• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଶେଷ ଖବର

ନ୍ୟାୟ ଅପେକ୍ଷାରେ ଅବସରପ୍ରାପ୍ତ ପ୍ରଧାନ ଶିିିିକ୍ଷକ

January 7, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ଆଖୁଆପଦା ରଣଜିତ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାମନ ଚରଣ ଜେନା ଦୀର୍ଘ ୩୬ ବର୍ଷ ପରେ ମଧ୍ୟ ନିଜର ପାଉଣା ନପାଇ ନ୍ୟାୟ ଅପେକ୍ଷାରେ ଚାହିଁ ବସିଛନ୍ତି ।

ଜେନା ଚାକିରୀ କରୁଥିବା ହରିପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ଯାଜପୁର-୧ ଶିକ୍ଷାଜିଲା ଅଧିନରେ ଥାଇ ସରକାରୀ ସାହାଯ୍ୟପ୍ରାପ୍ତ ଅନୁଷ୍ଠାନ ଭାବେ ଗତ ୧୯୯୧ ଏପ୍ରିଲ ୧ତାରିଖରୁ ସରକାରୀ ହୋଇଛି ।

ଶିକ୍ଷା ଆଇନ ୧୯୭୪ ଅନୁଯାୟୀ ଏହିପରି ବିଦ୍ୟାଳୟରେ କାର୍ଯ୍ୟରତ ଟ୍ରେଣ୍ଡ ଗ୍ରାଜୁଏଟ ପ୍ରଧାନ ଶିକ୍ଷକ ମାନଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କ ପରି ଦରମା ପ୍ରଦାନ ପାଇଁ ପ୍ରାବଧାନ ରଖାଯାଇ ଏହି ଆଇନକୁ ୧୯୭୫ ଅପ୍ରେଲ ୧ରୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଥିଲା ।

ଶେଷରେ ସରକାର ଏହି ଆଇନ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ଏହାକୁ ଆଇନ ଅନୁଯାୟୀ ୧୯୭୫ ଅପ୍ରେଲ ୧ ପରିବର୍ତେ ନିଦେ୍ର୍ଧଶନାମା ତାରିଖ ଠାରୁ ଲାଗୁ କରାଯିବାକୁ କୁହାଗଲା ।

ଏହି ତ୍ରୁଟିପୂର୍ଣ୍ଣ ନିଦେ୍ର୍ଧଶନାମାର ବୈଧତା ନେଇ ଜେନା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଏହାକୁ ୧୯୭୫ରୁ ଲାଗୁ କରିବା ପାଇଁ ପ୍ରାର୍ଥନା କରିଥିଲେ ।

ତେବେ ଉକ୍ତ ବିଦ୍ୟାଳୟ ସରକାରୀ ହୋଇଯିବା ପରେ ମାମଲା ଟ୍ରିବ୍ୟୁନାଲକୁ ସ୍ଥାନାନ୍ତର ହୋଇଗଲା । ମାତ୍ର ଉକ୍ତ ମକଦ୍ଧମାରେ ସଂଶୋଧନ ଆଣି ତାଙ୍କୁ ଯୋଗ୍ୟତା ଅନୁଯାୟୀ ୧୯୭୫ ହାରରେ ଦରମା ପ୍ରଦାନ କରିବାକୁ ଜେନା ଅଦାଲତରେ ପ୍ରାର୍ଥନା କରିଥିଲେ ।

ଏହାର ଶୁଣାଣି କରି ଅଦାଲତ ସଂଶୋଧିତ ଦାବିକୁ ଗ୍ରହଣ କରି ତାଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ । ୧୯୮୯ରେ ଜେନାଅବସରଗ୍ରହଣକରିବାପରେ ୧୯୯୨ ପେନ୍ସନ୍ ରୁଲକୁ ଉପେକ୍ଷା କରଯାଇ କୌଣସି କାରଣ ବିନା ତାଙ୍କୁ ସମସ୍ତ ଅବସରକାଳୀନ ସୁବିଧାରୁ ବଞ୍ଚିତତ କରାଗଲା ।

ଏହି ପ୍ରସଙ୍ଗରେ ସେ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ତାଙ୍କୁ ଅନ୍ତିମ ବେତନ ଭିତିରେ ବକେୟା ଦେୟ ପ୍ରଦାନ କରିବାକୁ ଆଦେଶ ହୋଇଥିଲା । କିନ୍ତୁ ପ୍ରୋଭିଜନାଲ ପେନ୍ସନ୍ ୩ବର୍ଷ ଓ ଫାଇନାଲ ପେନ୍ସନ୍ ୫ବର୍ଷ ପରେ ପ୍ରଦାନ କରାଗଲା ।

ଟ୍ରିବ୍ୟୁନାଲରେ ବିଚାରାଧିନ ମୂଳ ମକଦ୍ଧମାର ରାୟ ୧୬ବର୍ଷ ପରେ ଅର୍ଥାତ ୨୦୦୭ରେ ପ୍ରକାଶ ପାଇଥିଲା । ଯେଉଁ ରାୟରେ ଆବେଦନକାରୀ କରିଥିବା ସମସ୍ତ ଆବେଦନକୁ ଅଦାଲତ ଗ୍ରହଣ କରି ୩ମାସ ମଧ୍ୟରେ ସମସ୍ତ ଦେୟ ପ୍ରଦାନ କରିବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦେଇଥିଲେ ।

କର୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ଏହି ଆଦେଶକୁ ଗଡ଼ାଇ ଚାଲିବାରୁ ଜେନା ତାଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ଅଭିଯୋଗ ଆଣିଥିଲେ ।

ଇତିମଧ୍ୟରେ ବହୁବର୍ଷ ଅତିକ୍ରାନ୍ତ ହେଇଥିଲେ ମଧ୍ୟ ଅଦାଲତଙ୍କ ଆଦେଶ.ସଚିବଙ୍କ ନିଦେ୍ର୍ଧଶ ସବୁକିଛି ସରକାରୀ ବାବୁଙ୍କ ନାଲିଫିତା ତଳେ ପଡ଼ିରହିଛି ।

ଏଣୁ ଶିକ୍ଷା ବିଭାଗ ସଚିବ ଏହିଭଳି ନିଜର ହକ୍ ନପାଇ ମୃତ୍ୟୁକୁ ଅପେକ୍ଷା କରିଥିବା ଶିକ୍ଷକ ମାନଙ୍କ କ୍ଷେତ୍ରରେ ଉଦାର ମନୋଭାବ ପୋଷଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ବିଶେଷ ଖବର, ଭଦ୍ରକ, ଶିକ୍ଷା ଆଇନ

ବରଗଡ଼ ଧନୁଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କହିବା ଯଥାର୍ଥ କି?

December 30, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ଆଉ ଅଳ୍ପ ସମୟ ପରେ ବରଗଡରେ ଆରମ୍ଭ ହେବ ତଥା କଥିତ ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା । ତେବେ ପ୍ରକୃତରେ କ’ଣ ବରଗଡ଼ ଧନୁଯାତ୍ରା ବିଶ୍ୱ ପ୍ରସିଦ୍ଧର ମାନ୍ୟତା ପାଇବା ଉଚିତ୍ ?

ଆମେ କହୁଛୁ ଧନୁଯାତ୍ରା ବରଗଡ଼ ସହରର ୭କି.ମି. ବ୍ୟାପି ପରିଧି ମଧ୍ୟରେ ପାଳନ କରାଯାଉଛି । କିନ୍ତୁ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବିହାର ରାଜ୍ୟରେ ହେଉଥିବା ଧନୁଷ ମେଲା ପ୍ରାୟ ୨୦କି.ମି. ପରିଧି ମଧ୍ୟରେ ଆୟୋଜିତ ହୋଇଥାଏ ।

ବିଗତଦିନ ମାନଙ୍କରେ ବରଗଡ଼ର ସୁଯୋଗ୍ୟ ସନ୍ତାନମାନେ ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଏ ଯାତ୍ରାର ପରିକଳ୍ପନା କରିଥିଲେ ବର୍ତମାନ ତାହା ତିଳେମାତ୍ର ପରିଲକ୍ଷିତ ହେଉନାହିଁ । ଏହା ତାର ମୌଳିକତା ହରାଇବା ସହ ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇସାରିଛି ।

ଧନୁଯାତ୍ରାର ଅନ୍ୟତମ ବୈଶିଷ୍ଟତା ହେଉଛି ମଥୁରାଧିପତି ମହାରାଜ କଂସଙ୍କ ଅଖଣ୍ଡ କ୍ଷମତା ଓପ୍ରତ୍ୟେକ ନାଗରିକ ଓ ଦର୍ଶକ ଜଣେ ଜଣେ ମୁକ୍ତାକାଶ ରଙ୍ଗମଞ୍ଚର କଳାକାର ।

କୌଣସି ଅଭିନୟ ଦକ୍ଷତା ନଥାଇ ମଧ୍ୟ ବରଗଡ଼ର ପ୍ରତ୍ୟେକ ଅଧିବାସୀ ନିଜକୁ ଜଣେ ଯାତ୍ରାର ଅଂଶ ବିଶେଷ ବୋଲି ମନେ କରୁଥିଲେ । ମାତ୍ର ବର୍ତମାନ ଲୋକଙ୍କ ମଧ୍ୟରେ ସେ ଭାବନାତ୍ମକ ଅନୁଭବ ନାହିଁ । ଏହାର କାରଣ କ’ଣ ହୋଇପାରେ ତାହା ନିଶ୍ଚିତ ଭାବେ ଆମକୁ ଆତ୍ମସମୀକ୍ଷା କରିବାକୁ ହେବ ।

ସ୍ୱର୍ଗତ ଯୁଧିଷ୍ଠିତ ଶତପଥିଙ୍କ ସମୟରେ ଯେଉଁ ଅଭିନୟ ଚାତୁରୀ, ମୁଖଭଙ୍ଗୀ, ଉପସ୍ଥିତ ବୁଦ୍ଧି ଓ ସଂସ୍କୁତ ଶ୍ଳୋକ ସମ୍ଭାଷଣ ଦେଖିବାକୁ ମିଳୁଥିଲା ତାକୁ ଏବେ ବି ଲୋକେ ମନେ ରଖିଛନ୍ତି । କିନ୍ତୁ ଏବେ ମହାରାଜ କଂସ ଭୂମିକାରେ ଅବତୀର୍ଣ୍ଣ କଳାକାର ମାନଙ୍କୁ ନିର୍ଦ୍ଦେଶନା ଦେବାକୁ ପଡ଼ୁଛି ।

ସେ କେବଳ କମିଟି ସଭ୍ୟଙ୍କ ନିୟନ୍ତ୍ରଣରେ ରହି ସମସ୍ତ କଳା କୌଶଳ ପ୍ରଦର୍ଶନ କରୁଛନ୍ତି । ଗୋଟିଏ ଛୋଟିଆ ପରିକଳ୍ପନା ତଥା ଦୁବଘାସରୁ ମହାଦୃମରେ ପରିଣତ ହୋଇଥିବା ବରଗଡ଼ ଧନୁଯାତ୍ରାକୁ ବିଶ୍ୱ ପ୍ରସିଦ୍ଧ କରିବାରେ ପ୍ରିଣ୍ଟ ମିଡିଆ ଓ ବୋୖଦିତିକ ଗଣମାଧ୍ୟମର ଭୂମିକାକୁ ଅନସ୍ୱିକାର୍ଯ୍ୟ କରାଯାଇ ନପାରେ ।

ବର୍ତମାନ ସମଗ୍ର ପଶ୍ଚିମ ଓଡ଼ିଶାରେ ୩୦ରୁ ଉଦ୍ଧ୍ୱର୍ ସ୍ଥାନରେ ଧନୁଯାତ୍ରାର ସୁଆୟୋଜନ କରାଯାଉଛି । ତନ୍ମଧ୍ୟରୁ କେତେକ ଅଞ୍ଚଳରେ ବରଗଡ଼ ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ ସେଠାରେ ଶେଷ ହୋଇଯାଉଛି ।

ପୂର୍ବେ କେତେକ କଳାପ୍ରେମୀ ବ୍ୟକ୍ତିଙ୍କ ଅଦ୍ୟମ ଚେଷ୍ଟା ଯୋଗୁଁ ଧନୁଯାତ୍ରା ଆୟୋଜନ କରାଯାଉଥିବା ବେଳେ ଅର୍ଥାଭାବ ଯୋଗୁଁ ଏହାର ଉନ୍ନତିକରଣରେ ବାଧକ ସାଜିଥିଲା । ଏବେ ଆଉ ଅର୍ଥର ଅଭାବ ନାହିଁ ।

ଜିଲ୍ଲାପ୍ରଶାସନର ସ୍ୱତନ୍ତ୍ର ଧନୁଯାତ୍ରା ପାଣ୍ଠି ସମେତ ପୂର୍ବାଞ୍ଚଳ ସାଂସ୍କୃତିକ ପରିଷ, ମୀନାବଜାର ସ୍ଥାନ ଆବଣ୍ଟନରୁ ଆଦାୟ ଅର୍ଥରାଶି, ସାଧାରଣ ଜନତାଙ୍କ ଠାରୁ ୧୦ଟଙ୍କିଆ କୁପନ ଜରିଆରେ ସଂଗୃହିତ ଜରିମାନା ରାଶି, ଜିଲ୍ଲାର ବଡ଼ ବଡ଼ ଶିଳ୍ପପତି, ବ୍ୟବସାୟିକ ଅନୁଷ୍ଠାନ ଓ ବାନ୍ୟ ବ୍ୟକ୍ତିଙ୍କ ।ନ ଅର୍ଥରେ ଏବେ ଧନୁଯାତ୍ରା ଆୟୋଜନ କରାଯାଉଛି ।

ତେଣୁ ବରଗଡ଼ ଧନୁଯାତ୍ରାକୁ କେବଳ ‘ନାମ ବଡ଼ା, ଦର୍ଶନ ଥୋଡ଼ା’ ନକରି ପୂର୍ବାପେକ୍ଷା ତୁଳନାତ୍ମକ ଭାବେ ଆହୁରୀ ଆକର୍ଷଣୀୟ କରାଯିବା ଉଚିତ୍ । ଧନୁଯାତ୍ରାକୁ ଆହୁରି ଲୋକାଭିମୂଖି କରବାକୁ ହେଲେ ରାଜରବାର ଓ ରଙ୍ଗମହଲକୁ ପୌରାଣିକ କଳାଭାସ୍କର୍ଯ୍ୟ ଶୈଳୀରେ ଅଭିଜ୍ଞ କାରୀଗରଙ୍କ ଦ୍ୱାରାନିର୍ମାଣ କରାଯିବା ଉଚିତ୍ ।

ଯାତ୍ରାରମ୍ଭରେ ଏତେ ବର୍ଷ ପରେ ମଧ୍ୟ ସହର ମଧ୍ୟସ୍ଥ ତୋରଣ ଗୁଡ଼ିକ ଦୃଷ୍ଟି ଆକର୍ଷଣ କରିପାରୁନାହିଁ । ମହାରାଜ କଂସ ଯେଉଁ କୁବଳୟା ହସ୍ତୀ ପିଠିରେ ନଗର ଭ୍ରମଣରେ ବାହାରନ୍ତି ତାକୁ କାହିଁକି ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଉ ନାହିଁ ତାହା କେବଳ ଧନୁଯାତ୍ରା ମହୋତ୍ସବ ସମିତିକୁ ଜଣା ।

ସେହିପରି ଗରିବରୁ ଗରିବ ଲୋକଟିଏ ନିଜ ବିବାହ ବ୍ରତାିରେ ଆଖି ଖୋସିହେଲାଭଳି ବ୍ୟାଣ୍ଡ ପାର୍ଟି ନିୟୋଜିତ କରୁଥିବା ବେଳେ ଦୀର୍ଘ ଏଗାରଦିନ ବ୍ୟାପୀ ଚାଲୁଥିବା ଏହି ଯାତ୍ରାରେ ମହାରଜ କଂସଙ୍କ ଆଗେ ଯାଉଥିବା ବ୍ୟାଣ୍ଡ ପାର୍ଟିର ବାଦ୍ୟ ପରିବେଷଣ ଯେ ଅତ୍ୟନ୍ତ ଶୃତିକଟୁ ତାହା ମଧ୍ୟ ଆୟୋଜକ ଜାଣି ରଖିବା ଉଚିତ୍ ।

ଖଜୁରୀ ଗଛର କି ଗୁଣ ଗାଇବା ମୂଳରୁ ପାହାଚ ପାହାଚ! ଲକ୍ଷାଧିକ ଲୋକଙ୍କ ସମଗାମ ହେଉଥିବା ଏହି ଧନୁଯାତ୍ରାରେ ମହିଳାମାନଙ୍କ ନିମନ୍ତେ ସାମୟିକ ଅସ୍ଥାୟୀ ଶୌଚାଳୟ ଟିଏ ମଧ୍ୟ କରାନଯିବାପ୍ରଶାସନର ଦୁରଦୃଷ୍ଟିର ଅଭାବ ନୁହେଁ କି?

ଆଗରୁ ଗ୍ରାମାଂଚଳ ତଥା ଜିଲ୍ଲା ବାହାରୁ ବରଗଡ଼ ଧନୁଯାତ୍ରା ଦେଖିବା ପାଇଁ ଆସୁଥିବା ଯାତ୍ରୀମାନେ ରାତ୍ରୀ ୧୧ଟା ପର୍ଯ୍ୟନ୍ତ ଯାତ୍ରା ଖେିବା ପରେ ଯାତ୍ରା ସମୟରେ ହେଉଥିବା ନାଟକ, ଅପେରା, ସିନେମା ଆଦି ଦେଖି ରାତି ବିତାଉ ଥିଲେ ।

ଏବେ କିନ୍ତୁ ବରଗଡ଼ ଜିଲ୍ଲାରେ ନାଟକ ବା ଅପେରା ଲାଗି ଜିଲ୍ଲା ପ୍ରଶାସନ ଅନୁମତି ଦେଉ ନଥିବାରୁ ବରଗଡ଼କୁ ନିଜ ପିଲାଛୁଆ ଧରି ଯାତ୍ରା ଦେଖିବାକୁ ଆସିଥିବା ଲୋକେ ଅନିଚ୍ଛା ସତ୍ୱେ ପ୍ରବଳ ଶୀତରେ ମଧ୍ୟ ରାତିରେ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି ।

ଦିନକୁଦିନ ଯାତ୍ରା ସ୍ଥଳ ସଙ୍କୁଚିତ ହୋଇ ପଡ଼ୁଥିବା ଯୋଗୁଁ କୌଣସି ମୁହୁର୍ତରେ ମଧ୍ୟ ଯେ ବଡ଼ଧରଣର ଅଘଟଣ ନଘଟିବ ତାହା କିଏ କହିପାରିବ?

ସେହିପରି ଗୋପପୁରରେ ମଧ୍ୟ କାଳୀୟ ଳନ କାର୍ଯ୍ୟକ୍ରମ ହେଉଥିବା ଫକୀରାବନ୍ଧର ଆଡ଼ି ଏବଂ ପାହାଚ ଗୁଡ଼ିକ ଅତି ବିପ୍ଜନକ ଭାବେ ଅଛି । ଅଧିକ ଭିଡ଼ ଓ ଠେଲାପେଲା ଯୋଗୁଁ ସେଠାରେ ପ୍ରତିବର୍ଷ ବିଶୃଙ୍ଖଳା ସୃଷ୍ଟି ହେଉଥିବା ବେଳେ ନାବକେଳି ହେଉଥିବା ମନାବନ୍ଧ ଆଡ଼ି ମଧ୍ୟ କମ୍ ବିପ୍ଜନକ ନୁହେଁ ।

ଏହାର ଚତୁଃପାଶ୍ୱର୍ରେ ଆବର୍ଜନା ମଧ୍ୟ ଭରି ରହିଥାଏ । ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ ଆଜିବି ବହୁପୁରୁଣା ଏକ ମାଛଧରା ଡଙ୍ଗାରେ ବିପ ସଙ୍କୁଳ ସ୍ଥିତିରେ କେଳି କରୁଥିବା ପରିଲକ୍ଷିତ ହେଉଛି । ଧନୁଯାତ୍ରା ଆୟୋଜନ ଲାଗି ଅର୍ଥର ଅଭାବ କି ଅଭିଜ୍ଞ ବ୍ୟକ୍ତିଙ୍କ ଅଭାବ ନାହିଁ, କଳାକାରଙ୍କ ମଧ୍ୟ ଅଭାବ ନାହିଁ ।

ତେବେ ଏତେ ବର୍ଷ ପରେ ବି ବରଗଡ଼ ଧନୁଯାତ୍ରା ଆୟୋଜନରେ ଏତେ କାର୍ପଣ୍ୟତା କାହିଁକି? ଧନୁଯାତ୍ରା ମଂଚ ଏପରି ଏକ ମଂଚ, ଯେଉଁଠାରେ ଆୟୋଜକମାନେ ଚାହିଁଲେ ସମଗ୍ର ଜିଲ୍ଲାର କଳା, ନୃତ୍ୟ, ସାଂସ୍କୃତିକ ସଂଗଠନ ଓ ପ୍ରତିଭା ମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ନିଜ ପ୍ରତିଭା ପ୍ରର୍ଶନର ସୁଯୋଗ ଦିଆଯାଇପାରନ୍ତା ।

ମାତ୍ର ସେମାନେ ତାହା ନକରି ରାଜ୍ୟ ବାହାରର ନୃତ୍ୟ ତଥା ସାଂସ୍କୃତିକ ଳମାନଙ୍କୁ ଆଣି ବାହାବା ନେଉଛନ୍ତି । ଆଗରୁ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ ପରଠାରୁ ମାଇକ ଯୋଗେ ଗାଁ ଗାଁରେ ପ୍ରଚାର କରାଯାଇ ଏକ ଯାତ୍ରା ପରିବେଶ ସୃଷ୍ଟି କରାଯାଉଥିଲା ।

ସମୟାନୁକ୍ରମେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ତେବେ ଏବେ ବି ସମୟ ଅଛି ଧନୁଯାତ୍ରା ଆୟୋଜନର ମୁଖ୍ୟ ପୁରୋଧା ମାନେ ଚାହିଁଲେ ବରଗଡ଼ ଧନୁଯାତ୍ରାର ସୁନାମକୁ ଆହୁରି ଉଜ୍ଜ୍ୱଳ କରିବା ଦିଗରେ ପ୍ରଚେଷ୍ଟା କରନ୍ତୁ, ନ ହେଲେ ଯେଭଳି ଭାବରେ ଗାଁ ଗାଁରେ ଧନୁଯାତ୍ରା ସବୁ ଆୟୋଜନ ହେଲାଣି ବରଗଡ଼ ଧନୁଯାତ୍ରାକୁ ବିଶ୍ୱପ୍ରସିଦ୍ଧ କହିବା କେବଳ ଆତ୍ମ ପ୍ରବଂଚନା ହିଁ ହେବ ଏଥିରେ ଦ୍ଵିମତ ନାହିଁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ବିଶେଷ ଖବର Tagged With: ]^ê~ûZâû, aeMWÿ, ବିଶେଷ ଖବର

ତୃତୀୟ ସହର ଭାବେ କଳାହାଣ୍ଡି ଜିଲ୍ଲା ଧୂମମୁକ୍ତ ଘୋଷିତ

December 25, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ଭୁବନେଶ୍ୱର ଓ ଭଦ୍ରକ ପରେ କଳାହାଣ୍ଡି ଜିଲ୍ଲାକୁ ତୃତୀୟ ଧୂମମୁକ୍ତ ସହର ଭାବେ ଘୋଷଣା କରାଯାଇଛି ।

ଭାରତୀୟ ତମାଖୁ ନିରୋଧ ଆଇନ ଅନୁସାରେ ଗତ ୨୩ ତାରିଖରେ ଜିଲ୍ଲାପାଳ ଜିଲ୍ଲାକୁ ଧୂମମୁକ୍ତ ସହର ଘୋଷଣା କରିଛନ୍ତି ।

ହୃଦୟ ନାମକ ଅନୁଷ୍ଠାନ ପକ୍ଷରୁ ଓଡ଼ିଶା, ବିହାର, ହରିୟାଣା, କର୍ଣ୍ଣାଟକ ଏବଂ ଉତରାଖଣ୍ଡ ଆଦି
ପାଂଚଟି ରାଜ୍ୟରେ ତମାଖୁ ନିରୋଧ ଆଇନ କାର୍ଯ୍ୟକାରୀ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଛି ।

ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ହେଲ୍ଥ ସହ ମିଳିତ ଭାବରେ ଏହି ଅନୁଷ୍ଠାନ ରାଜ୍ୟର କଳାହାଣ୍ଡି, ଭଦ୍ରକ, ଗଜପତି, ଅନୁଗୁଳ ଏବଂ ନାୟଗଡ଼ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ତଥା ଧୂମମୁକ୍ତ କରିବା ପାଇଁ କାର୍ଯ୍ୟ କରୁଛି ।

ତମାଖୁ ନିରୋଧ ଆଇନର କାର୍ଯ୍ୟକାରିତା ଉପରେ ଭାରତୀୟ ଜନସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହି
ପାଂଚଟି ଜିଲ୍ଲାରେ ବିଭିନ୍ନ କର୍ମଶାଳା ଆୟୋଜନ କରାଯାଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକୁ ତାଲିମ ପ୍ରଦାନ କରାଯାଇଛି ।

ଗ୍ଲୋବାଲ ଆଡ଼ଲ୍ଟ ଟୋବାକୋ ସର୍ଭେ ଅନୁଯାୟୀ ଓଡ଼ିଶାର ୪୬ ପ୍ରତିଶତ ଲୋକ ଧୂମପାନ କରନ୍ତି । ପୂର୍ବରୁ କେବଳ ଭୁବନେଶ୍ୱରକୁ ଧୂମମୁକ୍ତ ଭାବେ ଘୋଷଣା କରାଯାଇଥିବା ବେଳେ ଗତ ନଭେମ୍ବରରେ ଭଦ୍ରକ ଜିଲ୍ଲାକୁ ଧୂମମୁକ୍ତ ଘୋଷଣା କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଓଡ଼ିଶାର, ବିଶେଷ ଖବର, ଭୁବନେଶ୍ୱର

ଧାମରା ବନ୍ଦର ଉ୍ଘାଟନ ନେଇ ସମାଲୋଚନା

December 18, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଡ଼ିସେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ସ୍ଥିତ ଏସିଆ ମହାଶେରଦ୍ୱିତୀୟ ଗଭୀରତମ ଧାମରା ବନ୍ଦର ରବିବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରାଉ୍ଘାଟିତ ହୋଇଥିବା ବେଳେ ଏନେଇ ବିରୋଧୀମାନେ ସମାଲୋଚନା କରିଛନ୍ତି ।

ଏହି ବନ୍ଦର ଦୀର୍ଘ ଦେଢ଼ ବର୍ଷ ତଳୁ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଲୋକଙ୍କୁ ଭୂଅାଁ ବୁଲାଇବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଏହାର ଉ୍ଘାଟନ କରିଛନ୍ତି ବୋଲି ଉଭୟ ଜିଲ୍ଲା ବିଜେପି ଓ କଂଗ୍ରେସ ପକ୍ଷରୁ କୁହାଯାଇଛି ।

ପଂଚାୟତ ନିର୍ବାଚନ ପୂର୍ବରୁ ଏହି ବନ୍ଦରର ଉ୍ଘାଟନ କରିବା ଅର୍ଥ ଜିଲ୍ଲାବାସୀଙ୍କୁ ଭୂଅାଁ ବୁଲାଇବା ବୋଲି କଂଗ୍ରେସ ଜିଲା ସଭାପତି ବଦ୍ରି ନାରାୟଣ ଧଳ ଏବଂ ଜିଲା ବିଜେପି ସଭାପତି ଅକ୍ଷୟ ସାହୁ ଏକ ପ୍ରେସ ବିବୃତିରେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଧାମରା ଠାରେ ଯେଉଁ ବନ୍ଦରକୁ ଉ୍ଘାଟନ କରିଛନ୍ତି ସେହି ଅଂଚଳ ସହ ଜିଲା ସର ମହକୁମାକୁ ଯିବା ଆସିବା ପାଇଁ ଥିବା ରାସ୍ତାର ଅବସ୍ଥା ସଂପର୍କରେ ସେ ଅବଗତ ଅଛନ୍ତି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ତେବେ ଏହି ବନ୍ଦର କାର୍ଯ୍ୟକ୍ଷମ ଦ୍ୱାରାଓଡ଼ିଶା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି ଏବଂ ପ୍ରତକ୍ଷ୍ୟ ପରୋକ୍ଷ ଭାବରେ ଯୁବକମାନେ ନିଯୁକ୍ତି ପାଇପାରିବେ ବୋଲି ଉ୍ଘାଟନ ଅବସରରେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

୧୯୯୮-୯୯ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହି ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାଶ କରିଥିଲେ । ସରକାରଙ୍କ ସହ ପ୍ରଥମେ ଇଂଟରନ୍ୟାନାଲ ସି-ପୋର୍ଟ ପ୍ରାଇଭେଟ ଲିମିଟେଡ ଏମଓୟୁ ସ୍ୱାକ୍ଷରିତ କରି ୨୦୦୪ରେ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପରେ ନିର୍ମାଣ କାର୍ଯ୍ୟରୁ ଆଇଏସ୍ପିଏଲ ଓହରି ଯିବା ପରେ ୨୦୦୭ରେ ଏଲଏଣ୍ଡଟି ଏବଂ ଟାଟାଷ୍ଟିଲ ୫୦ପ୍ରତିଶତ ଲେଖାଏଁ ଅର୍ଥ ବିନିଯୋଗ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର ପରେ ବନ୍ଦର ପ୍ରକଳ୍ପ ନିର୍ମାଣ କାର୍ଯ ଆରମ୍ଭ ହୋଇଥିଲା ।

ଭଦ୍ରକରୁ ଧାମରା ପର୍ଯନ୍ତ ୬୨କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଚଳିତବର୍ଷ ମଇ ମାସରେ ଏହା କାର୍ଯ୍ୟକ୍ଷମ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଧାମରା ବନ୍ଦର, ବିଶେଷ ଖବର, ଭଦ୍ରକ ଜିଲ୍ଲା

ପୂର୍ବତନ ଆଇଏଏସ୍ଙ୍କ ଘର ହେଲା ଚାଷୀ ତାଲିମ କେନ୍ଦ୍ର

December 14, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀଙ୍କ ବାଜ୍ୟାପ୍ତ ଘରେ ବୁଧବାର ନର୍ସରୀ ଏବଂ ଚାଷୀ ତାଲିମ କେନ୍ଦ୍ର ଖୋଲାଯାଇଛି ।

ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅବସରପ୍ରାପ୍ତ ଆଇଏଏସ୍ ରମେଶ ଚନ୍ଦ୍ର ବେହେରାଙ୍କ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକରେ ଥିବା ପ୍ରାୟ ୨.୬ ଏକର ଜମିକୁ ସରକାର ଦଖଲକୁ ନେଇଛନ୍ତି

ଏହି ଜମିରେ ଏକ କୋଠାଘର ଏବଂ ଫାର୍ମ ହାଉସ୍ ଥିଲା । ଏହି କୋଠା ଘରକୁ ଚାଷୀ ତାଲିମ କେନ୍ଦ୍ର ଓ ଫାର୍ମ ହାଉସ୍କୁ ଉଦ୍ୟାନ କୃଷି ନର୍ସରୀ ଭାବେ ବ୍ୟବହାର କରିବାକୁ ସରକାର ନିଷ୍ପତି ନେଇଛନ୍ତି ।

ଆଜି ଏଠାରେ ଚାଷୀ ଭାଇଭଉଣୀ ମାନଙ୍କ ପାଇଁ ଏକ ତାଲିମ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଓ ଏଥିରେ ପ୍ରାୟ ତିନି ଶହ ଚାଷୀ ଯୋଗ ଦେଇଥିଲେ ।

ପୂର୍ବରୁ ଗତ ମାସରେ ଭିଜିଲାନ୍ସ ଦ୍ୱାରାଦଣ୍ଡିତ ପୂର୍ବତନ ଆଇଏଏସ୍ ସଂଜୀବ ରାୟଙ୍କ ବାଜ୍ୟାପ୍ତ ଘରେ ସରକାରୀ ହୋମିଓପ୍ୟାଥି ଡ଼ିସ୍ପେନ୍ସାରୀ ଖୋଲାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଆଇଏଏସ୍, ନର୍ସରୀ, ବିଶେଷ ଖବର

କୁଜଙ୍ଗ ବାଣ ବିସ୍ଫୋରଣରେ ଅଭିଯୁକ୍ତ ଗିରଫ ନହେବାରୁ ଅସନ୍ତୋଷ

December 8, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର୮(ଓଡ଼ିଶା ଡ଼ଟ୍ କମ୍) କୁଜଙ୍ଗ ବାଣ ବିସ୍ଫୋରଣକୁ ୨୫ଦିନ ହୋଇଥିଲେ ମଧ୍ୟ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଘଟଣାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ପ୍ରତାପ ଜେନା,ସ୍ଥାନୀୟ ବିଧାୟକ ବିଷ୍ଣୁ ଦାସ ଓ
ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ସଂପୃକ୍ତ ଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ବଳରାମପୁର ଗ୍ରାମର ସୁଦାମ ବିଶ୍ୱାଳଙ୍କ ସମେତଦୁଇଜଣ ଏମାନଙ୍କ ବିରୁଦ୍ଧରେ ଥାନାରେ ଏତଲା
ଦାଏର କରିଛନ୍ତି । ତେବେ ପୋଲିସ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତେ ବାଣ ତିଆରି କାରଖାନର ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

ଏହି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଦାବି କରାଯାଇଛି । ବିଜେଡ଼ି ନେତା ଦାମୋର ରାଉତଙ୍କ ସମେତ ଜନ ସଂଗଠନ ଭଳି ବିଭିନ୍ନ ସଂଗଠନ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।

୧୨ତାରିଖରେ କୁଜଙ୍ଗ, ପାରାଦୀପ ଓ ବାଲିତୁଠ ଆଦି ଅଂଚଳରେ ବନ୍ଦ ଡ଼ାକରା ଦେବା ସହ ରେଳରୋକ ଓ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ପାଇଁ ଜନ ସଂଗଠନ ପକ୍ଷରୁ ଧମକ ଦିଆଯାଇଛି |

ତେବେ ଏତଲା ପରେ ପୋଲିସ ବିଜୁ ଶ୍ରମିକ ସଂଗଠନ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ
କରିଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ୍.ବେବ୍ରତ ସିଂ କହିଛନ୍ତି ।

ଗତ ନଭେମ୍ବର ୧୬ରେ ପାରାୀପ ଠାରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତଏକ ସମାବେଶ
ପାଇଁ ଶୋଭାଯାତ୍ରାରେ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠ ଜଣ ଆହତ ହୋଇଥିଲେ ।

ଆହତ ମାନଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଥିଲା
ଏବଂ ବର୍ତମାନ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇସାରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: କୁଜଙ୍ଗ ବାଣ, ବିଶେଷ ଖବର

ସ୍କୁଲରୁ ମିଳିବ ଜାତି, ଆୟ ଏବଂ ବାସସ୍ଥାନ ପ୍ରମାଣପତ୍ର

December 7, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ଏଣିକି ସ୍କୁଲ ଗୁଡ଼ିକରୁ ଜାତି, ଆୟ ଏବଂ ବାସସ୍ଥାନ ପ୍ରମାଣପତ୍ର ମିଳିବ ବୋଲି ବୁଧବାର ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ଏହାଦ୍ୱାରା ନବମ ଓ ଦଶମ ଶ୍ରେଣୀର ଦଶ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନୂଆ କାର୍ଯ୍ୟକ୍ରମକୁ ସ୍କୁଲ ସାର୍ଟିଫିକେଟ ଯୋଜନା ଭାବରେ ନାମିତ କରାଯାଇଛି ।

ଯୋଜନା ଅନୁଯାୟୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ବିଦ୍ୟାଳୟ ପରିସରରେ ବିଭିନ୍ନ ସରକାରୀ ସାର୍ଟିଫିକେଟ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ସରକାରୀ ଓ ବ୍ଲକଗ୍ରାଂଟ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟକୁ ସାମିଲ କରାଯାଇଛି ।

ତହସିଲଦାର କିମ୍ବା ରାଜସ୍ୱ ବିଭାଗ ଅଧିକାରୀମାନେ ଉଚ୍ଚ ବିଦ୍ୟାଳୟ ମାନଙ୍କରେ କ୍ୟାମ୍ପକରି ବିଦ୍ୟାଳୟ ପ୍ରଧାନଶିକ୍ଷକ, ପରିଚାଳନା କମିଟି ତଥା ସ୍ଥାନୀୟ ପଂଚାୟତିରାଜ ପ୍ରତିନିଧିଙ୍କ ସହାୟତାରେ ସାର୍ଟିଫିକେଟ ଦେବାର ବ୍ୟବସ୍ଥା କରାଯିବ ।

ଏହି ପ୍ରମାଣପତ୍ର ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି କୋର୍ଟ ଫି ଦେବାକୁ ପଡ଼ିବ ନାହିଁ ଏବଂ ଏହା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ଦ୍ୱାରାଗ୍ରହଣ କରିବା ବାଧ୍ୟତାମୂଳକ ହେବ ବୋଲି ନିଷ୍ପତି ନିଆଯାଇଛି ।

ଚଳିତ ଶିକ୍ଷା ବର୍ଷ ଶେଷ ସୁଦ୍ଧା ନବମ ଓ ଦଶମ ଶ୍ରେଣୀର ସମସ୍ତ ପିଲାଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଛାତ୍ରଛାତ୍ରୀ, ପ୍ରମାଣପତ୍ର, ବିଦ୍ୟାଳୟ, ବିଶେଷ ଖବର

ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଛାତ୍ରଛାତ୍ରୀଙ୍କ ନିୟୋଜନକୁ ବିରୋଧ

December 6, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଡ଼ିସେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ସ୍କୁଲକୁ ମନ୍ତ୍ରୀଙ୍କ ଗସ୍ତ ପାଇଁ ଛାତ୍ରଛାତ୍ରୀଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଯିବା ସହ ତାଙ୍କୁ ସ୍ୱାଗତ ପାଇଁ ଦୁଇ ଘଂଟା ଧରି ଛିଡ଼ା କରାଯାଇଥିବା ଅଭିଯୋଗ ହୋଇଛି ।

ଗତ ରବିବାର ନିଶ୍ଚିନ୍ତ କୋଇଲି ବ୍ଲକ ଅର୍ନ୍ତଗତ ବନ୍ଧକାଟିଆ ସ୍ଥିତ ଜୁବୁଲି ବ୍ୟିାପୀଠକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ସ୍କୁଲ କର୍ତୃପକ୍ଷ ଏହି ଛାତ୍ର ମାନଙ୍କୁ ସଫେଇ ତଥା ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ନିୟୋଜିତ କରିଥିଲେ ।

ଛାତ୍ରଛାତ୍ରୀମାନେ ସ୍କୁଲ ପରିସରରେ ସଫେଇ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତୃପକ୍ଷ ବାଧ୍ୟକରି ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ । ସେମାନଙ୍କ ଅନିଚ୍ଛାସତ୍ୱେ ରବିବାର ପ୍ରଧାନଶିକ୍ଷକ ଏହି କାମ କରିବାକୁ ନିୟୋଜିତ କରିଥିବା ଅନେକ ଛାତ୍ର କହିଛନ୍ତି ।

“”ପ୍ରଧାନଶିକ୍ଷକ ରବିବାର ଆମକୁ ସ୍କୁଲ ବଗିଚା ସଫା କରିବାକୁ କହିଥିଲେ ଏବଂ ଏହା ନୁହେଁ ଯେ ଏଭଳି କାର୍ଯ୍ୟ କରିବା ପାଇଁ ପ୍ରଥମ ଥର କୁହାଯାଇଛି” ଜଣେ ଛାତ୍ର କହିଛନ୍ତି ।

ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିଥିବା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇ ଅବିଭାବକ ମାନେ ଦ।ବି କରିଛନ୍ତି ।

ମନ୍ତ୍ରୀ ସାଇକେଲ ପାଇଁ ଚେକ୍ ପ୍ରଦାନ କରିବାକୁ ସ୍କୁଲକୁ ଅସୁଥିବାରୁ ଠିକ୍ ୟୁନିଫର୍ମ ସହ ରବିବାର ଆସିବାକୁ ପ୍ରଧାନଶିକ୍ଷକ ଆମକୁ କହିଥିଲେ ବୋଲି ଅନ୍ୟ ଜଣେ ଛାତ୍ର କହିଛନ୍ତି ।

ଶତାଧିକ ଛାତ୍ର ମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ଛିଡ଼ା ହୋଇ ରହିଥିବା ବେଳେ ଅନ୍ୟ କେତେକ ଛାତ୍ର ସଫେଇ କାର୍ଯ୍ୟ କରୁଥିଲେ, ସେ କହିଛନ୍ତି ।

ସ୍କୁଲ ଶିକ୍ଷକ ଏବଂ ପରିଚାଳନା କମିଟି ଛାତ୍ର ମାନଙ୍କୁ ଅଧଘଂଟା ଛିଡ଼ା ହେବାକୁ କହି ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ସେମାନଙ୍କୁ ଖରା ଦୁଇ ଘଂଟାରୁ ଅଧିକ ସମୟ ଛିଡ଼ା କରାଇଛନ୍ତି ବୋଲି ଜଣେ ଅବିଭାବକ ଅଶୋକ ସ୍ୱାଇଁ କହିଛନ୍ତି ।

କେତେ ଜଣ ଛାତ୍ର ଠିକ୍ ସମୟରେ ନ’ଗାଧୋଇ ନ’ଖାଇ ଖରାରେ ଛିଡ଼ା ହୋଇଥିବାରୁ ଅସୁସ୍ଥ ହୋଇପଡ଼ିଥିବା ଅବିଭାବକମାନେ ଅଭିଯୋଗ କରିଛନ୍ତି ।

“”ରବିବାର କେବଳ ତିନି ଜଣ ଛାତ୍ର ସ୍କୁଲ ମୁଖ୍ୟ ଫାଟକରେ ଛିଡ଼ା ହୋଇଥିଲେ ଏବଂ କୌଣସି ଛାତ୍ରଙ୍କୁ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇନଥିଲା ।

ମନ୍ତ୍ରୀ ରବିବାର ସ୍କୁଲ ପରିଦର୍ଶନରେ ଆସିବାକୁ ନିଷ୍ପତି ନେଇଥିବାରୁ ତାଙ୍କ ଗସ୍ତ ପାଇଁ ଛାତ୍ରଛାତ୍ରୀଙ୍କୁ ଆସିବା ପାଇଁ
କହିଥିଲି । ମନ୍ତ୍ରୀ ୧୨ଟା ୩୦ରେ ଆସିଥିଲେ” ପ୍ରଧାନଶିକ୍ଷକ ଦେବେ ଗଙ୍ଗାଧର ସାହୁ କହିଛନ୍ତି ।

ତେବେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ନେଇ କୌଣସି ଅଭିଯୋଗ ହୋଇନଥିବା ଗଣଶିକ୍ଷା ବିଭାଗର ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିଜୟ କୁମାର ରଥ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: କେନ୍ଦ୍ରାପଡ଼ା ଜିଲ୍ଲା, ବିଶେଷ ଖବର, ମନ୍ତ୍ରୀଙ୍କ ଗସ୍ତ

ସ୍ୱର୍ଗତ ନାରାୟଣ ପୃଷେଠଙ୍କୁ ନାଗରିକ ଶ୍ରଦ୍ଧାଞ୍ଜଳୀ (ଭିଡ଼ିଓ ସହ)

December 4, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍:ଶାନ୍ତନୁ ବିଶ୍ୱାଳ

ବରଗଡ଼,ଡ଼ିସେମ୍ବର୪(ଓଡ଼ିଶା ଡ଼ଟ୍ କମ୍)ବିଶିଷ୍ଟ ସାହିତ୍ୟିକ,ଗବେଷକ ସ୍ୱର୍ଗତ ନାରାୟଣ ପୃଷେଠଙ୍କ ସ୍ମୃତିଚାରଣ ଶ୍ରାଦ୍ଧ ସଭା ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାସ୍ଥଳରେ ସଂପର୍ନ୍ନ ହୋଇଛି ।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଆନନ୍ଦ ଆଚାର୍ଯ୍ୟ,ମୋହନ ନାଗ,ମନୋରଂଜନ ସାହୁ,ସାମ୍ବାଦିକ
ଶଙ୍କର ବଲ୍ଲଭ ମିଶ୍ର,ଉମେଶ ବିଶ୍ୱାଳ,ଦୁଜମଣି ପ୍ରଧାନଙ୍କ ସମେତ ସହରର ବିଭିନ୍ନ ଶ୍ରେଣୀର ଲୋକେ
ପୁଷ୍ପାଂଜଳି ଦେବା ସହ ସ୍ମୃତି ଚାରଣ କରିଥିଲେ ।

ବକ୍ତାଗଣ ସ୍ୱର୍ଗତ ପୃଷେଠଙ୍କୁ ଜଣେ ମାନବ ଜାତିର ଅବତାର ବୋଲ କହିବା ସହ ତାଙ୍କ ଭାଷା,
ସାହିତ୍ୟ, ସଂସ୍କୃତି, ଗବେଷଣା ର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

ସ୍ୱର୍ଗତ ପୃଷେଠ ଅର୍ଥନୀତି ଅଧ୍ୟାପକ ଥିବା ବେଳେ ସାହିତ୍ୟ ସାଧନା ଉପରେ ପ୍ରଣିଧାନ ଯୋଗ୍ୟ
କାର୍ଯ୍ୟ ପାଇଁ ସବୁଦିନ ଅମର ରହିବେ ବୋଲି କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ବିଶେଷ ଖବର, ସ୍ୱର୍ଗତ ନାରାୟଣ ପୃଷେଠ

ଔଷଧ ପରୀକ୍ଷା,ଗବେଷଣାଗାରରେ ସୂଚନା ବ୍ୟବସ୍ଥା କାର୍ଯ୍ୟକାରୀ

November 30, 2011 by ଓଡିଶା ଡଟ କମ

ଭୁବନେଶ୍ୱର, ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଭେଷଜ ନିୟନ୍ତ୍ରଣ ପ୍ରଶାସନ କାର୍ଯ୍ୟାଳୟରେ ଥିବା ଔଷଧ ନମୂନା ପରୀକ୍ଷା ଏବଂ ଗବେଷଣା ପ୍ରୟୋଗଶାଳାର ତଥ୍ୟାବଳୀ ପାଇଁ ସୂଚନା ପରିଚାଳନା ବ୍ୟବସ୍ଥା ବୁଧବାର କାର୍ଯ୍ୟକାରୀ ହୋଇଛି ।

ଭେଷଜ ନିୟନ୍ତ୍ରଣ ପ୍ରଶାସନ କାର୍ଯ୍ୟାଳୟସ୍ଥ ସମ୍ମିଳନୀ କକ୍ଷରେ ବୁଧବାର ଆୟୋଜିତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏହି ବ୍ୟବସ୍ଥାର ଉ୍ଘାଟନ କରିଛନ୍ତି ।

ଏହି ଅବସରରେ ଆଚାର୍ଯ୍ୟ କହିଛନ୍ତି ଯେ ରାଜ୍ୟରେ ଜନସାଧାରଣଙ୍କୁ ଗୁଣାତ୍ମକ ଔଷଧ ଉଚିତ ମୂଲ୍ୟରେ ଉପଲବ୍ଧ କରାଇବା ଏବଂ ଭେଜାଲ ତଥା ନିମ୍ନମାନର ଔଷଧ ବିକ୍ରୟ ବିରୁଦ୍ଧରେ ସତର୍କ ଦୃଷ୍ଟି ରଖିବା ନିମନ୍ତେ ଭେଷଜ ନିୟନ୍ତ୍ରଣ ପ୍ରଶାସନକୁ ସୁୃଢ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଥି ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଅଂଶ ବିଶେଷ ଏହାର ଔଷଧ ନମୂନା ପରୀକ୍ଷା ଏବଂ ଗବେଷଣା ପ୍ରୟୋଗଶାଳାରେ ତଥ୍ୟାବଳୀ ପରିଚାଳନା ବ୍ୟବସ୍ଥାକୁ ସୁ ପରିଚାଳିତ ତଥା ସୁଦୃଢ କରିବା ପାଇଁ କମ୍ପ୍ୟୁଟର ମାଧ୍ୟମରେଏହି ୱେବ୍-ଆଧାରିତ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ଏହି ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବା ଦେଶର ପ୍ରଥମ ବୋଲି କୁହା ଯାଉଛି । ଫଳରେ ପରୀକ୍ଷା ପାଇଁ ସଂଗୃହୀତ ହେଉଥିବା ଔଷଧ ନମୂନା ଗୁଡିକୁ ତତ୍କ୍ଷଣାତ୍ ପଞ୍ଜୀକୃତ କରାଯାଇ ପାରିବ ଏବଂ ପରୀକ୍ଷାର ଫଳାଫଳ ଉପରେ ପକ୍ଷେପ ଗ୍ରହଣ କରାଯାଇ ପାରିବ । କମ୍ଦିନରେ ସମୟ ବିତିଯିବାକୁ ଥିବା ଔଷଧ ଉପରେ ଦୃଷ୍ଟି ରଖାଯାଇ ତାର ମାନ ପରୀକ୍ଷା କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ।

ଆନ୍ତଃପରୀକ୍ଷାଗାର ମାନଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା , ତୁରନ୍ତ ସମସ୍ତ ପରୀକ୍ଷାର ଫଳ ଏବଂ ପ୍ରୟୋଗଶାଳାର ମାନବସମ୍ବଳର ଦକ୍ଷତା ବୃଦ୍ଧି ତଥା ସ୍ୱଚ୍ଛତା ରକ୍ଷା ଦିଗରେ ଏହି ବ୍ୟବସ୍ଥା ସହାୟକ ହେବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଔଷଧ, ବିଶେଷ ଖବର

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ