ସେଦିନ ୨୨ ମସିହା ସେପ୍ଟେମ୍ବର ୨ ତାରିଖ, ସକାଳ ୮ ଟା ଉତ୍କଳ ବିଶ୍ୱବିଦ୍ୟାଳୟର ଚିତ୍ତରଞ୍ଜନ ବାବୁ ମୋ ଫୋନ୍ ନମ୍ବର ନ ପାଇ ବାଣୀବିହାର ହାଇସ୍କୁଲର ସାର୍ ଚକ୍ରଧର ତ୍ରିପାଠୀଙ୍କୁ କହିଲେ କାନୁନ୍ଗୋ ସାର୍ଙ୍କୁ କହିଦେବେ ଅକ୍ଷୟ ବାବୁ ଚାଲିଗଲେ ।
ତାଙ୍କଠାରୁ ଏକଥା ଶୁଣି ମୁଁ ବିଶ୍ୱାସ କରିପାରିଲି ନାହିଁ । ଏକଥା ତାଙ୍କ ଧର୍ମପତ୍ନୀଙ୍କୁ ଫୋନ୍ କରିବାରୁ ସେ କହିଲେ ଆଜି ସକାଳ ୭ଟା ବେଳେ ଚାଲିଗଲେ ।
ଯଦିଓ ସ୍ନାୟୁଜନିତ ରୋଗରେ ଦୀର୍ଘ ୩୪ ମାସ ଧରି ପୀଡ଼ିତ ଥିଲେ, କଥାବାର୍ତ୍ତା ଓ ଭାବର ଆଦାନ ପ୍ରଦାନ ସବୁ ତାଙ୍କର ଠିକ୍ ଥିଲା । ଡ଼ାକ୍ତର କିନ୍ତୁ ସବୁବେଳେ କହୁଥିଲେ ତାଙ୍କର ରୋଗ କିଛି ନାହିଁ, ମୁଁ ତା’ ପୂର୍ବରୁ ସପରିବାର ତାଙ୍କ ଘରକୁ ଯାଇ ଦେଖି ଆସିଥିଲି, ସେ ଭଲ ଥିଲେ ଏବଂ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ମୋର ଦୃଢ ଆଶା ଓ ବିଶ୍ୱାସ ଥିଲା; ମାତ୍ର ବିଧାତାର ବିଧାନ ବଡ଼ ବିଚିତ୍ର ।
୮୩ ବର୍ଷ ବୟସରେ ତାଙ୍କୁ ଈଶ୍ୱର ଆମମାନଙ୍କ ଗହଣରୁ ନେଇଗଲେ ସେପାରିକି । ଏ କଳିଯୁଗରେ ଯାହାର ପୁଣ୍ୟା ଓ ଧର୍ମବଳ ଥାଏ, ସେ ୮୦ ବର୍ଷ ବୟସ ଟପି ଆଗକୁ ଯାଏ ।
କାରଣ କଳିଯୁଗର ପରମାୟୁ ସାଧାରଣତଃ ୧୦୦ ବର୍ଷ । ଶୃଙ୍ଖଳିତ ଜୀବନଶୈଳୀ, ନିୟମିତ ରୁଚିପୂର୍ଣ୍ଣ ଭୋଜନ ଏବଂ ପାରିପାଶ୍ୱିର୍କ ପରିବେଶ ମଣିଷକୁ ନୀରୋଗ ଓ ଦୀର୍ଘାୟୁ କରି ରଖେ । ଦୀର୍ଘ ୮୩ ବର୍ଷ ଧରି ଏ କଳିଯୁଗରେ ବଞ୍ଚିବା ମଧ୍ୟ ଇଶ୍ୱରଙ୍କ କୃପା ଓ ଆଶୀର୍ବାଦ ।
ଅକ୍ଷୟ ବାବୁ ଥିଲେ ଜଣେ ଧର୍ମନିଷ୍ଠ, ନିଃସ୍ୱାର୍ଥପର ପରୋପକାରୀ, ସ୍ନେହୀ, ବନ୍ଧୁବତ୍ସଳ ମଣିଷ ସେ କଟକ ସହର ଚୌଧୁରୀ ବଜାର ନନ୍ଦିସାହିରେ ୧୯୪୨ ମସିହା ଜାନୁୟାରୀ ୪ ତାରିଖରେ ପିତା ଓ ଦୁର୍ଗାଚରଣ ମାତା କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ । ବିଷ୍ଣୁପ୍ରିୟା ତାଙ୍କ ପରିବାର କଟକ ସହରର ଜଣେ ବିଖ୍ୟାତ ଆଭିଜାତ୍ୟସମ୍ପନ୍ନ ପରିବାର ବୋଲି ସମସ୍ତେ ଖାତିର କରନ୍ତି ।
ତାଙ୍କ ପରିବାର ଓଡ଼ିଶା ତଥା ଭାରତ ଓ ଭାରତ ବାହାରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଅକ୍ଷୟବାବୁ ମନସ୍ତତ୍ତ୍ୱ ବିଭାଗରେ ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କରି ଓଡ଼ିଶାର ଉଚ୍ଚଶିକ୍ଷା ମନସ୍ତତ୍ତ୍ୱ ବିଭାଗରେ ପ୍ରଥମେ ଅଧ୍ୟାପକ କାର୍ଯ୍ୟ କରିଥିଲେ । ତାପରେ ତାକୁଛାଡ଼ି ଓଡ଼ିଶା ରାଜ୍ୟ କର୍ମନିୟୋଜନ ସଂସ୍ଥା (Employment dept) ସଂସ୍ଥାରେ Vocational guidance ଭାବେ କାର୍ଯ୍ୟ କଲେ ।
ଏହି ସମୟ କାଳ ଭିତରେ ଧନ୍ଦାମୂଳକ ସ୍ୱତନ୍ତ୍ର ତାଲିମ ନେଇ କର୍ମ ନିଯୁକ୍ତି ପରିଚାଳନା କ୍ଷେତ୍ରରେ ଦିଲ୍ଲୀର କେନ୍ଦ୍ରୀୟ ଗବେଷଣା ଓ ତାଲିମ ସଂସ୍ଥାନରୁ ସେ ତାଲିମ ନେଲେ ।
ଏହା ବ୍ୟତୀତ ଓଡ଼ିଶାର ବିଭିନ୍ନ ଶିଳ୍ପତାଲିମ ଅନୁଷ୍ଠାନ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । କର୍ମ ନିଯୁକ୍ତି ଚୟନ ରେ ସଦଶ୍ୟ ରହି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ରେ ଚୟନ କମିଟି ପୂର୍ବକ ନିଯୁକ୍ତି ସୃଷ୍ଟି କରିପାରିଥିଲେ ।
ଏହି ଚାକିରୀକୁ ପରିତ୍ୟାଗ କରି ୧୯୭୩ ରେ ଭାରତ ସରକାରଙ୍କ ଦୂରଦର୍ଶନ କେନ୍ଦ୍ରରେ producer ଭାବେ ଯୋଗ ଦେଲେ । ଦୀର୍ଘ ୨୮ ବର୍ଷ ଧରି ଏହି ଦୂରଦର୍ଶନ ସଂସ୍ଥାରେ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।
ପ୍ରଥମେ ସେ S.I.T.E (Satelite Instructional Television Experiment Programme) ଓଡ଼ିଆ ଓ ହିନ୍ଦି ଭାଷାରେ ଗ୍ରାମୀଣ ଭାରତର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଥିଲେ ଦୀର୍ଘ ୧୭ ବର୍ଷଧରି ।
ଗୋଟିଏ ଭିଡ଼ିଓ ଓ ଦୁଇଟି ଅଡ଼ିଓ ମାଧ୍ୟମରେ ଦୂରଦର୍ଶନର Instructional Programme ଉପରେ ପରୀକ୍ଷା ନିରିକ୍ଷା କ୍ଷେତ୍ରରେ ସଫଳ ହୋଇଛନ୍ତି ଏତଦ୍ ବ୍ୟତୀତ ବିଭିନ୍ନ ସିରିଏଲ୍ ଓ କାର୍ଯ୍ୟକ୍ରମର ବିଷୟ ବସ୍ତୁ ବା କଥା ବସ୍ତୁ ଲେଖି ନିଦେ୍ର୍ଦଶନା ଦେଇ ନିଜସ୍ୱ କଳା କୌଶଳର ଦୂରଦର୍ଶନର ଦୈନିକ Transmission ରେ ନିଜର ଦକ୍ଷତା ଓ ନିପୁଣତା ପ୍ରଦର୍ଶିତ କରିଛନ୍ତି ।
ଏପରିକି ସଙ୍ଗୀତ, ନୃତ୍ୟ ଉପରେ ତିନି ମାସରେ ଜାତୀୟ ସ୍ତରରେ ଟେଲିକାଷ୍ଟ କରି ନିଜ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି । ଦୂରଦର୍ଶନର ନିୟନ୍ତ୍ରକ କାର୍ଯ୍ୟକ୍ରମ ବ୍ୟତୀତ ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯଥା – ଏକ ସୁ ମୁଲାକାତ, Great Masters ଆଦି ସିରିଜ ସିରିଏଲ୍ ନିର୍ମାଣ କରି ଓଡ଼ିଶାର ଜାତୀୟ ଆର୍ନ୍ତଜାତୀୟ ବିଖ୍ୟାତ ବ୍ୟକ୍ତିମାନଙ୍କୁ ଜାତୀୟ ନେଟ୍ୱାର୍କ ମାଧ୍ୟମରେ ସାମିଲ କରିପାରିଥିଲେ ।
ମସ୍କୋରେ ଅନୁଷ୍ଠିତ Festival of India କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ପ୍ରକୃତି ସମ୍ବନ୍ଧୀୟ ଦୃଶ୍ୟାବଳୀକୁ Live Telecast ମାଧ୍ୟମରେ ଦର୍ଶକ ମାନଙ୍କ ହୃଦୟକୁ ଜିଣି ପାରିଛନ୍ତି ।
ଏସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ଦକ୍ଷତା ଓ ପ୍ରତିଭାକୁ ଆଧାର କରି ସଫଳ ରୂପାୟନ ନିମନ୍ତେ ତାଙ୍କ ଦକ୍ଷତା ଓ ପ୍ରତିଭାକୁ ୧୯୯୦ ରେ ଦିଲ୍ଲୀ ଦୂରଦର୍ଶନର ମହା ନିଦେ୍ର୍ଦଶକ ତାଙ୍କୁ (Asst. Controler Programme), କାର୍ଯ୍ୟକ୍ରମ ସହକାରୀ ନିୟନ୍ତ୍ରକ ଭାବେ ନିଯୁକ୍ତି ଦେଲେ ।
ତା’ର କିଛି ବର୍ଷାପରେ ତାଙ୍କୁ ପୁଣିଥରେ Deputy Controler Programme ବା Executive Producer ଭାବେ ପଦୋନ୍ନତି ଦେଇ ସ୍ୱତନ୍ତ୍ର ପରିଚାଳନା ଦାୟିତ୍ୱ ଦେଲେ ।
ଏହିଭଳି ଭାବେ ଦୀର୍ଘ ୨୮ ବର୍ଷ ଧରି ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଓ ବିଭିନ୍ନ ସିରିଏଲ୍ ଗୁଡ଼ିକର ଦୃଶ୍ୟପଟର ସଫଳ ରୂପାୟନ କ୍ଷେତ୍ରରେ ତାଙ୍କର ଦକ୍ଷତା,ଅଭିଜ୍ଞତା ଓ ପାରଦର୍ଶିତାର ପରିଚୟ ଦେଇଛନ୍ତି ।
୨୦୦୨ ମସିହା ଜାନୁୟାରୀ ମାସରେ ସରକାରୀ ·କିରୀରୁ ଅବସର ନେଲେ । ପ୍ରଶାସନିକ ଦକ୍ଷତା ଏବଂ ବିକାଶର ସଫଳ ରୂପାୟନ କାର୍ଯ୍ୟ ଏହି ସମୟ କାଳ ମଧ୍ୟରେ ସଂଭବ ହୋଇଥିଲା ।
ଶୁଭାରମ୍ଭୀ କେନ୍ଦ୍ର ସମ୍ବଲପୁର, ବ୍ରହ୍ମପୁର ଦୂରଦର୍ଶନ କେନ୍ଦ୍ର, ରାୟପୁର ଦୂରଦର୍ଶନ କେନ୍ଦ୍ରର ଆଧୁନିକୀକରଣ ଓ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କର ଦକ୍ଷତା ଓ ଅଭିଜ୍ଞତା ବେଶ୍ ପ୍ରଶଂସନୀୟ ।
ପୁଣି ଜାମ୍ମୁ, କାଶ୍ମୀର ଶ୍ରୀନଗରର ଚାନେଲ ର କାର୍ଯ୍ୟକ୍ରମ ନକସାର Engrugation କରି ନିଜର ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି । ସରକାରଙ୍କ ଦୂରଦର୍ଶନରୁ ଅବସର ନେଇ ଭାରତର ପ୍ରସିଦ୍ଧ ଓ ବିଖ୍ୟାତ ସାଟାଲାଇଟ ଉଷାକିରଣ ଟେଲିଭିଜନ ବା ଇ.ଟି.ଭି ଚାନେଲ ରେ ହାଇଦ୍ରାବାଦ୍ସ୍ଥିତ ରାମୋଜୀ ଫିଲ୍ମସିଟି ରେ ବରିଷ୍ଠ ପରାମର୍ଶଦାତା ଭାବେ ଯୋଗଦେଇ ଚାନେଲର ବହୁ ଉନ୍ନତି ସାଧନ କରିଛନ୍ତି ।
ବିଶେଷକର ଇ.ଟି.ଭି ଓଡ଼ିଆ ଚାନେଲର ଆଧୁନୀକିକରଣ ଓ କାର୍ଯ୍ୟକ୍ରମ ର ସଫଳ ରୂପାୟନ ଦିଗରେ ତାଙ୍କର ଅବଦାନ ଏ ଜାତି କେବେ ଭୁଲିପାରିବ ନାହିଁ ।
୧୯୫୦ ରୁ ଆକାଶବାଣୀ କଟକ କେନ୍ଦ୍ରର ସ୍ୱୀକୃତିପ୍ରାପ୍ତ କାର୍ଯ୍ୟକ୍ରମ -ନାଟ୍ୟକାର ଏବଂ କାର୍ଯ୍ୟକ୍ରମ ନିଷ୍କାଦକ ଭାବେ ସଫଳତା ହାସଲ କରିଛନ୍ତି ।
ସେ ଏକାଧାରାରେ ଜଣେ ନାଟ୍ୟକାର, ଔପନ୍ୟାସିକ ଓ ଗାଳ୍ପିକ ଭାବରେ ଓଡ଼ିଶାର ପୁରପଲ୍ଲିରେ ସୁପରିଚିତ ।
ଆକାଶବାଣୀ, ଦୂରଦର୍ଶନରେ ପ୍ରସାରିତ ନାଟକ ଭିତରୁ ବନ୍ୟା, ଚୋରାବାଲି, ସ୍ୱାକ୍ଷର, ମାନସୀ ସନ୍ଧାନ, ବିଗତ ବୁଦ୍ଧ, ସ୍ୱପ୍ନକଣିକା, ଦ୍ୱିପହର ଧୂପ ଆଜି ଧାରାବାହିକ ଭାବେ ପ୍ରସାରିତ ହୋଇଛି ।
ସେହିଭଳି ଦୂରଦର୍ଶନରେ ସଞ୍ଜଦିଘଡ଼ି, ଧାରାବାହିକ ସକଳତୀର୍ଥ, ବେଗମ୍ ଭାଷଣ ଶିକ୍ଷା ଓ ଘର ଆଦି ପ୍ରସାରିତ ହୋଇ ଦର୍ଶକ ମାନଙ୍କର ମନ ଓ ହୃଦୟକୁ ଛୁଇଁ ପାରିଛି ।
ଅକ୍ଷୟ କୁମାର ମହାନ୍ତିଙ୍କ ରଚିତ ୧୦ ଟି ପୂର୍ଣ୍ଣାଙ୍ଗ ନାଟକ, ଗୋଟିଏ ଛୋଟ ନାଟକ ସଂକଳନ, ଗୋଟିଏ ବ୍ୟଙ୍ଗ ନାଟକ ଧାରାବାହିକ ଓ ୫ ଟି ରସସ୍ୟଧର୍ମୀ ଉପନ୍ୟାସ ଓ ୨ଟି କ୍ଷୁଦ୍ରଗଳ୍ପ ସଂକଳନ ମୌଳିକ ସୁଜନଶୀଳ ସାହିତ୍ୟ ପ୍ରତିଭାର ପରିଚୟ ଦିଏ ।
ଏହିଭଳି ଜଣେ ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କର ଅକାଳ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅପୂର୍ଣ୍ଣ ହୋଇ ରହିଗଲା । ସେ ଅପୂର୍ଣ୍ଣତା ହୁଏତ ଆଉ ପୂରଣ ତ ହେବ ନାହିଁ;
ବରଂ ତାଙ୍କର କୃତି ଓ କୀର୍ତ୍ତି ଓଡ଼ିଶାର ସମସ୍ତ ପାଠକ ଓ ଦର୍ଶକଙ୍କ ହୃଦୟରେ ଅଭୁଲା ଓ ସ୍ମରଣୀୟ ହୋଇ ରହିବ ।
ସେ ଥିଲେ ଜଣେ ଅଜାତଶତ୍ରୁ ମାର୍ଜିତ, ଭଦ୍ର, ସରଳ, ମିଷ୍ଟଭାଷୀ ଓ ଅମାୟିକ ବ୍ୟକ୍ତିତ୍ୱ ଅଗଣିତ ସୁହୃଦ ଛାତ୍ର ଗବେଷକ, ସହୋଦର ତଥା ସମଧର୍ମୀ ମାନଙ୍କର ସେ ଥିଲେ ସତରେ ଜଣେ ପ୍ରେରଣାର ଉତ୍ସ ।
ସେଥିଲେ ସମାଜ ସଂସ୍କାରକ, ନୀତି ନୈତିକତା ଆଧାରିତ ଜୀବନ ଗଠନର ସ୍ୱପ୍ନ ସେ ଦେଖୁଥିଲେ । ତାଙ୍କର ପ୍ରତିଟି ସୃଷ୍ଟିରେ ସେ ରେଡ଼ିଓ, ଦୂରଦର୍ଶନ ତଥା ସାହିତ୍ୟ ରଚନା କ୍ଷେତ୍ରରେ ତାଙ୍କ ଲେଖନୀ ସ୍ୱତନ୍ତ୍ର ବାସ୍ତବରେ ସେ ଥିଲେ ବାଗଦେବୀ ସରସ୍ୱତୀଙ୍କ ବରପୁତ୍ର ସେ ମରି ମଧ୍ୟ ଅମର । ତାଙ୍କ ନାମ ମଧ୍ୟ ଅକ୍ଷୟ – କୀର୍ତ୍ତି ମଧ୍ୟ ଅକ୍ଷୟ ।

ପ୍ରଫେସର ମହାନ୍ତି ନିଜ ବକ୍ତବ୍ୟରେ କହିଲେ ଯେ କୌଣସି ଭାଷାର ଅନୁବାଦ ସେଇ ଭାଷାର ଲେଖାକୁ ବିସ୍ତାର କରିବା ସହ ସେଇ ଭାଷାର ତଥା ଜାତିର ସଂସ୍କୃତିକୁ ବିଶ୍ବ ଦରବାରରେ ପହଞ୍ଚାଇ ଥାଏ।
ଏସିଡ ର ପ୍ରଭାବ ଏତେ ତୀବ୍ର ଥିଲା ଯେ ତାଙ୍କ ଶରୀରର ପ୍ରାୟ ଅଶୀ ପ୍ରତିଶତ ଅଂଶ ଜଳି ଯାଇଥିଲା । ଯାହାଫଳରେ ସେ ଦୃଷ୍ଟିଶକ୍ତି ହରାଇଥିଲେ । ତା ସହିତ ତାଙ୍କର ବାମପଟ କାନ ମଧ୍ୟ ଏସିଡ଼୍ ଦ୍ୱାରା ନଷ୍ଟ ହୋଇଯାଇଥିଲା ।
ଡ଼ାକ୍ତରମାନଙ୍କ ଅକ୍ଲାନ୍ତ ଚେଷ୍ଟା ଓ ଠାକୁରଙ୍କ ଅଶେଷ ଆର୍ଶୀବାଦ ଯୋଗୁଁ ସେ କୋମା ଅବସ୍ଥାରୁ ପେରି ଆସିବାରେ ସକ୍ଷମ ହୋଇଥିଲେ । ଯଦିଓ ତାଙ୍କ ହାତ ଗୋଡ଼ କିଛି କାମ କରୁ ନଥିଲା ସେ କଥା କହି ପାରୁଥିଲେ । ଏହାପରେ ୨୦୦୯ ମସିହାରେ ସେ ନିଜ ଗାଁକୁ ଫେରି ଆସିଥିଲେ ।



ମୃତ୍ୟୁ ସହ ଡାକ୍ତରଖାନାରେ ସଂଗ୍ରାମ କରୁଥିବାବେଳେ ପ୍ରମୋଦିନୀଙ୍କର ସରୋଜଙ୍କ ସହ ଦେଖା ହୋଇଥିଲା । ଦିନେ ସରୋଜ ତାଙ୍କର ଜଣେ ସେବିକା ବନ୍ଧୁଙ୍କୁ ଭେଟିବାକୁ ଉକ୍ତ ନର୍ସିଂହୋମ୍ କୁ ଆସିଥିଲେ ।
“ସିରୋଜ୍’ ଅର୍ଥ ହେଲା ( ସି+ ହିରୋଜ୍) ଅର୍ଥାତ୍ ଏସିଡ ପୀଡିତା ମାନେ ମଧ୍ୟ ହୀରୋ । “ସିରୋଜ’ ମାନେ ଏଠାରେ ପୁଅମାନେ କେବଳ ନୁହଁନ୍ତି ଝିଅମାନେ ମଧ୍ୟ ହିରୋ ।
ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖସ୍ଥ ହେଲିପ୍ୟାଡ଼ ନିକଟରୁ ୧୨୦୦ ଶତାବ୍ଦୀର ଲୋକଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ସାମଗ୍ରୀର ସନ୍ଧାନ ମିଳିଥିବା ଅନୁମାନ କରାଯାଇଛି।

ସ୍ଥାନୀୟ ରେଳବାଇ ପୁଲିସ ଡିଏସପି ଦେବେନ୍ଦ୍ର ଦାସ ଓଡିଶା ଡଟ କମକୁ କହିଛନ୍ତି ଘଟଣାରେ ସମୁଦାୟ ୪୮ ଜଣ ଗିରଫ ହୋଇଛନ୍ତି ଓ ଆହୁରି ୩୦-୪୦ ଜଣଙ୍କୁ ଖୋଜା ଚାଲିଛି । ଯେଉଁ ମାନଙ୍କ ବିରୁଦ୍ଧରେ ଆପାତତଃ ପ୍ରମାଣ ଅଛି ସେମାନଙ୍କୁ ହିଁ ଗିରଫ କରାଯାଇଛି ।
ଧ । ଗାଁର ଝୁନା ଛାଟୋଇଙ୍କ ଆଖିର ଲୁହ ସରୁନି । ତାଙ୍କୁ ଏମିତି ଏକ ଧକ୍କା ଲାଗିଛି ଯେ ସେ ଏଇ ରାଜ୍ୟରେ କିଛି ନ୍ୟାୟ ବିଚାର ଅଛି କି ବୋଲି ବାରମ୍ବାର ପ୍ରଶ୍ନ ପଚାରୁଥାନ୍ତି ।
ଡିଥିଲେ । ୧୮/୧୯ ବର୍ଷର ଦୁଇ ପୁଅ ସବୁଦିନ ଭୁବନେଶ୍ୱରରେ କାମ କରିବାକୁ ଯାନ୍ତି । ଫେରୁ ଫେରୁ ରାତି ୧୦ଟା । ତେଣୁ ସେମାନେ ନିଘୋଡ ନିଦରେ ଶୋଇ ପଡିଥିଲେ ।