• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅପରାଧ

ବିଚାରପତିଙ୍କ ଘର ଲୁଟ ଘଟଣାରେ ଜଣେ ଅଟକ

May 31, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କଟକ,ମଇ ୩୧(ଓଡିଶା ଡଟ୍ କମ୍): ଶନିବାର ପ୍ରାତଃ ସମୟରେ ପୂର୍ବତନ ଜଜ ପି.କେ ମହାନ୍ତିଙ୍କର କଟକର ସିଡ଼ିଏରେ ଥିବା ବାସଗୃହରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ତାଙ୍କ ଘରେ କାମ କରୁଥିବା ଜଣେ ବ୍ୟକ୍ତିକୁ ଅଟକ ରଖି ପଚରା ଉଚରା କରୁଥିବା ରବିବାର କହିଛି ।

ପ୍ରାୟ ୩ ଟାରୁ ୪:୩୦ ମଧ୍ୟରେ ହୋଇଥିବା ଏହି ଘଟଣାରେ ଶ୍ରୀ ମହାନ୍ତିଙ୍କ ଘରର ମେନ୍ ଫାଟକ ଭାଙ୍ଗି କିଛି ଦୁର୍ବୁତ୍ତ ତାଙ୍କ ଶୋଇବା ଘରେ ପଶିଯାଇଥିଲେ । ମହାନ୍ତି ଓ ତାଙ୍କ ସ୍ତ୍ରୀଙ୍କ ପାଟିକୁ ସେମାନେ କପଡାରେ ବାନ୍ଧିବା ସହ ଦଉଡିରେ ଉଭୟଙ୍କ ହାତକୁ ଖଟରେ ବାନ୍ଧି ଦେଇଥିଲେ ।

ତା’ପରେ ସେମାନେ ମହାନ୍ତିଙ୍କ ସ୍ତ୍ରୀଙ୍କ ଠାରୁ ଚାବି ଆଣି ଲକ୍ଷାଧିକ ଟଙ୍କା ଓ ଚାରୋଟି ସୁନା ଚୂଡି, କାନ ଫୁଲ, ସୁନା ମୁଦି, ଓ ପାଞ୍ଚ ଟି ସୁନା ହାର ଆଦି ଲୁଟି ସାରି ଗଲାବେଳେ ତାଙ୍କ କାର କାରର ଚାବି ନେଇ ସେଥିରେ ଫେରାର ହୋଇ ଯାଇଥିଲେ ।

ଶନିବାର ପୁଲିସ ଉକ୍ତ ଗାଡିକୁ ଭୁବନେଶ୍ଵରର ରସୁଲଗଡ ନିକଟରେ ପାଇ ଉଦ୍ଧାର କରିଥିଲେ । ଶ୍ରୀ ମହାନ୍ତି ହେଉଛନ୍ତି ଓଡିଶା ହାଇ କୋର୍ଟର ଜଣେ ପୂର୍ବତନ ବିଚାରପତି । ସେ ପିପିଲି ଗଣ ଦୁଷ୍କର୍ମ ଘଟଣା ଓ କଳିଙ୍ଗ ନଗର ହାତ ପାପୁଲି ଘଟଣାର ତଦନ୍ତ କରୁଛନ୍ତି ।

ସେ ବିଚାରପତି ଥିବା ସମୟରେ ଦେଇଥିବା ଫଇସଲା ସହ ଏହି ଡକାୟତି ଘଟନାର  କୌଣସି ସମ୍ପର୍କ ଅଛିକି ନାହିଁ  ତାହା ମଧ୍ୟ ପୁଲିସ ତଦନ୍ତ ବେଳେ ଅନୁଧ୍ୟାନ କରୁଥିବା ଜଣେ ପୋଲିସ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଅପରାଧ Tagged With: କଟକ, ଜଷ୍ଟିସ ପି.କେ ମହାନ୍ତି, ଡ଼କାୟତି

ଚିଟ ଫଣ୍ଡ ଠକେଇରେ ଆଉ ଜଣେ ଗିରଫ

May 29, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୯ (ଓଡିଶା ଡଟ କମ) ନିବେଶ ପୁଞ୍ଜି ଦୁଇଗୁଣ କରିବାର ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ପଚାଶ କୋଟି ଟଙ୍କା ଠକିଥିବା ଅଭିଯୋଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜମି ଓ ଘର ନିର୍ମାଣ କାମ କରୁଥିବା ଗୋଟିଏ କମ୍ପାନୀର ମୁଖ୍ୟକୁ ଗିରଫ କରିଥିବା କ୍ରାଇମ ବ୍ରାଞ୍ଚ ଶୁକ୍ରବାର କହିଛି ।

ଶ୍ରୀଭୂମି କନଷ୍ଟ୍ରକସନର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ସିଂହଙ୍କୁ ଜୟଦେବ ବିହାର ସ୍ଥିତ ତାଙ୍କ ବାସଭବନରେ ଗୁରୁବାର ରାତିରେ ଗିରଫ କରାଯାଇଛି ।

ଗତ ୨୦୧୧ ମସିହାରେ ଭୁବନେଶ୍ଵରରେ ଏକ କମ୍ପାନୀ ପଞ୍ଜୀକୃତ କରି ସେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଫିସ ଖୋଲି ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରୁଥିଲେ ।

ବିଭିନ୍ନ ପ୍ରଲୋଭନ ଦେଖାଇ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବହୁ ଲୋକଙ୍କଠାରୁ ଦ୍ଵିଗୁଣ କରିବାର ପ୍ରତିଶ୍ରୁତି ଦେଇ ଅର୍ଥସଂଗ୍ରହ କରିବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଫଳରେ ବାଧ୍ୟ ହୋଇ କିଛି କ୍ଷୁଦ୍ର ନିବେଶକାରୀ ଚଳିତ ବର୍ଷ ଆରମ୍ଭରେ ପୁଲିସକୁ ସୂଚନା ଦେଇଥିଲେ ।

ମାମଲାର ତଦନ୍ତ କରି ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଥିବା ସେ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅର୍ଥନୈତିକ ଅପରାଧ ଶାଖା ନିକଟରେ ଭିଷ୍ଟା ମ୍ୟାନେଜମେଣ୍ଟ ସର୍ଭିସେସ ଲିମିଟେଡ ନାମକ ଆଉ ଏକ କମ୍ପାନୀର ଅଧ୍ୟକ୍ଷ ଦେବ କୁମାର ପଣ୍ଡା, ତଥା ଉକ୍ତ କମ୍ପାନୀର ଦୁଇଜଣ ନିର୍ଦ୍ଦେଶକ ଓ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଙ୍କୁ ଗିରଫ କରି ଥିଲେ ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: ଚିଟ ଫଣ୍ଡ

ପୁଲିସର ‘ମୋ ସାଥି’ ଆପ ପ୍ରତି ମହିଳାଙ୍କ ବ୍ୟାପକ ଆଗ୍ରହ

May 27, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସଂବାଦଦାତା

ଭୁବନେଶ୍ଵର, ମଇ ୨୭(ଓଡିଶା ଡଟ୍ କମ୍): ଭୁବନେଶ୍ଵର ଓ କଟକରେ ମହିଳାଙ୍କ ସୁରକ୍ଷା ପାଇଁ କମିସନରେଟ ପୁଲିସ ଜାରି କରିଥିବା ମୋବାଇଲ ଆପ୍ଲିକେସନ “ମୋ ସାଥି”  ପ୍ରତି ଛାତ୍ରୀ , ଯୁବତୀ ଓ ମହିଳା ମାନଙ୍କ ମଧ୍ୟରେ ବ୍ୟାପକ ଆଗ୍ରହ ଦେଖିବାକୁ ମିଳିଛି ।

ଏହି ଆପ ଡାଉନ ଲୋଡ କରିବା ପାଇଁ ପ୍ରାୟ ପାଞ୍ଚ ହଜାର ରୁ ଅଧିକ ମହିଳା ଆବେଦନ କରିଥିବା ପୁଲିସ କହିଛି  ।

mo saathiପୁରୁଷ ମାନେ ମଧ୍ୟ କୌତୁହଳ ବସତଃ ଏହି ଆପ ଡାଉନ ଲୋଡ କରୁଥିବା ଦେଖିବାକୁ ମିଳିଛି । ଦେଶ ବାହାରେ ଥିବା କିଛି ମହିଳା ଏହି ଆପ ଡାଉନ ଲୋଡ କରିବାପାଇଁ ନିଜକୁ ପଞ୍ଜୀକୃତ କରିବ ପାଇଁ ଆବେଦନ କରିଛନ୍ତି । ତେବେ ସେସବୁକୁ ଖାରଜ କରିଦିଆ ଯାଇଛି ।

ଏପର୍ଯ୍ୟନ୍ତ ପାଞ୍ଚ ହଜାର ଆବେଦନକୁ ବୈଧ ବୋଲି ଘୋଷଣା କରାଯାଇ ସେମାନଙ୍କ ମଧ୍ୟରୁ ଛଅ ଶହ ପଞ୍ଚଷଠି ଟି ଜଣଙ୍କୁ ପଞ୍ଜୀକୃତ କରାଯାଇଥିବା ପୁଲିସ କହିଛି ।

ବର୍ତମାନ ଏହି ଆପକୁ ନେଇ ଅଧିକ ସଚେତନତା ଆବଶ୍ୟକ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି । ଏହାକୁ ଲୋକପ୍ରିୟ କରିବା ପାଇଁ ଏକ ତିନି ମିନିଟ ର ଭିଡିଓ ପ୍ରସ୍ତୁତ କରାଯାଇ ଫେସବୂକ ରେ ପୁଲିସ ଦେଇଛି ।

କମିସନରେଟ ପୁଲିସ ଜାରି କରିଥିବା ଏହି ଆପ କୁ ମଇ ୧୫ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଅପରାଧ, ରାଜନୀତି Tagged With: କମିସନରେଟ ପୁଲିସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ମୋ ସାଥି ଆପ

୨୦୦୫ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟାର ସମେତ ୧୬ ଜଣ ଖଲାସ

May 23, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୩ (ଓଡିଶା ଡଟ କମ) ୨୦୦୫ ମସିହାରେ ଭୁବନେଶ୍ଵରରେ ସଂଗଠିତ ହୋଇଥିବା ଦୁଇଟି ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ ଘଟଣାରେ ସ୍ଥାନୀୟ ଅଦାଲତ ଗ୍ୟାଙ୍ଗଷ୍ଟାର ଅନିଲ ଛୋଟରାୟ ସମେତ ଷୋହଳ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଶୁକ୍ରବାର ନିର୍ଦୋଷରେ ଖଲାସ କରିଛନ୍ତି ।

ଉକ୍ତ ବର୍ଷ ଏପ୍ରିଲ ଅଠର ତାରିଖରେ ନୂଆପଲ୍ଲୀ ଥାନା ଅନ୍ତର୍ଗତ ଇଉନିଟ ୮ ପ୍ରାଚୀ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ସାମ୍ନାରେ ଏହି ହତ୍ୟାକାଣ୍ଡ ହୋଇଥିଲା । ଦିନ ପ୍ରାୟ ସାଢେ ବାରଟା ବେଳେ ଦୁର୍ବୁତ୍ତଙ୍କ ଗୁଳିମାଡରେ ସୁବାସ ଚନ୍ଦ୍ର ଦାସ ଓ ଧୀରେନ କୁମାର ସେଠୀ ନାମକ ଦୁଇଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।

ପ୍ରଥମେ ସ୍ଥାନୀୟ ପୁଲିସ ଓ ପରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ କରି ଗ୍ୟାଙ୍ଗ ଷ୍ଟାର ଅନିଲ ଛୋଟରାୟ ଓ କେତେକ ଠିକାଦାରଙ୍କୁ ଗିରଫ କରିଥିଲେ । ତଦନ୍ତ ରିପୋର୍ଟରେ ଯାଞ୍ଚ କରିଥିବା ସଂସ୍ଥା ଟେଣ୍ଡର ଫିକସିଂକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଦର୍ଶାଇଥିଲେ ।

ପୁଲିସ ଓ କ୍ରାଇମ ବ୍ରାଞ୍ଚ ତଦନ୍ତରେ ତାଳମେଳ ଅଭାବ, ଠିକ ଭାବେ ସାକ୍ଷ୍ୟ ପ୍ରମାଣ ଉପସ୍ଥାପନ କରିବାରେ ବିଫଳତା ଯୋଗୁଁ ଅଦାଲତ ଅଭିଯୁକ୍ତ ମାନଙ୍କୁ ଖଲାସ କରିଥିବା, ମାମଲାର ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ସୌର ମହାପାତ୍ର କହିଛନ୍ତି ।

ହତ୍ୟାକାଣ୍ଡ ସ୍ଥାନରୁ ପୁଲିସ ଜବତ କରିଥିବା ଗୁଳି ଓ ଅଭିଯୁକ୍ତମାନଙ୍କ ଠାରୁ ଜବତ ବନ୍ଧୁକ ଗୁଳି ରେ ସମାନତା ପ୍ରମାଣ ହୋଇନଥିଲା ।

ମହାପାତ୍ର ଓଡିଶା ଡଟକମକୁ କହିଛନ୍ତି ଯେ ପୁଲିସ ଏହି ମାମଲାରେ ଅଠର ଜଣଙ୍କୁ ଅଭିଯୁକ୍ତ ଘୋଷଣା କରି ସତର ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଏହା ମଧ୍ୟରେ ମୃତ୍ୟୁ ବରଣ କରିସାରିଥିବା ବେଳେ ଆଉ ଜଣେ ଫେରାର ଅଛି ।

ଅଦାଲତରେ ଷୋହଳ ଜଣଙ୍କ ବିରୁଦ୍ଧରେ ବିଚାର ହୋଇଥିଲା ଓ ମାନ୍ୟବର ଜଜ ଉକ୍ତ ଷୋହଳ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷ ଘୋଷଣା କରିଥିବା ସେ କହିଛନ୍ତି ।

ରାୟ ପ୍ରକାଶ ପାଇବା ପରେ ସ୍ଥାନୀୟ ଜେଲରେ ଥିବା ଗ୍ୟାଙ୍ଗଷ୍ଟାର ଅନିଲ ଛୋଟରାୟ ଓ ଅନ୍ୟ କେତେକ ଅଭିଯୁକ୍ତ ଛାଡ ପାଇଛନ୍ତି ।
ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: ୨୦୦୫ ପ୍ରାଚୀ ଡିଭିଜନ ହତ୍ୟା, ଅନିଲ ଛୋଟରାୟ, ଭୁବନେଶ୍ଵର

ଚିଟ୍ ଫଣ୍ଡ ଠକେଇରେ ଆଉ ଛଅ ଜଣ ଗିରଫ

May 23, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୨୩ (ଓଡିଶା ଡଟ କମ) ଚିଟଫଣ୍ଡ ଠକେଇରେ ସମ୍ପୃକ୍ତ ଥିବା ପଶ୍ଚିମବଙ୍ଗର ମାଗନସ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡ କମ୍ପାନୀର ସିଏମଡ଼ିଙ୍କ ସହ ଏହାର ଛଅ ଜଣ ନିର୍ଦ୍ଦେଶକଙ୍କୁ ଭଦ୍ରକ ଟାଉନ ପୁଲିସ ଶୁକ୍ରବାର ଗିରଫ କରିଛି।

ଧାମରା, ଭଦ୍ରକ, ସୋର ଓ ବାଲେଶ୍ଵର ଠାରେ ଥିବା କମ୍ପାନୀର ମୁଲ୍ୟବାନ ସମ୍ପତ୍ତିକୁ ବିକ୍ରି କରିବା ପାଇଁ ସେମାନେ ସୋରର ଏକ ଲଜରେ ଏକାଠି ହୋଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ତାଙ୍କ ଉପରେ ଚଢାଉ କରିଥିଲା ।

ମିଳିଥିବା ସୁଚନାନୁସାରେ, ଏହି କମ୍ପାନୀ ୨୦୧୧ ମସିହାରେ ଭଦ୍ରକର କଲେଜରୋଡ ସ୍ଥିତ ଜଗନ୍ନାଥପୁର, ଧାମରା, ଆଗରପଡା, ବାଲେଶ୍ଵର, ସୋର ଠାରେ ନିଜର ଶାଖା କାର୍ଯ୍ୟ।ଳୟ ଖୋଲିଥିଲା । ଏହି ସଂସ୍ଥାରେ ଜିଲ୍ଲାର ଦେଢହଜାରରୁ ପ୍ରାୟ ଅଧିକ ଜମାକାରୀ ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କା ଜମା ରଖିଥିଲେ । ୨୦୧୪ ମସିହାରେ ଏହି ସଂସ୍ଥା ହଠାତ ତା’ର ସମସ୍ତ ଶାଖା ବନ୍ଦ କରି କୁଆଡେ ଉଭାନ ହୋଇଯାଇଥିଲା ।

ଏହାପରେ ଏହି ସଂସ୍ଥାର ଜମାକାରୀମାନଙ୍କତରଫରୁ ଥାନାରେ ଅଭିଯୋଗ କରଯାଇଥିଲା । ଭଦ୍ରକ ଟାଉନ ଥାନା ସେମାନଙ୍କ ନାମରେ ଏତଲା ଦାୟର କରି ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: ଗିରଫ, ଚିଟଫଣ୍ଡ, ମାଗନସ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡ

ଖଣି, ଚିଟ୍ ଫଣ୍ଡ ଠକେଇରେ ଦୁଇ କମ୍ପାନୀର ୪୬୩ ଟଙ୍କାର ସମ୍ପତ୍ତି ଜବତ

May 22, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୨୨ (ଓଡିଶା ଡଟ କମ) ଚିଟ ଫଣ୍ଡ ଓ ବେଆଇନ ଖଣି କାରବାରରେ ଜଡିତ ଓଡିଶାର ଦୁଇଟି କମ୍ପାନୀର ୪୬୩ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଥିବା କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ ଶୁକ୍ରବାର କହିଛି ।

ଚିଟଫଣ୍ଡ କାରବାରରେ ଗିରଫ ହୋଇଥିବା ଅର୍ଥତତ୍ତ୍ଵର ମାଲିକ ପ୍ରଦୀପ ସେଠୀ, ଶ୍ରୀକୃଷ୍ଣ ପାଢୀ ଓ ସଂବିତ ଖୁଣ୍ଟିଆଙ୍କ ନାମରେ ୭୯ କୋଟି ଟଙ୍କାର ଜମି ଫ୍ଲାଟ ଥିବାସହ ୨.୩୭ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୨.୭୫ କୋଟି ଟଙ୍କାର ସେୟାରକୁ ନିର୍ଦେଶାଳୟ ଜବତ କରିଛି ।

ସେହିପରି ଖଣି ଦୁର୍ନୀତିରେ ଅଭିଯୁକ୍ତ ଶିଳ୍ପପତି ଦୀପକ ଗୁପ୍ତାଙ୍କର ଦୁଇ କମ୍ପାନୀ ଦୀପକ ଷ୍ଟିଲ ଆଣ୍ଡ ପାୱାର ଏବଂ ସେହ୍ନ ପୁଷ୍ପ ମାର୍କେଟିଙ୍ଗ ପ୍ରାଇଭେଟ ଲିମିଟେଡର ୩୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇଥିବା ଏହି ସଂସ୍ଥା କହିଛି ।

ଜବତ ସମ୍ପତ୍ତି ମଧ୍ୟରେ ଉକ୍ତ କମ୍ପାନୀ ମାନଙ୍କର ଓଡିଶା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ରେ ଥିବା ଜମି, ଘର, ଫ୍ଲାଟ ଅନ୍ତର୍ଭୁକ୍ତ ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: ଚିଟ ଫଣ୍ଡ, ପ୍ରବର୍ତ୍ତନ ନିର୍ଦେଶାଳୟ, ବେଆଇନ ଖଣି

ଶ୍ରୀମନ୍ଦିରରେ ଭକ୍ତଙ୍କୁ ମାଡ ମାରି ସେବାୟତ ଗିରଫ

May 20, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୦ (ଓଡିଶା ଡଟ କମ) ଶ୍ରୀମନ୍ଦିରରେ ଠାକୁରଙ୍କ ସାହାଣ ମେଳା ଦର୍ଶନ ବେଳେ ମଙ୍ଗଳବାର ଜଣେ ଭକ୍ତଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ସେବାୟତଙ୍କୁ ଗିରଫ କରିଥିବା ପୁଲିସ କହିଛି ।

ଭଦ୍ରକ ଜିଲ୍ଲାର ସନାତନ ନାୟକ ଓ ତାଙ୍କ ବନ୍ଧୁ ପରିବାର ସହ ସୋମବାର ସନ୍ଧ୍ୟାରେ ଠାକୁରଙ୍କୁ ଦର୍ଶନ କରିବା ପାଇଁ ପୁରୀରେ ପହଞ୍ଚି ଥିଲେ।

ମଙ୍ଗଳବାର ସକାଳେ ଶ୍ରୀମନ୍ଦିରଙ୍କୁ ଯାଇ ଠାକୁରଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଜଣେ ସେବାୟତ ତାଙ୍କୁ ଆକ୍ରମଣ କରି ମାଡ ମାରିଥିବା ସେ ଅଭିଯୋଗ କରିବା ପରେ, ସମ୍ପୃକ୍ତ ସେବାୟତଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟ ଆଶିଷ କୁମାର ସିଂହ ଓଡିଶା ଡଟ କମକୁ କହିଛନ୍ତି।

ଗିରଫ ହୋଇଥିବା ସେବାୟତଙ୍କ ନାମ ଚନ୍ଦନ ଖୁଣ୍ଟିଆ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ, ଧର୍ମ Tagged With: ପୁରୀ, ଶ୍ରୀମନ୍ଦିର, ସେବାୟତ ଗିରଫ

ଚିଟ ଫଣ୍ଡ ମାମଲାରେ ସାଫେକ୍ସର ସମ୍ପତ୍ତି ନିଲାମ ପାଇଁ ନିର୍ଦ୍ଦେଶ

May 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

କଟକ, ମଇ ୧୮ (ଓଡିଶା ଡଟ କମ) ବହୁଚର୍ଚିତ ଚିଟ ଫଣ୍ଡ ଠକେଇ ମାମଲାରେ କଟକର ଏକ ସ୍ଵତନ୍ତ୍ର ଅଦାଲତ ସାଫେକ୍ସ ଇନଫ୍ରା ଇଣ୍ଡିଆ ଲିମିଟେଡ କମ୍ପାନୀର ଜବତ ସମ୍ପତ୍ତିକୁ ନିଲାମ କରି ନିବେଶକାରୀଙ୍କୁ ଫେରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣେ ଓକିଲ ସୋମବାର
କହିଛନ୍ତି ।

ବାରମ୍ବାର ତାଗିଦ ସତ୍ଵେ ଅଦାଲତରେ କମ୍ପାନୀ ତରଫରୁ କେହି ହାଜର ନ ହେବାରୁ କୋର୍ଟ ଏକ ପାଖିଆ ମାମଲାର ବିଚାର କରି ଏହି ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।

ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଏହି କମ୍ପାନୀ ବ୍ୟାପକ ଅର୍ଥ ସଂଗ୍ରହ କରି ଫେରାଇ ନ ଥିବା ଅଭିଯୋଗ ପରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରିଥିଲେ ।

ଏହି ଶାଖାର ଅଫିସର ମାନେ ପ୍ରାୟ ପଚାଶ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ବ୍ୟାଙ୍କରେ ସଞ୍ଚିତ ଧନ ରାଶି, କମ୍ପାନୀର ବିଭିନ୍ନ ଜିଲ୍ଲାରେ ଥିବା ଜମି ଇତ୍ୟାଦି ଦୁଇବର୍ଷ ତଳେ ଜବତ କରିଥିଲେ ।
ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ, ରାଜନୀତି Tagged With: ଅର୍ଥନୈତିକ ଅପରାଧ ଶାଖା, କୋର୍ଟ, କ୍ରାଇମ ବ୍ରାଞ୍ଚ, ଚିଟଫଣ୍ଡ, ଜବତ, ସାଫେକ୍ସ

ଚିଟଫଣ୍ଡ ଠକେଇରେ ଭିଷ୍ଟା କମ୍ପାନୀ ମୁଖ୍ୟ ଗିରଫ

May 17, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୭ (ଓଡିଶା ଡଟ କମ) କ୍ଷୁଦ୍ର ନିବେଶକ ମାନଙ୍କ ଠାରୁ ପ୍ରଲୋଭନ ଦେଖାଇ ପ୍ରାୟ ପଚାଶ କୋଟି ଟଙ୍କାର ଚିଟଫଣ୍ଡ ଠକେଇ କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ରବିବାର ଭିଷ୍ଟା ମ୍ୟାନେଜମେଣ୍ଟ ସର୍ଭିସେସ ଲିମିଟେଡର ଅଧ୍ୟକ୍ଷ ଦେବ କୁମାର ପଣ୍ଡାକୁ ଗିରଫ କରିଛି ।

ପଣ୍ଡା କଳାହାଣ୍ଡି ଜିଲ୍ଲାର ବାସିନ୍ଦା । ୨୦୦୮ ମସିହାରେ କଟକରେ ତାଙ୍କ ସଂସ୍ଥାର ମୁଖ୍ୟ ଅଫିସ ଖୋଲି ବହୁ ବର୍ଷ ଧରି ସେ ନିଜ ବେଆଇନ କାରବାର ଚଲାଇଆସୁଥିଲା ବୋଲି ପୁଲିସ କହିଛି  । ଖୁବ କମ ସମୟରେ ଅଧିକ ଫାଇଦାର ପ୍ରଲୋଭନ ଦେଖାଇ ତାଙ୍କ ସଂସ୍ଥା ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରୁଥିଲା ।

କିଛି ନିବେଶକ ଗତ ବର୍ଷ ପଶ୍ଚିମ ଓଡିଶାରେ ପୁଲିସ ପାଖରେ ତାଙ୍କ ସଂସ୍ଥା ବିରୁଦ୍ଧରେ କିଛି ମାମଲା ରୁଜୁ କରିଥିଲେ । ଏହା ପରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ ଭାର ହାତକୁ ନେଇଥିଲା ।

ଭୁବନେଶ୍ଵରରୁ ବିଶାଖାପାଟନାମ ଯିବାପାଇଁ ଭୁବନେଶ୍ଵର ରେଳ ଷ୍ଟେସନରେ ଏକ ଟ୍ରେନ କୁ ଅପେକ୍ଷା କରିଥିବା ସମୟରେ ତାଙ୍କୁ ପୁଲିସ କାବୁ କରିନେଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ, ରାଜନୀତି Tagged With: କଳାହାଣ୍ଡି, ଗିରଫ, ଚିଟ ଫଣ୍ଡ, ଦେବ କୁମାର ପଣ୍ଡା, ଭିଷ୍ଟା ଅଧ୍ୟକ୍ଷ

ଫେସବୁକରେ ଆପତ୍ତିଜନକ ଫଟୋ ପ୍ରକାଶ କରି ଯୁବକ ଗିରଫ

May 16, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୬ (ଓଡିଶା ଡଟ କମ) ଫେସବୁକରେ ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ପ୍ରକାଶକରିବା ଅଭିଯୋଗରେ କ୍ରାଇମ ବ୍ରାଞ୍ଚର ସାଇବର କ୍ରାଇମ ପୁଲିସ ପୁରୀରୁ ଜଣକୁ ଶନିବାର ଗିରଫ କରିଛି ।

DSC_0137ରଥ ଲେନ, ମାର୍କଣ୍ଡେଶ୍ଵର ସାହିର ୨୨ ବର୍ଷ ବୟସ୍କ ବିକାଶ ଶତାବ୍ଦୀ ବିଜେବି କଲେଜରେ ପଢିଥିବା ତାଙ୍କର ଜଣେ ପୂର୍ବତନ ସହପାଠୀ ଛାତ୍ରୀଙ୍କ ବ୍ୟକ୍ତିଗତ ଫଟୋକୁ ବିକୃତ ଓ ଅଶ୍ଳୀଳ କରି ଫେସବୁକରେ ଏକ ଏକାଉଣ୍ଟ ଖୋଲି ନିଜ ମୋବାଇଲ ଜରିଆରେ ପ୍ରକାଶିତ କରିଥିଲେ ।

ଏ ସଂକ୍ରାନ୍ତରେ ପ୍ରଭାବିତ ଯୁବତୀ ଅଭିଯୋଗ ପତ୍ର ଦାଖଲ କରିବା ପରେ ସାଇବର କ୍ରାଇମ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଫେସବୁକ ଓ ଗୁଗୁଲ କର୍ତ୍ତ୍ଵପକ୍ଷଙ୍କ ସହାୟତାରେ ଅଭିଯୁକ୍ତକୁ ଠାବ କରିବା ସହ ତାକୁ ଗିରଫ କରିଛି । ସେ ବ୍ୟବହାର କରିଥିବା ମୋବାଇଲକୁ ମଧ୍ୟ ପୁଲିସ ଜବତ କରିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: ଅଶ୍ଳୀଳ, ଗିରଫ, ପୁରୀ, ଫେସବୁକ, ଯୁବକ

  • « Go to Previous Page
  • Page 1
  • Page 2
  • Page 3
  • Page 4
  • Page 5
  • Page 6
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ