• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସମଦୃଷ୍ଟି

ସାର୍ବଜନୀନ ମୌଳିକ ଆୟ ପ୍ରସ୍ତାବ

February 16, 2017 by ଓଡିଶା ଡଟ କମ Leave a Comment

ପ୍ରଚଳିତ ସମାଜ କଲ୍ୟାଣ ଯୋଜନା ଗୁଡ଼ିକରେ ବିଘଟନ କରି ଏକ ଦୁର୍ବ ଳ ସାର୍ବଜନୀନ ମୌଳିକ ଆୟର ପରିକଳ୍ପନା ସାଂଘାତିକ ପ୍ରମାଣିତ ହୋଇପାରେ ।

ଏମିତି ଏକ ଦୁନିଆର କଳ୍ପନା କରନ୍ତୁ ଯେଉଁଠି ରାଷ୍ଟ୍ର କୌଣସି ସର୍ତ ନରଖି ପ୍ରତ୍ୟେକଟି ବ୍ୟକ୍ତିକୁ ସର୍ବନିମ୍ନ ଜୀବନଧାରଣ ପାଇଁ ଆୟଟିଏ ପ୍ରଦାନ କରିବ ।

ଏଥିସହିତ ଯଦି ସାଧାରଣ ସେବାଗୁଡ଼ିକ ମିଶାଇ ଦିଆଯାଏ, ତେବେ ଜେନ ଡ଼୍ରେଜ୍ କହିବାଭଳି ସମ୍ମାନର ସହ ବଂଚିବାର ଅଧିକାରଟିକୁ ସୁନିଶ୍ଚିତ କରାଯାଇପାରିବ ।

୨୦୧୬-୧୭ ମସିହାର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟର ଏକ ଅଧ୍ୟୟନରେ ଯାହାର ଶିରୋନାମା ରଖାଯାଇଛି, ‘ସାର୍ବଜନୀନ ମୌଳିକ ଆୟ(ୟୁ.ବି.ଆଇ): ମହାତ୍ମାଙ୍କ ସହ ଓ ମଧ୍ୟରେ ଏକ କଥୋପକଥନ’ ଏଭଳି ଏକ ବୁଝାମଣାକୁ ନେଇ ଆରମ୍ଭ ହୋଇଛି ।

କିନ୍ତୁ ଦୁର୍ଭାଗ୍ୟର କଥା ଯେ ଆର୍ଥିକ ସତର୍କତା ଦିଗରେ ନିଜ ଉପରେ ପ୍ରତିବନ୍ଧକଟିଏ ଆଣି ପ୍ରସ୍ତାବିତ ୟୂବିଆଇଟି ନାଁ ‘ସାର୍ବଜନୀନ’ ହୋଇପାରିଛି ନାଁ ହୋଇଛି ‘ମୌଳିକ’, ବରଂ ଏହି ଯୋଜନାଟି ଯେଉଁ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମଗୁଡ଼ିକର ପୂର୍ଣ୍ଣଚ୍ଛେଦ ଟାଣିବାର ପରିକଳ୍ପନା କରିଛି ସେ ଭିତରେ ଅଛି ସାଧାରଣ ବଂଟନ ବ୍ୟବସ୍ଥା, ମହାତ୍ମାଗାନ୍ଧୀ ଗ୍ରାମ୍ୟ ନିଯୁକ୍ତି ପ୍ରତିଶୃତି ଯୋଜନା ଏବଂ ମଧ୍ୟାହ୍ନଭୋଜନ ଯୋଜନା ।

ନୂତନଭାବେ ପରିକଳ୍ପନା କରାଯାଇଥିବା ୟୂବିଆଇ ଯୋଜନାରେ ଜନସମୁଦାୟର ଗୋଟିଏ ଭାଗକୁ କ୍ଷତିପୂରଣ ମୂଳକ ଅର୍ଥ ବ୍ୟାଙ୍କ ହିସାବ ଖାତାକୁ ପଠାଇବାର ବ୍ୟବସ୍ଥା ହୋଇଛି ମାତ୍ର ।

ସେହି ଅର୍ଥରେ ମଧ୍ୟ କାଟଛାଟ କରାଯାଇପାରିବ ବା ଅର୍ଥର ବିକଳ୍ପ ହିସାବରେ ଖାଦ୍ୟ, ସର୍ବନିମ୍ନ ଦିବସର ମଜୁରୀଭିତିକ ନିଯୁକ୍ତି ଏବଂ ଅନ୍ୟାନ୍ୟ ସାମାଜିକ ନିରାପତାମୂଳକ କାମ ଯୋଗାଇ ଦିଆଯାଇପାରିବ ।

ଯଦିଓ ଏହି ଯୋଜନାର ପରିକଳ୍ପନା ଅତ୍ୟନ୍ତ ଅଯୌକ୍ତିକ; ତଥାପି ବଜେଟ ନିରପେକ୍ଷତା ପ୍ରତି ପ୍ରତିବଦ୍ଧ ରହିବାର ଇଚ୍ଛାପ୍ରକାଶ କରାଯାଇଛି ।

ମହାମାରୀ ଭଳି ଯେପରି ଏକ ଭୟଙ୍କର ଆର୍ଥିକ ବିଷମତା ସମଗ୍ର ଦେଶକୁ ଗ୍ରାସ କରିଛି; ବହୁତ ଭଲ ହୁଅନ୍ତା ଯଦି ଏଭଳି ଏକ ଯୋଜନା ପାଣ୍ଠି, ଧନୀଲୋକମାନଙ୍କ ଆୟରୁ ତଥା ସମ୍ପତି ଉପରେ ଟିକସ ଆଦାୟକରି ଯୋଗାଡ଼ କରାଯାଇପାରନ୍ତା ।

ସମାଜପାଇଁ କମ୍ ବାଞ୍ଛନୀୟ ଅର୍ଥନୈତିକ କାର୍ଯ୍ୟକ୍ରମଗୁଡ଼ିକରୁ ମଧ୍ୟ ଏଥିପାଇଁ ପରୋକ୍ଷ ଟିକସ ପକାଇ ଆଦାୟ କରାଯାଇପାରନ୍ତା । ବିଶ୍ୱର ଦେଶମାନଙ୍କ ଭିତରେ ଭାରତର ଜାତୀୟ ସାମଗ୍ରିକ ଉତ୍ପାଦନ କ୍ଷେତ୍ରରେ ଟିକସର ଯୋଗଦାନ ହାରଟି ନିମ୍ନତମ ସ୍ତରର ଏବଂ ସମ୍ପତି ଟିକସ ଓ କର୍ପୋରେଟ ଟିକସ କ୍ଷେତ୍ରରେ ଏହା ଅଧିକ ପ୍ରଯୁଜ୍ୟ ।

ସେଥିପାଇଁ ଏକଥା ଭାବି ହେଉନାହିଁ ଯେ ଆମ ନୀତି ନିର୍ଦ୍ଧାରକମାନେ ଅର୍ଥନୀତିକୁ ବ୍ୟାପକ କରାଇବାପାଇଁ କାହିଁକି ପ୍ରତକ୍ଷ୍ୟ କର ଉପରେ ଗୁରୁତ୍ୱ୍ୱ ଦେଉନାହାଁନ୍ତି ଯଦ୍ୱାରା କି ୟୂବିଆଇ ଭଳି ଯୋଜନାପାଇଁ ସେମାନେ ପାଣ୍ଠି ଯୋଗାଡ଼ କରିପାରନ୍ତେ ।

ଏହା ବଦଳରେ ଅର୍ଥନୈତିକ ସର୍ବେକ୍ଷଣରେ ଯେମିତି ଦେଖାଇ ଦିଆଯାଇଛି ଖର୍ଚ୍ଚକାଟ ଏବଂ ସାମାଜିକ କଲ୍ୟାଣକାରୀ ଯୋଜନା ତଥା ପ୍ରଶାସନିକ କଳର ଖର୍ଚ୍ଚଗୁଡ଼ିକୁ କାଟଛାଟ କରି ସାର୍ବଜନୀନ ମୌଳିକ ଆୟ ଯୋଜନା ପ୍ରସ୍ତୁତି କରାଯାଇଛି ।

ସେହି ଆଧାରରେ ଯୁକ୍ତି କରାଯାଇଛି ଯେ ଭାରତରେ ପ୍ରଚଳିତ ସାମାଜିକ ନିରାପତା ବ୍ୟବସ୍ଥାଟି ଅତି ପେଟୁଆ, ଦକ୍ଷତାବିହୀନ ଏବଂ ସମ୍ବଳର କୁବଂଟନ ଉପରେ ଆଧାରିତ ।

ସେଥିପାଇଁ ଏହି ବାସ୍ତବତାଗୁଡ଼ିକ ଆମକୁ ବାଧ୍ୟକରୁଛି ଯେମିତି ରାଷ୍ଟ୍ରର ଅର୍ଥ ଉଚିତଭାବେ ସାମାଜିକ କଲ୍ୟାଣ କ୍ଷେତ୍ରରେ ଖର୍ଚ୍ଚ କରାଯାଇପାରିବ ତାକୁ ଆମେ ଗୁରୁତ୍ୱର ସହ ଚିନ୍ତା କରିବା ।

ଏଥିରେ ୬ଟି କଲ୍ୟାଣମୂଳକ କାର୍ଯ୍ୟକ୍ରମରେ ସମ୍ବଳର ବ୍ୟାପକ କୁବଂଟନ ଉପରେ ଗୁରୁତ୍ୱ ଦିଆଯାଇଛି । ଦୁଇଟି ସରଳ ମାନଚିତ୍ର ମାଧ୍ୟମରେ ଚିତ୍ରିତ କରାଯାଇଛି ଯେ ଗରିବ ଲୋକମାନଙ୍କର ଅଧିକ ଉପସ୍ଥିତି ସତ୍ୱେ ଦେଶର ଗରିବ ଜିଲ୍ଲାମାନଙ୍କରେ ଖର୍ଚ୍ଚ କମ୍ ହୋଇଛି ।

ଅର୍ଥନୈତିକ ସର୍ବେକ୍ଷଣର ଲେଖକମାନେ ସାର୍ବକାଳୀନ ମୌଳିକ ଆୟ ଯୋଜନାକୁ ନେଇ ଦାବୀ କରନ୍ତି ଯେ ଏପ୍ରକାର ଅସନ୍ତୁଳନକୁ ଏହି ଯୋଜନାଟି ଦୂର କରିବ । କିନ୍ତୁ ଏଭଳି ଏକ ସୁଧାର ପ୍ରକ୍ରିୟା କେବଳ ଲକ୍ଷ୍ୟଭୁକ୍ତ ଉପଭୋକ୍ତାଙ୍କୁ ନଗଦ ଟଙ୍କା ଯୋଗାଇ ଦେବ କିନ୍ତୁ ସାର୍ବଜନୀନ ମୌଳିକ ଆୟ ଦେଇପାରିବ ନାହିଁ ।

ପୁନଶ୍ଚ ଏହି କଥାଟିକୁ ଅଣଦେଖା କରାଯାଇପାରିବ ନାହିଁ ଯେ ଏହିସବୁ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଗୁଡ଼ିକରେ ବଜାରର ଅନିଶ୍ଚିତତାକୁ ହିସାବରେ ରଖି ସୁରକ୍ଷା ପ୍ରବନ୍ଧ ଅନ୍ତର୍ଭୁକ୍ତ କରାଯାଇଥାଏ ।

ସାଧାରଣ ବଂଟନ ବ୍ୟବସ୍ଥା ଯୋଗୁଁ କୃଷିଜାତ ଦ୍ରବ୍ୟ ବଜାରରେ ରାଷ୍ଟ୍ରର ହସ୍ତକ୍ଷେପ ହେବା ଫଳରେ ଅନେକ ଦିନ ଧରି ମୂଲ୍ୟରେ ଅଧିକ ସ୍ଥିରତା ରହିଆସିଛି ଏବଂ କୃଷକମାନଙ୍କର ଆୟର ସୁରକ୍ଷା କମରେ ହେଲେବି ନିଶ୍ଚିତ ହୋଇପାରୁଛି ।

ସାଧାରଣ ଖାଦ୍ୟଶସ୍ୟ ସଂଗ୍ରହ ବ୍ୟବସ୍ଥା, ସର୍ବନିମ୍ନ ସହଯୋଗ ଦର ଭଳି ରାଜନୈତିକ ଗୁରୁତ୍ୱ ବହନ  କରୁଥିବା ପଦକ୍ଷେପଗୁଡ଼ିକ ରାଷ୍ଟ୍ରୀୟ ହସ୍ତକ୍ଷେପର ଗୋଟିଏ ଗୋଟିଏ ପ୍ରତିଫଳନ ।

ମଧ୍ୟାହ୍ନଭୋଜନ ଯୋଜନା ଯୋଗୁଁ ମଧ୍ୟାହ୍ନ ସମୟରେ ପିଲାମାନଙ୍କୁ ଯେଉଁ ଖାଦ୍ୟ ଯୋଗାଇ ଦିଆଯାଏ ସେଥିରେ ସେମାନଙ୍କର ଆବଶ୍ୟକ ହେଉଥିବା ପୃଷ୍ଟି ମିଳିବା ସାଙ୍ଗକୁ ବିଦ୍ୟାଳୟରେ ମଧ୍ୟ ଉପସ୍ଥାନ ବଢ଼ୁଛି ବୋଲି ଜଣାପଡ଼ୁଛି ।

ଏମ୍.ଜି.ଏନ୍.ଆର.ଜି.ଏ ଭଳି ଯୋଜନାରେ ଯେ କେବଳ ସର୍ବନିମ୍ନ ନିଯୁକ୍ତି ଦିବସର ପ୍ରତିଶୃତି ଦିଆଯାଇପାରୁଛି ତାହାନୁହେଁ ଏହାଦ୍ୱାରା ସ୍ଥାନୀୟସ୍ତରରେ ଯୋଜନା କରାଯାଇଥିବା ସର୍ବସାଧାରଣ ଭିତିଭୂମିର ପରିଚାଳନା ଦିଗରେ ସହଯୋଗ ତଥା ଶ୍ରମର ସାମୟିକ ନିଯୁକ୍ତି ଦିଗରେ ସୁରକ୍ଷା ଦିଆଯାଇପାରୁଛି ।

ଏଥିସହିତ ସ୍ଥାନୀୟ ଶ୍ରମ ବଜାରରେ ମଜୁରୀ ଦର ନିର୍ଦ୍ଧାରଣ ଦିଗରେ ମଧ୍ୟ ଶ୍ରମିକମାନଙ୍କୁ କିଛି ମୂଲଚାଲ କରିବାର କ୍ଷମତା ମିଳିପାରୁଛି । ଅବଶ୍ୟ ଅର୍ଥନୈତିକ ସର୍ବେକ୍ଷଣ ସତଟିଏ କହିପକାଇଛି ଯେ, ‘ସାଧାରଣ ବଂଟନ ବ୍ୟବସ୍ଥାକୁ ପ୍ରତ୍ୟାହାର କଲେ ଗରିବମାନେ ନିର୍ଭର କରୁଥିବା ଖାଦ୍ୟଶସ୍ୟର ବଜାର ଦର ବୃଦ୍ଧି ଘଟିବ ।

ସେହିଭଳି ଏମ୍ ଜି.ଏନ୍.ଆର୍.ଜି.ଏ ପର୍ଯ୍ୟାୟକ୍ରମେ ପ୍ରତ୍ୟାହୃତ ହେଲେ ଗ୍ରାମାଂଚଳର ସାମୟିକ ଶ୍ରମିକମାନଙ୍କ ମଜୁରୀ ମୂଲ୍ୟରେ ହ୍ରାସ ଘଟିବ’ । ଏତିକି କହିବା ସତ୍ୱେ ଏହିସବୁ ଯୋଜନା ବିରୁଦ୍ଧରେ ଅର୍ଥନୈତିକ ସର୍ବେକ୍ଷଣଟି ମତପ୍ରସ୍ତୁତ କରିପାରୁଛି ।

୨୦୦୪-୦୫ ଓ ୨୦୧୧-୧୨ ଭିତରେ ଭାରତୀୟ ଖାଦ୍ୟ ନିଗମରେ ମହଜୁଦ ଥିବା ଖାଦ୍ୟ ଉଠାଣ କ୍ଷେତ୍ରରେ ଶତକଡ଼ା ୭୧ଭାଗ ବୃଦ୍ଧି ଘଟିଥିଲା ଏବଂ ସାଧାରଣ ବଂଟନ ବ୍ୟବସ୍ଥାରେ ଘରପିଛା କ୍ରୟ ମଧ୍ୟ ଶତକଡ଼ା ୧୧୭ଭାଗ ବୃଦ୍ଧି ଘଟିଥିଲା ।

ଏହା ସୂଚାଇ ଦେଉଛି ଯେ ସାଧାରଣ ବଂଟନ ବ୍ୟବସ୍ଥାର ପହଂଚରେ ବୃଦ୍ଧିଘଟିଛି, ଯୋଗାଣରେ ଦକ୍ଷତା ବି ବଢ଼ିଛି ଏବଂ ସାଧାରଣ ବଂଟନ ବ୍ୟବସ୍ଥାରେ ବରବାଦ ହେଉଥିବା ପରିମାଣ ବି ଶତକଡ଼ା ୫୪ପ୍ରତିଶତରୁ ଖସିଆସି ଶତକଡ଼ା ୩୫ଭାଗରେ ପହଂଚିଛି ।

ଅର୍ଥନୈତିକ ସର୍ବେକ୍ଷଣ ୨୦୧୬ଯାଏ ମିଳିଥିବା ତଥ୍ୟକୁ ହିସାବକୁ ନେଇ ସୂଚାଇ ଦେଉଛି ଯେ ଏହି ବରବାଦର ପରିମାଣ ଶତକଡ଼ା ୨୦.୫ଭାଗରେ ଆସି ପହଂଚିଛି ।

ଏଥିରେ ଗତ ୫ବର୍ଷ ଭିତରେ ପ୍ରଯୁକ୍ତି ବିଦ୍ୟାର ଖାଦ୍ୟ ବିତରଣରେ ପ୍ରୟୋଗ ତଥା କାର୍ଯ୍ୟକ୍ରମର ପହଂଚକୁ ପରିବର୍ଦ୍ଧିତ କରାଯାଇଥିବା କଥାଟିକୁ ହିସାବକୁ ନନେଇ କୁହାଯାଇଛି । ଗ୍ରାମୀଣ ଶ୍ରମ ମଜୁରୀରେ ମୂଲ୍ୟବୃଦ୍ଧି ଘଟିଛି ଯାହା ଏମ୍.ଜି.ଏନ୍.ଆର.ଜି.ଏ ଯୋଗୁଁ ସମ୍ଭବ ହୋଇପାରିଛି ।

ଏକଥାକୁ ମଧ୍ୟ ଅସ୍ୱୀକାର କରାଯାଇ ପାରିବନାହିଁ ଯେ ନିକଟ ଅତୀତରେ ଏହି କାର୍ଯ୍ୟକ୍ରମ ଯୋଗୁଁ ବ୍ୟାପକ କୃଷି ସମ୍ବଳ ସୃଷ୍ଟି କରାଯାଇ ପାରିଛି । ଦକ୍ଷିଣଭାରତର ରାଜ୍ୟମାନଙ୍କ ଭଳି ଉତର ଭାରତର ରାଜ୍ୟମାନଙ୍କରେ ମଧ୍ୟ ସାମାଜିକ ନିରାପତାଜନିତ ସେବା ଓ ଜିନିଷଗୁଡ଼ିକ ରାଜନୈତିକ ପ୍ରାଧାନ୍ୟତା ପାଉଥିବା ଯୋଗୁଁ ଆଜି ଏହିସବୁ କାର୍ଯ୍ୟକ୍ରମଗୁଡ଼ିକର ଗୁରୁତ୍ୱ ବଢ଼ିଯାଇଛି ।

ପ୍ରକୃତପକ୍ଷେ ସ୍ୱଳ୍ପ କେତୋଟି ରାଜ୍ୟରେ ସାଧାରଣ ବଂଟନ ବ୍ୟବସ୍ଥାରେ ଓ ଏମ୍.ଜି.ଏନ୍.ଆର.ଜି.ଏ କାର୍ଯ୍ୟକ୍ରମରେ ଦୁର୍ନୀତି ଓ ବରବାଦି କମିଯାଇଛି ଯଦିଚ ଲକ୍ଷ୍ୟଭୁକ୍ତ ଜନସମୁଦାୟରେ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ପହଂଚିପାରିଛି ।

ଅନ୍ୟ ରାଜ୍ୟମାନଙ୍କରେ ଏହି ଉଦାହରଣଗୁଡ଼ିକର ଅନୁକରଣ ଦରକାର । ଯଦି ଆମେ କହିବା ଯେ, ‘ଗୋଟିଏ ସାର୍ବଜନୀନ ମୌଳିକ ଆୟକୁ ନେଇ ଗଭୀର ଆଲୋଚନା ପାଇଁ ଠିକଣା ସମୟ ପହଂଚିଯାଇଛି’ ଯାହାକି କଷ୍ଟଲବ୍ଧ ସାମାଜିକ କଲ୍ୟାଣ ପଦକ୍ଷେପଗୁଡ଼ିକୁ ବନ୍ଦ କରିଦେବ ତେବେ ଆମେ ଅତୀତର ଉପଲବ୍ଧି ବା ଅନୁଭୂତିରୁ ଶିଖିବାପାଇଁ ଚାହାଁନ୍ତି ନାହିଁ ଏହି କଥାଟିକୁ ଇଙ୍ଗିତ କରାଇବ ।

ଗତ ଦଶନ୍ଧିରେ ଦେଖାଯାଇଛି ଯେ ହିତାଧିକାରୀଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଦ୍ୱାରା, କାର୍ଯ୍ୟକ୍ରମ ଗୁଡ଼ିକରେ ଅଧିକ ସ୍ୱଚ୍ଛତା ଓ ଉତରଦାୟିତ୍ୱ୍ୱ ଆଣିବା ଦ୍ୱାରା, ଉପଯୋଗୀ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କୁ ସାମିଲ କରିବାଦ୍ୱାରା, କିଛିଟା ରାଜନୈତିକ ଇଚ୍ଛାଶକ୍ତି ସୃଷ୍ଟି କରିବାଯୋଗୁଁ ଓ ପ୍ରଶାସନକୁ ଆରମ୍ଭରୁ ହିଁ ସକ୍ରିୟ କରାଇବା ଦ୍ୱାରା ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକର ରୂପାୟନରେ ଉନ୍ନତି ଅଣାଯାଇପାରୁଛି ।

FEBRUARY 11,2017 VOL L11 NO 7 EPW -2 ( The ‘ Universal Basic Income’ proposal)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: କଲ୍ୟାଣମୂଳକ କାର୍ଯ୍ୟ'', ମୌଳିକ ଆୟ, ସାର୍ବଜନୀନ

ଅର୍ଥନୀତିର ସ୍ଥିତି

February 7, 2017 by ଓଡିଶା ଡଟ କମ 2 Comments

economy

ଭୟ ବା ଅନୁଗ୍ରହ ବିନା ଯଦି ସତ୍ୟର ଉପସ୍ଥାପନ କରାଯାଇଥାଏ, ଅର୍ଥନୈତିକ ସର୍ବେକ୍ଷଣ ୨୦୧୬-୧୭ ତା’ର ଏକ ବ୍ୟତିକ୍ରମ ।

ଆମ ବୁଝାମଣାରେ ଜଣେ ଉଦାରବାଦୀ ବୁଦ୍ଧିଜୀବୀ ଭୟ ବା ଅନୁଗ୍ରହ ବିନା ସତ୍ୟ କହିବା କଥା । ତାଙ୍କର ଅନେକ ଅନ୍ୟ ଭଲ ଗୁଣ ବି ଥାଇପାରେ ଯେମିତି କି ନିଜ ଚାରିପଟର ଦୁନିଆକୁ ପ୍ରଶ୍ନ କରିବା ବା ପରଖିବା ମାନସିକତା ନେଇ ଦେଖିବା ।

୨୦୧୭-୧୮ର କେନ୍ଦ୍ର ବଜେଟ ଉପସ୍ଥାପନର ଦିନଟିଏ ପୂର୍ବରୁ ଅର୍ଥାତ ଜାନୁଆରୀ ୩୧, ୨୦୧୭ଦିନ ସରକାରଙ୍କର ଯେଉଁ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ କରାଗଲା, ତାହା ଆମ ଅର୍ଥନୀତିଜ୍ଞ ଓ ଅର୍ଥନୈତିକ ଅମଲାତନ୍ତ୍ରର ଉଦାରବାଦୀ ମାନସିକତାକୁ ନେଇ ଗଭୀର ସନ୍ଦେହ ସୃଷ୍ଟି କରିଛି ।

ସେମାନଙ୍କ ପ୍ରତି ନ୍ୟାୟପୂର୍ଣ୍ଣ ହେବାକୁ ହେଲେ ଏକଥାଟିକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଏବେ ଦେଶରେ ରାଜନୈତିକ ଚିତ୍ରପଟଟି ଦକ୍ଷିଣ ପଟକୁ ଗୁରୁତର ଭାବେ ଢଳିଛି ଏବଂ ଦୁଇଟି ପ୍ରମୁଖ ଜାତୀୟ ରାଜନୈତିକ ଦଳ ବି.ଜେ.ପି. ଓ କଂଗ୍ରେସ ଉଦାର ପଥଠାରୁ ଅନେକ ଦୂରରେ । ସୁତରାଂ, ଅଧିକାଂଶ ସମୟରେ ଅମଲାତନ୍ତ୍ର ଉଦାର କହିଲେ କ’ଣ ବୁଝାଏ ନିଜେ ଭୁଲିଯାଆନ୍ତି ।

ଏ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ହେଉ ବା ବିଗତ ବର୍ଷମାନଙ୍କରେ ଆମେ ପଢ଼ିଥିବା ସର୍ବେକ୍ଷଣ ରିପୋର୍ଟ, ଏହାର ଲେଖକମାନେ ଅର୍ଥନୀତିର ସ୍ଥିତିକୁ ଦେଖିବା ବେଳେ ଧ୍ୟାନରେ ରଖିବା କଥା ଯେ ଗତବର୍ଷ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କ’ଣ ସବୁ ପ୍ରତିଶ୍ରୁତି ଦେଇଥିଲେ ।

ଗତବଷ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଦାବୀ କରିଥିଲେ ଯେ, ତାଙ୍କର ବଜେଟଟି ‘କୃଷକମାନଙ୍କ ହିତରେ’ ଏବଂ ‘ଗରିବମାନଙ୍କ ହିତରେ’ ଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମିତି ବି କହିଥିଲେ ଯେ, ୫ବର୍ଷ ଭିତରେ କୃଷକମାନଙ୍କର ଆୟକୁ ‘ଦ୍ୱିଗୁଣିତ’ କରିବା ତାଙ୍କର ଲକ୍ଷ୍ୟ (ଯେଉଁ କୃଷକମାନେ ତାଙ୍କୁ ସତରେ ବିଶ୍ୱାସକୁ ନେଇଥିବେ, ସେମାନେ ଭାବିଥିବେ ଯେ ସେ ମୁଦ୍ରାସ୍ଫୀତିକୁ ସଜାଡ଼ିବାଭଳି ବାସ୍ତବରେ କିଛି କରିବେ) ।

ସରକାରରେ ଥିବା ଉଦାରପନ୍ଥୀମାନେ ନିଶ୍ଚିତ ଭାବେ ଚିନ୍ତା କରିବା କଥା: କେନ୍ଦ୍ର ବଜେଟକୁ ନେଇ ଯେଭଳି ବଜାର ଦ୍ରବ୍ୟର ବିକ୍ରି କଲାଭଳି ପ୍ରସାର କରାଯାଉଛି ତାକୁ ପତ୍ୟେକ ଲୋକ ନାପସନ୍ଦ କରୁଛନ୍ତି ।

ଅର୍ଥନୀତିର ସ୍ଥିତିକୁ ନେଇ ସମୀକ୍ଷା କଲାବେଳେ ଜନଗଣଙ୍କୁ ଏହା କହିବା ଉଚିତ ହେଇନଥାନ୍ତା କି ଯେ ସରକାର ନିଜ ପାଇଁ ଯେଉଁ ପ୍ରାଥମିକତା ନିର୍ଦ୍ଧାରଣ କରିଥିଲେ ସେଥିରେ ସେ କେତେ ସଫଳ ବା କେତେ ବିଫଳ ହୋଇଛନ୍ତି? ନାଁ ଜେଟଲି ଓ ମୋଦୀ ଆମ କୃଷକମାନଙ୍କ ମଜା ଉଡ଼ାଇବାରେ ମାତିଛନ୍ତି?

ସେମାନେ ଭାବିଦେଇଥିଲେ ଯେ, ଫଳ ଓ ପନିପରିବା ଭଳି ଖାଦ୍ୟ ଦ୍ରବ୍ୟର ବଜାରଟି ବହୁରାଷ୍ଟ୍ରୀୟ ବ୍ୟବସାୟୀମାନଙ୍କ ପାଇଁ ଉନ୍ମୁକ୍ତ କରିଦେଇ ଛୋଟ ଛୋଟ ଫଳ ଓ ପନିପରିବା ଚାଷୀମାନଙ୍କ ପାଇଁ ଅପୂର୍ବ ଲାଭ ନେଇ ଆସିବେ ।

ସେମାନେ ଏକଥା ଭାବିପାରିଲେ ନାହିଁ ଯେ ଆମ ଜାତୀୟ ଉତ୍ପାଦନର କୃଷିକ୍ଷେତ୍ରରେ ଖର୍ଚ୍ଚ ଯେଭଳି ହ୍ରାସ ହେଇଚାଲିଛି ତାକୁ ବଦଳାଇ ଦେଇପାରିଲେ, ନିଜ ସରକାର ଦ୍ୱାରା କୃଷକମାନଙ୍କ ନିର୍ଦ୍ଧାରଣ କରାଯାଇଥିବା ଲକ୍ଷ୍ୟଗୁଡ଼ିକୁ ସେମାନେ ନିଜେ ହାସଲ କରିପାରିଥାନ୍ତେ ।

ସ୍ପଷ୍ଟଭାବେ କହିବାକୁ ଗଲେ ଏଥରର ଅର୍ଥନୈତିକ ସର୍ବେକ୍ଷଣ ଜଣେ ଉଦାର ଅର୍ଥନୀତିଜ୍ଞ ପାଇଁ କୌଣସି ସୁଯୋଗ ରଖିନାହିଁ ଯେମିତି କି ସେ ସାଧାରଣ ଅର୍ଥନୈତିକ ତଥ୍ୟଭିତିରେ ଅର୍ଥନୀତିର ସ୍ଥିତିକୁ ପରଖିବେ ଯାହା ସାଧାରଣତଃ ଏହି ଅର୍ଥନୈତିକ ସର୍ବେକ୍ଷଣରେ ଉପସ୍ଥାପନ କରାଯାଇଥାଏ ।

ଏହି ତଥ୍ୟଗୁଡ଼ିକ ବର୍ଷର ପଛଆଡ଼କୁ ଉପଲବ୍ôଧ ହେବ ବୋଲି ସରକାରଙ୍କର ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମନିୟଅନ୍ ନିଜ ମୁଖବନ୍ଧରେ ପାଠକମାନଙ୍କୁ ସୂଚନା ଦେଇଛନ୍ତି ।

କିନ୍ତୁ ଏପଟେ ଏହି ସର୍ବେକ୍ଷଣ ଏକ ‘ଜବରଦସ୍ତ ସାଧାରଣ ଅର୍ଥନୀତିକ ସ୍ଥିରତା’ ଏବର୍ଷ ଆଣିବ ବୋଲି ଦାବି କରାଯାଉଛି । ୨୦୧୬-୧୭ର ଆର୍ଥିକ ଅଭିବୃଦ୍ଧିର ଧାରା ୨୦୧୭-୧୮ରେ ଫେରିବ! ‘ବିମୁଦ୍ରୀକରଣ’ର ‘ଦୀର୍ଘମିଆଦି ଲାଭ’ଗୁଡ଼ିକ ପାଖାପାଖି ଦେଖାଗଲାଣି!  କେବଳ ଟିକସ ପ୍ରଶାସକମାନେ ହିଁ ‘ମାତ୍ରାଧିକ ଉତ୍ସାହୀ’ ନହେଲେ ହେଲା ।

ବିତୀୟ ନିଅଂଟିଆ ଲକ୍ଷ୍ୟଟିକୁ ‘ଏବର୍ଷ ଜାତୀୟ ଉତ୍ପାଦନର ଶତକଡ଼ା ୩.୫ ଭାଗରେ’ ସୀମିତ ରଖିବାପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଅର୍ଥନୈତିକ ସର୍ବେକ୍ଷଣରେ ପ୍ରଶଂସା କରାଯାଇଛି, ଯଦିଓ ‘ଅଭିବୃଦ୍ଧିର ଦୀର୍ଘସ୍ଥାୟୀ ଆଧାରଗୁଡ଼ିକ ପାଇଁ ଘରୋଇ ପୁଞ୍ଜି ବିନିଯୋଗ ଓ ରପ୍ତାନୀ ବୃଦ୍ଧି’ ଉପରେ ଏହି ସର୍ବେକ୍ଷଣରେ, ଆବେଗ ପ୍ରକାଶ କରାଯାଇଛି ।

‘ବିମୁଦ୍ରୀକରଣ’ ଦ୍ୱାରା ‘ଅସଲ ଜାତୀୟ ଉତ୍ପାଦନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ କ୍ଷେତ୍ରରେ ଯଦିଚ ପ୍ରଚଣ୍ଡ କ୍ଷତି ପହଂଚିଛି, ଏହା କେବଳ ସାମୟିକ ବୋଲି କୁହାଯାଉଛି ।’ ଶତକଡ଼ା ୭ଭାଗ ଜାତୀୟ ସାମଗ୍ରିକ ଉତ୍ପାଦନର ମୂଳ ଆକଳନ ତୁଳନାରେ ମାତ୍ର ୦.୨୫ରୁ ୦.୫ଶତକଡ଼ା ପଏଂଟରେ ହ୍ରାସଟିକୁ ସାମୟିକ ଓ ସାମାନ୍ୟ ବୋଲି କୁହାଯାଇଛି ।
ଅନ୍ତଃରାଷ୍ଟ୍ରୀୟ ମୁଦ୍ରାପାଣ୍ଠିର ଜାନୁଆରୀ ୨୦୧୭ରେ କରାଯାଇଥିବା ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିର ପୂର୍ବାନୁମାନ ଯାହା ଶତକଡ଼ା ୩.୪ରେ ସ୍ଥିର କରାଯାଇଛି, ତାହା ୨୦୧୬ ମସିହାର ଶତକଡ଼ା ୩.୧ରେ ସୀମିତ ଥିଲା । ଏହି କଥାଟିକୁ ଆଧାର କରି ୨୦୧୭-୧୮ ସର୍ବେକ୍ଷଣରେ ଅଭିବୃଦ୍ଧିର ପୂର୍ବାନୁମାନ କରାଯାଇଛି ।

ଏହା କୁହାଯାଇଛି ଯେ, ‘ବିଶ୍ୱ ସାମଗ୍ରିକ ଉତ୍ପାଦନକୁ ଭାରତୀୟ ରପ୍ତାନୀର ଅସଲ ଅଭିବୃଦ୍ଧିକୁ ନେଇ ଥିବା ନମନୀୟତାକୁ ଦେଖିଲେ ଆଗାମୀବର୍ଷ ରପ୍ତାନୀରେ ବଡ଼ ଧରଣର ତଥା ଶତକଡ଼ା ୧ପଏଂଟର ଉଚ୍ଚ ଅଭିବୃଦ୍ଧି ଆଶା କରାଯାଇପାରେ । ଘରୋଇ କ୍ଷେତ୍ରରେ ଖାଉଟି ଚାହିଦାଟି ବଢ଼ିପାରେ, ବିଶେଷ କରି ଗୃହ ଓ ଖାଉଟି ଦ୍ରବ୍ୟ କ୍ଷେତ୍ରରେ ।

ଘରୋଇ ପୁଞ୍ଜି ବିନିଯୋଗକୁ ନେଇ କୁହାଯାଇଛି ଯେ, ସନ୍ତୁଳିତ ଦ୍ୱୈତ ହିସାବ ଖାତା ସମସ୍ୟା (ଅର୍ଥଲଗାଣ ସଂସ୍ଥା ଓ ଉଧାର ନେଉଥିବା ବ୍ୟବସାୟୀମାନଙ୍କୁ ନେଇ) ଯୋଗୁଁ ୨୦୧୬-୧୭ରେ ଘରୋଇ ପୁଞ୍ଜି ବିନିଯୋଗ ଯେଉଁ ସ୍ତରରେ ଥିଲା, ସେଥିରୁ ଉଦ୍ଧାର ପାଇବାର ଆଶା କ୍ଷୀଣ ।

ତଥାପି ଅର୍ଥନୈତିକ ସର୍ବେକ୍ଷଣରେ ଆଶା କରାଯାଇଛି ଯେ, ‘୨୦୧୭-୧୮ରେ ଜାତୀୟ ସାମଗ୍ରିକ ଉତ୍ପାଦନର ଅସଲ ଅଭିବୃଦ୍ଧି ଶତକଡ଼ା ୬.୭୫ରୁ ୭.୫ଭିତରେ ରହିବ । ଜି.ଡ଼ି.ପି. ତୁଳନାରେ କମ୍ ଆୟ ଉପଲବ୍ôଧ ଏବଂ ଅଧିକ ଅର୍ଥ ଡିପୋଜିଟ୍ ହେବାର ଅନୁମାନ କରି କୁହାଯାଇଛି ସେ ୨୦୧୬-୧୭ ତୁଳନାରେ ୨୦୧୭-୧୮ରେ ଋଣ ଉପରେ ଓ ବ୍ୟାଙ୍କରେ ରଖିଥିବା ଅର୍ଥ ଉପରେ ସୁଧର ହାର କମ୍ ରହିବ ।

ଅତୀତରେ ଆମେ ଏହି ସ୍ତମ୍ଭଗୁଡ଼ିକରେ ଗୋଥେଙ୍କ ଉକ୍ତିଗୁଡ଼ିକୁ ପାଳନ କରିବା ପାଇଁ ଚେଷ୍ଟା କରିଛୁ । ‘ସମୟ ସମୟରେ ଜଣେ ପୁନରାବୃତି କରିବା ଦରକାର ସେ କେଉଁ କଥାଟିକୁ ବିଶ୍ୱାସ କରୁଛି । ସ୍ୱୀକାର କରିବା ଦରକାର କେଉଁ କଥାଟିରେ ସହମତ ଅଛି ଏବଂ କେଉଁ କଥାଟିକୁ ସେ ନାପସନ୍ଦ କରୁଛି ।’

ଦୁନିଆସାରା ମୁଖ୍ୟସ୍ରୋତର ଅର୍ଥନୀତି, ସେ’ଙ୍କ ନିୟମକୁ ପରିବର୍ତ୍ତନ କରି ପଛୁଆ ଗତିରେ ଚାଲିଛି, ଯେମିତିକି ଯୋଗାଣ ତା’ର ନିଜର ଚାହିଦା ସୃଷ୍ଟି କରେ ଏବଂ ଏତିକି କହି ପ୍ରାୟ ଏକ ଆଦର୍ଶବାଦ ଜନିତ କାମଟିଏ ସମାପାନ କରିଥାଏ ।

ଯେହେତୁ ଆମେ ଏହି ସ୍ତରରେ ଏଭଳି ଏକ ସାଧାରଣ ଅର୍ଥନୀତିକୁ ଅନେକ ବର୍ଷ ଧରି ସମାଲୋଚନା କରିଆସିଛୁ, ଆମେ ଆମ ନିଜ ସଙ୍ଗୀତକୁ ବାରମ୍ବାର ଗାନ କରିବା ପାଇଁ କ୍ଲାନ୍ତ ମନେ କରୁଛୁ ।  ବଡ଼ ଗଣମାଧ୍ୟମର ଦ୍ୱାରପାଳମାନେ ଏବଂ ଯେଉଁମାନେ ଉଚ୍ଚଶିକ୍ଷାରେ ଅଛନ୍ତି ଏକଥା ନିଶ୍ଚିତ କରିଥାନ୍ତି ଯେ କେବଳ ନବଉଦାରବାଦୀ ଅର୍ଥନୀତିଜ୍ଞମାନଙ୍କ ସ୍ୱରଟିକୁ ଶୁଣାଯାଉ ।

ଫଳତଃ ଏହି ନବଉଦାରବାଦୀମାନେ ବାଗ୍ମିତାର ସହ କହିଥାନ୍ତି ଯେ କେମିତି ସବୁ ଘଟିଚାଲିଛି, ଯଥା : ବୈଦେଶିକ ଋଣର ବୋଝରେ ବୃଦ୍ଧି, ଦେଶର ଋଣ ମାଗିବା ଯୋଗ୍ୟତାରେ ହ୍ରାସ, ନେଣଦେଣ ପାଇଁ ଉଦ୍ଦିଷ୍ଟ ଆର୍ଥିକ ସ୍ଥିତିରେ ଅସନ୍ତୁଳନ, ସୁଧ ହାରରେ ବୃଦ୍ଧି, ଘରୋଇ ପୁଞ୍ଜି ବିନିଯୋଗରେ ଶିଥିଳତା, ବିତୀୟ ନିଅଂଟିଆ ପରିସ୍ଥିତି ଏବଂ ସବୁ ପରିସ୍ଥିତିରେ ଋଣ ଛାଡ଼ ପାଇଁ ରାଷ୍ଟ୍ର ଅର୍ଥ ଯୋଗାଣ କରିବା ହେତୁ ମୁଦ୍ରାସ୍ଫୀତିଜନିତ ଚାପ ବୃଦ୍ଧି ଇତ୍ୟାଦି ।

ଏମିତିକି ଅର୍ଥନୀତିଜ୍ଞ କେନସ୍ଙ୍ ଙ୍କ   କିଛି ଉପଯୋଗୀ ବିଚାରକୁ ମଧ୍ୟ ପରିତ୍ୟାଗ କରାଯାଇଛି । ଉଦାହରଣ ସ୍ୱରୂପ, ଯେତେବେଳେ ଲାଭର ହାରକୁ ନେଇ ଆଗକୁ କ’ଣ ଆଶା କରାଯାଇପାରିବ ଆଶଙ୍କା ଭିତରେ ଅଛି, ସେହି କ୍ଷେତ୍ରରେ ଉଭୟେ ଋଣ ଦେବା ଓ ଋଣ ନେବା ଲୋକେ ପ୍ରମାଦ ଗଣନ୍ତି ଯେ, ଋଣ ପରିଶୋଧ କରାଯାଇନପାରିଲେ ସରକାର ଋଣ ଅର୍ଥକୁ ଉଦ୍ଧାର କରିବାପାଇଁ ଅର୍ଥ ଯୋଗାଇ ଦେବେ କି ନାହିଁ । ସର୍ବେକ୍ଷଣରେ ଏଇ କଥାଟିକୁ ଗୁରୁତ୍ୱ ଦିଆଯାଇ ନାହିଁ ।

ପୁନଶ୍ଚ ଯେତେବେଳେ ଦୀର୍ଘସ୍ଥାୟୀ ମୂଳ ସମ୍ପତିଗତ ସଂଶାଧନଗୁଡ଼ିକ ସହଜରେ ବିକ୍ରି ଉପଯୋଗୀ କରାଇ ଦିଆଯାଉଛି ପୁଞ୍ଜି ବିନିଯୋଗକାରୀ ମାନେ ବିଶେଷ ଭାବରେ କମ୍ ସମୟରେ ମିଳୁଥିବା ଲାଭ-କ୍ଷତିର ହିସାବକୁ ପ୍ରାଧାନ୍ୟ ଦେଉଛନ୍ତି ।

ଫଟ୍କା ବଜାରରେ ଟଙ୍କା ଲଗାଉଥିବା ଲୋକେ, ସାଧାରଣ ଜନତା କୌଣସି ଟେର ପାଇବା ପୂର୍ବରୁ ଚିରାଚରିତ ଢାଂଚାରେ ମୂଲ୍ୟାୟନ କରି ପୂର୍ବାନୁମାନ କରିଦିଅନ୍ତି ଓ ପ୍ରଚୁର ପରିମାଣର ଲାଭ ଅତି କମ୍ ସମୟ ଭିତରେ ପାଇଯାଆନ୍ତି ।  ଏଭଳି ବିପୁଳ ଲାଭର ସମ୍ଭାବନା ଆର୍ଥିକ ଲାଭ ପାଇବା କଥାଟିକୁ ଅସଲ ଅର୍ଥନୀତିର ବହୁ ଊଦ୍ଧ୍ୱର୍ରେ ରଖିଦିଏ ।

ବାସ୍ତବରେ ୧୯୯୦ ପରବର୍ତୀ କାଳରୁ ଇଂଲଣ୍ଡ-ଆମେରିକା ଢାଂଚାରେ ଆର୍ଥିକ କ୍ଷେତ୍ରରେ ଉଦାରୀକରଣ କରି, ଆର୍ଥିକ ଏବଂ କୋଠାବାଡ଼ି କ୍ଷେତ୍ରରେ ସମ୍ପତିର ବିଶେଷ ବୃଦ୍ଧିର ପୂର୍ବାନୁମାନକୁ ପ୍ରୋତ୍ସାହିତ କରି, ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ସମ୍ପତିଗତ ବିଷମତା ଥିବା ଦେଶମାନଙ୍କ ଭିତରେ ଆଗଧାଡ଼ିରେ ଅଛି, ଯେଉଁଠି ଜନସଂଖ୍ୟାର ଊଦ୍ଧ୍ୱର୍ରେ ଥିବା ମାତ୍ର କିଛି ଲୋକ ସମଗ୍ର ଘରୋଇ ସମ୍ପତିର ଶତକଡ଼ା ୭୦ଭାଗ ନିଜ ପାଖରେ ରଖିଛନ୍ତି ।

ଭାରତୀୟ ଅର୍ଥନୀତିର ସ୍ଥିତିକୁ ସରକାରୀ ଭାବେ ସମୀକ୍ଷା କଲାବେଳେ ଏହି କଥାଟିକୁ ଉଲ୍ଲେଖ କରିବାର ଆବଶ୍ୟକତାକୁ ଅର୍ଥନୈତିକ ସର୍ବେକ୍ଷଣ ଅନୁଭବ କରିନାହିଁ । ଏଠି ଆଉ ଏକ କଥାର ପ୍ରତିଫଳନ ଦେଖିବାକୁ ମିଳୁଛି ଯେ, ଭାରତର ଧନୀକ ଶ୍ରେଣୀ ଏ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଜୀବନରେ ନିଜର ପ୍ରଭୁତ୍ୱ ଜାହିର କରି ଗଣତନ୍ତ୍ରକୁ ଏକ ମୃତ ଲିପିରେ ରୂପାନ୍ତରିତ କରିଦେଇଛନ୍ତି ।

ହୁଏତ ଏଇଥିପାଇଁ ଉଦାରବାଦୀ ଅରବିନ୍ଦ ସୁବ୍ରମନିୟନ୍ଙ୍କୁ ଅର୍ଥନୈତିକ ସର୍ବେକ୍ଷଣର ୯ମ ଅଧ୍ୟାୟ ଲେଖିବା ପାଇଁ ଅଣାଯାଇଛି । ଅଧ୍ୟାୟର ନାମକରଣ ବି ସେପରି ବଳିଷ୍ଠ ଭାବନା ସୃଷ୍ଟି କଲାଭଳି ଭାଷାରେ ରଖାଯାଇଛି । ‘ସାର୍ବଜନୀନ ମୌଳିକ ଆୟ (ୟୁ.ବି.ଆଇ)- ‘ମହାତ୍ମାଙ୍କ ସହ ଓ ମଧ୍ୟରେ ଏକ କଥୋପକଥନ’ ।

ପ୍ରାରମ୍ଭରେ ସେ ଏକ ସତ ଏବଂ ସର୍ତବିହୀନ ସାର୍ବଜନୀନ ମୌଳିକ ଆୟ କଥା କହିଛନ୍ତି କିନ୍ତୁ ଶେଷରେ ଯାଇ ପହଂଚିଛନ୍ତି ବହୁତ କମ୍ ସାର୍ବଜନୀନ ତଥା ସର୍ତମୂଳକ ଆଂଶିକ ଆୟକୁ ସୁପାରିଶ କରି ଯାହାକି ପ୍ରଚଳିତ ଜନକଲ୍ୟାଣ କାର୍ଯ୍ୟକ୍ରମ ଗୁଡ଼ିକର ପାଣ୍ଠିଗୁଡ଼ିକୁ କାଟଛାଂଟ କରି ଯୋଗାଡ଼ କରାଯିବ ।

ଏକଥାଟି ୧୯୭୮ ପରବର୍ତୀ ଅବସ୍ଥାଟିକୁ ଆମକୁ ମନେ ପକାଇଦେଉଛି । ଯେତେବେଳେ ଚୀନ୍ ବିରାଟ ପାଦପକାଇ ପୁଞ୍ଜିବାଦ ଆଡ଼କୁ ଫେରିବା ଆରମ୍ଭକଲା, ସେତେବେଳେ କୃଷକମାନଙ୍କର ଆର୍ଥିକ ଆୟ ବିପୁଳ ପରିମାଣରେ ବଢ଼ିଗଲା ।

କିନ୍ତୁ ଏଠି ଆମେ ଆଉ ଗୋଟିଏ କଥାକୁ ଅଣଦେଖ କରିପାରିବା ନାହିଁ ଯେ, ଏହି କୃଷକମାନେ ସେମାନଙ୍କୁ ମିଳୁଥିବା ସାମୂହିକ ଖାଦ୍ୟ ଓ ସ୍ୱାସ୍ଥ୍ୟସେବାକୁ ହରାଇ ବସିଥିଲେ । ସେମିତି, ଶ୍ରୀ ସୁବ୍ରମନିୟଅନ୍୍ ପରାମର୍ଶ ଦେଉଥିବା ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ସିଧାସଳଖ ଯିବା କଥାଟିର ସେଭଳି କିଛି ମୂଲ୍ୟ ରହିବ ନାହିଁ ।

ଯେଉଁ ଟଙ୍କାଟି ଉପଭୋକ୍ତାଙ୍କ ଖାତାକୁ ଆସିବ, ସେତିକିରେ ଜୀବନ ଧାରଣର ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରାଯାଇ ପାରିବନି । ଅନ୍ୟପଟେ ଧନୀକ ଶ୍ରେଣୀର ସେମାନଙ୍କ ପ୍ରତି ସମବେଦନା ମଧ୍ୟ ରହିବ ନାହିଁ ।

ଏସବୁ ଫଳରେ ଏହି ପୈଠ କରାଯାଉଥିବା ଅର୍ଥର କ୍ରୟଶକ୍ତି କାଳକ୍ରମେ ହ୍ରାସ ପାଇବ । ଆମେ ସୁବ୍ରମନିୟଅନଙ୍କୁ  ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ ନକଲେ ବି ଯେଭଳି ଏମ୍.ଜି.ଏନ୍.ଆର୍.ଜି.ଏ. ଓ ସାଧାରଣ ବଂଟନ ବ୍ୟବସ୍ଥା ଭଳି ଜନହିତକର କାର୍ଯ୍ୟକ୍ରମରେ ଅର୍ଥ କାଟ୍ କରାଯାଉଛି, ତାକୁ ହିସାବକୁ ନେଲେ ଆଶାବାଦୀ ବି ହୋଇପାରୁ ନାହୁଁ ଯେ ସୁବ୍ରମନିୟଅଙ୍କର  ‘ପ୍ରତ୍ୟେକଟି ଆଖିରୁ ପ୍ରତିଟି ଲୁହ ଲିଭାଇ ଦେବା’ ପ୍ରସ୍ତାବଟି ସଫଳ ହେବ ।

ନିଶ୍ଚିତ ଭାବେ ପୁଞ୍ଜିବାଦୀ ଶ୍ରେଣୀ ଓ ସେମାନଙ୍କ ଚିନ୍ତକମାନେ ଚିକ୍ରାର କରିବା ଆରମ୍ଭ କରିଦେବେ ଯେ, ‘ସରକାର ବହୁତ ଖର୍ଚ୍ଚ କଲେ ଓ ପୁନଃ ବିତରଣ କରିଚାଲିଲେ’ ।

ଜନ୍ ଡ୍ରେଜ୍ ଯେଉଁ ମତ ଦେଇଛନ୍ତି ଯେ, ସାର୍ବଜନୀନ ମୌଳିକ ଆୟ ଲାଗୁ କରିବା ପାଇଁ ଯଦି ଓ ଯେବେ ସହମତ ହେବ, ତାକୁ ଏକ ବିକଳ୍ପ ହିସାବରେ ନଦେଖି ପ୍ରଚଳିତ ଢାଂଚାର ଏକ ସମ୍ପ୍ରସାରଣ ବା ସଂଶୋଧନ ହିସାବରେ ଦେଖିବା ପାଇଁ ନିଶ୍ଚିତ କରାଇବା ଉଚିତ ହେବ ।

FEBRUARY 4,2017     VOL L11  NO 5  EPW EDITORIAL-2

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଅର୍ଥ ନୀତି, ଭାରତ

ଦମ୍ ଅପେକ୍ଷା ପ୍ରଚାର ଅଧିକ, ବିମୁଦ୍ରୀକରଣର ଦୀର୍ଘ ଛାଇଟି ବଜେଟରେ ଦୃଶ୍ୟମାନ

February 7, 2017 by ଓଡିଶା ଡଟ କମ Leave a Comment

budget
ଏ ଭିତରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୪ର୍ଥ ଥର ପାଇଁ ୨୦୧୭-୧୮ ମସିହାରେ ବାର୍ଷିକ ବଜେଟ୍ଟି ଉପସ୍ଥାପନ କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫ବର୍ଷ କାର୍ଯ୍ୟକାଳ ସରିବା ପୂର୍ବରୁ ଆଉ ମାତ୍ର ଥରୁଟିଏ ଏଭଳି ବଜେଟ ଉପସ୍ଥାପନ ଦେଖିବାକୁ ପଡ଼ିବ ।

ଏଥରର ବଜେଟ୍ଟିକୁ ନେଇ ଯେମିତି ଗଣମାଧ୍ୟମ ଆଶାନୁରୂପକ ପ୍ରଶଂସାମୁଖର ହେଇଯାଇଛି । ସେମାନଙ୍କ ଭାଷାରେ ‘ମାତ୍ରାଧିକ ଲୋକପ୍ରିୟତା’ଠୁ ଦୂରରେ ରହି ‘ଆର୍ଥିକ ସତର୍କତା’କୁ ଏଥର ବଜେଟ୍ ରେ  ପ୍ରାଧାନ୍ୟ ଦିଆଯାଇଛି ।

ଆହୁରି କୁହାଯାଇଛି ଯେ ବଜେଟ୍ଟି ମୋଦୀ ଶାସନର ଲୋକାଭିମୁଖୀ ଚରିତ୍ରକୁ ପୁନଃ ପ୍ରତିଷ୍ଠିତ କରିଛି । କୃଷକମାନଙ୍କୁ ସୁବିଧା ଦେବା ସହ କଳାଧନର ଠୁଳୀକରଣକୁ ହ୍ରାସ କରିବା ଏବଂ ଟିକସର ଢାଂଚାଟିକୁ ଅଧିକ ‘ପ୍ରଗତିଶୀଳ’ କରିପାରିଛି ବୋଲି ମଧ୍ୟ କୁହାଯାଉଛି ।

ସମସ୍ତ ବଜେଟ୍ ଦସ୍ତାବିଜଗୁଡ଼ିକୁ ଯଦି ଭଲକରି ଦେଖାଯାଏ ତେବେ ଉପରୋକ୍ତ ଯେକୌଣସି ଦାବୀର ସତ୍ୟାସତ୍ୟ ନେଇ ଆଶଙ୍କା ଉପୁଜିବ ନିଶ୍ଚୟ । ବଜେଟ୍ଟିରେ ଦମ୍ କମ୍, ପ୍ରଚାର ଅଧିକ ଅଛି ।

ନଭେମ୍ବର ୮, ୨୦୧୬ଦିନ ଦେଶରେ ପ୍ରଚଳିତ ଥିବା ଶତକଡ଼ା ୮୬ଭାଗ ମୁଦ୍ରାକୁ ଅକସ୍ମାତ ଓ ଅପ୍ରତ୍ୟାଶିତ ଭାବେ ଅକାମୀ କରିଦେବାର ନିଷ୍ପତିଟିଏ ନେଇ ଯେଉଁ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି କରାଗଲା, ତାହା ସାଧାରଣ ଭାରତୀୟ ବିଶେଷ କରି ଗରିବ ଲୋକମାନଙ୍କୁ ଗଭୀର କଷ୍ଟ ଓ ଯନ୍ତ୍ରଣା ଦେଇଥିଲା ।

ଏଥରର ବଜେଟ୍ଟି ସେହି ଯନ୍ତ୍ରଣାକୁ ଉପଶମ କରିବା ପାଇଁ ଉପକ୍ରମଟିଏ କରିଛି । ଭାରତରେ ବଜେଟ୍ଟି ସରକାରଙ୍କର ହିସାବ ଖାତା ଉପରେ ଏକ ବୈଶିଷ୍ଟ୍ୟବିହୀନ ବକ୍ତବ୍ୟ ନୁହେଁ । ବଜେଟ ଗୁଡ଼ିକ ପ୍ରାୟତଃ ରାଜନୈତିକ ଘୋଷଣାନାମା ହୋଇଥାଏ ।

ନିର୍ବାଚନ ଦୃଷ୍ଟିକୋଣରୁ ଏହି ବଜେଟ୍ ଭାରତୀୟ ଜନତା ପାର୍ଟିକୁ ଆଗାମୀ ବିଧାନସଭା ନିର୍ବାଚନ ଗୁଡ଼ିକରେ, ମୁଖ୍ୟତଃ ସବୁଠାରୁ ଜନବହୁଳ ରାଜ୍ୟ ଉତରପ୍ରଦେଶ ନିର୍ବାଚନରେ କ୍ଷମତାଶୀନ ହେବା ପାଇଁ ସକ୍ଷମ କରାଇବ କି ନାହିଁ ତାହା ଆସନ୍ତା ମାର୍ଚ୍ଚ ୧୧ଦିନ ଜଣାପଡ଼ିବ ।

କିନ୍ତୁ ଅସୁବିଧାରେ ଥିବା ଲୋକଙ୍କର ଅବସ୍ଥାରେ ପରିବର୍ତନ ଆଣିବା, ବିଷମତା ହ୍ରାସ କରିବା, ନିଯୁକ୍ତି ସୃଷ୍ଟି କରିବା, ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଯେଉଁ ଆଦାୟ ହୋଇପାରୁନଥିବା ଋଣ ଦେଇଚାଲିଛନ୍ତି ତାକୁ ହ୍ରାସ କରିବା ଏବଂ ସାମାଜିକ କଲ୍ୟାଣ ଯୋଜନାଗୁଡ଼ିକର କାର୍ଯ୍ୟକାରିତାରେ ଉଲ୍ଲେଖନୀୟ ଉନ୍ନତି ଆଣିବା ଇତ୍ୟାଦି କ୍ଷେତ୍ରରେ ବଜେଟ୍ ସଫଳ ହେବାର ସମ୍ଭାବନା ଅତି କ୍ଷୀଣ ଦେଖାଯାଉଛି ।

ଯଦିଓ ‘ଜାତିର ପିତା’ଙ୍କର ନାମ ଜେଟଲିଙ୍କ ବଜେଟ୍ ଭାଷଣରେ ତୁହାକୁ ତୁହା ନିଆଯାଉଥିଲା, ତାଙ୍କ ନାମରେ ନାମିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଯୁକ୍ତି ଯୋଜନା ଆଇନ (ଏମ୍ନରେଗା) କ୍ଷେତ୍ରରେ ମାତ୍ର ଶତକଡ଼ା ୧ଭାଗ ଅର୍ଥ ଅଟକଳ ବୃଦ୍ଧି କରାଯାଇଛି – ତାକୁ ବି ‘ଏଯାବତ୍ ସବୁଠାରୁ ଅଧିକ’ ବୋଲି ଚିତ୍ରିତ କରାଯାଇଛି ।

ଯେମିତି ଜେଟଲି ନିଜେ ବକ୍ତବ୍ୟ ଉପସ୍ଥାପନ କ୍ରମରେ ଉଲ୍ଲେଖ କରିଥିଲେ, ଯଦି ଜଣେ ଚଳିତ ଆର୍ଥିକବର୍ଷରେ ଏମ୍.ଜି.ଏନ୍.ଆରଇ.ଜି.ଏ. ପାଇଁ କରାଯାଇଥିବା ସଂଶୋଧିତ ଅଟକଳ ସହ ୨୦୧୭-୧୮ରେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟୟ ଅଟକଳଟିକୁ ତୁଳନା କରେ ଏଇ କଥାଟି ସ୍ପଷ୍ଟ ହେବ ଯେ ମାତ୍ର ୫୦୦କୋଟି ଟଙ୍କାର ବୃଦ୍ଧି ଘଟିଛି । ଯାହା ୪୭,୫୦୦କୋଟି ଥିଲା ତାହା ଏବେ ୪୮,୦୦୦ କୋଟି ରଖାଯାଇଛି ।

ପୁଣି ଏହି କାର୍ଯ୍ୟକ୍ରମରେ ଅଧିକ ଦୀର୍ଘସ୍ଥାୟୀ ସମ୍ପତି ସୃଷ୍ଟି କରିବା ପାଇଁ ଅର୍ଥମନ୍ତ୍ରୀ ନିଜେ ବାରମ୍ବାର ଗୁରୁତ୍ୱ ଦେଇ ଆସିଥିବାବେଳେ ୧୦ଲକ୍ଷ ପୋଖରୀ ନିର୍ମାଣର ଯେଉଁ ପ୍ରାବଧାନ ରଖାଯାଇଛି ତାହା କେତେ ଦୀର୍ଘସ୍ଥାୟୀ ହେବ! ସେମିତି ୧୦ଲକ୍ଷ ‘ଖତ ପାଇଁ ଗାତ’ ତିଆରି କରିବା (ଦେଶର ପ୍ରତିଟି ଗାଁ ପିଛା ଗୋଟିଏ) କିଭଳି ଦୀର୍ଘସ୍ଥାୟୀ ସମ୍ପତି ସୃଷ୍ଟି କରିବ!

ଏହି କାର୍ଯ୍ୟକ୍ରମଗୁଡ଼ିକୁ ହିଁ ଏକଦା ମୋଦୀ ନିଜେ କଂଗ୍ରେସର ବିଫଳତାର ଜୀବନ୍ତ ସ୍ମାରକୀ ବୋଲି ବର୍ଣ୍ଣନା କରିଥିଲେ । ଏବେ ତାଙ୍କ ସରକାର ସେହି କାମଗୁଡ଼ିକର ପ୍ରଶଂସାରେ ବ୍ୟସ୍ତ । ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଲା ଯେ, ବିମୁଦ୍ରୀକରଣ ଯୋଗୁଁ ନିକଟରେ ସହରାଂଚଳରେ ରୋଜଗାର ହରାଇଥିବା ଲୋକମାନେ ଗ୍ରାମାଭିମୁଖୀ ହେବା ଯୋଗୁଁ ଗ୍ରାମାଂଚଳରେ ଏମଜିଏନ୍ଆର୍ଜିଏ କାମ ପାଇଁ ଚାହିଦାର ବୃଦ୍ଧି ଘଟିଛି ।

ଏକଦା ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା ଗ୍ରାମାଂଚଳରୁ ସହରାଭିମୁଖୀ ହେଉଥିବା ଦାଦନକୁ ରୋକିବା ପାଇଁ । ଏବେ ଠିକ୍ ତା’ର ବିପରୀତ ଘଟିଚାଲିଛି ।

ରାଜନୈତିକ ଦଳମାନଙ୍କର ଅନୁଦାନ ଗ୍ରହଣ ପ୍ରକ୍ରିୟା ଅଧିକ ସ୍ୱଚ୍ଛ କରିବା କଥାକୁ ନେଇ ଅନେକ ଆଲୋଚନା ହୋଇଆସିଛି । ଅର୍ଥମନ୍ତ୍ରୀ ଯାହା ପ୍ରସ୍ତାବ ରଖିଛନ୍ତି ତାହା ନିର୍ବାଚନ କମିଶନଙ୍କ ସୁପାରିଶ ଉପରେ ଆଧାରିତ ।

କୌଣସି ବେନାମୀ ବ୍ୟକ୍ତିଙ୍କଠାରୁ ପାଣ୍ଠି ଗ୍ରହଣ ପରିମାଣକୁ ସର୍ବାଧିକ ୨୦,୦୦୦ଟଙ୍କାରୁ ୨୦୦୦ ଟଙ୍କାକୁ କମେଇ ଦିଆଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟମକୁ ସଂଶୋଧନ କରି ନିର୍ବାଚନୀ ବଣ୍ଡ୍ ଜାରି କରିବା ଓ ରାଜନୈତିକ ଦଳମାନେ ନିର୍ଦ୍ଧାରିତ ସମୟ ଭିତରେ ଆୟର ହିସାବ ଦାଖଲ କରିବା ଇତ୍ୟାଦି ପରିବର୍ତନ ଆଣିବା ପାଇଁ ପ୍ରସ୍ତାବ ରଖାଯାଇଛି ।

ଏଇଥିପାଇଁ ଏହିସବୁ ପଦକ୍ଷେପଗୁଡ଼ିକ ଉପର ଠାଉରିଆ ଭଳି ଲାଗୁଛି ଏବଂ ନିର୍ବାଚନରେ କଳାଧନର ବ୍ୟବହାର ଉପରେ ଏହାର କୌଣସି ବଡ଼ ଧରଣର ପ୍ରଭାବ ପଡ଼ିବ ନାହିଁ । ପ୍ରଥମ ଓ ସର୍ବୋପରି କଥାଟି ହେଲା ଯେ, ରାଜନୈତିକ ଦଳମାନେ ଯେଉଁ ଆୟଟିକୁ ବିଧିବଦ୍ଧ ଭାବେ ଘୋଷଣା କରିଥାନ୍ତି ତାହା ସେମାନଙ୍କ ସାମଗ୍ରିକ ଆୟର ଗୋଟିଏ କ୍ଷୁଦ୍ର ଅଂଶ ମାତ୍ର ।

ହିସାବ ନଥିବା ବିପୁଳ ଆୟରୁ ହିଁ ସେମାନେ ନିର୍ବାଚନ ଖର୍ଚ୍ଚ କରିଥାନ୍ତି । ଦ୍ୱିତୀୟରେ, ଆସୋସିଏସନ୍ ଅଫ୍ ଡେମୋକ୍ରେଟିକ୍ ରାଇଟ୍ସ୍ ଯେମିତି ଟିପ୍ପଣୀ ଦେଇଛନ୍ତି, ରାଜନୈତିକ ଦଳମାନଙ୍କର ଆୟ-ବ୍ୟୟର ହିସାବ ଦେଖିବା ପାଇଁ କୌଣସି ସ୍ୱାଧୀନ ଭାବେ ନିଯୁକ୍ତ ଅଡ଼ିଟରର ପ୍ରସ୍ତାବ ନାହିଁ । ଅବମାନନା କଲେ ଦଣ୍ଡବିଧାନର ବି କିଛି ବ୍ୟବସ୍ଥା ନାହିଁ ।

ତୃତୀୟରେ, ଠିକଣା ସମୟରେ ଆୟର ହିସାବ ଦାଖଲ କରିବାକଥାକୁ ନେଇ ଏହି ଆସୋସିଏସନ୍ କହିଛି ଯେ, ୨୦୧୦-୧୧ ଓ ୨୦୧୪-୧୫ ଭିତରେ ହିସାବ ଦାଖଲରେ ଯେଉଁ ବିଳମ୍ବ ହେଇଥିଲା ତାହା ବି.ଜେ.ପି. କ୍ଷେତ୍ରରେ ୧୮୨ଦିନ ଥିଲାବେଳେ, କଂଗ୍ରେସ ଦଳ ୧୬୬ଦିନ ବିଳମ୍ବରେ ହିସାବ ଦାଖଲ କରିଥିଲେ ।

ଶେଷରେ, ବଜେଟ ଉପସ୍ଥାପନର ପରବର୍ତୀ ସମୟରେ ଗଣମାଧ୍ୟମ ସହ କଥାବାର୍ତା ବେଳେ ଅର୍ଥମନ୍ତ୍ରୀ ଜେଟଲି ଯେଉଁସବୁ କଥା କହିଛନ୍ତି, ଯେମିତି ନିର୍ବାଚନୀ ବଣ୍ଡ୍ କିଣୁଥିବା ଲୋକମାନଙ୍କର ନାମ ଗୋପନୀୟ ରଖିବାର ପ୍ରତିଶ୍ରୁତି, ଏସବୁ ଏଭଳି ଆଶା ସୃଷ୍ଟି କରିପାରୁ ନାହିଁ ଯେ ଭାରତରେ ରାଜନୈତିକ ଦଳମାନଙ୍କ ପାଣ୍ଠି ସଂଗ୍ରହ ପ୍ରକ୍ରିୟାଟି ତରବରିଆ ଭାବେ ସ୍ୱଚ୍ଛ କରାଯାଇପାରିବ ।

ରାଜସ୍ୱ ସଂଗ୍ରହ ବିଶେଷକରି ପରୋକ୍ଷ ଟିକସ ସଂଗ୍ରହ ଉପରେ ଯେଉଁ ଆକଳନ କରାଯାଇଛି ତାହା କେତେ ବାସ୍ତବବାଦୀ ଓ କେତେ ସଠିକ୍, ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବଜେଟ୍ ଉପସ୍ଥାପନାକୁ ଗୋଟିଏ ମାସ ଆଗକୁ ନେଇ ଆସିଥିବା ଅର୍ଥମନ୍ତ୍ରୀ ‘ସଂଶୋଧିତ ଆକଳନ’ ଓ ‘ବଜେଟ୍ ଆକଳନ’କୁ ନେଇ ଯେଉଁ ଅନୁମାନଭିତିକ ପରିସଂଖ୍ୟାନ ଉପସ୍ଥାପନ କରିଛନ୍ତି, ତାହା ଯଥେଷ୍ଟ ନୁହେଁ; ବିଶେଷକରି ଯଦି ଅତୀତରେ ଯାହା ଘଟିଛି ତାକୁ ହିସାବକୁ ନିଆଯାଏ ।

ଯଦିଓ ଏଥର ବଜେଟଟି ବିମୁଦ୍ରୀକରଣର କୁପ୍ରଭାବକୁ ନ୍ୟୁନ କରାଇଦେଇ ବି.ଜେ.ପି.ର ରାଜନୈତିକ ଉଦ୍ଦେଶ୍ୟ ସାଧନରେ ସହାୟକ ହୋଇପାରେ, ତେବେ ଏଠି ଆଉ ଗୋଟିଏ ଅସୁବିଧା ରହିଯାଇଛି ।

ସରକାର ଦାବୀ କରୁଛନ୍ତି ଯେ ଆଗାମୀ ଆର୍ଥିକ ବର୍ଷରେ ସମଗ୍ର ଦେଶଟି ‘ଦ୍ରବ୍ୟ ଓ ସେବା ଟିକସ’ ବ୍ୟବସ୍ଥା (ଜିଏସ୍ଟି) ଆଡ଼କୁ ଗତି କରିବ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନଙ୍କର ଅବକାରୀ ଶୁଳ୍କ ଓ ସେବା ସଂଗ୍ରହ କ୍ଷେତ୍ରରେ ଏହି ନୂଆ ଏବଂ ସମ୍ପୂର୍ଣ୍ଣ ଭିନ୍ନ ପରୋକ୍ଷ ଟିକସ ସଂଗ୍ରହ ବ୍ୟବସ୍ଥା ଆଡ଼କୁ ରୂପାନ୍ତରିତ ହେବା ପ୍ରକ୍ରିୟାଟି କିଭଳି ପ୍ରଭାବ ପକାଇବ ତାହାର ସ୍ପଷ୍ଟ ଚିତ୍ର କିଛି ଜଣାପଡ଼ୁନାହିଁ ।

ଅନିଶ୍ଚିତତାର ଅନ୍ୟ ଏକ ଉପାଦାନ ହେଉଛି ବିଶ୍ୱ ତୈଳଦରରେ ଆଶା କରାଯାଉଥିବା ବୃଦ୍ଧି ଯାହାକି ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବ ।

ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମନିୟନ୍ ସାବଧାନ କରିଦେଇଛନ୍ତି ଯେ, ୨୦୧୫-୧୬ରେ ତୈଳବୀଜର ଦରବୃଦ୍ଧି ଘଟିଲା ଭଳି, ଏବେ ମଧ୍ୟ କ୍ଷୀର, ଚିନି, ଆଳୁ ଏବଂ ପିଆଜର ଦର ବୃଦ୍ଧି ଘଟିପାରେ ।

ଅନ୍ୟ ପ୍ରକାରେ କହିବାକୁ ଗଲେ ଯାହା କୁହାଯାଉଛି ଯେ, ଖାଉଟି ମୂଲ୍ୟ ସୂଚକାଙ୍କ ୨୦୧୭-୧୮ର ଯେଉଁଭଳି ୪.୨୫%ରୁ ୫% ଭିତରେ ସୀମିତ ରହିବ ବୋଲି ଯେଉଁ ଆକଳନ କରାଯାଇଛି, ତାହା ଅବାସ୍ତବ – ଯଦିଓ ଉଚ୍ଚତର ମୁଦ୍ରାସ୍ଫୀତି ହାରଟି ଗରିବ ଲୋକମାନଙ୍କୁ ବ୍ୟାପକ ଭାବେ ପ୍ରଭାବିତ କଲେ ବି ସରକାରଙ୍କ ବିତୀୟ ନିଅଂଟିଆ ଲକ୍ଷ୍ୟଟିକୁ ହାସଲ କରିବାରେ ସହାୟକ ହେବ ।

ବିଶ୍ୱ ଅର୍ଥନୀତିରେ ଅନିଶ୍ଚିତତା ଏବଂ ପଶ୍ଚିମ ଦେଶମାନଙ୍କର ନିଜ ବାଣିଜ୍ୟକୁ ସୁରକ୍ଷା ଦେବାର ପ୍ରବଣତା ଭାରତ ପାଇଁ ଭଲ ପରିସ୍ଥିତି ସୃଷ୍ଟି କରିବ ନାହିଁ ।

ସୁବ୍ରମନିୟନ୍୍ ଆହୁରି ମଧ୍ୟ କହିଛନ୍ତି ଯେ, ପୁଞ୍ଜି ବିନିଯୋଗ ଏବଂ ରାଷ୍ଟ୍ରାୟତ ସଂସ୍ଥାମାନଙ୍କର କୌଶଳଭିତିକ ବିକ୍ରି ପାଇଁ (ଘରୋଇକରଣର ଅନ୍ୟ ନାମ) ରାଜନୈତିକ ସହମତି ହାସଲ କରିବା ସହଜ ହେବ ନାହିଁ ।

ତଥାପି, ବର୍ଷ ପରେ ବର୍ଷ ପୁଞ୍ଜି ବିନିଯୋଗ ଏବଂ ଘରୋଇକରଣ ଯୋଗୁଁ ମିଳିବାକୁ ଥିବା ଆୟର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେବା ସତ୍ୱେ, ସରକାର ଏଭଳି ଏକ ପ୍ରକ୍ରିୟାରୁ ଏକାବେଳକେ ଅଧିକ ଆୟ ବୃଦ୍ଧିର ଆଶା ରଖିଛନ୍ତି; ୨୦୧୬-୧୭ର ସଂଶୋଧିତ ଅଟକଳ ଠାରୁ ୬୦ ପ୍ରତିଶତ ବୃଦ୍ଧି ୨୦୧୭-୧୮ବଜେଟ୍ ଅଟକଳରେ ରଖାଯାଇଛି ।

ବ୍ୟକ୍ତିଗତ ଟିକସ ସଂଗ୍ରହ ଉଲ୍ଲେଖନୀୟ ରହିଥିବା ସତ୍ୱେ ସରକାର ପୁଣି ଶତକଡ଼ା ୨୫ଭାଗ ବୃଦ୍ଧି ବ୍ୟକ୍ତିଗତ ଆୟ କରରେ ଆଶା ରଖି ରାଜସ୍ୱ ବୃଦ୍ଧିରେ ଆଶା ରଖିଛନ୍ତି ।

ଆମଦେଶରେ ଆୟ କରଦାତାମାନେ, ଜେଟଲିଙ୍କ ନିଜ ଶବ୍ଦରେ, ‘ଟିକସ ପୈଠ ନକରିବା ପ୍ରବଣତା ଥିବା ଏକ ସମାଜ’ର ଆଖ୍ୟା ପାଇଥିବା ବେଳେ ଅଚାନକ, ‘ଭଲପିଲା ପାଲଟି’ ଯିବେ ନାଁ ‘ଇନ୍ସପେକ୍ଟର ରାଜ୍’ ଓ ‘ଟିକସ ଆତଙ୍କବାଦ’ (ବି.ଜେ.ପି, କ୍ଷମତାରେ ନଥିବାବେଳେ ଏହି ଶବ୍ଦ ପଂକ୍ତିର ବ୍ୟାପକ ବ୍ୟବହାର କରୁଥିଲା) ଫେରିଆସିବ, ତାହା ବର୍ତମାନ ପରିସ୍ଥିତିରେ ସ୍ପଷ୍ଟ ହେଉନାହିଁ ।

ତଥାପି, ଅର୍ଥମନ୍ତ୍ରୀ ଠିକ୍ କହୁଛନ୍ତି ଯେତେବେଳେ ସେ କହୁଛନ୍ତି ଯେ ବ୍ୟାପକ ଟିକସ ଫାଙ୍କିଯୋଗୁଁ ସାଧୁଲୋକମାନଙ୍କ ଉପରେ ଟିକସର ବୋଝ ଅଣଆନୁପାତିକ ଭାବେ ଅଧିକ ପଡ଼ିଯାଉଛି ।

ବଜେଟ ରେ  ଅନେକ ବିଭ୍ରାଟିଆ ଦିଗ ରହିଛି । ସେଂଟର ଫର୍ ବଜେଟ୍ ଆଣ୍ଡ୍ ଗଭର୍ଣ୍ଣନ୍ାସ୍ ଆକାଉଂଟିବିଲିଟି ନିଜ ବିଶ୍ଲେଷଣରେ ଦେଖାଇ ଦେଇଛନ୍ତି ଯେ, କେନ୍ଦ୍ରୀୟ କିଟସର ଆବଂଟନ ଭଣ୍ଡାରରୁ ରାଜ୍ୟମାନଙ୍କୁ ସେମାନଙ୍କ ଭାଗ ଅଧିକ ହେଲେ ବି ରାଜ୍ୟମାନଙ୍କୁ ଦିଆଯାଉଥିବା ସାମଗ୍ରିକ ସମ୍ବଳ କ୍ଷେତ୍ରରେ କିଛି ବୃଦ୍ଧି ହେଉନାହିଁ ।

ଏହା ଏକ ଚିନ୍ତାର କାରଣ, ଯେହେତୁ ରାଜ୍ୟମାନେ ସାମାଜିକ କଲ୍ୟାଣ ଯୋଜନାର ରୂପାୟନ କରିବା ପାଇଁ ଆଶା କରାଯାଏ । ଯେମିତିକି କେନ୍ଦ୍ର ଯେତେବେଳେ ସ୍ୱଚ୍ଛ ଭାରତ ସେସ୍ ଓ କୃଷି କଲ୍ୟାଣ ସେସ୍ ନାଁ’ରେ ଅଧିକ ଟିକସ ବା ଶୁଳ୍କ ସଂଗ୍ରହ କରେ ତାହା ରାଜ୍ୟମାନଙ୍କୁ ଦିଆଯାଇଥିବା କେନ୍ଦ୍ରୀୟ ଆବଂଟନ ଭଣ୍ଡାରକୁ ଆସେ ନାହିଁ ।

ଯେମିତି ଅନୁସୂଚିତ ଜନଜାତି, ଜାତି ଓ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ଅର୍ଥ ଉପଲବ୍ôଧରେ କୌଣସି ବୃଦ୍ଧି ହେଉନାହିଁ, ସେଭଳି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ କିଛି ହେଉନାହିଁ ।

ଯେଉଁଠି ପୁଞ୍ଜି ବିନିଯୋଗ କଥା ପଡ଼ିଛି, ସରକାର ହୁଏତ ଏକଥା ଧରିନେଇଛନ୍ତି ଯେ ଯେହେତୁ ସଙ୍ଗଠିତ କ୍ଷେତ୍ରରୁ ଘରୋଇ ପୁଞ୍ଜି ଆସିବ ନାହିଁ, ରାଜ୍ୟମାନଙ୍କୁ ଏହି ଅଭାବଟିକୁ ପୂରଣ କରିବାକୁ ପଡ଼ିବ ।

ବଜେଟ୍ ରେ  କୌଣସି ସ୍ଥାନରେ ଏକଥାଟିକୁ ସ୍ପଷ୍ଟ କୁହାଯାଇ ନାହିଁ ଯେ, ଅର୍ଥନୀତିରେ ଅଭିବୃଦ୍ଧିର ହାର କମି କମି ଚାଲିଛି ଏବଂ ଏହା ନିଶ୍ଚିତଭାବେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ସୁଯୋଗଗୁଡ଼ିକୁ ବ୍ୟାପକଭାବେ ପ୍ରଭାବିତ କରିବ ।

ସାରାଂଶରେ କହିବାକୁ ଗଲେ, ବଜେଟ୍କୁ ‘ଗରିବ ପ୍ରିୟ-ଧନୀ ବିରୋଧୀ’ ଆଖ୍ୟା ଦେଇ (ଯାହା ପ୍ରତିଥର ପ୍ରତିଟି ଅର୍ଥମନ୍ତ୍ରୀ ଅତୀତରେ କହି ଆସିଛନ୍ତି) ପ୍ରଚାର କଲେ ଓ ପ୍ରଭାବଶାଳୀ ଭାଷାର ପ୍ରୟୋଗ କଲେ ବି, ସେଥିରେ ଗୁରୁତ୍ୱ ଦେଲାଭଳି କଥା କିଛି ନାହିଁ ।

ବଜେଟି ବିଷମତା ଦୂର କରିବାର ସମ୍ଭାବନା କିଛି ନାହିଁ । ଦେଶର ଅବହେଳିତ ବର୍ଗର ଲୋକମାନଙ୍କର ଜୀବନରେ ଏହି ବଜେଟ କୌଣସି ବଡ଼ ଧରଣର ଭିନ୍ନତା ଆଣିପାରିବ ନାହିଁ ।

FEBRUARY 4,2017     VOL L 11  NO 5  EPW EDITORIAL-1

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଅର୍ଥନୀତି, ଭାରତ ସରକାର

  • « Go to Previous Page
  • Page 1
  • Interim pages omitted …
  • Page 3
  • Page 4
  • Page 5

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ