟରେ ପହଂଚିବା ସମ୍ଭବପର ହେବ ନାହିଁ ।

ଦ୍ୱିତୀୟରେ ଆମ ଦ୍ୱାରଦେଶରେ ପହଂଚିଥିବା ପରିବେଶୀୟ ଦୁର୍ବିପାକକୁ ନିୟବଣ କରିବା ପାଇଁ ଚାଲିଥିବା ବିଶ୍ୱସ୍ତରର ଉଦ୍ୟମଗୁଡ଼ିକ ଭୀଷଣ ଭାବେ ଆଘାତପ୍ରାପ୍ତ ହେବ ।

ବିଡ଼ମ୍ବନାର କଥା ଯେ ଯେଉଁ ଦେଶଟି ଯୁଦ୍ଧର ବିଭୀଷିକାରୁ ନିଜକୁ ବଂଚାଇବା ପାଇଁ ଶରଣ ପଶୁଥିବା ଲୋକମାନଙ୍କୁ ନିଜ ଦୁଆର ବନ୍ଦ କରି ଦେଇଛି,ସେ ଆଜି ବିଶ୍ୱର ଦାରିଦ୍ର୍ୟ ପ୍ରପୀଡ଼ିତ ଦେଶମାନଙ୍କରେ ବାସ କରୁଥିବା କୋଟି କୋଟି ଲୋକଙ୍କୁ ପରିବେଶ ଶରଣାର୍ଥୀରେ ପରିଣତ କରିଚାଲିଛି ।

FEBRUARY 11 ,2017 VOL L11 NO 6 EPW -3 ( Trumping the Environment)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଡୋନାଲଡ଼୍ ଟ୍ରମ୍ପ୍, ପରିବେଶ

ଅସୁରକ୍ଷିତ ସଂଖ୍ୟାଗରିଷ୍ଠ

February 16, 2017 by ଓଡିଶା ଡଟ କମ Leave a Comment

ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଂଗଠନ ଦ୍ୱାରା ବିଶ୍ୱ ନିଯୁକ୍ତି ଓ ସାମାଜିକ ଦୃଶ୍ୟପଟ୍ଟର ଭବିଷ୍ୟ ଧାରା ଶୀର୍ଷକ ରିପୋର୍ଟରେ ବିଶ୍ୱର ନିଯୁକ୍ତି ସ୍ଥିତିର ଅସୁରକ୍ଷିତ ଦିଗ ଉପରେ ଟିପ୍ପଣୀ ଦେଇ କୁହାଯାଇଛି ଯେ, ଭାରତରେ ବେରୋଜଗାରମାନଙ୍କ ସଂଖ୍ୟା ଯାହା ୨୦୧୬ରେ ୧କୋଟି ୭୭ଲକ୍ଷ ଥିଲା, ତାହା ୨୦୧୮ ବେଳକୁ ୧ କୋଟି ୮୦ଲକ୍ଷରେ ପହଂଚିବ, ଯଦିଓ ନିଯୁୁକ୍ତିର ହାର ୨୦୧୭ରେ ଶତକଡ଼ା ୩.୫ରୁ ଖସି ଆସି ୩.୪ରେ ପହଂଚିବ ।

ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଂଗଠନ ଅସୁରକ୍ଷିତ ନିଯୁକ୍ତି ଭିତରେ ସେମାନଙ୍କୁ ସାମିଲ କରନ୍ତି, ଯେଉଁମାନେ ଆତ୍ମନିଯୁକ୍ତ ଏବଂ ଘରେ ନିଜ ଶ୍ରମପାଇଁ ମଜୁରୀ ପାଆନ୍ତ ନାହିଁ, ଯେଉଁମାନଙ୍କର କାମ କରିବାର ପରିବେଶ ବା ଅବସ୍ଥା ଭଲ ନଥାଏ, ଉଚିତ ସାମାଜିକ ସୁରକ୍ଷା ନଥାଏ ଏବଂ ଯେଉଁମାନଙ୍କର ଶ୍ରମିକ ସଂଘ ବା ସଂଗଠନ ମାଧ୍ୟମରେ ଫଳପ୍ରଦ ପ୍ରତିନିଧିତ୍ୱ ନଥାଏ ।

ରିପୋର୍ଟ ପୂର୍ବାନୁମାନ କରେ ଯେ ସମଗ୍ର ବିଶ୍ୱରେ ଅସୁରକ୍ଷିତ ନିଯୁକ୍ତି କ୍ଷେତ୍ରରେ ନାମକୁ ମାତ୍ର ଉନ୍ନତି ଆସିପାରେ । ଆଗାମୀ ଦୁଇବର୍ଷ ଯାଏ ପ୍ରତ୍ୟେକବର୍ଷ ନିଯୁକ୍ତି ହାର ୦.୨ ପ୍ରତିଶତ ପଏଂଟରେ ହ୍ରାସ ପାଇବ । ୨୦୧୭ ମସିହାରେ ଅସୁରକ୍ଷିତ ନିଯୁକ୍ତି ସମଗ୍ର ନିଯୁକ୍ତିର ଶତକଡ଼ା ୪୨ଭାଗରୁ ଊଦ୍ଧ୍ୱର୍ରେ ରହିବ ।

ଯେଉଁମାନଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୧୪୦ କୋଟିରୁ ଅଧିକ ହେବ । ମୁଣ୍ଡଟେକି ଉଠୁଥିବା ରାଷ୍ଟ୍ରମାନଙ୍କ ଭିତରେ ଭାରତକୁ ସେଭଳି ଏକ ଶ୍ରେଣୀରେ ସ୍ଥାନିତ କରାଯାଇଛି ଯେଉଠି ଦୁଇଟି ଶ୍ରମିକ ଭିତରୁ ଜଣେ ଅସୁରକ୍ଷିତ, ଯେତେବେଳେ କି ଅନୁନ୍ନତ ଦେଶମାନଙ୍କରେ ପାଂଚଟି ଶ୍ରମିକ ଭିତରୁ ଚାରିଜଣ ଅସୁରକ୍ଷିତ ବର୍ଗର ହେବେ ।

ଅସୁରକ୍ଷିତ ନିଯୁକ୍ତି ଯେଉଁ ଅଂଚଳକୁ ବିଶ୍ୱରେ ବେଶି ପ୍ରଭାବିତ କରିବ ସେ ଭିତରେ ଅଛନ୍ତି ଦକ୍ଷିଣ ଏସିଆ ଏବଂ ଆଫ୍ରିକାର ଉପ-ସାହାରା ଅଂଚଳ । ବିଶ୍ୱରେ ଅସୁରକ୍ଷିତ ନିଯୁକ୍ତିରେ ନିୟୋଜିତ ଶ୍ରମିକମାନଙ୍କ ସଂଖ୍ୟା ପ୍ରତ୍ୟେକ ବର୍ଷ ୧୧ ଲକ୍ଷ ବଢ଼ିବ ।

ଆନ୍ତଃରାଷ୍ଟ୍ରୀୟ ଶ୍ରମ ସଙ୍ଗଠନର ଭାରତ ସମ୍ପର୍କରେ ଦିଆଯାଇଥିବା ପରିସଂଖ୍ୟାନ ଅପ୍ରତ୍ୟାଶିତ ନୁହଁ । ଭାରତର ଶ୍ରମ ବିନିଯୋଗ କ୍ଷେତ୍ରରେ ନିଯୁକ୍ତ ଶ୍ରମିକମାନଙ୍କ ଭିତରୁ

ଶତକଡ଼ା ୯୨ଭାଗ ହେଉଛନ୍ତି ଅସୁରକ୍ଷିତଭାବେ ନିଯୁକ୍ତ ଶ୍ରମିକ । କୃଷିକ୍ଷେତ୍ରରେ ମାନ୍ଦାବସ୍ଥା ଯୋଗୁଁ ଭୂମିହୀନ କ୍ଷେତମଜଦୂର ଓ ଛୋଟଚାଷୀମାନେ ନିର୍ମାଣ କ୍ଷେତ୍ରଭଳି ଅସୁରକ୍ଷିତ ନିଯୁକ୍ତି କ୍ଷେତ୍ରକୁ ଠେଲି ହୋଇଯାଉଛନ୍ତି ।

ଅଧିକ ଉଦ୍ବେଗର ବିଷୟ ହେଉଛି ସୁରକ୍ଷିତ କ୍ଷେତ୍ରରେ ଯେଉଁ ନୂତନ ନିଯୁକ୍ତି ସୃଷ୍ଟି ହେଉଛି ସେସବୁ ବି ଅସୁରକ୍ଷିତ ସ୍ୱଭାବର, ଯେହେତୁ ନିଯୁକ୍ତିର ଅନ୍ୟସବୁ ସୁବିଧା ଏବଂ ସାମାଜିକ ନିରାପତା ସେଭଳି ନିଯୁକ୍ତିରେ ରହୁନାହିଁ ।

ସରକାରଙ୍କ ଦ୍ୱାରା କ୍ୱଚିତ୍ ନିୟନ୍ତ୍ରଣରେ ଥିବା ଏହି ଅସୁରକ୍ଷିତ କ୍ଷେତ୍ରର, ଅର୍ଥନୀତି ପ୍ରତି ଯେ କେବଳ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ତାହା ନୁହଁ; ବରଂ ସରକାର ନିଯୁକ୍ତି ଦେଇପାରୁନଥିବା ଲୋକଙ୍କୁ ଏଠି ନିଯୁକ୍ତି ମିଳିପାରୁଛି । ଏହି ଶ୍ରମିକମାନଙ୍କୁ ଜିନିଷ ଉତ୍ପାଦନ, ନିର୍ମାଣ, ପରିବହନ, ସଂରକ୍ଷଣ ଏବଂ ସାମଗ୍ରିକ ତଥା ଖୁଚୁରା ବଜାରରେ ଦେଖିବାକୁ ମିଳେ ।

ଏକଥା ବି ଅଜଣା ନୁହଁ ଯେ ମହିଳାମାନେ ବିଶେଷ ସଂଖ୍ୟାରେ ଏଠି ନିଯୁକ୍ତି ପାଇଥାନ୍ତି, ପୁରୁଷମାନଙ୍କ ଅପେକ୍ଷା ସେମାନଙ୍କର ଦୁଃସ୍ଥତା ବେଶି, ଲିଙ୍ଗଗତ ଭେଦଭାବ ସେମାନଙ୍କୁ ସାମ୍ନା କରିବାକୁ ପଡ଼ିଥାଏ ଏବଂ କର୍ମ କ୍ଷେତ୍ରରେ ସେମାନେ ବିଭିନ୍ନ ନିର୍ଯାତନା ପାଇଥାନ୍ତି ।

ଆମେ ଆଶା କରିବା କଥା ଯେ ନୀତି ନିର୍ଦ୍ଧାରକ ଏବଂ ଯେଉଁମାନେ ସରକାର ଚଳାଉଛନ୍ତି କେବଳ ଏହି ଶ୍ରମିକଶ୍ରେଣୀର ଅସୁରକ୍ଷିତ ସ୍ଥିତିକୁ ସୁଧାରିବାପାଇଁ ଉଦ୍ୟମ କରିବେ ଏବଂ ସେମାନେ ଏହା ମଧ୍ୟ ନିଶ୍ଚିତ କରାଇବେ ଯେ ଯେମିତି ଏହି ଶ୍ରମିକମାନେ ସୁରକ୍ଷିତ ଓ ନିୟମିତ ନିଯୁକ୍ତି କ୍ଷେତ୍ରରେ ସଂସ୍ଥାପିତ ହେବେ ।

ଏପରି କରିବାକୁ ହେଲେ ସେମାନଙ୍କର କାମ କରିବାର ଅବସ୍ଥା, ମଜୁରୀ ଓ ଉତମ ଭିତିଭୂମି ତଥା ଗମନାଗମନର ସୁବ୍ୟବସ୍ଥା ପାଇଁ କାନୁନୀ ବ୍ୟବସ୍ଥା ଆଣିବାକୁ ପଡ଼ିବ । ଏଥିସହିତ କ୍ଷୁଦ୍ର ଉଦ୍ୟୋଗୀ ଓ ବ୍ୟବସାୟୀମାନେ ସାମ୍ନା କରୁଥିବା ଜଟିଳ ନାଲିଫିତା ଓ ଦୁର୍ନୀତି ଭଳି ବଡ଼ ବଡ଼ ପ୍ରତିବନ୍ଧକ ଗୁଡ଼ିକୁ କେମିତି ମୁକାବିଲା କରାଯିବ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ।

ତଥାପି କେନ୍ଦ୍ରରେ ଥିବା ଜାତୀୟ ଗଣତାନ୍ତ୍ରିକ ଗଠବନ୍ଧନ(ଏନ୍.ଡ଼ି.ଏ) ସରକାର ଓ ରାଜସ୍ଥାନ, ମହାରାଷ୍ଟ୍ର ଭଳି ରାଜ୍ୟରେ ଚାଲିଥିବା ଭାରତୀୟ ଜନତା ପାର୍ଟିର ସରକାର ବାଡ଼ିଟିର ଭୂଲ୍ ପଟଟିକୁ ଧରିବସିଛନ୍ତି ।

ଏଠି ଉଲ୍ଲେଖ କରାଯାଇପାରେ ଏନ୍.ଡ଼ି.ଏ ସରକାରର ବିପୁଳ ପ୍ରଚାରିତ ବିମୁଦ୍ରୀକରଣ ଅଭିଯାନ ଅସୁକ୍ଷିତ କ୍ଷେତ୍ରରେ ସଂଖ୍ୟାଧିକ ଶ୍ରମିକମାନଙ୍କୁ ନିଷ୍ଠୁରଭାବେ ପ୍ରଭାବିତ କରିଛି । ସେମାନେ ନିଯୁକ୍ତି ହରାଇବା ସହ ସେମାନଙ୍କ ପରିବାର ଅକଥନୀୟ ଅଭାବ ଅନଟନ ଦେଇ ଗତି କରୁଛନ୍ତି ।

ନିକଟରେ ଉପସ୍ଥାପିତ ହୋଇଥିବା କେନ୍ଦ୍ରୀୟ ବଜେଟଟି କେବଳ ଯେ ସେମାନଙ୍କ ଯନ୍ତ୍ରଣା ଏବଂ ନୋଟବନ୍ଦୀ ଯୋଗୁଁ ବନ୍ଦ ହୋଇଥିବା ନିଯୁକ୍ତି କ୍ଷେତ୍ରର କଥାଟିକୁ ଅଣଦେଖା କରିଛି ତାହାନୁହଁ; ବରଂ ଅର୍ଥମନ୍ତ୍ରୀ ପ୍ରଚଳିତ ଶ୍ରମ ଆଇନରେ ସଂସ୍କାର ଆଣି ତାକୁ ଚାରୋଟି ପର୍ଯ୍ୟାୟଭୁକ୍ତ କରିବାପାଇଁ ଯଥା ମଜୁରୀ, ଶିଳ୍ପ ସମ୍ପର୍କ, ସାମାଜିକ ନିରାପତା ଏବଂ କଲ୍ୟାଣ ଇତ୍ୟାଦି ଚାରୋଟି କୋର୍ଡ଼ରେ ବିଭକ୍ତ କରିବାର ପ୍ରସ୍ତାବ ରଖିଛନ୍ତି ।

ଯଦିଓ ସଂଗଠିତ କ୍ଷେତ୍ରରେ ଶ୍ରମିକ ସଂଖ୍ୟା ଅତି କ୍ଷୁଦ୍ର; ଯେଉଁମାନେ ପ୍ରଚଳିତ ଶ୍ରମ ଆଇନର ହିତାଧିକାରୀ ବୋଲି ମନେକରାଯାଏ, ଶ୍ରମ ଆଇନର ଦୁର୍ବଳ ରୂପାୟନ ସତ୍ୱେ ସେମାନଙ୍କ ଯୋଗୁଁ ପୁଞ୍ଜିନିବେଶ ହୋଇପାରୁ ନାହିଁ ବୋଲି ଅଭିଯୋଗ ଆସିବା ବିଡ଼ମ୍ବନାର କଥା ।

ଶ୍ରମ ଆଇନକୁ ବାରମ୍ବାର ‘ପୁରୁଣାକାଳିଆ କୁହାଯାଉଛି । ଶିଳ୍ପ ସମ୍ପର୍କର କୋର୍ଡ଼ ସମ୍ପର୍କିତ ବିଲ୍ ୨୦୧୬ ଏବଂ ମଜୁରୀ ବିଲ୍ ୨୦୧୬ ଯଦି ଆଗତ ହୋଇଯାଏ ତେବେ ଏହି ପୁରୁଣାକାଳିଆ ଆଇନର ଯତ୍ନ ନିଆଯାଇପାରିବ ବୋଲି କୁହାଯାଇଛି ।

ଆନ୍ତର୍ଜାତୀୟ ଶ୍ରମ ସଂଗଠନର ବିବରଣୀ ମୁତାବକ ଅସୁରକ୍ଷିତ ନିଯୁକ୍ତି ସଂଖ୍ୟାଟି ଏସିଆ ତଥା ପ୍ରଶାନ୍ତ ମହାସାଗରୀୟ ଅଂଚଳଗୁଡ଼ିକରେ ବୃଦ୍ଧିପାଇବ ।

ଏହି ରିପୋର୍ଟରେ ଜଣାଶୁଣା ପ୍ରତିକାରର ବାଟଗୁଡ଼ିକ ଦେଖାଇ ଦିଆଯାଇଛି ଯଥା; ଢ଼ାଂଚାଗତ ପରିବର୍ତନ, ଗଣତାନ୍ତ୍ରିକ ପ୍ରକ୍ରିୟାରୁ ମିଳୁଥିବା ଲାଭଗୁଡ଼ିକୁ ଉପଲବ୍ଧ କରିବାପାଇଁ ଅଧିକ ଅସୁରକ୍ଷିତ ଗୋଷ୍ଠୀମାନଙ୍କ କ୍ଷେତ୍ରରେ ଶିକ୍ଷା ଓ ଦକ୍ଷତା ବୃଦ୍ଧିପାଇଁ ପୁଞ୍ଜି ବିନିଯୋଗ, କପଡ଼ା, ଚମଡ଼ା, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କରିବା କ୍ଷେତ୍ରରେ ପ୍ରୋତ୍ସାହନ ଦେବା ସହ ଭାରତର ଜଘନ୍ୟ ରତ୍ପାନୀ ଶୁଳ୍କ ଢ଼ାଂଚାଟି ପ୍ରତି ଧ୍ୟାନ ଦେବା ଇତ୍ୟାଦି ।

ଏହି ପରାମର୍ଶଗୁଡ଼ିକୁ ଯଦି ଭାରତ ସରକାର ଗ୍ରହଣ କରନ୍ତି ତେବେ ଭାରତରେ ଅସୁରକ୍ଷିତ ଶ୍ରମିକଶ୍ରେଣୀ ନିଯୁକ୍ତିର ସୁରକ୍ଷା ପାଇପାରିବା ସହ ବୃଦ୍ଧକାଳରେ ସମ୍ମାନର ସହ ବଂଚିପାରିବେ ।

FEBRUARY 11 ,2017 VOL L11 NO 6 EPW -1 ( Vulnerable Majority)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଅନ୍ତଃରାଷ୍ଟ୍ରୀୟ ଶ୍ରମ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ