ଓଡିଶା ଡଟ କମ ସଂବାଦ ଦାତା
ଲାଞ୍ଜିଗଡ, ଅଗଷ୍ଟ ୨୬ (ଓଡିଶା ଡଟ କମ ) ଅନ୍ତର୍ଜାତୀୟ ବଜାରରେ ଆଲୁମିନିଅମର ମାନ୍ଦାବସ୍ଥା ଓ ଦଶ ବର୍ଷରୁ ଊର୍ଦ୍ଧ୍ଵ ଅପେକ୍ଷା ପରେ ମଧ୍ୟ ସ୍ଥାନୀୟ ବକସାଇଟ ନ ମିଳିବା ଯୋଗୁଁ ବ୍ୟତିବସ୍ତ ହୋଇ ଶେଷରେ ବେଦାନ୍ତ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଠାରେ ଥିବା ନିଜର ଆଲୁମିନା ରିଫାନେରୀକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଉଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି ।
ରାଜ୍ୟସରକାର କଞ୍ଚାମାଲ ଯୋଗାଇ ଦେଉ ନ ଥିବାରୁ ବାର୍ଷିକ ଏକ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି କାରଖାନାକୁ କମ୍ପାନୀ ବାହାରୁ ବକସାଇଟ ଆମଦାନୀ କରି ଚଲାଇ ଆସିଛି ।
କମ୍ପାନୀ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ବହୁବାର ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କୁ ଭେଟି ଆଲୋଚନା କରିଥିବା ସତ୍ଵେ କୌଣସି ସୁଫଳ ମିଳି ନଥିବାରୁ କାରଖାନା ବନ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ରାସ୍ତା ନାହିଁ ବୋଲି ସେ କହିଛନ୍ତି ।
ସ୍ଥାନୀୟ କଞ୍ଚାମାଲ ନ ମିଳିବାରୁ କମ୍ପାନୀକୁ ଦୈନିକ ତିନି କୋଟିରୁ ଊର୍ଦ୍ଧ୍ଵ ଟଙ୍କା କ୍ଷତି ହେଉଥିବା ସେ କହିଛନ୍ତି ।
କାରଖାନା ବନ୍ଦ ସମ୍ପର୍କରେ କତୃପକ୍ଷ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ମୌଖିକ ଭାବେ ଏହି ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦେଇଥିବା ସେ କହିଛନ୍ତି। କାରଖାନାରେ କାର୍ଯ୍ୟ କରୁଥିବା ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ ଏହା ଦ୍ଵାରା ପ୍ରଭାବିତ ହେବେ।
ଓଡିଶା ଡଟ କମ


ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ଉପରେ ସରକାର ଗୁରୁତ୍ଵ ଦେଉଥିବାରୁ ମତ୍ସ୍ୟ ଚାଷୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି ।

ଜୟଦେବ ଭବନରେ ବୁଧବାର ଆୟୋଜିତ ଏ ସମ୍ପର୍କିତ ଏକ କର୍ମଶାଳାର” ଉଦଘାଟନ କରି ସେ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିଦେଶକୁ ରାଜ୍ୟରୁ ୧୦ ହଜାର କୋଟି ଟଙ୍କାର ମତ୍ସ୍ୟ ରତ୍ପାନି କରାଯିବାର ଲକ୍ଷ୍ୟ ରଖାଯାଇଛି ।
ନିଗମର ଜଏଣ୍ଟ ଜେନେରାଲ ମ୍ୟାନେଜର ଅଜୟ କୁମାର ଅପରାହ୍ନ ପ୍ରାୟ ଅଢେଇଟାରୁ ତିନିଟା ମଧ୍ୟରେ ଅଫିସରୁ କାମ ସାରି ଶ୍ରୀବିହାର ରାସ୍ତାରେ ଏକ ସ୍କରପିଓରେ ନିଜ ଭଡା ଘରକୁ ଫେରୁଥିବା ସମୟରେ ମୋଟର ସାଇକେଲ ରେ ତିନିଜଣ ଅଜ୍ଞାତ ଯୁବକ ପ୍ରଥମେ ଗାଡିକୁ ଅଟକାଇବା ପାଇଁ ହାତ ଦେଖାଇଥିବା ସେ ପୁଲିସକୁ କହିଛନ୍ତି ।
ଆଇଆରସି ଭିଲେଜରେ ପ୍ରତିଷ୍ଠା ହୋଇଥିବା ଚିଲିକା ଫ୍ରେସ ର ଦ୍ଵିତୀୟ ବିକ୍ରୟ କେନ୍ଦ୍ରର ଉଦଘାଟନ ଅବସରରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ମହାରଥୀ ଏହି ପୃଷ୍ଠାକୁ ବିଭାଗୀୟ ଅଧିକାରୀମାନଙ୍କ ଗହଣରେ ଉନ୍ମୋଚିତ କରିଥିଲେ ।