• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବିଶେଷ ଖବର

ମୁମ୍ବାଇ ଆକ୍ରମଣରେ ଆହତ ସତ୍ୟାନନ୍ଦ ଏବେବି ଅସହାୟ

November 20, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ନଭେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତିନି ବର୍ଷ ପୂରଣ ହୋଇଯାଇଥିଲେ ମଧ୍ୟ ଏଥିରେ ନିଜର ଚାଲିବା ଶକ୍ତି ହରାଇଥିବା ବାଲେଶ୍ୱର ଜିଲ୍ଲାର ଚାଲିଶିମେଧା ଗ୍ରାମର ସତ୍ୟାନନ୍ଦ ଏବେ ବି ଅସହାୟ ।

ସେ ତିନି ବର୍ଷ ତଳେ କାର୍ଯ୍ୟ ସନ୍ଧାନରେ ମୁମ୍ବାଇ ଯାଇଥିଲେ । ସେଠାରେ ଭିକ୍ଟୋରିଆ ଟର୍ମିନସ ରେଳ ଷ୍ଟେସନଠାରେ ଥିବା ଏକ ଛୋଟିଆ ହୋଟେଲରେ କାମ କରି ଗୁଜୁରାଣ ମେଣ୍ଟାଉଥିଲେ । ଯାହା ରୋଜଗାର ହୁଏ ସେ ନିଜେ ଚଳି ବାକିତକ ଗ୍ରାମରେ ଥିବା ଚାରିପ୍ରାଣୀ କୁଟୁମ୍ବଙ୍କ ପାଇଁ ପଠାଇ ଦେଉଥିଲେ ।

ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ଉଭୟ କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ସରକାର କ୍ଷତିପୂରଣ ଓ ଚାକିରୀ ଘୋଷଣା କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ତାହା ମିଳିଲା ନାହିଁ ବୋଲି କ୍ଷୋଭ ପ୍ରକାଶ କରି ସତ୍ୟାନନ୍ଦ କହିଛନ୍ତି ।

“”ମୁଁ ଗୃହ ମନ୍ତ୍ରାଳୟଠାରୁ ୩ଲକ୍ଷ ଟଙ୍କାର କ୍ଷତିପୂରଣ ପାଇବା ପାଇଁ ଚିଠି ପାଇଥିଲେ ସୁଦ୍ଧା ଏ ଯାଏଁ
ରେଳ ମନ୍ତ୍ରାଳୟ ଓ ମହାରାଷ୍ଟ୍ର ସରକାର ପ୍ରତ୍ୟେକଙ୍କ ଠାରୁ ୫୦ହଜାର ଟଙ୍କା ଲେଖାଏଁ ପାଇଛି ।
ରେଳବାଇରେ ଚାକିରୀଟିଏ ଏବେ ବି ସ୍ୱପ୍ନ ହୋଇ ରହିଯାଇଛି”ସେ କହିଛନ୍ତି ।

“”ଆକ୍ରମଣକୁ ତିନି ବର୍ଷ ବିତି ଯାଇଥିଲେ ସୁଦ୍ଧା ସେଦିନ ସେ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଏହି “ଦୁସ୍ୱପ୍ନ’ କୁ ଆଜୀବନ ଭୁଲି ପାରିବି ନାହିଁ” ସେ କହିଛନ୍ତି ।

“”ସେହି ରାତି ପ୍ରାୟ ସାଢେ ନଅଟା ବେଳେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ୍
ଲୋକମାନଙ୍କର ଚିତ୍କାର ଶୁଣିବାକୁ ପାଇଥିଲି । ହଠାତ୍ ମୋ ଡ଼ାହାଣ ଗୋଡ଼ରେଦୁଇଟି ଗୁଳି ବାଜିଥିଲା ଓ ସେଠାରେ ମୁଁ ଅଚେତ୍ ହୋଇ ପଡ଼ିଥିଲି । ପରଦିନ ସକାଳେ ନିଜକୁ ଜେ.ଜେ. ହସ୍ପିଟାଲରେ ପାଇଥିଲି”ସେ କହିଛନ୍ତି ।

ଘରକୁ ଫେରିବା ପୂର୍ବରୁ ତାଙ୍କ ଗୋଡ ଅସ୍ତ୍ରୋପଚାର କରାଯାଇଥିଲା । ଚିକିତ୍ସା ଖର୍ଚ୍ଚ ପ୍ରାୟ ୫୦ହଜାର ଟଙ୍କା ହୋଇଥିଲା । ଯାହାକି ସେ ପ୍ରଥମେ ବହନ କରିଥିଲେ କିନ୍ତୁ ପରେ ମହାରାଷ୍ଟ୍ର ସରକାର ତାଙ୍କୁ ଦେଇଥିଲେ ।

ସତ୍ୟାନନ୍ଦଙ୍କ ଘରେ ତାଙ୍କ ସହଧର୍ମିଣୀ, ବୃଦ୍ଧା ମାଆ ଓ ଏକ ଚାରି ବର୍ଷର ପୁତ୍ର ସନ୍ତାନ ଅଛନ୍ତି ।
ସେମାନଙ୍କର ନିଜର ଜମି ଖଣ୍ଡିଏ ମଧ୍ୟ ନାହିଁ ତେଣୁ ସେମାନେ ଗ୍ରାମରେ ଥିବା ସରକାରୀ ଜମିରେ
ଚାଳଘରଟିଏ କରି ରହୁଛନ୍ତି । ଏହି ଅଘଟଣ ପରଠାରୁ ତାଙ୍କ ମାଆ ଓ ସ୍ତ୍ରୀଦିନ ମଜୁରିଆ ଭାବେ କାମ କରି ଗୁଜୁରାଣ ମେଂଟାଉଛନ୍ତି ।

“”ମୋର ଗୋଡ଼ର କ୍ଷତ ଶୁଖିଯାଇଥିଲେ ସୁଦ୍ଧା ମୁଁ ଆଶାବାଡ଼ି ବିନା ସହାୟତାରେ ଠିଆ ହୋଇ ପାରୁନାହିଁ । ଯଦି ଅଧଘଣ୍ଟାଏ ଠିଆ ହୋଇଯିବି ତେବେ ମୋ ଗୋଡ଼ ଫୁଲିଯାଇଥାଏ”ସେ କହିଛନ୍ତି ।

ଏ ପର୍ଯ୍ୟନ୍ତ ବିକଳାଙ୍ଗ ଭତା ପାଇବାରୁ ସେ ବଞ୍ôଚତ ବଞ୍ଚିତ ହୋଇ ରହିଛନ୍ତି । ଚାକିରୀଟିଏ ପାଇବା ପାଇଁ ସେ ଜିଲ୍ଲାପାଳ ତଥା ଭୁବନେଶ୍ୱର ସ୍ଥିତ ରେଳବାଇ କର୍ତୃପକ୍ଷଙ୍କୁ ବାରମ୍ବାର ଭେଟିଥିଲେ ସୁଦ୍ଧା ତାହା ମଧ୍ୟ ହୋଇପାରିନାହିଁ ।

ଗ୍ରାମବାସୀମାନେ ମଧ୍ୟ ଏ ବିଷୟରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ
ଜଣାଇଥିଲେ ସୁଦ୍ଧା ସବୁ ବିଫଳ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ବିଶେଷ ଖବର, ମୁମ୍ବାଇ, ସତ୍ୟାନନ୍ଦ

ଇଣ୍ଡିଆ ଏଗେନ୍ଷ୍ଟ କରପ୍ସନର ରାଜ୍ୟବ୍ୟାପୀ ଜନସଂପର୍କ ଯାତ୍ରା

November 13, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ଇଣ୍ଡିଆ ଏଗେନ୍ଷ୍ଟ କରପ୍ସନର ଓଡ଼ିଶା ଶାଖା ପକ୍ଷରୁ କରାଯାଇଥିବା ୩୪ଦିନିଆ ରାଜ୍ୟବ୍ୟାପୀ ଜନସଂପର୍କ ଯାତ୍ରା ରବିବାର ଶେଷ ହୋଇଛି ।

ଆସନ୍ତା ଶୀତ ଅଧିବେଶନରେ ଯି ସଂସ ଏକ ଦୃଢ ଜନ ଲୋକପାଳ ବିଲ ପାଶ୍ କରିବାରେ ବିଫଳ ହୁଏ
ତେବେ ଶାଖା ପକ୍ଷରୁ ରାଜ୍ୟରେ ଏକ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଶାଖା ପକ୍ଷରୁ ଶେଷଦିନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ସଂସଦରେ ସଦସ୍ୟମାନେ ଜନ ଲୋକପାଳ ବିଲକୁ ସମର୍ଥନଦେବା ପାଇଁ ସେମାନେ ସଂପୂର୍ଣର୍ ଆଶାବାୀ ଏବଂ ସମଗ୍ର ଦେଶବାସୀଙ୍କର ବହୁ ଅଭିଳାଷ ଏହି ବିଲ୍କୁ ଉଭୟ ଲୋକସଭା ଏବଂ ରାଜ୍ୟସଭା ବହୁମତରେ ପାସ୍ କରିବେ, ଶାଖା ପ୍ରତିନିଧିମାନେ କହିଛନ୍ତି ।

ଯି ଏଥିରେ କୌଣସି ବ୍ୟତିକ୍ରମ ହୁଏ ତେବେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେମାନେ କହିଛନ୍ତି । ଯାତ୍ରା ସମୟରେ ଜନସାଧାରଣଙ୍କୁ ଜନ ଲୋକପାଳ ବିଲ୍ ସଂପର୍କରେ ସୂଚନା ଦିଆଯିବା ସହିତ ଏନେଇ ସେମାନଙ୍କ ମନରେ ଥିବା ଶଂକା ଦୂର କରିବାକୁ ପ୍ରୟାସ କରାଯାଇଥିବା ସେମାନେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଇଣ୍ଡିଆ ଏଗେନ୍ଷ୍ଟ, ବିଶେଷ ଖବର

ଆଗାମୀ ତିନି ବର୍ଷରେ ଗ୍ରାମାଞ୍ଚଳରେ ୪୦୦ ସେତୁ ନିର୍ମାଣ

October 9, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅକ୍ଟୋବର ୯(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ତିନି ବର୍ଷରେ ଗ୍ରାମାଞ୍ଚଳରେ ୪୦୦ ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ବିଜୁ ସେତୁ ଯୋଜନାର ଶୁଭାରମ୍ଭ କରି କହିଛନ୍ତି ।

ରାସ୍ତା ଓ ସେତୁ କେବଳ ଯୋଗାଯୋଗ ବ୍ୟବସ୍ଥାର ଏକ ମାଧ୍ୟମ ନୁହେଁ, ବସ୍ତୁ ଓ ସେବାର ମାର୍କେଟିଂ ପାଇଁ ମଧ୍ୟ ଏହା ସହାୟକ ହୁଏ । ଯୋଗାଯୋଗ ବ୍ୟବସ୍ଥା ଦାର୍ରି୍ୟ ଦୂରୀକରଣରେ  ସହାୟକ ହୁଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗାଁ ଗୁଡ଼ିକୁ ସେତୁ ଦ୍ୱାରାସଂଯୋଗ କରାଯାଇ ପାରିଲେ ଚାଷୀ ଭାଇମାନେ ସେମାନଙ୍କ କୃଷି ଜାତଦ୍ରବ୍ୟ ପାଇଁ  ଭଲ ବଜାର ପାଇପାରିବେ । ପିଲାମାନେ ଭଲ ଶିକ୍ଷାନୁଷ୍ଠାନକୁ ଯାଇ ପାରିବେ ଏବଂ ସର୍ବୋପରି ସାଧାରଣ  ଜନତା, ମହିଳାମାନେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ତେଣୁ ଗ୍ରାମାଞ୍ଚଳର ଉନ୍ନତି ପାଇଁ ଏହି ଯୋଜନା ଆରମ୍ଭ  କରାଯାଇଛି ।

ଗ୍ରାମାଞ୍ଚଳର ଉନ୍ନତି ପାଇଁ ବିଜୁବାବୁ ଯେଉଁ ସ୍ୱପ୍ନ ଖେୁଥିଲେ ଏହି ଯୋଜନା ତାକୁ ପୂରଣ କରିବା ଦିଗରେ ସହାୟକ ହେବ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଗ୍ରାମାଞ୍ଚଳ, ବିଶେଷ ଖବର, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ

ପୋସ୍କୋ ମଞ୍ଜୁରୀ ନେଇ ଗ୍ରୀନ ଟ୍ରିବ୍ୟୁନାଲର ନୋଟିସ୍

August 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ତଥା ନିଜସ୍ୱ ବନ୍ଦର ପ୍ରତିଷ୍ଠା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦେଇଥିବା ମଞ୍ଜୁରୀକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ମଙ୍ଗଳବାର ନୋଟିସ ଜାରି କରିଛନ୍ତି ।

କେଉଁ ଆଧାରରେ ମନ୍ତ୍ରାଳୟ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ପ୍ରଦାନ କରିଛି ବୋଲି ଦର୍ଶାଇ ଚାରି ସପ୍ତାହ ମଧ୍ୟରେ ଜବାବ୍ ଦାଖଲ କରିବାକୁ ମନ୍ତ୍ରାଳୟ, ଓଡ଼ିଶା ସରକାର, କମ୍ପାନୀ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ନୋଟିସ୍ ଜାରି କରିଛନ୍ତି ।

ସେପ୍ଟେମ୍ବର ଆଠ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି କରିବାକୁ ଟ୍ରିବ୍ୟୁନାଲଦିନ ଧାର୍ଯ୍ୟ କରିଛନ୍ତି ।

ପୋସ୍କୋ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ବୋ ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ନିଷ୍ପତ୍ତକୁ ଚ୍ୟାଲେଞ୍ଜ କରି ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ଏକ ପିଟିସନ୍ ଦାଖଲ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଜଗତସିଂହପୁର, ପୋସ୍କୋ, ବିଶେଷ ଖବର, ମୁଖ୍ୟ ଖବର

ପୋଲାଭରମ: ରହିତାଦେଶ ପାଇଁ ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ

September 4, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦେଇଥିବା ଚୁଡ଼ାନ୍ତ ଜଙ୍ଗଲ ଜମି ମଞ୍ଜୁରୀ ଉପରେ ରହିତାଦେଶ ପାଇଁ ଶନିବାର ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଅପିଲ କରିଛନ୍ତି ।

ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମତାମତ ନନେଇ କେନ୍ଦ୍ରୀୟ ଜଳ ଆୟୋଗ କେମିତି ପରିବର୍ଦ୍ଧିତ ଡ଼ିଜାଇନ ଦେଲେ ବୋଲି ଦାଖଲ କରାଯାଇଥିବା ପିଟିସନରେ ଉଲ୍ଲେଖ କରାଯାଇଛି ।

ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ଚାଲିଥିବା ବେଳେ କିଭଳି ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଚୁଡ଼ାନ୍ତ ମଞ୍ଜୁରୀ ପ୍ରଦାନ କଲେ ବୋଲି କୁହାଯାଇଛି । ଗତ ଜୁଲାଇ ୨୮ରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏହି ପ୍ରକଳ୍ପ ପାଇଁ ଚୁଡ଼ାନ୍ତ ଜଙ୍ଗଲ ଜମି ଅନୁମତି ଦେଇଥିଲେ ।

ଅଗଷ୍ଟ ୨୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ଏସଂପର୍କରେ ଆଲୋଚନା କରି ଆନ୍ଧ୍ର ସରକାରଙ୍କ ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ଓଡ଼ିଶା କିଭଳି କ୍ଷତିଗ୍ରସ୍ତ ହେବ ତାହା ଅବଗତ କରାଇଥିଲେ ।

ଆନ୍ଧ୍ର ସରକାରଙ୍କୁ ପ୍ରକଳ୍ପ ପାଇଁ ଯେଉଁ ଚୂଡ଼ାନ୍ତ ପରିବେଶ ମଞ୍ଜୁରୀ ଦିଆଯାଇଛି ତାହା ଉପରେ ବିଚାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରତିଶୃତି ଦେଇଥିଲେ ।

ତେବେ ଗତ ୨୭ରେ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରତିଶୃତି ଦେବାପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

୨୦୦୮ରେ ମନ୍ତ୍ରାଳୟ ପ୍ରକଳ୍ପକୁ ମଧ୍ୟବର୍ତ୍ତୀକାଳିନ ମଞ୍ଜୁରୀ ପ୍ରାନ କରିବା ପରେ ସରକାର ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।

ଗୋଦାବରୀ ନଦୀରେ ହେଉଥିବା ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଜିଲ୍ଲାର ବହୁ ଜମି ଜଳମଗ୍ନ ହେବା ସହ ପ୍ରାୟ ୬୦୦୦ ଆଦିବାସୀ ବାସଚ୍ୟୁତ ହେବାର ଆଶଂକା ରହଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ପୋଲାଭରମ୍, ବିଶେଷ ଖବର, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ